অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନ ଶସ୍ୟର ବଜାର ଅଭ୍ୟାସ

ଅଧିବେଶନ ୧.୩

ଧାନ ଶସ୍ୟର ବଜାର ଅଭ୍ୟାସ I

ଉଦ୍ଦେଶ୍ୟ

କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତିକରଣ କରି ଧାନର ଗୁଣବତ୍ତାରେ ଉନ୍ନତି ଆଣିବା ଓ ଲାଭଦାୟକ ବଜାରରେ ବିକ୍ରିକରି ସେମାନଙ୍କର ଆୟକୁ ବଢାଇବାପାଇଁ ସାହାଯ୍ୟ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବଜାର ସଲଗ୍ନତା ଅଭ୍ୟାସ ତଥା ସରକାରୀ ଧାନ ସଂଗ୍ରହ ପ୍ରଣାଳୀ ମାଧ୍ୟମରେ ଧାନକୁ ବିକ୍ରୟ କରିବା ପ୍ରକ୍ରିୟା ବିଷୟରେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ଧାନ ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ଧାନ ଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ କେୟାର ଇଣ୍ଡିଆ ଦ୍ୱାରା ଉତ୍ପାଦ ଗୁଣବତ୍ତା ବିଷୟରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଫିଲ୍ମ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ସରଞ୍ଜାମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ ୫୦ ମିନିଟ୍ |

ପୃଷ୍ଠଭୁମୀ

ଅଧିକାଂଶ ଚାଷୀ ସେମାନଙ୍କ ବଳକା ଉତ୍ପାଦକୁ ବିକ୍ରୟ କରିଥାଆନ୍ତି I ଯଦି ଚାଷୀମାନେ ସରକାରଙ୍କ ଧାନ ସଂଗ୍ରହ ପ୍ରଣାଳୀ ମାଧ୍ୟମରେ ଧାନକୁ ବିକ୍ରୟ କରିବେ ଏହା ସେମାନଙ୍କ ପାଇଁ ଅଧିକ ଲାଭଦାୟକ ହେବ I ବଜାରରେ ଧାନ ବିକ୍ରିକରିବା ପୁର୍ବରୁ କିଛି ଗୁରୁତର ବିଷୟ ଚାଷୀମାନେ ବିଚାରକୁ ନେବା ଉଚିତ I ଦଳଗତ ମୁଲଚାଲ ମାଧ୍ୟମରେ ବୃଦ୍ଧୀୟ ଦର ପାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷା ଦାନକରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଲୋଚନା ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବଳକା ଧାନକୁ କେଉଁଠାରେ ବିକ୍ରୟ କରନ୍ତି-ସ୍ଥାନୀୟ ହାଟରେ ନା ସରକାରଙ୍କଦ୍ୱାରା ପରିଚାଳିତ ସଂଗ୍ରହ କେନ୍ଦ୍ରରେ I ଏଥିସହ ଏହା ମଧ୍ୟ ପଚାରନ୍ତୁ ଯେ ସରକାରୀ ଧାନ ସଂଗ୍ରହ ପ୍ରଣାଳୀ ମାଧ୍ୟମରେ ଧାନ ବିକ୍ରୟ କଲାବେଳେ ସେମାନେ କେଉଁ ସବୁ ପ୍ରକ୍ରିୟାକୁ ପାଳନ କରିଥାଆନ୍ତି I

ସୋପାନ -: ସରକାରୀ ଧାନ ସଂଗ୍ରହ ପ୍ରଣାଳୀର ସୁବିଧା: ଧାନର ବିକ୍ରୟ ପ୍ରକ୍ରିୟା ଅଲୋଚନା କଲାବେଳେ ସମୁଦାୟକୁ ସରକାରୀ ପ୍ରକ୍ରିୟା ସହ ଜଡିତ ହେବାକୁ ଉପଦେଶ ଦିଅନ୍ତୁ କାରଣ ଏହି ପ୍ରଣାଳୀରେ ନ୍ୟୁନତମ ସହାୟକ ମୂଲ୍ୟ ନିଶ୍ଚିତ କରାଯାଇଥାଏ I ଯଦ୍ୟପି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏହି ପ୍ରଣାଳୀର ବିଭିନ୍ନ ପ୍ରକ୍ରିୟା ଦେଇ ଗତି କରିବା ସହଜ ନୁହେଁ, ତଥାପି ସେମାନେ ସରକାରୀ ପ୍ରଣାଳୀସହ ଜଡିତ ହେବା ଉଚିତ I ଥରେ ଚାଷୀ ମାନେ ଏମ୍ଏସପି, ଏଫ୍ଏକ୍ୟୁ ବିଷୟରେ ସଚେତନ ହୋଇଗଲେ, ସେମାନେ ତାଙ୍କର ବଳକା ଧାନକୁ ବିକ୍ରୟ କରିବା ପାଇଁ ସୂଚନାପ୍ରାପ୍ତ ନିର୍ଣୟ ନେଇ ପାରିବେ I

ସୋପାନ -: ସରକାରଙ୍କ ଦ୍ୱାରା ପରିଚାଳିତ ଧାନ କିଣିବା ପ୍ରଣାଳୀର ବିଭିନ୍ନ ପ୍ରକ୍ରୀୟା: ଚାଷୀମାନଙ୍କୁ ବୁଝାନ୍ତୁ ଯେ ସରକାରୀ ପ୍ରଣାଳୀରେ ଧାନ ବିକ୍ରୟ ପ୍ରକ୍ରିୟାରେ ସାମାନ୍ୟତଃ ତିନୋଟି ଚରଣ ଅଛି I ଏହି ତିନୋଟି ଚରଣ ନିମ୍ନରେ ଦିଆ ଯାଇଛି:

  • ସରକାରୀ ପ୍ରଣାଳୀରେ ଧାନ ବିକିବା ପାଇଁ ପଞ୍ଜିକରଣ ଦରକାର I
  • ସରକାରୀ ପ୍ରଣାଳୀରେ ଧାନ ବିକିବା ପାଇଁ ଉତ୍ପାଦର ମାନ ପରୀକ୍ଷା ଓ ଓଜନ କରାଯାଏ I
  • ନଥିପତ୍ର ଦେୟ ତଥା ଅନ୍ତିମ ଦେୟ ପ୍ରଦାନ I

ଟୀକା: ସରକାରୀ ଧାନ କିଣିବା ପ୍ରଣାଳୀର ପ୍ରକ୍ରିୟା ବିଭିନ୍ନ ଜିଲ୍ଲାରେ ଅଲଗା ଅଲଗା I ସିଆରପି କିମ୍ବା ପ୍ରଶିକ୍ଷଣକାରୀମାନେ ଏହି ପ୍ରକ୍ରିୟାକୁ ବୁଝାଇବା ପୁର୍ବରୁ ସ୍ଥାନୀୟ ପ୍ରସଙ୍ଗକୁ ପରୀକ୍ଷା କରିବା ଉଚିତ I ସମ୍ବଳ ଓ ପରିସର ଅଭାବରୁ ଅନେକ ଜାଗାରେ ସରକାରଙ୍କର କୌଣସି ପ୍ରକାର ସଂଗ୍ରହ ପ୍ରକ୍ରିୟା ନାହିଁ I

ସୋପାନ -: ସରକାରୀ ପ୍ରଣାଳୀରେ ଧାନ ବିକିବା ପାଇଁ ପଞ୍ଜିକରଣ: ସରକାରୀ ଧାନ ସଂଗ୍ରହ ପ୍ରଣାଳୀରେ ଧାନ ସଂଗ୍ରହ କରିବାର ଦୁଇ ରୁ ତିନି ମାସ ଆଗରୁ ପ୍ରାଥମିକ ସମବାୟ ଓ ଗ୍ରାମ ପଞ୍ଚାୟତ ଦ୍ୱାରା ପ୍ରାରମ୍ଭିକ ସର୍ଭେ ଓ ପଞ୍ଜିକରଣ ଆରମ୍ଭ କରାଯାଇଥାଏ I ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀମାନେ ସେମାନଙ୍କ ଆଇନସମ୍ମତ ଭୂମୀଧାରଣ ଓ ଧାନଚାଷ କରିଥିବା ଜମିର ମୋଟ ଆୟତନ ବିଷୟରେ ସୁଚନା ଦେଇ ନାମ ଲେଖାଇବା ଆବଶ୍ୟକ I ଏହି ପ୍ରକ୍ରିୟାରେ ଅଦ୍ୟାବଧିକ ଜମି ଖଜଣା ରସିଦ୍, ବ୍ୟାଙ୍କ୍ ବିବରଣୀ ଏବଂ ପରିଚୟ ପ୍ରମାଣପତ୍ର ଇତ୍ୟାଦି ଦରକାର ହୋଇଥାଏ I ଚାଷକରିଥିବା ମୋଟ ଜମିର ଆୟତନ ଅନୁଯାୟୀ ଚାଷୀମାନେ ପ୍ରାଥମିକ ସମବାୟ ଓ ଗ୍ରାମ ପଞ୍ଚାୟତ ଠାରୁ ଏକ ରସିଦ ପାଇ ପାରିବେ ଯେଉଁଥିରେ ଧାନ ବିକ୍ରୟର ଅଧିକତମ ସୀମା ସମ୍ବନ୍ଧରେ ସୂଚନା ଦିଆଯାଇଥାଏ I ଧାନ ସଂଗ୍ରହ ସମୟରେ ଚାଷୀ ମାନଙ୍କୁ ଏହି ରସିଦ ଦେଖାଇବାକୁ ପଡିଥାଏ I

ସୋପାନ -: ସରକାରୀ ଧାନ ସଂଗ୍ରହ ପ୍ରଣାଳୀରେ ଉତ୍ପାଦର ମାନ ନିର୍ଦ୍ଧାରଣ ଓ ଓଜନମାପ ପଦ୍ଧତି:ଧାନର ମାନ ନିର୍ଦ୍ଧାରଣ କରିବା ପାଇଁ ସରକାରୀ ପ୍ରଣାଳୀ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକୁ ଅନୁସରଣ କରିଥାଏ I ଚାଷୀମାନଙ୍କୁ ସଚେତନ କରିବା ପାଇଁ ଏହି ପ୍ରକ୍ରିୟାକୁ ସବିଶେଷଭାବେ ବୁଝାନ୍ତୁ I ମଣ୍ଡି ଆରମ୍ଭ ହେବାର ବହୁତ ପୁର୍ବରୁ ପ୍ରାଥମିକ ସମବାୟ ଓ ଗ୍ରାମ ପଞ୍ଚାୟତ ଗୁଡିକ ମଣ୍ଡିର ସ୍ଥାନ ଏବଂ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରପାଇଁ ଧାନ ସଂଗ୍ରହର ତାରିଖ ବିଷୟରେ ସୂଚନା ଦେଇଥାଆନ୍ତି I ଚାଷୀମାନେ ସେମାନଙ୍କ ଉତ୍ପାଦକୁ ମଣ୍ଡିକୁ ନେଇ ମାନ ନିର୍ଦ୍ଧାରଣ ଏବଂ ମାପଓଜନ ପାଇଁ ଯୋଜନା କରିବା ଦରକାର I ଯେତେବେଳେ ଚାଷୀମାନେ ତାଙ୍କର ସବୁତକ ଉତ୍ପାଦ ମଣ୍ଡିରେ ପହଞ୍ଚାଇ ଦେବେ, ମାନ ନିର୍ଦ୍ଧାରଣର ପ୍ରକ୍ରିୟା ଅନୁସାରେ, ସେଠାକାର ଅଧିକାରୀ ବିଭିନ୍ନ ବସ୍ତାରୁ ୧୦୦ ରୁ ୩୦୦ ଗ୍ରାମ ଧାନ ମୋଟ ନମୁନା ଭାବରେ ସଂଗ୍ରହ କରିବେ I ଏହି ନମୁନାରୁ ଉପରେ ଉଲ୍ଲେଖ କରାଯାଇଥିବା ଗୁଣବତ୍ତାର ମାନ ପ୍ରତିଶତ ନିର୍ଦ୍ଧାରଣ କରିବାପାଇଁ ସେମାନେ ବିଭିନ୍ନ ଉପକରଣ ଓ ପଦ୍ଧତ୍ତି ବ୍ୟବହାର କରିଥାଆନ୍ତି, ଯଥା ମଏଶ୍ଚର ମିଟର, ଶସ୍ୟ ଗଣତି ପଦ୍ଧତ୍ତି, ବିଭିନ୍ନ ବର୍ଗର ଦାନାକୁ ଅଲଗା କରିବା ପାଇଁ ଚାଲୁଣୀରେ ଚଲାଇବା ଇତ୍ୟାଦି I

ଶେଷରେ ନମୁନା ପରୀକ୍ଷଣ ପରେ ଶସ୍ୟର ମାନ ଅନୁଯାୟୀ ଚାଷୀଙ୍କୁ ଗୁଣବତ୍ତାର ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ ଏବଂ ଉତ୍ପାଦର ମୂଲ୍ୟ ସମ୍ପୁର୍ଣରୂପେ ଉତ୍ପାଦର ମାନ ନିର୍ଭର କରିଥାଏ I

ସୋପାନ -: ନଥିପତ୍ର ଦେୟ ତଥା ଅନ୍ତିମ ଦେୟ ପ୍ରଦାନ: ଉତ୍ପାଦର ମାନ ନିର୍ଦ୍ଧାରଣ ଏବଂ ମାପଓଜନ ହେବାପରେ, ଚାଷୀକୁ ଏକ ରସିଦ ପ୍ରଦାନ କରାଯାଇଥାଏ, ଯେଉଁଥିରେ ସେ ବିକ୍ରୟ କରିଥିବା ସର୍ବମୋଟ ମାନକ ଉତ୍ପାଦର ପରିମାଣ ଓ ଏମ୍.ଏସ୍.ପି. ଅନୁସାରେ ମୋଟ ପ୍ରାପ୍ୟଯୋଗ୍ୟ ଦେୟ ଉଲ୍ଲେଖ ଥାଏ I ଏହି ରସିଦ ପ୍ରଦାନକରି ଚାଷୀମାନେ ଚେକ ମାଧ୍ୟମରେ ଦେୟ ପାଇପାରିବେ ଏବଂ ନିଜ ନିଜର ବ୍ୟାଙ୍କରୁ ଟଙ୍କା ଉଠାଣ କରିପାରିବେ I ଚାଷୀମାନଙ୍କୁ ବୁଝାନ୍ତୁ ଯେ ସବୁବେଳେ ସେମାନେ ପରୀକ୍ଷା କରିବା ଉଚିତ ଯେ ବିକ୍ରିକରିଥିବା ପରିମାଣ ଅନୁସାରେ ସଠିକ ଦେୟ ପାଇଛନ୍ତି ନା ନାହିଁ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ I ଏହାପରେ ଯଦି ଅଂଶଗ୍ରହଣକାରୀମାନଙ୍କ କୌଣସି ପ୍ରକାର ସନ୍ଦେହ ଥଲେ ସେମାନଙ୍କୁ ଆଉଥରେ ବୁଝାନ୍ତୁ ଯେପରିକି ସେମାନେ ବିଷୟବସ୍ତୁ ଉପରେ ପରିଚିତ ହୋଇ ପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate