অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ବିହନର ଗଜା ପରୀକ୍ଷା)

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ବିହନର ଗଜା ପରୀକ୍ଷା)

ଅଧିବେଶନ

ବିହନର ଗଜା ପରୀକ୍ଷା I

ଉଦ୍ଦେଶ୍ୟ

ଉପଲବ୍ଧ ବିହନର ମାନକୁ ଗଜା ପରୀକ୍ଷଣ ଦ୍ୱାରା ଅଙ୍କୁରଣର ପ୍ରତିଶତକୁ କିପରି ଆକଳନ କରାଯାଏ, ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା ସହ ଉତ୍ତମ ଫସଲ ବୃଦ୍ଧି ପାଇଁ ଆବଶ୍ୟକ ବିହନର ପରିମାଣ ହିସାବ କରିବା ପାଇଁ ସେମାନଙ୍କୁ ଦିଗ୍ ଦର୍ଶନ ଦେବା I

ପଦ୍ଧତି

ସିଆରପିମାନେ ପୋଷ୍ଟର ବ୍ୟବହାର କରି ଅଙ୍କୁରିତ ବିହନର ସଂଖ୍ୟାକୁ ଗଣିବା ତଥା ବିହନ ବୁଣିବା ପ୍ରକ୍ରିୟାକୁ ବୁଝାଇବେ ଏବଂ ଏହାପରେ ସେମାନେ ଚାଷୀମାନଙ୍କୁ ଏହି ବିଷୟରେ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ବିହନ, ମାଟି, ବାଲି, ପାଣି ଏବଂ ମାଟି ହାଣ୍ଡି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ | ପ୍ରଦର୍ଶନ - ୧୫ମିନିଟ୍ |

ପୃଷ୍ଠଭୁମୀ

ଗଜା ପରୀକ୍ଷଣ ଦ୍ୱାରା ଚାଷୀମାନେ ଜାଣି ପାରିବେ ଯେ ବୁଣିବା ପାଇଁ ସେମାନଙ୍କର ବିହନ ଉତ୍ତମ ମାନର ନା ନୁହେଁ ଏବଂ ତାହା ଫସଲ ଚାଷ ପାଇଁ ସଠିକ ଭାବେ ପ୍ରସ୍ତୁତ ହୋଇଅଛି ନା ନାହିଁ I ବିଭିନ୍ନ ପ୍ରକାର ଫସଲପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ବିହନର ମାନ ଜାଣିବା ପାଇଁ ଗଜା ପରୀକ୍ଷଣ କରାଯାଇ ପାରିବ I ବୁଣାଯାଇଥିବା ବିହନର ଉତ୍ତମ ଅଙ୍କୁରଣ ଫଳରେ ଜଳ ଓ ଫସଲର ଖାଦ୍ୟସାର ପରିଚାଳନା ଉପଯୁକ୍ତ ଭାବେ ହୋଇଥାଏ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବିହନର ମାନକୁ କିପରି ଭାବେ ନିର୍ଦ୍ଧାରଣ କରନ୍ତି ଏବଂ ସେମାନେ କ'ଣ ସଚେତନ ଅଛନ୍ତି ଯେ ବୁଣିବା ପରେ ଫସଲର ବୃଦ୍ଧୀୟ ଅବସ୍ଥାରେ କେତେ ସଂଖ୍ୟକ ଗଛ ଜୀବିତ ରହିବେ ତାହାକୁ " ଅଙ୍କୁରଣ ପ୍ରତିଶତ" ପ୍ରଭାବିତ କରିଥାଏ I ଗତ କୃଷିଋତୁରେ ଯେଉଁ ଚାଷୀଙ୍କର ଫସଲରେ ଖରାପ ଅଙ୍କୁରଣ ଅବସ୍ଥା ଘଟିଥିଲା ତାଙ୍କୁ ପଚାରନ୍ତୁ ଯେ ସେ ଏହାର କାରଣ ଜାଣିପାରିଲେ କି?

ସୋପାନ - ୨ : ବିହନ ଅଙ୍କୁରଣ ପରୀକ୍ଷା କ'ଣ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଅଙ୍କୁରଣ ପରୀକ୍ଷା ବିହନର ଅଧିକତମ ଅଙ୍କୁରଣ କ୍ଷମତାକୁ କିମ୍ବା ବିହନର ବ୍ୟବହାର୍ଯ୍ୟତାକୁ ନିର୍ଦ୍ଧାରିତ କରିଥାଏ I ଏକ ନିର୍ଦ୍ଦିଷ୍ଟ ବିହନର ଅଙ୍କୁରଣ ହାର ଚାଷ ଜମିରେ ଏହାର ପ୍ରଦର୍ଶନକୁ ସୂଚୀତ କରିଥାଏ ଯାହାକୁ ସବୁବେଳେ ସତାଂଶ ଆକାରରେ ଦର୍ଶାଯାଇଥାଏ I ଯଦି ଅଙ୍କୁରଣ ହାର ୮୦.୦ ପ୍ରତିଶତ ବୋଲି କୁହାଯାଏ ତେବେ ୧୦୦ ଗୋଟି ବିହନମଞ୍ଜି ମଧ୍ୟରୁ ୮୦ ଗୋଟି ବିହନବିହନମଞ୍ଜି ଅଙ୍କୁରିତ ହେବା ସମ୍ଭାବନା ଥାଏ I ଏହି ସୁଚନା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସର୍ବାଧିକ ଅଙ୍କୁରଣ ହାରକୁ ଜାଣିବାରେ ସାହାଯ୍ୟ କରିବା ସହିତ ଏହା ସୂଚୀତ କରିଥାଏ ଯେ ଏକ ନିର୍ଦ୍ଧିଷ୍ଟ ବିହନପୁଞ୍ଜର ଭଲ ଫସଲ ଉତ୍ପାଦନ କରିବା ପାଇଁ କ୍ଷମତା ଅଛି ନାହିଁ ଏବଂ ଏହି ବିହନପୁଞ୍ଜକୁ ବ୍ୟବହାର କରିବା ଉଚିତ ହେବ ନା ନାହିଁ I ସାଧାରଣତଃ ଚାଷୀମାନେ ନିଜର ବିହନ ବ୍ୟବହାର କରିଥାଆନ୍ତି, ଅନ୍ୟ ଚାଷୀମାନଙ୍କଠାରୁ ସଂଗ୍ରହ କରିଥାଆନ୍ତି, ବଜାରରୁ କିଣି ଥାଆନ୍ତି କିମ୍ବା ସରକାରୀ ସଂସ୍ଥାଠାରୁ ସଂଗ୍ରହ କରିଥାଆନ୍ତି I ଏହା ସଠିକ ଭାବେ ଜାଣି ହୁଏ ନାହିଁ ଯେ, ଏହି ବିହନସବୁ ଉତ୍ତମ ଅଙ୍କୁରଣ ହାର ପ୍ରଦାନ କରିବ ନା ନାହିଁ I ତେଣୁ ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ ଯେଉଁ ବିହନକୁ ବ୍ୟବହାର କରାଯିବ ତାହାର ଗଜା ପରୀକ୍ଷା କରିନେବା ସବୁବେଳେ ଭଲ I

ସୋପାନ - ୩ : ବିହନ ଅଙ୍କୁରଣ ପରୀକ୍ଷା କିପରି କରାଯାଏ :

ଆଗାମୀ ଋତୁ ବ୍ୟବହାର କରିବା ପାଇଁ ଥିବା ଫସଲ ବିହନରୁ ୧୦୦ ଗୋଟି (ବଡ ଆକାରର ମଞ୍ଜି ହୋଇଥିଲେ ୨୦ ଗୋଟି ) ମଞ୍ଜିକୁ ଗଣି ଅଲଗା ରଖନ୍ତୁ I

  • ଏହି ମଞ୍ଜିକୁ ମାଟି ଓ ବାଲି ମିଶି ରହିଥିବା ଏକ ମାଟି ହାଣ୍ଡିରେ ବୁଣି ଦିଅନ୍ତୁ I
  • ଆଦ୍ରତାକୁ ବଜାୟ ରଖିବା ପାଇଁ ହାଣ୍ଡିରେ ପାଣି ଢାଳୁ ଥାଆନ୍ତୁ I
  • ଗଜା ହେବା ପାଇଁ ଏକ ସପ୍ତାହ ଅପେକ୍ଷା କରନ୍ତୁ I
  • ଯେତେବେଳେ ମଞ୍ଜିରୁ ଗଜା ବାହାରିବା ଆରମ୍ଭ ହେବ, ସୁସ୍ଥ ମଞ୍ଜିସବୁକୁ ଗଣନ୍ତୁ ଯେଉଁଥିରୁ ଅଙ୍କୁରୋଦଗମ ହୋଇଅଛି I ଯଦି ଅଙ୍କୁରିତ ହୋଇଥିବା ବିହନର ହାର ଶତକଡା ୮୦.୦ ପ୍ରତିଶତରୁ ଅଧିକ ହୋଇଥାଏ, ତେବେ ଏହାକୁ ଭଲ ବିହନ ଭାବେ ବିବେଚନା କରାଯିବ I
  • ଯଦି ବିହନପୁଞ୍ଜର ଅଙ୍କୁରଣ ହାର ଶତକଡା ୫୦.୦ ରୁ ଶତକଡା 70.୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ, ତେବେ ଏହା ବଦଳରେ ଅନ୍ୟ କୌଣସି ବିହନ ବ୍ୟବହାର କରିବା ଉଚିତ I
  • ଯଦି ବିହନପୁଞ୍ଜର ଅଙ୍କୁରଣ ହାର ଶତକଡା ୫୦.୦ ପ୍ରତିଶତରୁ କମ ହୋଇଥାଏ ତେବେ ଏହି ବିହନପୁଞ୍ଜକୁ ଆଦୌ ବ୍ୟବହାର କରିବା ଉଚିତ ନୁହେଁ I

ଉପସଂହାର

ଚାଷୀମାନେ ବିହନ ଅଙ୍କୁରଣ ପରୀକ୍ଷା ବିଷୟରେ ବୁଝିଛନ୍ତି ନ ନାହିଁ ଜାଣିବା ପାଇଁ କୌଣସି ଜଣେ ଚାଷୀଙ୍କୁ ପଚାରନ୍ତୁ ଯେ କେତେ ଗୋଟି ମଞ୍ଜି ଅଙ୍କୁରିତ ହେଲେ ଏହାକୁ ଭଲ କିମ୍ବା ଖରାପ ବିହନ ବୋଲି ଗ୍ରହଣ କରାଯିବ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate