অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଶୁସମ୍ପଦ ଟୁଲ୍ (ରୋଗ ବ୍ୟାଧିର ପରିଚାଳନା)

ପଶୁସମ୍ପଦ ଟୁଲ୍ (ରୋଗ ବ୍ୟାଧିର ପରିଚାଳନା)

ଅଧିବେଶନ ୧.

ରୋଗ ବ୍ୟାଧିର ପରିଚାଳନା I

ଉଦ୍ଦେଶ୍ୟ

ବ୍ୟାଧି ଆକ୍ରମଣ ସମୟରେ କୁକୁଡା ଫାର୍ମର ପରିଚାଳନା ବିଷୟରେ ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦିଆଯିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ତାପରେ ଚାଷୀମାନଙ୍କୁ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ପ୍ରଦର୍ଶନ କରିବେ I

ଅଂଶଗ୍ରହଣକାରୀ

ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ I

ଉପକ୍ରମଣିକା

ଗୃହ ପାଳିତ ପକ୍ଷୀମାନେ ବିଭିନ୍ନ ବ୍ୟାଧି/ରୋଗରେ ପୀଡିତ ହୋଇଥାଆନ୍ତି I ଏହା ଯୋଗୁଁ ସେମାନେ ଦୁର୍ବଳ ହୋଇ ମୃତ୍ୟୁ ବରଣ କରନ୍ତି I ତେଣୁ, ଚାଷୀମାନଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ I ବ୍ୟାଧି ଅନେକ ଅତି ସୂକ୍ଷ୍ମ-ଜୀବାଣୁ ବା ଭୁତାଣୁ ଦ୍ୱାରା ହୋଇଥାଏ I ବ୍ୟାଧି/ରୋଗର ପ୍ରମୁଖ କାରଣ ହେଉଛି ଅସ୍ୱାସ୍ଥ୍ୟକର ରହିବା ସ୍ଥାନ, ସ୍ଵଳ୍ପ ଖାଦ୍ୟ ଓ ଦୂଷିତ ପାଣି I କୁକୁଡା ଚାଷୀମାନେ ଏଥିପାଇଁ ସଜାଗ ରହିବା ଦରକାର I କୁକୁଡା ପାଳନରେ ହେଉଥିବା ବ୍ୟାଧି ଏବଂ ପକ୍ଷୀମାନଙ୍କୁ ସେଥିରୁ ରକ୍ଷା କରିବା ବିଷୟରେ ଏହି ଅଧିବେଶନଟି ଉତ୍ସର୍ଗୀକୃତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭକ ଅଭ୍ୟାସ: ଆଲୋଚନା ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ କି ସେମାନଙ୍କର କୁକୁଡା ପାଳନର କୌଣସି ଅଭିଜ୍ଞତା ଅଛିକି, ଯଦି ହଁ ପଚାରନ୍ତୁ କି ପକ୍ଷୀମାନଙ୍କୁ କେଉଁ ପ୍ରକାର ରୋଗ ଆକ୍ରମଣ କରିଥାଏ I ସେମାନଙ୍କୁ ପଚାରନ୍ତୁ ରୋଗକୁ କିପରି ନିରାକରଣ କରିଥାଆନ୍ତି I ପକ୍ଷୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ତଥା ସେମାନଙ୍କୁ ରୋଗ ବ୍ୟାଧିରୁ ରକ୍ଷା କରିବା ପାଇଁ ଠିକ୍ ସମୟରେ ଟୀକାକାରଣ କରିବା ଉଚିତ I

ସୋପାନ -: ମୁଖ୍ୟ କୁକୁଡା ରୋଗ: କୁକୁଡା/ପକ୍ଷୀମାନଙ୍କୁ ହେଉଥିବା ବିଭିନ୍ନ ମୁଖ୍ୟ ରୋଗ ଏବଂ ତାହା କିପରି ଚିହ୍ନଟ କରାଯାଇ ପାରିବ, ତଳେ ଉଲ୍ଲେଖ କରାଯାଇଛି:

  1. କୁକୁଡା/ପକ୍ଷୀ କଲେରା: ଏହା ମଳ, ଜଳ ଓ ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇଥାଏ I ଆକ୍ରାନ୍ତ ପକ୍ଷୀମାନେ ଡାଇରିଆ ରୋଗରେ ପିଡିତ ହୁଅନ୍ତି I ସେମାନେ ଖାଇବା ଓ ପାଣି ପିଇବା ବନ୍ଦ କରିଦିଅନ୍ତି I କୁକୁଡାର ଚୁଳ ଫୁଲିଯାଇଥାଏ I
  2. ପୁଲୋରମ ରୋଗ : ମୂଷାମାନେ ଏହି ରୋଗାଣୁର ବାହୀତ ହୋଇଥାଆନ୍ତି I ଆକ୍ରାନ୍ତ ପକ୍ଷୀମାନେ ଡାଇରିଆ ରୋଗରେ ପୀଡିତ ହୁଅନ୍ତି I ମଳଦ୍ୱାରରେ ଧଳାରଙ୍ଗର ମଳ ଲାଖି ରହିଥାଏ I ଛୋଟ ଛୁଆମାନେ ଅଧିକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି I
  3. ସାଧାରଣ ଥଣ୍ଡା ଜ୍ୱର: ନାକ ଫୁଲିଯାଇ ସେଥିରୁ ପାଣି ବୋହିବା ଲକ୍ଷ୍ୟ କରାଯାଇଥାଏ I ଆଖି ମଧ୍ୟ ଫୁଲି ଯାଇଥାଏ I ସାଧାରଣତଃ ବୟସ୍କ ପକ୍ଷୀମାନେ ଏହି ରୋଗରେ ପୀଡିତ ହୋଇଥାନ୍ତି I ଅଣ୍ଡା ଉତ୍ପାଦନ କମି ଯାଇଥାଏ I
  4. ପକ୍ଷୀ ବସନ୍ତ: ଏହା ଏକ ଭୂତାଣୁ ଜନିତ ରୋଗ I ଏହା ସବୁ ବୟସର ପକ୍ଷୀଙ୍କୁ ଆକ୍ରାନ୍ତ କରିଥାଏ I ଏହା ମୁଖ୍ୟତଃ ଗ୍ରୀଷ୍ମଋତୁରେ ଦେଖା ଦେଇଥାଏ I ପ୍ରଥମେ ଛୋଟ ଛୋଟ ବଥ ମୁହଁ, ଚୂଳ ଓ ଗୋଡରେ ଦେଖାଯାଏ ଯାହା ପରେ ଭାତୁଡ଼ିରେ ପରିବର୍ତ୍ତିତ ହୋଇଯାଏ I
  5. ରାଣୀକ୍ଷେତ ରୋଗ: ଏହା ଏକ ଭୂତାଣୁ ଜନିତ ରୋଗ I ଏହି ରୋଗ ଯୋଗୁଁ, ପକ୍ଷୀମାନେ ଛିଙ୍କନ୍ତି ଓ ନିସ୍ତେଜ ହୋଇଯାଆନ୍ତି I ପକ୍ଷୀମାନେ ନିଷ୍କ୍ରିୟ ହୋଇଯାଆନ୍ତି ଓ ଲକ୍ଷଣ ଦେଖାଦେବାର ୧୨ ରୁ ୨୪ ଘଣ୍ଟା ମଧ୍ୟରେ ପକ୍ଷୀମାନଙ୍କର ମୃତ୍ୟୁ ଘଟିଥାଏ I ଏହା ଅତି ଶୀଘ୍ର ଅନ୍ୟ ପକ୍ଷୀମାନଙ୍କୁ ବ୍ୟାପିଥାଏ I
  6. ପକ୍ଷୀ ଫ୍ଲୁ ବା ପକ୍ଷୀ ପ୍ଲେଗ୍: ଏହା ଏଚ୍୫ନ୍୧ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ I ସଂକ୍ରମିତ ପକ୍ଷୀ ଖାଦ୍ୟ ଖାଆନ୍ତି ନାହିଁ I ଡେଣା ଶୁଖିଲା ହୋଇଯାଏ I ପକ୍ଷୀମାନେ ତୃଶାର୍ତ୍ତ ହୋଇ ଯାଆନ୍ତି I ବୟସ୍କ ପକ୍ଷୀଙ୍କ ଚୂଳ ଓ ଆଖି ଫୁଲିଯାଏ I ବେଳେ ବେଳେ ସବୁଜ ରଙ୍ଗର ଡାଇରିଆ ହୋଇଥାଏ I ଅଣ୍ଡା ଖୋଳପା ଶୂନ୍ୟ ହୋଇଯାଏ I ଆକ୍ରାନ୍ତ ପକ୍ଷୀମାନେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ମୃତ୍ୟୁ ବରଣ କରନ୍ତି I
  7. ମ୍ୟାରେକ୍ସ ରୋଗ: ଏହା ଏକ ଭୂତାଣୁ ଜନିତ ରୋଗ I ସଂକ୍ରମିତ ପକ୍ଷୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୁଏ I ପକ୍ଷୀମାନେ ନିସ୍ତେଜ ହୋଇଯାଆନ୍ତି I ଗୋଡରେ ପକ୍ଷଘାତ ହୋଇଥାଏ I
  8. ଗୁମ୍ବୋରୋ ରୋଗ: ଶରୀରର ତାପମାତ୍ରା ବଢ଼ିଯାଏ I ପକ୍ଷୀମାନେ ଆଖି ବନ୍ଦ କରିଦେଇ ନିସ୍ତେଜ ହୋଇ ଯାଆନ୍ତି I କୁଙ୍କୁରି ଯିବା ସହ ଧଳା ଡାଇରିଆ ହୋଇଥାଏ I
  9. କୋକ୍ସିଡିଓସିସ: ଏହା ଏକୋକୋଶୀ ଅଣୁଜୀବ (ପ୍ରୋଟୋଜ଼ୋଆ) ଦ୍ୱାରା ସଂକ୍ରମିତ ହୋଇଥାଏ I ଶରୀର ରକ୍ତହୀନତା ଯୋଗୁଁ ଶେଥା ଦେଖାଯାଏ I ରକ୍ତ ଡିସେଣ୍ଟ୍ରି ହେବା ସହ ଓଜନ ହାନୀ ହୋଇଥାଏ I

ଉପରୋକ୍ତ ରୋଗ ସହିତ ଆହୁରି ଅନେକ ରୋଗ କୁକୁଡାମାନଙ୍କ ମଧ୍ୟରେ ଦେଖାଯାଏ I ସ୍ଵIଳ୍ପାହାର ଯୋଗୁଁ ମଧ୍ୟ ଅନେକ ରୋଗର ଲକ୍ଷଣ ଦେଖାଯାଏ I ରୋଗହେଲେ, ପଶୁ ଡାକ୍ତରଙ୍କୁ ପରାମର୍ଶ କରିବା ଦରକାର I ରୋଗ ନିବାରଣ ପାଇଁ କୁକୁଡା ଘର, ଆହାର ଓ ପାଣି ପରିଷ୍କାର ରହିବା ଉଚିତ I ପ୍ରତିଷେଧକ ପାଇଁ ଟୀକାକରଣ କରିବା ଆବଶ୍ୟକ I

ସୋପାନ -: ଟୀକାକରଣ ସାରଣୀ: ଚାଷୀମାନଙ୍କୁ ବ୍ରୟଲର୍ ଓ ଲେୟର୍ କୁକୁଡାଙ୍କର ଟୀକାକରଣ ସାରଣୀ ବିଷୟରେ ଉପଦେଶ ଦିଆଯିବା ଉଚିତ ଏବଂ ନିମ୍ନ ପ୍ରଦତ୍ତ ଚାର୍ଟକୁ ବ୍ୟବହାର କରି ସେମାନେ ପ୍ରତିଷେଧକ ପଦକ୍ଷେପ ଭାବରେ ପକ୍ଷୀମାନଙ୍କର ଟୀକାକରଣ କରିପାରିବେ I

  • ବ୍ରୟଲର୍ କୁକୁଡାଙ୍କର ଟୀକାକରଣ ସାରଣୀ: ଟୀକାକରଣ ସାରଣୀ ତଳେ ଚାର୍ଟରେ ଦିଆ ଯାଇଛି:

ବୟସ

ଟୀକାର ନାମ

ଟୀକା ଦେବାର ଉପାୟ

ପ୍ରଥମ ଦିନ

ମ୍ୟାରେକ୍ସ ରୋଗର ଟୀକା

ବେକର ଚର୍ମ ତଳେ ଇନଞ୍ଜେକ୍ସନ୍

୫-୭ ଦିନ

ରାଣୀକ୍ଷେତ ଏଫ୍ ଟୀକା or ରାଣୀକ୍ଷେତ ଲାସୋଟା ଟୀକା

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା

୧୪-୧୮ ଦିନ

ଗୁମ୍ବୋରୋ ରୋଗର ଟୀକା

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା

୨୧-୨୩ ଦିନ

ରାଣୀକ୍ଷେତ ଏଫ୍ ଟୀକା or ରାଣୀକ୍ଷେତ ଲାସୋଟା ଟୀକା (ବୁଷ୍ଟର ଟୀକା)

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା

୩୦-୩୫ ଦିନ

ଗୁମ୍ବୋରୋ ରୋଗର ଟୀକା (ବୁଷ୍ଟର ଟୀକା)

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା/ ପିଇବା ପାଣିରେ

  • ଲେୟର୍ କୁକୁଡାଙ୍କର ଟୀକାକରଣ ସାରଣୀ: ଟୀକାକରଣ ସାରଣୀ ତଳେ ଚାର୍ଟରେ ଦିଆ ଯାଇଛି:

ବୟସ

ଟୀକାର ନାମ

ଟୀକା ଦେବାର ଉପାୟ

ପ୍ରଥମ ଦିନ

ମ୍ୟାରେକ୍ସ ରୋଗର ଟୀକା

ବେକର ଚର୍ମ ତଳେ ଇନଞ୍ଜେକ୍ସନ୍

୫-୭ ଦିନ

ରାଣୀକ୍ଷେତ ଏଫ୍ ଟୀକା or ରାଣୀକ୍ଷେତ ଲାସୋଟା ଟୀକା

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା

୧୪-୧୮ ଦିନ

ଗୁମ୍ବୋରୋ ରୋଗର ଟୀକା

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା

୨୧-୨୩ ଦିନ

ରାଣୀକ୍ଷେତ ଏଫ୍ ଟୀକା or ରାଣୀକ୍ଷେତ ଲାସୋଟା ଟୀକା (ବୁଷ୍ଟର ଟୀକା)

ଆଖି କିମ୍ବା ନାକ ପୁଡାରେ ଡ୍ରପର ଦ୍ୱାରା

୨୧– ୨୮ ଦିନ

ଆଇବି ଟୀକା (ଯଦି ଫାର୍ମରେ ଏହି ରୋଗ ଅଛି)

ଆଖିରେ

୩୦-୩୫ ଦିନ

ଗୁମ୍ବୋରୋ ରୋଗର ଟୀକା (ବୁଷ୍ଟର ଟୀକା)

ଆଖିରେ/ ପିଇବା ପାଣିରେ

୪୨-୪୯ ଦିନ

କୁକୁଡା ବସନ୍ତ ରୋଗର ଟୀକା

୦.୨ ମି.ଲି. ଆନ୍ତ୍ର-ମାଂସପେଶୀୟ (ଡେଣାର ଚର୍ମ ତଳେ)

୫୬-୭୫ ଦିନ

ଆର୨ବି ଟୀକା

୦.୨ ମି.ଲି. ଆନ୍ତ୍ର-ମାଂସପେଶୀୟ (ଡେଣାର ଚର୍ମ ତଳେ)

୧୯-୨୦ ସପ୍ତାହ

ଆର୨ବି ସହ ଆଇବିଡି ଟୀକା

ପିଇବା ପାଣିରେ

୩୫-୪୦ ସପ୍ତାହ

ଆର୨ବି ସହ ଆଇବିଡି ଟୀକା

ପିଇବା ପାଣିରେ

ସୋପାନ -: ବ୍ୟାଧି ପରିଚାଳନାର ଉପାଦେୟତା: ଯଦି ପକ୍ଷୀମାନଙ୍କୁ ରୋଗରୁ ସୁରକ୍ଷିତ କରି ସୁସ୍ଥ ରଖିହେବ, ସେମାନଙ୍କ ବୃଦ୍ଧିକୁ ନିଶ୍ଚିତ କରାଯାଇପାରିବ I ସମୟାନୁସାରେ ଟୀକାକରଣ କରିବାଦ୍ୱାରା ସମସ୍ତ ପକ୍ଷୀଙ୍କୁ ରୋଗ ସଂକ୍ରମଣରୁ ରକ୍ଷା କରାଯାଇପାରିବ I ରୋଗମୁକ୍ତ ପକ୍ଷୀମାନଙ୍କଠାରୁ ଅଣ୍ଡା ଓ ମାଂସ ଉତ୍ପାଦନ ମଧ୍ୟ ଅଧିକ ହୋଇଥାଏ I

ଉପସଂହାର

ଚାଷୀମାନଙ୍କୁ କହିବା ଦରକାର ଯେ କୌଣସି ରୋଗ ଆକ୍ରମଣ ହେଲେ ସାଙ୍ଗେ ସାଙ୍ଗେ ସଂକ୍ରମିତ ପକ୍ଷୀଙ୍କୁ ଅଲଗା କରି ପଶୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ I ଡେରି କଲେ ରୋଗ ଅନ୍ୟ ପକ୍ଷୀଙ୍କୁ ମଧ୍ୟ ବ୍ୟାପିଯିବ I ଯେତେବେଳେ ସେମାନେ କୌଣସି ପକ୍ଷୀକୁ ଯେ କୌଣସି ପ୍ରକାର ରୋଗରେ ଆକ୍ରାନ୍ତ ହେବାର ଦେଖିବେ, ସାଙ୍ଗେ ସାଙ୍ଗେ ଏହାକୁ ଅନ୍ୟ ପକ୍ଷୀମାନଙ୍କ ଠାରୁ ଅଲଗା କରିବା ଉଚିତ I ଏହି ଅଧିବେଶନରେ ଆଲୋଚନା କରାଯାଇଥିବା ଟୀକା ସବୁ ରୋଗ ପ୍ରତିଷେଧକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ଯାହାକୁ ଚାଷୀମାନେ ପକ୍ଷୀଙ୍କ ବୃଦ୍ଧିକୁ ବିଚାରକୁ ନେଇ ଅତି ସାବଧାନତାର ସହ ଅନୁସରଣ କରିବା ଉଚିତ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate