ହୋମ / କୃଷି / କୃଷି ନିର୍ଦେଶିକା / ପଶୁସମ୍ପଦ ଟୁଲ୍ (ଛେଳି ଘର)
ସେଆର କରନ୍ତୁ

ପଶୁସମ୍ପଦ ଟୁଲ୍ (ଛେଳି ଘର)

ଛେଳିମାନଙ୍କୁ ଏକ ସ୍ୱାସ୍ଥ୍ୟକର ପରିବେଶରେ ପାଳନ କରିବା ପାଇଁ ଶିକ୍ଷା ଦେବା I

ଅଧିବେଶନ ୨.୩

ଛେଳି ଘର I

ଉଦ୍ଦେଶ୍ୟ

ଛେଳିମାନଙ୍କୁ ଏକ ସ୍ୱାସ୍ଥ୍ୟକର ପରିବେଶରେ ପାଳନ କରିବା ପାଇଁ ଶିକ୍ଷା ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ତା ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ଛେଳି ଘରକୁ ପ୍ରଦର୍ଶନ କରିବା ପାଇଁ ନିଅନ୍ତୁ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I ଏକ ଛେଳି ଘର ପ୍ରଦର୍ଶନରେ ଯାଆନ୍ତୁ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ I

ପୃଷ୍ଠ ଭୁମୀ

ଛେଳିମାନଙ୍କୁ ସୁସ୍ଥ ତଥା ସ୍ୱାସ୍ଥ୍ୟକର ପରିବେଶରେ ରଖିବା ପାଇଁ ଉତ୍ତମ ଛେଳି ଘର ପ୍ରସ୍ତୁତ କରିବା ଦରକାର I ଯଦି ଛେଳି ଘରରେ ପର୍ଯ୍ୟାପ୍ତ ଜାଗା ନ ମିଳେ, ଛେଳିମାନେ ଅଣ ନିଃଶ୍ୱାସୀ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି I ଛେଳିଙ୍କୁ ଚଉଡା ଓ ଉତ୍ତମ ଘର ଭିତରେ ରଖିବା ବିଷୟରେ ଶିକ୍ଷାଦେବା ପାଇଁ ଏହି ପ୍ରଶିକ୍ଷଣ ଉପକରଣ ଚାଷୀମାନଙ୍କୁ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଚାଷୀମାନଙ୍କୁ ସେମାନେ ଛେଳିପାଳନ କରୁଥିବା ସ୍ଥାନ ବିଷୟରେ ଅଲୋଚନା କରନ୍ତୁ I ଅସ୍ୱାସ୍ଥ୍ୟକର ପରିବେଶରେ ପାଳନ ଯୋଗୁଁ ଛେଳିମାନଙ୍କୁ କୌଣସି ପ୍ରକାର ରୋଗ ହୋଇଥିଲା କି ? ଏହାମଧ୍ୟ ପଚାରନ୍ତୁ କି ସେମାନେ ଛେଳିମାନଙ୍କୁ ନିଜର ରହିବା କୋଠରୀ ଭିତରେ ରଖନ୍ତି କି, ଯଦି ହଁ, ଏପରି ପରିସ୍ଥିତିରେ ସେମାନେ କିଛି ଅସୁବିଧାର ସମ୍ମୁଖିନ ହୁଅନ୍ତି କି ?

ସୋପାନ -: ଚାଷୀମାନଙ୍କୁ ବୁଝାନ୍ତୁ କି, ଛେଳିମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନଙ୍କୁ ଉତ୍ତମ ଗୁହାଳ ଓ ପରିବେଶ ପ୍ରଦାନ କରିବା ଉଚିତ I ଛେଳିମାନେ ବଡ ଗୁହାଳରେ ଭଲକରି ବଢନ୍ତି, ତେଣୁ ସିମେଣ୍ଟ ଚଟାଣଯୁକ୍ତ ଏକ ମୁକ୍ତ ଗୁହାଳ ଛେଳି ପାଳନ ପାଇଁ ଦରକାର I ଛେଳିମାନଙ୍କୁ ବନ୍ୟଜନ୍ତୁଙ୍କଠାରୁ ରକ୍ଷା କରିବା ପାଇଁ ଗୁହାଳ ଚାରିପାଖରେ ଶକ୍ତ ବାଡ ଘେରାଇବା ପାଇଁ ଚାଷୀଙ୍କୁ ପରାମର୍ଶ କରନ୍ତୁ I ଚାଳ ଛପର ଗୁହାଳ ନିର୍ମାଣ କରିବା ପାଇଁ କମ ଖର୍ଚ୍ଚ ହୋଇଥାଏ I ଗୋଟିଏ ଗୁହାଳରେ ଅତିବେଶୀରେ ୩୦ ରୁ ୩୫ ଟି ଛେଳି ରଖିବା ଉଚିତ I ଗୋଟିଏ କୋଣରେ ପିଇବା ପାଣି ଓ ଅନ୍ୟ କୋଣରେ ଖଣିଜ ଲବଣ ରଖିବାର ବ୍ୟବସ୍ଥା କରନ୍ତୁ I

ସୋପାନ -: ବିଭିନ୍ନ ପ୍ରକାର ଗୁହାଳ: ଛେଳିମାନଙ୍କପାଇଁ ବିଭିନ୍ନ ପ୍ରକାର ଗୁହାଳର ନିର୍ମାଣ ବିଷୟରେ ବୁଝାନ୍ତୁ I ଗୁହାଳ ବାଲିରେ ପ୍ରସ୍ତୁତ କରାଯାଇପାରେ କିମ୍ବା ଭାଡି ଗୁହାଳ ମଧ୍ୟ ନିର୍ମାଣ କରାଯାଇପାରେ I ବାଲି ଗୁହାଳରେ, ସିମେଣ୍ଟ ଚଟାଣ ଉପରେ ୪ ରୁ ୬ ଇଞ୍ଚ୍ ପର୍ଯ୍ୟନ୍ତ ବାଲି ବିଛା ଯାଇଥାଏ I ଛେଳିଙ୍କର ମୁତ୍ର ବାଲିରେ ଶୋଷିତ ହୋଇଯିବାରୁ ସେମାନେ ଆରାମରେ ଶୋଇଥାଆନ୍ତି I ପ୍ରତି ୧୫ ରୁ ୨୦ ଦିନ ଅନ୍ତରାଳରେ ବାଲିକୁ ଓଲଟ ପାଲଟ କରିବା ଦରକାର, ଯେପରିକି ତଳ ବାଲି ଉପରକୁ ଆସିଯିବ I ଭାଡି ଗୁହାଳରେ, ଚଟାଣର ଦେଢରୁ ଦୁଇ ଫୁଟ ଉପରେ ବାଉଁଶ କିମ୍ବା କାଠ ପାତରେ ଏକ ଭାଡି ପ୍ରସ୍ତୁତ କରାଯାଇଥାଏ I ମୁତ୍ର ଓ ମେଣ୍ଢା ଭାଡିରୁ ତଳକୁ ପଡିଯାଇ ଗୁହାଳକୁ ପରିଷ୍କାର ରଖିଥାଏ I ଛେଳିମାନଙ୍କୁ ବର୍ଷା, ସୁର୍ଯ୍ୟାଲୋକ ଓ ଅଧିକ ଥଣ୍ଡାରୁ ରକ୍ଷା କରିବା ପାଇଁ ବିଶେଷ ଯତ୍ନ ନେବା ନିଶ୍ଚିତ କରନ୍ତୁ I ଅତ୍ୟଧିକ ଥଣ୍ଡାରୁ ଛେଳିଙ୍କୁ ରକ୍ଷାକରିବା ପାଇଁ କାନ୍ଥରେ ଅଖା ଝୁଲାଯାଇପାରେ I

ସୋପାନ -: ଚାଷୀମାନଙ୍କୁ ନିମ୍ନ ଉଲ୍ଲିଖିତ ଚାର୍ଟ୍ ଦେଖାନ୍ତୁ, ଯାହା ବିଭିନ୍ନ ବୟସର ଛେଳିଙ୍କ ପାଇଁ ଆବଶ୍ୟକ ହେଉଥିବା ଜାଗା ବିଷୟରେ ଏକ ସଠିକ ଧାରଣ ଦେବ I

ଛେଳି ପ୍ରକାର

ଯାଗା (ମିଟର/ପ୍ରତ୍ୟେକ ଛେଳିପାଇଁ)

ଛୋଟ ଛେଳି ଛୁଆ

୦.୪

ମା କ୍ଷୀର ଉପରେ ନିର୍ଭର କରୁ ନ ଥିବା ଛୁଆ

୦.୮

ଏକ ବର୍ଷ ବୟସ (ଗୋଠରେ)

୧.୦

ବୟସ୍କ ଛେଳି (ଗୋଠରେ)

୧.୨

ବୟସ୍କ ଛେଳି (ଏକା)

୧.୫

ଗର୍ଭବତୀ ଛେଳି

୧.୮-୨.୦

ବୁଦା (ଏକା)

୩.୦

ବୁଦା (ଗୋଠରେ)

୧.୮-୨.୦

ସୋପାନ -: ଚାଷୀମାନଙ୍କୁ ଗ୍ରାମରେ ଥିବା ଏକ ଆଦର୍ଶ ଛେଳି ଗୁହାଳକୁ ନିଅନ୍ତୁ I ସେମାନଙ୍କୁ ବୁଝାନ୍ତୁ ଏକ ଛେଳି ଗୁହାଳର ଉଚ୍ଚତା ଛ (୬) ଫୁଟ ହେବା ଉଚିତ I ୧୨ ଫୁଟ ଲମ୍ବା ଓ ୧୨ ଫୁଟ ଚଉଡା ଗୁହାଳରେ ଏଗାରଟି ଛେଳି ରହିପାରିବେ I ଚଟାଣ ସିମେଣ୍ଟରେ ପ୍ରସ୍ତୁତ ହେବା ସହ ସାମାନ୍ୟ ଢାଲୁ ହେବା ଉଚିତ ଯାହା ଚଟାଣକୁ ଶୁଖିଲା ରଖିବାରେ ସାହାଯ୍ୟ କରିବ I ଲଢେଇରୁ ନିବୃତ୍ତ କରିବା ପାଇଁ ବୁଦା ଓ ଛେଳିମାନଙ୍କୁ ଅଲଗା ରଖନ୍ତୁ I

ଉପସଂହାର

ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ଏକ ଆଦର୍ଶ ଛେଳି ଗୁହାଳ କିପରି ହେବା ଉଚିତ I ବିଭିନ୍ନ ବୟସର ଛେଳିଙ୍କ ପାଇଁ ଆବଶ୍ୟକ ହେଉଥିବା ଜାଗା ବିଷୟରେ ସେମାନଙ୍କୁ ପଚାରନ୍ତୁ I

ଆଧାର – ପୋର୍ଟାଲ ଟିମ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top