ହୋମ / କୃଷି / କୃଷି ନିର୍ଦେଶିକା / ଅଣ-କାଠ ବନଜାତ ଦ୍ରବ୍ୟର ଚିରନ୍ତନ ସଂଗ୍ରହ ଏବଂ ପରବର୍ତ୍ତୀ ପରିଚାଳନା
ସେଆର କରନ୍ତୁ

ଅଣ-କାଠ ବନଜାତ ଦ୍ରବ୍ୟର ଚିରନ୍ତନ ସଂଗ୍ରହ ଏବଂ ପରବର୍ତ୍ତୀ ପରିଚାଳନା

ଯଦ୍ୟପି, ସାଧାରଣତଃ କୃଷିକୁ କୌଣସି ଅର୍ଥନୀତିର ମେରୁଦଣ୍ଡ ଭାବରେ ବିଚାର କରାଯାଏ, ଅନ୍ୟାନ୍ୟ ସମ୍ବନ୍ଧୀତ ବୃତ୍ତିର ମଧ୍ୟ ମହତ୍ୱ ବୃଦ୍ଧି ପାଉଛି I

ଉପକ୍ରମଣିକା

ଯଦ୍ୟପି, ସାଧାରଣତଃ କୃଷିକୁ କୌଣସି ଅର୍ଥନୀତିର ମେରୁଦଣ୍ଡ ଭାବରେ ବିଚାର କରାଯାଏ, ଅନ୍ୟାନ୍ୟ ସମ୍ବନ୍ଧୀତ ବୃତ୍ତିର ମଧ୍ୟ ମହତ୍ୱ ବୃଦ୍ଧି ପାଉଛି I ସୈଦ୍ଧାନ୍ତିକ ଭାବେ ଏନ୍ଟିଏଫ୍ପି (ଅଣ-କାଠ ବନଜାତ ଦ୍ରବ୍ୟ) କହିଲେ କାଠକୁ ଛାଡି ସେହି ସମସ୍ତ ଜୈବିକ ବସ୍ତୁକୁ ବୁଝାଏ ଯାହାକୁ ପ୍ରାକୃତିକ ଜଙ୍ଗଲରୁ ମାନବ ଓ ପଶୁମାନଙ୍କ ବ୍ୟବହାର ପାଇଁ ନିର୍ଯ୍ୟାସ କରାଯାଇଥାଏ I ଏହା ଭିତରେ ଗଛରୁ ମିଳୁଥିବା ତନ୍ତୁ, ଘର କରଣା ଦ୍ରବ୍ୟ, ଔଷଧ, ଖାଇବା ଯୋଗ୍ୟ ପତ୍ର, ମୂଳ, ଫୁଲ, ଫଳ, ମଞ୍ଜି, ଚଣା, ମହୁ, ଝୁଣା, ଅଠା, ଲାଖ ଇତ୍ୟାଦି ଅନ୍ତର୍ଭୁକ୍ତ ଯାହାର ଉଭୟ ଖାଦ୍ୟପୋଯୋଗୀ ତଥା ବଦଳ ମୁଲ୍ୟ ରହିଛି I ଏହି ସବୁ ଦ୍ରବ୍ୟର ଆୟକାରୀ ସାମର୍ଥ୍ୟ ରହିଥିବା ସହ ଏହା ରୋଜଗାର ମଧ୍ୟ ଦେଇଥାଏ I ଜାତୀୟ ଜଙ୍ଗଲ ନୀତି, ୧୯୮୮ ପୁର୍ବରୁ ଅଣ-କାଠ ବନଜାତ ଦ୍ରବ୍ୟ (ଏନ୍ଟିଏଫ୍ପି) ସବୁ ଲଘୁ ବନଜାତ ଦ୍ରବ୍ୟ ଭାବେରେ ପରିଗଣିତ ହେଉଥିଲା ଯାହାକି କେନ୍ଦୁ ପତ୍ର (ବିଡି ପତ୍ର) ଓ କିଛି ଅନ୍ୟ ଦ୍ରବ୍ୟକୁ ବୁଝାଯାଉଥିଲା I ଆର୍ଥିକ ମୂଲ୍ୟ ବ୍ୟତୀତ, ବନବାସୀମାନଙ୍କ ପାଇଁ ଏନ୍ଟିଏଫ୍ପିର ଅଣ-ଆର୍ଥିକ ମୂଲ୍ୟ ଅଧିକ ମହତ୍ୱପୁର୍ଣ କାରଣ ଏହି ପ୍ରକାର ଦ୍ରବ୍ୟର ଅଧିକ ଭାଗ ବଜାରକୁ ଯାଏ ନାହିଁ ଏବଂ ବହୁତ ଅଳ୍ପ ମୁଲ୍ୟଯୋଗ ସହ ସ୍ଥାନୀୟ ଅଞ୍ଚଳରେ ଏହିସବୁ ପଦାର୍ଥ ବ୍ୟବହୃତ ହୋଇଯାଇଥାଏ I ଅଣ-କାଠ ବନଜାତ ଦ୍ରବ୍ୟ (ଏନ୍ଟିଏଫ୍ପି) ଆଦିବାସୀମାନଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅଙ୍ଗ ଏବଂ ସେମାନେ ଜଙ୍ଗଲ ଓ ଜଙ୍ଗଲ-ଜାତ ଦ୍ରବ୍ୟ ସହ ଏକ ପ୍ରତୀକାତ୍ମକ ସମ୍ପର୍କ ବଜାୟ ରଖନ୍ତି I ବିଶିଷ୍ଟ ଭାବରେ, କୃଷି-ଜନିତ ଉତ୍ପାଦନର ଅନିଶ୍ଚିତତା ସମୟରେ, ଆଦିବାସୀଙ୍କର ଏନ୍ଟିଏଫ୍ପି ଉପରେ ଖାଦ୍ୟ ସୁରକ୍ଷା ତଥା ଔଷଧ ଓ ଆୟପାଇଁ ନିର୍ଭରତା ବହୁତ ଅଧିକ ବଢ଼ିଯାଏ I

ଓଡିଶାର ଜଙ୍ଗଲରେ ୧୨୦ରୁ ଅଧିକ ପ୍ରଜାତିର ଏନ୍ଟିଏଫ୍ପି ଦେଖାଯାଏ ଯାହା ରାଜ୍ୟର ଗ୍ରାମୀଣ ଜନତା ତଥା ଆଦିବାସୀମାନଙ୍କ ଉନ୍ନତି ପାଇଁ ଉପାଦେୟ ହୋଇପାରିବ I କିନ୍ତୁ, ଏହାର ସଂଗ୍ରହ, ପ୍ରକ୍ରିୟାକରଣ, ବିପଣନ ଏବଂ ଆୟକୁ ବଢାଇବା ପାଇଁ ରାଜ୍ୟ ସରକାର ଅତୀତରେ ପର୍ଯ୍ୟାପ୍ତ ପ୍ରଯତ୍ନ କରିନାହାନ୍ତି I ଫଳତଃ, ଉପଲବ୍ଧ ଏନ୍ଟିଏଫ୍ପିର କମ ଉପଯୋଗିତା ଯୋଗୁଁ ଜଙ୍ଗଲର ଆଖ ପାଖରେ ରହୁଥିବା ଗରିବ ଅଧିବାସୀଙ୍କର ଜୀବିକା ତଥା ସରକାରଙ୍କ ଜଙ୍ଗଲ ଟିକସ ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ I ଏହିସବୁ ପରିସ୍ଥିତିକୁ ବିଚାରକରି, ସମୟ ସମୟରେ ବିଭିନ୍ନ ଜଙ୍ଗଲ ଆଇନ୍ ଓ ନିୟମସବୁ ପ୍ରଣୟନ କରାଯାଇ ପ୍ରବର୍ତ୍ତନ କରାଯାଉଅଛି ଏବଂ ଏହାସହ ମଧ୍ୟସ୍ଥ, ବ୍ୟାପାରୀ ଏବଂ ବ୍ୟବସାୟୀମାନଙ୍କର ଶୋଷଣକାରୀ କାରବାରକୁ ବନ୍ଦ କରିବା ପାଇଁ ଅନେକ ଅନୁଷ୍ଠାନ ସ୍ଥାପନ କରାଯାଇଛି I

ପାଥୱେଜ୍ ପ୍ରକଳ୍ପ ଚାଷୀମାନଙ୍କ ଦ୍ୱାରା ଜଙ୍ଗଲ ଜମିରୁ ମହୁଲ ଫୁଲ ସଂଗ୍ରହକୁ ଏକ ଏନ୍ଟିଏଫ୍ପି କାର୍ଯ୍ୟକ୍ରମ ଭାବରେ ଧ୍ୟାନ କେନ୍ଦ୍ରିତ କରିଥାଏ I ଓଡିଶାର ଗ୍ରାମବାସୀମାନେ ସେମାନଙ୍କ ଜୀବିକାପାଇଁ 'ମହୁଲ' ଫୁଲ ଉପରେ ନିର୍ଭର କରନ୍ତି I ଫେବୃଆରୀ ମାସ ଠାରୁ ଆରମ୍ବ କରି ମଇ ମାସ ପର୍ଯ୍ୟନ୍ତ 'ମହୁଲ' ଫୁଲ ସଂଗ୍ରହ କରିବାପାଇଁ ସର୍ବୋତ୍କୃଷ୍ଟ ସମୟ I ଜଙ୍ଗଲ ଆଖପାଖରେ ରହୁଥିବା ଅଧିକାଂଶ ଆଦିବାସୀ ବର୍ଷକରେ ପ୍ରାୟ ଛ' ରୁ ସାତ ମାସ ପର୍ଯ୍ୟନ୍ତ ଏହି ପ୍ରକାର ଦ୍ରବ୍ୟ ଉପରେ ନିର୍ଭର କରନ୍ତି I ସମସ୍ତ ଗ୍ରାମବାସୀ, ବିଶେଷତଃ ମହିଳାମାନେ ବଡି ଭୋର୍ ରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ 'ମହୁଲ' ଫୁଲ ସଂଗ୍ରହ କରି ଶୁଖାଇବା ପାଇଁ ଘରକୁ ନେଇଯାଆନ୍ତି I ତେଣୁ ସେମାନଙ୍କୁ ମହୁଲ ଫୁଲର ଉନ୍ନତ ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ଅଭ୍ୟାସ ବିଷୟରେ ସଚେତନ କରିବା ଆବଶ୍ୟକ I

ମଡ୍ୟୂଲ୍ ଓ ଅଧିବେଶନ

ଏହି ଏନ୍ଟିଏଫ୍ପି ଟୁଲ୍ କିଟ୍ କୁ ଦୁଇଟି ମୁଖ୍ୟ ମଡ୍ୟୂଲ୍ ରେ ବିଭକ୍ତ କରାଯାଇଛି, ଯଥା (୧) ଏନ୍ଟିଏଫ୍ପି ର ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ଏବଂ (୨) ମହୁଲ ଫୁଲର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା I ଦ୍ୱିତୀୟ ମଡ୍ୟୂଲ୍ ଯଥା, ମହୁଲ ଫୁଲର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ମଡ୍ୟୂଲଟି ଦୁଇଟି ଅଧିବେଶନରେ ବିଭକ୍ତ: ତାହା ହେଲା: ମହୁଲ ଫୁଲର ଉନ୍ନତ୍ତ ସଂଗ୍ରହ ଅଭ୍ୟାସ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା I ସଞ୍ଚାଳିତ ହେବାକୁ ଥିବା ପ୍ରଶିକ୍ଷଣ ଅଧିବେଶନସବୁ ମହୁଲ ଫୁଲର ଗୁଣବତ୍ତା ସମ୍ପର୍କରେ ପ୍ରାଥମିକ ସଂଗ୍ରହକାରୀଙ୍କ ଜ୍ଞାନ ବଢାଇବା ସହ ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ଅଭ୍ୟାସ ବିଷୟରେ ସେମାନଙ୍କ ସଚେତନତା ବୃଦ୍ଧି କରିବ I ଏହି ଅଧିବେଶନ ସବୁ ମହୁଲ ସଂଗ୍ରହକାରୀମାନଙ୍କୁ ସାପ୍ତାହିକ କିମ୍ବା ଦ୍ୱି-ସାପ୍ତାହିକ ସଭା ମାଧ୍ୟମରେ ସିଆରପିଙ୍କ ଦ୍ୱାରା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତିରେ ଶିକ୍ଷା ପ୍ରଦାନ କରାଯିବ I

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା : ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I

ମଡ୍ୟୂଲ

ମଡ୍ୟୂଲ ୧: ଅଣ-କାଠ ବନଜାତ ଦ୍ରବ୍ୟ (ଏନଟିଏଫପି)ର ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ବିଷୟରେ ଉପକ୍ରମ I

ମଡ୍ୟୂଲ ୨: ମହୁଲ ଫୁଲର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା I

ଅଧିବେଶନର ଶୀର୍ଷକ

ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I ଏହା ସର୍ବଦା ପ୍ରାଥମିକ ମହୁଲ ସଂଗ୍ରହକାରୀଙ୍କ ପାଇଁ ଉଦ୍ଦିଷ୍ଟ I

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି, ମୁଖ୍ୟତଃ ପୋଷ୍ଟର I ଯଦି କୌଣସି ଅଧିବେଶନରେ ବ୍ୟଖ୍ୟାନ ପରେ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି, ତେବେ ସିଆରପିମାନେ ଆଗରୁ ନିଷ୍ପତ୍ତି ନେବା ଦରକାର ବ୍ୟଖ୍ୟାନ ଅଧିବେଶନ ପରେ ମହୁଲ ସଂଗ୍ରହକାରୀମାନେ କେଉଁ ଜାଗାରେ ଏକତ୍ରିତ ହେବେ I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ ପ୍ରବାହ

. ପୃଷ୍ଠଭୁମି

ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମି ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

  • ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I
  • କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ସିଆରପିଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ମହୁଲ ସଂଗ୍ରହକାରୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I
  • ପରବର୍ତ୍ତୀ ପଦକ୍ଷେପ ହେଉଛି ସିଆରପି ମହୁଲ ସଂଗ୍ରହକାରୀମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ସ୍ପଷ୍ଟ କରିବେ ତଥା ସେହି ନିର୍ଦ୍ଦିଷ୍ଟ ପଦ୍ଧତିକୁ ପ୍ରଚଳନ କରିବାର ଉତ୍କର୍ଷତା ବିଷୟରେ ଅଂଶଗ୍ରହଣକାରୀଙ୍କୁ ବୁଝାଇବେ I ଏହା ପରେ ପୋଷ୍ଟର୍ ମାଧ୍ୟମରେ ସିଆରପି ଏହି କାର୍ଯ୍ୟକ୍ରମଟି କିପରି କରାଯିବ ବର୍ଣ୍ଣନା କରିବେ I

. ଉପସଂହାର

  • ସିଆରପିଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ କି ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସଂଦେହ ଥାଏ ତେବେ ତାହାକୁ ଦୂର କରିବେ ଓ ଶେଷରେ ସେମାନଙ୍କୁ ଶିଖିଥିବା ଅଭ୍ୟାସ ଗୁଡିକୁ ଗ୍ରହଣୀୟ କରିବା ପାଇଁ ପ୍ରବର୍ତାଇବେ I
  • ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ପୁନର୍ଗ୍ରହଣ କରିପାରୁଛନ୍ତି ନା ନାହିଁ ଜାଣିବା ପାଇଁ ସିଆରପିମାନେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣକୁ ପଚରାଯାଇ ପାରିବ କି ସେ ଅଧିବେଶନ ବିଷୟରେ କ'ଣ ବୁଝିଲେ I

ଅଧିବେଶନ କାର୍ଯ୍ୟବାହୀକୁ ଲିପିବଦ୍ଧ କରିବା

ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ମହୁଲ ସଂଗ୍ରହକାରୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I

"ଅଧିବେଶନ କାର୍ଯ୍ୟବାହୀ -ତଥା-ମତାମତ ଫର୍ମ"

ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I

ପ୍ରାରମ୍ଭିକ ଅଧିବେଶନ

ଅଣ-କାଠ ଜଙ୍ଗଲଜାତ ଦ୍ରବ୍ୟ (ଏନଟିଏଫପି) ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ସିଆରପିମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I.

  • ଅଧିବେଶନର ନାମ : ପ୍ରାରମ୍ଭିକ ଅଧିବେଶନ I
  • ଅଧିବେଶନର ଉଦ୍ଦେଶ୍ୟ: ଏହି ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହୁଲ ସଂଗ୍ରହକାରୀମାନଙ୍କୁ ପ୍ରଶିକ୍ଷଣ ମଡ୍ୟୂଲ୍ ସମ୍ପର୍କରେ ଦିଗ୍ଦର୍ଶନ ଦେବା ତଥା ମହୁଲ ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ଅଭ୍ୟାସ ବିଷୟରେ ସଚେତନତା ସୃଷ୍ଟି କରିବା I
    • ଅଂଶଗ୍ରହଣକାରୀ କେଉଁମାନେ: ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଅଣ-କାଠ ଜଙ୍ଗଲଜାତ ଦ୍ରବ୍ୟ (ଏନଟିଏଫପି) ସଂଗ୍ରହକାରୀମାନଙ୍କ ପାଇଁ ଏହି ପ୍ରାରମ୍ଭିକ ଅଧିବେଶନ ସିଆରପିମାନଙ୍କ ଦ୍ୱାରା ସଞ୍ଚାଳନ କରାଯିବ I
    • ସିଆରପିମାନଙ୍କ ପାଇଁ କ'ଣ ସବୁ ପ୍ରଶିକ୍ଷଣ ସାମଗ୍ରୀ ଦରକାର: ଉନ୍ନତ ପ୍ରଣାଳୀରେ ମହୁଲ ସଂଗ୍ରହ କରିବା ଇତ୍ୟାଦି ଦର୍ଶାଉଥିବା ପୋଷ୍ଟର ବ୍ୟବହାର କରିହେବ I

ଉପସଂହାର

ପ୍ରକଳ୍ପ ଜିଲ୍ଲାଗୁଡିକରେ କାମକରୁଥିବା ସିଆରପିମାନେ ନିଜ ନିଜ ଅଧିକୃତ କ୍ଷେତ୍ର ଭିତରେ ଲକ୍ଷ୍ୟ କରୁଥିବା ଉତ୍ତମ ଅଭ୍ୟାସ/ପ୍ରଥା ସବୁକୁ ଲିପିବଦ୍ଧକରି ଅନ୍ୟ ସିଆରପିମାନଙ୍କ ସହ ବାଣ୍ଟିବେ I ସେମାନେ ପ୍ରକଳ୍ପ ଗ୍ରାମରେ ପ୍ରଶିକ୍ଷଣ ଅଧିବେଶନ ସଞ୍ଚାଳନ କରିବା ସମୟରେ ଏହି ସାମଗ୍ରୀସବୁକୁ ପ୍ରକରଣ ଅଧ୍ୟୟନ (case study) ହିସାବରେ ମଧ୍ୟ ବ୍ୟବହାର କରି ପାରିବେ I

ଆଧାର – ପୋର୍ଟାଲ ଟିମ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top