অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ଟୁଲ୍ (ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା)

କୃଷି ଟୁଲ୍ (ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା)

ଲକ୍ଷ୍ୟ

ଖରିଫ ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I

ଶିକ୍ଷଣୀୟ ଉଦ୍ଦେଶ୍ୟ

  • ଖରିଫ ଫସଲର ବୁଣିବା ପୂର୍ବରୁ କରାଯାଉଥିବା ପ୍ରସ୍ତୁତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
  • ବିହନ ବାଛିବା ଏବଂ ମୃତ୍ତିକା ପରୀକ୍ଷା ପଦ୍ଧତି ସମ୍ବନ୍ଧରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା I
  • ବୁଣିବା କିମ୍ବା ରୋଇବା ପୂର୍ବରୁ ଆବଶ୍ୟକ କୃଷି ବିନିବେଶ/ଇନପୁଟ କିଣିବା ପାଇଁ ଚାଷୀମାନଙ୍କୁ ପ୍ରସ୍ତୁତ କରି ରଖିବା I

ପ୍ରୟୋଜନ

ଅନେକ ବର୍ଷ ହେଲା କୃଷକ ଏବଂ ମହିଳା ଚାଷୀମାନେ କୃଷିକାର୍ଯ୍ୟ କରିଆସୁଅଛନ୍ତି I କିନ୍ତୁ ସେମାନେ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପ୍ରଣାଳୀ ବିଷୟରେ ସଚେତନ ନାହାନ୍ତି I ଅନେକ ସମୟରେ ପ୍ରାକ-ବୁଣା ପ୍ରସ୍ତୁତି ଅଭାବରେ ସେମାନେ କ୍ଷତି ସହି ଥାଆନ୍ତି I ବିହନ, ସାର ଏବଂ କୀଟନାଶକ ଠିକ ସମୟରେ ଉପଲବ୍ଧ ନ ହେଲେ କୃଷିକାର୍ଯ୍ୟରେ ବିଳମ୍ବ ହୋଇଥାଏ I

ଅଗ୍ରୀମ ଫସଲ ଖସଡା ଅଭାବରେ ସେମାନେ ସଠିକ ସମୟରେ ସଠିକ ନିର୍ଣୟ ନେଇ ପାରନ୍ତି ନାହିଁ I ଫସଲର ବୁଣା କାର୍ଯ୍ୟ ପୂର୍ବରୁ ଉପଯୁକ୍ତ ପଦକ୍ଷେପ ନେଇ ପାରିଲେ ଏହା କେବଳ ଅମଳ ବୃଦ୍ଧିରେ ସାହାଯ୍ୟ କରିବ ତାହାନୁହେଁ, ଏହା କୃଷି କାର୍ଯ୍ୟରୁ ସେମାନଙ୍କର ଆୟକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିବ I ଯଦି ସିଆରପିମାନେ ଭଲ ଭାବରେ ପ୍ରଶିକ୍ଷିତ ହୋଇଥିବେ ତେବେ ସେମାନେ ଆଧୁନିକ ଜ୍ଞାନ କୌଶଳକୁ ଚାଷୀମାନଙ୍କୁ ପ୍ରଦାନ କରିପାରିବେ I

ଖରିଫଋତୁ ପ୍ରାକ-ବୁଣା ଅବସ୍ଥାର ପ୍ରଶିକ୍ଷଣ ମଡ୍ୟୂଲ୍ ସାତଗୋଟି ଗୋଟି ଅଧିବେଶନକୁ ନେଇ ଗଠିତ

  • ଅଧିବେଶନ ୧.୧: ଖରାଟିଆ ହଳ କରିବା
  • ଅଧିବେଶନ ୧.୨: ମୃତ୍ତିକା ନମୂନା ସଂଗ୍ରହ
  • ଅଧିବେଶନ ୧.୩: ଫସଲ ଖସଡା
  • ଅଧିବେଶନ ୧.୪ : ଜୈବିକ ଖତର ବ୍ୟବହାର
  • ଅଧିବେଶନ ୧.୫: କିସମ ବଛିବା
  • ଅଧିବେଶନ ୧.୬: ଗଜା ପରୀକ୍ଷା
  • ଅଧିବେଶନ ୧.୭: ସବୁଜ ସାର ବ୍ୟବହାର

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate