অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁସମ୍ପଦ ଟୁଲ୍ (ପକ୍ଷୀ ଶାବକ ପ୍ରତିପାଳନ)

ପଶୁସମ୍ପଦ ଟୁଲ୍ (ପକ୍ଷୀ ଶାବକ ପ୍ରତିପାଳନ)

ଅଧିବେଶନ ୧.୪

ପକ୍ଷୀ ଶାବକ ପ୍ରତିପାଳନ I

ଉଦ୍ଦେଶ୍ୟ

ପକ୍ଷୀଶାବକଙ୍କୁ ବିଭିନ୍ନ ବ୍ୟାଧି ଆକ୍ରମଣରୁ ରକ୍ଷା କରିବା ପାଇଁ ଉପଯୁକ୍ତ ଯତ୍ନ ସହ ପ୍ରତିପୋଷଣ କିପରି କରାଯାଏ, ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ତାପରେ ଚାଷୀମାନଙ୍କୁ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ପକ୍ଷୀ ଶାବକ ପ୍ରତିପୋଷଣ ବିଷୟରେ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I ପ୍ରକଳ୍ପ ଗ୍ରାମଗୁଡିକର ଅନ୍ୟାନ୍ୟ ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ ଏବଂ ଏକ କୁକୁଡା ଫାର୍ମ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଏକ କୁକୁଡା ଫାର୍ମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୪୫ ମିନିଟ୍ I

ଉପକ୍ରମଣିକା

ପକ୍ଷୀ ଶବକଙ୍କ ପ୍ରତିପୋଷଣ ପାଇଁ ବିଶେଷ ଯତ୍ନ ଓ ଧ୍ୟାନ ଦେବା ଦରକାର I କୁକୁଡାଙ୍କ ବୃଦ୍ଧିରେ ପ୍ରଥମ ଚାରି ସପ୍ତାହ ଅତ୍ୟନ୍ତ ସଂକଟପୂର୍ଣ୍ଣ ଏବଂ ଏହି ସମୟରେ ଶାବକମାନଙ୍କୁ ସମ୍ଭାଳିବା ପାଇଁ ଚାଷୀମାନଙ୍କର ସମ୍ପୁର୍ଣ ଜ୍ଞାନ ଥିବା ଦରକାର ।

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: କିଛି ଚାଷୀ ଅଣ୍ଡା ଓ ମାଂସ ପାଇବା ପାଇଁ ନିଜ ଘରେ ଦୁଇ ବା ତିନୋଟି କୁକୁଡା ପାଳନ କରିଥାଆନ୍ତି I କିନ୍ତୁ ଏହାପାଇଁ ଉପଯୁକ୍ତ ଉପକରଣ ବ୍ୟବହାରକରି ସୁବ୍ୟବସ୍ଥିତ ଯତ୍ନ ନେବା ଦରକାର ନାହିଁ I ଆଲୋଚନା ଆରମ୍ଭ କରି ଯେଉଁ ଚାଷୀମାନେ ଏପରି କୁକୁଡା ପାଳନ କରୁଥିବେ ସେମାନଙ୍କୁ ତାଙ୍କର ଅନୁଭୁତି ବର୍ଣନା କରିବାକୁ କୁହନ୍ତୁ I ପରେ ସେମାନଙ୍କୁ ଶାବକ ପ୍ରତିପୋଷଣର ପଦ୍ଧତି ବିଶେଷତଃ ସଠିକ ତାପମାତ୍ରା ନିୟନ୍ତ୍ରଣ ଓ ଆବର୍ଜନା ସଫାକରିବା ବିଷୟରେ କୁହନ୍ତୁ I

ସୋପାନ -: ଶାବକଙ୍କୁ କିପରି ପ୍ରତିପୋଷଣ କରାଯାଏ: ଅଣ୍ଡା ଫୁଟି ଶାବକ ବାହାରିବା ଏକ ସ୍ୱାଭାବିକ ପ୍ରକ୍ରିୟା I ମା କୁକୁଡା ତାହାର ଡ଼େଣା ଭିତରେ ଅଣ୍ଡାକୁ ରଖି ଉଷୁମ କରିବା ପାଇଁ ଆବଶ୍ୟକ ତାପମାତ୍ରା ପ୍ରଦାନ କରିଥାଏ I କିନ୍ତୁ, ଆଜିକାଲି ଏହା କୃତ୍ରିମ ଭାବରେ କରାଯାଉଛି I. ଅଣ୍ଡା ଫୁଟି ଶାବକ ବାହାରିବା ପାଇଁ ତାପମାତ୍ରା ୯୫0 ଫାରେନହାଇଟ୍ ହେବା ଆବଶ୍ୟକ I ପ୍ରତି ସପ୍ତାହରେ ତାପମାତ୍ରାକୁ ୫0 ଫାରେନହାଇଟ୍ କମ୍ କରାଯାଏ, ଯାହା ଚତୁର୍ଥ ସପ୍ତାହ ବେଳକୁ ୮୦0 ଫାରେନହାଇଟ୍ ହୋଇଥାଏ I ଝୁଲନ୍ତା ବ୍ରୁଡର୍ ଗୃହ ଭିତରେ ବିଦ୍ୟୁତ ବଲବ୍ ରଖି ତାପମାତ୍ରାକୁ ନିୟନ୍ତ୍ରଣ କରାଯାଏ I ପ୍ରତ୍ୟେକ ୧୦୦ ଗୋଟି ଶାବକଙ୍କ ପାଇଁ ସଠିକ୍ ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଦୁଇଟି ୧୦୦ ୱାଟ୍ ବିଦ୍ୟୁତ ବଲବ୍ ଦରକାର I ଶାବକଙ୍କ ପାଇଁ ଉଚିତ ବାୟୁ ସଞ୍ଚାଳନ ହେବା ଦରକାର I ଅନ୍ୟଥା, ସେମାନଙ୍କ ବୃଦ୍ଧି ଉପରେ ପ୍ରଭାବ ପଡିବ I କୁକୁଡାଗୃହ ଭିତରେ ୫୫ ରୁ ୬୦ ପ୍ରତିଶତ ଆପେକ୍ଷିକ ଆର୍ଦ୍ରତା ରହିବା ଦରକାର I ଯଦି ଅଧିକ ଆର୍ଦ୍ରତା ରହେ, ତା ହେଲେ ଲିଟର୍ ନ ଶୁଖି ଓଦା ହୋଇ ରହିବ I ଯଦି ଆପେକ୍ଷିକ ଆର୍ଦ୍ରତା କମ୍ ରୁହେ, ଶାବକମାନେ ଶ୍ୱାସଜନିତ ବ୍ୟାଧିରେ ପୀଡିତ ହୋଇ ପାରନ୍ତି I ବଢିଲାବେଳେ ଶାବକମାନେ ଅଧିକ ଜାଗା ଦରକାର କରନ୍ତି I ଯଦି ଜାଗା କମ୍ କରାଯାଏ, ବୃଦ୍ଧି ଉପରେ କୁପ୍ରଭାବ ପଡିବ I ଶାବକମାନଙ୍କୁ ଅପ୍ରତ୍ୟକ୍ଷ ସୁର୍ଯ୍ୟାଲୋକ ପ୍ରଦାନ କରିବା ଦରକାର I କିନ୍ତୁ, ସିଧା ସୁର୍ଯ୍ୟାଲୋକ କ୍ଷତିକାରକ I ଶାବକମାନଙ୍କୁ ଅନ୍ଧାରରେ ବଢାଇ ହେବ ନାହିଁ I ଶାବକ ଯତ୍ନ (ବ୍ରୁଡିଙ୍ଗ୍) ସରିବା ପର୍ଯ୍ୟନ୍ତ, କୋଠାରୀ ଭିତରେ ଗୋଟିଏ ଦିନରେ ଅତି କମରେ ୨୩ ଘଣ୍ଟା ଆଲୋକ ରହୁଥିବା ଦରକାର I ପୋଷ୍ଟର ମାଧ୍ୟମରେ ଏହି ପ୍ରକ୍ରିୟାକୁ ବୁଝାଇସାରିବା ପରେ ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ପ୍ରଦର୍ଶନ କରିବା ଉଚିତI

ସୋପାନ -: ଶାବକଙ୍କ ଅଧିକ ଯତ୍ନ କିପରି ନିଆଯାଏ: ଶାବକମାନଙ୍କୁ ବ୍ରୁଡର୍ ଘର ଭିତରକୁ ଆଣିବା ପୁର୍ବରୁ ଏହାକୁ ସମ୍ପୁର୍ଣ ଭାବେ ପ୍ରସ୍ତୁତ କରିବା ଦରକାର I ପ୍ରଥମେ ଏହାକୁ ସଫା କରନ୍ତୁ ଓ ଲିଟର ଉପରେ ଖବର କାଗଜ ପକାନ୍ତୁ I ଶାବକମାନଙ୍କୁ କୋଠାରୀ ଭିତରେ ରଖିସାରିବା ସାଙ୍ଗେ ସାଙ୍ଗେ ସେମାନଙ୍କୁ ଇଲେକ୍ଟୋରାଲ୍ ପାଣି ପିଆନ୍ତୁ I ଆହାର ଓ ପାଣି ପାତ୍ର ଶାବକମାନଙ୍କ ପାଖରେ ରଖନ୍ତୁ I କାଗଜ ଉପରେ କିଛି ସୁଜି ଆଉ ମକା ଗୁଣ୍ଡ ରଖନ୍ତୁ I ପାଞ୍ଚ ରୁ ସାତ ଦିନ ପରେ, ଶାବକର ଆଖି କିମ୍ବା ନାକ ମାଧ୍ୟମରେ ରାଣୀକ୍ଷେତ ଏଫ୍ ୧ ଦ୍ୱାରା ଟୀକାକାରଣ କରନ୍ତୁ I ବ୍ରୁଡର୍ ଘରର ତାପମାତ୍ରା ୯୫0 ଫାରେନହାଇଟରେ ରଖିବା ଦରକାର I ଦୁଇ ତିନି ଦିନ ଅନ୍ତରାଳରେ ଶାବକ ପରିବେଷ୍ଟନୀକୁ ବ୍ରୁଡର୍ ଘରୁ ଦୂରେଇ ରଖନ୍ତୁ I ଦ୍ୱିତୀୟ ସପ୍ତାହରେ ବ୍ରୁଡର୍ ଘର ତାପମାତ୍ରା ୯୦0 ଫାରେନହାଇଟ୍ ହେବା ଦରକାର I ଖାଦ୍ୟ ପାତ୍ରକୁ ଆହାର ଦ୍ୱାରା ପୂରଣ କରିଦିଅନ୍ତୁ ଏବଂ ଶାବକମାନଙ୍କ ବୟସ ୧୦ ଦିନ ହେବା ପର୍ଯ୍ୟନ୍ତ ଢାଙ୍କୁଣୀ ଲଗାଇ ଦିଅନ୍ତୁ I ତାପରେ ଆହାର ପାତ୍ରର ଦୁଇ ତୃତୀୟାଂଶ ପୁରଣ କରନ୍ତୁ I ଦଶମ ଦିନରେ ଶାବକ ପରିବେଷ୍ଟନୀକୁ ବାହାର କରିଦିଆଯାଏ I ଲିଟରକୁ ପ୍ରତି ଦୁଇ ତିନି ଦିନରେ ଥରେ ଉପର ତଳ କରି ଭଲଭାବରେ ମିଶାଇବା ଦରକାର I ଦୁଇ ତିନି ଦିନ ଅନ୍ତରାଳରେ ଖାଦ୍ୟ ଓ ପାଣି ପାତ୍ରର ସ୍ଥାନ ବଦଳାନ୍ତୁ I ତୃତୀୟ ସପ୍ତାହରେ ଅଧିକ ଆବର୍ଜନା ମିଳାନ୍ତୁ ଯେପରିକି ଏହା ଦୁଇ ଇଞ୍ଚ୍ ମୋଟେଇ ହେବ I ଆହାର ଓ ପାଣି ପାତ୍ରର ଆକାର ବଢ଼େଇବା ଦରକାର I ପରବର୍ତ୍ତୀ ସମୟରେ ଚତୁର୍ଥ ସପ୍ତାହରେ ଆହାର ଓ ପାଣି ପାତ୍ରର ସଂଖ୍ୟା ବଢ଼େଇବା ଦରକାର I ପୁଣି ପଞ୍ଚମ ସପ୍ତାହରେ, ଲିଟର୍ ମୋଟେଇ ତିନି ଇଞ୍ଚ୍ ପର୍ଯ୍ୟନ୍ତ ବଢାଇବା ଦରକାର I ପ୍ରତ୍ୟେକ ୧୦୦ ଫୁଟ ଲିଟର୍ ପାଇଁ ଏକ କିଲୋଗ୍ରାମ୍ ହିସାବରେ ଚୁନ ଗୁଣ୍ଡ ବିଛାନ୍ତୁ I ଛୋଟ ଆଉ ବଡ଼ ଶାବକମାନଙ୍କୁ ଅଲଗା କରିବା ଦରକାର I ବ୍ରୟଲର୍ କୁକୁଡାଙ୍କୁ ପଞ୍ଚମ ଓ ଷଷ୍ଠ ସପ୍ତାହରେ ବିକ୍ରୀ କରି ଦିଆଯାଏ I ଅଷ୍ଟମ ସପ୍ତାହରେ ଅଣ୍ଡା ଦିଆ କୁକୁଡାଙ୍କ ସ୍ଵତନ୍ତ୍ର ଯତ୍ନ ନିଆଯାଏ I

ସୋପାନ -: ଲିଟରର ଅଧିକ ଯତ୍ନ କେମିତି ନିଆଯାଏ : ଲିଟରର ଯତ୍ନ ନେବା ପାଇଁ ନିମ୍ନ ଲିଖିତ ପଦକ୍ଷେପ ଅନୁସରଣ କରିବାକୁ ପଡିବ:

  • ଲିଟର୍ ସବୁବେଳେ ଶୁଖିଲା ରହିବା ଦରକାର I
  • ତିନି ଦିନରେ ଥରେ ଲିଟର୍ କୁ ଉପର ତଳ ଓ ତଳ ଉପର କରି ଓଲଟାନ୍ତୁ I
  • ଲିଟର୍ କୁ କୌଣସି ସମୟରେ ବି ଓଦା ହେବାକୁ ଦିଅନ୍ତୁ ନାହିଁ I
  • ଲିଟର୍ ହାତରୁ ଖସିଲାବେଳେ ଯଦି ଏହା ଗୁଣ୍ଡ ଗୁଣ୍ଡ ହୋଇ ଝଡି ପଡିବ ତାହା ହେଲେ ଏହାକୁ ଭଲ ଲିଟର୍ ଭାବେ ବିଚାର କରାଯିବ I

ଅଧିବେଶନ

ଅଧିବେଶନର ଶେଷ ଆଡକୁ ଏକ ମୁଖର ବା ପ୍ରଗତିଶୀଳ ଚାଷୀଙ୍କୁ (ଯାହାର କୁକୁଡା ଫାର୍ମ ଥିବ) ଶାବକଙ୍କ ପ୍ରତିପୋଷଣ ସମ୍ବନ୍ଧରେ ଅଧିବେଶନ କାର୍ଯ୍ୟବାହୀର ସଂକ୍ଷିପ୍ତ ପୁନରାବୃତ୍ତି କରିବାକୁ କୁହନ୍ତୁ I ଚାଷୀମାନେ ଆରମ୍ଭରେ ଏହି ବ୍ୟବସାୟ ଛୋଟ ଆକାରରେ ଆରମ୍ଭ କରିବା ଉଚିତ ଆଉ ବ୍ୟବସାୟ ପରିଚାଳନା ଅଭିଜ୍ଞତା ହାସଲକରିବା ପରେ ସେମାନେ ତାହାକୁ ବଢାଇ ପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate