অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁସମ୍ପଦ ଟୁଲ୍ (ବାଡି ଅଗଣା କୁକୁଡା ପାଳନ)

ପଶୁସମ୍ପଦ ଟୁଲ୍ (ବାଡି ଅଗଣା କୁକୁଡା ପାଳନ)

ଅଧିବେଶନ ୧.

ବାଡି ଅଗଣା କୁକୁଡା ପାଳନ I

ଉଦ୍ଦେଶ୍ୟ

ବାଡି ଅଗଣା କୁକୁଡା ପାଳନକରିବା ପାଇଁ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ପୋଷ୍ଟର ମାଧ୍ୟମରେ ବାଡି ଅଗଣା କୁକୁଡା ପାଳନକରିବା ପାଇଁ ଚାଷୀମାନଙ୍କୁ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I ଅଗଣା କୁକୁଡା ପାଳନ କରାଯାଉଥିବା ଏକ ସ୍ଥାନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ I

ଉପକ୍ରମଣିକା

ଗ୍ରାମାଞ୍ଚଳରେ ରହୁଥିବା ଗରୀବମାନେ କମ ନିବେଶରେ ପାରିବାରିକ ଆୟକୁ ବଢାଇବା ପାଇଁ ଅଗଣା କୁକୁଡା ପାଳନକୁ ଏକ ଉପଯୁକ୍ତ ବୃତ୍ତି ଭାବରେ ଗ୍ରହଣ କରିପାରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ କେବେ ବି ବାଡି ଅଗଣା କୁକୁଡା ପାଳନ ଦେଖିଛନ୍ତି କି ? ଏଥି ସହିତ ଏହା ମଧ୍ୟ ପଚାରନ୍ତୁ କି ଏହାକୁ ଏକ ଆନୁଷାଙ୍ଗିକ ବୃତ୍ତି ଭାବରେ ଆରମ୍ଭ କରିବା ପାଇଁ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଅଛି କି ? ଯଦି ନାଁ, ତେବେ ଏହି ବିଷୟରେ କେଉଁ ପ୍ରକାର ସୂଚନା ସେମାନଙ୍କ ପାଖରେ ନାହିଁ ଯଦ୍ୱାରା ସେମାନଙ୍କୁ ଉପଯୁକ୍ତ ଦିଗ୍ ଦର୍ଶନ ଦେଇ ବାଡି ଅଗଣା କୁକୁଡା ପାଳନ କରିବା ପାଇଁ ଉତ୍ସାହିତ କରାଯାଇ ପାରିବ I ଏହି ବୃତ୍ତିକୁ କରିବା ପାଇଁ ପ୍ରତ୍ୟେକ ଦିନରେ ଖୁବ କମ ସମୟ ଖର୍ଚ୍ଚ କରିବାକୁ ପଡିଥାଏ I

ସୋପାନ -: ବାଡି ଅଗଣା କୁକୁଡା ପାଳନ କ' ?: ବାଡି ଅଗଣା କୁକୁଡା ପାଳନ ଗ୍ରାମୀଣ ଲୋକଙ୍କ ଦ୍ୱାରା କରାଯାଉଥିବା ଏକ ବହୁ ପ୍ରାଚୀନ ଚଳଣି I ଘର ଅଗଣାରେ ଛୋଟ ଆକାରରେ କୁକୁଡା ପାଳନ କରିବାକୁ ଏହା ବୁଝାଏ I ଏହି ପ୍ରଣାଳୀରେ ପକ୍ଷୀମାନଙ୍କ ଉପରେ ଲାଗାତାର ନଜର ରଖା ଯାଇପାରିବ I ଅନେକ ପରିବାର ଏପରି କୁକୁଡା ପାଳନ ନିଜ ଖାଦ୍ୟ ସକାସେ ଅଣ୍ଡା ଓ ମାଂସ ପାଇବା ପାଇଁ କରନ୍ତି ଆଉ ଅଳ୍ପ କିଛି ପରିବାର ଏହାକୁ ଏକ ବ୍ୟବସାୟିକ ଉଦ୍ୟୋଗ ଭାବରେ ଚଲାନ୍ତି I

ସୋପାନ -: ଅଳ୍ପ ନିବେଶ ବ୍ୟବସାୟ: ଏହି ବ୍ୟବସାୟକୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଦେଶୀୟ ସାମଗ୍ରୀକୁ ବ୍ୟବହାର କରି ଆରମ୍ଭ କରିହେବ I କୌଣସି ବଡ଼ ନିବେଶର ଆବଶ୍ୟକତା ନାହିଁ I କୁକୁଡାଙ୍କ ପାଇଁ ଏକ ଛୋଟ ଘର ମାଟି କାନ୍ଥ ସାହାଯ୍ୟରେ ନିର୍ମାଣ କରିହେବ I ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀ ଯଥା ଟିଣ, ଜିଙ୍କ୍ ପାତ୍ର କିମ୍ବା ବାଉଁଶକୁ ଆହାର ପାତ୍ର ଭାବରେ ବ୍ୟବହାର କରିହେବ I ପକ୍ଷୀମାନଙ୍କୁ ପାଣି ଦେବା ପାଇଁ ମାଟି ହାଣ୍ଡି, ଟିଣ ପାତ୍ର ଇତ୍ୟାଦି ବ୍ୟବହାର କରାଯାଇପାରିବ I ବାଉଁଶ ପେଟି ବା ଡାଲା ଅଣ୍ଡା ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଇପାରିବ I ଯେହେତୁ ଏଥିରେ ଅଧିକ ନିବେଶ ଜଡିତ ନାହିଁ, କୌଣସି ଅଘଟଣରୁ ଅଧିକ ପକ୍ଷୀ ମୃତ୍ୟୁହାର ହେବା ସତ୍ୱେ ପରିବାରର ବହୁତ କିଛି କ୍ଷତି ହେବ ନାହିଁ I ବର୍ଷାଦିନେ ପକ୍ଷୀମାନଙ୍କୁ ବାହାରକୁ ଛଡାଯାଏ ନାହିଁ I ସେମାନଙ୍କୁ ବର୍ଷାବୁନ୍ଦାରୁ ରକ୍ଷାକରିବା ପାଇଁ କୁକୁଡା ଘର ଚାରିପାଖେ ଅଖା ବସ୍ତା ଝୁଲାଇ ରଖିବା ଦରକାର I ପକ୍ଷୀମାନେ ପୋକଯୋକ, ପରିବା ଅପଶିଷ୍ଟ ତଥା ଅଳିଆ ଗଦାରୁ ଖାଦ୍ୟ ଖାଇଥାଆନ୍ତି I ପକ୍ଷୀମାନଙ୍କୁ ଅନ୍ୟାନ୍ୟ ଆହାର ଯଥା ଧାନ ଚଷୁ, ଚାଉଳ କଣିକା, ସଶ୍ୟ, ତେଲ ପିଡିଆ, ଶୁଖିଲା ମାଛ ଓ ହାଡ ଗୁଣ୍ଡ ଇତ୍ୟାଦି ମଧ୍ୟ ଦିଆ ଯିବା ଉଚିତ I ପ୍ରତ୍ୟେକ ପକ୍ଷୀଙ୍କୁ ଦିନକୁ ୫୦ ଗ୍ରାମ୍ ମିଶ୍ରିତ ଆହାର ଦିଆଯିବା ଆବଶ୍ୟକ I

ସୋପାନ -: ଉନ୍ନତ ପ୍ରଜାତି: ଚାଷୀ ମାନେ ସ୍ଥାନୀୟ ପ୍ରଜାତି ଅଗଣାରେ ପାଳନ କରିପାରିବେ, କିନ୍ତୁ ଏହି ସବୁ ପ୍ରଜାତି ଧିରେ ଧିରେ ବଢନ୍ତି ଆଉ କମ ସଂଖ୍ୟକ ଅଣ୍ଡା ଦେଇଥାଆନ୍ତି I ଆଜିକାଲି ଅନେକ ଉନ୍ନତ ପ୍ରଜାତିକୁ ବିକଶିତ କରାଯାଇଛି ଯାହା ଦେଶୀୟ ପକ୍ଷୀ ପରି ଦେଖା ଯାଏ I ଏମାନଙ୍କ ମଧ୍ୟରେ ବନରାଜ, ଗିରିରାଜ, ଗ୍ରାମ ପ୍ରିୟା, ଓୟୁଏଟି ସିନ୍ଥେଟିକ୍, ବ୍ଲାକ୍ ରକ୍ ଇତ୍ୟାଦି ମହତ୍ୱପୂର୍ଣ୍ଣ I ଏହି ପ୍ରଜାତି ସବୁର ସବିଶେଷ ତଥ୍ୟ ତଳେ ଦିଆ ଯାଇଛି:

  1. ବନରାଜ: ଏହା ଅଧିକ ଅଣ୍ଡା ଓ ମାଂସ ଉତ୍ପାଦନ କରିଥାଏ I ବର୍ଷକୁ ଏହା ପ୍ରାୟ ୧୪୦ ରୁ ୧୬୦ ଗୋଟି ଅଣ୍ଡା ପ୍ରଦାନ କରିଥାଏ I ପ୍ରତ୍ୟେକ ଅଣ୍ଡାର ଓଜନ ପ୍ରାୟ ୪୫ ରୁ ୫୫ ଗ୍ରାମ୍ ଭିତରେ ହୋଇଥାଏ I ଚ୍ଛ' ରୁ ସାତ ମାସ ମଧ୍ୟରେ ଏହା ଅଣ୍ଡା ଦେବା ଆରମ୍ଭ କରିଥାଏ I ଏହାର ଶରୀର ଓଜନ ଦୁଇ ମାସ ଭିତରେ ୧.୪ କିଲୋଗ୍ରାମ୍ ହୋଇ ଯାଇଥାଏ I ବୟସ୍କ ପକ୍ଷୀର ଓଜନ ୩.୫ ରୁ ୫ କିଲୋଗ୍ରାମ୍ ଭିତରେ ହୋଇଥାଏ I
  2. ଗିରିରାଜ: ଏହା ବନରାଜ ପରି I ଏହା ଉଭୟ ଅଣ୍ଡା ଓ ମାଂସ ପାଇଁ ପାଳନ କରାଯାଇଥାଏ I ବର୍ଷକୁ ଏହା ପ୍ରାୟ 150 ଗୋଟି ଅଣ୍ଡା ପ୍ରଦାନ କରିଥାଏ I ପୁରୁଷ ପକ୍ଷୀ ୧୦ ରୁ ୧୨ ସପ୍ତାହ ଭିତରେ ବିକ୍ରିଯୋଗ୍ୟ ହୋଇଯାଇଥାଏ I
  3. ବ୍ଲାକ୍ ରକ୍: ଏହା ଏକ ଗାଢ଼ ରଙ୍ଗର ପକ୍ଷୀ I ଏହି ପ୍ରଜାତିର ମୃତ୍ୟୁହାର ଅତି କମ I ଏହାର ଶରୀର ଓଜନ ସାତ ସପ୍ତାହ ଭିତରେ ୧.୪ କିଲୋଗ୍ରାମ୍ ହୋଇ ଯାଇଥାଏI
  4. ଓୟୁଏଟି ସିନ୍ଥେଟିକ୍: ଏହା ମାଂସ ପାଇଁ ଭଲ ପ୍ରଜାତି I ଏହାର ଶରୀର ଓଜନ ପାଞ୍ଚ ସପ୍ତାହ ଭିତରେ ୧.୩ ରୁ ୧.୪ କିଲୋଗ୍ରାମ୍ ହୋଇ ଯାଇଥାଏ I

ସୋପାନ -: ବାଡି ଅଗଣା କୁକୁଡା ପାଳନ ଉଦ୍ୟୋଗର ଉପାଦେୟତା:

  • କମ୍ ପ୍ରାରମ୍ଭିକ ନିବେଶ, କିନ୍ତୁ ଅଧିକ ଆର୍ଥିକ ଲାଭ I
  • ଅତ୍ୟନ୍ତ କମ, ଏପରିକି ଦୁଇ ଗୋଟି କୁକୁଡା ରୁ ଆରମ୍ଭ କରି ବଡ଼ ପକ୍ଷୀଦଳଙ୍କୁ ନେଇ ଗୋଟିଏ ଏକକ ଆରମ୍ଭ କରାଯାଇପାରେ I
  • କୃଷି ଉପ-ଉତ୍ପାଦର ଉତ୍ତମ ଉପଯୋଗ ତଥା ବଳକା ଭୋଜନ ଓ ସଶ୍ୟର ବିନିଯୋଗ ଯୋଗୁଁ ଆହାର ଖର୍ଚ୍ଚ ନଗଣ୍ୟ ହୋଇଥାଏ I
  • ଅଣ୍ଡା ଓ ପକ୍ଷୀମାନଙ୍କୁ ସ୍ଥାନୀୟ ବଜାରରେ ଅଧିକ ଦରରେ ବିକ୍ରୀ କରାଯାଇପାରିବ କାରଣ ଦେଶୀ କୁକୁଡାର ଅଧିକ ଚାହିଦା ଅଛି I
  • ଗ୍ରାହକମାନେ ଉଚ୍ଚ ମାନର ଦେଶୀ କୁକୁଡା ମାଂସ ଓ ଅଣ୍ଡା ପାଇଁ ଅଧିକ ମୁଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି I
  • ପରିବାରର ଶ୍ରମ ବଳର ଉତ୍ତମ ଉପଯୋଗ କରି (ଯେଉଁମାନେ ଅନ୍ୟାନ୍ୟ କୃଷି କାର୍ଯ୍ୟ କରିପାରିବେ ନାହିଁ, ଯଥା ବୃଦ୍ଧ ବା ପିଲାମାନେ ଏହି କାର୍ଯ୍ୟରେ ନିୟୋଜିତ ହୋଇ ପାରିବେ) ପରିବାରର ଆୟକୁ ବଢାଯାଇ ପାରିବ I
  • ବାଡି ଅଗଣା କୁକୁଡା ପାଳନ ଏକ ଏଟିଏମ ମେସିନ (ATM) ପରି କାମ କରେ, କାରଣ ପରିବାରର ଆବଶ୍ୟକତା ଅନୁଯାୟୀ କୁକୁଡା ଓ ଅଣ୍ଡା ନଗଦ ଆକାରରେ ଯେ କୌଣସି ସମୟରେ ଆଉ ଯେ କୌଣସି ସ୍ଥାନରେ ବିକ୍ରୟ କରି ହୁଏ I
  • କୁକୁଡା ମାଂସ ଓ ଅଣ୍ଡାର ମାନ ଜୈବିକ କୃଷି ଯୋଗୁଁ ଉତ୍ତମ ହୋଇଥାଏ କାରଣ ପକ୍ଷୀମାନଙ୍କୁ ଏକ ଚାପ ରହିତ ପରିବେଶ ମଧ୍ୟରେ ପ୍ରାକୃତିକ ଆହାର ଦେଇ ପାଳନ କରାଯାଇଥାଏ I

ଉପସଂହାର

ସିଆରପିମାନେ ବାଡି ଅଗଣା କୁକୁଡା ପାଳନ କରିବା ପାଇଁ ଇଚ୍ଛା କରୁଥିବା ଚାଷୀମାନଙ୍କୁ ପରାମର୍ଶ ଦେବା ଉଚିତ I ଚାଷୀମାନଙ୍କୁ ନିକଟବର୍ତ୍ତୀ ବାଡି ଅଗଣା କୁକୁଡା ପାଳନ କରାଯାଉଥିବା ଜାଗାକୁ ନେଇ ପ୍ରଦର୍ଶନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate