অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵରୋଜଗାର କ୍ଷମ ପାଇଁ ଲୋଡା ଦୃଢ ମନୋବଳ ଓ ପରିଶ୍ରମ

ସ୍ଵରୋଜଗାର କ୍ଷମ ପାଇଁ ଲୋଡା ଦୃଢ ମନୋବଳ ଓ ପରିଶ୍ରମ

ପରିଚୟ

ବିଏ ପାସ ପରେ ରୋଜଗାର ଚିନ୍ତା ଘାରିଲା । ସେତେବେଳେ ତାଙ୍କ ଗାଁର କେତେଜଣ ଯୁବକ ବାହାର ରାଜ୍ୟକୁ ଯାଇ ରୋଜଗାର କରୁଥିଲେ । କିନ୍ତୁ ଗାଁରେ ରହି କିପରି ରୋଜଗାର କରିହେବ ସେକଥା ସେ ଭାବିଚାଲିଲେ  ।

ତେବେ ଚାକିରି ପ୍ରତି ମନ ନ ବଳାଇ ଆରମ୍ଭ କଲେ ବ୍ୟବସାୟ । ମାତ୍ର ପରିବର୍ତ୍ତୀ ସମୟରେ ଚାଷକାର୍ଯ୍ୟକୁ ଆପଣେଇନେଲେ । ଆଉ ବର୍ଷ କେଇଟାରେ ସ୍ଵାଭାଲମ୍ବି ହେବା ସହ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନିଜକୁ ପ୍ରତିପାଦିତକରାଇବାରେ ସକ୍ଷମ ହେଲେ ।  ସେ ହେଲେ ପ୍ରସନ୍ନ ପରିଡା

ଚାଷ ପାଇଁ ମନ ବଳାଇଲେ

ଖୋର୍ଦ୍ଧାଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହାଟବରଡ଼ିହି ଗ୍ରାମପଞ୍ଚାୟତର ପରିଡାସାହିରେ ତାଙ୍କର ଜନ୍ମ । ପିତା ନୃସିଂହ ପରିଡା ଓ ମାଆ ଅପିଦେଇ । ଗାଁ ସ୍କୁଲରୁ ପାଠ ପଢା ଆରମ୍ଭ କରିଥିବା ପ୍ରସନ୍ନ ନିରାକାରପୁର କଲେଜରୁ ଶ୍ନାତକ ଡିଗ୍ରୀ ହାସଲ କାଲେ । ଏହାପରେ ରୋଜଗାର ପାଇଁ ଚିନ୍ତା କଲେ । ଚିଲିକାରୁ ଚିଙ୍ଗୁଡି ଓ ଆଖପାଖ ଗାଁରୁ ବାଉଁଶ ସଂଗ୍ରହକରି କିଛି ଦିନ ବ୍ୟବସାୟ କଲେ । ମାତ୍ର ଏଥିରେ କ୍ଷତି ହେବାରୁ ତାଙ୍କ ମନ ଭାଙ୍ଗିପଡିଲା । କିଛି ଅଲଗା ଚାଷ ପାଇଁ ମନ ବଳାଇଲେ । ତେଣୁ ଘରେ ନ ବସି ଚାଷ ପାଇଁ ମନ ବଳାଇଲେ ।

ଚାଷ କରି ସ୍ଵାଭାଲମ୍ବୀ

ପ୍ରଥମକରି ସେ ୧୯୯୬ରେ ଆରମ୍ଭକଲେ ଧାନ ଚାଷ । ତା’ପରେ ମୁଗ ଚାଷ କଲେ । ପ୍ରାରମ୍ଭିକ ସଫଳତା ତାଙ୍କୁ ଉତ୍ସାହିତ କଲା । ଅଧିକ ଲାଭ ଆସାରେ ବାଦାମ, ମୁଗ, ବିରି, ସୂର୍ଯ୍ୟମୂଖୀ ଆଦି ଚାଷ କଲେ  । ଏଥିରେ ବାର୍ଷିକ ପ୍ରାୟ ୨ ଟଙ୍କା ଲାଭ ମିଳିଲା । ଏବେ ସେ ଏକର ଜମିରେ ସୂର୍ଯ୍ୟମୁଖୀ , ୩ ଏକର ଜାଗାରେ ବାଦାମ, ୩ ଏକର ଜମିରେ ବିରି, ୨ ଏକର ଜମିରେ ଧାନ ଚାଷ କରି ସ୍ଵାଭାଲମ୍ବୀ ହୋଇପାରିଛନ୍ତି । ଚଳିତବର୍ଷ ଚିଲିକା ବ୍ଲକ ଅଞ୍ଚଳର ସଫଳ ଚାଷୀଭାବେ କୃଷିକର୍ମଣ ପୁରସ୍କାର ଲାଗି ମନୋନୀତ ହୋଇଥିବା ପ୍ରସନ୍ନ ସ୍ଵରୋଜଗାର ହେବା ପାଇଁ ଦୃଢ ମନୋବଳ ଆଉ ପରିଶ୍ରମ ଆବଶ୍ୟକ ବୋଲି କହନ୍ତି  ।

ଆଧାର - କୃଷି ବ୍ୟୁରୋ

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate