অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୁଣିବା ଅବସ୍ଥା (ମୂଳ ସାର ପ୍ରୟୋଗ)

ଖରିଫ ଫସଲର ବୁଣିବା ଅବସ୍ଥା (ମୂଳ ସାର ପ୍ରୟୋଗ)

ଅଧିବେଶନ ୩.୬

ମୂଳ ସାର ପ୍ରୟୋଗ I

ଉଦ୍ଦେଶ୍ୟ

ଫସଲର ବୃଦ୍ଧି ଏବଂ ଅମଳ ବଢାଇବା ପାଇଁ ଚାଷୀମାନଙ୍କୁ ମୂଳ ସାର ପ୍ରୟୋଗର ଗୁରୁତ୍ତ୍ୱ ବିଷୟରେ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ମୂଳ ସାର ପ୍ରୟୋଗର ଉପାଦେୟତା ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ ଚାଷୀର କ୍ଷେତ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | କ୍ଷେତ୍ର ପ୍ରଦର୍ଶନ ୬୦ ମିନିଟ୍ I

ପୃଷ୍ଠଭୁମୀ

ବୁଣିବା ଏବଂ ରୋଇବା ସମୟରେ ମୂଳ ସାର ପ୍ରୟୋଗ କରାଯାଏ I ଯେକୌଣସି ଫସଲର ବୃଦ୍ଧି ପାଇଁ ମୂଳ ସାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ଚାଷ କରିବାର ସହଳ ଚରଣରେ ପର୍ଯ୍ୟାପ୍ତ ପୋଷକ ମିଳିଲେ ଫସଲର ବୃଦ୍ଧି ବହୁତ ଭଲ ହୋଇଥାଏ I ଏହାସହ ଚାଷୀ ପ୍ରୟୋଗ କରୁଥିବା ସାରର ସର୍ବୋତ୍ତମ ବ୍ୟବହାର ହୋଇଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ଭଲ ଅମଳ ପାଇବା ପାଇଁ ମୂଳ ସାରର ପ୍ରୟୋଗ ବିଷୟରେ ମାର୍ଗ ଦର୍ଶନ କରାଇବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କ ସହ ବିଚାର ବିମର୍ଶ କରନ୍ତୁ ଏବଂ ଆକଳନ କରନ୍ତୁ ଯେ ସେମାନେ ମୂଳ ସାର ପ୍ରୟୋଗ ବିଷୟରେ ଜାଣି ଅଛନ୍ତି ନା ନାହିଁ ଏବଂ ସେମାନେ ସନ୍ତୁଳିତ ସାର ପ୍ରୟୋଗର ଉପକାରିତା ବିଷୟରେ ସଚେତନ ଅଛନ୍ତି ନା ନାହିଁ I ଏହା ସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଭୁଲ ଭାବେ ସାର ପ୍ରୟୋଗ କରି ଏହାର କୁପ୍ରଭାବ ବିଷୟରେ କାହାର ଅଭିଜ୍ଞତା ଅଛି କି I

ସୋପାନ -: ସାରରେ ଥିବା ପୋଷକର ମାତ୍ରା: ଚାଷୀମାନଙ୍କୁ ସଂକ୍ଷେପରେ ବୁଝାନ୍ତୁ ଯେ ଫସଲର ବୃଦ୍ଧି ପାଇଁ ବିଭିନ୍ନ ପୋଷକ ଯଥା ଅଙ୍ଗାରକାମ୍ଳ,, ଉଦଜାନ, ଅମ୍ଳଜାନ, ଯବାକ୍ଷାରଯାନ, ଫସଫରସ୍, ସଲଫର, ପୋଟାସ୍, ବୋରୋନ, କପର, ଜିଙ୍କ୍, ଲୌହ, ମଲିବଡିନମ, ମାଙ୍ଗାନିଜ ଏବଂ କ୍ଲୋରିନ ଇତ୍ୟାଦି ଆବଶ୍ୟକ I ସେମାନଙ୍କୁ କୁହନ୍ତୁଯେ ଅଙ୍ଗାରକାମ୍ଳ,, ଉଦଜାନ ଏବଂ ଅମ୍ଳଜାନ ବାୟୁ ମଣ୍ଡଳରୁ ମିଳିଥିବା ବେଳେ ଅନ୍ୟାନ୍ୟ ପୋଷକ ପାଇଁ ମାଟିରେ ସାର ତଥା ଖାତା ପ୍ରୟୋଗ କରିବାକୁ ପଡିଥାଏ I ନିମ୍ନ ଉଲ୍ଲିଖିତ ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯେଉଁଥିରୁ ବିଭିନ୍ନ ସାରରେ ଥିବା ପୋଷକର ମାତ୍ର ବିଷୟରେ ସେମାନେ ଜାଣି ପାରିବେ:

କ୍ର. ନଂ.

ସାରର ନାମ

ଯବାକ୍ଷାରଯାନ ମାତ୍ରା

ଫସଫରସ ମାତ୍ରା

ପଟାସ ମାତ୍ରା

ୟୁରିଆ

୪୬.୦ %

୦.୦

୦.୦

ସିଙ୍ଗେଲ ସୁପର ଫସଫେଟ

୦.୦

୧୬.୦ %

୦.୦

ମ୍ୟୁରିଏଟ ଅଫ ପଟାସ୍

୦.୦

୦.୦

୬୦.୦%

ଡିଏପି

୧୮.୦ %

୪୬.୦ %

୦.୦

ଏନ୍.ପି.କେ. (୨୮-୨୮-୦)

୨୮.୦ %

୨୮.୦ %

୦.୦

ଏନ୍.ପି.କେ. (୧୪-୩୫-୧୪)

୧୪.୦ %

୩୫.୦ %

୧୪.୦ %

ଏନ୍.ପି.କେ. (୧୦-୨୬-୨୬)

୧୦.୦ %

୨୬.୦ %

୨୬.୦ %

ବଜାରରୁ ସିଧା ସଳଖ ସାର କିଣିଲା ସମୟରେ କୌଣସି ଏକ ନିର୍ଦ୍ଦିଷ୍ଟ ସାରକୁ ବାଛିବା ପୂର୍ବରୁ ଆବଶ୍ୟକତାକୁ ହିସାବ କରିବା ଦରକାର I ଏକ କେ.ଜି. ଯବାକ୍ଷାରଯାନ ପାଇବା ପାଇଁ ୨.୨୦ କେ.ଜି. ୟୁରିଆ ଦରକାର ପଡିବ I ସେହିପରି ଭାବେ ଏକ କେ.ଜି. ଫସଫରସ୍ ଏବଂ ଏକ କେ.ଜି. ପଟାସ୍ ପାଇଁ ଯଥାକ୍ରମେ ୬.୨୫ କେ.ଜି. ସିଙ୍ଗେଲ ସୁପର ଫସଫେଟ ଏବଂ ୧.୬୭ କେ.ଜି. ମ୍ୟୁରିଏଟ ଅଫ ପଟାସ୍ କିଣିବା ଆବଶ୍ୟକ ହୋଇଥାଏ I

ସୋପାନ -: ଆବଶ୍ୟକ ହେଉଥିବା ମୁଳ ସାରର ପରିମାଣ: କିଛି ମୁଖ୍ୟ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ନିମ୍ନ ପ୍ରଦତ୍ତ ଚାର୍ଟରେ ଦିଅ ଯାଇଅଛି I ଏହି ଚାର୍ଟକୁ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଯହିଁରୁ ସେମାନ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ମୂଳ ସାରର ପରିମାଣ ବିଷୟରେ ଏକ ଧାରଣା ପାଇବେ :

କ୍ର. ନଂ.

ଫସଲର ନାମ

ଯବାକ୍ଷାରଯାନ (କେ.ଜି./ଏକର )

ଫସଫରସ୍ (କେ.ଜି./ଏକର )

ପଟାସ୍

(କେ.ଜି./ଏକର )

ଧାନ (ସହଳ କିସମ)

୬ କେ.ଜି.

୧୨ କେ.ଜି.

୧୨ କେ.ଜି.

ଧାନ (ମଝିଆଳି ଏବଂ ବିଳମ୍ବ ଅବଧି)

ମକା, ଚିନାବାଦାମ ଏବଂ କପା (ହାଇବ୍ରିଡ)

୮ କେ.ଜି.

୧୬ କେ.ଜି.

୧୬ କେ.ଜି.

କାକୁଡି ଏବଂ ଜହ୍ନି

୧୦ କେ.ଜି.

୧୨ କେ.ଜି.

୧୨ କେ.ଜି.

କଲରା

୧୨ କେ.ଜି.

୧୨ କେ.ଜି.

୧୨ କେ.ଜି.

ଝୁଡଙ୍ଗ

୧୦ କେ.ଜି.

୨୦ କେ.ଜି.

୨୦ କେ.ଜି.

ପୋଟଳ

୧୬ କେ.ଜି.

୩୨ କେ.ଜି.

୧୬ kg

ବାଇଗଣ

୧୦ କେ.ଜି.

୩୦ କେ.ଜି.

୧୦ କେ.ଜି.

ମୁଗ, ବିରି, ଏବଂ ହରଡ

୮ କେ.ଜି.

୧୬ କେ.ଜି.

୮ କେ.ଜି.

ସୋପାନ -: ମୂଳ ସାରକୁ କିପରି ପ୍ରୟୋଗ କରିବେ: ମୂଳ ସାରକୁ ପ୍ରୟୋଗ କରିବା ପୂର୍ବରୁ ଅନେକ ଦିଗକୁ ବିଚାରକୁ ନେବା ଆବଶ୍ୟକ I ଏହିସବୁ ଦିଗ ବିଷୟରେ ଚାଷୀମାନଙ୍କୁ ସଚେତନ କରନ୍ତୁ:

  • ଜମିର ଆୟତନ ଅନୁଯାୟୀ ଆବଶ୍ୟକ ହେଉଥିବା ସାରର ପରିମାଣକୁ ହିସାବ କରନ୍ତୁ I
  • ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା ସାର ଯଥା ୟୁରିଆ, ସିଙ୍ଗେଲ ସୁପର ଫସଫେଟ, ମ୍ୟୁରିଏଟ ଅଫ ପଟାସ୍, ଡିଏପି ଇତ୍ୟାଦି ସାରର ଅନୁମୋଦିତ ପରିମାଣକୁ ଗଣନା କରନ୍ତୁ I
  • ଯଦି ଏକରୁ ଅଧିକ ସାର ବ୍ୟବହାର କରାଯାଉଥାଏ, ତେବେ ଏହାକୁ ପ୍ରୟୋଗ କରିବା ପୂର୍ବରୁ ଭଲ ଭାବରେ ମିଶାନ୍ତୁ I
  • ଯଦି ଫସଫରସ୍ ଏବଂ ପଟାସ୍ ସାର ବ୍ୟବହାର କରାଯାଉଥାଏ, ତେବେ ଏହାକୁ ମାଟିରେ ଭଲକରି ମିଶାନ୍ତୁ I ହଳ କରିବାର ଅନ୍ତିମ ଚରଣରେ କିମ୍ବା ଜମିକୁ କାଦୁଅ କରିବା ସୟରେ ଏହାକୁ ପ୍ରୟୋଗ କରନ୍ତୁ I
  • ଯଦି ଫସଲକୁ ଗଭୀର ଶିଆର କିମ୍ବା ଗର୍ତ୍ତରେ ଚାଷ କରା ଯାଉଥାଏ ଯାଉଥାଏ, ତେବେ ଗଛ ଲଗାଇବା କିମ୍ବା ରୋଇବା ପୂର୍ବରୁ ସାରକୁ ମାଟି ସହ ଭଲ ଭାବରେ ମିଶ୍ରଣ କରନ୍ତୁ I
  • ଯଦି ଧାଡି ବୁଣା କରାଯାଉଥାଏ ପ୍ରଥମେ ସାରକୁ ବ୍ୟବହାର କରି ତା'ପରେ ଖତ ବ୍ୟବହାର କରନ୍ତୁ ଏବଂ ଏହା ଉପରେ ବିହନ ବୁଣନ୍ତୁ I
  • ସୁନିଶ୍ଚିତ କରନ୍ତୁ ଯେପରିକି ବିହନ ମଞ୍ଜି କିମ୍ବା ଚାରା ସହିତ ସାର ସିଧା ସଳଖ ସଂସ୍ପର୍ଶରେ ଆସିବ ନାହିଁ I
  • ରାସାୟନିକ ସାର ସହିତ ପର୍ଯ୍ୟାପ୍ତ ପରିମାଣରେ ଜୈବିକ ଖତ ପ୍ରୟୋଗ କରନ୍ତୁ I
  • କିଛି ମାଟିରେ ଜିଙ୍କ୍ କିମ୍ବା ବୋରୋନର ମାତ୍ର କମ ଥାଇପାରେ I ଏପରି କ୍ଷେତ୍ରରେ ଏକର ପିଛା ୬ ରୁ ୮ କେ.ଜି. ଜିଙ୍କ୍ ସଲଫେଟ୍ କିମ୍ବା ଏକର ପିଛା 5 ରୁ 6 କେ.ଜି. ବୋରୋକ୍ସ ବୁଣିବା ସମୟରେ ପ୍ରୟୋଗ କରନ୍ତୁ I
  • ଫସଲକୁ ସବୁ ପ୍ରକାର ଖାଦ୍ୟସାର ଉପଲବ୍ଧ କରିବା ସୁନିଶ୍ଚିତ କରାନ୍ତୁ କାରଣ ଯଦି ଗୋଟିଏ ବି ଖାଦ୍ୟସାର ଉପଲବ୍ଧ ନ ହୁଏ ଫସଲ ଅନ୍ୟ ପୋଷକ ସବୁ ଶୋଷଣ କରିପାରେ ନାହିଁ I

ଉପସଂହାର

ଅଧିବେଶନକୁ ସମାପ୍ତ କରି ଏକ ପ୍ରଗତିଶୀଳ ଚାଷୀଙ୍କୁ ପଚାରନ୍ତୁ ତାଙ୍କ ଅଞ୍ଚଳରେ ସାଧାରଣ ଭାବେ ଚାଷ କରାଯାଉଥିବା ଏକ ନିର୍ଦ୍ଦିଷ୍ଟ ଫସଲ ପାଇଁ କେଉଁ ସାରକୁ ବ୍ୟବହାର କରାଯାଇପାରିବ I ଚାଷୀମାନଙ୍କୁ ମଧ୍ୟ ପଚାରାଯାଇପାରିବ ଯେ ସେମାନେ କେଉଁଠାରୁ ମୂଳ ସାର କିଣନ୍ତି ଏବଂ ଏହାର ଦରସବୁ କେତେ I ସିଆରପିମାନେ ମୂଳ ସାର ବିକ୍ରୟ କରୁଥିବା କିଛି ବ୍ୟାପାରୀଙ୍କ ଯୋଗାଯୋଗ ଠିକଣା ରଖି ଆବଶ୍ୟକ ବେଳେ ଚାଷୀମାନଙ୍କୁ ମାର୍ଗଦର୍ଶନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate