অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ଅମଳ (ଅମଳ କରିବା ପଦ୍ଧତ୍ତି)

ଖରିଫ ଫସଲର ଅମଳ (ଅମଳ କରିବା ପଦ୍ଧତ୍ତି)

ଅଧିବେଶନ ୮.୨

ଅମଳ କରିବା ପଦ୍ଧତ୍ତି I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଫସଲର ସଠିକ ଅମଳ ପଦ୍ଧତ୍ତି ବିଷୟରେ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ସଠିକ ଅମଳ ପଦ୍ଧତ୍ତି ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ ଏକ ଚାଷୀର ବିଲ ଯେଉଁଠାରେ ବର୍ତ୍ତମାନ ଅମଳ ହେଉଥିବ

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୪୫ ମିନିଟ୍ |

ପୃଷ୍ଠଭୁମୀ

ପାକଳ ଫସଲକୁ ଜମିରୁ କାଟିବା ଠାରୁ ଆରମ୍ଭ କରି ଏହାକୁ ଅମଳ କରିବା ଏବଂ ସଫା କରି ବସ୍ତାରେ ରଖିବା ପର୍ଯ୍ୟନ୍ତ ପ୍ରକ୍ରିୟାକୁ ବୁଝାଏ ଯାହା ତଳେ ଚିତ୍ରରେ ପ୍ରଦର୍ଶନ କରାଯାଇଅଛି ।

ଚାଷୀମାନଙ୍କୁ ଜଣାନ୍ତୁ ଯେ ସେମାନେ ଉପଯୁକ୍ତ ଅମଳ ପଦ୍ଧତ୍ତି ଆଦୃତ କଲେ ଅନେକ ପ୍ରକାର ସୁବିଧା ପାବେ I ଉଦାହରଣସ୍ୱରୂପ ଉଚିତ ଅମଳ ପଦ୍ଧତି ଆଦୃତ କଲେ କମ ଶ୍ରମବଳ ଦରକାର ହୁଏ I ଏହାସହ ଫସଲର ଅବଶିଷ୍ଟାଂସ ମାଟିରେ ମିଶିଯିବା ଫଳରେ ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ I ଉପଯୁକ୍ତ ଭାବେ ଅମଳ କଲେ ଭଲ ମାନର ଶସ୍ୟ ଏବଂ ଫଳ ଉତ୍ପାଦିତ ହୋଇଥାଏ I ଏହି ପରିପେକ୍ଷିରେ ଚାଷୀମାନେ ପ୍ରତ୍ୟେକ ଫସଲ ପାଇଁ ଆଦୃତ ଅମଳ ପଦ୍ଧତି ଜାଣିବା ଉଚିତ ଯଦ୍ୱାରା ସେମାନେ ଆବଶ୍ୟକ ହେଉଥିବା ଶ୍ରମ ଏବଂ ଅନ୍ୟାନ୍ୟ ଉପକରଣର ବ୍ୟବସ୍ଥା କରିପାରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରନ୍ତୁ I ଅଧିବେଶନକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଅମଳ କରିବା ପାଇଁ କେଉଁ ସବୁ ପଦ୍ଧତିକୁ ଆଦୃତ କରିଥାନ୍ତି I ବିଭିନ୍ନ ପଦ୍ଧତିର ସୁବିଧା ଏବଂ ପରିସୀମାକୁ ଉଲ୍ଲେଖ କରିବା ପାଇଁ ସେମାନଙ୍କୁ କୁହନ୍ତୁ I ଏହାପରେ ବିଭିନ୍ନ ଚାଷୀମାନଙ୍କର ଆର୍ଥିକ କ୍ଷମତା ଅନୁଯାୟୀ ଶସ୍ୟ ଜାତୀୟ ଫସଲ ପାଇଁ ସେମାନେ ଅଦୃତ କରିଥିବା ବିଭିନ୍ନ ଅମଳ ପଦ୍ଧତି ବିଷୟରେ ଅଲୋଚନା କରନ୍ତୁ I ଅମଳ ପଦ୍ଧତି ନିମ୍ନ ପ୍ରଦତ୍ତ ଚାରି ଗୋଟି ଚରଣକୁ ନେଇ ଗଠିତ:

  • ହାତରେ ଅମଳ କରିବା: ଅମଳ କରିବା ଉପକରଣ ଯଥା ରେକ୍, ସାଧାରଣ ପଦାଚାଳିତ ଧାନ ଅମଳ ଯନ୍ତ୍ର ବ୍ୟବହାର ସହ ପଶୁମାନଙ୍କ ଦ୍ୱାରା ମଡା ଯାଇଥାଏ I
  • ହାତରେ ଅମଳ କରି ଯାନ୍ତିକ ପ୍ରଣାଳୀରେ ଫସଲ ଅଲଗା କରିବା: ହାତରେ ଅମଳ କରାଯାଏ, ଅମଳ କରିବା ଯନ୍ତ୍ର ବ୍ୟବହାର କରି ସଫା କରାଯାଏ I
  • ଯାନ୍ତିକ ଫସଲ କଟା ଏବଂ ଯାନ୍ତିକ ଅମଳ: ଧାନ କଟା ଯନ୍ତ୍ର ଦ୍ୱାରା ଧାନ କଟାଯାଇ ଧାଡିରେ ଫସଲକୁ ରଖାଯାଇଥାଏ I ଅମଳ ଏବଂ ସଫାକରିବା ହାତରେ କିମ୍ବା ଯନ୍ତ୍ରରେ କରାଯାଇଥାଏ I
  • କମ୍ବାଇନ ହାର୍ଭେଷ୍ଟିଙ୍ଗ୍: କମ୍ବାଇନ ହାର୍ଭେଷ୍ଟରଦ୍ୱାରା ସବୁ ପ୍ରକାର କାମ ଯଥା କାଟିବା, ଅମଳ କରିବା ଏବଂ ସଫାକରିବା ଇତ୍ୟାଦି ଏକ ସାଙ୍ଗରେ ହୋଇଥାଏ I

ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ହାତରେ ଅମଳ କରିବା ପଦ୍ଧତ୍ତି ବ୍ୟତୀତ ଅନ୍ୟ ସବୁ ପ୍ରକାର ପଦ୍ଧତ୍ତିରେ ସମୟ ଏବଂ ଅର୍ଥର ସଞ୍ଚୟ ହୋଇଥାଏ I

ସୋପାନ -: ଖରିଫ ଫସଲ ପାଇଁ ଅମଳ ପଦ୍ଧତ୍ତି: ଅମଳ ପାଇଁ ସଦା ସର୍ବଦା 'ଦା' ବ୍ୟବହାର କରାଯାଏ ଇ କିଛି କ୍ଷେତ୍ରରେ ଏହାକୁ ଉପୁଡା ଯାଇଥାଏ କିମ୍ବା ଫାଉଡା ବ୍ୟବହାର କରି ଖୋଳାଯାଇଥାଏ I ବାହାର ଆବରଣକୁ କ୍ଷତି ନ କରି ଫଳକୁ ତୋଳା ଯାଇଥାଏ I କିଛି ଫସଲ ଯଥା ପନିପରିବା ଏବଂ ଫଳ ଇତ୍ୟାଦି ଫସଲର ଅମଳ ପଦ୍ଧତି ନିମ୍ନ ପ୍ରଦତ୍ତ ପୋଷ୍ଟର ମାଧ୍ୟମରେ ଦର୍ଶାନ୍ତୁ:

କ୍ର.ନଂ

ଫସଲର ନାମ

ଅମଳ ପଦ୍ଧତ୍ତି

ଧାନ

ସଧାରଣତଃ ଏକ ଦା ସାହାଯ୍ୟରେ ଅମଳ କରାଯାଇଥାଏ I କିଛି ଚାଷୀ କମ୍ବାଇନ ହାର୍ଭେଷ୍ଟର ବ୍ୟବହାର କରି ଧାନ କାଟିବା ସହ ଶସ୍ୟକୁ ଅଲଗା କରିଥାଆନ୍ତି I

ମକା

ଭଣ୍ଡାଗୁଡିକୁ ହାତରେ ଗଛରୁ ତୋଳା ଯାଇଥାଏ I ଶୁଖାଇଲା ପରେ ମଞ୍ଜିକୁ ମଞ୍ଜି ଛଡାଇବା ଯନ୍ତ୍ର କିମ୍ବା ଏକ ଲାଠି ସାହାଯ୍ୟରେ ପିଟି ବାହାର କରାଯାଏ I

ହରଡ

ଫସଲକୁ ଦା ରେ କଟା ଯାଇଥାଏ I ଏହାପରେ ଏହାକୁ ଖରାରେ ଶୁଖାଇ ଦାନା ବାହାର କରାଯାଏ I

ମୁଗ, ବିରି ଏବଂ କୋଳଥ

ଫସଲକୁ ଦା ରେ କଟା ଯାଇଥାଏ I ଏହା ମୃତ୍ତିକା ଉର୍ବରତାରେ ସାହାଯ୍ୟ କରିଥାଏ I ଫସଲକୁ ଖରାରେ ଶୁଖାଯାଇଥାଏ I ପରେ ଏହାକୁ ବଳଦ ସାହାଯ୍ୟରେ ମଡାଯାଇଥାଏ କିମ୍ବା ଲାଠିରେ ପିଟି ଅମଳ କରାଯାଇଥାଏ I

ଚିନା ବାଦାମ

ଖୁରପି, ବ୍ୟବହାର କରି ଅମଳ କରାଯାଇଥାଏ I

ଝୁଡଙ୍ଗ, କଲରା, ଜହ୍ନି ଏବଂ କାକୁଡି

ପନିପରିବାକୁ ତୋଳି ଅମଳ କରାଯାଇଥାଏ I ଅମଳ କରିସାରିବା ପରେ ଫସଲର ଅବଶିଷ୍ଟାଂସକୁ ମାଟିରେ ମିଶାଇବା ପାଇଁ ହଳ କରିବା ଉଚିତ I ଏହାଦ୍ୱାରା ମାଟିର ଉର୍ବରତା ବୃଦ୍ଧିହୋଇଥାଏ I

ଆଳୁ

ଆଳୁକୁ ମାଟି ଭିତରୁ ଖୋଳି ବାହାର କରାଯାଏ I ଯତ୍ନ ନେବା ଦରକାର ଖୋଳିଲା ସମୟରେ ଯେପରି ଆଳୁର ମୂଳ ନଷ୍ଟ ହୋଇ ନ ଯାଏ I

ଆମ୍ବ, ଲେମ୍ବୁ ଏବଂ ମୌସୁମ୍ବୀ

ଫଳକୁ ଗଛରୁ ତୋଳି ଅମଳ କରାଯାଇଥାଏ I ଫଳକୁ ନଷ୍ଟ ନ କରି କିମ୍ବା ଅମଳ ସମୟରେ ଏହା ତଳେ ନ ପଡିବା ପାଇଁ ବିଶେଷ ଫଳ ତୋଳା ଯନ୍ତ୍ର ଉପଲବ୍ଧ ଅଛି I କେବଳ ପାକଳ ହୋଇଥିବା ଫଳ ତୋଳିବା ଉଚିତ ଏବଂ ପାକଳ ହୋଇ ନ ଥିବା ଫଳକୁ ଗଛରେ ଛଡିଦେବା ଉଚିତ I

ସୋପାନ -: ପ୍ରଦର୍ଶନ: ଶ୍ରେଣୀ-କକ୍ଷ ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଚାଷୀର ବିଲକୁ ପ୍ରଦର୍ଶନରେ ନିଅନ୍ତୁ ଯେଉଁଠାରେ କିଛି ମୁଖ୍ୟ ଫସଲର ଅମଳ ହେଉଥିବ I ଅଂଶଗ୍ରହଣକାରୀମାନେ ଅମଳର ବିଭିନ୍ନ ଚରଣ ସବୁକୁ କେତେଦୁର ବୁଝିପାରିଛନ୍ତି, ଜାଣିବାପାଇଁ ସେମାନଙ୍କୁ ପଚାରନ୍ତୁ ଯେ ବର୍ତ୍ତମାନ ସେମାନେ ଦେଖୁଥିବା "ଅମଳ ଚରଣ"ର ନାମ କ'ଣ ? ସେମାନେ ଅମଳର ବିଭିନ୍ନ କାର୍ଯ୍ୟ ଯେପରିକି କାଟିବା, ଶୁଖାଇବା, ପରିବହନ କରିବା, ବସ୍ତାରେ ବାନ୍ଧିବା, ଅମଳ କରିବା, ସଫା କରିବା ଏବଂ ପ୍ୟାକିଙ୍ଗ କରିବା ଇତ୍ୟାଦିକୁ ଚିହ୍ନଟ କରିବା ସହ ଏହି ସବୁର ପ୍ରଭେଦକୁ ଜାଣି ପାରୁଥିବା ଉଚିତ I ସେହିପରି ଭାବେ ବିଭିନ୍ନ ଉପକରଣ ଯଥା ଦା, ଅମଳକରିବା ଯନ୍ତ୍ର, ଅଖା ବସ୍ତା ଇତ୍ୟାଦି ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହିସବୁ ଉପକରଣ ଅମଳ ସମୟରେ କ'ଣ କାମରେ ଆସିଥାଏ I ଅମଳର ବିଭିନ୍ନ ପଦ୍ଧତି ଯଥା କାଟିବା (ଧାନ), ତୋଳିବା (ପରିବା) ଏବଂ ଖୋଲିବା (ଆଳୁ) ଇତ୍ୟାଦି ଦେଖାଇବା ପାଇଁ ଏହିସବୁ ଫସଲ ଅମଳ ପର୍ଯ୍ୟାୟରେ ଥିବା ବିଭିନ୍ନ ଚାଷ ଜମିକୁ ଅଂଶଗ୍ରହଣକାରୀମାନଙ୍କୁ ନିଅନ୍ତୁ I

ଉପସଂହାର

ଅଧିବେଶନର ସମାପ୍ତି ପରେ ଆଶା କରାଯାଏ କି ସେମାନେ ଅମଳର ପଦ୍ଧତ୍ତି ସବୁକୁ ବୁଝିପାରିଛନ୍ତି ଏବଂ ସେମାନେ ଏହି 'ଜ୍ଞାନ କୌଶଳ'କୁ ପରିବାରର ପୁରୁଷ ସହ ଅନ୍ୟ ଚାଷୀମାନଙ୍କସହ ଆଲୋଚନା କରିବେ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate