ସାଧାରଣତଃ କୃଷିକୁ ଯେକୌଣସି ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ପରି ବିଚାର କରାଯାଏ I ତା' ସହିତ କୃଷି ସମ୍ବନ୍ଧୀତ କାର୍ଯ୍ୟକଳାପ ମଧ୍ୟ ପ୍ରାଧାନ୍ୟ ପାଉଛି I ଭାରତରେ ପ୍ରଚୁର ପରିମାଣରେ ପଶୁଧନ ଓ ପକ୍ଷୀ ସମ୍ପଦ ଅଛି ଯାହା ଗ୍ରାମୀଣ ଜନତାଙ୍କ କଲ୍ୟାଣ ପାଇଁ ଏକ ମହତ୍ୱପୂର୍ଣ୍ଣ ଭୁମିକା ତୁଲାଇ ଥାଏ I ଭାରତର ସାମାଜିକ ଓ ଅର୍ଥନୈତିକ ଜୀବନରେ ପଶୁଧନ ଏକ ମହତ୍ୱପୂର୍ଣ ଭୁମିକା ତୁଲାଇ ଥାଏ I ଏହା ଦୁଧ, ମାଂସ ଓ ଅଣ୍ଡା ପରି ଉଚ୍ଚ ମାନର ଖାଦ୍ୟର ଏକ ଉତ୍ତମ ଉତ୍ସ ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ କୃଷକ, ମୁଖ୍ୟତଃ ମହିଳାଙ୍କ, ପାଇଁ ରୋଜଗାର ତଥା ଆୟର ଏକ ପନ୍ଥା I ଏହି ସବୁ ଖାଦ୍ୟ ଉତ୍ପାଦର ଘରୋଇ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ହେଉଛି, ଏମିତିକି ବେଳେବେଳେ ଚାହିଦା, ଆପୁର୍ତ୍ତୀ ଠାରୁ ଅଧିକ ହୋଇଯାଏ I ସାଧାରଣତଃ ପଶୁଧନ ଲାଭ ଉପାର୍ଜନ କରିବା ପାଇଁ ରଖାଯାଏ I ଆଧୁନିକ କୃଷିରେ ପଶୁଧନ ରଖିବା (ପଶୁପାଳନ) ଏକ ମୁଖ୍ୟ ଅଂଶ I
ପାଥୱେଜ୍ ପ୍ରକଳ୍ପ ମୁଖ୍ୟତଃ କୁକୁଡା ପାଳନ ଓ ଛେଳି ଚାଷ ଉପରେ ଧ୍ୟାନ ଦେଇଥାଏ I ଗ୍ରାମାଞ୍ଚଳରେ ପଶୁଧନ ରଖିବା ଏକ ଳାଭକାରୀ ବ୍ୟବସାୟ ଭାବରେ ଆଦୃତ ହେଉଛି I ଜମିହୀନ ଲୋକେ ମଧ୍ୟ କୁକୁଡା ପାଳନ ଓ ଛେଳି ଚାଷକୁ ସେମାନଙ୍କ ଜୀବିକା ପାଇଁ ଗ୍ରହଣ କରିପାରିବେ I ପଶୁସମ୍ପଦ ଜ୍ଞାନକ୍ଷେତ୍ର ମଧ୍ୟରେ ପ୍ରସ୍ତୁତ ଏହି ପଶୁଧନ ଟୁଲ୍ କୁକୁଡା ଓ ଛେଳି ପାଳନ ସମ୍ବନ୍ଧୀୟ ଉତ୍ତମ ପ୍ରଥାସବୁକୁ ପ୍ରୋତ୍ସାହନ ଦେବାପାଇଁ ଉଦ୍ଦିଷ୍ଟ ଏବଂ ସଠିକ୍ ଆହାର, ବ୍ୟାଧି ପରିଚାଳନା, ଉଚିତ୍ ଯତ୍ନ ପରି ମୁଖ୍ୟ ବିଷୟ ସବୁକୁ ଅଲୋଚନା କରି ଏହାକୁ କିପରି ଏକ ଲାଭପ୍ରଦ ବ୍ୟବସାୟରେ ପରିଣତ କରିହେବ, ସେହି ସବୁ ବିଷୟରେ ବିଶଦ ସୁଚନା ଦିଆ ଯାଇଛି I ଏହି ପ୍ରଶିକ୍ଷଣ ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦାୟ ସଂସାଧନ ବ୍ୟକ୍ତି (ସିଆରପି) ତଥା କୃଷକମାନଙ୍କୁ କୁକୁଡା ପାଳନ ଓ ଛେଳି ଚାଷ ବିଷୟରେ ଉନ୍ନତ୍ତ ଚାଷ ପ୍ରଣାଳୀ ସମ୍ବନ୍ଧରେ ଶିକ୍ଷା ଓ ଦିଗ୍ ଦର୍ଶନ ଦେବା I ଏହା ସେମାନଙ୍କୁ ସ୍ଥାନୀୟ ପଦ୍ଧତି ଆଦୃତ କରି ଅଧିକ ଲାଭ ପାଇବା ପାଇଁ ମଧ୍ୟ ସାହାଯ୍ୟ କରିବ I ଅଧିବେଶନ ପରିଚାଳନା କରିବା ପାଇଁ ଦାୟିତ୍ଵରେ ଥିବା ସମୁଦାୟ ସଂସାଧନ ବ୍ୟକ୍ତି (ସିଆରପି)ମାନେ ଏହି ପ୍ରଶିକ୍ଷଣ ଅଧିବେଶନର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧରେ ସମ୍ପୁର୍ଣ ପରିଚିତ ହୋଇଥିବା ଦରକାର I
ପଶୁସମ୍ପଦ ଉପକରଣ ସମୂହ (ଟୁଲ୍ କିଟ୍) ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ, ଯଥା କୁକୁଡା ପାଳନ ଏବଂ ଛେଳି ଚାଷ I ପ୍ରତ୍ୟେକ ମଡ୍ୟୂଲ୍ ଅନେକ ଅଧିବେଶନକୁ ନେଇ ଗଠିତ ଯାହା ବିଭିନ୍ନ ଅଲୋଚ୍ୟ ବିଷୟକୁ ସମ୍ବୋଧିତ କରେ I ଏହି ପ୍ରଶିକ୍ଷଣ ଅଧିବେଶନ ଗୁଡିକରେ ଆହାର ପରିଚାଳନା, ପ୍ରଜନନ, ବ୍ୟାଧି ପରିଚାଳନା, କୁକୁଡା ଛୁଆଙ୍କ ପ୍ରତିପାଳନ, ଛେଳି କୁଟୀର ନିର୍ମାଣ, କୁକୁଡା ଗୃହ ପ୍ରସ୍ତୁତି ଇତ୍ୟାଦି ବିଷୟରେ ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରାଯିବ I ଏହି ଅଧିବେଶନ ଗୁଡିକ ସମୁଦାୟ ସଂସାଧନ ବ୍ୟକ୍ତି (ସିଆରପି) ମାନଙ୍କ ଦ୍ୱାରା ଚାଷୀଙ୍କ ପାଇଁ ପରିଚାଳନା କରାଯିବ I କୃଷକ କ୍ଷେତ୍ର ବ୍ୟବସାୟ ବିଦ୍ୟାଳୟ ପଦ୍ଧତିଦ୍ୱାରା ସିଆରପି ସାପ୍ତାହିକ କିମ୍ବା ଦ୍ୱି-ସାପ୍ତାହିକ ସଭାକରି ଚାଷୀମାନଙ୍କୁ ଏହି ଅଧିବେଶନ ବିଷୟରେ ଶିକ୍ଷା ପ୍ରଦାନ କରିବେ I ଏହି ମଡ୍ୟୂଲର ଶୀର୍ଷକ ଏବଂ ବିଭିନ୍ନ ଏଥିରେ ଥିବା ବିଭିନ୍ନ ଅଧିବେଶନ ନିମ୍ନ ଟେବୁଲରେ ଦିଆ ଯାଇଅଛି :
ମଡ୍ୟୂଲ |
ଅଧିବେଶନ |
ମଡ୍ୟୂଲ - ୧: କୁକୁଡା ପାଳନ |
କୁକୁଡା ପାଳନ କାହିଁକି? |
କୁକୁଡା ଘର ନିର୍ମାଣ |
|
କୁକୁଡା ଫାର୍ମ ପାଇଁ ସରଞ୍ଜାମ |
|
କୁକୁଡା ଛୁଆଙ୍କ ଲାଳନ ପାଳନ |
|
କୁକୁଡା ଖାଦ୍ୟ/ଆହାର |
|
ବାଡିଅଗଣା କୁକୁଡା ପାଳନ |
|
ରୋଗ/ବ୍ୟାଧି ପରିଚାଳନା |
|
ଟୀକା କରଣ ପଞ୍ଜିକା |
|
ମଡ୍ୟୂଲ – ୨ : ଛେଳି ଚାଷ |
ଛେଳି ଚାଷର ଉଦ୍ଦେଶ୍ୟ |
ଛେଳିର ପ୍ରଜାତି |
|
ଛେଳି ଘର |
|
ଆହାର ପରିଚାଳନା |
|
ପ୍ରଜନନ |
|
ଶାବକଙ୍କ ପ୍ରତିପାଳନ |
|
ବ୍ୟାଧି ପରିଚାଳନା |
ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I
ପ୍ରତ୍ୟେକ ଅଧିବେଶନର ସଂରଚନା : ବ୍ୟାଖ୍ୟାତ୍ମକ ଟିପ୍ପଣୀ |
|
ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I |
|
ମଡ୍ୟୂଲ |
କୁକୁଡା ପାଳନ /ଛେଳି ଚାଷ I |
ଅଧିବେଶନର ଶୀର୍ଷକ |
ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି (ଯଥା, କୁକୁଡା କିମ୍ବା ଛେଳି ଚାଷର ଉଦ୍ଦେଶ୍ୟ, ପ୍ରଜାତିର ଚୟନ, ବ୍ୟାଧି ପରିଚାଳନା ଇତ୍ୟାଦି) I |
ଉଦ୍ଦେଶ୍ୟ |
ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ଲକ୍ଷ୍ୟ ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I |
ପଦ୍ଧତି |
କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I |
ଅଂଶଗ୍ରହଣକାରୀ |
କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I ଯଦିଓ ସର୍ବଦା ଏହା ସ୍ଵୟଂ ସହାୟକ ଦଳ ଓ ସମୁହର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ, ଏଥିରେ ପରିବାର ଓ ଗ୍ରାମ ସମୁହର ପୁରୁଷମାନେ ମଧ୍ୟ ସମ୍ମିଳିତ ହୋଇ ପାରନ୍ତି I |
ସଭା ସ୍ଥାନ |
ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ସ୍ଥଳ କିମ୍ବା ପଞ୍ଚାୟତ ଭବନ I |
ଦରକାରୀ ସରଞ୍ଚାମ |
ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି, ମୁଖ୍ୟତଃ ପୋଷ୍ଟର I ଯଦି କୌଣସି ଅଧିବେଶନରେ ବ୍ୟଖ୍ୟାନ ପରେ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି, ତେବେ ସିଆରପିମାନେ ଆଗରୁ ନିଷ୍ପତ୍ତି ନେବା ଦରକାର ବ୍ୟଖ୍ୟାନ ଅଧିବେଶନ ପରେ କେଉଁ ଜାଗାରେ ଚାଷୀମାନେ ଏକତ୍ରିତ ହେବେ I |
ସମୟ ସୀମା |
ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I |
ଅଧିବେଶନ ପ୍ରବାହ |
|
୧. ପୃଷ୍ଠଭୁମି |
ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମୀ ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I |
୨. ଉତ୍ତୋରତ୍ତର କାର୍ଯ୍ୟାବଳୀ |
ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I
|
୩. ଉପସଂହାର |
|
ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I
"ଅଧିବେଶନ କାର୍ଯ୍ୟବାହୀ -ତଥା-ମତାମତ ଫର୍ମ"
ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ ପୂରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I
ପ୍ରାରମ୍ଭିକ ଅଧିବେଶନ
ପଶୁସମ୍ପଦ ଜ୍ଞାନକ୍ଷେତ୍ର ସମ୍ବନ୍ଧୀୟ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ପୁର୍ବରୁ, ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କ ପାଇଁ ଏକ ପ୍ରାରମ୍ଭିକ ଅଧିବେଶନ ଆୟୋଜନ କରିବେ I ସିଆରପିମାନଙ୍କ ସୁବିଧା ପାଇଁ, ସେମାନଙ୍କଦ୍ୱାରା ଅଧିବେଶନ ଆୟୋଜନର ନିର୍ଦ୍ଦେଶାବଳୀ ଦିଆ ଯାଇଛି I
ପ୍ରକଳ୍ପ ଜିଲ୍ଲାଗୁଡିକରେ କାମକରୁଥିବା ସିଆରପିମାନେ ନିଜ ନିଜ ଅଧିକୃତ କ୍ଷେତ୍ର ଭିତରେ ଲକ୍ଷ୍ୟ କରୁଥିବା ଉତ୍ତମ ଅଭ୍ୟାସ/ପ୍ରଥା ସବୁକୁ ଲିପିବଦ୍ଧକରି ଅନ୍ୟ ସିଆରପିମାନଙ୍କ ସହ ବାଣ୍ଟିବେ I ସେମାନେ ପ୍ରକଳ୍ପ ଗ୍ରାମରେ ପ୍ରଶିକ୍ଷଣ ଅଧିବେଶନ ସଞ୍ଚାଳନ କରିବା ସମୟରେ ଏହି ସାମଗ୍ରୀସବୁକୁ ପ୍ରକରଣ ଅଧ୍ୟୟନ (case study) ହିସାବରେ ମଧ୍ୟ ବ୍ୟବହାର କରି ପାରିବେ I
ଆଧାର - ପୋର୍ଟାଲ ଟିମ
Last Modified : 2/10/2020