অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ବିହନ ପରିମାଣ ନିର୍ଦ୍ଧାରଣ)

ଖରିଫ ଫସଲର ବୁଣିବା ଅବସ୍ଥା (ବିହନ ପରିମାଣ ନିର୍ଦ୍ଧାରଣ)

ଅଧିବେଶନ ୩.୨

ବିହନ ପରିମାଣ ନିର୍ଦ୍ଧାରଣ

ଉଦ୍ଦେଶ୍ୟ

ଉତ୍ତମ ଅମଳ ପାଇବା ପାଇଁ ସଠିକ ପରିମାଣର ବିହନ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଚାଷୀମାନଙ୍କୁ ଜମିର ଆୟତନ ଅନୁଯାୟୀ ବିହନ ବୁଣିବାର ଉପାଦେୟତା ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ I

ପୃଷ୍ଠଭୁମୀ

ଉତ୍ତମ ଅମଳ ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ସଠିକ ପରିମାଣର ବିହନ ବ୍ୟବହାର କଲେ ଜମିରେ ଉଚିତ ସଂଖ୍ୟାରେ ଗଛ ବଢିଥାଏ I ଭଲ ଅମଳକୁ ସୁନିଶ୍ଚିତ କରିବା ପାଇଁ ଜମିରେ ସଠିକ ଗଛ ସଂଖ୍ୟାକୁ ବଜାୟ ରଖିବାକୁ ହେବ I ଗୋଟିଏ ଏକକରେ ଉଠିଥିବା ଗଛର ପରିମାଣକୁ ହିସାବ କରି ଜମିର ଗଛ ସଂଖ୍ୟାକୁ ନିର୍ଦ୍ଧାରଣ କରାଯାଏ I ଯଦି ଅଧିକ ପରିମାଣର ବିହନ ବ୍ୟବହାର କରାଯାଏ, ତେବେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଗଛ ଉଠି ସମସ୍ତେ ପାଣି, ଖାଦ୍ୟସାର ଏବଂ ସୂର୍ଯ୍ୟାଲୋକ ପାଇବାପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ଯାହା ଫଳରେ ଫସଲ ବୃଦ୍ଧିରେ ଏହାର କୁପ୍ରଭାବ ପଡିଥାଏ I ସେହିପରି ଭାବେ କମ ପରିମାଣରେ ବିହନ ବ୍ୟବହାର କଲେ କମ ଗଛ ଉଠିବା ଫଳରେ ଅମଳ ମଧ୍ୟ କମି ଯାଇଥାଏ I ଏହି ଅଧିବେଶନ ଦ୍ୱାରା ଚାଷୀମାନେ ନିଜ ଜମିର ଆୟତନ ଅନୁଯାୟୀ ସଠିକ ପରିମାଣର ବିହନ ବ୍ୟବହାର କରିବା ବିଷୟରେ ଶିକ୍ଷାଲାଭ କରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ : ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କସହ ଆଲୋଚନା କରନ୍ତୁ ଯେ ସେମାନେ ବୁଣିବା ପାଇଁ ବିହନର ପରିମାଣକୁ କିପରି ଭାବେ ନିର୍ଦ୍ଧାରଣ କରନ୍ତି ଏବଂ ସେମାନେ କେମିତି ଆକଳନ କରନ୍ତି ଯେ ଏହା ଅଧିକ କିମ୍ବା କମ ପରିମାଣର ହୋଇଅଛି I ଏହାସହ ଅଧିକ ବିହନ ହାର କିମ୍ବା କମ ବିହନ ହାର ଦ୍ୱାରା ଉପୁଜୁଥିବା ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରନ୍ତୁ I ଏହି ସମ୍ବନ୍ଧରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ ଯାହାଦ୍ୱାରା ଅନ୍ୟମାନେ ସଠିକ ପରିମାଣର ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ଜାଣିପାରିବେ I

ସୋପାନ -: ବିହନ ପରିମାଣକୁ କିପରି ନିର୍ଦ୍ଧାରଣ କରିବେ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଚାଷୀଙ୍କ ଜମିରେ ବ୍ୟବହୃତ ବିହନର ପରିମାଣ ତାଙ୍କ ଜମିର ଆୟତନ ଏବଂ ଅନୁମୋଦିତ ବିହନ ହାର ଉପରେ ନିର୍ଭର କରେ I ପ୍ରତି ଏକର କିମ୍ବା ପ୍ରତି ହେକ୍ଟର ପାଇଁ ବିହନର ହାର ଜାଣିପାରିଲେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରାଯାଇପାରିବ I ଉଦାହରଣସ୍ୱରୂପ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫସଲର ବିହନ ହାର ୩୦ କେ.ଜି. ପ୍ରତି ଏକର ହୁଏ ତେବେ ୪୨ ଡେସିମିଲ (୧୦୦ ଡେସିମିଲରେ ଏକ ଏକର ହୋଇଥାଏ), ଆୟତନ ବିଶିଷ୍ଟ ଜମିପାଇଁ ୧୨.୬ କେ.ଜି. ବିହନର ଆବଶ୍ୟକତା ହେବ I ଏହି ପରିମାଣକୁ ହିସାବ କରିବା ପାଇଁ ଏକ ଏକର ପାଇଁ ଅନୁମୋଦିତ ବିହନ ହାରକୁ ୧୦୦ ରେ ବିଭାଜିତ କରିବା ପରେ ଜମିର କ୍ଷେତ୍ରଫଳରେ ଗୁଣନ କଲେ ଆମେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ଜାଣି ପାରିବା I

ସୋପାନ -: କିଛି ନିର୍ଦ୍ଧିଷ୍ଟ ଫସଲର ଅନୁମୋଦିତ ବିହନ ହାର: ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ପ୍ରଦତ୍ତ ଚାର୍ଟ ଦର୍ଶାନ୍ତୁ ଯାହା କିଛି ନିର୍ଦ୍ଦିଷ୍ଟ ଫସଲର ଅନୁମୋଦିତ ବିହନ ହାରକୁ ପ୍ରଦର୍ଶିତ କରୁଅଛି I ସଙ୍କର (ହାଇବ୍ରିଡ) ବିହନ କ୍ଷେତ୍ରରେ କମ ପରିମାଣର ବିହନ ଆବଶ୍ୟକ ହୋଇଥାଏ I

କ୍ର. ନଂ.

ଫସଲର ନାମ

ଏକ ଏକର ପରିମିତ ଜମି ପାଇଁ ଅନୁମୋଦିତ ବିହନ ହାର

( କେ.ଜି./ଏକର ପ୍ରତି)

ଏକ ଡେସିମିଲ ପରିମିତ ଜମି ପାଇଁ ଆବଶ୍ୟକ ବିହନର ପରିମାଣ

( ଗ୍ରାମ/ ଡେସିମିଲ ପ୍ରତିl)

ଶସ୍ୟ

 

 

୧.୧

ଶ୍ରୀ ପଦ୍ଧତ୍ତିରେ ଧାନ ଚାଷ

୨୦

୧.୨

ମକା

୬୦

୧.୩

ମାଣ୍ଡିଆ

୪୦

ଡାଲି ଜାତୀୟ ଫସଲ

 

 

୨.୧

ହରଡ

୬-୮

୬୦-୮୦

୨.୨

ଝୁଡଙ୍ଗ

୮୦

ତୈଳବୀଜ

 

 

୩.୧

ଚିନା ବାଦାମ

୭୦

୭୦୦

୩.୨

ରାଶି

୩-୪

୩୦-୪୦

ପନିପରିବା

 

 

୪.୧

ବାଇଗଣ

୦.୨

୪.୨

ଲଙ୍କା

୦.୩

୪.୩

କାକୁଡି, କଲରା ଏବଂ ଜହ୍ନି

୨୦

୪.୪

ଭେଣ୍ଡି

୪-୫

୪୦-୫୦

୪.୫

କଖାରୁ

୨-୩

୨୦-୩୦

ଚିରନ୍ତନ ଏବଂ ଅର୍ଥକାରୀ ଫସଲ

 

 

୫.୧

କପା

୦.୮-୧.୫

୮-୧୫

୫.୨

ଝୋଟ

୨-୩

୨୦-୩୦

୫.୩

ଆଖୁ

୩୦-୪୦ କ୍ୟୁଣ୍ଟାଲ

୩୦-୪୦ କେ.ଜି.

ଉପସଂହାର

ଅଧିବେଶନକୁ ସମାପ୍ତ କଲାବେଳେ, କିଛି ଅଂଶଗ୍ରହଣକାରୀମାନଙ୍କୁ କ୍ରମହୀନ ଭାବେ ପଚାରନ୍ତୁ ଯେ ସେମାନ ନିଜ ଜମିର ଆୟତନ ପାଇଁ କେତେ ପରିମାଣର ବିହନ ବ୍ୟବହାର କରିଥାଆନ୍ତି I ଉପରେ ଦର୍ଶିତ ବିହନହାର ଚାର୍ଟକୁ ବ୍ୟବହାର କରି ନିଜ ନିଜ ଜମି ପାଇଁ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସାହାଯ୍ୟ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate