ହୋମ / କୃଷି / କୃଷି ନିର୍ଦେଶିକା / ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ତୃଣ ପରିଚାଳନା)
ସେଆର କରନ୍ତୁ

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା (ତୃଣ ପରିଚାଳନା)

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥାରେ ମାଟି ଓ ଜଳ ପରିଚାଳନା ବିଷୟରେ ମହିଳା ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ଲକ୍ଷ୍ୟ

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥାରେ ମାଟି ଓ ଜଳ ପରିଚାଳନା ବିଷୟରେ ମହିଳା ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ଶିକ୍ଷଣ ଉଦ୍ଦେଶ୍ୟ

  • ଖରିଫ ଫସଲର ବୃଦ୍ଧୀୟ ଅବସ୍ଥାର ବିଭିନ୍ନ ଚରଣରେ କରାଯାଉଥିବା କୃଷି କାର୍ଯ୍ୟ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I
  • ଚାଷୀମାନଙ୍କୁ ଆଧୁନିକ କୃଷି ପଦ୍ଧତି ଆଦୃତ କରିବା ପାଇଁ ଚାଷୀମାନଙ୍କୁ ମାର୍ଗ ଦର୍ଶନ କରିବା I

ପ୍ରୟୋଜନ

ଯେକୌଣସି ଫସଲରୁ ଭଲ ଅମଳ ପାଇବା ପାଇଁ ଗଛର ଉପଯୁକ୍ତ ବୃଦ୍ଧି ହେବା ଦରକାର I ତୃଣ ନିୟନ୍ତ୍ରଣ, ସାର ପ୍ରୟୋଗ, ଜଳ ପରିଚାଳନା ଏବଂ ରୋଗପୋକ ଆକ୍ରମଣରୁ ସୁରକ୍ଷା ପାଇଁ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଆଦୃତ କଲେ ଫସଲର ଉତ୍ତମ ବୃଦ୍ଧି ହୋଇଥାଏ I ତେଣୁ ଫସଲର ବୃଦ୍ଧୀୟ ଅବସ୍ଥାରେ ଆଧୁନିକ କୃଷି ପ୍ରଣାଳୀ ଆଦୃତ କରିବା ଆବଶ୍ୟକ I

ଖରିଫ ଫସଲର ବୃଦ୍ଧୀୟ ଅବସ୍ଥା ଛଅ ଗୋଟି ମଡ୍ୟୁଲକୁ ନେଇ ଗଠିତ ହୋଇଅଛି

  • ଅଧିବେଶନ ୫.୧: ତୃଣ ପରିଚାଳନା
  • ଅଧିବେଶନ ୫.୨: ଜଳ ପରିଚାଳନା
  • ଅଧିବେଶନ ୫.୩: ଅନ୍ତଃ ଚାଷ
  • ଅଧିବେଶନ ୫.୪: ଶୀର୍ଷ ସାର ପ୍ରୟୋଗ
  • ଅଧିବେଶନ ୫.୫: କୀଟ ପତଙ୍ଗ ପରିଚାଳନା
  • ଅଧିବେଶନ ୫.୬: ରୋଗ ପରିଚାଳନା

ତୃଣ ପରିଚାଳନା

ଅଧିବେଶନ ୫.୧

ତୃଣ ପରିଚାଳନା I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଶିକ୍ଷା ଦେବା ଯେ ତୃଣ ଓ ଘାସ ଫସଲକୁ ନଷ୍ଟ କରିପାରେ ଏବଂ ଏହାକୁ ଦମନ କରିବା ପାଇଁ ବିଭିନ୍ନ ତୃଣ ନାଶକ ବିଷୟରେ ସଚେତନା କରିବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଫସଲର ବୃଦ୍ଧିପାଇଁ ଘାସ ନିୟନ୍ତ୍ରଣର ମହତ୍ୱବିଷୟରେ ବୁଝାଇବା I ଏହାପରେ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ପାଇଁ କ୍ଷେତ୍ର ପରିଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ୱିଡର, ତୃଣ ନାଶକ, ସ୍ପ୍ରେୟର, ଫ୍ଲିପ ଚାର୍ଟ, ମାର୍କର

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ ୩୦ ମିନିଟ୍ |

ପୃଷ୍ଠଭୁମୀ

ଘାସ ଓ ତୃଣ ସବୁ ଫସଲ ସହ ଅବାଂଛିତ ଭାବେ ବଢିଥାଆନ୍ତି I ପୋଷକ, ସ୍ଥାନ, ଜଳ ଏବଂ ସୁର୍ଯ୍ୟାଲୋକ ପାଇଁ ଏହି ଘାସ ଓ ତୃଣ ସବୁ ଫସଲ ସହ ପ୍ରତିଦ୍ୱନ୍ଦିତା କରିଥାଆନ୍ତି I ଘାସ ଏବଂ ତୃଣ ପରିଚାଳନା ଶିକ୍ଷା ଚାଷୀମାନଙ୍କ ପାଇଁ ମହତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ସେମାନେ ଫସଲ ଓ ଘାସ ମଧ୍ୟରେ ପ୍ରତିଦ୍ୱନ୍ଦିତାକୁ ବୁଝିପାରିବା ସହ ଏହା ଫସଲ ଉପରେ ପକାଉଥିବା କୁପ୍ରଭାବକୁ ବୁଝିପାରିବେ I ଏହି ପ୍ରଶିକ୍ଷଣ ଟୁଲ୍ ବ୍ୟବହାର କରି ଚାଷୀମାନେ ସେମାନଙ୍କର ତୃଣ ପରିଚାଳନା ଦକ୍ଷତାକୁ ବୃଦ୍ଧି କରି ପାରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କସହ ସେମାନେ ବର୍ତ୍ତମାନ ଅନୁସରଣ କରୁଥିବା ତୃଣ ପରିଚାଳନା ପଦ୍ଧତି ବିଷୟରେ ଆଲୋଚନା କରନ୍ତୁ I ଏହା ସହ ନିଜ ଅଞ୍ଚଳରେ ଦେଖାଯାଉଥିବା କିଛି ଘାସର ନାମ ଉଲ୍ଲେଖ କରିବାକୁ କୁହନ୍ତୁ ଯାହା ଫସଲକୁ କ୍ଷତି କରିଥାଏ I ସେମାନଙ୍କୁ ବୁଝାନ୍ତୁ ଯେ ବର୍ତ୍ତମାନ ବଜାରରେ ମିଳୁଥିବା ବିଭିନ୍ନ ତୃଣ ନାଶକ ବ୍ୟବହାର କରି ବୈଜ୍ଞାନିକ ପଦ୍ଧତିରେ ଘାସ ନିୟନ୍ତ୍ରଣ କରିହେବ I

ସୋପାନ -: ଘାସ କାହିଁକି ନିୟନ୍ତ୍ରଣ କରିବା ଆବଶ୍ୟକ: ପୋଷକ, ସ୍ଥାନ, ଜଳ ଏବଂ ସୁର୍ଯ୍ୟାଲୋକ ପାଇଁ ଏହି ଘାସ ଓ ତୃଣ ସବୁ ଫସଲ ସହ ପ୍ରତିଦ୍ୱନ୍ଦିତା କରିଥାଆନ୍ତି I ଏହି ଘାସ ବିଷାକ୍ତ ହୋଇପାରେ, ଅରୁଚିପୂର୍ଣ୍ଣ ଏବଂ କଣ୍ଟା ଯୁକ୍ତ ହୋଇ ଫସଲର ବୃଦ୍ଧିରେ ବାଧା ଦେଇଥାଏ I ବଡ ଏବଂ ଶୀଘ୍ର ଶୀଘ୍ର ବଢୁଥିବା ଚାରା ଅପେକ୍ଷା ଛୋଟ ଏବଂ ଧିରେ ଧିରେ ବଢୁଥିବା ଫସଲରେ ଅଧିକ ଘାସ ବଢିଥାଏ I ତେଣୁ ଫସଲର ବୃଦ୍ଧି ପାଇଁ ଘାସ ନିୟନ୍ତ୍ରଣ କରାଯିବା ଦରକାର I

ସୋପାନ -: ଗମ୍ଭୀର ସମସ୍ୟା ସୃଷ୍ଟିକରୁଥିବା ଘାସ: ଏକ ଚାଷୀର କ୍ଷେତକୁ ପରିଦର୍ଶନରେ ଯାଇ ସେଠାରେ ଦେଖାଯାଉଥିବା ଅଧିକ ସମସ୍ୟାକାରୀ ଘାସକୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କର ନାମ ଲେଖନ୍ତୁ I ଏହି ସବୁ ଘାସର ନମୁନା ସଂଗ୍ରହ କରି ନିଜ ଭାଷାରେ ନାମ ଲେଖିବା ସହ କେଉଁ ସମୟରେ ତାହା ଦେଖାଯାଏ ଲିପିବଦ୍ଧ କରିବାକୁ କୁହନ୍ତୁ :

ତୃଣର ନାମ

ପ୍ରଭାବିତ ହେଉଥିବା ଫସଲ

କେଉଁ ସମୟରେ ଦେଖଯାଏ

(ଫସଲର ଅବସ୍ଥା)

ଦମନ କରିବା ପାଇଁ ଚାଷୀ କରିଥିବା ଉପାୟ

ସୋପାନ -: ଘାସ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ପଦ୍ଧତ୍ତି : ଘାସ ଦମନ କରିବାର ବିଭିନ୍ନ ଉପାୟସବୁ ଚାଷୀମାନଙ୍କୁ କୁହନ୍ତୁ I ସାଧାରଣ ଭାବେ ପ୍ରଚଳିତ ଅଭ୍ୟାସ ହେଉଛି ଘାସକୁ ଦା'ରେ କାଟି ଜମିରୁ ବାହାର କରାଯାଏ I ଅନ୍ୟ ଉପାୟ ସବୁ ହେଉଛି ଘାସକୁ ମାଟିରୁ ଉତ୍ପାଟନ କରିବା, କୋଡିରେ ହାଣି ବାହାର କରିବା, ବିଭିନ୍ନ ୱିଡର ଯଥା ରେକ ୱିଡର, କୋକୋ ୱିଡର, ମାଣ୍ଡ୍ୱା ୱିଡର, ହ୍ୱିଲ ହୋ ଏବଂ ଶେଷରେ ରାସାୟନିକ ତୃଣ ନାଶକର ବ୍ୟବହାର I

ସୋପାନ -: ତୃଣ ନାଶକର ପ୍ରୟୋଗ: ଚାଷୀମାନଙ୍କୁ ଏକ ନିକଟବର୍ତ୍ତୀ କ୍ଷେତକୁ କିମ୍ବା ଡେମୋ ପ୍ଲଟକୁ ନେଇ ବିଭିନ୍ନ ପ୍ରକାର ତୃଣ ନାଶକର ପ୍ରୟୋଗର ପ୍ରକ୍ରିୟାକୁ ପ୍ରଦର୍ଶନ କରନ୍ତୁ I ଆଜିକାଲି ଜମିରେ ଘାସ ଦମନ କରିବାପାଇଁ ଅନେକ ପ୍ରକାର ତୃଣ ନାଶକ ଉପଲବ୍ଧ ଅଛି I ଘାସ ଦମନ ପାଇଁ ୱିଡରର ବ୍ୟବହାରକୁ ଦେଖାନ୍ତୁ I ସ୍ପ୍ରେୟର ବ୍ୟବହାର କରି ତୃଣ ନାଶକ ବ୍ୟବହାର କରୁଥିଲେ ସୁନିଶ୍ଚିତ କରନ୍ତୁ ଯେ ମାଟି ଓଦା ରହିଥିବ I ତୃଣନାଶକର ପ୍ରକାର ଉପରେ ନିର୍ଭର କରି ପାଣିର ପରିମାଣ ଅଲଗା ଅଲଗା ହୋଇଥାଏ I କିଛି କ୍ଷେତ୍ରରେ ତୃଣନାଶକକୁ ଏକର ପିଛା ୧୦ ରୁ ୧୫ କେ.ଜି. ଶୁଖିଲା ମାଟିସହ ମିଶାଇ ପ୍ରୟୋଗ କରାଯାଏ I

ସୋପାନ -: ବିଭିନ୍ନ ଫସଲ ପାଇଁ ତୃଣ ନାଶକ କିପରି ପ୍ରୟୋଗ କରାଯାଏ : ନିମ୍ନ ଉଲ୍ଲିଖିତ ଚାର୍ଟକୁ ଚାଷୀମାନଙ୍କୁ ପ୍ରଦର୍ଶନ କରାନ୍ତୁ ଯାହା ସେମାନଙ୍କୁ ନିର୍ଦ୍ଦିଷ୍ଟ ଫସଲରେ ପ୍ରୟୋଗ କରାଯାଉଥିବା ତୃଣ ନାଶକର ନାମ, ମାତ୍ରା ଏବଂ ଏହାକୁ କେଉଁ ସମୟରେ ପ୍ରୟୋଗ କରାଯିବା ଉଚିତ ସେ ବିଷୟରେ ଏକ ଧାରଣା ଦେବI

କ୍ର.ନଂ.

ଫସଲର ନାମ

ତୃଣ ନାଶକର ନାମ

ଏକର ପିଛା ପ୍ରୟୋଗର ମାତ୍ରା

ପ୍ରୟୋଗ କରିବାର ସମୟ

ଧାନ

ବୁଟାକ୍ଲୋର

୧୦୦୦ ମି.ଲି.

ବୁଣିବାର ଏକ ଦିନ ପରେ କିମ୍ବା ରୋଇବାର ୩-୫ ଦିନ ପରେ

ପ୍ରେଟିଲାକ୍ଲୋର

୫୦୦ ମି.ଲି.

ବୁଣିବାର ଏକ ଦିନ ପରେ କିମ୍ବା ରୋଇବାର ୩-୫ ଦିନ ପରେ

ପାଇରାଜୋସଲ୍ଫ ରୋନ

ଗ୍ରାମ

ବୁଣିବାର ଏକ ଦିନ ପରେ କିମ୍ବା ରୋଇବାର ୩-୫ ଦିନ ପରେ

ଓକ୍ସିଡିଆରଜାଇଲ

୨୪ ଗ୍ରାମ

ବୁଣିବାର ଏକ ଦିନ ପରେ କିମ୍ବା ରୋଇବାର ୩-୫ ଦିନ ପରେ

ଆଲମିକ୍ସ

ଗ୍ରାମ

ରୋଇବାର ୧୫ ଦିନ ପରେ

ମକା

ଅଟ୍ରାଜିନ

୮୦୦୧୦୦୦ ଗ୍ରାମ

ବୁଣିବାର ଏକ ଦିନ ପରେ

ମାଣ୍ଡିଆ

ଅରୋଜିନ କିମ୍ବା ଅନିଲୋଫୋସ

୨୫୦ ମି.ଲି.

ବୁଣିବାର ଏକ ଦିନ ପରେ

ହରଡ, ମୁଗ, ବିରି

ପେଣ୍ଡିମେଥାଲିନ

୧୦୦୦ ମି.ଲି.

ବୁଣିବାର ଏକ ଦିନ ପରେ

ଚିନା ବାଦାମ

ଓକ୍ସିଫ୍ଲୋରଫେନ

୨୦ ଗ୍ରାମ

ବୁଣିବାର ଏକ ଦିନ ପରେ

6

ରାଶି

ପେଣ୍ଡିମେଥାଲିନ

୧୦୦୦ ମି.ଲି.

ବୁଣିବାର ଏକ ଦିନ ପରେ

ସୂର୍ଯ୍ୟମୁଖୀ ଏବଂ କପା

ପେଣ୍ଡିମେଥାଲିନ

୧୦୦୦ ମି.ଲି.

ବୁଣିବାର ଏକ ଦିନ ପରେ

ଆଖୁ

ଅଟ୍ରାଜିନ

୮୦୦୧୦୦୦ ଗ୍ରାମ

ବୁଣିବାର ଏକ ଦିନ ପରେ

ଉପସଂହାର

ଅଧିବେଶନକୁ ସମାପ୍ତକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବର୍ତ୍ତମାନ କେଉଁ ପ୍ରକାର ଫସଲ ଚାଷ କରୁଛନ୍ତି ଏବଂ ସେମାନେ ଏଥିରେ ସେମାନେ ତୃଣ ନାଶକ ପ୍ରୟୋଗ କରିବେ କି I ଯେଉଁମାନେ ତୃଣ ନାଶକ ପ୍ରୟୋଗ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ କୁହନ୍ତୁ ଯେ ସେମାନେ ତୃଣ ନାଶକ କେଉଁଠାରୁ ପାଇବେ ଏବଂ କିପରି ଭାବେ ଭଲ ଦରରେ ପାଇପାରିବେ I ଯେଉଁ ଚାଷୀମାନେ ଏ ପର୍ଯ୍ୟନ୍ତ ସ୍ଥିର କରି ନାହାନ୍ତି, ସେମାନଙ୍କୁ ତୃଣ ନାଶକ ବ୍ୟବହାର କରିବାକୁ ଉତ୍ସାହିତ କରନ୍ତୁ I

ଆଧାର – ପୋର୍ଟାଲ ଟିମ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top