অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ଜମି ମାପ)

ଲକ୍ଷ୍ୟ

ଖରିଫ ଫସଲର ବୁଣିବା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ବିଷୟରେ ମହିଳା ଚାଷୀମାନଙ୍କର ମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I

ଶିକ୍ଷଣୀୟ ଉଦ୍ଦେଶ୍ୟ

  • ଖରିଫ ଫସଲର ବୁଣିବା ଅବସ୍ଥାରେ ବିଭିନ୍ନ କୃଷିକାର୍ଯ୍ୟକ୍ରମ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I
  • ବିହନ ବିଶୋଧନ, ମୂଳ ସାର ପ୍ରୟୋଗ, ବୁଣିବା, ରୋଇବା, ଜୈବିକ ସାର ପ୍ରୟୋଗ, ଅନ୍ତଃ ଫସଲ ପାଇଁ ଉତ୍ତମ ପଦ୍ଧତ୍ତିର ଆଦୃତ ତଥା ଚାଷୀମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟକ୍ରମ ବିଷୟରେ ପ୍ରଶିକ୍ଷଣ ଦେବା I

ପ୍ରୟୋଜନ

ବୁଣିବା ଅବସ୍ଥାରେ ଅନେକ ଗୁଡିଏ କୃଷିକାର୍ଯ୍ୟ କରାଯାଇଥାଏ I ସବୁଠାରୁ ମହତ୍ୱପୂର୍ଣ ହେଉଛି, ବିହନର ପରିମାଣକୁ ନିର୍ଦ୍ଧାରଣ କରିବା, ବିହନ ବିଶୋଧନ କରିବା, ଜୈବିକ ସାର ପ୍ରୟୋଗ କରିବା, ମୂଳ ସାର ପ୍ରୟୋଗ କରିବା ଏବଂ ଧାଡି ବୁଣା ଏବଂ ଧାଡି ରୁଆ ଇତ୍ୟାଦି I ଆଧୁନିକ ବୈଜ୍ଞାନିକକ କୃଷି ପ୍ରଣାଳୀ ଆଦୃତ କରିବା ପାଇଁ ଚାଷୀମାନେ ପ୍ରଶିକ୍ଷଣ ଆବଶ୍ୟକ କରନ୍ତି I

ଖରିଫ ଋତୁ ବୁଣିବା ଅବସ୍ଥାର ପ୍ରଶିକ୍ଷଣ ମଡ୍ୟୂଲ୍ ଦଶ ଗୋଟି ଅଧିବେଶନକୁ ନେଇ ଗଠିତ

  • ଅଧିବେଶନ ୩.୧: ଜମି ମାପ
  • ଅଧିବେଶନ ୩.୨: ବିହନ ପରିମାଣ ନିର୍ଦ୍ଧାରଣ କରିବା
  • ଅଧିବେଶନ ୩.୩: ବିହନ ବିଶୋଧନ
  • ଅଧିବେଶନ ୩.୪: ଜୈବିକ ସାର ବ୍ୟବହାର
  • ଅଧିବେଶନ ୩.୫: ଧାଡି ବୁଣା
  • ଅଧିବେଶନ ୩.୬: ମୂଳ ସାର ପ୍ରୟୋଗ
  • ଅଧିବେଶନ ୩.୭: ଅନ୍ତଃ ଫସଲ
  • ଅଧିବେଶନ ୩.୮: ତଳି ଘେରା ପ୍ରସ୍ତୁତି
  • ଅଧିବେଶନ ୩.୯: ରୋଇବା ପାଇଁ ଜମି ପ୍ରସ୍ତୁତି
  • ଅଧିବେଶନ ୩.୧୦: ରୋଇବା

ଅଧିବେଶନ ୩.୧

ଜମି ମାପ I

ଉଦ୍ଦେଶ୍ୟ

ବିହନ ପରିମାଣ ନିର୍ଦ୍ଧାରଣ କରିବା, ଚାଷ ପାଇଁ ଆବଶ୍ୟକ ହେଉଥିବା ସାର କୀଟ ନାଶକର ପରିମାଣକୁ ଆକଳନ କରିବା ପାଇଁ ଖରିଫ ଚାଷ କାର୍ଯ୍ୟ ଆରମ୍ବ କରିବା ପୂର୍ବରୁ ନିଜ ଜମିକୁ ମାପି ଏହାର ପରିମାଣ ବିଷୟରେ ଜାଣିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଅଧିବେଶନର ବିଷୟବସ୍ତୁକୁ ସଞ୍ଚାଳନ କରିବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ କୌଣସି ଜଣେ ଚାଷୀର କ୍ଷେତକୁ ପରିଦର୍ଶନରେ ନିଆଯାଇ ପ୍ରକୃତ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ମାପିବା ଟେପ୍, ସ୍କେଲ୍, ପ୍ରଦର୍ଶନ ପାଇଁ ଜମି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୪୫ ମିନିଟ୍ I

ପୃଷ୍ଠଭୁମୀ

ଚାଷୀମାନଙ୍କ ପାଇଁ ଆଗରୁ ଜାଣିବା ଉଚିତ ଯେ ସେମାନେ ଯେଉଁ ଜମିରେ ଚାଷ କରିବା ପାଇଁ ଯୋଜନା କରିଅଛନ୍ତି ତାହାର ଆୟତନ କେତେ ଯଦ୍ୱାରା ସେମାନେ କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଚାଷ ନିବେଶ ଯଥା ବିହନ, ସାର ଏବଂ କୀଟନାଶକର ପରିମାଣ ଆକଳନ କରି ଏହାର ପ୍ରବନ୍ଧନ କରି ପାରିବେ I ଜମି ମାପିବାର ଏକକ ମଧ୍ୟ ବିଭିନ୍ନ ଅଞ୍ଚଳରେ ଅଲଗା ଅଲଗା ହୋଇଥାଏ ଯଥା ଗୁଣ୍ଠ, ମାଣ, ଡେସିମିଲ ଇତ୍ୟାଦି ଏବଂ ଚାଷୀମାନେ ଏହାକୁ ଏକର କିମ୍ବା ହେକ୍ଟରରେ ପରିବର୍ତ୍ତନ କରିବା ବିଧେୟ କାରଣ ଏହା ହେଉଛି ବିହନ କିମ୍ବା ସାର କିଣିବା ଉଦ୍ଦେଶ୍ୟରେ ଆକଳନ କରିବା ପାଇଁ ସର୍ବମାନ୍ୟ ଏକକ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ଜମିର ଆୟତନ ବିଷୟରେ ଜାଣିଛନ୍ତି କି ଏବଂ ଏହି ଜମିରୁ କେତେ ପରିମାଣ ଚାଷ କରନ୍ତି ଏବଂ ଆଗାମୀ ଖରିଫ ଋତୁରେ କେତେ ପରିମାଣ ଜମି ଅନାବାଦୀ ରହିବ I ଜମି ମାପିବାର ବିଭିନ୍ନ ଏକକ ଯଥା ଗୁଣ୍ଠ, ମାଣ , ଡେସିମିଲ, ଅକାର, ହେକ୍ଟର ଇତ୍ୟାଦି ସମ୍ବନ୍ଧରେ ସେମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ବିହନ ଓ ସାର ଜମିର ଆୟତନ ଅନୁସାରେ ବ୍ୟବହାର କରନ୍ତି ନା କେବଳ ଆନୁମାନିକ ଭାବେ ପ୍ରୟୋଗ କରନ୍ତି I ଚାଷୀମାନଙ୍କୁ ଜଣାନ୍ତୁ ଯେ ଜମିର ଆୟତନ ଅନୁସାରେ ଚାଷ ନିବେଶର ପରିମାଣ ବଦଳି ଥାଏ, ତେଣୁ ପ୍ରତ୍ୟେକ ଜମିର ଆକାରକୁ ନେଇ ଅନୁମୋଦିତ ମାତ୍ରାକୁ ବ୍ୟବହାର କରିବା ଆବଶ୍ୟକ I ଅଧିକ ମାତ୍ରା ବ୍ୟବହାର କଲେ ସମ୍ପଦର ଅପଚୟ ହେବ ଏବଂ କମ ମାତ୍ରା ବ୍ୟବହାର କଲେ ଏହା ଫସଲର ଅମଳ ଉପରେ କୁପ୍ରଭାବ ପକାଇବ I ଚାଷୀମାନଙ୍କୁ କୁହନ୍ତୁ ଯେ ଜମିକୁ କିପରି ଭାବେ ମାପ କରାଯାଏ, ସେମାନେ ବର୍ତ୍ତମାନ ଶିକ୍ଷା ଲାଭ କରିବେ I

ସୋପାନ -: ଜମିକୁ କିପରି ମାପ କରିବେ: ଚାଷୀମାନଙ୍କୁ ନିକଟବର୍ତ୍ତୀ ଏକ ଚାଷଜମିକୁ ନେଇ ତାହାର ଦୈର୍ଘ୍ୟ ଏବଂ ପ୍ରସ୍ଥକୁ ମାପିବା ଟେପ ବ୍ୟବହାର କରି ଏକ କାଗଜରେ କିମ୍ବା ଏକ ଓଦାଳିଆ ଭୂମୀ ଉପରେ ଲିପିବଦ୍ଧ କରନ୍ତୁ I ମନେ କରନ୍ତୁ ଯେ ମାପ କରାଯାଇଥିବା ଜମିର ଦୈର୍ଘ୍ୟ ଯଦି ୫୬ ମିଟର ଏବଂ ପ୍ରସ୍ଥ ୩୦ ମିଟର ହୋଇଥାଏ, ତେବେ ନିମ୍ନ ଉଲ୍ଲିଖିତ ସୁତ୍ରକୁ ବ୍ୟବହାର କରି ଏହି ଜମିର କ୍ଷେତ୍ରଫଳକୁ ନିର୍ଣୟ କରିହେବI

  • ଏକ ଏକର ହେଉଛି ପ୍ରାୟ ୪୦୦୦ ବର୍ଗ ମିଟର
  • ଏକ ଏକର ହେଉଛି ୧୦୦ ଡେସିମିଲ
  • ତେଣୁ ଏକ ଡେସିମିଲ ପରିମିତ ଜମିର କ୍ଷେତ୍ରଫଳ ହେବ ୪୦ ବର୍ଗ ମିଟର

ବର୍ତ୍ତମାନ ଚାଲନ୍ତୁ ଦେଖିବା ଆମେ ପ୍ରଦର୍ଶନ ପାଇଁ ବାଛିଥିବା ଚାଷଜମିର ମାପ ଅନୁସାଅରେ ଏହାର କ୍ଷେତ୍ରଫଳ କେତେ ଡେସିମିଲ ହେବ I

  • ଜମିର କ୍ଷେତ୍ରଫଳ ବର୍ଗ ମିଟର ଅନୁସାରେ ହେବ, ୫୬ ମିଟର (ଦୈର୍ଘ୍ୟ) ଗୁଣନ ୩୦ ମିଟର (ପ୍ରସ୍ଥ) = ୧୬୮୦ ବର୍ଗ ମିଟର I
  • ୪୦ ବର୍ଗ ମିଟର କ୍ଷେତ୍ରଫଳ ବିଶିଷ୍ଟ ଜମିର ଆୟତନ ହେଉଛି ଏକ ଡେସିମିଲ I ଅତଏବ, ୧୬୮୦ ବର୍ଗ ମିଟର ହେଉଛି ୪୨ ଡେସିମିଲ I
  • ତେଣୁ ୪୨ ଡେସିମିଲ ହେଉଛି (୪୨/ ୧୦୦) = ୦.୪୨ ଏକର I
  • ଏହି ଅନୁଯାୟୀ ମାପ କରାଯାଇଥିବା ଜମିର ଆୟତନ ହେଉଛି ୦.୪୨ ଏକର I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଏକ ମୁଖର କିମ୍ବା ପ୍ରଗତିଶୀଳ ଚାଷୀ, ଯାହାଙ୍କର ଜମି ମାପ ବିଷୟରେ କିଛି ଜ୍ଞାନରହିଥିବ ତାଙ୍କୁ ନିଜ ଜମିର ଆୟତନକୁ ହିସାବ ମାଧ୍ୟମରେ ଏକ ଚାର୍ଟ କାଗଜରେ ପ୍ରଦର୍ଶିତ କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate