অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ (Fair Business Practices)

ଲକ୍ଷ୍ୟ

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନେ ସେମାନଙ୍କ କୃଷିଜାତ ଉତ୍ପାଦକୁ ବିକ୍ରୟ କରିବା ସମୟରେ ଏହି ସବୁ ବିଷୟରେ ପରିଚିତ ହେବେ, ଯଥା, ‘କରନ୍ତୁ ଏବଂ କରନ୍ତୁ ନାହିଁ’, ତରାଜୁର ବ୍ୟବହାର ଓ ଏହାର ସଠିକତା, ବ୍ୟବସାୟୀମାନେ ଅନୁସରଣ କରୁଥିବା ବିଭିନ୍ନ ଅସାଧୁ ଅଭ୍ୟାସ ଏବଂ ସେସବୁକୁ ରୋକିବାର ଉପାୟ I

ଶିକ୍ଷଣ ଉଦ୍ଦେଶ୍ୟ

  • ଗ୍ରାମ୍ୟ ସ୍ତରରେ ଥିବା ବଜାରରେ ହେଉଥିବା ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସଚେତନ କରିବା I
  • ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କର ସଚେତନତା ବୃଦ୍ଧି କରିବା I
  • ଗ୍ରାମ୍ୟସ୍ତର ବଜାରରେ ହେଉଥିବା ଅସାଧୁ ବ୍ୟାପାର ଅଭ୍ୟାସ କମ୍ କରିବା ଏବଂ ଚାଷୀମାନଙ୍କର ଆୟ ବୃଦ୍ଧି କରିବା I

ପ୍ରୟୋଜନ

ଚାଷୀମାନେ ଅନେକ ସମୟରେ ଉତ୍ପାଦକ ଭାବରେ ସେମାନଙ୍କର ବଳକା ଉତ୍ପାଦକୁ ବିକ୍ରୟ କରିଥାଆନ୍ତି, କିନ୍ତୁ ସେମାନେ ଜାଣି ପରିନଥାଆନ୍ତି ଯେ ସେମାନେ ବିକିଥିବା ଜିନିଷ ପାଇଁ ସଠିକ ମୂଲ୍ୟ ପାଇଛନ୍ତି ନା ନାହିଁ I ଠିକ ସେହିପରି, ଚାଷୀମାନେ ଖାଉଟି ଭାବରେ ଯେତେବେଳେ ଜିନିଷ କିଣାକିଣି କରିଥାଆନ୍ତି, ସେମାନେ ପ୍ରଦାନ କରିଥିବା ଦେୟ ଅନୁସାରେ ସଠିକ ପରିମାଣର ଜିନିଷ ପାଇଛନ୍ତି ନା ନାହିଁ ଏ ବିଷୟରେ ସେମାନେ ଅଧିକ ସତର୍କ ହୋଇ ନ ଥାଆନ୍ତି I ନିଜର ବଳକା ଜିନିଷ ବିକିବା ତଥା ଦୈନଦିନ ବ୍ୟବହାର ପାଇଁ ଆବଶ୍ୟକ ଜିନିଷ କିଣିବାକୁ ଚାଷୀମାନେ ଗ୍ରାମ ସ୍ତରରେ ଥିବା ବଜାର ଉପରେ ନିର୍ଭର କରିଥାଆନ୍ତି I ଗ୍ରାମରେ ବିଭିନ୍ନ ପ୍ରକାର ଅସାଧୁ ବ୍ୟାପାର ଅଭ୍ୟାସ ଯଥା ବସ୍ତୁ ବିନିମୟ ପ୍ରଣାଳୀ, ଖଣ୍ଡ ହିସାବରେ ଦର ଏବଂ ବାଧ୍ୟହୋଇ ବିକ୍ରୀ କରିବା ଇତ୍ୟାଦି ଚଳଣୀ ପ୍ରଚଳିତ ଅଛି ଯାହା ଚାଷୀମାନଙ୍କୁ ଉଚିତ ଦର ପାଇବାପାଇଁ ସୀମାବଦ୍ଧ କରିଥାଏ I ଏହି ପ୍ରଶିକ୍ଷଣ ଟୁଲ ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଅସାଧୁ ବ୍ୟାପାର ଅଭ୍ୟାସର ଶୀକାର ହେବାରୁ ନିଜକୁ ରକ୍ଷାକରିବାର ଉପାୟ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବ I

ଗ୍ରାମର ଅଧିକାଂଶ ଚାଷୀ ସନ୍ତୁଳିତ ତରାଜୁ ଏବଂ ଇଲେକ୍ଟ୍ରୋନିକ୍ ତରାଜୁର ବିଭିନ୍ନ ଦିଗସବୁକୁ ଜାଣି ନ ଥାଆନ୍ତି, ତେଣୁ ସେମାନେ ଠକାମୀର ଶୀକାର ହୋଇଥାଆନ୍ତି I ଏହି ପ୍ରଶିକ୍ଷଣ ମଡ୍ୟୁଲ୍ ଚାଷୀମାନଙ୍କୁ ସନ୍ତୁଳିତ ତରାଜୁ ଏବଂ ଇଲେକ୍ଟ୍ରୋନିକ୍ ତରାଜୁକୁ ବ୍ୟବହାର କରିବା ପାଇଁ ଶିକ୍ଷାଦାନ କରିବ I

ଗ୍ରାମ୍ୟ ବଜାର ସ୍ତରରେ ପ୍ରଚଳିତ ଥିବା ଅସାଧୁ ବ୍ୟାପାର ଅଭ୍ୟାସ ଏବଂ ଏହାକୁ କମ କରିବା (ଭାଗ -୧)

ଅଧିବେଶନ ୭.୧

ଗ୍ରାମ୍ୟ ବଜାର ସ୍ତରରେ ପ୍ରଚଳିତ ଥିବା ଅସାଧୁ ବ୍ୟାପାର ଅଭ୍ୟାସ ଏବଂ ଏହାକୁ କମ କରିବା (ଭାଗ -୧) I

ଉଦ୍ଦେଶ୍ୟ

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଗ୍ରାମ୍ୟ ବଜାର ସ୍ତରରେ ପ୍ରଚଳିତ ଥିବା ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I

ପଦ୍ଧତି

ସିଆରପିମାନେ ସଚିତ୍ର ପ୍ରଚାର-ପ୍ରସାର ସାମଗ୍ରୀ ସାହାଯ୍ୟରେ "ଅସାଧୁ ବ୍ୟାପାର ଅଭ୍ୟାସ" ବିଷୟରେ ବୁଝାଇବେ ଏବଂ ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

ମକା ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ କୃଷି କାର୍ଯ୍ୟ କରୁଥିବେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର ।

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- 20 ମିନିଟ୍ । ଫିଲ୍ମ ପ୍ରଦର୍ଶନ – 20 ମିନିଟ୍ ।

ପୃଷ୍ଠଭୁମୀ

ଚାଷୀମାନେ ଅନେକ ସମୟରେ ଉତ୍ପାଦକ ଭାବରେ ସେମାନଙ୍କର ବଳକା ଉତ୍ପାଦକୁ ବିକ୍ରୟ କରିଥାଆନ୍ତି, କିନ୍ତୁ ସେମାନେ ଜାଣି ପରିନଥାଆନ୍ତି ଯେ ସେମାନେ ବିକିଥିବା ଜିନିଷ ପାଇଁ ସଠିକ ମୂଲ୍ୟ ପାଇଛନ୍ତି ନା ନାହିଁ I ଠିକ ସେହିପରି, ଚାଷୀମାନେ ଖାଉଟି ଭାବରେ ଯେତେବେଳେ ଜିନିଷ କିଣାକିଣି କରିଥାଆନ୍ତି, ସେମାନେ ପ୍ରଦାନ କରିଥିବା ଦେୟ ଅନୁସାରେ ସଠିକ ପରିମାଣର ଜିନିଷ ପାଇଛନ୍ତି ନା ନାହିଁ ଏ ବିଷୟରେ ସେମାନେ ଅଧିକ ସତର୍କ ହୋଇ ନ ଥାଆନ୍ତି I ଗ୍ରାମରେ ବିଭିନ୍ନ ପ୍ରକାର ଅସାଧୁ ବ୍ୟାପାର ଅଭ୍ୟାସ ଯଥା ବସ୍ତୁ ବିନିମୟ ପ୍ରଣାଳୀ, ଖଣ୍ଡ ହିସାବରେ ଦର ଏବଂ ଅଭାବୀ ବିକ୍ରୀ କରିବା ଇତ୍ୟାଦି ଚଳଣୀ ପ୍ରଚଳିତ ଅଛି ଯାହା ଚାଷୀମାନଙ୍କୁ ଉଚିତ ଦର ପାଇବାପାଇଁ ସୀମାବଦ୍ଧ କରିଥାଏ I ଏହି ପ୍ରଶିକ୍ଷଣ ଟୁଲ ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଅସାଧୁ ବ୍ୟାପାର ଅଭ୍ୟାସର ଶୀକାର ହେବାରୁ ନିଜକୁ ରକ୍ଷାକରିବାର ଉପାୟ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ପଚାରନ୍ତୁ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ କେହି ନିଜର ଉତ୍ପାଦକୁ ବଜାରରେ ବିକ୍ରୟ କରିବା ସମୟରେ ଠକାମିର ଶୀକାର ହୋଇଛନ୍ତି କି ଏବଂ ଉଚିତ ଦର ପାଇବାକୁ ସେ ଏହାର ବିରୋଧ କରିପାରିଥିଲେ କି I ସେମାନଙ୍କୁ ପଚାରନ୍ତୁ କାହିଁକି ସେ ଏପରି ବ୍ୟାପାରୀଙ୍କ ପର୍ଦାଫାଶ କରିନାହାନ୍ତି ଏବଂ ଏଥିପାଇଁ ସେମାନେ କେଉଁ ପ୍ରକାର ସାହାଯ୍ୟ ଚାହୁଁଛନ୍ତି I

ସୋପାନ - ୨ : ବର୍ତ୍ତମାନ ବଜାରରେ ପ୍ରଚଳିତ ଥିବା ଅନୈତିକ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସାବଧାନ କରିବା : ବଜାରରେ ଘଟୁଥିବା ବିଭିନ୍ନ ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ବୁଝାନ୍ତୁ ଏବଂ ନିଷ୍ପକ୍ଷ ବ୍ୟବସାୟ କାରବାରପାଇଁ ଦରକାର ପଦକ୍ଷେପ ବିଷୟରେ ସଚେତନ କରନ୍ତୁ I ସମ୍ବନ୍ଧୀତ ଚିତ୍ର ପ୍ରଦର୍ଶନ କରି ସ୍ପଷ୍ଟ କରନ୍ତୁ ଯେ ସ୍ଥାନୀୟ ବଜାରରେ କାରବାର କରିବା ପାଇଁ ସେମାନେ ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ I

  1. ଆଖିରେ ଦେଖି ଉତ୍ପାଦକୁ ଆକଳନ କରନ୍ତୁ ନାହିଁ : ସାମାନ୍ୟତଃ ଗ୍ରାମ ବଜାରରେ ଉତ୍ପାଦକୁ କେବଳ ଆଖିରେ ଦେଖି ଆକଳନ କରାଯାଏ I ଅଧିକାଂଶ ସମୟରେ ପରିବାପତ୍ର, ଫଳ, ଛୋଟ ଗୃହପାଳିତ ପଶୁ, ଗୃହପାଳିତ ପକ୍ଷୀ, ପାହାଡି ଘାସ (ଝାଡୁ ପ୍ରସ୍ତୁତ କରିବା ପାଇଁ) ଇତ୍ୟାଦି ଆଖିରେ ଦେଖି ମୁଲ୍ୟକୁ ଆକଳନ କରାଯାଏ I ଆଖିରେ ଦେଖି ଉତ୍ପାଦର ଓଜନ ଓ ମୁଲ୍ୟକୁ ଆକଳନ କରିବା କଷ୍ଟକର I ଏଥିପାଇଁ, ଉତ୍ପାଦକୁ ସବୁବେଳେ ଏକ ମାନକ ତରାଜୁରେ ଓଜନକରି ଉତ୍ପାଦର ମୂଲ୍ୟ ସ୍ଥିର କରିବା ଉଚିତ I
  2. ମାନକ ନ ଥିବା ବିଶାଳକାୟ ତରାଜୁକୁ ଓଜନକରିଵ ପାଇଁ ବ୍ୟବହାର କରନ୍ତୁ ନାହିଁ : ଗ୍ରାମୀଣ ବଜାରରେ ଓଜନ କରିବା ପାଇଁ ପ୍ରାୟତଃ ବିଶାଳକାୟ ତରାଜୁ ବ୍ୟବହାର କରାଯାଏ I ଯଦ୍ୟପି ଏହି ବଡ ତରାଜୁରେ ଓଜନ କରିବା ସୁବିଧା ଜନକ ଏହା ସଠିକ ହୋଇ ନ ଥାଏ I ଆଇନସମ୍ମତ ମାପ ବିଜ୍ଞାନ ଆଇନ ଅନୁସାରେ ଅଣ-ମାନକ ବଡ ତରାଜୁ ବ୍ୟବହାର କରିବା ନିୟମ ବିରୁଦ୍ଧ I
  3. ପରମ୍ପରାଗତ ବଡ ତରାଜୁରେ ଠକିବା : ସାଧାରଣତଃ ଗ୍ରାମୀଣ ବ୍ୟାପାରୀମାନେ ନିଜର ତରାଜୁ ନିର୍ମାଣ କରିଥାନ୍ତି ଏବଂ ଏହା ଏପରି ଭାବେ ପ୍ରସ୍ତୁତ କରିଥାଆନ୍ତି ଯେ ଉତ୍ପାଦ କିଣିବା ସମୟରେ ସେମାନେ ଦେଉଥିବା ପ୍ରାପ୍ୟ ଅପେକ୍ଷା ଚାଷୀମାନଙ୍କଠାରୁ ଅଧିକ ପରିମାଣର ଉତ୍ପାଦ ନେଇଥାଆନ୍ତି I
  4. ପରମ୍ପରାଗତ ବଡ ତରାଜୁରେ ଗଣନ ତ୍ରୁଟି : ବଡ ତରାଜୁରେ ଉତ୍ପାଦକୁ ଓଜନ କରି ଗଣିଲା ସମୟରେ ଚାଷୀର ଅନ୍ୟମନସ୍କତାର ସୁଯୋଗ ନେଇ କିମ୍ବା ସେମାନଙ୍କ ଧ୍ୟାନ ଅନ୍ୟଦିଗରେ ଥିଲାବେଳେ ବ୍ୟାପାରୀ ଚାଲାକିସହ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ଦୁଇଥର ଗଣନା କରିଦିଅନ୍ତି I
  5. ନିଜର ଉତ୍ପାଦକୁ ଅନ୍ୟ ଖାଦ୍ୟୋପୋଯୋଗୀ ପଦାର୍ଥ ସହ ଅଦଳ ବଦଳ କରନ୍ତୁ ନାହିଁ : ବସ୍ତୁ-ବିନିମୟ ପ୍ରଣାଳୀ ଗ୍ରାମୀଣ ଅଞ୍ଚଳରେ ପ୍ରଚଳିତ ଅଛି I ଚାଷୀମାନେ ସାଧାରଣତଃ ନିଜର ଉତ୍ପାଦକୁ ଅନ୍ୟ ଖାଦ୍ୟୋପୋଯୋଗୀ ପଦାର୍ଥ ସହ ଅଦଳ ବଦଳ କରିଥାଆନ୍ତି I ଏହି ପ୍ରକ୍ରିୟାରେ ବ୍ୟପାରୀମାନେ ଚାଷୀମାନଙ୍କଠାରୁ ଉଚ୍ଚ ମୂଲ୍ୟର ପଦାର୍ଥକୁ ନେଇ କମ ମୂଲ୍ୟର ପଦାର୍ଥକୁ ବଦଳ କରିଦିଅନ୍ତି I ଅନ୍ତତଃ ଚାଷୀମାନେ ଏହି ପ୍ରକାର କାରବାରରୁ ଯେତିକି ପାଇବା ପାଇଁ ଯୋଗ୍ୟ, ତାହାଠାରୁ ବହୁତ ଅଧିକ କ୍ଷତି ସହିଥାଆନ୍ତି I ବ୍ୟାପାରରେ ସବୁବେଳେ ଆର୍ଥିକ ଆକାରରେ କାରବାର କରିବା ଲାଭଦାୟକ I
  6. ଉତ୍ପାଦକୁ ଓଜନ କଲାବେଳେ ମାନକ ଓଜନ କାଟିବା ଅନୁଚିତ : ଉତ୍ପାଦକୁ ଗ୍ରାମରୁ ବଜାରକୁ ପରିବହନ କଲାବେଳେ ଓଜନହାନୀ ହେଉଥିବା ବାହାନା କରି ସାଧାରଣତଃ କେତେକ ବ୍ୟପାରୀ ମାନକ ଭାବେ ପ୍ରତ୍ୟେକ ବସ୍ତାରୁ କିଛି ଓଜନ (୫୦୦ ଗ୍ରାମରୁ ଏକ କେ.ଜି.) କାଟି ଥାଆନ୍ତି I ଏହି ଚଳଣି ଅନୁଚିତ ଏବଂ ବନ୍ଦ ହେବା ଆବଶ୍ୟକ I
  7. କାରବାର ସମୟରେ ଛୋଟ ମୁଲ୍ୟର ଟଙ୍କା ଦେଇ ଠକିବା : କିଛି ବ୍ୟାପାରୀ ନିରକ୍ଷର ଚାଷୀଙ୍କୁ କୌଣସି ଏକ ଉଚ୍ଚ ମୂଲ୍ୟର କାରବାର ପାଇଁ ଛୋଟ ମୁଲ୍ୟଯୁକ୍ତ ବହୁତ ନୋଟ ଟଙ୍କା ଦେଇ ଦିଅନ୍ତି ଯାହାକୁ ଗଣି ହିସାବ ରଖିବା ଚାଷୀ ପକ୍ଷରେ ଅସୁବିଧା ହୋଇଥାଏ I ତେଣୁ ସବୁବେଳେ ଉଚ୍ଚ ମୂଲ୍ୟର କାରବାର ପାଇଁ ଛୋଟ ମୁଲ୍ୟଯୁକ୍ତ ନୋଟ ଗ୍ରହଣ କରିବାକୁ ମନା କରନ୍ତୁ I କାରବାର ସମୟରେ ପ୍ରାପ୍ୟକୁ ଠିକ ଭାବରେ ଗଣି ଦେୟର ସଠିକତା ବିଷୟରେ ସୁନିଶ୍ଚିତ କରନ୍ତୁ I
  8. ସବୁବେଳେ ଔପଚାରିକ ସଂସ୍ଥାଠାରୁ ଋଣ ନିଅନ୍ତୁ: ଗ୍ରାମରେ ଅଧିକାଂଶ ଚାଷୀ ସ୍ଥାନୀୟ ମହାଜନର ଋଣଚକ୍ରରେ ପଡି ଯାଇଥାଆନ୍ତି I ଅନେକ ସମୟରେ ଏହି ସ୍ଥାନୀୟ ମହାଜନ ଏକ ଉତ୍ପାଦନ ବ୍ୟାପାରୀ ଭାବେ କାମ କରିଥାଏ ଏବଂ ସେ ଚାଷୀମାନଙ୍କୁ ତାଙ୍କର ସମସ୍ତ ଜିନିଷ କମ ଦାମରେ ବିକ୍ରିକରିବାକୁ (ଅଭାବୀ ବିକ୍ରି) ଚାପ ପ୍ରୟୋଗ କରିଥାଏ କାରଣ ଚାଷୀଙ୍କର ଆଉ ମୂଳଚାଲ କରିବାର ଶକ୍ତି ନ ଥାଏ I ଆପାତକାଳୀନ ସ୍ଥିତିରେ ଠିକ ସମୟରେ ଋଣ ପାଇବାର ସମ୍ଭାବନାକୁ ନେଇ ଚାଷୀମାନେ ସବୁବେଳେ ଆଶଙ୍କିତ ଅବସ୍ଥାରେ ରହିଥାଆନ୍ତି ଏବଂ ଏଇ ଭୟାତୁର ମନଃଦଷା କାରଣରୁ ସେମାନେ ମହାଜନର ସର୍ତ୍ତାବଳୀ ସହ କେବେବି ଅସହମତ ହୋଇ ନ ଥାଆନ୍ତି ଯିଏ ଉତ୍ପାଦନ ବ୍ୟାପାରୀ ଭାବେ କାମ କରିଥାଏ I ସ୍ଥାନୀୟ ମହାଜନ ସହ କାରବାର କଲେ ଚାଷୀକୁ ସବୁବେଳେ ଅଧିକ ସୁଧ ଦେବାକୁ ପଡିଥାଏ ଏବଂ ଉତ୍ପାଦକୁ ବଜାର ଦର ଅପେକ୍ଷା କମ ଦରରେ ବିକ୍ରୟ କରିବାକୁ ପଡିଥାଏ I ଆପାତକାଳୀନ ସ୍ଥିତିରେ ସବୁବେଳେ ଔପଚାରିକ ପ୍ରଣାଳୀ ଯଥା ବ୍ୟାଙ୍କ୍, ସ୍ୱୟଂ ସହାୟକ ଦଳ, କୋପରେଟିଭ୍ ଠାରୁ ଋଣ ନେବା ଉଚିତ କାରଣ ଚାଷୀମାନେ ମୂଲଚାଲ ଶକ୍ତିକୁ ବ୍ୟବହାର କରି ନିଜ କୃଷି ଉତ୍ପାଦ ପାଇଁ ସଠିକ ଦାମ ପାଇ ପାରିବେI

ଉପସଂହାର

ଅଧିବେଶନକୁ ସମାପ୍ତ କରିବା ପୁର୍ବରୁ ବଜାରରେ କାରବାର କରିବା ସମୟରେ ଚାଷୀମାନଙ୍କୁ ସଜାଗ ରହିବାକୁ ଉପଦେଶ ଦିଅନ୍ତୁ ଏବଂ ପଚାରନ୍ତୁ ଯେ କେଉଁସବୁ ସାବଧାନତା ସେମାନେ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ଭାବେ ବିଚାର କରନ୍ତି I

ଗ୍ରାମ୍ୟ ବଜାର ସ୍ତରରେ ପ୍ରଚଳିତ ଥିବା ଅସାଧୁ ବ୍ୟାପାର ଅଭ୍ୟାସ ଏବଂ ଏହାକୁ କମ କରିବା (ଭାଗ -୨)

ଅଧିବେଶନ ୭.୨

ଗ୍ରାମ୍ୟ ବଜାର ସ୍ତରରେ ପ୍ରଚଳିତ ଥିବା ଅସାଧୁ ବ୍ୟାପାର ଅଭ୍ୟାସ ଏବଂ ଏହାକୁ କମ କରିବା (ଭାଗ -୨) I

ଉଦ୍ଦେଶ୍ୟ

ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଗ୍ରାମ୍ୟ ବଜାର ସ୍ତରରେ ପ୍ରଚଳିତ ଥିବା ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I

ପଦ୍ଧତି

ସିଆରପିମାନେ ସଚିତ୍ର ପ୍ରଚାର-ପ୍ରସାର ସାମଗ୍ରୀ ସାହାଯ୍ୟରେ "ଅସାଧୁ ବ୍ୟାପାର ଅଭ୍ୟାସ" ବିଷୟରେ ବୁଝାଇବେ ଏବଂ ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

ମକା ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ କୃଷି କାର୍ଯ୍ୟ କରୁଥିବେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- 20 ମିନିଟ୍ | ଫିଲ୍ମ ପ୍ରଦର୍ଶନ – 20 ମିନିଟ୍ |

ପୃଷ୍ଠଭୁମୀ

ଏହି ଅଧ୍ୟାୟଟି ପ୍ରଥମ ଅଧିବେଶନର କ୍ରମାନୁବର୍ତ୍ତ ଏବଂ ବଜାରରେ ପ୍ରଚଳିତ ହେଉଥିବା ଅସାଧୁ ବ୍ୟାପାର ଅଭ୍ୟାସର ଅଧିକ କିଛି ଦିଗ ବିଷୟରେ ଏଠାରେ ଆଲୋଚନା କରାଯିବ | ଏହାସହ ସେମାନଙ୍କ ଉତ୍ପାଦର ବିକ୍ରୟ ସମୟରେ ନିଷ୍ପକ୍ଷ କାରବାର ସୁନିଶ୍ଚିତ କରିବା ପାଇଁ ଚାଷୀମାନେ କ'ଣ ସବୁ ଉପାୟ କରିବା ଦରକାର ସେହି ବିଷୟରେ ମଧ୍ୟ ଆଲୋଚନା କରାଯିବ |

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଚାଷୀମାନଙ୍କ ସହ ଅଲୋଚନା କରନ୍ତୁ ଯେ ବଜାରରେ ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ସୁନିଶ୍ଚିତ କରିବା ପାଇଁ ଥିବା ପରିସୀମା ସବୁ କ'ଣ ଏବଂ ସେମାନେ ଏଥିପାଇଁ କାହିଁକି ଅସମର୍ଥ I ସେମାନଙ୍କୁ ପଚାରନ୍ତୁ ଏହାର କାରଣ କ'ଣ ଯଥା ସଚେତନତାର ଅଭାବ କିମ୍ବା ସୂଚନା ପାଇବାରେ ଅସମର୍ଥତା କିମ୍ବା ସେମାନଙ୍କର ନିରକ୍ଷରତା କିମ୍ବା ବ୍ୟାପାରୀମାନଙ୍କର ମନମୁଖିତା I ଯଦି ଏହି ଅଧିବେଶନରେ କିଛି ବିଷୟ ବିନା ଉତ୍ତରରେ ରହିଯାଏ ତେବେ ପରବର୍ତ୍ତୀ ଅଧିବେଶନରେ ଏହାର ସ୍ପଷ୍ଟିକରଣ ଦେବାପାଇଁ ଉତ୍ତର କିମ୍ବା ସମାଧାନକୁ ଅନ୍ତର୍ଭୁକ୍ତ କରନ୍ତୁ I

ସୋପାନ - ୨: ଅସାଧୁ ବ୍ୟାପାର ଅଭ୍ୟାସରୁ ମୁକୁଳିବା ପାଇଁ ଚାଷୀମାନଙ୍କୁ ଉପଦେଶ : ଏହି ପୋଷ୍ଟରକୁ ଚାଷୀମାନଙ୍କୁ ପ୍ରଦର୍ଶନ କରି ବୁଝାନ୍ତୁ ଯେ ବ୍ୟାପାରୀଙ୍କ ସହ କାରବାର କଲାବେଳେ ନିମ୍ନ ପ୍ରଦତ୍ତ ସାବଧାନତା ପ୍ରତି ସେମାନେ ଧ୍ୟାନ ଦେବା ଉଚିତ I

  1. ମାନକ ତରାଜୁର ବ୍ୟବହାର କରିବା ଶିଖନ୍ତୁ: ଗ୍ରାମରେ ଅଧିକାଂଶ ଚାଷୀ ମାନକ ତରାଜୁର ବ୍ୟବହାର ସମ୍ପର୍କରେ ସଚେତନ ଅଛନ୍ତି I: ତଥାପି, ସେମାନଙ୍କ ଜାଣିବା ସତ୍ତ୍ୱେ ବ୍ୟପାରୀମାନେ ବିଭିନ୍ନ ଉପାୟରେ ଚାଷୀମାନଙ୍କୁ ଠକିଥାଆନ୍ତି I ଏହି ଅବସ୍ଥା ନିରକ୍ଷର ଚାଷୀମାନଙ୍କ ପକ୍ଷରେ ଅହୁରୀ ଖରାପ ହୋଇଥାଏ କାରଣ ସେମାନେ ସନ୍ତୁଳିତ ତରାଜୂ ବିଷୟରେ ସଚେତନ ନଥାନ୍ତି I ସେମାନଙ୍କ ଏହି ଅଜ୍ଞାନତାର ସୁଯୋଗ ନେଇ ଗ୍ରାମ୍ୟ ସ୍ତରର ବ୍ୟାପାରୀ ସେମାନଙ୍କୁ ଠକିଥାଏ I ତେଣୁ ସମସ୍ତେ ମାନକ ତରାଜୁର ବ୍ୟବହାର ଶିଖିବା ଉପଦେଶଯୋଗ୍ୟ I
  2. ସବୁବେଳେ କାରବାର ନଗଦ ଆକାରରେ କରନ୍ତୁ : ଅନେକ ସମୟରେ ଗ୍ରାମରେ ବ୍ୟପାରୀମାନେ ଉତ୍ପାଦ କିଣିବାର ଚାରିମାସ ପରେ ଚାଷୀକୁ ପ୍ରାପ୍ୟ ପ୍ରଦାନ କରନ୍ତି I ଚାଷୀମାନେ ବିଶ୍ୱାସର ସହ ବ୍ୟପାରୀକୁ ଉତ୍ପାଦ ବିକ୍ରୟ କରିଥାଆନ୍ତି I ଯଦି କେତେବେଳେ ବ୍ୟାପାରୀ ସେମାନଙ୍କ ବ୍ୟବସାୟରେ କ୍ଷତି ସହନ୍ତି, ସେମାନେ ଠିକ ସମୟରେ ଚାଶିର ପ୍ରାପ୍ୟ ଦେବାକୁ ମନା କରନ୍ତି I ଏଭଳି ପରିସ୍ଥିତିକୁ ଆଡେଇବାକୁ ସବୁବେଳେ କାରବାରରେ ନଗଦ ଆକାରରେ ନେଣ ଦେଣ କରନ୍ତୁ I
  3. ନିୟମିତ ଭାବେ ବଜାର ସୂଚନା ସଂଗ୍ରହ କରନ୍ତୁ : ଗ୍ରାମୀଣ ଚାଷୀମାନେ ସବୁବେଳେ ନିଜ ପାଖରେ ଥିବା ବଜାରରେ ବ୍ୟାପାର କରିଥାଆନ୍ତି I ସାଧାରଣତଃ ଚାଷୀମାନେ ଉଚ୍ଚ ସ୍ତରରେ ଥିବା ବଜାରରେ ପ୍ରଚଳିତ ଥିବା ଦର ବିଷୟରେ ଅନଭିଜ୍ଞ ଥାଆନ୍ତି, ତେଣୁ ସ୍ଥାନୀୟ ବଜାରରେ ବ୍ୟାପାରୀ ଯାହା ଦର ସ୍ତିରିକୃତ କରନ୍ତି, ତାହାକୁ ପ୍ରଚଳିତ ଦର ଭାବେ ଚାଷୀମାନେ ଗ୍ରହଣ କରିନିଅନ୍ତି I ସ୍ଥାନୀୟ ବଜାରରେ କାରବାର କରୁଥିବା ବ୍ୟାପାରୀମାନେ ନିଜ ନିଜ ଭିତରେ ସମ୍ପର୍କ ରହିଥାଏ ଏବଂ ପ୍ରଚଳିତ ଦର ବିଷୟରେ ଚାଷୀକୁ ଭ୍ରମିତ କରିବା ପାଇଁ ସମସ୍ତେ ଏକ ପ୍ରକାର ଦର କହିଥାଆନ୍ତି I ଉତ୍ପାଦର ପ୍ରଚଳିତ ଦର ଜାଣିବା ପାଇଁ ସବୁବେଳେ ବିଭିନ୍ନ ବଜାରରୁ ସୂଚନା ସଂଗ୍ରହକରି ଏହାକୁ ତୁଳନା କରିବା ଉଚିତ ଯାହାଦ୍ୱାରା ଚାଷୀ ଏକ ଉଚିତ ମୁଲ୍ୟ ପାଇପାରିବ I
  4. ଯେଉଁମାନେ ଅସାଧୁ ବ୍ୟାପାର ଅଭ୍ୟାସ କରୁଥାନ୍ତି, ସେହିପରି ବ୍ୟାପାରୀଙ୍କ ସହ କାରବାର କରନ୍ତୁ ନାହିଁ: ଜ୍ଞାତ ସାରରେ ହେଉ ବା ଅଜ୍ଞାନତାବସତଃ ହେଉ ଚାଷୀମାନେ ସବୁବେକେ ଅସାଧୁ ବ୍ୟାପାର ଅଭ୍ୟାସ କରୁଥିବା ବ୍ୟାପାରୀମାନଙ୍କ ସହ କାରବାର କରିଥାଆନ୍ତି I ଯେତେବେଳେ ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନୀୟ ବ୍ୟାପାରୀ ବିଷୟରେ ଆଲୋଚନା କରିଥାଉ, ଅଧିକାଂଶ ଚାଷୀ ସେମାନଙ୍କର ପୁର୍ବ କାରବାର ଆଧାରରେ କେଉଁ ବ୍ୟାପାରୀ ଭଲ ଏବଂ କେଉଁ ବ୍ୟାପାରୀ ଅସାଧୁ ବ୍ୟାପାର ଅଭ୍ୟାସ କରିଥାନ୍ତି ସେହି ବିଷୟରେ ଏକ ମତ ରଖିଥାନ୍ତି I ଏହି ପରିପ୍ରେକ୍ଷିରେ ଯେଉଁ ବ୍ୟପାରୀମାନେ ଅସାଧୁ ବ୍ୟାପାର ଅଭ୍ୟାସ କରୁଥାଆନ୍ତି, ସେମାନଙ୍କ ସହ କୌଣସି ବ୍ୟବସାୟିକ କାରବାର କରିବା ଉଚିତ ନୁହେଁ I
  5. ବଜାର/ବ୍ୟାପାରୀ ପାଖକୁ ଯିବା ପୁର୍ବରୁ ନିଜ ଗ୍ରାମରେ ଉତ୍ପାଦକୁ ଓଜନ କରନ୍ତୁ: କିଛି ବ୍ୟାପାରୀ ଓଜନରେ ଠକିବା ପାଇଁ ନିଜର ତରଜୁରେ ନିଜକୁ ସୁହାଇଲା ପରି ବ୍ୟବସ୍ଥା କରିଥାଆନ୍ତି I ଓଜନ କଲାବେଳେ କିଛି ବ୍ୟାପାରୀ ଠକିବା ପାଇଁ ତରାଜୁକୁ କୌଶଳ ପୁର୍ବକ ଏହାକୁ ଧରିଥାଆନ୍ତି I ଏପରି ଠକାମିକୁ ଏଡିବା ପାଇଁ ସବୁବେଳେ କାରବାର କରିବା ପୁର୍ବରୁ ଉତ୍ପାଦର ଓଜନ ଜାଣିବା ଉଚିତ I
  6. ସୁବିଧାରେ ହିସାବ କରିବା ପାଇଁ ଏବଂ ସଠିକତା ପାଇଁ ସବୁବେଳେ ମାନକ ପ୍ୟାକିଙ୍ଗ୍ କରନ୍ତୁ: : ଯେତେବେକେ ଆମ ପାଖରେ ଅଧିକ ପରିମାଣର ଜିନିଷ ଥିବ, ସବୁବେଳେ ଏହାକୁ ମାନକ ପ୍ୟାକିଙ୍ଗ୍ କରିବା ଉଚିତ, ଯଥା ୫୦ କି.ଗ୍ରା. ପ୍ରତି ବସ୍ତା I ଆମ ପାଖରେ ମାନକ ପ୍ୟାକିଙ୍ଗ୍ ବସ୍ତା ଥିଲେ ପରିମାଣକୁ ସହଜରେ ହିସାବ କରିହେବ, ବସ୍ତା ସଂଖ୍ୟାକୁ ୫୦ ରେ ଗୁଣନ କରିଦେଲେ ଆମେ ମୋଟ ପରିମାଣକୁ ଜାଣିପାରିବା I
  7. କୃଷି ଇନପୁଟ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିଲା ସମୟରେ ସବୁବେଳେ ତରାଜୂ ଉପରେ ଧ୍ୟାନ ରଖନ୍ତୁ : ଉତ୍ପାଦ ବିକ୍ରୟ କରିବା ସମୟରେ ଯେ କେବଳ ସାବଧାନତା ଅବଲମ୍ବନ କରିବା ଉଚିତ ତାହା ନୁହେଁ, ଜିନିଷ କ୍ରୟ କଲାବେଳେ ମଧ୍ୟ ସେହିପରି ସମାନ ସାବଧାନତା ଗ୍ରହଣ କରିବା ମହତ୍ୱପୂର୍ଣ୍ଣ I ଆମେ ଦେଉଥିବା ମୂଲ୍ୟ ଅନୁସାରେ ପାଉଥିବା ଉତ୍ପାଦର ପ୍ରକୃତ ଓଜନ ଜାଣିବା ଉଚିତ I ଅନେକ ସମୟରେ ସ୍ଥାନୀୟ ବଜାରରେ ଅନେକ ଦୂଷିତ ପଦାର୍ଥ ମିଳିଥାଏ ଯାହା ଆମକୁ ଅନେକ ପ୍ରକାରରେ ପ୍ରଭାବିତ କରିଥାଏ I ବଜାରରୁ କୌଣସି ଉତ୍ପାଦ କିଣିଲା ବେଳେ ଆମେ ତାହାର ସମାପ୍ତି ତାରିଖ ଯାଞ୍ଚ କରିବା ଉଚିତ I
  8. ନିଶାଶକ୍ତ ଅବସ୍ଥାରେ କୌଣସି କାରବାର କରନ୍ତୁ ନାହିଁ : ଯେ କୌଣସି ଆର୍ଥିକ କାରବାର କରିବା ସମୟରେ ସବୁବେଳେ ସଚେତନ ମନରେ ରହିଥିବା ଉଚିତ I ବେଳେ ବେଳେ, ସ୍ଥାନୀୟ ବ୍ୟବସାୟୀମାନେ ଚାଷୀମାନଙ୍କୁ ମଦ ପିଇବାକୁ ଦେଇଥାଆନ୍ତି ଏବଂ ସେମାନଙ୍କର ନିଶାଶକ୍ତ ଅବସ୍ଥାର ସୁଯୋଗ ନେଇ ଠକି ଥାଆନ୍ତି I
  9. କୌଣସି ବ୍ୟବସାୟିକ କାରବାର କଲାବେଳେ ଅନ୍ୟ ମନସ୍କ ରହନ୍ତୁ ନାହିଁ କିମ୍ବା ଧ୍ୟାନ ହଟାନ୍ତୁ ନାହିଁ : ସାଧାରଣତଃ କାରବାର କରିବା ସମୟରେ ଚାଷୀମାନେ ଅନ୍ୟମନସ୍କ ଥିଲାବେଳେ କିମ୍ବା ତାଙ୍କର ଅନ୍ୟ ଦିଗରେ ଧ୍ୟାନ ଥିଲାବେଳେ କିଛି ବ୍ୟପାରୀ ଚାଷୀମାନଙ୍କୁ ଠକି ଥାଆନ୍ତି I ତେଣୁ ବ୍ୟବସାୟିକ କାରବାର କଲାବେଳେ ସବୁବେଳେ ଉତ୍ପାଦର ଓଜନ, ହିସାବ, ଗଣନ ଇତ୍ୟାଦି ବିଷୟରେ ଉପଯୁକ୍ତ ଧ୍ୟାନ ଦେବା ଉଚିତ I

ଉପସଂହାର

ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ବ୍ୟବସାୟିକ କାରବାର କରିବା ସମୟରେ ଅତିକମରେ କେଉଁ ଦୁଇ ବା ତିନୋଟି ପ୍ରମୁଖ ସାବଧାନତା ସେମାନେ ପାଳନ କରିବା ଦରକାର I ବ୍ୟବସାୟୀମାନେ ବ୍ୟବହାର କରୁଥିବା ବିଭିନ୍ନ ଅସାଧୁ ବ୍ୟାପାର ଅଭ୍ୟାସ ସମ୍ବନ୍ଧରେ ସେମାନେ ଜ୍ଞାନ ଆହରଣ କରିଛନ୍ତି ନା ନାହିଁ, ଆକଳନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 4/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate