ହୋମ / କୃଷି / କୃଷି ନିର୍ଦେଶିକା / ଏନ୍ଟିଏଫ୍ପିର ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଉପକ୍ରମ
ସେଆର କରନ୍ତୁ

ଏନ୍ଟିଏଫ୍ପିର ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଉପକ୍ରମ

ମହୁଲ ଫୁଲ ସଂଗ୍ରହ ଏବଂ ବିକ୍ରୟର ସୁପରିଚାଳନା ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା I

ମଡ୍ୟୂଲ୍-: ଏନ୍ଟିଏଫ୍ପିର ନିରନ୍ତର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ଉପକ୍ରମ

ଅଧିବେଶନ ୧.୧

ମହୁଲ ଫୁଲ ଏବଂ ଏନ୍ଟିଏଫ୍ପି ସଂଗ୍ରହ କରିବା କାର୍ଯ୍ୟକ୍ରମର ସୁପରିଚାଳନା I

ଉଦ୍ଦେଶ୍ୟ

ମହୁଲ ଫୁଲ ସଂଗ୍ରହ ଏବଂ ବିକ୍ରୟର ସୁପରିଚାଳନା ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନରବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ମହୁଲ ହେଉଛି ଏକ ବହୁବିଧ ଭାରତୀୟ ଜଙ୍ଗଲୀ ବୃକ୍ଷ ଯାହାର ଫୁଲ ସ୍ୱାଦିଷ୍ଟ ତଥା ପୁଷ୍ଟିକର I ମଧ୍ୟ ଭାରତର ଆଦିବାସୀ ବହୁଳ କ୍ଷେତ୍ରରେ ଏହି ଗଛ ସାଂସ୍କୃତିକ ଓ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଉପାଦେୟ I ଏହା ପ୍ରାୟ ୨୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ I ମହୁଲ ଫୁଲକୁ କିଛି ସ୍ଥାନରେ ନଗଦ ଟଙ୍କା ଭାବରେ ବ୍ୟବହାର କରାଯାଏ ଏବଂ ସଂଗ୍ରହ ଋତୁରେ ଏହାକୁ ବିକ୍ରୟ କରି ଦରକାରୀ ଖାଦ୍ୟ ପଦାର୍ଥ କିଣିବା ପାଇଁ ନିୟମିତ ଭାବେ ବ୍ୟବହାର କରାଯାଏ I ଆଦିବାସୀଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ମହୁଲ ଫୁଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥାଆନ୍ତି I ପ୍ରାୟତଃ, ମହିଳା ଓ ପିଲାମାନେ ଉଭୟ ସରକାରୀ ତଥା ଜଙ୍ଗଲ ଜମିରୁ ମହୁଲ ଫୁଲ ସଂଗ୍ରହ କରନ୍ତି I ଏହା ଏକ ସମୟ ଅତିବାହିତ କରିବା ପରି କାର୍ଯ୍ୟ ଯାହା କୌଣସି ପ୍ରକାର ଶାରୀରିକ ଶ୍ରମ ଦରକାର କରି ନ ଥାଏ, ତେଣୁ ସାଧାରଣତଃ ପୁରୁଷମାନେ ଏହି କାମ କରି ନ ଥାଆନ୍ତି I ଓଡିଶାରେ ପ୍ରତ୍ୟେକ ପରିବାର ପ୍ରତି ଋତୁରେ ପ୍ରାୟ ପାଞ୍ଚରୁ ଛଅ କୁଇଣ୍ଟାଲ୍ ମହୁଲ ଫୁଲ ସଂଗ୍ରହ କରିଥାଆନ୍ତି ଏବଂ ରାଜ୍ୟରେ ପ୍ରୟ ପଚାଶ ଲକ୍ଷ ପରିବାର ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି I ଦେଶର ୮୦ ପ୍ରତିଶତରୁ ଅଧିକ ମହୁଲ ଗଛ ଓଡିଶା, ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଦେଖାଯାଏ I ଏହି ଅଧିବେଶନର ମୌଳିକ ଉଦ୍ଦେଶ୍ୟ ହେଉଛି ମହୁଲ ଫୁଲ ସଂଗ୍ରହକୁ ଏକ ଗୌଣ ବୃତ୍ତି ଭାବେ ଗ୍ରହଣ କରିବାରେ ହେଉଥିବା ଲାଭ ବିଷୟରେ ଚାଷୀ ଓ ସେମାନଙ୍କ ପତି/ପତ୍ନୀଙ୍କୁ ସଚେତନ କରିବା I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ଓଡିଶାରେ ଅଭ୍ୟାସ କରାଯାଉଥିବା ପ୍ରଥା: ମହୁଲ ଫୁଲ ହେଉଛି ଏକ ଅଣ-କାଠ ବନଜାତ ଦ୍ରବ୍ୟ ଯାହାକୁ ଜଙ୍ଗଲ ଜମିରୁ ଲୋକେ ସଂଗ୍ରହ କରିଥାଆନ୍ତି I ଓଡିଶାର ଗ୍ରାମାବାସୀମାନେ ସେମାନଙ୍କ ଜୀବିକାର ଏକ ଉତ୍ସ ପାଇଁ ମହୁଲ ଫୁଲ ଉପରେ ନିର୍ଭର କରନ୍ତି I ଦେଶୀ ମଦ୍ୟ ପ୍ରସ୍ତୁତ କରିବା ପାଇଁ 'ମହୁଲ'କୁ କଞ୍ଚାମାଲ୍ ଭାବରେ ବ୍ୟବହାର କରାଯାଏ ଯାହା ଓଡିଶା ରାଜ୍ୟ ସରକାରଙ୍କ ପାଇଁ ଟିକସର ଏକ ବଡ ଉତ୍ସ I ଫେବୃଆରୀ ମାସରୁ ଆରମ୍ଭ କରି ମଇ ମାସ ପର୍ଯ୍ୟନ୍ତ 'ମହୁଲ' ଫୁଲ ସଂଗ୍ରହ କରିବାପାଇଁ ପ୍ରକୃଷ୍ଟ ସମୟ I ଜଙ୍ଗଲ ଆଖପାଖରେ ରହୁଥିବା ଅଧିକାଂଶ ଆଦିବାସୀ ବର୍ଷକରେ ପ୍ରାୟ ଛ' ରୁ ସାତ ମାସ ପର୍ଯ୍ୟନ୍ତ ଏହି ପ୍ରକାର ଦ୍ରବ୍ୟ ଉପରେ ନିର୍ଭର କରନ୍ତି ସମସ୍ତ ଗ୍ରାମବାସୀ, ବିଶେଷତଃ ମହିଳାମାନେ ବଡି ଭୋର୍ ରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ 'ମହୁଲ' ଫୁଲ ସଂଗ୍ରହ କରି ଶୁଖାଇବା ପାଇଁ ଘରକୁ ନେଇଯାଆନ୍ତି I ସେ ସବୁ ଶୁଖାଇଲାପରେ ମହାଜନକୁ ବିକ୍ରୟ କରାଯାଏ ଯାହାଉପରେ ଏହି ସବୁ ପଦାର୍ଥକୁ ବିକ୍ରି କରିବା ପାଇଁ ସେମାନେ ନିର୍ଭରଶୀଳ I ମହୁଲ ଫୁଲର ବିକ୍ରୟମୂଲ୍ୟ ସରକାରଙ୍କଦ୍ୱାରା ନିର୍ଧାରଣ କରାଯାଇଥାଏ ଏବଂ ବିକ୍ରେତାଙ୍କୁ ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ ନିଶ୍ଚିତ କରିବା ପାଇଁ ପଞ୍ଚାୟତ ସମିତିମାନଙ୍କୁ ଏହି ଦାୟୀତ୍ଵ ଦିଆ ଯାଇଛି I ଚାଷୀମାନେ ଉଭୟ ଫୁଲ ଓ ମଞ୍ଜି କିକ୍ରୟ କରନ୍ତି I ମହୁଲ ତେର ପ୍ରକାର ରୋଗ ଯଥା ଅମ୍ଲତା, ମଳ କଣ୍ଟକ, ଏକ କପାଳୀ, ଖାସ ଓ ହାକୁଟି, କିଡନୀ ରୋଗ ଏବଂ ଦାନ୍ତ ମାଢିରୁ ରକ୍ତ କ୍ଷରଣ ଇତ୍ୟାଦିର ଉପଶମ ପାଇଁ ଅତ୍ୟନ୍ତ ପ୍ରଭାବୀ I ମହୁଲ ରସ (ଜୁସ୍) ଓ ଜାମ୍ ମହୁଳକୁ ସହଜରେ ଖାଇବା ପାଇଁ ସାହାଯ୍ୟ କରିଥାଏ I ଏହାର ମଞ୍ଜିରୁ ବାହାର କରା ଯାଉଥିବା ତେଲକୁ ଚର୍ମର ଯତ୍ନ, ସାବୁନ୍ ଓ ଡିଟରଜେଣ୍ଟ୍ ତଥା ସାକାହାରୀ ବଟର୍ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ I ମହୁଲ ଫୁଲରୁ ପ୍ରସ୍ତୁତ ତେଲକୁ 'ତୋଡି ତେଲ' କୁହାଯାଏ ଓ ଏହା ବାତ ଏବଂ ଆଣ୍ଠୁଗଣ୍ଠି ଦରଜକୁ ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଏ I ଓଡିଶାର ଅବକାରୀ ଆଇନ ଅନୁସାରେ ପ୍ରତ୍ୟେକ ପରିବାର ଅଣ-ଋତୁରେ ଏକ କୁଇଣ୍ଟାଲ୍ ଓ ଉତ୍ପାଦନ ଋତୁରେ (ମାର୍ଚ୍ଚ, ଏପ୍ରିଲ ଓ ମଇ ମାସରେ) ପାଞ୍ଚ କୁଇଣ୍ଟାଲ୍ ପର୍ଯ୍ୟନ୍ତ ମହୁଲ ମହଜୁଦ୍ ରଖି ପାରିବେ I

ସୋପାନ-: ମହୁଲ ଫୁଲ ସଂଗ୍ରହ: ମହୁଲ ଗଛର ବିଶେଷତ୍ୱ ହେଉଛି ଏହା ପ୍ରାୟତଃ ଜଙ୍ଗଲ ସୀମା ବାହାରେ ଥିବା ସମୁଦାୟ-ଦ୍ୱାରା ସଂରକ୍ଷିତ ବୃକ୍ଷ ଏବଂ ପ୍ରତ୍ୟେକ ଗଛର ନିର୍ଦ୍ଦିଷ୍ଟ ଲାଭାର୍ଥୀ ରହିଥାନ୍ତି I ଗଛର ବୟସ ଓ ଗୋଲେଇ ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ I ମହୁଲ ଫୁଲ ଅତ୍ୟନ୍ତ ପୁଷ୍ଟିକର ଓ ଏହାର ସାଂସ୍କୃତିକ ମୂଲ୍ୟ ଅଛି I ଏହା ଜଣପ୍ରତି ୫୦ ରୁ ୬୦ ଟଙ୍କା ରୋଜଗାର କରିବା ପାଇଁ ସୁଯୋଗ ଦେଇଥାଏ I ଘରୋଇ ବଜାରରେ ଏହାର ବହୁତ ଅଧିକ ଚାହିଦା ଅଛି I ମାର୍ଚ୍ଚ ରୁ ମଇ ମାସ ମଧ୍ୟରେ ଏକ ଭଲ ଫୁଲଫୁଟିବା ଋତୁରେ ଜଣେ ବ୍ୟକ୍ତି ଚାରି ରୁ ଛଅ ସପ୍ତାହ ଭିତରେ ପ୍ରାୟ ୭୦ କେ.ଜି. ଶୁଖିଲା ଫୁଲ ସଂଗ୍ରହ କରିପାରିବ I

ଗଛର ବୟସ ଅନୁସାରେ ମହୁଲ ଫୁଲର ଉତ୍ପାଦକତା

ଗଛର ବୟସ

ପରିମାଣ (କେ.ଜି./ଗଛ)

୧୦

୧୦

୨୦

୩୦

୩୦

୬୦

୪୦

୯୦

୫୦

୧୩୫

୬୦

୧୪୦

ସୋପାନ -: ଏହି କାର୍ଯ୍ୟର ପରିସୀମାସବୁ କ'?: ଦୈନନ୍ଦିନ ଆବଶ୍ୟକତା ପୁରଣ କରିବା ପାଇଁ ଦରକାର ହେଉଥିବା ଅର୍ଥ ପାଇଁ ସଂଗ୍ରହକାରୀମାନେ ଅଭାବୀ ବିକ୍ରି କରିଥାଆନ୍ତି I ମହାଜୁଦ ରଖିବା ସୁବିଧା ନ ଥିବାରୁ ମଧ୍ୟ ଅଭାବୀ ବିକ୍ରି ହୋଇଥାଏ I ସଂଗ୍ରହକାରୀମାନେ ଖୁବ କମ ଅର୍ଥ ପାଇଥାଆନ୍ତି, କିନ୍ତୁ ମଧ୍ୟସ୍ଥ/ମହାଜନମାନେ ଅଧିକ ଲାଭ ପାଆନ୍ତି କାରଣ ମହୁଲ ଫୁଲର ସବୁବେଳେ ବଜାର ଚାହିଦା ରହିଥାଏ I ମୁଖ୍ୟ ଶୋଷଣ ବିକ୍ରି କରିବା ସ୍ଥାନରେ ଆରମ୍ଭ ହୁଏ ଯେଉଁଠାରେ ଖରାପ ନିକିତି ବ୍ୟବହାର କରି ମହାଜନମାନେ ଚାଷୀଙ୍କୁ ପ୍ରତାରଣ କରନ୍ତି କାରଣ ଏହି ପ୍ରକ୍ରିୟାରେ ବିକ୍ରେତା ପ୍ରତି କିଲୋଗ୍ରାମ୍ ରେ ୨୦୦ ଗ୍ରାମ୍ କ୍ଷତି ସହନ୍ତି I ମହୁଲ ଫୁଲ ସଂଗ୍ରହକୁ ବର୍ଷସାରା ଏକ ନିରନ୍ତର ଜୀବିକାର ଉତ୍ସ ଭାବରେ ଆଦୃତ କରିହେବ ନାହିଁ I ମହୁଲ ଏକ ମାଦକ ପଦାର୍ଥ ଭାବେ ବିବେଚିତ ହେଉଥିବାରୁ, ଏହାର ସଂରକ୍ଷଣ ଏବଂ ପରିବହନକୁ ନିୟନ୍ତ୍ରଣ କରାଯାଇଥାଏ I ବଜାରଦରରେ ବହୁତ ଅଧିକ ଅସ୍ଥିରତା ଦେଖାଯାଇଥାଏ I

ସୋପାନ -: ବର୍ତ୍ତମାନ ମିଳୁଥିବା ସୁବିଧା ସୁଯୋଗ: ଅଧିକ ମୂଲ୍ୟଯୋଗ କରି ମହୁଲରୁ ଉଚ୍ଚ-ମୁଲ୍ୟ ସମ୍ପନ୍ନ ଉତ୍ପାଦ ବିକଶିତ କରାଯାଇପାରିବ ଏବଂ ଏଥିପାଇଁ ଅନେକ ଜ୍ଞାନ କୌଶଳ ଉପଲବ୍ଧ ଅଛି I ତାଜା ମହୁଲ ଫୁଲରୁ ଘନୀଭୁତ ରସ ବାହାର କରାଯାଇ ନିଶାବିହୀନ ପାନୀୟ, ଜାମ, ଜେଲୀ, ସ୍କ୍ୱାସ୍ ଇତ୍ୟାଦି ପ୍ରସ୍ତୁତ କରିହେବ I ଶୁଖିଲା ମହୁଲକୁ ମହୁଲ ଆଚାର, ମହୁଲ କିସମିସ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ I ରାଜ୍ୟ ସରକାରମାନେ ଏହି ସବୁ ଉତ୍ପାଦର ବିପଣନ ପାଇଁ ସହଯୋଗ କରିବା ଆରମ୍ଭ କରିଛନ୍ତି I ମହୁଲ ବ୍ୟାପାରକୁ ଜଙ୍ଗଲ ଅଧିକାର ଆଇନ୍ ଅଧିନରେ ଆହୁରି ବ୍ୟାପକ କରାଯାଉଛି I ଯଦି ଆର୍ଥିକ ପ୍ରବନ୍ଧ କରାଯାଏ, ସଂଗ୍ରହକାରୀମାନେ ଅଧିକ ଲାଭ ପାଇବେ କାରଣ ବର୍ତ୍ତମାନର ଚଳଣୀ ଅନୁସାରେ ସଂଗ୍ରହକାରୀମାନେ ବ୍ୟାପାରୀଠାରୁ ବିନା ସୁଧରେ ଅଗ୍ରୀମ ନେଇଥାଆନ୍ତି ଏବଂ ଅମଳ ସମୟରେ କମ ଦରରେ ଉତ୍ପାଦିତ ମହୁଲକୁ ବ୍ୟାପାରୀକୁ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି I

ଉପସଂହାର

ଯେଉଁମାନେ ଏହି ବୃତ୍ତିକୁ ଗ୍ରହଣ କରିବାକୁ ଚାହୁଁଛନ୍ତି ସିଆରପିମାନେ ସେମାନଙ୍କୁ ନିୟମିତ ଉପଦେଶ ଓ ଦିଗ୍ ଦର୍ଶନ ଦେବା ଉଚିତ I ପଞ୍ଚାୟତମାନଙ୍କୁ ମହୁଲ ସଂଗ୍ରହକରିବା ଓ ବ୍ୟାପାର କରିବାର ଅଧିକାର ଦିଆଯାଇଛି I ତେଣୁ ଚାଷୀମାନଙ୍କୁ ଅଭାବୀ ବିକ୍ରିରୁ ରକ୍ଷା କରିବା ପାଇଁ ପଞ୍ଚାୟତମାନଙ୍କୁ ନିରନ୍ତର ଅମଳ, ପ୍ରକ୍ରିୟାକରଣ ଓ ବିପଣନ ପାଇଁ ପ୍ରଶିକ୍ଷଣ ଦେବା ଦରକାର I

ଆଧାର - ପୋର୍ଟାଲ ଟିମ

 

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top