অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୃଷି ଟୁଲ୍ (ରବି ଫସଲର ପ୍ରାକ୍ - ବୁଣା ଅବସ୍ଥା (ଜମି ପ୍ରସ୍ତୁତି))

ଲକ୍ଷ୍ୟ

ରବି ଫସଲର ପ୍ରାକ-ବୁଣା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ସିଆରପିମାନଙ୍କର ଜ୍ଞାନ ବର୍ଦ୍ଧନ କରିବାI

ଶିକ୍ଷଣୀୟ ଉଦ୍ଦେଶ୍ୟ

  • ରବି ଫସଲର ବୁଣିବା ପୂର୍ବରୁ କରାଯାଉଥିବା ପ୍ରସ୍ତୁତି ବିଷୟରେ ସିଆରପିମାନଙ୍କୁ ଶିକ୍ଷା ଦେବାI
  • ବିହନ ବାଛିବା, ମାଟି ନମୂନା ସଂଗ୍ରହ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସିଆରପିମାନଙ୍କୁ ପ୍ରସ୍ତୁତ କରିବା ଯେପରିକି ସେମାନେ ଚାଷୀମାନଙ୍କୁ ପ୍ରଶିକ୍ଷିତ କରିପାରିବେ I

ପ୍ରୟୋଜନ

ରବିଋତୁରେ ଆମ ରାଜ୍ୟରେ ଅନେକ ପ୍ରକାର ଫସଲ ଚାଷ କରାଯାଏ I ଚାଷୀମାନଙ୍କୁ ଶିକ୍ଷା ଦେବା ଦରକାର ଯେ ଜଳ ସେଚନର ସୁବିଧା ଥିଲେ ପନିପରିବା ଚାଷ କରି ଅଧିକ ଲାଭ ଉପାର୍ଜନ କରି ହେବ I

କେବଳ ବର୍ଷା ଉପରେ ନିର୍ଭର କଲେ ଏହିପରି ଫସଲ ଯଥା ସୋରିଷ, କୋଳଥ, ବିରି, ଚଣା, ପେଶୀ ଇତ୍ୟାଦି ଚାଷ କରିହେବ I ଏହା ଦ୍ୱାରା ଚାଷ କରା ଯାଉଥିବା ଜମିର ପରିମାଣ ବୃଦ୍ଧିପାଇଁ କୃଷି ଆୟକୁ ମଧ୍ୟ ବଢାଇବାରେ ସାହାଯ୍ୟ କରିବ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଏହିସବୁ ବିଷୟରେ ସଚେତନ କରିବ I

ରବି ଋତୁ ପ୍ରାକ୍ -ବୁଣା ଅବସ୍ଥାର ପ୍ରଶିକ୍ଷଣ ମଡ୍ୟୂଲ୍ ଛଅ ଗୋଟି ଅଧିବେଶନକୁ ନେଇ ଗଠିତ

  • ଅଧିବେଶନ ୨.୧: ଜମି ପ୍ରସ୍ତୁତି
  • ଅଧିବେଶନ ୨.୨: ମୃତ୍ତିକା ନମୂନା ସଂଗ୍ରହ
  • ଅଧିବେଶନ ୨.୩: ଫସଲ ଖସଡା
  • ଅଧିବେଶନ ୨.୪: ମୃତ୍ତିକା ସୌରୀକରଣ
  • ଅଧିବେଶନ ୨.୫: ଜୈବିକ ଖତର ବ୍ୟବହାର
  • ଅଧିବେଶନ ୨.୬: କିସମ ବଛିବା

ରବି ଫସଲ ପାଇଁ ଜମି ପ୍ରସ୍ତୁତି

ଅଧିବେଶନ ୨.୧

ଜମି ପ୍ରସ୍ତୁତି I

ଉଦ୍ଦେଶ୍ୟ

ରବି ଫସଲ ବୁଣିବା ପୂର୍ବରୁ ଜମି ପ୍ରସ୍ତୁତ କରିବା ଏବଂ ହଳ କରିବାର ଉପଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ପୋଷ୍ଟର, ହଳ ବଳଦ, ଟ୍ରାକ୍ଟର୍, ୱିଡର, ଚାଷୀର ଜମି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ ୪୫ମିନିଟ୍ |

ପୃଷ୍ଠଭୁମୀ

କୃଷିକାର୍ଯ୍ୟର ପ୍ରଥମ ମୌଳିକ କାର୍ଯ୍ୟ ହେଉଛି ଜମି ପ୍ରସ୍ତୁତିକରଣ I ବିହନର ସଠିକ ସ୍ଥାପନା ଏବଂ ଫସଲ ବୃଦ୍ଧିପାଇଁ ଏହା ଅନୂକୁଳ ବାତାବରଣ ସୃଷ୍ଟି କରିଥାଏ I ଏହି କାମ ମୁଖ୍ୟତଃ ଏକ ହଳ ସାହାଯ୍ୟରେ କରାଯାଏ I ଜମି ପ୍ରସ୍ତୁତିକରଣ କିମ୍ବା ହଳକରିବା ଦ୍ୱାରା ଗଛର ଅବଶେଷ ମାଟିରେ ମିଶିଯାଇ ଏହାକୁ ଉର୍ବର କରିଥାଏ I ଏହି ପ୍ରକ୍ରିୟା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କିଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ତୃଣ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏI

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ରବି ଋତୁର ଆରମ୍ଭ ପୂର୍ବରୁ ସେମାନେ ହଳ କରନ୍ତି କି ଏବଂ ଯଦି 'ହଁ' କେଉଁ ମାସରେ କରନ୍ତି I ଯେଉଁ ଚାଷୀମାନେ ଜମି ପ୍ରସ୍ତୁତ କରନ୍ତି ଆଉ ଯେଉଁ ଚାଷୀମାନେ ଜମି ପ୍ରସ୍ତୁତ କରନ୍ତି ନାହିଁ ସେମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଲେ ଅନ୍ୟ ଅଂଶଗ୍ରହଣକାରୀମାନଙ୍କୁ ଏହି ଅଭ୍ୟାସ ଆଦୃତ କରିବା ପାଇଁ ଉତ୍ସାହିତ କରିବ I

ସୋପାନ -: ଜମି ପ୍ରସ୍ତୁତି ': ଏହି ଅଧିବେଶନ ସଞ୍ଚାଳନ କରିବା ପାଇଁ ଚାଷୀମାନଙ୍କୁ ଏକ ସାଧାରଣ ସ୍ଥାନରେ ଏକତ୍ର କରାନ୍ତୁ ଏବଂ ବୁଝାନ୍ତୁ ଯେ ଜମିକୁ ହଳ କରିବା କିମ୍ବା ଜମିକୁ ପ୍ରସ୍ତୁତ କରିବା ଅଧିକାଂଶ କୃଷି ପ୍ରଣାଳୀର ଏକ ନିୟମିତ କାର୍ଯ୍ୟ I ସେମାନଙ୍କୁ କୁହନ୍ତୁ ଯେ ଖରିଫ ଫସଲ ପରି ରବି ଫସଲ ପାଇଁ ଗଭୀର ହଳ କରିବା ଆବଶ୍ୟକ ହୋଇ ନ ଥାଏ I ବୁଣା ଯାଇଥିବା ଫସଲରୁ ଭଲ ଅମଳ ପାଇବା ପାଇଁ ଜମି ପ୍ରସ୍ତୁତି ଏକ ମୁଖ୍ୟ ଭୂମିକା ତୁଲାଇ ଥାଏ I ଏକ ଭଲ ଭାବରେ ହଳ ହୋଇ ସମତୁଲ କରାଯାଇଥିବା ଜମିରେ ଥିବା ସୂକ୍ଷ୍ମ କଣିକା ସବୁ ବିହନ ଓ ମାଟି ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପିତ କରିଥାଏ ଯାହା ବିହନ ମଞ୍ଜିକୂ ସଠିକ ଗଭୀରତାରେ ବୁଣିବାରେ ସାହାଯ୍ୟ କରିଥାଏ I

ସୋପାନ -: ଜମି ପ୍ରସ୍ତୁତି କାହିଁକି କରାଯିବା ଉଚିତ: ଜମି ପ୍ରସ୍ତୁତିକରଣ ଚେରର ଉତ୍ତମ ବୃଦ୍ଧିରେ ସାହାଯ୍ୟ କରିଥାଏ I ଗୁଣ୍ଡ ମାଟିରେ ଚେରର ଭଲ ବୃଦ୍ଧି ଘଟିଥାଏ I ହଳ କରିବା ଦ୍ୱାରା ପୁର୍ବବର୍ତ୍ତୀ ଫସଲରେ ଥିବା ରୋଗ ପୋକ, କୀଟାଣୁ ଏବଂ ରୋଗକାରୀ ଜୀବାଣୁ ନଷ୍ଟ ହୋଇଯିବା ସହ ଚିରସ୍ଥାୟୀ ଦଳ ସବୁ ମଧ୍ୟ ନଷ୍ଟ ହୋଇଯାଇଥାଏ ଏବଂ ଏହା ନୁଆ ଫସଲର ଚେରକୁ ଉତ୍ତମ ପାଣି ଓ ପୋଷକ ଶୋଷଣ କରିବାରେ ସାହାଯ୍ୟ କରିଥାଏ I ହଳ କରିବାର ଅନ୍ୟାନ୍ୟ କାରଣ ମଧ୍ୟରୁ ମୃତ୍ତିକାର ଜଳ ଧାରଣ କ୍ଷମତାରେ ବୃଦ୍ଧି, ଜଳ ସଂରକ୍ଷଣ ଏବଂ ଜମିରେ ସଠିକ ଉତ୍ତାପ ରଖିବା I

ସୋପାନ -: ଜମି ପ୍ରସ୍ତୁତ କିପରି କରିବେ: ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଜମିକୁ ନେଇ ପ୍ରକୃତରେ ହଳ କିପରିଭାବେ କରାଯାଏ ପ୍ରଦର୍ଶନ କରନ୍ତୁ I

  • ଜମି ପ୍ରସ୍ତୁତି ପାଇଁ ଯଦି ଟ୍ରାକ୍ଟର ଦ୍ୱାରା ହଳ କରାଯାଉଥାଏ ତେବେ ଦୁଇ ରୁ ତିନିଥର କରିବା ଦରକାର ଏବଂ ଯଦି ବଳଦ ଦ୍ୱାରା କରାଯାଉଥାଏ ତେବେ ଚାରି ରୁ ପାଞ୍ଚ ଥର ହଳ କରିବା ଆବଶ୍ୟକ I
  • ପ୍ରାୟ ପନ୍ଦର ସେ.ମି. ପର୍ଯ୍ୟନ୍ତ ହଳ କରି ମାଟିକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ I
  • ମାଟି ଟେଳାସବୁକୁ ଭାଙ୍ଗିବା ତଥା ମୃତ୍ତିକାର ଜଳୀୟ ଅଂଶ ମାତ୍ରା ସଂରକ୍ଷଣ କରିବା ପାଇଁ ଜମିକୁ ସମତୁଲ କରନ୍ତୁ I
  • ଜମି ଯଦି ଗଡାଣିଆ ହୋଇଥାଏ, ତେବେ ଏହାକୁ ସମତୁଲ କରନ୍ତୁ ଏବଂ ଜମି ହିଡ ନିର୍ମାଣ କରନ୍ତୁ I
  • ଜମିରୁ ଅତ୍ୟଧିକ ପାଣି ବାହାର କରି ଦିଅନ୍ତୁ I ପାଣି ନିଷ୍କାସନ କରିବା ପୂର୍ବରୁ ନାଳୀ ଭିତରୁ ଅନାବନା ଗଛଲତା ସବୁ ବାହାର କରିଦିଅନ୍ତୁ ଯେପରିକି ପାଣି ଭଲଭାବରେ ପ୍ରବାହିତ ହୋଇ ପାରିବ I
  • ୱିଡର ବ୍ୟବହାର କରି ଜମି ହିଡରୁ ତୃଣସବୁକୁ ବାହାରକରି ଦିଅନ୍ତୁ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ମୁଖର କିମ୍ବା ପ୍ରଗତିଶୀଳ ଚାଷୀଙ୍କୁ ଅଧିବେଶନର କାର୍ଯ୍ୟବାହୀକୁ ସଂକ୍ଷେପରେ ବର୍ଣନ କରିବାକୁ କହି ପଚାରନ୍ତୁ ଯେ ଜମି ପ୍ରସ୍ତୁତି କରିବା କାହାକୁ କୁହାଯାଏ ? ଅଂଶଗ୍ରହଣକାରୀମାନଙ୍କୁ ରବି ଫସଲ ସମୟରେ ଜମି ପ୍ରସ୍ତୁତ କରିବା ଫଳରେ ଯେଉଁ ସବୁ ଉପାଦେୟତା ମିଳିଥାଏ ଯେପରିକି ତୃଣ ସବୁ ବାହାର କରିବା ଏବଂ ଚେର ସହଜରେରେ ଭୂମୀ ଭିତରେ ପ୍ରବେଶ କରିବା ଇତ୍ୟାଦି ବର୍ଣନ କରିବାକୁ ଉତ୍ସାହିତ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate