অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁସମ୍ପଦ ଟୁଲ୍ (ଛେଳି ପାଇଁ ଆହାର ପରିଚାଳନା)

ପଶୁସମ୍ପଦ ଟୁଲ୍ (ଛେଳି ପାଇଁ ଆହାର ପରିଚାଳନା)

ଅଧିବେଶନ ୨.୪

ଆହାର ପରିଚାଳନା I

ଉଦ୍ଦେଶ୍ୟ

ଛେଳିଙ୍କ ପାଇଁ ସନ୍ତୁଳିତ ଆହାର ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ମାଧ୍ୟମରେ ସଞ୍ଚାଳନ କରିବେ I ଛେଳିମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ଏକ ନମୁନା ଅଂଶଗ୍ରହଣକାରୀଙ୍କୁ ଦେଖାନ୍ତୁ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଓ ଅନ୍ୟାନ୍ୟ ପ୍ରଗତିଶୀଳ ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ଆହାର ନମୁନା I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ୧୫ ମିନିଟ୍ I

ପୃଷ୍ଠ ଭୁମୀ

ଶରୀର ବୃଦ୍ଧି ପାଇଁ ଖାଦ୍ୟ ଦରକାର I ଏକ ସନ୍ତୁଳିତ ଆହାର ଦରକାର ହେଉଥିବା ସମସ୍ତ ପୁଷ୍ଟି ପ୍ରଦାନ କରିଥାଏ I ଯଦି ଯଥେଷ୍ଟ ସନ୍ତୁଳିତ ଆହାର ମିଳେ ନାହିଁ, ଛେଳି ମାନେ ଦୁର୍ବଳ ହୋଇ ଯାଆନ୍ତି ଏବଂ ଆଶା ଅନୁରୁପ ବୃଦ୍ଧି ହୁଏ ନାହିଁ I କୁପୋଷଣ ଯୋଗୁଁ ଛେଳିମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି I ଏହି ପ୍ରଶିକ୍ଷଣ ଉପକରଣଟି ଛେଳିମାନଙ୍କୁ ସୁସ୍ଥ ତଥା ନୀରୋଗ ରଖିବା ପାଇଁ ସନ୍ତୁଳିତ ଆହାରର ଉପାଦେୟତା ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ସ୍ଥାନୀୟ ଅଞ୍ଚଳରେ ଛେଳିମାନଙ୍କୁ ଦିଆ ଯାଉଥିବା ଆହାର ବିଷୟରେ ଚାଷୀମାନଙ୍କ ସହ ବୌଦ୍ଧିକ ବିଚାର ବିମର୍ଶ କରନ୍ତୁ I ସେମାନଙ୍କୁ ପଚାରନ୍ତୁ କି ଛେଳିମାନଙ୍କୁ ଦିଆ ଯାଉଥିବା ଆହାର ତାଙ୍କର ଶରୀର ବୃଦ୍ଧି ପାଇଁ ଯଥେଷ୍ଟ କି ? ଏଥି ସହିତ ସ୍ଵଳ୍ପାହାର ଯୋଗୁଁ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତୁ I

ସୋପାନ -୨: ଉପଯୁକ୍ତ ଆହାର ପରିଚାଳନାର ଉପାଦେୟତା: ଚାଷୀମାନଙ୍କୁ ବୁଝାନ୍ତୁ କି ସନ୍ତୁଳିତ ଆହାର ଦେଲେ ଛେଳିମାନଙ୍କର ଉତ୍ତମ ବୃଦ୍ଧି ଘଟିଥାଏ Iଏହା ଦ୍ୱାରା ରୋଗର ଆଶଙ୍କା କମ୍ ହେବା ସହ ଅଧିକ ଲାଭପ୍ରଦ ହୋଇଥାଏI

ସୋପାନ -୩ : ଆଦର୍ଶ ଛେଳି ଆହାର : ଛେଳିମାନେ ଖୋଲା ପଡିଆରେ ଚରିବାକୁ ପସନ୍ଦ କରନ୍ତି I ଯଦି ଚରିବାପାଇଁ ଯଥେଷ୍ଟ ଖାଦ୍ୟ ଉପଲବଦ୍ଧ ଥାଏ, ତେବେ ଅତିରିକ୍ତ ଖାଦ୍ୟ ଦେବା ଦରକାର ହୁଏ ନାହିଁ I କିନ୍ତୁ ଗର୍ଭାବସ୍ଥା କିମ୍ବା ଦୁଗ୍ଧ ପ୍ରଦାନ କରୁଥିବା ସମୟରେ ଛେଳିମାନେ ଅଧିକ ଖାଦ୍ୟ ଦରକାର କରନ୍ତି I ଏପ୍ରିଲ ମାସରେ ପ୍ରତ୍ୟେକ ଛେଳିକୁ ପ୍ରତିଦିନ ପ୍ରାୟ ୩୦୦ ରୁ ୫୦୦ ଗ୍ରାମ୍ ପର୍ଯ୍ୟନ୍ତ ଆହାର ଖୁଆଇବା ଦରକାର I ପ୍ରଜନନ ସମୟରେ ବୁଦାକୁ ୪୫୦ ରୁ ୯୦୦ ଗ୍ରାମ୍ ପର୍ଯ୍ୟନ୍ତ ଆହାର ଦେବା ଉଚିତ I ବୁଦାକୁ ଚର୍ବି ଜାତୀୟ ଖାଦ୍ୟ ଦିଅନ୍ତୁ ନାହିଁ I ଛେଳିଙ୍କ ପାଇଁ ଯଥେଷ୍ଟ ତନ୍ତୁଯୁକ୍ତ ଖାଦ୍ୟ ଦେବା ନିଶ୍ଚିତ କରନ୍ତୁ I ଖାଦ୍ୟରେ ଝୁଡଙ୍ଗ ପତ୍ର, ମକା ଗଚ୍ଛ, ଗୁଆଁର ଗଛ, କୋଳଥ ପତ୍ର, ବାଦାମ ଗଛ, କଁଅଳ ଆଖୁ ଗଛର ପତ୍ର ଇତ୍ୟାଦି ଅନର୍ଭୁକ୍ତ କରନ୍ତୁ I ଏହା ସହ, କଦଳୀ, ଲୁସରନ୍, କଦମ୍ବ, ପିପଳ, ପଣସ, ବରକୋଳି ଗଛର ପତ୍ରକୁ ଖାଦ୍ୟ ହିସାବରେ ବ୍ୟବହାର କରାଯାଇ ପାରିବ I ପ୍ରତ୍ୟେକ ପ୍ରସବରୁ ଅଧିକ ଛୁଆ ପାଇବା ପାଇଁ ଯଥେଷ୍ଟ ପରିମାଣରେ ସବୁଜ ଘାସ ଦେବା ଦରକାର I ଖାଦ୍ୟ ସହ, ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଦିଅନ୍ତୁ I

ସୋପାନ -୪: ଆହାର ପ୍ରସ୍ତୁତ କରିବା ପାଇଁ ଦରକାରୀ ଉପାଦାନ: ନିମ୍ନ ଉଲ୍ଲିଖିତ ଟେବୁଲ୍ ଚାଷୀମାନଙ୍କୁ ଦେଖାନ୍ତୁ କାରଣ ଏହା ଆହାର ପ୍ରସ୍ତୁତ କରିବା ପାଇଁ ଦରକାର ହେଉଥିବା ବିଭିନ୍ନ ଉପାଦାନ ଓ ପରିମାଣ ବିଷୟରେ ସେମାନଙ୍କୁ ପରିଚିତ କରାଇବା I

ଖାଦ୍ୟ ଉପାଦାନ

ଛୁଆ

ବୟସ୍କ ଛେଳି

ମକା

୨୨

୩୭

ଡାଲି ଜାତୀୟ ଖାଦ୍ୟ

୨୦

୧୫

ବାଦାମ ତେଲ ପିଡିଆ

୩୫

୨୫

ଚଷୁ/ ଚୋକଡ

୨୦

୨୦

ଖଣିଜ ଲବଣ

୨୫

୨.୫

ଲୁଣ

୦.୫

୦.୫

ଉପସଂହାର

ଅଧିବେଶନର ଶେଷ ଆଡକୁ, କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ ଛେଳି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କ'ଣ ସବୁ ଉପାଦାନ ଦରକାର ହୁଏ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate