অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ସବୁଜ ସାର)

ଖରିଫ ଋତୁରେ ପ୍ରାକ୍-ବୁଣା ଅବସ୍ଥା (ସବୁଜ ସାର)

ଅଧିବେଶନ ୧.୭

ସବୁଜ ସାର I

ଉଦ୍ଦେଶ୍ୟ

ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିବା ପାଇଁ ବୁଣିବା ପୂର୍ବରୁ ସବୁଜ ସାର ଚାଷ କରିବାର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ମୃତ୍ତିକାରେ ଯବକ୍ଷାରଯାନ ପରିମାଣକୁ ବୃଦ୍ଧିକରିବାପାଇଁ ସବୁଜ ସାରର ଉପକାରିତା ବିଷୟରେ ଚାଷୀମାନଙ୍କୁ ସିଆରପିମାନେ ବୁଝାଇବେ I ଏହାପରେ କୌଣସି ଏକ ଚାଷୀଙ୍କ ଜମିକୁ ପ୍ରକୃତ ପ୍ରଦର୍ଶନ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଧଣିଚା ମଞ୍ଜି, ହଳ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ | କ୍ଷେତ୍ର ପରିଦର୍ଶନ – ୪୫ମିନିଟ୍ |

ପୃଷ୍ଠଭୁମୀ

ମୃତ୍ତିକାର ଉର୍ବରତାକୁ ବୃଦ୍ଧିକରିବା ପାଇଁ ଚାଷୀମାନେ ସବୁଜ ସାର ପ୍ରଦାନ କରୁଥିବା ଫସଲ ଚାଷ କରିବା ବିଷୟରେ ଶିକ୍ଷାକରିବା ଉଚିତ I ଜୈବିକ ପଦାର୍ଥ ମାଟିରେ ମିଶାଇଲେ ମୃତ୍ତିକାର ଭୌତିକ ଗୁଣରେ ଉନ୍ନତି ହୋଇଥାଏ I ଏହା ପୋଷକ ସବୁକୁ ଫସଲପାଇଁ ଅପହଞ୍ଚ ଦୂରତାକୁ ଯିବା ପାଇଁ ଦେଇ ନ ଥାଏ I ଏହା ମାଟିରେ ଥିବା ସୂକ୍ଷ୍ମଜୀବାଣୁ ପାଇଁ ଖାଦ୍ୟ ଯୋଗାଇଥାଏ I ସବୁଠାରୁ ମହତ୍ୱପୂର୍ଣ୍ଣ ଯେ, ଏହା ଡାଲି ଜାତୀୟ ଫସଲର ଚେର ଗଣ୍ଠିରେ ଯବକ୍ଷାରଯାନ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ ଏବଂ ଉତ୍ତମ ମୃତ୍ତିକା ଗଠନରେ ମଧ୍ୟ ସାହାଯ୍ୟ କରିଥାଏ I ଏହାସହିତ ସବୁଜ ସାର ବାୟୁ ସଞ୍ଚାଳନ ପାଇଁ ସହାୟତା ଦେଇଥାଏ ଯାହା ଫସଲର ଉତ୍ତମ ବୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଜାଣିଛନ୍ତି କି ମୃତ୍ତିକାର ଉର୍ବରତାକୁ ବୃଦ୍ଧି କରିବା ପାଇଁ ମାଟିରେ ଯବକ୍ଷାରଯାନର ପରିମାଣକୁ କିପରି ବଢାଇହେବ I ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପ୍ରକାର ସବୁଜ ସାର ପ୍ରଦାନକାରୀ ଫସଲ ବିଷୟରେ ଆଲୋଚନା କରନ୍ତୁ I

ସୋପାନ -: ସବୁଜ ସାର ପ୍ରଦାନ କରୁଥିବା ଫସଲ: ଚାଷୀମାନଙ୍କୁ ବୁଝାନ୍ତୁଯେ ମୁଖ୍ୟ ଫସଲ ବୁଣିବାର ପାଖାପାଖି ୪୫ ଦିନ ପୂର୍ବରୁ ସବୁଜ ସାର ପ୍ରଦାନକାରୀ ଫସଲକୁ ବୁଣାଯାଏ I ସବୁଜ ସାର ପାଇଁ ବହୁଳ ଭାବେ ଧନିଚାକୁ ବ୍ୟବହାର କରାଯାଏ ଯାହା ଅଧିକାଂଶ ମୃତ୍ତିକା ପାଇଁ ଅନୁକୂଳ ହୋଇଥାଏ I ଧନିଚା ଏକ ସରସ ସବୁଜ ସାର ପ୍ରଦାନକାରୀ ଫସଲ ଯାହା ଯେ କୌଣସି ପ୍ରତିକୁଳ ପରିସ୍ଥିତି ଯଥା ମରୁଡି, ଜଳ ପ୍ଲାବିତ, ଲୁଣା ଇତ୍ୟାଦି ଅବସ୍ଥାରେ ମଧ୍ୟ ବଢିଥାଏ I ଅନ୍ୟ ସବୁଜ ସାର ଫସଲ ଯଥା ଛଣି, ଝୁଡଙ୍ଗ ମଧ୍ୟ ଚାଷ କରିହେବ I

ସୋପାନ -: ସବୁଜ ସାର ଫସଲ କିପରି ଆଦୃତ କରିବେ:

  • ମଇ-ଜୁନ ମାସରେ ଏକର ପିଛା ୧୬ ରୁ ୧୮ କେ.ଜି. ପର୍ଯ୍ୟନ୍ତ ବିହନ ବୁଣନ୍ତୁ I
  • ଯଦି ବୁଣା ଧାନ ଚାଷ କରୁଥିବେ ୮ରୁ ୧୦ କେ.ଜି. ପର୍ଯ୍ୟନ୍ତ ବିହନ ବୁଣନ୍ତୁ I
  • ବୁଣିବାର ୬ ରୁ ୮ ସପ୍ତାହ ପରେ ଫୁଲ ଧରିବା ଆରମ୍ଭ ହେବା ସମୟରେ ହଳକରି ଧନିଚା ଫସଲକୁ ମାଟି ସହିତ ମିଶାଇ ଦିଅନ୍ତୁ I
  • ତା'ହା ପରେ ଏହି ଜମିରେ ଧାନ ତଳିକୁ ରୁଅନ୍ତୁ I

ଉପସଂହାର

ଅଧିବେଶନକୁ ସମାପ୍ତ କଲାବେଳେ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ସବୁଜ ସାର ପ୍ରଦାନକାରୀ ଫସଲ ଚାଷ କରିବାର ଉପାଦେୟତା ବିଷୟରେ ପୁନରାବୃତ୍ତି କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate