অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜମା-ସଂଗ୍ରହ ପ୍ରକ୍ରିୟା କାହିଁକି ମହତ୍ୱପୂର୍ଣ୍ଣ ? 'ଉତ୍ପାଦ ଜମା-ସଂଗ୍ରହ' ସଂକଳ୍ପନାର ଆପୋଷ ବିଚାର

ଜମା-ସଂଗ୍ରହ ପ୍ରକ୍ରିୟା କାହିଁକି ମହତ୍ୱପୂର୍ଣ୍ଣ ? 'ଉତ୍ପାଦ ଜମା-ସଂଗ୍ରହ' ସଂକଳ୍ପନାର ଆପୋଷ ବିଚାର

ଜମା-ସଂଗ୍ରହ ପ୍ରକ୍ରିୟା କାହିଁକି ମହତ୍ୱପୂର୍ଣ୍ଣ ?

ଅଧିବେଶନ ୪.୨

ଜମା-ସଂଗ୍ରହ ପ୍ରକ୍ରିୟା କାହିଁକି ମହତ୍ୱପୂର୍ଣ୍ଣ ?

ଉଦ୍ଦେଶ୍ୟ

ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କ ସଚେତନତା ବୃଦ୍ଧିକରିବା ଏବଂ ସେମାନଙ୍କ ଆୟ ବଢାଇବା ପାଇଁ ଉତ୍ପାଦ ଜମା-ସଂଗ୍ରହ ପ୍ରକ୍ରିୟାର ମହତ୍ୱ ବିଷୟରେ ସମ୍ବେଦନଶୀଳ କରିବା I ଏହାସହ ଦଳଗତ ବିକ୍ରୟ କରିବା ପାଇଁ ଯୋଜନା କରି ଲାଭଦାୟକ ବଜାରରେ ସେମାନଙ୍କ ବଳକା ଉତ୍ପାଦ ବିକ୍ରିକରିବା ପାଇଁ ଚାଷୀମାନଙ୍କୁ ସାହାଯ୍ୟ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ ବିଷୟରେ ପ୍ରସ୍ତୁତ ପୋଷ୍ଟର ପ୍ରଦର୍ଶନ ତଥା ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୧୫ମିନିଟ୍ |

ପୃଷ୍ଠଭୁମୀ

ପ୍ରତ୍ୟେକ ଉତ୍ପାଦ ପାଇଁ ଗ୍ରାମ୍ୟ ସ୍ତରରେ ହେଉଥିବା ବିପଣନ ପ୍ରକ୍ରିୟା ପ୍ରାୟ ସବୁବେଳେ ବ୍ୟକ୍ତିଗତ ସ୍ତରରେ ସମାହିତ ହୋଇଥାଏ I ଯଦ୍ୟପି ଚାଷୀମାନେ ଜାଣିଛନ୍ତି ଯେ ଉଚ୍ଚ-ଶ୍ରେଣୀର ବଜାରରେ ବିକ୍ରୟକଲେ ଅଧିକ ଦାମ ପାଇବେ କିନ୍ତୁ ଉତ୍ପାଦର ପରିମାଣ କମ ହୋଇଥିବାରୁ ଅଧିକ ପରିବହନ ଖର୍ଚ୍ଚ ଓ ସମୟର ଅପଚୟ ଯୋଗୁଁ ଭଲ ଦର ପାଇବା ପାଇଁ ସେମାନେ ଏହାକୁ ସୁଦୂର ବଜାରକୁ ନେଇ ପାରନ୍ତି ନାହିଁ I ତେଣୁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଏକ ପ୍ରଭାବକାରୀ ବିପଣନ କୌଶଳ ବିଷୟରେ ଶିକ୍ଷାଦାନ କରିବ ଯେଉଁଥିରେ ସେମାନେ ସେମାନଙ୍କର ସମସ୍ତ ଉତ୍ପାଦକୁ ଏକାଠି ଜମା କରି ଦଳଗତଭାବେ ବିକ୍ରୟ କରିପାରିବେI

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଲୋଚନାକୁ ଆରମ୍ଭକରି ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ଯେ ପ୍ରତ୍ୟେକ ଋତୁରେ ସେ କେତେ ପରିମାଣରେ ବଳକା ଉତ୍ପାଦ ବଜାରରେ ବିକ୍ରୟ କରିଥାଆନ୍ତି ଏବଂ ପାଉଥିବା ଦର ଉପରେ ସେ ସନ୍ତୁଷ୍ଟ ଅଛନ୍ତି କି? ସେମାନଙ୍କୁ ପଚାରନ୍ତୁ କି ତାଙ୍କର ମୂଲଚାଲ କରିବା ଶକ୍ତିକୁ ବଢାଇବା ପାଇଁ ସେମାନେ ଉତ୍ପାଦକୁ ଦଳଗତଭାବେ ବିକ୍ରୟ କରିବାକୁ ଚାହୁଁଛନ୍ତି କି I

ସୋପାନ - ୨: ଉତ୍ପାଦପାଇଁ ଅପେକ୍ଷାକୃତ ଭଲ ମୂଲ୍ୟ ପାଇବାକୁ ଦଳଗତ ଯୋଜନା କିପରି ସାହାଯ୍ୟ କରିଥାଏ : ତଳେ କୃଷିଜାତ ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା ଓ ଦଳଗତ ଯୋଜନା ଆରମ୍ଭ କରିବାର କିଛି ଉପାଦେୟତା ଉଲ୍ଲେଖ କରାଯାଇଛି I ଏହି ଦିଗସବୁକୁ ଗ୍ରାମବାସୀମାନଙ୍କୁ ବୁଝାନ୍ତୁ I

  • କମ୍ ମୂଲ୍ୟ ବନାମ ଭଲ ମୂଲ୍ୟ : ଜମା-ସଂଗ୍ରହ ପ୍ରକ୍ରିୟାରେ ଉତ୍ପାଦର ଭଲ ମୂଲ୍ୟ ମିଳିଥାଏ କାରଣ ଏହାକୁ ଅଧିକ ପରିମାଣରେ ବିକ୍ରୟ କରାଯାଏ ଏବଂ ବିକ୍ରେତା ଏଥିପାଇଁ ମୂଲଚାଲ କରିପାରିବ I ମୂଲଚାଲ ପ୍ରକ୍ରିୟା ମଧ୍ୟ ସରଳ ହୋଇଥାଏ କାରଣ ଗୋଟିଏ ମୁଲଚାଲରେ ସବୁ ଚାଷଙ୍କର ଉତ୍ପାଦ ବିକ୍ରି ହୋଇପାରିବ I
  • ସ୍ଥାନୀୟ ବଜାର ବନାମ ଲାଭକାରୀ ବଜାର : ଚାଷୀମାନେ ତାଙ୍କର ଉତ୍ପାଦକୁ ବିକିବା ପାଇଁ ନିଜ ଇଛା ଅନୁସାରେ ବଜାର ବାଛିପାରିବେ କାରଣ ସବୁ ଉତ୍ପାଦକୁ ଗୋଟିଏ ସ୍ଥାନରେ ଜମାକରି ଯେଉଁ ବଜାରରେ ଅପେକ୍ଷାକୃତ ଭଲ ଦର ମିଳିବ ସେଠାକୁ ସୁବିଧାରେ ପରିବହନ କରିହେବ I ସ୍ଥାନୀୟ ବଜାର ଉପରେ ନିର୍ଭରଶୀଳତା କମିଯାଏ I କିଛି ସମୟ ପରେ ସ୍ଥାନୀୟ ବ୍ୟାପାରୀମାନେ ମଧ୍ୟ ଅପେକ୍ଷାକୃତ ଭଲ ଦର ଦେବା ଆରମ୍ଭ କରିବେ କାରଣ ସେମାନେ ଜାଣିପାରିବେ ଯେ ଚାଷୀମାନଙ୍କ ପାଇଁ ବର୍ତ୍ତମାନ ବିକଳ୍ପ ବଜାର ଅଛିI
  • ଉତ୍ପାଦର କମ୍ ପରିମାଣ ବନାମ ଅଧିକ ପରିମାଣ : କମ ପରିମାଣର ଉତ୍ପାଦ ବିକ୍ରି କରିବା ସବୁବେଳେ କାଠିକର କାରଣ ବ୍ୟାପାରୀ ପାଖରେ କିଣିବା ପାଇଁ ଅଧିକ ବିକଳ୍ପ ରହିଥାଏ I ଯଦି ଜଣେ ଚାଷୀ ତାକୁ ଦିଆ ଯାଉଥିବା ଦରରେ ବିକ୍ରୟ କରିବାପାଇଁ ରାଜି ନ ହୁଏ, ତେବେ ବ୍ୟାପାରୀକୁ ଅନ୍ୟ ଚାଷୀମାନେ ସେହି ଦରରେ ଉତ୍ପାଦ ବିକିବା ପାଇଁ ରାଜି ହୋଇଯିବେ I ଯଦି ଅଧିକ ପରିମାଣର ଉତ୍ପାଦ ବିକ୍ରିକରିବା ପାଇଁ ବ୍ୟାପାରୀକୁ ପ୍ରସ୍ତାବ ଦିଆଯାଏ, ସେ ଗୋଟିଏ ସ୍ଥାନରୁ ବଡ ପରିମାଣର ଉତ୍ପାଦ ପାଉଥିବାରୁ ଚାଷୀମାନଙ୍କୁ ପ୍ରତିଯୋଗିତାପୁର୍ଣ ଦର ଦେବାକୁ କୁଣ୍ଠାବୋଧ କରିବ ନାହିଁ I ଏହି ପ୍ରକ୍ରିୟାରେ ଏହା ଉଭୟ ଚାଷୀ ଓ ବ୍ୟାପାରୀଙ୍କୁ ସୁହାଇଲାପରି ପରିସ୍ଥିତି ହୋଇଥାଏ I
  • ବ୍ୟକ୍ତିଗତସ୍ତର ବନାମ ଗ୍ରାମ୍ୟସ୍ତର : ପ୍ରତ୍ୟେକ ଉତ୍ପାଦ ପାଇଁ ଗ୍ରାମ୍ୟ ସ୍ତରରେ ହେଉଥିବା ବିପଣନ ପ୍ରକ୍ରିୟା ପ୍ରାୟ ସବୁବେଳେ ବ୍ୟକ୍ତିଗତ ସ୍ତରରେ ସମାହିତ ହୋଇଥାଏ I ଜଣେ ବ୍ୟକ୍ତିଗତ ଚାଷୀର ବହୁତ କମ ବଳକା ଉତ୍ପାଦ ବସ୍ତା ଥାଏ I ଯଦ୍ୟପି ଚାଷୀମାନେ ଜାଣି ଅଛନ୍ତି ଯେ ଉଚ୍ଚ ଶ୍ରେଣୀର ବଜାରରେ ଅପେକ୍ଷାକୃତ ଭଲ ଦର ପାଇବାର ଅଧିକ ସୁଯୋଗ ଥାଏ, କିନ୍ତୁ ବହୁତ କମ ବଳକା ଉତ୍ପାଦ ହାତରେ ଥିବାରୁ ବ୍ୟକ୍ତିଗତ ଚାଷୀମାନେ ଏହାକୁ ସୁଦୂର ବଜାରରେ ବିକ୍ରିକରିବାକୁ ଅସୁବିଧାର ସମ୍ମୁଖିନ୍ନ ହୋଇଥାଆନ୍ତି I ଶେଷରେ, ବ୍ୟକ୍ତିଗତ ଭାବେ ଚାଷୀ ସ୍ଥାନୀୟ ବଜାରରେ ଉତ୍ପାଦକୁ ବିକ୍ରିକରି ଏହାପାଇଁ କମ୍ ମୂଲ୍ୟ ପାଇଥାଏ I ଏହି ପରିସ୍ଥିତି ସମ୍ପୁର୍ଣ ଭାବେ ବଦଳି ଯିବ ଯେତେବେଳ ସବୁ ଚାଷୀ ଏକ ସଙ୍ଗରେ ଆସି ସେମାନଙ୍କର ଉତ୍ପାଦକୁ ବିକ୍ରିକରିଥାଆନ୍ତି କାରଣ ଏହି ପ୍ରକ୍ରିୟାରେ ସେମାନେ ନିଜ ମନମୁତାବକ ଦରକୁ ବ୍ୟାପାରୀକୁ ମାନିବାପାଇଁ ବାଧ୍ୟ କରିପାରିବେ I
  • 'ଉତ୍ପାଦର ଜମା-ସଂଗ୍ରହ' -ଏକ ବିକଳ୍ପ ବିପଣନ ରଣନୀତି: ଚାଷୀମାନେ ପ୍ରାଥମିକ ଉତ୍ପାଦକ ସ୍ତରରେ ସେମାନଙ୍କ ଉତ୍ପାଦକୁ ଜମା-ସଂଗ୍ରହ କରି ବିକ୍ରୟ କଲେ କଲେ ବ୍ୟକ୍ତିଗତ ବିକ୍ରୟ ପ୍ରକ୍ରିୟା ତୁଳନାରେ ଅପେକ୍ଷାକୃତ ଭଲ ଦର ପାଇବେ I ଯଦି କିଛି ଚାଷୀ ଦଳଗତ ଭାବେ ଏକାଠି ହୋଇ ସେମାନଙ୍କ ଉତ୍ପାଦକୁ ଲାଭରେ ବିକ୍ରୟ କରିବାକୁ ରାଜି ହୋଇଛନ୍ତି, 'ଉତ୍ପାଦର ଜମା-ସଂଗ୍ରହ' ଏକ ବିକଳ୍ପ ବିପଣନ ରଣନୀତି ଯାହା ବଳକା ଉତ୍ପାଦକୁ କେବଳ ଉଚ୍ଚ ସ୍ତର ବଜାରରେ ପହଞ୍ଚାଇବାକୁ ସାହାଯ୍ୟ କରିବ ତାହା ନୁହେଁ, ଉତ୍ପାଦର ସମାନ ମାନ ଓ ଦଳଗତ ମୁଲଚାଲ ଯୋଗୁଁ ବିବିନ୍ନ ବାଣିଜ୍ୟକ ସୂତ୍ର ମାଧ୍ୟମରେ ଏହା ଅପେକ୍ଷାକୃତ ଭଲ ଦର ପାଇବାରେ ମଧ୍ୟ ସାହାଯ୍ୟ କରିବ I
  • "ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟା" କେମିତି କାମ କରେ: ଯଦି କିଛି ଚାଷୀ ସେମାନଙ୍କର ସମସ୍ତ ଉତ୍ପାଦକୁ ଜମା-ସଂଗ୍ରହ କରି ଦଳଗତ ଭାବେ ବିକ୍ରୟ କରନ୍ତି, ପ୍ରତ୍ୟେକ ଚାଷୀର ଭାଗ କେବଳ ଦୁଇ ବସ୍ତା ମକା ହୋଇପାରେ I କିନ୍ତୁ ଯଦି କୋଡିଏ ଜଣ ଚାଷୀ ତାଙ୍କର ସବୁତକ ବସ୍ତା ଗୋଟିଏ ସ୍ଥାନରେ ଏକତ୍ର କରିବେ, ତେବେ ଗୋଟିଏ ଟ୍ରକକୁ ଭଡାସୁତ୍ରରେ ନିଆଯାଇ ଏହି ଚାଳିଶ ବସ୍ତା ମକାକୁ ଏକ ଲାଭକାରୀ ବଜାରରେ ସଫଳତାର ସହ ବିକ୍ରୟ କରିବା ସମ୍ଭବ ହୋଇ ପାରିବ I ଅନ୍ୟଥା, ଯଦି କୌଣସି ନିର୍ଦ୍ଦିଷ୍ଟ ସମୟରେ ଗ୍ରାମରେ କାରବାର-ଯୋଗ୍ୟ ଅଧିକ ପରିମାଣର ଉତ୍ପାଦ ଥାଏ, ତେବେ ଉଚ୍ଚ ଶ୍ରେଣୀର ବଜାରରୁ ବ୍ୟପାରୀଙ୍କୁ ଡାକି ଉତ୍ପାଦକୁ ଗ୍ରାମକୁ ନେବାପାଇଁ କୁହାଯାଇପାରେ I

ଉପସଂହାର

ଅଧିବେଶନର ଶେଷ ଆଡକୁ ଚାଷୀମାନଙ୍କସହ ଅଲୋଚନା ତଥା ବିବେଚନା କରନ୍ତୁ କି ଏହି ବିକଳ୍ପ ବିପଣନ ରଣନୀତି ଯଥା, ଦଳଗତଭାବେ ଉତ୍ପାଦକୁ ବିକ୍ରୟ କରିବା ବିଷୟରେ ସେମାନଙ୍କର ହୃଦବୋଧ ହୋଇଛି କି I ତଥାପି ଯଦି ସେମାନଙ୍କର ମନରେ କିଛି ସନ୍ଦେହ ରହିଛି ଏହାକୁ ଦୂର କରି ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟାକୁ ଆଦୃତ କରିବା ପାଇଁ ଉତ୍ସାହିତ କରନ୍ତୁI

'ଉତ୍ପାଦ ଜମା-ସଂଗ୍ରହ' ସଂକଳ୍ପନାର ଆପୋଷ ବିଚାର

ଅଧିବେଶନ ୪.୩

କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ/ସମୁଦାୟ ସ୍ତରରେ 'ଉତ୍ପାଦ ଜମା-ସଂଗ୍ରହ' ସଂକଳ୍ପନାର ଆପୋଷ ବିଚାର I ଏହା ପରେ 'ଜମା-ସଂଗ୍ରହ' ପ୍ରକ୍ରିୟା ଓ ଏହାର ଉପାଦେୟତା ସମ୍ବନ୍ଧରେ ଏକ ଭିଡିଓ ଶୋ ପ୍ରଦର୍ଶନ କରାଯିବ I

ଉଦ୍ଦେଶ୍ୟ

ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କ ସଚେତନତା ବୃଦ୍ଧିକରିବା ଏବଂ ସେମାନଙ୍କ ଆୟ ବଢାଇବା ପାଇଁ ‘ଉତ୍ପାଦ ଜମା-ସଂଗ୍ରହ ପ୍ରକ୍ରିୟା’ ଓ ଏହାର ମହତ୍ୱ ବିଷୟରେ ସମ୍ବେଦନଶୀଳ କରିବା I ଏହାସହ ଚାଷୀମାନଙ୍କୁ ସେମାନଙ୍କ ବଳକା ଉତ୍ପାଦକୁ ଲାଭକାରୀ ବଜାରରେ ବିକ୍ରୟ କରିବା ପାଇଁ ଦଳଗତ ଭାବେ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ ବିଷୟରେ ପ୍ରସ୍ତୁତ ପୋଷ୍ଟର ପ୍ରଦର୍ଶନ ତଥା ବ୍ୟାଖ୍ୟାନ ମାଧ୍ୟମରେ ଅଧିବେଶନକୁ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କୃଷକକ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୧୫ମିନିଟ୍ |

ପୃଷ୍ଠଭୁମୀ

ପ୍ରଥମ ଦୁଇଟି ଅଧିବେଶନପରେ ଅଂଶଗ୍ରହଣକାରୀମାନେ ଆୟ ବୃଦ୍ଧି କରିବା ପାଇଁ ଜମା-ସଂଗ୍ରହ ପ୍ରକ୍ରିୟାର ଉପାଦେୟତା ବିଷୟରେ ଉତ୍ତମ ଧାରଣା ପାଇଥିବେ I ବର୍ତ୍ତମାନ ଏହି ଅଧିବେଶନରେ, ଚାଷୀମାନଙ୍କୁ/ସମୁଦାୟର ସଦସ୍ୟମାନଙ୍କୁ ନିଜ ଗ୍ରାମରେ ମିଳୁଥିବା ଏକ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ନିକଟ ଭବିଷ୍ୟତରେ ଜମା-ସଂଗ୍ରହ କରିବାକୁ ଉତ୍ସାହିତ କରିବା ଦରକାର I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଏକାଠି ହାତ ମିଳାଇ କୃଷିଜାତ ପଦାର୍ଥର ଜମା-ସଂଗ୍ରହ କରିବା ପାଇଁ ଚାଷୀମାନଙ୍କର ଆଗ୍ରହକୁ ଆକଳନ କରନ୍ତୁ ଏବଂ କୁହନ୍ତୁ ଯେ ବର୍ତ୍ତମାନ ଏହାକୁ ଆଦୃତ କରିବା ପ୍ରକ୍ରିୟା ବିଷୟରେ ସେମାନଙ୍କୁ ସଚେତନ କରାଯିବ I ଏହି ବିଷୟରେ ଆହୁରି ଅଧିକ ସ୍ପଷ୍ଟତାପାଇଁ ଅଂଶଗ୍ରହଣକାରୀମାନଙ୍କୁ 'ଜମା-ସଂଗ୍ରହ ପ୍ରକ୍ରିୟା ଓ ଅଭ୍ୟାସ' ବିଷୟରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଭିଡିଓ ଫିଲ୍ମ ପ୍ରଦର୍ଶିତ କରାଯାଇପାରିବ I ଫିଲ୍ମ ଶୋ ପରେ, ପ୍ରଶିକ୍ଷଣକାରୀ ଅଂଶଗ୍ରହଣକାରୀମାନଙ୍କୁ ପଚାରିବେ ଯେ ଏହି ଫିଲ୍ମ ଦେଖି ସେମାନେ କ'ଣ ସବୁ ଶିକ୍ଷା ଲାଭ କଲେ I ଅଂଶଗ୍ରହଣକାରୀମାନଙ୍କଠାରୁ ଉତ୍ତର ଶୁଣିଲା ପରେ ଏହି ଅଲୋଚନାକୁ ପରିସମାପ୍ତ କରି କୁହନ୍ତୁ ଯେ ଏହି ଫିଲ୍ମ କେୟାର ଇଣ୍ଡିଆର ପ୍ରକଳ୍ପ ହସ୍ତକ୍ଷେପ ଯୋଗୁଁ ବିଭିନ୍ନ ଗ୍ରାମରେ ଉତ୍ପାଦର ଜମା-ସଂଗ୍ରହର ସଫଳତାର କାହାଣୀ ଉପରେ ଆଧାରିତ ଏବଂ ଏହାଦ୍ୱାରା ସମୁଦାୟ ସଦସ୍ୟମାନେ ଜମା-ସଂଗ୍ରହ ପ୍ରକ୍ରିୟାରୁ କିପରି ଭାବେ ଲାଭବାନ ହୋଇଛନ୍ତି, ସେହି ବିଷୟରେ ପ୍ରଦର୍ଶିତ ହୋଇଛି I ସେମାନଙ୍କୁ ବୁଝାନ୍ତୁ ଯେ ଚାଷୀମାନଙ୍କର ଲାଭ ପାଇଁ ସେମାନଙ୍କ ଗ୍ରାମରେ ଏହି ଅଭ୍ୟାସକୁ ପ୍ରଚଳନ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ I

ସୋପାନ - ୨ : ସାମୁହିକ ଯୋଜନା ପାଇଁ ଦଳ ଗଠନ : ଉପ-ଦଳ ଆଲୋଚନା ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସମୁଦାୟ-ଭିତ୍ତିକ ଉପ-ଦଳରେ ବିଭାଜିତ କରିଦିଅନ୍ତୁ I ଯଦି କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟରେ ଦୁଇଟି ସମୁଦାୟ ଅଛି, ଅଧିକ ଆଲୋଚନା ଓ ଯୋଜନା ପ୍ରସ୍ତୁତକରିବା ପାଇଁ ସେମାନେ ଦୁଇଟି ଦଳ ଗଠନ କରିପାରିବେ I ପ୍ରଥମ ଚରଣରେ ଗ୍ରାମର ସବୁ ସମୁଦାୟ ସେମାନଙ୍କ ଦଳ-ସ୍ତରରେ "ଜମା-ସଂଗ୍ରହ"ର ସଂକଳ୍ପନା ବିଷୟରେ ଆଲୋଚନା କରିବେ ଏବଂ ଏକ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ବାସ୍ତବିକ ପରିସ୍ଥିତି ଯୋଜନା ପ୍ରସ୍ତୁତ କରିବେ I

ସୋପାନ - ୩ : ଯୋଜନା ପ୍ରସ୍ତୁତକରିବା ପ୍ରକ୍ରିୟା : ଏହି ସମୁଦାୟ-ଭିତ୍ତିକ ଆଲୋଚନାର ଉଦ୍ଦେଶ୍ୟ ହେଉଛି 'ଜମା-ସଂଗ୍ରହ ପ୍ରକ୍ରିୟା' ର ଉପଦେୟତାକୁ ଦଳର ସଦସ୍ୟମାନଙ୍କ ମଧ୍ୟରେ ହୃଦବୋଧ କରାଇବା ଏବଂ ନିକଟ ଭବିଷ୍ୟତରେ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଖରେ ଉପଲବ୍ଧ ହେବାକୁଥିବା ମୋଟାମୋଟି ଉତ୍ପାଦର ପରିମାଣକୁ ଆକଳନ କରି ଏହାପାଇଁ 'ବିପଣନ ଯୋଜନା' ପ୍ରସ୍ତୁତ କରିବା I ଯଦି କିଛି ଅଂଶଗ୍ରହଣକାରୀ କୌଣସି ସମୂହର ସଦସ୍ୟ ହୋଇ ନ ଥାଆନ୍ତି, ତେବେ ସମସ୍ତ ଅଣ-ସମୂହ ସଦସ୍ୟମାନଙ୍କୁ ଏକତ୍ର କରି ଗୋଟିଏ ଦଳଗତ ଆଲୋଚନାରେ ସାମିଲ କରାଯାଇପାରିବ I ଏହି ଯୋଜନା ପ୍ରସ୍ତୁତିକରଣ ପ୍ରକ୍ରିୟାର ପରିଣାମ ହେଉଛି ଯେ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ସ୍ତରରେ ବଜାର ସଲଗ୍ନତା ପାଇଁ ଉପଲବ୍ଧ ଥିବା ବଳକା ଉତ୍ପାଦର ମୋଟାମୋଟି ପରିମାଣକୁ କ୍ଷେତ୍ର ସହାୟକ କିମ୍ବା ସିଆରପି ଆକଳନ କରିପାରିବେ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ନିଷ୍ପତ୍ତି ନେଇ ପାରିବେ I

ସୋପାନ - ୪ : ସମୂହ-ସ୍ତର ଉପ-ଦଳ ଅଲୋଚନାପାଇଁ କାର୍ଯ୍ୟସୂଚୀ : ଗ୍ରାମବାସୀଙ୍କ ସହ ବୈଠକ କଲାବେଳେ ନିମ୍ନଲିଖିତ ବିଷୟ ସବୁ ଆଲୋଚନା କରିବା ଉଚିତ:

  • ଗ୍ରାମରେ କୃଷିଜାତ ଉତ୍ପାଦ ଓ ଅଣ-କାଠ ବନଜାତ ଦ୍ରବ୍ୟର ବିକ୍ରୟ ପାଇଁ ବର୍ତ୍ତମାନ କରାଯାଉଥିବା ଅଭ୍ୟାସ I
  • ଗ୍ରାମରୁ ଉତ୍ପାଦର ପ୍ରବାହ: ଚାଷୀଙ୍କ ଠାରୁ ସ୍ଥାନୀୟ ବ୍ୟାପାରୀ ଏବଂ ତା' ପରେ ବଡ ବ୍ୟବସାୟୀ ପର୍ଯ୍ୟନ୍ତ I
  • ବିପଣନ କ୍ଷେତ୍ରରେ (marketing channel) ବ୍ୟକ୍ତିଗତ ଚାଷୀମାନଙ୍କର ସ୍ଥାନ I
  • ସ୍ଥାନୀୟ ବ୍ୟପାରୀକୁ ବ୍ୟକ୍ତିଗତ ଭାବେ ବିକ୍ରୟକରି ଚାଷୀମାନଙ୍କର ହୋଇଥିବା କ୍ଷତିର ଆକଳନ I
  • ବଜାରରୁ ଅଧିକ ମୂଲ୍ୟ ପାଇବାପାଇଁ ଦଳଗତ କାର୍ଯ୍ୟପନ୍ଥାକୁ ନେଇ ଏକ ରୂପରେଖ ପ୍ରସ୍ତୁତ କରନ୍ତୁ I
  • ପ୍ରତ୍ୟେକ ସଦସ୍ୟଙ୍କ ଯୋଗଦାନର ପରିମାଣକୁ ସ୍ଵୟଂ ସହାୟକ ଦଳ ସ୍ଥିରୀକରଣ କରିବା ଉଚିତ I

ସୋପାନ - ୫ : କାରବାର କରିବାର ସୀମା: ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଦଳ-ସ୍ତରରେ କରାଯାଉଥିବା ଯୋଜନା ପ୍ରକ୍ରିୟା ସମୟରେ କିଛି ସ୍ଵୟଂ ସହାୟକ ଦଳ 'ଉତ୍ପାଦର ଜମା-ସଂଗ୍ରହ' କୁ ଏକ କାରବାର ଭାବରେ ଆଦୃତ କରିବାପାଇଁ ପସନ୍ଦ କରିପାରନ୍ତି ଏବଂ ଉତ୍ପାଦର କାରବାର କରିବାପାଇଁ ଦଳ-ଭିତ୍ତିକ କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିବାପାଇଁ ଆଗ୍ରହ ଦେଖାଇ ପାରନ୍ତି I ସାମାନ୍ୟତଃ, ବ୍ୟବସାୟରେ ବହୁତ ଅଧିକ ବିପଦର ଆଶଙ୍କା ରହିଥାଏ ଏବଂ ଯେଉଁ ଦଳଗୁଡିକର ବ୍ୟବସାୟକରିବା ଅନୁଭବ ନାହିଁ, ସେମାନେ ବଜାରରେ ହେଉଥିବା 'ନିମ୍ନଗାମୀ ବଜାରଧାରା' କମ୍ପନକୁ ସହ୍ୟ କରି ପାରନ୍ତି ନାହିଁ ଏବଂ ଏହା ସେମାନଙ୍କ ପ୍ରଯତ୍ନକୁ ପ୍ରତିହତ କରିପାରେ I ତେଣୁ ସ୍ଵୟଂ ସହାୟକ ଦଳ/ସମୂହ ଗୁଡିକୁ କେବଳ ନିଜ ସଦସ୍ୟମାନଙ୍କର ବଳକା ଉତ୍ପାଦକୁ ଜମାକରି ଅତିକମରେ ଦୁଇଟି ଉତ୍ପାଦଚକ୍ର ପାଇଁ ଦଳଗତ ମୁଲଚାଲ କରିବା ପାଇଁ ଉତ୍ସାହିତ କରିବା ଉଚିତ ଏବଂ ଏଥିରୁ ଲାଭ କରିଥିବା ଅନୁଭବକୁ ଭିତ୍ତିକରି ପରବର୍ତ୍ତୀ ସମୟରେ କାରବାରୀ ବ୍ୟାପାର କରିବା ଉଚିତ I

ଉପସଂହାର

ପ୍ରତ୍ୟେକ ସମୂହର ଦଳପତି ସେମାନଙ୍କର ଯୋଜନାକୁ ପ୍ରସ୍ତୁତକରି 'ଜମା-ସଂଗ୍ରହ ପ୍ରକ୍ରିୟା' ଆରମ୍ଭ କରିବାକୁ ସବୁ ସଦସ୍ୟଙ୍କର ସମ୍ମତ୍ତି ନେବା ଆବଶ୍ୟକ I ଯୋଜନା କରାଯାଇଥିବା କାର୍ଯ୍ୟାବଳୀର ନକ୍ସା ପ୍ରସ୍ତୁତ କରିବା ପାଇଁ ଗ୍ରାମବାସୀଙ୍କ ସୁବିଧାଜନକ ସମୟ ଅନୁସାରେ ସହାୟକକାରୀ ଏକ ଦ୍ୱିତୀୟ ସଭା ଆୟୋଜନ କରି ସେମାନଙ୍କର ସ୍ୱାମୀ ଓ ଅନ୍ୟ ସଦସ୍ୟଙ୍କ ସହ ଏହି ଅଧିବେଶନରେ ପ୍ରସ୍ତୁତ ହୋଇଥିବା ଯୋଜନାକୁ ପୁଣିଥରେ ପର୍ଯ୍ୟାଲୋଚନା କରିବେ I

ଆଧାର – ପୋର୍ଟାଲ ଟିମ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate