অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷକ କ୍ଷେତ୍ର ଏବଂ ବ୍ୟବସାୟ ବିଦ୍ୟାଳୟ (କୃଷି ଟୁଲ୍)

ଉପକ୍ରମଣିକା

କୃଷି ଜ୍ଞାନକ୍ଷେତ୍ର ହେଉଛି ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ଏକ ମୁଖ୍ୟ ଉପାଦାନ ଯାହାର ଉଦ୍ଦେଶ୍ୟ ମହିଳାମାନଙ୍କ ମଧ୍ୟରେ ଦାରିଦ୍ର୍ୟତାର କାରଣ ଏବଂ କୃଷି କାର୍ଯ୍ୟରେ ସେମାନଙ୍କର ବହିଷ୍କରଣକୁ ସଠିକ ପରିପେକ୍ଷୀରେ ଆଲୋଚନା କରି ସେମାନଙ୍କ ଉନ୍ନତି ଏବଂ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବା I ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟକ୍ରମସବୁ ହେଉଛି (୧) ମହିଳା ସ୍ୱୟଂ ସହାୟକ ଦଳର ସଶକ୍ତିକରଣ କରିବା; (୨) ଉନ୍ନତ୍ତ କୃଷି ପ୍ରଣାଳୀକୁ ପ୍ରୋତ୍ସାହିତ କରିବା; (୩) ଅଗ୍ରଗାମୀ ଓ ଅଧୋଗାମୀ (backward and forward linkages) ସଲଗ୍ନତା ସ୍ଥାପିତ କରିବା ଏବଂ (୪) ବଜାର ସୂଚନା ପ୍ରଦାନ କରିବା ସହ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ଜୀବିକା ସୁଯୋଗର ସୃଷ୍ଟି କରିବା ତଥା ଖାଦ୍ୟ ଓ ପୋଷଣର ଉପଲବ୍ଧତା ପାଇଁ ସାହାଯ୍ୟ କରିବା I ତଦନୁସାରେ ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ସାତଗୋତି ଜ୍ଞାନକ୍ଷେତ୍ର ଉପରେ ନିଜର ଉଦ୍ୟମକୁ କାର୍ଯ୍ୟକାରୀ କରୁଅଛି ଯଥା, କୃଷି, ପଶୁସମ୍ପଦ, ଅଣ-କାଠ ବନଜାତ ଦ୍ରବ୍ୟ, ବିପଣନ, ପୁଷ୍ଟି, ଲିଂଗ ଏବଂ ନିରୀକ୍ଷଣ ତଥା ମୁଲ୍ୟାଙ୍କନ I

କୃଷି ଜ୍ଞାନକ୍ଷେତ୍ର ଅନ୍ତର୍ଗତ ପ୍ରସ୍ତୁତ ହୋଇଥିବା କୃଷି ପ୍ରଶିକ୍ଷଣ ଟୁଲ୍ ବର୍ଷସାରା ଫସଲର ବିଭିନ୍ନ ଅବସ୍ଥାରେ ଚାଷୀମାନଙ୍କୁ ଦିଗ ଦର୍ଶନ ପ୍ରଦାନ କରି ଉତ୍ତମ କୃଷି ପଦ୍ଧତି ଆଦୃତ କରିବା ପାଇଁ ଉଦ୍ଦିଷ୍ଟ I ଏହିସବୁ ପ୍ରଶିକ୍ଷଣ ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ଚାଷୀମାନଙ୍କୁ ଉନ୍ନତ୍ତ କୃଷି ପଦ୍ଧତି ଏବଂ ଉତ୍ପାଦରେ ମୂଲ୍ୟଯୋଗ କରି ନିଜର ଆୟକୁ ବୃଦ୍ଧିକରିବା I ଗୋଷ୍ଠୀ ସାଧନ ବ୍ୟକ୍ତିମାନେ (ସିଆରପି) ଏହି ପ୍ରଶିକ୍ଷଣ ଅଧିବେଶନସବୁକୁ ଫସଲର ବିଭିନ୍ନ ଅବସ୍ଥାରେ ସଞ୍ଚାଳନ କରିବେ ଏବଂ ସେମାନେ ଏହି ପ୍ରଶିକ୍ଷଣ ଅଧିବେଶନସବୁର ଉଦ୍ଦେଶ୍ୟ ଏବଂ ପ୍ରୟୋଜନସବୁ ଭଲଭାବରେ ଜାଣିଥିବା ଆବଶ୍ୟକ ଯାହାଦ୍ୱାରା ସେମାନ କୃଷି ଉତ୍ପାଦ ବୃଦ୍ଧି କରିବା ପାଇଁ ମହିଳା ଚାଷୀମାନଙ୍କୁ ଉତ୍ତମ ଚାଷ ପଦ୍ଧତି ଆଦୃତ କରିବାରେ ସାହାଯ୍ୟ କରି ପାରିବେI

ଓଡିଶାର ଫସଲ କ୍ୟାଲେଣ୍ଡର

ଓଡିଶାରେ ଚାଷ କରାଯାଉଥିବା ମୁଖ୍ୟ ଫସଲର କୃଷିଋତୁ ତଳେ ଚାର୍ଟରେ ପ୍ରଦତ୍ତ ଅଛି I ସିଆରପିମାନେ ଚାଷୀମାନଙ୍କୁ ସେମାନଙ୍କର ଫସଲ ଖସଡା ପ୍ରସ୍ତୁତ କରିବା ପାଇଁ ମାର୍ଗ ଦର୍ଶନ କରିବେ I

କ୍ର.ନଂ

ଫସଲର ନାମ

ବୁଣିବା ମାସ

ଅମଳ ମାସ

1.

ଖରିଫ ଧାନ

ମଇ-ଜୁନ

ସେପ୍ଟେମ୍ବର - ଅକ୍ଟୋବର

2.

ରବି ଧାନ

ଜୁନ –ଜୁଲାଇ

ନଭେମ୍ବର –ଡିସେମ୍ବର

3.

ଗ୍ରୀଷ୍ମ ଧାନ

ଡିସେମ୍ବର-ଜାନୁଆରୀ

ଏପ୍ରିଲ- ମଇ

4.

ଖରିଫ ବାଜରା

ଜୁନ - ଜୁଲାଇ

ସେପ୍ଟେମ୍ବର - ଅକ୍ଟୋବର

5.

ରବି ଗହମ

ଅକ୍ଟୋବର-ନଭେମ୍ବର

ମାର୍ଚ୍ଚ- ଏପ୍ରିଲ

6.

ସଅଳ ଖରିଫ (ହରଡ/ତୁର)

ଜୁନ (ଆ)- ଜୁନ (ମ)

ନଭେମ୍ବର (ମ)- ଡିସେମ୍ବର (ମ)

7.

ଖରିଫ (ହରଡ/ତୁର)

ଜୁନ (ମ)- ଜୁଲାଇ (ମ)

ଜାନୁଆରୀ (ମ)- ଫେବୃଆରୀ (ମ)

8.

ଖରିଫ –ମୁଗ/ବିରି

ଜୁନ (ମ) – ଜୁଲାଇ (ସେ)

ସେପ୍ଟେମ୍ବର (ମ) – ଅକ୍ଟୋବର (ମ)

9.

ରବି - ମୁଗ/ବିରି

ଅକ୍ଟୋବର (ଆ)- ନଭେମ୍ବର (ଆ)

ଜାନୁଆରୀ (ଆ)- ଫେବୃଆରୀ (ଆ)

10.

ବସନ୍ତ/ ଗ୍ରୀଷ୍ମ - ମୁଗ/ବିରି

ଜାନୁଆରୀ (ଆ).-ଫେବୃଆରୀ(ଆ)

ମାର୍ଚ୍ଚ (ଆ)- ଏପ୍ରିଲ (ମ)

11.

ଅଳସୀ (ଖରିଫ)

ଜୁନ (ଆ) – ଜୁଲାଇ (ସେ)

ଅକ୍ଟୋବର (ଆ)- ନଭେମ୍ବର (ମ)

12.

ଅଳସୀ (ବିଳମ୍ବ ଖରିଫ)

ଅଗଷ୍ଟ(ଆ)- ସେପ୍ଟେମ୍ବର (ଆ)

ନଭେମ୍ବର (ଆ)- ଡିସେମ୍ବର (ଆ)

13.

ରବି ପେଶୀ

ଅକ୍ଟୋବର (ଆ)- ଅକ୍ଟୋବର (ସେ)

ମାର୍ଚ୍ଚ (ଆ)- ମାର୍ଚ୍ଚ (ସେ)

14.

ରାଶି- ଖରିଫ

ଜୁନ (ଆ)- ଜୁଲାଇ (ସେ)

ଅକ୍ଟୋବର (ମ)- ନଭେମ୍ବର (ମ)

15.

ରାଶି - ରବି

ଅକ୍ଟୋବର (ଆ)- ନଭେମ୍ବର (ମ)

ଫେବୃଆରୀ (ମ)- ମାର୍ଚ୍ଚ (ସେ)

16.

ରାଶି - ଗ୍ରୀଷ୍ମ

ଜାନୁଆରୀ (ମ)- ଫେବୃଆରୀ (ସେ)

ମଇ (ମ)- ଜୁନ (ମ)

17.

ସୋରିଷ

ଅକ୍ଟୋବର (ବି) - ନଭେମ୍ବର (ବି)

ଫେବୃଆରୀ - ମାର୍ଚ୍ଚ

18.

ରାଇ ସୋରିଷ

ଅକ୍ଟୋବର (ସେ)

ଫେବୃଆରୀ

19.

ହଳଦିଆ ସୋରିଷ

ଅକ୍ଟୋବର (ସେ)

ଫେବୃଆରୀ - ମାର୍ଚ୍ଚ

20.

ଖରିଫ କପା

ଜୁନ - ଜୁଲାଇ

ନଭେମ୍ବର - ଡିସେମ୍ବର

21.

ଖରିଫ ମକା

ଜୁନ - ଜୁଲାଇ

ସେପ୍ଟେମ୍ବର - ଅକ୍ଟୋବର

22.

ଖରିଫ ଆଖୁ

ଫେବୃଆରୀ - ମଇ

ନଭେମ୍ବର - ଫେବୃଆରୀ

23.

ଖରିଫ ଝୋଟ

ମଇ - ଜୁନ

ଅଗଷ୍ଟ - ସେପ୍ଟେମ୍ବର

(ଉ ତ୍ସ : ଭାରତୀୟ କୃଷି ସନ୍ଧାନ ସଂସ୍ଥା ନୂଆ ଦିଲ୍ଲୀ)

ଦ୍ରଷ୍ଟବ୍ୟ : ବନ୍ଧନୀ ମଧ୍ୟରେ ଦିଆଯାଇଥିବା ଅକ୍ଷରର ର ଅର୍ଥ ହେଉଛି : (ଆ) = ମାସର ପ୍ରାରମ୍ଭ: (ମ) = ମଧ୍ୟ ମାସ : (ସେ) = ମାସ ଶେଷ ଏବଂ (ବି) = ବିଳମ୍ବ

ମଡ୍ୟୁଲ ଏବଂ ଅଧିବେଶନ

କୃଷି ଟୁଲ୍ କିଟ୍ ନଅ ଗୋଟି ମୁଖ୍ୟ ମଡ଼୍ୟୁଲରେ ବିଭକ୍ତ କରା ଯାଇଅଛି I ଚାରିଗୋଟି ମଡ୍ୟୂଲ୍ ଖରିଫ ଫସଲ ପାଇଁ, ଚାରିଗୋଟି ମଡ୍ୟୂଲ୍ ରବି ଫସଲ ପାଇଁ ଉଦ୍ଦିଷ୍ଟ I ଅବଶିଷ୍ଟ ଗୋଟିଏ ମଡ୍ୟୂଲ୍ ଫସଲ ସୁରକ୍ଷାକାରୀ ବିଷ ବ୍ୟବାହାର କରିବା ସମୟରେ ସୁରକ୍ଷା ମାନଦଣ୍ଡ ବିଷୟରେ ଶିକ୍ଷାଦାନ କରିବା ଉପରେ ପର୍ଯ୍ୟବେସିତ I

ପ୍ରତି ଖରିଫ ଓ ରବି ଫସଲର ଚାରିଗୋଟି ଅବସ୍ଥା ଯଥା, ପ୍ରାକ-ବୁଣା ଅବସ୍ଥା, ବୁନିବା ଅବସ୍ଥା, ବୃଦ୍ଧୀୟ ଅବସ୍ଥା, ଏବଂ ଅମଳ-ପରବର୍ତ୍ତୀ ଅବସ୍ଥା ପାଇଁ ଚାରିଗୋଟି ମଡ୍ୟୂଲ୍ ପ୍ରସ୍ତୁତ କରାଯାଇଅଛି I ପ୍ରତ୍ୟେକ ମଡ୍ୟୂଲର ଶୀର୍ଷକ ତଳେ ଦିଆ ଯାଇଛି :

ମଡ୍ୟୂଲ୍

ଶୀର୍ଷକ/ଫସଲ ବିକାଶ ଅବସ୍ଥା

ମଡ୍ୟୂଲ୍ -

ପ୍ରାକ୍-ବୁଣା ଖରିଫ

ମଡ୍ୟୂଲ୍ -

ପ୍ରାକ୍-ବୁଣା ରବି

ମଡ୍ୟୂଲ୍ -

ଖରିଫ ବୁଣା

ମଡ୍ୟୂଲ୍ -

ରବି ବୁଣା

ମଡ୍ୟୂଲ୍ -

ବୃଦ୍ଧୀୟ ଅବସ୍ଥା ଖରିଫ

ମଡ୍ୟୂଲ୍ -

ବୃଦ୍ଧୀୟ ଅବସ୍ଥା ରବି

ମଡ୍ୟୂଲ୍ -

କୀଟନାଶକ ବ୍ୟବହାର ସମୟରେ ସାବଧାନତା ଗ୍ରହଣ ମାନକ

ମଡ୍ୟୂଲ୍ –

ଖରିଫ ଫସଲର ଅମଳ

ମଡ୍ୟୂଲ୍ -

ରବି ଫସଲର ଅମଳ

ପ୍ରତ୍ୟେକ ମଡ୍ୟୂଲ୍ ଅନେକ ଗୁଡିଏ ଅଧିବେଶନକୁ ନେଇ ଗଠିତ ଯାହା ସମ୍ବନ୍ଧୀତ ଫସଲ ଅବସ୍ଥା ସମୟରେ କାର୍ଯ୍ୟକାରୀ କରାଯିବ I ଉଦାହରଣସ୍ୱରୂପ ପ୍ରାକ୍-ବୁଣା ଅବସ୍ଥାରେ ବିଭିନ୍ନ କୃଷିକାର୍ଯ୍ୟ ଅନ୍ତର୍ଭୁକ୍ତ ଯଥା ଜମି ପ୍ରସ୍ତୁତି, ମୃତ୍ତିକା ପରୀକ୍ଷା, ଫସଲ ଖସଡା ପ୍ରସ୍ତୁତି, ଜୈବିକ ଖତ ବ୍ୟବହାର, ଗଜା ପରୀକ୍ଷା, ସବୁଜ ଖତ ପାଇଁ ଫସଲ ଇତ୍ୟାଦି I ପ୍ରଶିକ୍ଷଣ ଅଧିବେଶନ ସମୟରେ ସଞ୍ଚାଳିତ କରାଯାଉଥିବା ଅଧିବେଶନ ଚାଷୀମାନଙ୍କ ମଧ୍ୟରେ ଏହିସବୁ ପଦ୍ଧତିକୁ ନିଜ ଜମିରେ ଆଦୃତ କରିବା ପାଇଁ ହୃଦବୋଧ କରାଇବ I ଉପରେ ଦିଆ ଯାଇଥିବା ଚାର୍ଟ ଅନୁଯାୟୀ ସିଆରପିମାନେ ଫସଲର ବିଭିନ୍ନ ଅବସ୍ଥାରେ ଏହି ଅଧିବେଶନସବୁକୁ ସଞ୍ଚାଳନ କରିବେ I ପ୍ରତ୍ୟେକ ଫସଲ ଅବସ୍ଥା ୩୦ ରୁ ୪୦ ଦିନ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥାଏ ଏବଂ ପ୍ରତି ଅବସ୍ଥାର ପ୍ରଶିକ୍ଷଣ ଅଧିବେଶନ ଏହି ସମୟ ମଧ୍ୟରେ ଆୟୋଜନ କରାଯାଇଥାଏ I ଏହି ଅଧିବେଶନ ସବୁ କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତିକୁ ଅନୁସରଣ କରି ସିଆରପିମାନଙ୍କ ଦ୍ୱାରା ଗ୍ରାମରେ ସାପ୍ତାହିକ କିମ୍ବା ଦ୍ୱି-ସାପ୍ତାହିକ ସଭା ମାଧ୍ୟମରେ ସଞ୍ଚାଳନ କରାଯିବI

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣନ ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୂଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I

ମଡ୍ୟୂଲ

ଫସଲର ବିକାଶ ଅବସ୍ଥା I

ଅଧିବେଶନର ଶୀର୍ଷକ

ମଡ୍ୟୂଲ ଅନ୍ତର୍ଗତ ବିଷୟବସ୍ତୁକୁ ଏଠାରେ ଉଲ୍ଲେଖ କରାଯାଇଛି I (ଯଥା ଖରାଟିଆ ହଳ କରିବା, ଜୈବିକ ଖତର ବ୍ୟବହାର, ମୃତ୍ତିକା ପରୀକ୍ଷା ଇତ୍ୟାଦି)

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚୀତ କରେ I ଏହା ସଦା ସର୍ବଦା ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଏବଂ ଅଧିବେଶନର ଶୀର୍ଷକ ଅନୁଯାୟୀ ପରିବାର ଏବଂ ଗ୍ରାମ ସମୁଦୟରୁ କିଛି ପୁରୁଷଙ୍କୁ ସମ୍ମିଳିତ କରାଯାଇପାରିବ I

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ଥଳ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ମଧ୍ୟରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ, ମାଟି, ସାର ପ୍ୟାକେଟ ଇତ୍ୟାଦି ଅନ୍ତର୍ଭୂକ୍ତ I ଯଦି କୌଣସି ଅଧିବେଶନରେ ବ୍ୟଖ୍ୟାନ ପରେ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି, ତେବେ ସିଆରପିମାନେ ଆଗରୁ ନିଷ୍ପତ୍ତି ନେବା ଦରକାର ବ୍ୟାଖ୍ୟାନ ଅଧିବେଶନ ପରେ ଚାଷୀମାନେ କେଉଁ ଜାଗାରେ ଏକତ୍ରିତ ହେବେ I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I ଏହି ସମୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି ଯଥା, "ଶ୍ରେଣୀ-କକ୍ଷ ଅଧିବେଶନ" ସଞ୍ଚାଳନ କରିବା ପାଇଁ ଆବଶ୍ୟକ ସମୟ ଏବଂ "କ୍ଷେତ୍ର ପରିଦର୍ଶନ" ପାଇଁ ଆବଶ୍ୟକ ହେଉଥିବା ସମୟ I

ଅଧିବେଶନ ପ୍ରବାହ

୧. ପୃଷ୍ଠଭୁମି

ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମୀ ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

୨. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

  • ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେI
  • କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ସିଆରପିଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ଚାଷୀମାନଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I
  • ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି କର୍ଯ୍ୟବାହୀକୁ ପରବର୍ତ୍ତୀ ସୋପାନ ହେଉଛି, ସିଆରପିମାନେ ଚାଷୀମାନଙ୍କୁ କାର୍ଯ୍ୟକ୍ରମକୁ ପରିଭାଷିତ କରିବା ସହ ସେହି ନିର୍ଦ୍ଦିଷ୍ଟ କୃଷି ଅଭ୍ୟାସକୁ ଆଦୃତ କରିବାର ସୁବିଧା ସବୁକୁ ସେମାନଙ୍କୁ ଜଣାଇବେ I ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ପଦ୍ଧତ୍ତିକୁ ବର୍ଣନ କରାଯିବ I
  • ତା'ପରେ ଚାଷୀମାନଙ୍କୁ ନିକଟବର୍ତ୍ତୀ ଜମି କିମ୍ବା କୌଣସି ଏକ ଚାଷୀର ଜମିକୁ କ୍ଷେତ୍ର ପରିଦର୍ଶନରେ ନିଆଯାଇ ସେଠାରେ କାର୍ଯ୍ୟକଳାପ ସବୁ ସିଆରପିମାନଙ୍କଦ୍ୱାରା ପ୍ରଦର୍ଶନ କରାଯିବ I ଏହି ପଦ୍ଧତି ବିଷୟରେ ଆତ୍ମ-ବିଶ୍ୱାସ ଦେବାପାଇଁ ସିଆରପିମାନେ କିଛି ଚାଷୀଙ୍କୁ ଏହି ପଦ୍ଧତିସବୁ ନିଜ ନିଜ ଜମିରେ ଅନୁକରଣ କରିବା ପାଇଁ ପ୍ରବର୍ତ୍ତାଇବେ I

୩. ଉପସଂହାର

  • ସିଆରପିଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ କି ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସନ୍ଦେହ ଥାଏ ତେବେ ତାହାକୁ ଦୂର କରିବେ ଓ ଶେଷରେ ସେମାନଙ୍କୁ ଶିଖିଥିବା ଅଭ୍ୟାସ ଗୁଡିକ ଚଳିତ କୃଷିଋତୁରେ ଆଦୃତ କରିବା ପାଇଁ ପ୍ରବର୍ତ୍ତାଇବେ I
  • ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ମନେ ପକାଇ ପାରୁଛନ୍ତି ନା ନାହିଁ ଜାଣିବା ପାଇଁ ସିଆରପିମାନେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣକୁ ପଚରାଯାଇ ପାରିବ କି ସେ ଅଧିବେଶନ ବିଷୟରେ କ'ଣ ବୁଝିଲେ I
  • ଦଳରୁ ପଚାରି ବୁଝିହେବ ଯେ ଏହି ଅଧିବେଶନରେ ଶିକ୍ଷାଲାଭ କରିଥିବା ପଦ୍ଧତିସବୁକୁ କେଉଁ ଚାଷୀମାନେ ଚଳିତ ଚାଷଋତୁରେ ଆଦୃତ କରିବା ପାଇଁ ସ୍ଥିର କରିଅଛନ୍ତି ଏବଂ ଏହି ବିଷୟରେ ସେମାନେ ତାଙ୍କର ସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି I

ପ୍ରାରମ୍ଭିକ ଅଧିବେଶନ

ଉଭୟ ଖରିଫ ଏବଂ ରବି ଫସଲ ପାଇଁ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ସିଆରପିମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I

  • ଅଧିବେଶନର ନାମ : ପ୍ରାରମ୍ଭିକ ଅଧିବେଶନ I
  • ସଞ୍ଚାଳନକରିବାର ବାରମ୍ବାରତା: ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ଦୁଇଥର I ଖରିଫ (ଏପ୍ରିଲ) ଏବଂ ରବି (ସେପ୍ଟେମ୍ବର) ଋତୁର ଆରମ୍ଭରେ I
  • ଅଧିବେଶନର ଉଦ୍ଦେଶ୍ୟ: ଏହି ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚଳିତ କୃଷିଋତୁରେ ଫସଲଚକ୍ରର ପ୍ରାକ-ବୁଣା ଅବସ୍ଥାରୁ ଆରମ୍ଭକରି ଫସଲର ଅମଳ ଅବସ୍ଥା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଷୟରେ ଚାଷୀମାନଙ୍କୁ ଜଣେଇବା I ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କୁ ଫସଲର ବିଭିନ୍ନ ଅବସ୍ଥାରେ ସିଆରପିମାନଙ୍କ ମାଧ୍ୟମରେ କେଉଁ ପ୍ରକାର ସୂଚନା ପ୍ରଦାନ କରିବ ତାହାକୁ ଜାଣିବାରେ ସାହାଯ୍ୟ କରିବ I
  • ଅଂଶଗ୍ରହଣକାରୀ କେଉଁମାନେ: ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ଲକ୍ଷ୍ୟଧାର୍ଯ୍ୟ ସମସ୍ତ ସ୍ୱୟଂ ସାହାୟକ ଦଳ ଏବଂ ସମୂହଗୁଡିକର ସଦସ୍ୟମାନଙ୍କ ପାଇଁ ଏହି ପ୍ରାରମ୍ଭିକ ଅଧିବେଶନ ସିଆରପିମାନଙ୍କ ଦ୍ୱାରା ସଞ୍ଚାଳନ କରାଯିବ ଯାହା ମହିଳା ଚାଷୀମାନଙ୍କୁ ବର୍ଷସାରା କୃଷି ପଦ୍ଧତି ବିଷୟରେ ସୂଚନା ପାଇବା ପାଇଁ ସାହାଯ୍ୟ କରିବ I
  • ସିଆରପିମାନଙ୍କ ପାଇଁ କ'ଣ ସବୁ ପ୍ରଶିକ୍ଷଣ ସାମଗ୍ରୀ ଦରକାର : ଫସଲ ବିକାଶର ବିଭିନ୍ନ ଚରଣରେ: ଖରିଫ ଏବଂ ରବି ଋତୁ ଫସଲର ବିଭିନ୍ନ ଅବସ୍ଥା ସମୟରେ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଅଧିବେଶନର ବିଷୟବସ୍ତୁସବୁକୁ ଦର୍ଶାଉଥିବା ଫ୍ଲିପ ଚାର୍ଟ I ତିନି ମୁଖ୍ୟ ଫସଲ, ଯଥା ଧାନ, ଗହମ ଏବଂ ବିରିର ଫସଲ ପଞ୍ଜିକା ନିମ୍ନ ପୃଷ୍ଠାରେ ଉଲ୍ଲେଖ କରାଯାଇଅଛି I

ଧାନ ଫସଲ ପଞ୍ଜିକା

ଫସଲ ବିକାଶ ଅବସ୍ଥା

କୃଷି କାର୍ଯ୍ୟ

ମାସ

ସମୟ

କ.ପ୍ରାକ୍-ବୁଣା

ଜମି ପ୍ରସ୍ତୁତି

ଏପ୍ରିଲ -ମଇ

ବୁଣିବାର ୮-୧୦ ସପ୍ତାହ ପୂର୍ବରୁ

ମୃତ୍ତିକା ନମୂନା ସଂଗ୍ରହ

ଏପ୍ରିଲ -ମଇ

ବୁଣିବାର ୬ ସପ୍ତାହ ପୂର୍ବରୁ

ଫସଲ ଚୟନ

ମଇ –ଜୁନ

ବୁଣିବାର ୬ ସପ୍ତାହ ପୂର୍ବରୁ

ଜୈବିକ ଖତ ବ୍ୟବହାର

ଜୁନ –ଜୁଲାଇ

ବୁଣିବାର ୧-୨ ସପ୍ତାହ ପୂର୍ବରୁ

ବିହନ ବାଛିବା

ମଇ –ଜୁନ

ବୁଣିବାର ୩-୪ ସପ୍ତାହ ପୂର୍ବରୁ

ସବୁଜ ଖତ

-

ରୋଇବାର ୩-୪ ସପ୍ତାହ ପୂର୍ବରୁ

ଖ.ବୁଣା

ବିହନର ପରିମାଣ ସ୍ଥିରୀକରଣ

ମଇ –ଜୁନ

ବୁଣିବାର ୨ ସପ୍ତାହ ପୂର୍ବରୁ

ବିହନ ବିଶୋଧନ

ଜୁନ

ବୁଣିବାର ୧ ସପ୍ତାହ ପୂର୍ବରୁ

ବ୍ୟାକଟେରିଆ କଲଚର ବ୍ୟବହାର

ଜୁନ

ବୁଣିବାର ୧ ସପ୍ତାହ ପୂର୍ବରୁ

ଧାଡି ବୁଣା

ଜୁନ –ଜୁଲାଇ

ଜମିର ଚୁଡାନ୍ତ ପ୍ରସ୍ତୁତି ପରେ

ମୂଳ ସାର ପ୍ରୟୋଗ

ଜୁନ –ଜୁଲାଇ

ବୁଣିବା ସମୟରେ

ତଳି ଘେରା ପ୍ରସ୍ତୁତ କରିବା

ଜୁନ –ଜୁଲାଇ

ରୋଇବାର ୪ ସପ୍ତାହ ପୂର୍ବରୁ

ରୋଇବା ପାଇଁ ଜମି ପ୍ରସ୍ତୁତି

ଜୁନ –ଜୁଲାଇ

ରୋଇବାର ୧ସପ୍ତାହ ପୂର୍ବରୁ

ରୋଇବା

ଜୁନ –ଜୁଲାଇ

ଜମିର ଚୁଡାନ୍ତ ପ୍ରସ୍ତୁତି ପରେ

ଗ.ବର୍ଦ୍ଧୀୟ

ଅନ୍ତଃ-ଚାଷ

ଜୁଲାଇ –ସେପ୍ଟେମ୍ବର

ବୁଣିବା ଠାରୁ ଅମଳ କରିବା ପର୍ଯ୍ୟନ୍ତ

ଶୀର୍ଷ ସାର ପ୍ରୟୋଗ

ଅଗଷ୍ଟ

ବୁଣିବାର ୩ ସପ୍ତାହ ଏବଂ ୬ ସପ୍ତାହ ପରେ

ଜଳ ପରିଚାଳନା

ଜୁଲାଇ - ସେପ୍ଟେମ୍ବର

ପୂରା ଫସଲ ଚକ୍ରରେ

ଘାସ ପରିଚାଳନା

ଜୁଲାଇ - ସେପ୍ଟେମ୍ବର

ବୁଣିବାର ୪ ସପ୍ତାହ ପର୍ଯ୍ୟନ୍ତ

ସମନ୍ୱିତ ରୋଗ ପୋକ ପରିଚାଳନା

ଜୁଲାଇ - ସେପ୍ଟେମ୍ବର

ପୂରା ଫସଲ ଚକ୍ରରେ

ଘ.ଅମଳ

ଅମଳ

ସେପ୍ଟେମ୍ବର- ଅକ୍ଟୋବର

ଶସ୍ୟ ଶତକଡା ୮୫ ପ୍ରତିଶତ ପାକଳ ହେଲେ

ବିହନ ଉତ୍ପାଦନ

ସେପ୍ଟେମ୍ବର- ଅକ୍ଟୋବର

ଅମଳ କରିବା ସାଙ୍ଗେ

ଶୁଖାଇବା, ଶ୍ରେଣୀକରଣ ଏବଂ ସଂରକ୍ଷଣ

ସେପ୍ଟେମ୍ବର- ଅକ୍ଟୋବର

ଅମଳ କରିବା ସାଙ୍ଗେ

ମକା ଫସଲ ପଞ୍ଜିକା

ଫସଲ ବିକାଶ ଅବସ୍ଥା

କୃଷି କାର୍ଯ୍ୟ

ମାସ

ସମୟ

କ.ପ୍ରାକ୍-ବୁଣା

ଜମି ପ୍ରସ୍ତୁତି

ଏପ୍ରିଲ -ମଇ

ବୁଣିବାର ୮-୧୦ ସପ୍ତାହ ପୂର୍ବରୁ

ମୃତ୍ତିକା ନମୂନା ସଂଗ୍ରହ

ଏପ୍ରିଲ -ମଇ

ବୁଣିବାର ୬ ସପ୍ତାହ ପୂର୍ବରୁ

ଫସଲ ଚୟନ

ମଇ –ଜୁନ

ବୁଣିବାର ୬ ସପ୍ତାହ ପୂର୍ବରୁ

ଜୈବିକ ଖତ ବ୍ୟବହାର

ଜୁନ –ଜୁଲାଇ

ବୁଣିବାର ୧-୨ ସପ୍ତାହ ପୂର୍ବରୁ

ବିହନ ବାଛିବା

ମଇ –ଜୁନ

ବୁଣିବାର ୩-୪ ସପ୍ତାହ ପୂର୍ବରୁ

ଖ.ବୁଣା

ବିହନର ପରିମାଣ ସ୍ଥିରୀକରଣ

ମଇ –ଜୁନ

ବୁଣିବାର ୨ ସପ୍ତାହ ପୂର୍ବରୁ

ବିହନ ବିଶୋଧନ

ଜୁନ

ବୁଣିବାର ୧ ସପ୍ତାହ ପୂର୍ବରୁ

ବ୍ୟାକଟେରିଆ କଲଚର ବ୍ୟବହାର

ଜୁନ

ବୁଣିବାର ୧ ସପ୍ତାହ ପୂର୍ବରୁ

ଧାଡି ବୁଣା

ଜୁନ –ଜୁଲାଇ

ଜମିର ଚୁଡାନ୍ତ ପ୍ରସ୍ତୁତି ପରେ

ମୂଳ ସାର ପ୍ରୟୋଗ

ଜୁନ –ଜୁଲାଇ

ବୁଣିବା ସମୟରେ

ଗ.ବର୍ଦ୍ଧୀୟ

ଅନ୍ତଃ-ଚାଷ

ଜୁଲାଇ –ସେପ୍ଟେମ୍ବର

ବୁଣିବା ଠାରୁ ଅମଳ କରିବା ପର୍ଯ୍ୟନ୍ତ

ଶୀର୍ଷ ସାର ପ୍ରୟୋଗ

ଅଗଷ୍ଟ

ବୁଣିବାର ୩ ସପ୍ତାହ ଏବଂ ୬ ସପ୍ତାହ ପରେ

ଜଳ ପରିଚାଳନା

ଜୁଲାଇ - ସେପ୍ଟେମ୍ବର

ପୂରା ଫସଲ ଚକ୍ରରେ

ଘାସ ପରିଚାଳନା

ଜୁଲାଇ - ସେପ୍ଟେମ୍ବର

ବୁଣିବାର ୪ ସପ୍ତାହ ପର୍ଯ୍ୟନ୍ତ

ସମନ୍ୱିତ ରୋଗ ପୋକ ପରିଚାଳନା

ଜୁଲାଇ - ସେପ୍ଟେମ୍ବର

ପୂରା ଫସଲ ଚକ୍ରରେ

ଘ.ଅମଳ

ଅମଳ

ସେପ୍ଟେମ୍ବର- ଅକ୍ଟୋବର

ଯେତେବେଳେ ମକା ଭଣ୍ଡାର ବାହାର ଆବରଣ ସବୁଜରୁ ହଳଦିଆ ହୋଇଯାଏ

ବିହନ ଉତ୍ପାଦନ

ସେପ୍ଟେମ୍ବର- ଅକ୍ଟୋବର

ଅମଳ କରିବା ସାଙ୍ଗେ

ଶୁଖାଇବା, ଶ୍ରେଣୀକରଣ ଏବଂ ସଂରକ୍ଷଣ

ସେପ୍ଟେମ୍ବର- ଅକ୍ଟୋବର

ଅମଳ କରିବା ସାଙ୍ଗେ

ବିରି ଫସଲର ପଞ୍ଜିକା




ଫସଲ ବିକାଶ ଅବସ୍ଥା

କୃଷି କାର୍ଯ୍ୟ

ମାସ

ସମୟ

. ପ୍ରାକ୍-ବୁଣା

ଜମି ପ୍ରସ୍ତୁତି

ମାର୍ଚ୍ଚ – ଏପ୍ରିଲ

ବୁଣିବାର ୧ ସପ୍ତାହ ପୂର୍ବରୁ

ମୃତ୍ତିକା ନମୂନା ସଂଗ୍ରହ

ମାର୍ଚ୍ଚ – ଏପ୍ରିଲ

ବୁଣିବାର ୧ ସପ୍ତାହ ପୂର୍ବରୁ

ଫସଲ ଚୟନ

ମାର୍ଚ୍ଚ – ଏପ୍ରିଲ

ବୁଣିବାର ୨-୩ ସପ୍ତାହ ପୂର୍ବରୁ

ସୌରୀକରଣ

ମାର୍ଚ୍ଚ – ଏପ୍ରିଲ

ବୁଣିବାର ୧ ସପ୍ତାହ ପୂର୍ବରୁ

ଜୈବିକ ଖତ ବ୍ୟବହାର

ମାର୍ଚ୍ଚ – ଏପ୍ରିଲ

ବୁଣିବାର ୧ ସପ୍ତାହ ପୂର୍ବରୁ

ବିହନ ବାଛିବା

ମାର୍ଚ୍ଚ – ଏପ୍ରିଲ

ବୁଣିବାର ୨-୩ ସପ୍ତାହ ପୂର୍ବରୁ

. ବୁଣା

ବିହନର ପରିମାଣ ସ୍ଥିରୀକରଣ

ଏପ୍ରିଲ

ବୁଣିବାର ୨ ସପ୍ତାହ ପୂର୍ବରୁ

ବିହନ ବିଶୋଧନ

ଏପ୍ରିଲ

ବୁଣିବାର ୧ ସପ୍ତାହ ପୂର୍ବରୁ

ବ୍ୟାକଟେରିଆ କଲଚର ବ୍ୟବହାର

ଏପ୍ରିଲ

ବୁଣିବାର ୧ ସପ୍ତାହ ପୂର୍ବରୁ

ଧାଡି ବୁଣା

ଏପ୍ରିଲ

ଜମିର ଚୁଡାନ୍ତ ପ୍ରସ୍ତୁତି ପରେ

ମୂଳ ସାର ପ୍ରୟୋଗ

ଏପ୍ରିଲ

ବୁଣିବା ସମୟରେ

. ବର୍ଦ୍ଧୀୟ

ଅନ୍ତଃ-ଚାଷ

ମଇ- ଜୁନ

ପୂରା ଫସଲ ଚକ୍ରରେ

ଜଳ ପରିଚାଳନା

ଏପ୍ରିଲ - ଜୁନ

ଗଜା ହେବା ସମୟରେ ଏବଂ ଫୁଲ ହେବା ଅବସ୍ଥାରେ ଅତ୍ୟନ୍ତ ମହତ୍ୱପୂର୍ଣ (ପୂରା ଫସଲ ଚକ୍ରରେ ତିନି ରୁ ଚାରି ଥର ଜଳ ସେଚନ କଲେ ଭଲ ଫଳ ମିଳିଥାଏ )

ଘାସ ପରିଚାଳନା

=

=

ସମନ୍ୱିତ ରୋଗ ପୋକ ପରିଚାଳନା

ଏପ୍ରିଲ - ଜୁନ

ପୂରା ଫସଲ ଚକ୍ରରେ

. ଅମଳ

ଅମଳ

ଜୁନ – ଜୁଲାଇ

When 75.0 to 80.0 per cent pod becomes matured and dry.

ବିହନ ଉତ୍ପାଦନ

ଜୁନ – ଜୁଲାଇ

ଅମଳ କରିବା ସାଙ୍ଗେ

ଶୁଖାଇବା, ଶ୍ରେଣୀକରଣ ଏବଂ ସଂରକ୍ଷଣ

ଜୁନ – ଜୁଲାଇ

ଅମଳ କରିବା ସାଙ୍ଗେ

ପାଥୱେଜ୍ ଇଣ୍ଡିଆ ପ୍ରଲଳ୍ପ ଅନ୍ତର୍ଗତ କାର୍ଯ୍ୟାବଳୀର ପଞ୍ଜିକା

ପ୍ରରମ୍ଭିକ ଅଧିବେଶନର ଶେଷ ଆଡକୁ, ସିଆରପିମାନେ ଚାଷୀମାନଙ୍କସହ ଆଲୋଚନା କରିବା ଉଚିତ ଯେ ଚଳିତ ଖରିଫ/ରବି ଋତୁରେ ସେମାନେ କେଉଁ ପ୍ରକାର ଫସଲ ଚାଷ କରିବାକୁ ଚାହୁଁଛନ୍ତି ଏବଂ ଉନ୍ନତ କୃଷି ପଦ୍ଧତିକୁ ନିରନ୍ତର ଭାବେ ଆଦୃତ କରିବାପାଇଁ ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପଠାରୁ ସେମାନେ କ'ଣ ଆଶା କରୁଅଛନ୍ତି I ଚଳିତ ଋତୁରେ ସବୁ ଜ୍ଞାନକ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର କ୍ୟାଲେଣ୍ଡର ପ୍ରସ୍ତୁତ କରିବାପାଇଁ ସିଆରପିମାନଙ୍କୁ ଏହା ସାହାଯ୍ୟ କରିବ I ଚାଷୀମାନଙ୍କୁ ମଧ୍ୟ ସେମାନଙ୍କର ଅନୁଭୁତି କହିବାକୁ ସୁଯୋଗ ଦିଅନ୍ତୁ ଏବଂ କେଉଁ ସବୁ ଦିଗରେ ସେମାନେ ପରାମର୍ଶ ଏବଂ ଦିଗ ଦର୍ଶନ ଆବଶ୍ୟକ କରୁଅଛନ୍ତି, ଜାଣିବାପାଇଁ ଚେଷ୍ଟା କରନ୍ତୁ I

ଏହି “ବୈଠକ”ର କାର୍ଯ୍ୟବାହୀକୁ ନିମ୍ନ ଲିଖିତ ଫାର୍ମାଟରେ ଲିପିବଦ୍ଧ କରିବା ଉଚିତ :

"ପ୍ରାରମ୍ଭିକ ଅଧିବେଶନରୁ ମତାମତ"

ପ୍ରଶିକ୍ଷଣ ଅଧିବେଶନ

ଏହି ମତାମତ ଆଧାରରେ ସିଆରପିମାନେ ଦଳ/ସମୂହ ମାନଙ୍କ ପାଇଁ ଏହି ନିର୍ଦ୍ଦେଶିକାରେ ଦିଆ ଯାଇଥିବା କୃଷି ଟୁଲ ଅନ୍ତର୍ଗତ ବିଭିନ୍ନ ମଡ୍ୟୁଲ ଓ ଅଧିବେଶନକୁ ବ୍ୟବହାର କରି ସେମାନଙ୍କର ପ୍ରଶିକ୍ଷଣ ପଞ୍ଜିକା ପ୍ରସ୍ତୁତ କରିପାରିବେ I

ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ

ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବI

"ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ ଫର୍ମ"

ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I

ଉପସଂହାର

ସିଆରପିମାନେ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ କୃଷି ନିବେଶ ଯଥା ବିହନ, ସାର, କୀଟନାଶକ ଇତ୍ୟାଦି ସମ୍ବନ୍ଧରେ ସଠିକ ସୂଚନା ନିଜ ପାଖରେ ରଖିବା ଦରକାର I ଏହିସବୁ ଚାଷ ବିନିବେଶ/ଇନପୁଟ କେଉଁ ସ୍ଥାନରୁ ଭଲ ଦରରେ ଚାଷୀମାନେ ପାଇ ପାରିବେ, ସେମାନଙ୍କୁ ପରାମର୍ଶ ଦିଅନ୍ତୁ I ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚାଷୀମାନଙ୍କୁ ସମୂହ ଭାବେ ଚାଷ କରିବା ପାଇଁ ସାହାଯ୍ୟ କରିବା ଯାହାଦ୍ୱାରା ସେମାନେ ଚାଷ ବିନିବେଶ/ଇନପୁଟ କ୍ରୟ କରିବା ପାଇଁ ମୂଲ ଚାଲ କରିପାରିବା ସହ ଦଳଗତ ଭାବେ ବିକ୍ରୟ କରିପାରିବେ I ତେଣୁ ଚାଷୀମାନେ ନିଜ ନିଜର ଆବଶ୍ୟକତାକୁ ଚିହ୍ନଟ କରି ଥୋକ ଭାବରେ କ୍ରୟ କଲେ ବିନିବେଶ/ଇନପୁଟ ଶସ୍ତା ଦରରେ ପାଇପାରିବେ I ସିଆରପିମାନେ ଏହି ଦିଗରେ ପଥ ପ୍ରଦର୍ଶନ କଲେ ଏହା ସେମାନଙ୍କୁ ନିରନ୍ତରଭାବେ କୃଷି କାର୍ଯ୍ୟ ଆଦୃତ କରିବାପାଇଁ ସାହାଯ୍ୟ କରିବା ସହ, ଏଥିଦ୍ୱାରା ମହିଳାଚାଷୀମାନଙ୍କର ବିକାଶ ଓ ସଶକ୍ତିକରଣ ହୋଇ ପାରିବ I

ଆଧାର – ପୋର୍ଟାଲ ଫର୍ମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate