অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ଅନ୍ତଃ ଚାଷ)

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ଅନ୍ତଃ ଚାଷ)

ଅଧିବେଶନ ୫.୩

ଅନ୍ତଃ ଚାଷ I

ଉଦ୍ଦେଶ୍ୟ

ଫସଲର ଉତ୍ତମ ବୃଦ୍ଧି ପାଇଁ ଅନ୍ତଃ ଚାଷର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଫସଲର ବୃଦ୍ଧିପାଇଁ ଅନ୍ତଃ ଚାଷର ମହତ୍ୱ ବିଷୟରେ ବୁଝାଇବା ଏବଂ ସେମାନଙ୍କୁ ସଚେତନ କରିବା ଯେ ଉତ୍ତମ ଜଳ ସେଚନ, ମୃତ୍ତିକାରେ ବାୟୁ ସଞ୍ଚାରଣ ଏବଂ ତୃଣ ଦମନରେ ଅନ୍ତଃ ଚାଷ କିପରି ଭାବେ ସାହାଯ୍ୟ କରିଥାଏ I ଏହାପରେ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଖୁରପି, ଫାଉଡା, ଟ୍ରେଞ୍ଚ ହୋ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ 40 ମିନିଟ୍ |

ପୃଷ୍ଠଭୁମୀ

ବୁଣା କାର୍ଯ୍ୟ ଏବଂ ଅମଳ କାର୍ଯ୍ୟ ମଧ୍ୟରେ ମାଟି ଉପରେ କରାଯାଉଥିବା ସବୁ ହାଲୁକା ଚାଷକାମକୁ ଅନ୍ତଃ ଚାଷ କୁହାଯାଏ I ଅନ୍ତଃ ଚାଷ ତୃଣ ଦମନ, ମୃତ୍ତିକାରେ ବାୟୁ ସଞ୍ଚାଳନ, ଗୁଣ୍ଡ ମାଟି ଯୋଗୁଁ ଭଲ ଚେର ବୃଦ୍ଧି, ଉତ୍ତମ ଜଳ ସେଚନ, ଜଳ ନିଷ୍କାସନ ଏବଂ ଓଦା ମାଟିକୁ ଶୁଖିବା ପାଇଁ ସାହାଯ୍ୟ କରିଥାଏ I କୋଡା ଖୋସା କରିବା ଦ୍ୱାରା ଏହା ସାରକୁ ଅଛାଦିତ କରିବା ସହ ପବନରେ ଗଛକୁ ତଳେ ପଡିବା ପାଇଁ ଦିଏ ନାହିଁ I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଉତ୍ତମ ଫସଲ ବୃଦ୍ଧି ପାଇଁ ଅନ୍ତଃ ଚାଷର ମହତ୍ୱ ବିଷୟରେ ବୁଝାଇବାରେ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କ ସହ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା କୋଡା ଖୋସା ବିଷୟରେ ଆଲୋଚନା କରନ୍ତୁ I ଏହା ସହ ଅନ୍ତଃ ଚାଷ କରିବା ପାଇଁ ସେମାନେ ବ୍ୟବହାର କରୁଥିବା ବିଭିନ୍ନ କୃଷି ଉପକରଣ ସମ୍ପର୍କରେ ପଚାରନ୍ତୁ I

ସୋପାନ -: ଅନ୍ତଃ ଚାଷ କ’ଣ : ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ବୁଣା କାର୍ଯ୍ୟ ଏବଂ ଅମଳ କାର୍ଯ୍ୟ ମଧ୍ୟରେ ମାଟି ଉପରେ କରାଯାଉଥିବା ସବୁ ହାଲୁକା ଚାଷକାମକୁ ଅନ୍ତଃ ଚାଷ କୁହାଯାଏ I ଅନ୍ତଃ ଚାଷ ଦ୍ୱାରା ମୃତ୍ତିକାର ଉପର ଭାଗ ଗୁଣ୍ଡ ହୋଇ ତୃଣ ଦମନରେ (ଅବାଂଛିତ ଗଛ) ସାହାଯ୍ୟ କରିବା ସହ ମୃତ୍ତିକାରେ ବାୟୁ ସଞ୍ଚାଳନ କରି ସୂକ୍ଷ୍ମ ଜୀବାଣୁମାନଙ୍କର ଗତିବିଧିକୁ ବଢାଇଥାଏ I ଅନ୍ତଃ ଚାଷ ଦ୍ୱାରା ମାଟିକୁ ଶୁଖିଲା ଘାସ, କୁଟା, ପତ୍ର, ନଡା ଗୁଣ୍ଡ ଦ୍ୱାରା ଆଚ୍ଛIଦିତ କରାଗଲେ ଏହା ଜମିରେ ଆର୍ଦ୍ରତା ବଜାୟ ରଖିବା ପାଇଁ ସାହାଯ୍ୟ କରିଥାଏ I ଏହି ସବୁ କାର୍ଯ୍ୟ ଅନେକ ପ୍ରକାର ଉପକରଣ ଯଥା ହୋ, ଲଙ୍ଗଳ, ହାରୋ, ରୋଟାରୀ ହୋ ଇତ୍ୟାଦି ବ୍ୟବହାର କରାଯାଏ I କୋଡା ଖୋସା ସାଧାରଣ ଭାବେ ଅନ୍ତଃ ଚାଷ ପାଇଁ ବ୍ୟବହାର କରାଯାଏ ଏବଂ ବୁଣିବାର ତିନି ସପ୍ତାହ ପରେ ବେଉଷଣ କରାଯାଏ I ଅନ୍ତଃ ଚାଷ କରିବା ପାଇଁ ଖୁରପୀ, ଫାଉଡା, ଟ୍ରେଞ୍ଚ ହୋ ଇତ୍ୟାଦି ବ୍ୟବହାର କରାଯାଇଥାଏ I

ସୋପାନ -: ଚାଷୀମାନେ ସୈଦ୍ଧାନ୍ତିକ ଭାଗ ବୁଝିସାରିଲା ପରେ, ଚାଷୀମାନଙ୍କୁ ନିକଟବର୍ତ୍ତୀ ଡିମୋ ପ୍ଲଟକୁ ନେଇ ଅନ୍ତଃ ଚାଷ କିପରି ଭାବେ କରାଯାଏ ପ୍ରଦର୍ଶନ କରନ୍ତୁ I

ସୋପାନ -: ଅନ୍ତଃ ଚାଷ କରିବା ସମୟରେ ସାବଧାନତା: ଅନ୍ତଃ ଚାଷ କରିବା ସମଯରେ ଚାଷୀମାନଙ୍କୁ ଏହି ସବୁ ସାବଧାନତା ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତୁ :

  • ଅନଃ ଚାଷ କରିବା ସମଯରେ ଗଛକୁ କିମ୍ବା ଗଛ ଚେରକୁ କ୍ଷତି କରନ୍ତୁ ନାହିଁ
  • ଫୁଲ ଧରିବା ପରେ ଚିନା ବାଦାମ ଫସଲରେ ଅନ୍ତଃ ଚାଷ କରନ୍ତୁ ନାହିଁ
  • କୋଡା ଖୋସା କରିବା ସମଯରେ ପତ୍ର କିମ୍ବା ଛୋଟ ଛୋଟ ଡାଳ ପତ୍ରକୁ କ୍ଷତି କରନ୍ତୁ ନାହିଁ
  • ସହଜ ଜଳ ନିଷ୍କାସନ ପାଇଁ ନିଷ୍କାସନ ନାଳୀକୁ ମୁଖ୍ୟ ନାଳୀ ସହ ସଂଯୋଗ କରନ୍ତୁ
  • ଗଡାଣିଆ ସ୍ଥାନରେ ଆଡି ପ୍ରସ୍ତୁତ କରନ୍ତୁ

ଉପସଂହାର

ଚାଷୀମାନେ ଅନ୍ତଃ ଚାଷର ମହତ୍ୱ ବିଷୟରେ ବୁଝି ଯାଇଛନ୍ତି ବୋଲି ଧରି ନେଇ, ଜଣେ ଅଂଶଗ୍ରହଣକାରୀଙ୍କୁ ଅନ୍ତଃ ଚାଷର ଉପକାରିତା ବିଷୟରେ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ଏହି ପ୍ରକ୍ରିୟା ପାଇଁ କ'ଣ ସବୁ ଉପକରଣ ଆବଶ୍ୟକ ସେମାନଙ୍କୁ ପଚାରନ୍ତୁI

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate