অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁସମ୍ପଦ ଟୁଲ୍ (କୁକୁଡା ଘର ନିର୍ମାଣ ଓ ଘରର ଉପକରଣ)

ପଶୁସମ୍ପଦ ଟୁଲ୍ (କୁକୁଡା ଘର ନିର୍ମାଣ ଓ ଘରର ଉପକରଣ)

କୁକୁଡା ଘର ନିର୍ମାଣ

ଅଧିବେଶନ ୧.୨

କୁକୁଡା ଘର ନିର୍ମାଣ I

ଉଦ୍ଦେଶ୍ୟ

କୁକୁଡା ଘର ନିର୍ମାଣ ପାଇଁ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା I

ପଦ୍ଧତି

ପ୍ରଥମେ ଚାଷୀମାନଙ୍କୁ ଶ୍ରେଣୀକକ୍ଷରେ ପୋଷ୍ଟର ମାଧ୍ୟମରେ ବୁଝାଇବା ଓ ତାପରେ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ଦେଖାଇବା କି ଏହା କିପରି ନିର୍ମାଣ କରାଯାଇଛି I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ ଏବଂ ଏକ କୁକୁଡା ଫାର୍ମ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଏକ ସ୍ଥାନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୪୫ ମିନିଟ୍ I

ପୃଷ୍ଠଭୂମୀ

କୁକୁଡାଘରର ବ୍ୟାଖ୍ୟାନ ହେଉଛି ଯେ ଏହା ଏକ ଆଚ୍ଛାଦିତ ସ୍ଥାନ ଯେଉଁଠି ପକ୍ଷୀମାନେ ସବୁ ସମୟରେ ଘର ଭିତରେ ରହିଥାଆନ୍ତି I ଘର ଭିତରେ ହିଁ ଆହାର, ପାଣି ଓ ପକ୍ଷୀବସା ପାଇଁ ବ୍ୟବସ୍ଥା କରାଯାଇଥାଏ I କୁକୁଡାଘର ଦୁଇଟି ବଡ ସୁବିଧା ପ୍ରଦାନ କରିଥାଏ, ଯଥା ଏହା କୁକୁଡାମାନଙ୍କୁ ପରିଚାଳନାଯୋଗ୍ୟ ଏକକରେ ସଂଘଠିତ କରିବାରେ ଆମକୁ ସାହାଯ୍ୟ କରିଥାଏ ଆଉ ଦ୍ୱିତୀୟତଃ ଅଧିକତମ ଅଣ୍ଡା ଆଉ ମାଂସ ଉତ୍ପାଦନ କରିବା ପାଇଁ ଏହା ଏକ ସହାୟକ ବାତାବରଣ ଦେଇଥାଏ I କୁକୁଡାଘର ନିର୍ମାଣ ପାଇଁ ଯୋଜନା କଲାବେଳେ ବିଭିନ୍ନ ଉପାଦାନ ଯଥା ଜାଗାର ଉପଲବଦ୍ଧତା, ଜଳବାୟୁ ଅବସ୍ଥା, ଅଳିଆ ଆବର୍ଜନାର ସୁପରିଚାଳନା, ଚଟାଣ/ଛାତ/କାନ୍ଥ/ପାଣିନାଳୀର ପ୍ରକାର ଓ ବଜାର ପହୁଞ୍ଚ ଇତ୍ୟାଦି ସବୁକୁ ବିଚାରକୁ ନେବା ଦରକାର I ସ୍ଥାନୀୟ ଯୋଗାଣ ଓ ଚାହିଦା ଅବସ୍ଥାକୁ ଦେଖି ବ୍ୟବସାୟର ଅର୍ଥନୀତିକୁ ପ୍ରସ୍ତୁତ କରିବା ଦରକାର ଏବଂ ଦେଖିବା ଦରକାର କି କରାଯାଉଥିବା ନିବେଶ ଲାଭଦାୟକ ହେବ ନା ନାହିଁ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ-୧ : ପ୍ରାରମ୍ଭିକ ଅଭ୍ୟାସ : ଚାଷୀମାନଙ୍କୁ ପୁର୍ବବର୍ତ୍ତୀ ଅଧିବେଶନରେ କୁକୁଡା ପାଳନ କିପରି ଏକ ଆୟକାରୀ ବୃତ୍ତି ହୋଇପାରିବ ସେ ବିଷୟରେ କୁହାଯାଇଥିଲା I ବର୍ତ୍ତମାନ ଏହି ଅଧିବେଶନରେ, ବୃତ୍ତି ଆରମ୍ଭ କରିବାକୁ ଚାଷୀମାନଙ୍କୁ କୁକୁଡା ଗୃହ ନିର୍ମାଣ କରିବା ବିଷୟରେ ଦିଗ୍ ଦର୍ଶନ ଦେବେ I ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ କୁକୁଡାଶାବକ ପାଳନ ପାଇଁ କୌଣସି କୁକୁଡା ଗୃହ ଦେଖିଛନ୍ତି କି? ଏକ ଉତ୍ତମ କୁକୁଡା ଗୃହରେ ଶାବକ ପ୍ରତିପୋଷଣ କରିବାର ଉପାଦେୟତା ବିଷୟରେ ସେମାନଙ୍କର ସଚେତନତାକୁ ଯାଞ୍ଚକରନ୍ତୁ I ପ୍ରାରମ୍ଭିକ ଆଲୋଚନାସମୟରେ କୁକୁଡା ପାଳନ ପାଇଁ କୁକୁଡା ଘର ନିର୍ମାଣ ବିଷୟରେ ସଂକ୍ଷିପ୍ତ ରୁପରେଖ ଦିଅନ୍ତୁ I ପରେ ସେମାନଙ୍କୁ ପାର୍ଶ୍ୱବର୍ତ୍ତୀ କୁକୁଡା ଫାର୍ମକୁ ନେଇ କୁକୁଡା ଗୃହର ନିର୍ମାଣକୁ ଦେଖାନ୍ତୁ ଓ ଡିପ ଲିଟର୍ ପରିଚାଳନା ପ୍ରଣାଳୀ ବିଷୟରେ ବୁଝାନ୍ତୁ I

ସୋପାନ - : କୁକୁଡା ଘର କାହିଁକି ଦରକାର ?: ପ୍ରଥମରୁ, ଚାଷୀମାନଙ୍କୁ ବୁଝାନ୍ତୁ ଯେ ଶାବକମାନଙ୍କୁ ପ୍ରତିପୋଷଣ କରିବା ପାଇଁ ସେମାନେ କୁକୁଡା ଘର ନିର୍ମାଣ କରିବା ଦରକାର I କୁକୁଡା ଘର ପ୍ରସ୍ତୁତ କରିବାର ପ୍ରମୁଖ କାରଣସବୁ ହେଇଛି, ଜାଗା ପ୍ରଦାନ କରିବା, ଅଲୋକ, ବାୟୁ ସଞ୍ଚାଳନ ସୁବିଧା ଦେବା ଏବଂ ପକ୍ଷୀମାନଙ୍କୁ ପାଗ ଆଉ ଶିକାରୀମାନଙ୍କ ଠାରୁ ରକ୍ଷା କରିବା I ତେଣୁ କୁକୁଡା ଘର କରିବାର ଉଦ୍ଦେଶ୍ୟ ହେଉଛି:

  • ପକ୍ଷୀ ମାନଙ୍କୁ ଖରାପ ପାଗରୁ ରକ୍ଷା କରିବା I
  • ସୁବିଧା ଓ ମିତବ୍ୟୟତାସହ ପରିଚାଳନା ସୁନିଶ୍ଚିତକରିବା I
  • ବୈଜ୍ଞାନିକ ପଦ୍ଧତିରେ ନିୟନ୍ତ୍ରଣ କରି ଆହାର ପ୍ରଦାନ କରିବା I
  • ପକ୍ଷୀମାନଙ୍କ ପାଖରେ ସଠିକ ଜଳବାୟିକ ଅବସ୍ଥା ପ୍ରଦାନ କରିବା I
  • ପ୍ରଭାବୀ ରୋଗ ନିୟନ୍ତ୍ରଣ ପଦକ୍ଷେପ ନେବା I
  • ଉଚିତ ତଦାରଖ କୁ ସୁନିଶ୍ଚିତ କରିବା I

ସୋପାନ -: କୁକୁଡା ଚାଷପାଇଁ ସ୍ଥାନ କିପରି ନିରୁପଣ କରାଯାଏ: ଯେତେବେଳେ କୁକୁଡା ଘରର ନିର୍ମାଣର ଉଦ୍ଦେଶ୍ୟ ବିଷୟରେ ଚାଷୀମାନଙ୍କର ହୃଦବୋଧ ହୋଇଯିବ, ସ୍ଥାନ ନିରୁପଣ କରିବା ପାଇଁ ସେମାନେ କ’ଣ ସବୁ ବିଭିନ୍ନ ଉପାଦାନକୁ ବିଚାରକୁ ନେବା ଉଚିତ, ସେ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି:

  • କୁକୁଡାଘରଟି ଆବାସିକ ଓ ଔଦ୍ୟୋଗିକ ସ୍ଥାନଠାରୁ ଦୂରରେ ରହିବା ଉଚିତ I ବାଡି ଅଗଣା କୁକୁଡା ଚାଷ କ୍ଷେତ୍ରରେ କିଛି କୁକୁଡା ଘର ପାଖରେ ରଖିହେବ I
  • ଏଠାରେ ମୌଲିକ ସୁବିଧା ଯେପରିକି ପାଣି ଓ ବିଦ୍ୟୁତ ସହ ଭଲ ରାସ୍ତା ସଂଯୋଗର ସୁବିଧା ଥିବା ଦରକାର I
  • ଅପେକ୍ଷାକୃତ ଶସ୍ତା ମଜୁରୀ ଦରରେ ଶ୍ରମିକ ମିଳୁଥିବା ଉଚିତ I
  • କୁକୁଡାଘରଟି ଏକ ଉଚ୍ଚ ସ୍ଥାନରେ ଅବସ୍ଥିତ ହେବା ଦରକାର ଏବଂ ତାହା ଜଳମଗ୍ନ ହେଉନଥିବ I
  • କୁକୁଡାଖାଦ୍ୟ କିଣିବା, ଔଷଧ ଏବଂ ଚିକିତ୍ସାର ସହଜ ମାଧ୍ୟମ ଥିବା ଉଚିତ I
  • ଅଣ୍ଡା ଓ ମାଂସ ବିକ୍ରୟ କରିବା ପାଇଁ ଏକ ପ୍ରସ୍ତୁତ ବଜାର ଥିବା ଦରକାର I
  • ଉତ୍ତମ ବାୟୁ ସଞ୍ଚାଳନ ପାଇଁ ଫାର୍ମଟି ପୁର୍ବ-ପଶିମ ଦିଗରେ ଅବସ୍ଥିତ ହୋଇଥିବା ଉଚିତ I

ସୋପାନ -: ଗଭୀର ଆବର୍ଜନା (ଡିପ୍ ଲିଟର୍) ପ୍ରଣାଳୀ କ': କେତେକ କ୍ଷେତ୍ରରେ ପକ୍ଷୀମାନଙ୍କୁ ବାହାରକୁ ବୁଲିବା ପାଇଁ ଛଡାଯାଇଥାଏ, କିନ୍ତୁ ଅଧିକତମ କ୍ଷେତ୍ରରେ ସେମାନଙ୍କୁ ବନ୍ଦ ହୋଇଥିବା ଘର ମଧ୍ୟରେ ପାଳନ କରାଯାଏ I କୁକୁଡା ପାଳନ ଡିପ୍ ଲିଟର୍ କିମ୍ବା ପଞ୍ଜୁରୀ ପ୍ରଣାଳୀ ଦ୍ୱାରା କରାଯାଏ I ଡିପ୍ ଲିଟର୍ ପ୍ରଣାଳୀରେ ପକ୍ଷୀମାନଙ୍କୁ ସବୁ ସମୟରେ ଘର ଭିତରେ ରଖାଯାଇଥାଏ I ଆହାର, ପାଣି ଓ ପକ୍ଷୀବସା ପାଇଁ ବ୍ୟବସ୍ଥା ଘର ମଧ୍ୟରେ ହିଁ କରାଯାଇଥାଏ I ୩ ରୁ ୫ ଇଞ୍ଚ୍ ଉଚ୍ଚ ପର୍ଯ୍ୟନ୍ତ ଉପଯୁକ୍ତ ଲିଟର୍ ସାମଗ୍ରୀ ଉପରେ ପକ୍ଷୀମାନଙ୍କୁ ରଖାଯାଏ I ‘ଲିଟର୍’ ଶବ୍ଦକୁ ଚଟାଣରେ ବିଛାଇବା ପାଇଁ ନୁଆ/ସଫା ଆବର୍ଜନା ପାଇଁ ବ୍ୟବହାର କରାଯାଇଛି I ସାଧାରଣତଃ ଲିଟର୍ ସାମଗ୍ରୀ ପାଇଁ ଧାନ ଚଷୁ, କରତ ଗୁଣ୍ଡ, ବାଦାମ ଚୋପା, କଟାଯାଇଥିବା ନଡା କିମ୍ବା ପତଳା ବଳକା କାଠ ଇତ୍ୟାଦି ବ୍ୟବହାର କରାଯାଏ I ଏହି ବ୍ୟବସ୍ଥା ଦ୍ୱାରା ବାରମ୍ବାର ପକ୍ଷୀ ମଳ ସଫାକରିବା ଦରକାର ହୁଏ ନାହିଁ, କେବଳ ଏହାକୁ ମଝିରେ ମଝିରେ ଘାଣ୍ଟିବା/ଓଲଟ ପାଲଟ କରିବା ଦରକାର I ଏହି ପ୍ରକ୍ରିୟାରେ ଶ୍ରମିକ ଖର୍ଚ୍ଚର ସଞ୍ଚୟ ହୋଇଥାଏI

ସୋପାନ -: ଡିପ୍ ଲିଟର୍ ର ଉପାଦେୟତା: ଡିପ୍ ଲିଟର୍ ପ୍ରଣାଳୀର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ବୁଝାନ୍ତୁ I ଉପାଦେୟତାସବୁ ମଧ୍ୟରେ ଏହାସବୁ ସମ୍ମିଳିତ :

  • ପକ୍ଷୀମାନେ ବନ୍ଦ କୋଠାରୀ ମଧ୍ୟରେ ରହିବା ଯୋଗୁଁ ବନ୍ୟଜନ୍ତୁଙ୍କ ଆକ୍ରମଣର ଭୟ ରହେ ନାହିଁI
  • ଅଣ୍ଡା ଉତ୍ପାଦନ ସୁରକ୍ଷିତ ଭାବେ ହୋଇଥାଏ I
  • କୁକୁଡାଫାର୍ମକୁ ନିତି ଦିନ ସଫା କରିବା ଦରକାର ନାହିଁ I
  • ସନ୍ତୁଳିତ ଆହାର ଓ ପରିଷ୍କାର ପାନୀୟ ଜଳ ଦେବା ପାଇଁ ସୁବିଧା ହୋଇଥାଏ I
  • ଲିଟର୍ କୁ ଉତ୍ତମ ଖତ ଭାବରେ ବ୍ୟବହାର କରିହେବ I
  • ଏହା କୋଠରୀର ତାପମାତ୍ରାକୁ ଗ୍ରୀଷ୍ମଋତୁରେ କମାଇଥାଏ ଓ ଶୀତଋତୁରେ ବୃଦ୍ଧି କରିଥାଏ I

ସୋପାନ -: ପକ୍ଷୀମାନଙ୍କ ପାଇଁ ଆବଶ୍ୟକ ଜାଗା: ବିଭିନ୍ନ ବୟସର ଶାବକମାନଙ୍କ ପାଇଁ ଦରକାର ହେଉଥିବା ଜାଗା ସମ୍ବନ୍ଧରେ ସୁଚନା ଦେଲେ, ଚାଷୀମାନେ ପକ୍ଷୀଘର ନିର୍ମାଣ ହେଉଥିବା ଆବଶ୍ୟକ ଜାଗା ବିଷୟରେ ନିଷ୍ପତ୍ତି ନେଇ ପାରିବେ I ପକ୍ଷୀ ଶାବକ, ବର୍ଦ୍ଧିଷ୍ନୁ ପକ୍ଷୀ ଓ ଅଣ୍ଡା ଦେଉଥିବା ପକ୍ଷୀମାନଙ୍କ ପାଇଁ ବିଭିନ୍ନ ଆକାରର ଘର ନିର୍ମାଣର ଆବଶ୍ୟକତା ଅଛି I ୨୦ ଫୁଟ ଦୈର୍ଘ୍ୟ ଓ ୧୦ ଫୁଟ ଚଉଡା କୋଠରୀରେ ପ୍ରାୟ ୨୦୦ ଟି ବ୍ରୟଲର କୁକୁଡା ପାଳନ କରାଯାଇପାରିବ I ସେହି ଏକା ଆକାରର କୋଠରୀରେ ପ୍ରାୟ ୮୦ ରୁ ୧୦୦ ଟି ଅଣ୍ଡା ଦିଆ କୁକୁଡା ପାଳନ କରାଯାଇପାରିବ I ଯଦି ଅଧିକ କୋଠାରୀ ନିର୍ମାଣ କରାଯାଏ, ତା ହେଲେ ପ୍ରତ୍ୟେକ କୋଠାରୀ ମଧ୍ୟରେ ୩୦ରୁ ୪୦ ଫୁଟ ଦୂରତା ରକ୍ଷା କରିବା ଦରକାର I କୋଠରୀର ଦୈର୍ଘ୍ୟ ଜମିର ଉପଲବଦ୍ଧତା ଉପରେ ନିର୍ଭର କରେ I କିନ୍ତୁ ପ୍ରସ୍ଥ ୨୦ ରୁ ୨୫ ଫୁଟରୁ ଅଧିକ ହେବା ଉଚିତ ନୁହେଁ I ବିଭିନ୍ନ ବୟସର ପକ୍ଷୀମାନଙ୍କ ପାଇଁ ଦରକାର ହେଉଥିବା ଜାଗାକୁ ନିମ୍ନ ପ୍ରଦତ୍ତ ଚାର୍ଟରେ ଉଲ୍ଲେଖ କରାଯାଇଛି :

ପକ୍ଷୀର ବୟସ

ଆବଶ୍ୟକ ଜାଗା (ସେ.ମି./ପ୍ରତ୍ୟେକ ପକ୍ଷୀ ପାଇଁ)

ଅଣ୍ଡା ଦିଆ କୁକୁଡା

ବ୍ରୟଲର କୁକୁଡା

- ସପ୍ତାହ

୭୦୦

୯୦୦ ରୁ ୧୦୦୦

-୧୯ ସପ୍ତାହ

୧୦୦୦

-

20 ସପ୍ତାହରୁ ଅଧିକ

୨୦୦୦ ରୁ ୨୫୦୦

-

ଚଟାଣ ଏପରି ଶକ୍ତ ହେବା ଦରକାର କି ଯେମିତି ମୂଷା ପଶିପାରିବେ ନାହିଁ I ପାର୍ଶ୍ୱ କାନ୍ଥ ଗୁଡିକର ଉଚ୍ଚତା ୬ ରୁ ୭ ଫୁଟ ହେବା ଉଚିତ I ଦୁଇ ରୁ ଅଢେଇ ଫୁଟ ପର୍ଯ୍ୟନ୍ତ ଇଟା କାମ ହେବା ଦରକାର I ଏହା ଲୁହା ଜାଲି, ଆଜବେଷ୍ଟସ, ଟିଣ କିମ୍ବା ଟାଇଲ୍ ଦ୍ୱାରା ସମ୍ପୁର୍ଣ ରୁପେ ଆଛାଦିତ ହୋଇଥିବ I ଗ୍ରୀଷ୍ମ ଋତୁରେ ତାପମାତ୍ର କମାଇବା ପାଇଁ ଧାନ ନଡା ଛାତ ଉପରେ ବିଛେଇବା ଦରକାର I

ସୋପାନ - : ପକ୍ଷୀମାନଙ୍କ ପାଇଁ ଘର ନିର୍ମାଣର ଉପାଦେୟତା: ସୁର୍ଯ୍ୟIଲୋକ, ବର୍ଷା ଓ କାକରରୁ ପକ୍ଷୀମାନେ ସୁରକ୍ଷିତ ଥିବାରୁ ସେମାନେ ରୋଗାକ୍ରାନ୍ତ ହେବାର ସମ୍ଭାବନା କମିଯାଏ I ପକ୍ଷୀଙ୍କର ବର୍ଦ୍ଧନ ମଧ୍ୟ ଭଲ ହୋଇଥାଏ I

ଉପସଂହାର

ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ କି ସେମାନେ କୁକୁଡା ପାଳନ କରିବା ପାଇଁ ଆତ୍ମ ବିଶ୍ୱାସ ପାଇଲେ କି, ଯଦି ହଁ ସେମାନଙ୍କର ଆର୍ଥିକ ସ୍ଥିତି ହିସାବରେ ଏକ କୁକୁଡା ଫାର୍ମ ପ୍ରତିଷ୍ଠା କରିବା ପାଇଁ ସେମାନେ ଆପଣଙ୍କଠାରୁ କେଉଁ ପ୍ରକାର ସହଯୋଗ ଓ ପରାମର୍ଶ ଚାହୁଁଛନ୍ତି ? ଚାଷୀମାନଙ୍କୁ ପ୍ରକଳ୍ପର ଆର୍ଥିକ ଦିଗସବୁକୁ ବିଶ୍ଲେଷଣ କରିବାକୁ ସାହାଯ୍ୟ କରନ୍ତୁ ଏବଂ ଦରକାରୀ ନିବେଶକୁ ଆଣିବା ଓ ଉତ୍ପାଦକୁ ବିକ୍ରୀକରିବା ପାଇଁ ସ୍ଥାନ ସବୁକୁ ଚିହ୍ନଟ କରି ସେମାନଙ୍କୁ ଜଣାନ୍ତୁ I ଏହି ପରିପେକ୍ଷୀରେ ସିଆରପି ସେହି ଅଞ୍ଚଳରେ ସଫଳତାର ସହ ଚାଲୁଥିବା କୌଣସି ଏକ ଉଦ୍ଦ୍ୟୋଗର ସବିଶେଷ ବିବରଣୀ ଆଣି ଇଛା କରୁଥିବା ଚାଷୀମାନଙ୍କୁ ପ୍ରଦାନ କରନ୍ତୁ ଏବଂ ତାଙ୍କୁ ଅନୁସରଣ କରିବାକୁ ଉତ୍ସାହିତ କରନ୍ତୁ I

କୁକୁଡା ଘରର ଉପକରଣ

ଅଧିବେଶନ .

କୁକୁଡା ଘରର ଉପକରଣ I

ଉଦ୍ଦେଶ୍ୟ

କୁକୁଡା ଫାର୍ମ ପରିଚାଳନା କରିବା ପାଇଁ ସଂଗୃହିତ ହେବାକୁ ଥିବା ଦରକାରୀ ଉପକରଣଗୁଡିକୁ ଚାଷୀମାନଙ୍କ ମଧ୍ୟରେ ପରିଚିତ କରାଇବା I

ପଦ୍ଧତି

ପ୍ରଥମେ ଚାଷୀମାନଙ୍କୁ ଶ୍ରେଣୀକକ୍ଷରେ ବ୍ୟବହାର କରାଯାଉଥିବା ଉପକରଣ ବିଷୟରେ ବୁଝାଇବା ଓ ତାପରେ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ପ୍ରଦର୍ଶନ କରାଇବା I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ ଏବଂ ଏକ କୁକୁଡା ଫାର୍ମ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଏକ ସ୍ଥାନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୪୫ ମିନିଟ୍ I

ଉପକ୍ରମଣିକା

ଏକ କୁକୁଡା ଫାର୍ମକୁ ସୁବିଧାଭାବରେ ଚଳାଇବା ପାଇଁ ବିଭିନ୍ନ ଉପକରଣ ଯଥା ଆହାର ପାତ୍ର, ପାଣିଦେବା ନାଳୀ, ଶାବକ ଗୃହ (ବ୍ରୁଡର୍), ଶାବକ ପରିବେଷ୍ଟନୀ ଇତ୍ୟାଦି କୁକୁଡା ଘରେ ରଖିବା ଦରକାର I ଉପଯୁକ୍ତ ଉପକରଣ ବ୍ୟବହାର କରିବା ଦ୍ୱାରା ଆହାର ଓ ଜଳର ଅପଚୟକୁ କମ କରାଯାଇପାରିବ ଏବଂ ଏତଦ୍ୱାରା ପକ୍ଷୀମାନଙ୍କ ସଠିକ ଯତ୍ନନେବା ସହ ଅଣ୍ଡା ସଂଗ୍ରହ କରିବା ଅଧିକ ଆରାମଦାୟକ ହୋଇ ପାରିବ I ଏହି ଅଧିବେଶନରେ ଅଂଶଗ୍ରହଣକାରୀଙ୍କୁ ପ୍ରତ୍ୟେକ ଉପକରଣର ଉପଯୋଗିତା ବିଷୟରେ ବୁଝାନ୍ତୁ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ-: ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ଯେଉଁ ଚାଷୀମାନେ କୁକୁଡା ପାଳନ ବୃତ୍ତି ଆରମ୍ଭ କରି ସାରିଛନ୍ତି ସେମାନେ ଏହି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଉପକରଣ ବିଷୟରେ ପ୍ରଶ୍ନ ପଚାରନ୍ତୁ I ସେମାନଙ୍କଦ୍ୱାରା ଉଲ୍ଲେଖ କରାଯାଉଥିବା ସମସ୍ତ ଉପକରଣସବୁକୁ ତାଲିକା ଭୁକ୍ତ କରନ୍ତୁ ଆଉ ଏକ କୁକୁଡା ଫାର୍ମର ଉତ୍ତମ ପରିଚାଳନା ପାଇଁ ଆପଣ ଅଧିକ ଉପକରଣକୁ ପରିଶିଷ୍ଟ କରି ପରାମର୍ଶ ଦିଅନ୍ତୁ I ଏହି ଅଲୋଚନା ଅଧିକ ଅନୌପଚାରିକ ତଥା ପାରସ୍ପରିକ ହେବା ଦରକାର ଯେପରିକି ଚାଷୀମାନେ ସାଙ୍ଗେ ସାଙ୍ଗେ ସେହିଠାରେ ତାଙ୍କର ସନ୍ଦେହ ଦୁର କରିପାରିବେ I ଅନେକ ସମୟରେ ଚାଷୀମାନେ ସେମାନଙ୍କ ସନ୍ଦେହ ଦୁର କରିବାକୁ କୁଣ୍ଠାବୋଧ କରନ୍ତି, ଫଳରେ ସେମାନେ ଏହି ବୃତ୍ତିକୁ ଆପଣାଇବାପାଇଁ ଆତ୍ମବିଶ୍ୱାସ ପଆନ୍ତି ନାହିଁ I

ସୋପାନ -: 'ଣ ସବୁ ଉପକରଣ ବ୍ୟବହାର କରାଯାଏ : ପ୍ରଥମେ ଶ୍ରେଣୀକକ୍ଷ ଅଲୋଚନାରେ ଚାଷୀମାନଙ୍କୁ କୁକୁଡା ଘରେ ଲଗାଯାଉଥିବା ମହତ୍ୱପୂର୍ଣ୍ଣ ଉପକରଣସବୁ ବିଷୟରେ କୁହନ୍ତୁ I ମୌଳିକ ଉପକରଣସବୁ ହେଉଛି, ଉଷ୍ମାୟିତ୍ର (ଇନକ୍ୟୁବେଟର୍), ଶାବକ ଗୃହ (ବ୍ରୁଡର୍), ଆହାର ପାତ୍ର, ପାଣି ପିଇବା ପାତ୍ର, ଅଣ୍ଡାଦାନ ପାତ୍ର, ପକ୍ଷୀ ଧରିବା ହୁକ୍ I ଉପରୋକ୍ତ ପ୍ରତ୍ୟେକ ଉପକରଣର କାର୍ଯ୍ୟକାରିତା ବିଷୟରେ ନିମ୍ନରେ ପ୍ରଦତ୍ତ କରାଯାଇଛି :

  • ଉଷ୍ମାୟିତ୍ର (ଇନକ୍ୟୁବେଟର୍): ପକ୍ଷୀ ବ୍ରୁଡର୍ ଗୃହରୁ ଦୁଇ ଫୁଟ ଦୁରତା ଭିତରେ ଗୋଟେ ଯନ୍ତା ରଖନ୍ତୁ ଯେପରିକି ଶାବକମାନେ ପ୍ରତିପୋଷଣ ସମୟରେ ବ୍ରୁଡର୍ ଗୃହରୁ ଦୁରକୁ ଯାଇ ପାରିବେ ନାହିଁ I ଏହା ଜିଙ୍କ୍ ପ୍ଲେଟ୍ ଦ୍ୱାରା ପ୍ରସ୍ତୁତ ହୋଇଥାଏ I ଗ୍ରାମାଞ୍ଚଳରେ ବାଉଁଶ ପଟି, କାର୍ଡ଼ ବୋର୍ଡ଼, କାଠ ପଟା ଇତ୍ୟାଦି ଶାବକମାନଙ୍କ ସୁରକ୍ଷା ପାଇଁ ବ୍ୟବହାର କରାଯାଇପାରିବ I
  • ଶାବକ ଗୃହ (ବ୍ରୁଡର୍ ଗୃହ) : ଛୋଟ ଶାବକର ପ୍ରଥମ ଗୃହକୁ "ଶାବକ ଘର" (ବ୍ରୁଡର୍ ଗୃହ) କୁହାଯାଏ I ଏହା ଏକ ଗରମ ଘେରା ଯେଉଁଠି କୁକୁଡା ଶାବକମାନଙ୍କୁ ଉପଯୁକ୍ତ ତାପମାତ୍ରା ଦିଆଯାଇ ପ୍ରତିପୋଷଣ କରାଯାଏ I ଗୋଟିଏ ଛୋଟ ଶାବକ ପାଇଁ ୫୦ ରୁ ୬୦ ଇଞ୍ଚ2 ବ୍ରୁଡର୍ ଜାଗା ଦରକାର I ବର୍ତ୍ତମାନ ବଜାରରେ ଝୁଲନ୍ତା ଓ ବ୍ୟାଟେରୀ ବ୍ରୁଡର୍ ଘର ମିଳୁଅଛି ଆଉ ଆଜିକାଲି ସ୍ଵୟଂଚାଳିତ ବ୍ରୁଡର୍ ଘର ମଧ୍ୟ ଉପଲବ୍ଧ ଅଛି I ଗ୍ରାମାଞ୍ଚଳରେ ଏକ ବାଉଁଶ ଡାଲାର ବାହ୍ୟ ଭାଗରେ ଗୋବର ପାଣି ଘଷି ଓ ଭିତରେ ଏକ ବିଦ୍ୟୁତ ବଲବ୍ ଲଗାଇ ବ୍ରୁଡର୍ ଘର ପ୍ରସ୍ତୁତ କରିହେବ I ବିଦ୍ୟୁତ ବଲବ୍ କୁ ଏକ କାଠ ବାକ୍ସରେ ଲଗାଇ ବ୍ରୁଡର୍ ଘର ପ୍ରସ୍ତୁତ କରିହେବ I
  • ଆହାର ପାତ୍ର: ଆହାର ପାତ୍ର ଦୁଇ ପ୍ରକାରର ଅଟେ ଯଥା ଦ୍ରୋଣୀ ପାତ୍ର (Trough feeder ) ଏବଂ ଗୋଲାକାର ଆହାର ପାତ୍ର I ଗୋଲାକାର ଆହାର ପାତ୍ର ଛାତରୁ ଓହଳା ଯାଇଥାଏ ଆଉ ଦ୍ରୋଣୀ ପାତ୍ରକୁ ଚଟାଣରେ ରଖା ଯାଇଥାଏ I ଆହାର ପାତ୍ରର ପରିଧିର ଆଧାରରେ ଆହାର ଗ୍ରହଣ କରୁଥିବା ପକ୍ଷୀଙ୍କ ସଂଖ୍ୟା ଗଣନା କରିହେବ I ନିମ୍ନ ଚାର୍ଟରେ ପକ୍ଷୀର ବୟସ ଅନୁସାରେ ଆହାର ପାତ୍ରର ନିର୍ଦ୍ଦିଷ୍ଟକ ସୂଚନା ଉଲ୍ଲେଖ କରା ଯାଇଛି I:

କ୍ର.ନଂ.

ବୟସ (ସପ୍ତାହରେ)

ଆହାର ପାତ୍ରର ଆକାର

୦-୨

୨.୫ ସେ.ମି. କିମ୍ବା ୧ ଇଞ୍ଚ୍

୩-୬

୫ ସେ.ମି. କିମ୍ବା ୨ ଇଞ୍ଚ୍

୭-୧୨

୭.୫ ସେ.ମି. କିମ୍ବା ୩ ଇଞ୍ଚ୍

୧୩-୧୯

୧୦ ସେ.ମି. କିମ୍ବା ୪ ଇଞ୍ଚ୍

୨୦ ସପ୍ତାହରୁ ଅଧିକ

୧୨.୫ ସେ.ମି. କିମ୍ବା ୫ ଇଞ୍ଚ୍

(ନମୁନା ହିସାବ: ଏକ ୩ ଫୁଟ ଲମ୍ବା ଦ୍ରୋଣୀ ପାତ୍ରର ୩୬ x ୨ = ୭୨ ଇଞ୍ଚ୍ ଉଭୟ ପାଖରେ ରହିବ I ତେଣୁ, ୦ ରୁ ୨ ସପ୍ତାହ ବୟସର ୭୨ ଟି ଶାବକ କିମ୍ବା ୩ ରୁ ୬ ସପ୍ତାହ ବୟସର ୩୬ ଟି ଶାବକ ଏହି ପାତ୍ରରୁ ଆହାର ଗ୍ରହଣ କରିପାରିବେ I)

କ୍ର.ନଂ.

ବୟସ (ସପ୍ତାହରେ)

ପ୍ରତ୍ୟେକ ପକ୍ଷୀ ପାଇଁ ପାଣି ପାତ୍ରର ଆକାର (ସେ.ମି.)

୦-୨

୧.୨୫

୩-୬

୧.୫

୭-୧୨

୨.୦

୧୩-୧୯

୨.୫

୨୦ ସପ୍ତାହରୁ ଅଧିକ

୪.୦

  • ପାଣିପାତ୍ର: ଟିଣ, ଜିଙ୍କ୍, ମାଟି କିମ୍ବା ପ୍ଲାଷ୍ଟିକ୍ ରେ ପ୍ରସ୍ତୁତ ପାତ୍ରକୁ ପିଇବା ପାଣି ଦେବା ପାଇଁ ବ୍ୟବହାର କରାଯାଏ I ଦେଶୀୟ ପଦ୍ଧତିରେ ଖାଲି ଡବା, ଆଲୁମିନିୟମ ପାତ୍ର ଓ ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟବହାର କରି ପିଇବା ପାଣି ପାତ୍ର ପ୍ରସ୍ତୁତ କରିହେବ I ଗୋଟିଏ ବାକ୍ସ ନେଇ ଏହାର ଦ୍ୱାର ଦେଶର ଠିକ ଅଧା ଇଞ୍ଚ୍ ତଳେ ଦୁଇଟି କଣା କରନ୍ତୁ I ତାପରେ ଏକ ଆଲୁମିନିୟମ ପ୍ଲେଟ ନିଅନ୍ତୁ ଯାହାର ପରିଧି ବାକ୍ସର ପରିଧି ଠାରୁ ଅଧିକ ହୋଇଥିବ ଏବଂ ଏହାକୁ ବାକ୍ସ ଉପରେ ରଖନ୍ତୁ I ଏହାପରେ ପ୍ଲେଟ ସହ ବାକ୍ସକୁ ଓଲଟାଇ ଦେଇ ଚଟାଣ ଉପରେ ରଖିଦିଅନ୍ତୁ I ପାଣି ପ୍ଲେଟ ଉପରେ ଧୀରେ ଧୀରେ ବୋହିବା ଆରମ୍ଭ କରିବ ଯାହାକୁ ପକ୍ଷୀମାନେ ସୁବିଧା ଅନୁସାରେ ପିଇପାରିବେ I ପକ୍ଷୀର ବୟସ ଅନୁସାରେ ବ୍ୟବହାର୍ଯ୍ୟ ପାଣି ପାତ୍ରର ଆକାର ନିମ୍ନରେ ପ୍ରଦତ୍ତ ଅଛି :
    1. ଅଣ୍ଡା ପାତ୍ର (Egg layers) : ଜିଙ୍କରୁ ପ୍ରସ୍ତୁତ ଏକ ସ୍ଵତନ୍ତ୍ର ପାତ୍ର ଅଣ୍ଡା ଦେବା ପାଇଁ ବ୍ୟବହାର କରାଯାଏ I ପକ୍ଷୀମାନେ ଏହା ଭିତରେ ଅଣ୍ଡା ଦିଅନ୍ତି, ତେଣୁ ଅଣ୍ଡାସବୁ ଭାଙ୍ଗି ଯାଏ ନାହିଁ କିମ୍ବା ହଜି ଯାଏ ନାହିଁ I ପାଞ୍ଚ ରୁ ଛ' ଟି କୁକୁଡାଙ୍କ ପାଇଁ ଗୋଟିଏ ଅଣ୍ଡା ଦେବା ପାତ୍ର ଦରକାର ହୋଇଥାଏ I ଯଦି ବଡ଼ ଆକାରର ମାଟି ପାତ୍ର ଢଳେଇକରି ରଖାଯାଏ, ତେବେ ପକ୍ଷୀ ମାନେ ସେଥିରେ ବି ଅଣ୍ଡା ଦେଇ ପାରିବେ I
    2. ପକ୍ଷୀ ଧରିବା ହୁକ୍: ବିକ୍ରୟ, ଟୀକାକରଣ କିମ୍ବା ଯଦି କୌଣସି ରୋଗର ଲକ୍ଷଣ ନିରେଖିବା ପାଇଁ ପକ୍ଷୀ ଧରିବା ହୁକ ବ୍ୟବହାର କରି ପକ୍ଷୀଙ୍କୁ ଧରାଯାଏ I ଏକ ଲମ୍ବା ଲୁହା ରଡ଼ର ଶେଷରେ ଛୋଟ ହୁକ ଲଗାଯାଇଥାଏ I

ସୋପାନ -: ପ୍ରଦର୍ଶନ: ଚାଷୀମାନଙ୍କୁ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ଶ୍ରେଣୀକକ୍ଷରେ ଶିକ୍ଷାଦାନ କରାଯାଇଥିବା ବିଷୟସବୁର ପ୍ରଦର୍ଶନ ଦିଅନ୍ତୁ I

ଉପସଂହାର

ଅଧିବେଶନରେ ଶିକ୍ଷାଦାନ କରାଯାଇଥିବା ବିଷୟସବୁକୁ ଚାଷୀମାନେ ଠିକ ଭାବରେ ବୁଝିଛନ୍ତି ନା ନାହିଁ, ପରୀକ୍ଷା କରନ୍ତୁ I ଉପକରଣସବୁର ନାମ କୁହନ୍ତୁ ଆଉ ଦେଖନ୍ତୁ କି ସେହି ନିର୍ଦ୍ଦିଷ୍ଟ ଉପକରଣର ଉପଯୋଗୀତା ସେମାନେ ସଠିକ ଭାବେ କହି ପାରୁଛନ୍ତି ନା ନାହିଁ I ଯଦି କିଛି ଚାଷୀ କୁକୁଡା ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆଉ ଜାଣିବାକୁ ଚାହୁଛନ୍ତି ସେମାନେ କେଉଁ ପ୍ରକାର ଉପକରଣ ଆଣିବା ଉଚିତ ଆଉ କେଉଁଠାରୁ ତାହା ସେମାନେ ପାଇପାରିବେ, ସେ ବିଷୟରେ ସେମାନଙ୍କୁ ପରାମର୍ଶ ଦିଅନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate