ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି / ଲୁପ୍ତପ୍ରାୟ ଚାଉଳର ସଂରକ୍ଷଣ
ସେଆର କରନ୍ତୁ

ଲୁପ୍ତପ୍ରାୟ ଚାଉଳର ସଂରକ୍ଷଣ

ସୁଦାମ ନିଜ ଜମିରେ ଛୋଟ ଛୋଟ କିଆରୀ କରି ବିଭିନ୍ନ କିସମର ପ୍ରାୟ ୩୭ କିସମର ଲୁପ୍ତପ୍ରାୟ ଧାନକୁ ଚାଷ କରି ବଞ୍ଚାଇ ରଖିଛନ୍ତି ।

ସୁଦାମ ନିଜ ଜମିରେ ପ୍ରାୟ ୩୭ କିସମର ଲୁପ୍ତପ୍ରାୟ ଧାନକୁ ଚାଷ

ଭାରତର ପାରମ୍ପରିକ ଜୈବିକ କିସମର ଧାନ ଶ୍ରେଣୀ ଆଜି ବିଲୁପ୍ତ ପ୍ରାୟ ।  ଓଡ଼ିଆଙ୍କ ଭାତଥାଳିର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ଝୁଲ୍ଲୀ, ଦଶମତୀ, ଜହ୍ନିଜରି ଆଦି କୁଆଡ଼େ ଉଭେଇ  ଗଲାଣି । ଖାଇବା ତ ଦୂରର କଥା ଦେଖିବାକୁ ମିଳୁନି । ମାତ୍ର କେତେକ ଚାଷୀ କିଛି ଏହି ଲୁପ୍ତପ୍ରାୟ ବିହନକୁ ଏବେ ବି ସଂରକ୍ଷିତ କରି ରଖିଛନ୍ତି । ଖାଲି ସଂରକ୍ଷିତ କରିନାହାନ୍ତି, ବରଂ ବ୍ୟାବସାୟିକ ଢ଼ଙ୍ଗରେ ଉତ୍ପାଦନ କରୁଛନ୍ତି । ସେହିଭଳି ଜଣେ ଚାଷୀ ହେଲେ ବରଗଡ଼ର କଟାପାଲି ଗାଁର ସୁଦାମ ସାହୁ ।

ସୁଦାମ ନିଜ ଜମିରେ ଛୋଟ ଛୋଟ କିଆରୀ କରି ବିଭିନ୍ନ କିସମର ପ୍ରାୟ ୩୭ କିସମର ଲୁପ୍ତପ୍ରାୟ ଧାନକୁ ଚାଷ କରି ବଞ୍ଚାଇ ରଖିଛନ୍ତି । ନିକଟରେ ଏହାକୁ ନେଇ ସେ ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ଓ ଜିଲ୍ଲା ଜୈବିକ କ୍ଷକ ସଂଘର ମିଳିତ ଉଦକ୍ଯମଜୋର ଗାନ୍ଧୀ ପାଠାଗାର ପରିସରରେ ପ୍ରଦର୍ଶନୀ କରିଥିଲେ । ତାଙ୍କ ଉଦ୍ଦେଶ୍ୟ ହେଲା। ଜୈବିକ ଚାଷୀମାନଙ୍କ ଜରିଆରେ ଏସବୁକୁ ଚାଷ କରି ଗ୍ରାହକଙ୍କୁ ପାଖରେ ପହଞ୍ଚାଇବା । 'ଦେଶୀ ବିହନ ସୁରକ୍ଷା  ସମିତି' ନାମରେ ଏକ ସଙ୍ଗଠନ ଗଢ଼ି ଚାଷୀଙ୍କୁ . ବିଭିନ୍ନ ସୂଚନା ବାଣ୍ଟୁଛନ୍ତି । ଆଗାମୀ ଦିନରେ .୫ ବରଗଡ଼କୁ ଦେଶୀ ଧାନର ଗଡ଼ କରିବାକୁ ସୁଦାମ ସଂକଳ୍ପ ନେଇଛନ୍ତି ।

ଅଜା ସ୍ଵର୍ଗତ ଅନିରୁଦ୍ଧ ସାହୁଙ୍କ ପ୍ରୟୋଗାତ୍ମକ ଚାଷ ଓ ପରୀକ୍ଷା ନିରୀକ୍ଷା ତଥା ଚାଷପ୍ରତି ଉତ୍ସର୍ଗାକୃତ ମନୋଭାବ ସୁଦାମଙ୍କୁ ଆକର୍ଷିତ କରିଥିଲା । ୨୦୦୨ ରେ ଅବକାରୀ ସବଇନ୍ସପେକ୍ଟର ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହୋଇ ବି ଯାଇନଥିଲେ । ସେହି ଚାଷପ୍ରିତୀରୁ ଜଣେ ଜୈବିକ ଚାଷୀ ଭାବେ ପୁର୍ନିଜନ୍ମ ପାଇଥିବା ସୁଦାମ ଆଉ ପଛକୁ ଫେରି ନାହାନ୍ତି । ୧୯୯୮ ରେ ୱାର୍ଲ ଗସ୍ତ କରି ସେବଗ୍ରାମରେ ସ୍ଵର୍ଗତ ରାଜୀବ ଦିକ୍ଷାତଙ୍କ ଠାରୁ ଜୈବିକ ଚାଷ ଉପରେ ତାଲିମ୍ ନେଇଥିଲେ, ଯାହାକୁ ପୁଞ୍ଜିକରି ୨୦୦୧ରୁ ନିଜ ଅମର ଘରେ ଥିବା ଶହେ ବର୍ଷର ପୁରୁଣା କିସମ ଧାନକୁ ନେଇ ଚାଷ କଲେ । ଜହ୍ନିଜରି ଓ ମାଗୁରା କିସମର ଧାନରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଯାତ୍ରା ଆଜି ୩୭ କିସମର ଦେଶୀ ଧାନ ବିହନରେ ପହଞ୍ଚିଛି । ୪ ବର୍ଷର କଠିନ ପରିଶ୍ରମ ପରେ ୪ଟି ନୂତନ କିସମର ଧାନ ସେ ଉଭାବନ କରିପାରିଛନ୍ତି । ଆଜି ବରଗଡ଼ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ଏହାର ଚାହିଦା ବୃଦ୍ଧି ପାଇଛି । ଚାଷୀମାନେ ମଧ୍ୟ ଏହାକୁ ଆପଣେଇ ସଫଳ ହେଉଛନ୍ତି । ୨୦୦୫ ରେ ସୁନାହରିଣ, ୨୦୦୭ ରେ ଦଶମତୀ, ୨୦୧୧ ରେ କୁସୁମକଲି-୧ ଓ ୨୦୧୪ ରେ କୁସୁମକଲି-୨ । ସେହିଭଳି ଚଳିତ ବର୍ଷ ଆଉ ଦୁଇଟି ନୃତନ କିସମ ମଧପଟେଣ୍ଟ ହେବ ବୋଲି ସୁଚନା ଦେଇ ଆଗାମୀ ଦିନରେ ଜୈବିକ ଚାଷ ହିଁ ଚାଷ ଓ ଚାଷୀଙ୍କୁ ବଞ୍ଚାଇପାରେ ବୋଲି ସେ କହିଛନ୍ତି । ପ୍ରାକୃତିକ ସ୍ଵାବଲମ୍ବୀ ଚାଷର ସୂତ୍ର ଓ ଛାତ ଉପରେ ପରିବା ଚାଷ ନାମରେ ଦୁଇଟି ପୁସ୍ତକ ପ୍ରକାଶିତ କରିଛନ୍ତି। ସୁଦାମ  ଧାନଚାଷ ଟ୍ରେନ୍‌ର ଭାବେ ଓଡ଼ିଶା ଏବଂ ଛତିଶଗଡ଼ର ବିଭିନ୍ନ  ଉପାନ୍ତ୍ରକୁ ଯାଇ ଜୈବିକ ଚାଷ ପଦ୍ଧତି ସମ୍ପର୍କରେ ଚାଷୀଙ୍କୁ ଜ୍ଞାନ ବଣ୍ଡୁଛନ୍ତି । ଜୈବିକ ଚାଉଳ ଖାଲି ଶ୍ଵେତସାର ନୁହେଁ, ଏହା ମଣିଷ ପାଇଁ ଆଣ୍ଟିବାୟୋଟିକ ସଦୃଶ କାମ କରିଥାଏ । ଯାହାକି ଦେଶର ବଡ଼ ବଡ଼ ପରୀକ୍ଷାଗାରରେ ବେଶ୍ ପରିକ୍ଷୀତ ହୋଇଥିବାରୁ ଜିନ୍ ପରିବର୍ତ୍ତିତ ଚାଷକୁ ଛାଡ଼ି ଜୈବିକ ଚାଷ କରି ନିଜ ପରିବାର ସହିତ ଅନ୍ୟ ଭାରତୀୟ ପରିବରମାନଙ୍କ ଦୀର୍ଘଜୀବୀ କରିବାରେ ସହାୟକ ହୁଅନ୍ତୁ ବୋଲି ଦେଶୀ ବିହନ ସଂରକ୍ଷକ ସୁଦାମ ସାହୁ କହିଛନ୍ତି ।

ଚାଉଳର କିସମ ଓ ତା’ର ଗୁଣ

ଦୃଷ୍ଟିଶକ୍ତି ବଢ଼ାଉଥିବା ସୁନାକାଠି, ଆଇରନ୍ ବଢ଼ାଉଥିବା ଲାଇସିରିଙ୍ଗ ସହିତ ଏଭଳି ଅନେକ ବ୍ରାଣ୍ଡ୍ର ଜୈବିକ ଚାଉଳକୁ ଆଜି ଡାକ୍ତରମାନେ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ଏହି ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ପ୍ରାୟ ୨୦/୨୨ ପ୍ରକାର ଚାଉଳ ଆଜି ବିଭିନ୍ନ ବ୍ୟଞ୍ଜନ ପାଇଁ ମାନ୍ୟତା ଲାଭ କରିଛି । ବରଗଡ଼ ମାଟିରୁ ହିଁ ଉତ୍ପାଦିତ ହେଉଥିବା ଭାତ ପାଇଁ ଉଦ୍ଧିଷ୍ଟ ଝୁଲ୍ଲୀ, ପଖାଳ ଭାତ  ପାଇଁ ଉର୍ଦ୍ଧିଷ୍ଟ ଦଶମତୀ, ପଖାଳ ଓ ମୁଢି  ପାଇଁ ଉତ୍ତମ ଚରେଇଲୁକା, ଲିଆପାଇଁ ଉପଯୁକ୍ତ ଭଜନା, ଲିଆ ପାଇଁ ଉପଯୁକ୍ତ ଚାଉଳ ପାଇଁ ଉପଯୁକ୍ତ ଜହ୍ନିଜରି, ସୁନାହରିଣ, କ୍ଷିରୀ ପାଇଁ ସର୍ବୋତ୍ତମ ବାସକମଲ /କର୍ପୂରକାନ୍ତି /ଧୋବଜୀରା/ କଳାଜୀରା/ଦୁବରାଜ, ପୂଜାପାର୍ବଣ ପାଇଁ ତୁଳସୀ ବାସ, ଜବାପୁଲ, ଅତିସରୁ ଚାଉଳ ଭାବେ ଉଭୟ ଭାତ ଓ କ୍ଷିରୀ କୁଳହିଆ ନମ୍ବରୀ, ବାଙ୍ଗରିଚିନା, ଦେ 'ଭୋଗ, ବିଷ୍ଣୁ ଭୋଗ, ବାସପତରୀ, ଚିନିକାମିନୀ, ସନକେଶର ଆଦି ବିଲୁପ୍ତ ଶ୍ରେଣୀର ଚାଉଳମାନ ରହିଛି ।

କଳାବତୀ

ଅବିଶ୍ଵାସ ହେଉଥିଲେ ବି ସତ । କିଲୋ ପ୍ରତି ଏହି ଚାଉଳର ଦାମ ୬୫୦ ଟଙ୍କା । ତାହା ପୁଣି କଳା ରଙ୍ଗକୁ ଅରଚିପୁର୍ଣ୍ଣ ସମାହାର । ୧୪୫ ଦିନ ସମୟ ନେଉଥିବା ବେଳେ ପାରମ୍ପରିକ ଜୈବିକ ପଦ୍ଧତିରେ ବଢ଼ିଥାଏ । ଔଷଧୀୟ ଗୁଣରେ ଭରପୁର।

ଆଣ୍ଟି କ୍ୟାନସରଏଡ଼ ଗୁଣ ରହିଥିବା ଏହି ଚାଉଳର ଭାତ କିଡ଼ନୀ ପାଇଁ ସର୍ବୋତ୍ତମ, ଯାହାକି ବେଙ୍ଗାଲୁରୁ ପରୀକ୍ଷାଗାରରରୁ ମାନ୍ୟତାପ୍ରାପ୍ତ । ବ୍ଲକ୍ ରାଇସ୍ ଭାବେ ବିଦେଶରେ ପରିଚିତି ପାଇଥିବା ଏହି କିସମର ସ୍ଥାନୀୟ ନାଁ କଳାବତୀ ହୋଇଥିବା ସମୟରେ ପଶ୍ଚିମ ବଙ୍ଗରେ ଏହା କଲା ଭାତ୍ ଭାବେ ବେଶ ଜଣାଶୁଣା । ପ୍ରଚୁର ମାତ୍ରାରେ କ୍ୟାଲସିୟମ୍, ଆଇରନ୍ ସାଙ୍ଗକୁ କମ୍ କ୍ୟାଲୋରୀ ବିଶିଷ୍ଟ କର୍ବେ ହାଇଡ୍ରେଟ୍ ପ୍ରବଲ୍ୟତା ପାଇଁ ଗର୍ଭବତୀ ମହିଳାଙ୍କୁ ଏହା ଦିଆଯାଏ ।

ଡେନମାର୍କ, ପିଲାପାଇନ୍ସ ସମେତ ବହୁ ୟୁରୋପିଆନ୍ ରାଷ୍ଟ୍ରକୁ ରପ୍ତାନୀ ହେଉଥିବା କଳାବତୀ ଚାଉଳ ଏବେ ଭାରତ ଓ ଓଡ଼ିଶାର କିଛି ତାରକା ହୋଟେଲମାନଙ୍କ ମେନୁତ୍ତ୍ୟରେ ସାମିଲ ହୋଇପାରିଛି ।

ହାଣ୍ଡିଶାଳ

ଦେଖିବାକୁ ବିଟ କଳା । ହଲେ ଔଷଧୀୟ ଗୁଣରେ ଭରପୁର ।  ଏହା ୧୪୦ ଦିନରେ ଅମଳ ହୋଇଥାଏ । କିଲୋ ପ୍ରତି ୩୫୦ ଟଙ୍କାରେ ବିକ୍ରୀ ହେଉଥିବା ଏହି କିସମର ଚାଉଳ ତା'ର ଏରୋମେଟିକ ଗୁଣ ବା ବାସନା ପାଇଁ ପ୍ରସିଦ୍ଧ। କୁକୁଡ଼ାମୁଣ୍ଡ  ଦେଖିବାକୁ ଲାଲ। । ୧୪୦ ଦିନରେ ଅମଳ ହୁଏ ।

ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଅଧିକ ମାତ୍ରାରେ ହେଉଥିବା କୁକୁଡ଼ାମୁଣ୍ଡ ଚାଉଳ ଆଜି ଚାଷୀର ବିହନ ତାଲିକାରୁ ଉଭେଇ ଯାଇଛି ।

ସମ୍ପୁର୍ଣ୍ଣ ସୁଗର ଫ୍ରି ଗୁଣ ରହିଥିବା ଏହି ଚାଉଳ ଗଣ୍ଠିବାତ ରୋଗୀ ପାଇଁ ମର୍କେଷଧି । ରେଡ୍ରାଇସ୍ ଭାବେ ପରିଚିତ ଏହି କିସମର ଦାମ୍ କିଲୋ ପ୍ରତି ୧୫୦ ଟଙ୍କା ।

କର୍ଣ୍ଣ

ମୋଟା ବଗଡ଼ା ଚାଉଳ । ଆଣ୍ଠୁଗଣ୍ଠି ଓ ଦୁର୍ବଳ ରୋଗୀ ତଥା ଗର୍ଭବତୀଙ୍କ ପାଇଁ ଏହା ସର୍ବୋତ୍ତମ । ଅଣ୍ଟା ଦରଜରୁ ବି ଉପଶମ ମିଳିଥାଏ । ବଜାରରେ ଉପଲବ୍ଧି ର ଅଭାବରୁ ପୁରୁଣା ଜମିଦାର ଶ୍ରେଣୀର ଲୋକଙ୍କଠାରୁ ଏହାକୁ ସଂଗ୍ରହ କରିବାକୁ ପଡ଼େ । ଏହାର ଦାମ୍ କିଲୋ ପ୍ରତି ୧୫୦ ଟଙ୍କା ରହିଛି ।

ଅରୁଆ, ବାସ୍ନା ଚାଉଳ

ଜୈବିକ ଚାଷ ପଦ୍ଧତିରେ ଉତ୍ପାଦିତ ହେଉଥିବା ମଲ୍ଲୀ ଫୁଲା(୪୦), ସରୁ ହଜାରେ ଚଉଦ (୪୦), ସରୁ କୁସୁମଫୁଲ (୪୦), ସରୁ ସୁନାକାଠି(୪୫) ଆଦି ଅରୁଆ ଚାଉଳ ଆଜି ଉପଲବ୍ଧ ରହିଥିବା ବେଳେ ମଲ୍ଲୀ ଫୁଲ (୪୦), ବାସ ପତ୍ରୀ’ (୪୫), କର୍ପୂରକାନ୍ତି (୫୦) ଓ ସରୁ ଜବାପୁଲ (୪୫) ଟଙ୍କା ପ୍ରତି କିଲୋ ହିସାବରେ ବିକ୍ରୀ ହେଉଛି ।

ଉସୁନା ଚାଉଳ

ଲମ୍ବା-ପତଳା ମଲ୍ଲୀ ଫୁଲ, ଦଶମତୀ, ମଧମ ସୁନାହରିଣ, ରାତ କିରାନୀ, ଭଜନା, ବହୁରୂପୀ, ସୁନାକାଠି, ଝୁଲ୍ଲୀ, କମଳ, ଶଙ୍କରୀ, ବଗରୀ ଝୁଲୁ । ଆଦି ଉସୁନା ଚାଉଳର ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ସମୟରେ ଏମାନଙ୍କ ଦର କିଲୋ ପ୍ରତି ୩୫ ରୁ ୫୦ ଟଙ୍କା ରହିଛି ।

ଲେଖା ଏବଂ ପ୍ରାପ୍ତ - ଲଲାଟେନ୍ଦୁ ଦାଶ, ବରଗଡ଼

2.94285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top