ହୋମ / କୃଷି / କୃଷି ନିର୍ଦେଶିକା / ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ବିହନ କିସମ ବାଛିବା)
ସେଆର କରନ୍ତୁ

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ବିହନ କିସମ ବାଛିବା)

ଅଧିକ ଅମଳକ୍ଷମ ଓ ହାଇବ୍ରିଡ ବିହନ ବ୍ୟବହାର କଲେ ଅମଳ ଉପରେ ଏହାର ପ୍ରଭାବ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ଏବଂ ସୁସ୍ଥ ଓ ନୀରୋଗ ବିହନର ଉପାଦେୟତା ବିଷୟରେ ସଚେତନ କରିବା I

ଅଧିବେଶନ ୧.୫

ବିହନ କିସମ ବାଛିବା I

ଉଦ୍ଦେଶ୍ୟ

ସ୍ଥାନୀୟ ବିହନ ତୁଳନରେ ଅଧିକ ଅମଳକ୍ଷମ ଓ ହାଇବ୍ରିଡ ବିହନ ବ୍ୟବହାର କଲେ ଅମଳ ଉପରେ ଏହାର ପ୍ରଭାବ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ଏବଂ ସୁସ୍ଥ ଓ ନୀରୋଗ ବିହନର ଉପାଦେୟତା ବିଷୟରେ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଓ ପ୍ରଚାରପତ୍ର ବ୍ୟବହାର କରି ଅମଳ ବୃଦ୍ଧିକରିବା ପାଇଁ ଉତ୍ତମ ମାନର ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ ପ୍ରଚାର ପତ୍ର |

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଉତ୍ତମ ଅମଳ ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅଧିକ ଅମଳ ମିଳିଥାଏ I କିଛି କିସମର ରୋଗ ଏବଂ ପୋକ ଆକ୍ରମଣରୁ ରକ୍ଷା କରିବା ପାଇଁ ପ୍ରତିରୋଧକ ଶକ୍ତି ଅଛି I ଏହି ପ୍ରଶିକ୍ଷଣ ଟୁଲ୍ ବ୍ୟବହାର କରି ଚାଷୀମାନେ ଅମଳ ବୃଦ୍ଧି କରିପାରିବା ସହ ଅଧିକ ସକାରାତ୍ମକ ପରିଣାମ ପ୍ରାପ୍ତ କରିବେ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବିଭିନ୍ନ କିସମ ଯଥା ସ୍ଥାନୀୟ ବିହନ, ସଙ୍କର ବିହନ ଏବଂ ଅଧିକ ଅମଳକ୍ଷମ ବିହନ ବିଷୟରେ ଜାଣିଅଛନ୍ତି କି I ସେହିପରିଭାବେ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଏକ ବିଶ୍ୱସ୍ତ ସ୍ଥାନରୁ କିପରି ଭାବେ ଉତ୍ତମ ବିହନ ପାଇ ପାରିବେ କାରଣ ଖରାପ ବିହନ ନିର୍ବାଚନ ସେମାନଙ୍କର ଉତ୍ପାଦର ବଜାର ମୂଲ୍ୟକୁ ପ୍ରଭାବିତ କରିପାରେ I

ସୋପାନ - ୨ : ଫସଲ ଚାଷ ପାଇଁ ବିହନ କିସମର ମହତ୍ତ୍ୱ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଉତ୍ପାଦର ପରିମାଣ ଏବଂ ମାନ ଉପରେ ଉତ୍ତମ ବିହନ ନିର୍ବାଚନର ସିଧା ସଳଖ ପ୍ରତିକ୍ରିୟା ପଡିଥାଏ ଯାହା ଏହାର ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ I ସାମାନ୍ୟତଃ ଅଧିକ ଅମଳକ୍ଷମ ବିହନ ଅଧିକ ଅମଳ ଦେଇଥାଏ I ସେମାନଙ୍କର ଫସଲକୁ ଆକ୍ରାନ୍ତ କରୁଥିବା ସାମାନ୍ୟ ରୋଗ ପୋକ ବିଷୟରେ ପଚାରନ୍ତୁ ଏବଂ ବୁଝାନ୍ତୁ ଯେ କିଛି କିସମର ରୋଗ ପୋକ ପ୍ରତିରୋଧକାରୀ ଶକ୍ତି ରହିଅଛି ଯାହାକୁ ରୋଗ ପୋକ ପ୍ରବଣ ଅଞ୍ଚଳରେ ବ୍ୟବହାର କରାଯାଇ ପାରିବ I ଉଦାହରଣସ୍ୱରୂପ ବିଲାତି ବାଇଗଣରେ ଝାଉଁଳା ରୋଗର ଆଶଙ୍କା ରହିଥାଏ, ତେଣୁ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉତ୍କଳ କୁମାରୀ, ଉତ୍କଳ ରାଜା ଏବଂ ଉତ୍କଳ ପ୍ରଜ୍ଞା ପରି କିସମ ଚାଷ କରାଯାଇପାରେ I ସେହିପରି ଯେଉଁ ସବୁ ଅଞ୍ଚଳରେ ଭେଣ୍ଡିରେ ସାହେବୀ ରୋଗ ଲାଗିଥାଏ ସେଠାରେ ଅର୍କ ଅନାମିକା କିସମ ବ୍ୟବହାର କରାଯାଇପାରେ I ସେମାନଙ୍କୁ ଗୁରୁତ୍ୱର ସହ କୁହନ୍ତୁ ଯେ ଭଲ ବିହନ ବ୍ୟବହାର କଲେ ଫସଲ ଏକା ସାଙ୍ଗରେ ପାକଳ ହୋଇଥାଏ I

ସୋପାନ - ୩ : ବିହନ ନିର୍ବାଚନ କରିବା ସମୟରେ ମନେ ରଖିବା ପାଇଁ କିଛି ବିନ୍ଦୁ :

  • ଚାଷୀମାନଙ୍କୁ କୁହନ୍ତୁ ଯେ ସାମାନ୍ୟତଃ ତିନି ବର୍ଷରେ ଥରେ ବିହନକୁ ବଦଳାଇବା ଉଚିତ I
  • ସୁସ୍ଥ ଏବଂ ନୀରୋଗ ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ସେମାନଙ୍କୁ ବୁଝାନ୍ତୁI
  • ବ୍ୟବହୃତ ବିହନ ସମ୍ପୂର୍ଣ ଭାବେ ଶୁଦ୍ଧ ହୋଇଥିବା ଉଚିତ ଏବଂ ଏହା କୌଣସି ପ୍ରକାରେ ଦୂଷିତ ହୋଇ ନ ଥିବ I
  • ପୁରୁଣା ବିହନ ବ୍ୟବହାରରୁ ନିବୃତ ରୁହନ୍ତୁ I
  • ବିହନକୁ ସଦା ସର୍ବଦା ପ୍ରମାଣିତ ସ୍ଥାନରୁ ସଂଗ୍ରହ କରନ୍ତୁ I

ସୋପାନ - ୪ : ବିଭିନ୍ନ ଫସଲର ଅନୁମୋଦିତ ବିହନ କିସମ : ନିମ୍ନ ପ୍ରଦତ୍ତ ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ପ୍ରଦର୍ଶନ କରନ୍ତୁ ଯେଉଁଥିରେ ବିହନର କିସମ ବିଷୟରେ ଉଲ୍ଲେଖ କରାଯାଇଅଛି I ଏହାକୁ ବ୍ୟବହାର କରି ଚାଷୀମାନେ ଆଗାମୀ ବର୍ଷ ପାଇଁ ଫସଲ ଖସଡା ପ୍ରସ୍ତୁତ କରିପାରିବେ I ତଳ ସୂଚୀରେ ଦିଆ ଯାଇଥିବା ଫସଲସବୁ ସାମାନ୍ୟତଃ ପ୍ରକଳ୍ପ ଜିଲ୍ଲାଗୁଡିକରେ ଚାଷ କରାଯାଇଥାଏ I

କ୍ର.ନଂ.

ଫସଲର ନାମ

ଅନୁମୋଦିତ ବିହନ କିସମ

ଶସ୍ୟ

୧.୧

ଢିପଜମି ପାଇଁ ଧାନ

ଜ୍ୟୋତିର୍ମୟୀ, ମନ୍ଦାକିନୀ,ବନ୍ଦନା, ଯୋଗେଶ, ସିଦ୍ଧାର୍ଥ

୧.୨

ମଝିଆଳି ଜମି ପାଇଁ ଧାନ

ଭୋଇ, ଲଲାଟ୍, ନବୀନ

୧.୩

ଖାଲୁଆ ଜମି ପାଇଁ ଧାନ

ହଂସେଶ୍ୱରୀ, ସ୍ୱର୍ଣ, ପ୍ରତୀକ୍ଷା, ତନ୍ମୟୀ, ରାଣୀଧାନ

୧.୪

ହାଇବ୍ରିଡ ଧାନ

ଅଜୟ, ରାଜଲକ୍ଷ୍ମୀ, କେଆରଏଚ୍-୨, ପିଏ ୬୪୪୪, ପିଏ ୬୨୦୧, ଜେକେଆରଏଚ୍-୪୦୧, ପିଏସି ୮୩୫

୧.୫

ସୁବାଶିତ/ବାସୁମତୀ ଧାନ

ଗୀତାଞ୍ଜଳି, କେତକୀଯୋହା, ନୂଆ ଆଚାରମତି, ପୁସା ବାସମତୀ 1

୧.୬

ମାଣ୍ଡିଆ

ସୁଭ୍ରା, ଭୈରବୀ, ଚିଲିକା, ଏକେପି-୭

୧.୭

ମକା

ନବଜୋତ୍, ବିଜୟା କମ୍ପୋଜିଟ୍, ବିଆଇଓ ୯୬୮୧, ପିଏସି-୭୦୫, ଡେକାନ ୧୦୯, ପିଆରଓ ୩୧୧, ଏକ୍ସ ୩୩୪୨

ଡାଲି ଜାତୀୟ ଶସ୍ୟ

୨.୧

ହରଡ

ଲକ୍ଷ୍ମୀ, ଆଶା, ଜାଗୃତି, ମାରୁତୀ

୨.୨

ବିରି

ଟି-୯, ପ୍ରସାଦ, ମହୁରୀ, ଉଜାଲା, କେୟ୍ୟୁ ୩୦୦, କେୟ୍ୟୁ ୩୦୧, ପନ୍ଥ ୟୁ ୧୯

୨.୩

ମୁଗ

କାମଦେଭ, ଦୁର୍ଗା, ଟି-୪୪, ପିଡିଏମ୍-୧୧୧, ପିଡିଏମ୍-୪୪, କେ ୮୫୧, ସମ୍ରାଟ

ତୈଳ ବୀଜ

 

୩.୧

ଚିନା ବାଦାମ

ଜେଏଲ୍-୩୨, ଟିଏମଭି-୨, ଦେବୀ, ଏକେ ୧୨-୨୪, ସ୍ମ୍ରୁତୀ

୩.୨

ରାଶି

ନିର୍ମଳା, ପ୍ରାଚୀ, ଅମୃତ ଚିଲିକା

ପନିପରିବା ଫସଲ

୪.୧

ବାଇଗଣ

ଗ୍ରୀନ ଷ୍ଟାର୍, ମୁକ୍ତା କେଶୀ, ବ୍ଲୁ ଷ୍ଟାର୍, ଉତ୍କଳ ମାଧୂରୀ, ଉତ୍କଳ ଅନୁଶ୍ରୀ

୪.୨

ଲଙ୍କା

ଉତ୍କଳ ଆଭା, ପ୍ଲାଣ୍ଟ ସି-୧, ଅଗ୍ନିବଣ, ତେଜସ୍ୱିନୀ, ପୁସାଜ୍ୱାଳା,

୪.୩

କଖାରୁ

ବୈଦ୍ୟବତୀ, ଗୁଆମାଲ, ଅର୍କ ଚନ୍ଦନ

୪.୪

ଜହ୍ନି

ପୁସା ନସ୍ଦର, ପୂଜା ଚିକନି, ସୁରେଖା, ରୋହିଣୀ, ଗୌରଭ

୪.୫

କଲରା

କୋଇମ୍ବାଟୋର ଲଙ୍ଗ୍, ପୁସା ଦୋମୌସୁମୀ, ଲଙ୍ଗ୍ ଗ୍ରିନ୍

୪.୬

ଲାଉ

ପୁସା ସମର ପ୍ରୋଲିଫିକ ଲଙ୍ଗ୍, ପୁସା ସମର ପ୍ରୋଲିଫିକ ରାଉଣ୍ଡ

୪.୭

ସାରୁ

ପଲ୍ଲବୀ, ରଶ୍ମି, ସତମୁଖି

୪.୮

ଭେଣ୍ଡି

ଅର୍କ ଅନାମିକା, ନଂ-୧୦, ଗୀତାଞ୍ଜଳୀ, ଉତ୍କଳ ଗୌରବ, ପର୍ବାଣି କ୍ରାନ୍ତି, ବିଜୟା

ଚିରନ୍ତନ ଏବଂ ଅର୍ଥକାରୀ ଫସଲ

୫.୧

କପା

ଏସଆରଟି-୧, ସଞ୍ଜୁ, ସବିତା, ବୁନ୍ନି, ତୁଳସୀ, ସୋମନାଥ, ଏଲଆରଏ ୫୧୬୬

୫.୨

ଆଖୁ

ସିଓ ୯୭୫, ସବିତା, ନୀଳମାଧବ, ରଘୁନାଥ, ନୀଳଚକ୍ର, ସିଓ ୬୨୧୭୫

ଉପସଂହାର

ଅଧିବେଶନକୁ ସମାପ୍ତ କଲାବେଳେ ଦଳରୁ ଦୁଇଜଣ ଚାଷୀଙ୍କୁ ଆମନ୍ତ୍ରିତ କରନ୍ତୁ ଯଥା ଗତ କୃଷିଋତୁରେ ଯିଏ ସ୍ଥାନୀୟ କିସମ ବ୍ୟବହାର କରିଥିବେ ଏବଂ ଆଉଜଣେ ଯିଏ ସଙ୍କର କିସମ ବ୍ୟବହାର କରିଥିବେ I ସେମାନଙ୍କୁ ନିଜ ନିଜର ଅନୁଭବ ବର୍ଣନ କରିବାକୁ କୁହନ୍ତୁ ଯାହାଦ୍ୱାରା ଦଳର ଅନ୍ୟ ସଦସ୍ୟମାନେ ଉତ୍ତମ ବିହନ ବ୍ୟବହାରର ଉପାଦେୟତା ବିଷୟରେ ଅବଗତ ହୋଇ ପାରିବେ I

ଆଧାର – ପୋର୍ଟାଲ ଟିମ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top