ହୋମ / କୃଷି / କୃଷି ନିର୍ଦେଶିକା / ଉତ୍ପାଦର ଜମାସଂଗ୍ରହ, ପ୍ରକ୍ରିୟା ଏବଂ ଯୋଜନା
ସେଆର କରନ୍ତୁ

ଉତ୍ପାଦର ଜମାସଂଗ୍ରହ, ପ୍ରକ୍ରିୟା ଏବଂ ଯୋଜନା

ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା, ଏବଂ ଆୟକୁ ବଢାଇବା ପାଇଁ ଏହାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I

ଲକ୍ଷ୍ୟ

ଅଧିବେଶନର ଅନ୍ତିମ ପର୍ଯ୍ୟାୟ ଆଡକୁ ଅଂଶଗ୍ରହଣକାରୀମାନେ ନୁତନ ବଜାର ପହୁଞ୍ଚ, ବଜାର ସହ ବାରମ୍ବାର କାରବାର, ବଜାର କାରବାରୀଙ୍କ ବିଷୟରେ ଉତ୍ତମ ବୋଧତା ଏବଂ ଆପୂର୍ତ୍ତି-ଶୃଙ୍ଖଳର ଗତିଶୀଳତା ବିଷୟରେ ଅଧିକ ବିବରଣ ପାଇବେ I

ଶିକ୍ଷଣ ଉଦ୍ଦେଶ୍ୟ

  • ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା, ଏବଂ ଆୟକୁ ବଢାଇବା ପାଇଁ ଏହାର ମହତ୍ୱ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I
  • ପ୍ରତ୍ୟାଶିତ ଲାଭକାରୀ ବଜାର ବିଷୟରେ ଚାଷୀମାନଙ୍କର ସଚେତନତା ବଢାଇବା I
  • ବଳକା ଉତ୍ପାଦକୁ ଦଳଗତ ଭାବେ ବିକ୍ରୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସମୁଦାୟ/କୃଷକ ଦଳଗୁଡିକୁ ସାମର୍ଥୀକରଣ କରିବା I
  • ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କର ସଚେତନତା ବଢାଇବା I

ପ୍ରୟୋଜନ

ଗ୍ରାମରେ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି ଯାହା ଭିତରେ ଫସଲ, ପଶୁସମ୍ପଦ ଏବଂ ଅଣ-କାଠ ବନଜାତ ଦ୍ରବ୍ୟ ଅନ୍ତର୍ଭୁକ୍ତ I ଏହା ମଧ୍ୟ ସତ୍ୟ ଯେ, ଯଦ୍ୟପି ଚାଷୀମାନେ କୃଷି କରିବା ପାଇଁ ବହୁତ ଅଧିକ ଶ୍ରମ କରିଥାଆନ୍ତି, ସେମାନେ ସେମାନଙ୍କର ଶ୍ରମ ତୁଳନାରେ ଯଥାଚିତ ଆୟ ପାଆନ୍ତି ନାହିଁ I ଏହାର କାରଣ ହେଉଛି, ଚାଷୀମାନଙ୍କର ସୀମିତ ବଜାର ପହୁଞ୍ଚ ଏବଂ କମ ପରିମାଣର ପ୍ରକୃତଦତ୍ତ ସମ୍ପତ୍ତି I ଅଧିକାଂଶ ଚାଷୀ ଅତ୍ୟନ୍ତ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ଉତ୍ପାଦକୁ ବିକ୍ରୟ କରିଥାଆନ୍ତି ଯାହା ଚାଷୀମାନଙ୍କ ଉପରେ ଅକ୍ତିଆର ଜାହିର କରିବାକୁ ବ୍ୟବସୟୀକୁ ସୁଯୋଗ ଦେଇଥାଏ I ଚାଷୀମାନେ ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା ବିକ୍ରୀକେନ୍ଦ୍ରଗୁଡିକରେ ତାଙ୍କର ବଳକା କୃଷି ଉତ୍ପାଦକୁ ବିକ୍ରି କରି ତାହାର ଉଚିତ ଦର ନ ପାଇବାର କାରଣ ବିଷୟରେ ଜାଣିବାପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I ଉପଯୁକ୍ତ ଦର ପାଇବା ପାଇଁ ଅନ୍ୟ କ'ଣ ସବୁ ବିକଳ୍ପ ବ୍ୟବସ୍ଥା ହୋଇ ପାରିବ, ସେ ବିଷୟରେ ଚିନ୍ତା କରିବାକୁ ଏହା ସାମର୍ଥ୍ୟ ଦେବ I ପ୍ରତ୍ୟେକ ଉତ୍ପାଦ ପାଇଁ ଗ୍ରାମ୍ୟ ସ୍ତରରେ ହେଉଥିବା ବିପଣନ ପ୍ରକ୍ରୀୟା ପ୍ରାୟ ସବୁବେଳେ ବ୍ୟକ୍ତିଗତ ସ୍ତରରେ ସମାହିତ ହୋଇଥାଏ I ଚାଷୀ ବ୍ୟକ୍ତିଗତ ଭାବେ ଉତ୍ପାଦକୁ ସ୍ଥାନୀୟ ବଜାରରେ ବିକିଥାଏ ଯେଉଁଥିରୁ ଖୁବ କମ ଦର ମିଳିଥାଏ I ତେଣୁ, ଏହି ଟୁଲ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦକୁ ବିକ୍ରୟ କରିବା ପାଇଁ ଦଳଗତ ବିପଣନକୁ ଏକ ବିକଳ୍ପ କୌଶଳ ଭାବେ ବ୍ୟବହାର କରିବାକୁ ଶିକ୍ଷା ଦାନ କରିବ I ଏହା ବଳକା ଉତ୍ପାଦକୁ କେବଳ ଉଚ୍ଚ ସ୍ତର ବଜାରରେ ପହଞ୍ଚାଇବାକୁ ସାହାଯ୍ୟ କରିବ ତାହା ନୁହେଁ, ଉତ୍ପାଦର ସମାନ ମାନ ଓ ଦଳଗତ ମୂଲଚାଲ ଯୋଗୁଁ ବିବିନ୍ନ ବାଣିଜ୍ୟକ ସୂତ୍ର ମାଧ୍ୟମରେ ଏହା ଅପେକ୍ଷାକୃତ ଭଲ ଦର ପାଇବାରେ ମଧ୍ୟ ସାହାଯ୍ୟ କରିବ I ଚାଷୀମାନଙ୍କୁ ଉତ୍ପାଦର ମାନରେ ସମାନତା ରକ୍ଷାକରିବା ପାଇଁ ଗ୍ରାମରେ 'ନୁତତମ ସମାନ ଗୁଣବତ୍ତା ମାନଦଣ୍ଡ' ଯୋଜନା ପ୍ରସ୍ତୁତ କରିବାରେ ଏହି ମଡ଼୍ୟୁଲ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ସହ ସମସ୍ତ ଚାଷୀଙ୍କୁ ଏହି ସମ୍ମତ ମାନକୁ ପାଳନ କରିବାପାଇଁ ସାହାଯ୍ୟ କରିବ I

ପ୍ରକଳ୍ପ ଗ୍ରାମଗୁଡିକରେ ବର୍ତ୍ତମାନର ବଜାର ସଂଶ୍ଲିଷ୍ଟତା ଅଭ୍ୟାସସବୁ

ଅଧିବେଶନ ୪.୧

ପ୍ରକଳ୍ପ ଗ୍ରାମଗୁଡିକରେ ବର୍ତ୍ତମାନର ବଜାର ସଂଶ୍ଲିଷ୍ଟତା ଅଭ୍ୟାସସବୁ I

ଉଦ୍ଦେଶ୍ୟ

ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କ ସଚେତନତା ବୃଦ୍ଧିକରିବା ଏବଂ ସେମାନଙ୍କ ଆୟ ବଢାଇବା ପାଇଁ ଉତ୍ପାଦ ଜମା-ସଂଗ୍ରହ ପ୍ରକ୍ରିୟା ବିଷୟରେ ସମ୍ବେଦନଶୀଳ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ ବିଷୟରେ ପ୍ରସ୍ତୁତ ପୋଷ୍ଟର ପ୍ରଦର୍ଶନ ତଥା ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ–୧୫ମିନିଟ୍ |

ପୃଷ୍ଠଭୁମୀ

ଗ୍ରାମରେ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି ଯାହା ଭିତରେ ଫସଲ, ପଶୁସମ୍ପଦ ଏବଂ ଅଣ-କାଠ ବନଜାତ ଦ୍ରବ୍ୟ ଅନ୍ତର୍ଭୁକ୍ତ I ଏହା ମଧ୍ୟ ସତ୍ୟ ଯେ, ଯଦ୍ୟପି ଚାଷୀମାନେ କୃଷି କରିବା ପାଇଁ ବହୁତ ଅଧିକ ଶ୍ରମ କରିଥାଆନ୍ତି, ସେମାନେ ସେମାନଙ୍କର ଶ୍ରମ ତୁଳନାରେ ଯଥାଚିତ ଆୟ ପାଆନ୍ତି ନାହିଁ I ଏହାର କାରଣ ହେଉଛି, ଚାଷୀମାନଙ୍କର ସୀମିତ ବଜାର ପହୁଞ୍ଚ ଏବଂ କମ ପରିମାଣର ପ୍ରକୃତଦତ୍ତ ସମ୍ପତ୍ତି I ଚାଷୀମାନେ ବର୍ତ୍ତମାନ ବଜାରରେ ଉପଲବ୍ଧ ଥିବା ବିକ୍ରୀକେନ୍ଦ୍ରଗୁଡିକରେ ତାଙ୍କର ବଳକା କୃଷି ଉତ୍ପାଦକୁ ବିକ୍ରି କରି ତାହାର ଉଚିତ ଦର ନ ପାଇବାର କାରଣ ବିଷୟରେ ଜାଣିବାପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ I ଉପଯୁକ୍ତ ଦର ପାଇବା ପାଇଁ ଅନ୍ୟ କ'ଣ ସବୁ ବିକଳ୍ପ ବ୍ୟବସ୍ଥା ହୋଇ ପାରିବ, ସେ ବିଷୟରେ ଚିନ୍ତା କରିବାକୁ ଏହା ସାମର୍ଥ୍ୟ ଦେବ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଅଧିବେଶନକୁ ଆରମ୍ଭକରି ଗ୍ରାମବାସୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବର୍ତ୍ତମାନ ଅନୁସରଣ କରୁଥିବା ବଜାର ସଂଶ୍ଲିଷ୍ଟତା ଅଭ୍ୟାସସବୁ କ'ଣ ଏବଂ ସେମାନେ ତାଙ୍କର କୃଷି ଉତ୍ପାଦ ପାଇଁ ପାଉଥିବା ମୂଲ୍ୟ ଉପରେ ସନ୍ତୁଷ୍ଟ କି ? ଭଲ ଦର ନ ପାଇବାର କାରଣସବୁକୁ ଚିନ୍ତା କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରନ୍ତୁ I

ଗ୍ରାମରେ ମୁଖ୍ୟ ଜୀବିକାର ମୁଖ୍ୟ ଉତ୍ସ : ଗ୍ରାମରେ ଜୀବିକାର ମୁଖ୍ୟ ଉତ୍ସ ହେଲା କୃଷି ଯାହା ଭିତରେ ଫସଲ, ପଶୁସମ୍ପଦ ଏବଂ ଅଣ-କାଠ ବନଜାତ ଦ୍ରବ୍ୟ ଅନ୍ତର୍ଭୁକ୍ତ I ଯଦ୍ୟପି ଚାଷୀମାନେ କୃଷି କରିବା ପାଇଁ ବହୁତ ଅଧିକ ଶ୍ରମ କରିଥାଆନ୍ତି, ସେମାନେ ସେମାନଙ୍କର ଶ୍ରମ ତୁଳନାରେ ଯଥାଚିତ ଆୟ ପାଆନ୍ତି ନାହିଁ I ଏହିସବୁ କାର୍ଯ୍ୟ ସେମାନଙ୍କ ଉଦ୍ୟମ ତୁଳନାରେ ପର୍ଯ୍ୟାପ୍ତ ଆୟ ଦେବାରେ ସମର୍ଥ ହୋଇ ନ ଥାଏ I

ସୋପାନ - ୨ : ଚାଷୀମାନେ ତାଙ୍କର କୃଷିଜାତ ଉତ୍ପାଦର ଉଚିତ ମୂଲ୍ୟ ନ ପାଇବାର ଅନେକ କାରଣ ଅଛି I ଏହି ସବୁ ବିଷୟରେ ଚାଷୀମାନଙ୍କୁ ବୁଝାନ୍ତୁ I

  • ପାରିବାରିକ-ସ୍ତରରେ କୃଷି ଉତ୍ପାଦର ସୀମିତ ବଳକା : ସୀମିତଉତ୍ସ ଥିବାରୁ ଚାଷୀମାନେ ଯାହାସବୁ ଉତ୍ପାଦ ପାଇଥାଆନ୍ତି ସେଥିରୁ ଅଧିକତର ଭାଗ ସେମାନଙ୍କ ଖାଇବାରେ ଖର୍ଚ୍ଚ ହୋଇଯାଇଥାଏ ଏବଂ ଖୁବ କମ ବଳକା ବଜାରକୁ ବିକ୍ରୟ ପାଇଁ ଯାଇଥାଏ I ଉତ୍ପାଦ ବିଜ୍ରୟ କରିବା ସମୟରେ ଏହା ସେମାନଙ୍କ ମୂଲଚାଲ କରିବା କ୍ଷମତାକୁ କମାଇ ଦେଇଥାଏ I ବିଶେଷତଃ ଏହା କମ୍ ଜୀବିକାଉତ୍ସ ଥିବା ଗରିବଙ୍କ ପାଇଁ ପ୍ରଯୁଜ୍ୟ କାରଣ ସେମାନଙ୍କ ପାଖରେ ଖୁବ କମ୍ ପ୍ରକୃତଦତ୍ତ ସମ୍ପତ୍ତି ଥିବା ସହ ବଜାର ପହୁଞ୍ଚ ମଧ୍ୟ ସୀମିତ ହୋଇଥାଏ I
  • କୃଷି ଉତ୍ପାଦପାଇଁ ଉତ୍ତମ ମୂଲ୍ୟ ନ ପାଇବାର କାରଣ : ପ୍ରତ୍ୟେକ ଉତ୍ପାଦ ପାଇଁ ଗ୍ରାମ୍ୟ ସ୍ତରରେ ହେଉଥିବା ବିପଣନ ପ୍ରକ୍ରିୟା ପ୍ରାୟ ସବୁବେଳେ ବ୍ୟକ୍ତିଗତ ସ୍ତରରେ ସମାହିତ ହୋଇଥାଏ I ଚାଷୀ ବ୍ୟକ୍ତିଗତ ଭାବେ ଉତ୍ପାଦକୁ ସ୍ଥାନୀୟ ବଜାରେ ବିକିଥାଏ ଯେଉଁଥିରୁ ଖୁବ କମ ଦର ମିଳିଥାଏ I ଚାଷୀମାନେ ବ୍ୟକ୍ତିଗତ ଭାବେ ବିକ୍ରୟକରୁଥିବା ଉତ୍ପାଦର ପରିମାଣ କମ ହୋଇଥିବାରୁ ସେମାନେ ଅଧିକ ପରିବହନ ଖର୍ଚ୍ଚ ଓ ସମୟର ଅପଚୟ ଯୋଗୁଁ ଭଲ ଦର ପାଇବା ପାଇଁ ଏହାକୁ ସୁଦୂର ବଜାରକୁ ନେଇ ପାରନ୍ତି ନାହିଁ I
  • ସ୍ଥାନୀୟ ବ୍ୟାପାରୀଙ୍କ ଉପରେ ନିର୍ଭରତା : ଅଧିକାଂଶ ଚାଷୀ ଅତ୍ୟନ୍ତ ଜରୁରୀକାଳୀନ ପରିସ୍ଥିତିରେ ସେମାନଙ୍କ ଉତ୍ପାଦକୁ ବିକ୍ରୟ କରିଥାଆନ୍ତି ଯାହା ଚାଷୀମାନଙ୍କ ଉପରେ ଅକ୍ତିଆର ଜାହିର କରିବାକୁ ବ୍ୟବସୟୀକୁ ସୁଯୋଗ ଦେଇଥାଏ I ଏଥିସହ, ପ୍ରତିଯୋଗିତା, ସୂଚନା ଏବଂ ଚାଷୀମାନଙ୍କ ମଧ୍ୟରେ ସଚେତନତାର ଅଭାବ ସ୍ଥାନୀୟ ବ୍ୟାପାରୀଙ୍କୁ ଉତ୍ପାଦକୁ କମ ଦରରେ ପାଇବାକୁ ସାହାଯ୍ୟ କରିଥାଏ (ଯାହାକୁ ସାଧାରଣ ଭାବେ ଅଭାବୀ ବିକ୍ରୀ ମଧ୍ୟ କୁହାଯାଇଥାଏ) I ଚାଷୀମାନେ ସ୍ଥାନୀୟ ବ୍ୟାପାରୀଙ୍କ ଉପରେ ବର୍ଷ ବର୍ଷ ଧରି ନିର୍ଭର କରି ଆସୁଛନ୍ତି ଏବଂ ଏହି ପ୍ରଣାଳୀରୁ ବାହାରି ଆସି ଅନ୍ୟ ବିକଳ୍ପ ବିପଣନ ବ୍ୟବସ୍ଥାକୁ ଆଦୃତ କରିବା ସେମାନଙ୍କ ପକ୍ଷରେ ଅସୁବିଧା ହୋଇଥାଏ I ତେଣୁ ସେମାନେ ଏହି ଅନୈତିକ ଚକ୍ର ଫାନ୍ଦରେ ପଡି ପ୍ରଚଳିତ ପ୍ରଥା ଅନୁଯାୟୀ ସେମାନଙ୍କ ଉତ୍ପାଦକୁ ସ୍ଥାନୀୟ ବଜାରରେ ବିକ୍ରୟ କରିବା ପାଇଁ ବାଧ୍ୟ ହୁଅନ୍ତି I

ଉପସଂହାର

ଅଧିବେଶନର ଶେଷ ଆଡକୁ ଚାଷୀମାନେ ଉତ୍ପାଦର ଉଚିତ ଦର ନ ପାଇବାର ପରିସ୍ଥିତିରୁ କେମିତି ବାହାରି ଆସି ପାରିବେ ସେ ବିଷୟରେ ତାଙ୍କର ମତାମତ ରଖିବାକୁ ଉତ୍ସାହିତ କରନ୍ତୁ I ଏହାସହ ବିକଳ୍ପ ବିପଣନ କିମ୍ବା ଉତ୍ତମ ବଜାର ସଲଗ୍ନତା ପାଇଁ ସେମାନେ ଆବଶ୍ୟକ କରୁଥିବା ସାହାଯ୍ୟ ବିଷୟରେ ସଚେତନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top