ହୋମ / କୃଷି / କୃଷି ନିର୍ଦେଶିକା / ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (କୀଟ ପତଙ୍ଗ ପରିଚାଳନା)
ସେଆର କରନ୍ତୁ

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (କୀଟ ପତଙ୍ଗ ପରିଚାଳନା)

କୀଟ ପତଙ୍ଗ ଦ୍ୱାରା ଫସଲର ହେଉଥିବା କ୍ଷତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଏମାନଙ୍କୁ ଦମନ କରିବା, କିମ୍ବା ନିୟନ୍ତ୍ରଣ କରିବାର ଉପାୟ ବିଷୟରେ ସଚେତନ କରିବା I

ଅଧିବେଶନ ୫.୫

କୀଟ ପତଙ୍ଗ ପରିଚାଳନା I

ଉଦ୍ଦେଶ୍ୟ

କୀଟ ପତଙ୍ଗ ଦ୍ୱାରା ଫସଲର ହେଉଥିବା କ୍ଷତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଏମାନଙ୍କୁ ଦମନ କରିବା ,କିମ୍ବା ନିୟନ୍ତ୍ରଣ କରିବାର ଉପାୟ ବିଷୟରେ ସଚେତନ କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ କୀଟ ପତଙ୍ଗ ଆକ୍ରମଣରୁ ହେଉଥିବା ଗମ୍ଭୀର ଫସଲ କ୍ଷତି ବିଷୟରେ ବୁଝାଇବା ସହ ସେମାନଙ୍କୁ ଦମନ କରିବାର ଉପାୟ ବିଷୟରେ ବୁଝାଇବେ I ଏହାପରେ ଅଂଶଗ୍ରହଣକାରୀମାନଙ୍କୁ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ପ୍ଲିପ ଚାର୍ଟ୍, ମାର୍କର, ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ | ଫିଲ୍ମ ଶୋ – 45 ମିନିଟ୍ |

ପୃଷ୍ଠଭୁମୀ

କୀଟ ପତଙ୍ଗ କୃଷିକାର୍ଯ୍ୟର ଏକ ଅଭିନ୍ନ ଅଙ୍ଗ I କିନ୍ତୁ ଫସଲର ପରିମାଣ ଏବଂ ମାନ ଉପରେ ହାନୀକାରକ ପ୍ରଭାବକୂ କମ କରିବା ପାଇଁ ଏହି କୀଟ ପତଙ୍ଗସବୁକୁ ଦମନ କରିବା ଆବଶ୍ୟକ I ଫସଲ କ୍ଷତିକୁ କମ କରି ଅମଳ ବଢାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ କୀଟ ପତଙ୍ଗର ସଠିକ ପରିଚାଳନା ବିଷୟରେ ବୁଝାଇବା ସହ ଏହାର କାରଣ ଏବଂ କୀଟ ପତଙ୍ଗକୁ ନିରୀକ୍ଷଣ କରି ଦମନ କରିବା ଉପାୟ ସବୁ ବିଷୟରେ ସେମାନଙ୍କର ମାର୍ଗ ଦର୍ଶନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି କୀଟ ପତଙ୍ଗ ଦ୍ୱାରା ଫସଲରେ ହେଉଥିବା କ୍ଷତି ବିଷୟରେ ଚାଷୀମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ଏହାସହ ସେମାନଙ୍କର ଅଞ୍ଚଳରେ ଦେଖାଯାଉଥିବା ମୁଖ୍ୟ କୀଟ ପତଙ୍ଗ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରନ୍ତୁ I ଏଥି ସହିତ ଏହି କୀଟ ପତଙ୍ଗ ଦମନର ଦେଶୀୟ କୌଶଳ ସବୁକୁ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ -: ଖରିଫ ଫସଲରେ ଦେଖାଯାଉଥିବା କିଛି ମୁଖ୍ୟ କୀଟ ପତଙ୍ଗ: ନିମ୍ନ ପୋଷ୍ଟରରେ ଖରିଫ ଫସଲକୁ ଆକ୍ରମଣ କରୁଥିବା କୀଟପତଙ୍ଗଙ୍କର ସୂଚୀ ଏବଂ ସେମାନଙ୍କୁ ଚିହ୍ନଟ କରିବାର ଉପାୟକୁ ଉଲ୍ଲେଖ କରାଯାଇଅଛି I ଏହି ପୋଷ୍ଟରକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହାଦ୍ୱାରା ସେମନେ ଏହି ବିଷୟରେ ଏକ ଧାରଣା ପାଇବେ I

  • ଧାନ: କାଣ୍ଡବିନ୍ଧା ପୋକ ଆକ୍ରମଣ ଯୋଗୁଁ ଧାନ ପତ୍ରର ମଝି ପତ୍ର ଶୁଖିଯାଇଥାଏ I ଏହାକୁ ଦମନ କରିବା ପାଇଁ ଏକର ପିଛା ୪୦୦ ମି.ଲି. ପ୍ରୋଫେନୋଫୋସ୍ କୀଟନାଶକ ସ୍ପ୍ରେ କରନ୍ତୁ I
  • ଧାନ: ମାଟିଆ ଗୁଣ୍ଡି ପୋକ ଗଛରୁ ରସ ଶୋଷିନେଇ ଏହାକୁ ବାମନାକୃତି କରିଦେଇଥାଏ କିମ୍ବା ସମ୍ପୂର୍ଣଭାବେ ମାରି ଦେଇଥାଏ I ଏହାକୁ ଦମନ କରିବା ପାଇଁ ଏକର ପିଛା ୪୦୦ ମି.ଲି. ମିଥାଇଲ ଡେମେଟୋନ କିମ୍ବା ୫୦ ମି.ଲି. ଇମିଡାକ୍ଲୋପ୍ରିଡ ପ୍ରଯୋଗ କରନ୍ତୁ I
  • ମକା: କାଣ୍ଡବିନ୍ଧା ପୋକ ଆକ୍ରମଣ ଯୋଗୁଁ ମକା ପତ୍ରର ମଝି ପତ୍ରରେ କଣା ହୋଇଯାଏ କିମ୍ବା ଏହା ଶୁଖିଯାଇଥାଏ I ଏହାକୁ ଦମନ କରିବା ପାଇଁ ପ୍ରଭାବିତ ଗଛରେ ଚାରିଗୋଟି ଦାନାଦାର କୀଟନାଶକ ପତ୍ର ସନ୍ଧାରେ ପ୍ରୟୋଗ କରନ୍ତୁ I ନତୁବା ଏକର ପିଛା ୪୦୦ ମି.ଲି. କୁଇନାଲଫୋସ୍ କୀଟନାଶକ ସ୍ପ୍ରେ କରନ୍ତୁ I
  • ହରଡ: ବାଘୁଆ ପୋକ ହରଡ ଫସଲର ପତ୍ର ଓ ଫୁଲକୁ ନଷ୍ଟ କରିଦେଇଥାଏ I ଏକର ପିଛା ୧୦ କେ.ଜି. କ୍ଲୋରୋପାଇରିଫୋସ୍ କିମ୍ବା ମାଲାଥିଓନ୍ ଗୁଣ୍ଡ ପ୍ରୟୋଗ କରନ୍ତୁ I
  • ହରଡ: ବେଳେ ବେଳେ ଜଉ ପୋକ ଫସଲକୁ ଆକ୍ରମଣ କରିଥାଏ I ଏକର ପିଛା ୩୦୦ ମି.ଲି. ମିଥାଇଲ ଡେମେଟୋନ କିମ୍ବା ଡିମେଥୋଟ୍ ସିଞ୍ଚନ କରନ୍ତୁ I

ସୋପାନ -: କୀଟପତଙ୍ଗ ଆକ୍ରମଣର ଲକ୍ଷଣକୁ ଚିହ୍ନଟ କରିବା: ନିମ୍ନ ପ୍ରଦତ୍ତ ସୂଚନାକୁ ଚାଷୀମାନଙ୍କୁ ଦେଖାନ୍ତୁ ଯାହା ଫସଲରେ ଦେଖାଯାଉଥିବା କୀଟପତଙ୍ଗ ଆକ୍ରମଣର ଲକ୍ଷଣ ବିଷୟରେ ସେମାନଙ୍କୁ ଏକ ଧାରଣା ଦେବ:

  • ମାଟି ଏବଂ ଗଛ ମଧ୍ୟରେ ବୟସ୍କ କୀଟ, ଲାର୍ଭା ଏବଂ ଅଣ୍ଡା ଦେଖାଯାଏ I
  • ମାଣ୍ଡିଆ ଫସଲରେ ଜଉ ପୋକ ଆକ୍ରମଣ କଲେ ପତ୍ର କଣା କିମ୍ବା ସମ୍ପୂର୍ଣ ଭାବେ ନଷ୍ଟ ହୋଇ ଯାଇଥାଏ I
  • ବାଇଗଣରେ ଦେଖାଯାଉଥିବା ସବୁଠାରୁ ବିନାଶକାରୀ କୀଟ ହେଉଛି କାଣ୍ଡ କିମ୍ବା ଫଳ ବିନ୍ଧା ପୋକ ଯାହା ଗଛ ଓ ଫଳରେ ଗର୍ତ୍ତ ସୃଷ୍ଟି କରିଥାଏ I ନୂଆ ଭାବେ ସୃଷ୍ଟି ହେଉଥିବା ଫଳ ଏହି ପୋକଦ୍ୱାରା ଅଧିକ ଆକ୍ରାନ୍ତ ହୋଇଥାଏ କାରଣ ଫଳ ମଧ୍ୟରେ ଏହା ସୁଡ଼ଙ୍ଗ ପରି ଗର୍ତ୍ତ କରିଦେଇଥାଏ I
  • ଚଣା ଫସଲରେ ଦେଖା ଯାଉଥିବା ଛୁଇଁ ବିନ୍ଧା ପୋକ ଫସଲର ଫଳ କିମ୍ବା ଛୁଇଁକୁ କଣା କରିଦେଇଥାଏ I
  • ଉଇ ଯୋଗୁଁ ଫସଲର ଚେର ନଷ୍ଟ ହୋଇ ଯାଏ I
  • ଭେଣ୍ଡି ଏବଂ ମୁଗରେ ଦେଖାଯାଉଥିବା ଭୂତାଣୁ ଜନିତ ସାହେବୀ ରୋଗ I

ସୋପାନ -: କୀଟପତଙ୍ଗ ଆକ୍ରମଣକୁ କିପରି ନିୟନ୍ତ୍ରଣ କରିବେ: କୀଟପତଙ୍ଗ ଫସଲର ପ୍ରତ୍ୟେକ ଅବସ୍ଥାରେ ଆକ୍ରମଣ କରିଥାଆନ୍ତି ଏବଂ ଏହି କାରଣରୁ ଫସଲରେ ଅତ୍ୟଧିକ କ୍ଷତି ହୋଇ ଥାଏ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ନିମ୍ନ ଲିଖିତ ପଦ୍ଧତ୍ତିରେ କୀଟପତଙ୍ଗଙ୍କ ଆକ୍ରମଣକୁ ନିୟନ୍ତ୍ରଣ କରିହେବ:

  • ଫେରାମୋନ ଯନ୍ତା: ପୁରୁଷ କୀଟ କୃତ୍ରିମ ଭାବେ ପ୍ରସ୍ତୁତ କରାଯାଇଥିବା ସ୍ତ୍ରୀ ପୋକର ଗନ୍ଧ ଦ୍ୱାରା ଆକୃଷ୍ଟ ହୋଇ ଯନ୍ତାରେ ପଡି ମରି ଯାଇଥାଆନ୍ତି I ପୁରୁଷ କୀଟ ନାଶ ହୋଇଗଲା ପରେ ପ୍ରଜନନ ହୋଇ ପାରେ ନାହିଁ ଏବଂ କୀଟ ମାନଙ୍କ ବଂଶ ନିପାତ ହୋଇଥାଏ I
  • ଆଲୋକ ଯନ୍ତା: ଏହି ଯନ୍ତାସବୁକୁ ରାତିରେ ଜମି ପାଖରେ ରଖାଯାଏ I କୀଟପତଙ୍ଗ ଆଲୋକ ଦ୍ୱାରା ଆକର୍ଷିତ ହୋଇ ଆସି ଯନ୍ତାରେ ପଡି ମରିଯାଆନ୍ତି I
  • ହଳଦିଆ ଅଠାଳିଆ ଯନ୍ତା: ଏକ ମାଟି ହାଣ୍ଡି କିମ୍ବା ପାତ୍ରକୁ ହଳଦିଆ ରଙ୍ଗରେ ବୋଳି ଦିଆଯାଏ I ଏହା ଉପରେ ଜଡା ତେଲ କିମ୍ବା ମୋବିଲ ବୋଳି ଦିଆଯାଇ ଜମି ଉପରେ ରଖି ଦିଆଯାଇଥାଏ I କୀଟପତଙ୍ଗ ଏହା ସଂସ୍ପର୍ଶରେ ଆସିଲେ ମରି ଯାଇଥାଆନ୍ତି I
  • ପକ୍ଷୀ ବସିବା ଭାଡି: ପକ୍ଷୀମାନଙ୍କର ବସିବା ପାଇଁ ଛୋଟ ଛୋଟ ବାଡି କିମ୍ବା ଡାଳ କ୍ଷେତ ଉପରେ ଲଗାଯାଇଥାଏ I ଏହା ଉପରେ ବସି ପକ୍ଷୀମାନେ ଅପକାରୀ କୀଟପତଙ୍ଗସବୁ ଖାଇ ଦିଅନ୍ତି I
  • ଜୈବିକ ପଦ୍ଧତ୍ତି: ଉପକାରୀ କୀଟ ଯଥା କଙ୍କି, ବୁଢିଆଣୀ ଅପକାରୀ କୀଟପତଙ୍ଗସବୁ ଖାଇ ଦିଅନ୍ତି I ଏହା ସହିତ କୀଟପତଙ୍ଗ ନିୟନ୍ତ୍ରଣ କରିବା ପାଇଁ ଏନପିଭି, ଟ୍ରାଇକୋଗାମା, ବାସିଲସ ଥୁରିଆଙ୍ଗିଆନସିସ ବ୍ୟବହାର କରାଯାଇପାରେ I
  • ନିମ୍ବ-ଆଧାରିତ କୀଟ ନାଶକ: ନିମ୍ବ ତେଲ କିମ୍ବା ନିମ୍ବ ପିଡିଆ ପ୍ରୟୋଗ କରି କୀଟପତଙ୍ଗକୁ ନିୟନ୍ତ୍ରଣ କରିହେବ I ଏହା ଛଡା ଅନେକ ପ୍ରକାର ନିମ୍ବ-ଭିତ୍ତିକ କୀଟ ନାଶକ ବଜାରରେ ମିଳୁଅଛି I
  • ନିମ୍ବ କିମ୍ବା କରଞ୍ଜ ତେଲ ପିଡିଆ ପ୍ରୟୋଗ: ଏହା ମାଟିରେ ଥିବା କ୍ଷତିକାରୀ କୀଟପତଙ୍ଗକୁ ମାରିଦେଇଥାଏ I
  • ରାସାୟନିକ କୀଟ ନାଶକ: ଅନେକ ପ୍ରକାର ରାସାୟନିକ କୀଟନାଶକ ମଧ୍ୟ ବଜାରରେ ମିଳୁଅଛି I ଫସଲ କ୍ଷତି ଆର୍ଥିକ ଦେହଳୀ ସୀମା ଅତିକ୍ରମ କଲେ ରାସାୟନିକ କୀଟନାଶକ ବ୍ୟବହାର କରିବା ଆବଶ୍ୟକ I

ସୋପାନ - କୀଟପତଙ୍ଗ ନିୟନ୍ତ୍ରଣ ପାଇଁ ଆର୍ଥିକ ଦେହଳୀ ସୀମା: ଯେତେବେଳେ ସଂକ୍ରମଣ ଆର୍ଥିକ ଦେହଳୀ ସୀମା ଅତିକ୍ରମ କରିବ ଉପରୋକ୍ତ ରାସାୟନିକ କୀଟନାଶକ ବ୍ୟବହାର କରିବା ଆବଶ୍ୟକ I କିଛି ଫସଲର ଆର୍ଥିକ ଦେହଳୀ ସୀମା ନିମ୍ନରେ ପ୍ରଦତ୍ତ ଅଛି:

କ୍ର. ନଂ.

ଫସଲର ନାମ

ଫସଲ ଅବସ୍ଥା

କୀଟର ନାମ

ଆର୍ଥିକ ଦେହଳୀ ସୀମା

ଧାନ

ତଳି ଘରା

କାଣ୍ଡ ବିନ୍ଧା ପୋକ

ପ୍ରତି ବର୍ଗ ମିଟରରେ ଗୋଟିଏ ବୟସ୍କ କୀଟ

ପିଲ ଦେବା

କାଣ୍ଡ ବିନ୍ଧା

ଶତକଡା ପାଞ୍ଚ ପ୍ରତିଶତ ମୃତ ଗଛ କିମ୍ବା ପ୍ରତି ବର୍ଗ ମିଟରରେ ଗୋଟିଏ ବୟସ୍କ କୀଟ

ବଙ୍ଗୀ ପୋକ

ଶତକଡା ପାଞ୍ଚ ପ୍ରତିଶତ ଗଛରେ ବଙ୍ଗୀ ପୋକ ସୃଷ୍ଟି ହେଲେ

ପତ୍ର ମୋଡା ରୋଗ

ବୁଦା ପ୍ରତି ଦୁଇଗୋଟି ନୂତନ ଭାବେ ପ୍ରଭାବିତ ପତ୍ର

ମାଟିଆ ଗୁଣ୍ଡି ପୋକ

ବୁଦା ପ୍ରତି ଦଶଗୋଟି କୀଟ

ଫୁଲ ଉଡାଇବା

ଗନ୍ଧି ପୋକ

ବୁଦା ପ୍ରତି ଗୋଟିଏ କୀଟ

ମାଟିଆ ଗୁଣ୍ଡି ପୋକ

ବୁଦା ପ୍ରତି ୨୫-୩୦ ଗୋଟି କୀଟ

ହରଡ

 

ଛୁଇଁ ବିନ୍ଧା ପୋକ

ପ୍ରତି ପାଞ୍ଚ ଗୋଟି ଡାଳରେ ଦୁଇ ରୁ ତିନି ଗୋଟି ଅଣ୍ଡା କିମ୍ବା ଶତକଡା ୧୦ ଭାଗ ପ୍ରଭାବିତ ଛୁଇଁ

ମୁଗ ଓ ବିରି

 

ଧଳା ମାଛି

ପ୍ରତି ପତ୍ରରେ ଗୋଟିଏ ରୁ ଦୁଇ ଗୋଟି କୀଟ

ଜଉ ପୋକ

ଫସଲର ଶତକଡା ୧୦ ଭାଗ ପ୍ରଭାବିତ ଗଛ

ଚିନା ବାଦାମ

 

ଧବଳ ଭୃଙ୍ଗ

ପ୍ରତି ଦଶ ବର୍ଗ ମିଟରରେ ଗୋଟିଏ ଲାର୍ଭା

କପା

 

ପତ୍ର ଡିଆଁ ପୋକ

ପ୍ରତ୍ୟେକ ପତ୍ରରେ ଦୁଇ ରୁ ତିନୋଟି କୀଟ

ବକରା ବିନ୍ଧା ପୋକ

ଶତକଡା ପାଞ୍ଚ ପ୍ରତିଶତ ପ୍ରଭାବିତ ବକରା

ସୋପାନ -: ଗମ୍ଭୀର ସମସ୍ୟା ସୃଷ୍ଟିକାରୀ କୀଟପତଙ୍ଗ : ଚାଷୀମାନଙ୍କୁ ଏକ କ୍ଷେତକୁ ନେଇ ସେଠାରେ ଚାଷ କରାଯାଉଥିବା ଫସଲରେ ଥିବା କୀଟପତଙ୍ଗସବୁର ନାମକୁ ସୂଚୀକରଣ କରନ୍ତୁ ଯେଉଁମାନେ ଫସଲର ଗମ୍ଭୀର କ୍ଷତି କରିଥାଆନ୍ତି I ନିମ୍ନ ଉଲ୍ଲିଖିତ ଫର୍ମାଟ ବ୍ୟବାହାର କରି ଚାଷୀମାନଙ୍କୁ ଏହି ସବୁ କୀଟପତଙ୍ଗର ନାମକୁ ସ୍ଥାନୀୟ ଭାଷାରେ ଲେଖିବାକୁ ଉତ୍ସାହିତ କରନ୍ତୁ :

କୀଟପତଙ୍ଗର ନାମ

ପ୍ରଭାବିତ ହେଉଥିବା ଫସଲର ନାମ

କେଉଁ ସମୟରେ ଦେଖାଯାଆନ୍ତି

(ଫସଲର ଅବସ୍ଥା )

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚାଷୀମାନେ ନେଇଥିବା ପଦକ୍ଷେପ

ଉପସଂହାର

ଅଧିବେଶନକୁ ସମାପ୍ତକରି ଅଂଶଗ୍ରହଣକାରୀମାନଙ୍କୁ ଫସଲରେ ଦେଖାଯାଉଥିବା କିଛି ସାଧାରଣ କୀଟପତଙ୍ଗର ନାମ ଏବଂ ସେମାନଙ୍କର ନିୟନ୍ତ୍ରଣ ପାଇଁ ବିଭିନ୍ନ ଉପାୟ ସବୁକୁ ବର୍ଣ୍ଣନା କରିବାକୁ କୁହନ୍ତୁ I

ଆଧାର – ପୋର୍ଟାଲ ଟିମ

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top