অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷୀ କ୍ଷେତ୍ର ଦିବସ

ମଡ୍ୟୂଲ୍ – ୨: ଚାଷୀ କ୍ଷେତ୍ର ଦିବସ

ଅଧିବେଶନ ୨.୧

“ଦେଖିବା ହିଁ ବିଶ୍ୱାସ କରିବା” ସିଦ୍ଧାନ୍ତକୁ ପ୍ରୋତ୍ସାହନ କରିବା (ଋତୁ: ବର୍ଦ୍ଧୀୟ ଚରଣ; କ୍ଷେତ୍ର ଦିବସ ଉଦ୍ଦେଶ୍ୟ ଉପରେ ନିର୍ଭରକରି ଫସଲର ବିଭିନ୍ନ ଅବସ୍ଥାରେ ଅନେକଥର)I

ଉଦ୍ଦେଶ୍ୟ

ଅବଶିଷ୍ଟ ସମୂଦାୟ ସଦସ୍ୟମାନଙ୍କ ଉନ୍ନତ୍ତ କିସମର ବ୍ୟବହାର ଓ ପରିଚାଳନା ବିକଳ୍ପ ଦେବା ଏବଂ ସାମୂହିକ କାର୍ଯ୍ୟରେ ସମ୍ମିଳିତ ହୋଇ ଶିକ୍ଷଣୀୟ ବିଷୟ ପ୍ରତି ସେମାନଙ୍କର ଆଗ୍ରହକୁ ଜାଗୃତ କରିବା I

ପଦ୍ଧତି

ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ଏହାପରେ କୌଣସି ଏକ ଚାଷୀର ଜମିକୁ କ୍ଷେତ୍ର ପରିଦର୍ଶନ ପାଇଁ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ପ୍ଲିପ ଚାର୍ଟ୍, ମାର୍କର ପେନ୍, ଡାକ ବାଜି ଯନ୍ତ୍ର, ପ୍ରଚାର ପତ୍ର ଏବଂ ଏକ ଚାଷୀର ଜମି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – 15 ମିନିଟ I କ୍ଷେତ୍ର ପରିଦର୍ଶନ - 90 ମିନିଟ I

ପୃଷ୍ଠଭୁମୀ

କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତିକୁ ଅନୁସରଣକରି ଚାଷୀମାନଙ୍କୁ ଉନ୍ନତ୍ତ କୃଷି ପଦ୍ଧତି ବିଷୟରେ ବାର୍ତ୍ତା ପ୍ରସାରଣ କରିବା ପାଇଁ ପାଥୱେଜ୍ ପ୍ରକଳ୍ପ 'ବୟସ୍କ ଶିକ୍ଷଣ ସିଦ୍ଧାନ୍ତ'କୁ ଅନୁସରଣ କରେ ଯାହା ଫସଲର ବିଭିନ୍ନ ଅବସ୍ଥାରେ ଦିଆଯାଉଥିବା ଅନେକ ଗୁଡିଏ ପ୍ରଶିକ୍ଷଣ ଅଧିବେଶନକୁ ନେଇ ଗଠିତ I ଅନୁଭବ, ଶିକ୍ଷା ଏବଂ ଆର୍ଥିକ ଅବସ୍ଥା ଉପରେ ନିର୍ଭର କରି ବିଭିନ୍ନ ଚାଷୀଙ୍କ ଆତ୍ମବିଶ୍ୱାସ ଅଲଗା ଅଲଗା ହୋଇଥାଏ I ତେଣୁ କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତିରେ ଶିକ୍ଷାଦାନ କରାଯାଉଥିବା ଉନ୍ନତ୍ତ ପ୍ରତ୍ୟେକ ଚାଷ ପଦ୍ଧତିକୁ ସବୁ ଚାଷୀ ଆଦୃତ କରି ନ ପାରନ୍ତି I ପ୍ରଶିକ୍ଷଣ ଅଧିବେଶନ ସମୟରେ ଦିଆଯାଇଥିବା ଶିକ୍ଷାସବୁକୁ ପୁନର୍ବାର ଦୃଢୀଭୂତ କରିବା ପାଇଁ ସିଆରପି ଏହି ଚାଷୀମାନଙ୍କୁ କ୍ଷେତ୍ର ପରିଦର୍ଶନ ପାଇଁ ଅନ୍ୟ ସଫଳ ଚାଷୀଙ୍କ ଜମିକୁ ନିଅନ୍ତୁ ଯେଉଁମାନେ ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ପ୍ରଶିକ୍ଷଣ ଅଧିବେଶନ ଯୋଗଦେଇ ଉନ୍ନତ୍ତ କୃଷି ପଦ୍ଧତି ଆଦୃତ କରିଛନ୍ତି I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଧିବେଶନକୁ ଆରମ୍ଭକରି ଚାଷୀମାନଙ୍କୁ ପଚାରନ୍ତୁ କି ସେମାନଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣରୁ ଶିକ୍ଷାଗ୍ରହଣ କରି ନିଜ ନିଜ ଜମିରେ ଉନ୍ନତ୍ତ କୃଷି ପଦ୍ଧତିସବୁକୁ ଆଦୃତ କରିଅଛନ୍ତି କି I ସେମାନଙ୍କୁ ପଚାରନ୍ତୁ ଯେ ସେମାନେ ଏହି ପ୍ରଶିକ୍ଷଣରୁ କିଛି ସକାରାତ୍ମକ ଅନୁଭୂତି ପାଇଲେ କି I ତା'ପରେ ସେମାନଙ୍କୁ କୁହନ୍ତୁ ଯେ ଆଜି ସେମାନେ ଗ୍ରାମର ଏକ ଚାଷୀଙ୍କ ଜମିକୁ ପରିଦର୍ଶନରେ ନିଆଯିବ ଯିଏକି ଉନ୍ନତ୍ତ ଚାଷ ପଦ୍ଧତି ଅନୁସରଣକରି ଭଲ ଅମଳ ପାଇଅଛନ୍ତି ଏବଂ ସେମାନେ ଏହି ସଫଳତାକୁ ନିଜ ଆଖିରେ ଦେଖି ଶିକ୍ଷାଲାଭ କରିପାରିବେ I

ସୋପାନ - ୨: ଚାଷୀ କ୍ଷେତ୍ର ଦିବସ: ଏହି ଚାଷଋତୁରେ ସବୁଠାରୁ ଉତ୍କୃଷ୍ଟ ପଦ୍ଧତି ଆଦୃତ କରିଥିବା ଚାଷୀ ତାଙ୍କର ସଫଳତାକୁ ଅନ୍ୟ ଚାଷୀମାନଙ୍କୁ ପ୍ରଦର୍ଶନକରିବାକୁ ସୁଯୋଗ ପାଇବେ I ଯେତେବେଳେ ସବୁ ଚାଷୀ ଗ୍ରାମରେ ଥିବେ ସିଆରପି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବେ ଯଦ୍ୱାରା ସବୁ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ I ଏହି ନିର୍ଦ୍ଦିଷ୍ଟ ଦିନକୁ 'ଚାଷୀ କ୍ଷେତ୍ର ଦିବସ' କୁହାଯାଏ ଏବଂ ଏହା “ଦେଖିବା ହିଁ ବିଶ୍ୱାସ କରିବା” ସିଦ୍ଧାନ୍ତ ଉପରେ ଆଧାରିତ I ଏହି କାର୍ଯ୍ୟକ୍ରମ କେବଳ ଯେ ଅନ୍ୟମାନଙ୍କୁ ସଫଳ ଚାଷୀଙ୍କଦ୍ୱାରା ଆଦୃତ ପଦ୍ଧତିକୁ ଅନୁସରଣ କରିବାକୁ ପ୍ରୋତ୍ସାହିତ କରିବ ତାହା ନୁହେଁ, ସଫଳ ଚାଷୀ ଯିଏ ତାଙ୍କର ପ୍ରତ୍ୟେକ ସଫଳତାକୁ ପ୍ରଦର୍ଶନ କରୁଅଛନ୍ତି, ସେ ମଧ୍ୟ ଆଗାମୀ କୃଷିଋତୁରେ ନିଜର ଚାଷ କୌଶଳକୁ ଅଧିକ ବିକଶିତ କରିବାକୁ ଉତ୍ସାହିତ ହେବେ I ସଫଳ ଚାଷୀ ନିଜର ଜଳବାୟୁ ଅବସ୍ଥା ଅନୁଯାୟୀ ସବୁଠାରୁ ଉପଯୁକ୍ତ ଚାଷ ପଦ୍ଧତି ଆଦୃତ କରି ପାଇଥିବା ସକାରାତ୍ମକ/ନକାରାତ୍ମକ ଅନୁଭୁତିକୁ ଅନ୍ୟମାନଙ୍କ ସହ ବାଣ୍ଟିବେ; ଏହିସବୁ ପଦ୍ଧତିକୁ ଆଦୃତ କରିବା ପାଇଁ ହୋଇଥିବା ଖର୍ଚ୍ଚ ଏବଂ ଏହି ସବୁ କୃଷି ପଦ୍ଧତି ଆଦୃତକରି ସେମାନେ କ'ଣସବୁ ପାର୍ଥକ୍ୟ ଦେଖିଛନ୍ତି I ଯେଉଁ ଚାଷୀମାନେ ଏହି 'କୃଷକ କ୍ଷେତ୍ର ଦିବସ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ସେମାନେ ଉନ୍ନତ୍ତି କୃଷି ପଦ୍ଧତିର "କରନ୍ତୁ ଏବଂ କରନ୍ତୁ ନାହିଁ" ବିଷୟରେ ଜାଣିବାକୁ ପାଇବେ I

ସୋପାନ - ୩ : ଏକ ସଫଳ ଚାଷୀଙ୍କ ଚାଷ ଜମିକୁ ପ୍ରଦର୍ଶନରେ ନିଅନ୍ତୁ : ଜମାହୋଇଥିବା ଚାଷୀମାନଙ୍କୁ ଏକ ସଫଳ ଚାଷୀଙ୍କ ଚାଷଜମିକୁ ପ୍ରଦର୍ଶନରେ ନିଅନ୍ତୁ ଯିଏ ସବୁଠାରୁ ଉତ୍ତମ କୃଷି ପଦ୍ଧତ୍ତି ଆଦୃତ କରିଥିବେ I ଏହି ପରିଭ୍ରମଣ ଏକ ରୁ ଦୁଇ ଘଣ୍ଟା ପାଇଁ ହୋଇଥାଏ, ଯେଉଁ ସମୟରେ ପ୍ରତ୍ୟେକ ଚାଷୀ ନିଜ ନିଜ ମଧ୍ୟରେ ବାର୍ତ୍ତାଳାପ କରି ନିଜର ଆଗାମୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେଇ ପାରିବେ I

ସୋପାନ - ୪ : ତାରିଖ ସ୍ଥିରିକୃତ କରିବା : କ୍ଷେତ୍ର-ଦିବସ ତାରିଖ ସବୁ ଆଗରୁ ସ୍ଥିରିରିକୃତ କରିବା ଆବଶ୍ୟକ I ଉଦ୍ଦେଶ୍ୟ ଉପରେ ନିର୍ଭର କରି ଏହା କୃଷିଋତୁର ବିଭିନ୍ନ ସମୟରେ କରାଯାଇପାରିବ I ପୂର୍ବରୁ ଯୋଜନା କରାଯାଇଥିବା ପ୍ରତ୍ୟେକ କ୍ଷେତ୍ର-ଦିବସ ପାଇଁ ଏକ କାର୍ଯ୍ୟସୂଚୀ ଏବଂ ନିମନ୍ତ୍ରିତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ଉଚିତ I ଅଧିକ ଭିଡ଼କୁ ଏଡାଇବା ପାଇଁ ନିମନ୍ତ୍ରିତ ବ୍ୟକ୍ତିଙ୍କ ସଂଖ୍ୟା ସୀମିତ ରଖାଯିବା ଆବଶ୍ୟକ I

ସୋପାନ - ୫ : ପ୍ରାରମ୍ଭିକ ବ୍ୟବସ୍ଥା କରିବା : ସିଆରପି ଏବଂ ଅଂଶଗ୍ରହଣକାରୀମାରନେ କ୍ଷେତ୍ର-ଦିବସ କାର୍ଯ୍ୟକ୍ରମର ରୂପରେଖକୁ ସଠିକ ଭାବେ ପ୍ରସ୍ତୁତ କରିବା ଦରକାର ଯେପରିକି ସେମାନେ ଜମିକୁ ବିନା ଅସୁବିଧାରେ ପହଞ୍ଚି ପାରିବେ ଏବଂ ଜମିର ଚତୁର୍ଦିଗରେ ବୁଲି ପାରିବେ I ଜମି ସବୁରେ ଲେବୁଲ ଲଗାଇ ସ୍ପଷ୍ଟଭାବେ ଚିହ୍ନଟ କରିବା ଉଚିତ I କ୍ଷେତ୍ର-ଦିବସ ସମୟରେ ପ୍ରଶିକ୍ଷଣକାରୀ ବଡ ବଡ ପ୍ରଶିକ୍ଷଣ ସାମଗ୍ରୀ ବ୍ୟବହାର କରିବା ଉଚିତ ଏବଂ ଯଦି ସମ୍ଭବ ହୁଏ ଏକ ଡାକବାଜି ଯନ୍ତ୍ର ବ୍ୟବହାର କରିବା ଉଚିତ, ଯେପରି ସମସ୍ତେ ତାଙ୍କୁ ଶୁଣି ପାରିବେ I ପରାମର୍ଶ ନେବା ପାଇଁ ତଥା ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ପ୍ରଶିକ୍ଷଣ ତଥ୍ୟ ଅନ୍ୟାନ୍ୟ ଉପଲବ୍ଧ ସାମଗ୍ରୀକୁ ଯାଞ୍ଚ କରିନିଅନ୍ତୁ I

ଉପସଂହାର

ଅଧିବେଶନକୁ ସମାପ୍ତ କଲାବେଳେ ପ୍ରଶିକ୍ଷଣକାରୀ ଅଂଶ ଗ୍ରହଣକାରୀ ମାନଙ୍କ ଠାରୁ ଉଲ୍ଲିଖିତ ଦିଗ ବିଷୟରେ "ମତାମତ ସଂଗ୍ରହ" କରିବେ ଯାହା ପ୍ରକଳ୍ପ ଅଧିକାରୀଙ୍କୁ କୃଷି କ୍ଷେତ୍ର-ଦିବସ ଆୟୋଜନ କରିବା ପାଇଁ ସହାୟକ ହେବ I

ଆଧାର – ପୋର୍ଟାଲ ଟିମ

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate