ହୋମ / କୃଷି / କୃଷି କ୍ଷେତ୍ର ରେ ସଫଳ ବ୍ୟକ୍ତି / ସୁଧାଂଶୁଙ୍କ ‘ରୁଫ୍ଟଫ୍ ଗାର୍ଡେନ୍’
ସେଆର କରନ୍ତୁ

ସୁଧାଂଶୁଙ୍କ ‘ରୁଫ୍ଟଫ୍ ଗାର୍ଡେନ୍’

ସୁଧାଂଶୁଙ୍କ ‘ରୁଫ୍ଟଫ୍ ଗାର୍ଡେନ୍’ କିପରି କରିଛନ୍ତି ଆଲୋଚନା କରାଯାଇଛି ।

ରୁଫ୍ଟଫ୍ ଗାର୍ଡେନ୍

ଗଛଲତା ପ୍ରତି ଥିବା ଭଲ ପାଇବା ତାଙ୍କ ବଗିଚାରୁ ସ୍ପଷ୍ଟ ବାରି ହୋଇପଡ଼େ । ଭଳିକି ଭଳି ସବୁଜିମାଭରା ବୃକ୍ଷଲତାର ସମ୍ଭାରରେ ହସୁଛି ତାଙ୍କର ଏହି ବଗିଚା(ରୁଫ୍ଟପ୍ ଗାର୍ଜେନ୍) । ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଖତ ସାର ଓ କୀଟନାଶକ ପ୍ରୟୋଗ କରି ଘରେ ବିଭିନ୍ନ ଫୁଲ, ପନିପରିବା ଫଳାଇପାରିଛନ୍ତି । ନିଜେ ବିଭିନ୍ନ ଚାରାଗଛ ଓ ଜୈବିକ ଖତ ତିଆରି କରି ଅନ୍ୟମାନଙ୍କୁ ବାଣ୍ଟିବାର ମଜା ଅଲଗା ବୋଲି କୁହନ୍ତି ସୁଧାଂଶୁ କୁମାର ପରିଜା ।

ସୁଧାଂଶୁ କୁମାର ପରିଜା ପରିଚୟ

ସୁଧାଂଶୁ କୁମାର ପରିଜା । ବୟସ ୬୮ । ଶିକ୍ଷାଗତ ଯୋଗ୍ୟତା ବିଏସସି ଏଜି । ସରକାରୀ ଚାକିରୀରୁ ଅବସର ମିଳିସାରିଛି ।

ତେଣୁ ଅବସର ସମୟକୁ ଅତିବାହିତ କରିବା ପାଇଁ କରିଛନ୍ତି ଗାଡେନ୍ ।

ଆଇଆରସି ଭିଲେଜରେ ରହୁଥିବା ସୁଧାଂଶୁ ଛାତ ଉପରେ ୨ହଜାର ସ୍ତୋୟାରଫୁଟ୍‌ରେ ତିଆରି କରିଛନ୍ତି ଏକ ରୁଫ୍ଟପ୍ ଗାଡେନ୍ ଓ ୟୁଏଟିରେ ପାଠ ପଢୁଥିବା ସୁଧାଂଶୁ ଓୟୁଏଟିରେ ରିସର୍ଜ ଆସିଷ୍ଟାଣ୍ଟ ଭାବେ କିଛି ଦିନ ଚାକିରୀ କରିବା ସହ ଏସବିଆଇରେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ରୂପେ କାର୍ଯ୍ୟ କରି ୨୦୦୯ରେ -୯ ଅବସର ନିଅନ୍ତି । ଗଛଲତା ପ୍ରତି ଅବା ଭଲ ପାଇବା ପାଇଁ ଆରମ୍ଭ କରନ୍ତି ଏକ ରୁଫ୍ଟଫ୍ ଗାର୍ଡେନ୍ ।

ରୁଫ୍ଟଫ୍ ଗାର୍ଡେନ୍ ପ୍ରଣାଳୀ ଓ ବିଭିନ୍ନ ଗଛ

ଏହି ଗାର୍ଡେନ୍ ରେ  ରହିଛି ବିଭିନ୍ନ ପ୍ରଜାତିର ଫୁଲ, ଫଳ,ପନିପରିବା ଓ ଔଷଧୀୟ ବୃକ୍ଷ । ଟଗର, ମଲ୍ଲି, ତରାଟ, ସେବତୀ, ଗୋଲାପ, କନିଅର, ଗେଣ୍ଡୁ ଭଳି ବିଭିନ୍ନ ଫୁଲ ଗଛ ବି ରହିଛି। ଏହା ସହ ବାଇଗଣ, କଞ୍ଚାଲଙ୍କା, ଟମାଟୋ, ଶାଗ, ପାଦିନୀପତ୍ର, ଝୁଡଙ୍ଗ, ଜହ୍ନି, କଲରା ଆଦି ପନିପରିବା ମଧ୍ୟ ଲଗାଇଛନ୍ତି । ଔଷଧୀୟ ବୃକ୍ଷ ମଧ୍ୟରେ ଅମରପୋଇ, ଇନ୍‌ସୁଲିନ୍ ( ଡାଇବେଟିସ୍ ରୋଗ) ପାଇଁ, ତୁଳସୀ, ଜୁଆଣୀ, ଏଲୋଭେରା, ଆଦି ଗଛ ରହିଛି । ‘ଇନସୁଲିନ୍ ପତ୍ରରେ ଡାଇବେଟିସ୍ ଭଲ ହେଉଥିବାରୁ ଏହାର ଚାହିଦା ଅଧିକ ରହିଛି ବୋଲି ସୁଧାଂଶୁ କୁହନ୍ତି ।

ଘରେ ମାଛକାତି ଖତ, ଜିଆଖତ, ସବୁଜସାର (ସବୁଜ ପତ୍ର) ନିମ୍ବ ଖତ, ନଡିଆକତା ଗୁଣ୍ଡ ଆଦି ପ୍ରସ୍ତୁତ କରି ଗଛରେ ପ୍ରାୟୋଗ କରିଥାନ୍ତି । ଏହା ସହ ଜୈବିକ ସାର ଭାବରେ 'ହାଣ୍ଡି ଔଷଧ'କୁ ସେ ବ୍ୟବହାର କରିଥାନ୍ତି ବୋଲି କହିଛନ୍ତି । ଏହି ‘ହାଣ୍ଡି ଔଷଧ' ଗୋବର, ଗୋମୂତ୍ର, ଗୁଡ, କରଞ୍ଜପତ୍ର,ନିମ୍ବପତ୍ର, ଅରଖପତ୍ର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ । ଏକ ମାଟି ହାଣ୍ଡିରେ ଉପରୋକ୍ତ ମିଶ୍ରଣକୁ ନେଇ ୧୦ ଦିନ ପର୍ଯ୍ୟନ୍ତ ସଢିବାକୁ ଦିଆଯାଏ ଏବଂ ହାଣ୍ଡିର ମୁହଁରେ କପଡା ବାନ୍ଧି ଦିଆଯାଏ । ୧୦ ଦିନ ପରେ ଏହି ମିଶ୍ରଣକୁ ସେ ତରଳ କୀଟନାଶକ ଭାବେ ଗଛମୂଳରେ ଦେଇଥାନ୍ତି । ୨୦ ମି.ଲି ତରଳ ସାରକୁ ୧ ଲିଟର ପାଣିରେ ଗୋଳାଇ କୀଟନାଶକ ଭାବେ ବ୍ୟବହାର କରିଥାନ୍ତି । ଜିଆଖତ ପ୍ରସ୍ତୁତି ପାଇଁ ସେ ବାଡ଼ିରେ ଏକ ସିମେଣ୍ଟ ସେଡ୍ ତିଆରି କରିଛନ୍ତି । ଜୈବିକ କୃଷି ବିଷୟରେ ଅଧିକ ଜାଣିବା ପାଇଁ ସେ ସିଙ୍ଗାପୁର, ମାଲେସିଆ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି । ନିଜ ସଉକରେ ଆଚାର, ଜାମ୍, ଜେଲି, ସ୍କାସ୍ ଆଦି ପ୍ରସ୍ତୁତ କରି ଘରେ ବ୍ୟବହାର କରବା ସହ ପତିଶାରେ ମଧ୍ୟ ବାଣ୍ଟିଥାନ୍ତି । ଏହା ବ୍ୟତୀତ ସୁଧାଂଶୁ ଘରେ ‘ଅମୃତଜଳ' ପ୍ରସ୍ତୁତ କରିଥାନ୍ତି । ଏଥିପାଇଁ ସଦ୍ୟ ଗୋବର ୧ କେଳି, ଗୋମୂତ୍ର ୧ଲିଟର, ଗୁଡ୫୦ଗ୍ରାମ୍, ହୁଙ୍କାମାଟି ୧ କେଜି, ପାଣି ୧୦ ଲିଟରକୁ ମିଶ୍ରିତ କରି ଭଲ ଭାବରେ ଗୋଳାନ୍ତୁ । ଏହାକୁ ଏକ ପ୍ଲାଷ୍ଟିକ୍ ଭ୍ରମରେ ଛାତ ଉପରେ ଛାଇରେ ୨ ରୁ ୩ ଦିନ ରଖନ୍ତୁ। ୩ ରୁ ୭ ଦିନ ପରେ ପ୍ରସ୍ତୁତ ୧ ଲିଟର ଘୋଳରେ ୧୦ ଲିଟର ପାଣି ମିଶାଇ ଗଛରେ ସ୍ରୋ କଲେ ଗଛରେ ରୋଗପେକ କମ୍ ହୋଇଥାଏ । ଏହି କାର୍ଯ୍ୟରେ ସୁଧାଂଶୁଙ୍କୁ ତାଙ୍କ ସ୍ତ୍ରୀ ଦୂର୍ଗେଶ ନନ୍ଦିନୀ ପରିଜା ସହଯୋଗ କରିଥାନ୍ତି ।

ଆଧାର – କୃଷି ବିଭାଗ

2.98
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top