অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୋଷଣ ଟୁଲ୍

ଉପକ୍ରମଣିକା

କୁପୋଷଣ କିମ୍ବା ଅବାଂଛନୀୟ ଶାରୀରିକ କିମ୍ବା ରୋଗ ଅବସ୍ଥା ଅତି କମ କିମ୍ବା ଅତି ବେଶୀ ଖାଦ୍ୟ ଖାଇବା କିମ୍ବା ଅସନ୍ତୁଳିତ ଆହାର ଖାଇବା ଦ୍ୱାରା ହୋଇଥାଏ ଯେଉଁଥିରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପୌଷ୍ଟିକତା ନ ଥାଏ I କୁପୋଷଣର ପ୍ରମୁଖ କାରଣ ହେଉଛି କମ ଆହାର ଏବଂ ରୋଗ, ବିଶେଷତଃ ସଂକ୍ରମଣ I ଏହା ସ୍ପଷ୍ଟ ଯେ ଶରୀରରକୁ ପୋଷିତ କରି ରଖିବା, କାମ ଓ ଅବସର ଏବଂ ପିଲାମାନଙ୍କ ବିକାଶ ପାଇଁ ବର୍ଷସାରା ଉତ୍ତମ ମାନର ଏବଂ ସୁରକ୍ଷିତ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ I ସେହିପରି, ଜଣେବ୍ୟକ୍ତି ଖାଦ୍ୟ ଏବଂ ପୋଷକତତ୍ତ୍ୱ ସବୁକୁ ହଜମ ତଥା ଅବଶୋଷଣ କରିବା ପାଇଁ ସମର୍ଥ ହେଉଥିବା ଦରକାର I ଖରାପ ଆହାର ଏବଂ ରୋଗ ବ୍ୟାଧିର ପ୍ରମୁଖ କାରଣ ହେଉଛି ପରିବାରରେ କମ ଖାଦ୍ୟ ନିରାପତ୍ତା, ଅନୁଚିତ ଯତ୍ନ ଓ ଖାଇବା ଅଭ୍ୟାସ ଏବଂ ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା I ପ୍ରତ୍ୟେକ ଗ୍ରାମ୍ୟ ସମୁଦାୟ ଓ ସମାଜର କିଛି ପ୍ରାକୃତିକ କିମ୍ବା ମାନବ ସଂସାଧନ ତଥା ଉତ୍ପାଦନକରିବା ପାଇଁ କିଛି କ୍ଷମତା ରହିଥାଏ I ଖାଦ୍ୟ ଉତ୍ପାଦନର ପରିମାଣ ଏବଂ ଏହାର ଖାଇବାକୁ ଅନେକ ଗୁଡିଏ କାରଣ ପ୍ରଭାବ କରିଥାଏ I କୁପୋଷଣ ଏକ ସ୍ୱାସ୍ଥ୍ୟଜନିତ ସମସ୍ୟା ଭାବରେ ପ୍ରକଟିତ ହୋଇପାରେ ଯାହାର କିଛି ଉତ୍ତର ଡାକ୍ତର ଦେଇପାରିବେ, କିନ୍ତୁ ସେମାନେ ଏକା କୁପୋଷଣ ସମସ୍ୟାର ସମାଧାନ କରିପାରିବେ ନାହିଁ I ସଠିକ ପ୍ରକାର ଏବଂ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଉତ୍ପାଦନ କରିବା ପାଇଁ କୃଷକ ଏବଂ କୃଷି ବିଶେଷଜ୍ଞ ନିଶ୍ଚିତ କରିବା ଦରକାର I ଲୋକମାନଙ୍କୁ, ବିଶେଷତଃ ମହିଳାମାନଙ୍କ ମଧ୍ୟରେ ଉତ୍ତମ ପୋଷଣ ସୁନିଶ୍ଚିତ କରିବା ପାଇଁ ଉଭୟ ଔପଚାରିକ ଏବଂ ଅନୌପଚାରିକ ଶିକ୍ଷକମାନେ ସେମାନଙ୍କୁ ସାହାଯ୍ୟ କରିବା ଦରକାର I କୁପୋଷଣକୁ ମୁକାବିଲା ପାଇଁ ଅର୍ଥନୀତି, ସାମାଜିକ ବିକାଶ, ରାଜନୀତି, ସରକାର, ଶ୍ରମିକ ଆନ୍ଦୋଳନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ଯୋଗଦାନ ଆବଶ୍ୟକ I ବିଶ୍ୱର ସବୁ ପ୍ରାନ୍ତରେ ନିଜ ପରିବାରର ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ସହ ତଥା ବିକାଶରେ ଯୋଗଦାନ କରୁଥିବା କ୍ଷୁଦ୍ର ମହିଳା ଚାଷୀମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକାରୁ କେୟାରର ପାଥୱେଜ୍ ପ୍ରକଳ୍ପ ପ୍ରେରିତ ହେବାସହ ଏହା ଉପରେ ଅଧିକ କାମ କରୁଅଛି I ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷୁଦ୍ର ମହିଳା ଚାଷୀମାନଙ୍କର ସଶକ୍ତିକରଣକୁ ଅଭିନନ୍ଦନ କରିବା ଯେଉଁମାନେ ନିଜ ପରିବାର ଏବଂ ସମୁଦାୟ ପାଇଁ ଚିରନ୍ତନ ଜୀବିକା ତଥା ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଗଦାନ ଦେଇଛନ୍ତି I ମହିଳାମାନଙ୍କ ମଧ୍ୟରେ ନେତୃତ୍ୱକୁ ପ୍ରୋତ୍ସାହିତ କରି ଲାଭାଦାୟକ ଉତ୍ପାଦିକା ଭାବେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ସଘନ, ଚିରନ୍ତନ କୃଷିକାର୍ଯ୍ୟରେ ସମ୍ମିଳିତ କରିପାରିଲେ ଏହି ଦୂରଦର୍ଶୀତାର ସଫଳ ରୂପାୟନ ହୋଇପାରିବ I

କେୟାର ଇଣ୍ଡିଆର ପାଥୱେଜ୍ କାର୍ଯ୍ୟକ୍ରମ ଏକ ଅଧ୍ୟୟନ କରିଅଛି ଯାହା ପାଥୱେଜ୍ ଇଣ୍ଡିଆକୁ ଏହାର କାର୍ଯ୍ୟକ୍ରମ ଭିତରେ ପୋଷଣ ସାକ୍ଷରତା ଏବଂ ଖାଦ୍ୟ ଓ ପୁଷ୍ଟି ସୁରକ୍ଷାକୁ ଅନ୍ତର୍ଭୁକ୍ତ କରିବାପାଇଁ ରଣ କୌଶଳ ପ୍ରସ୍ତୁତ କରିବାକୁ ନିମ୍ନ ଉଲ୍ଲିଖିତ ଦିଗ ଉପରେ ଧ୍ୟାନ ଦେବାରେ ସାହାଯ୍ୟ କରିବ:

  • ପୌଷ୍ଟିକତା ଦୃଷ୍ଟିକୋଣରୁ, ସମୂଦାୟ ପାଖରେ, ବିଶେଷତଃ ମହିଳାମାନଙ୍କ ପାଖରେ ବର୍ତ୍ତମାନ କେଉଁ ସବୁ ଜ୍ଞାନ, ସଚେତନତା ଏବଂ କୌଶଳସବୁ ଅଛି ?
  • ବର୍ଷର କେଉଁ ସମୟରେ କେଉଁ ପ୍ରକାର ଖାଦ୍ୟ ଉପଲବ୍ଧ ହୋଇଥାଏ ? ଉପଲବ୍ଧ ଖାଦ୍ୟର କିପରି ଭାବରେ ବ୍ୟବହାର କରାଯାଏ ଏବଂ ଏହାର ଉପଯୋଗିତା କ'ଣ?
  • ମହିଳା ଓ ସେମାନଙ୍କ ପରିବାରର ପୋଷଣକୁ ସୁନିଶ୍ଚିତ କରିବା ପାଇଁ ସେମାନେ କ'ଣ ସବୁ ରଣ କୌଶଳ ଆଦୃତ କରିଥାଆନ୍ତି ? ଖାଦ୍ୟର ସଙ୍କଟପୂର୍ଣ୍ଣ ପରିସ୍ଥିତି ସମୟରେ ପରିବାରସବୁ ଏହି କୌଶଳକୁ କିପରି ଭାବରେ ପରିବର୍ତ୍ତନ କରି ନିଜକୁ ଖାପ ଖୁଆଇ ଥାଆନ୍ତି ?
  • ପ୍ରଚଳିତ ସାଂସ୍କୃତିକ ଚଳଣୀ ଓ ଆଦର୍ଶ ପୋଷଣକୁ କିପରି ଭାବେ ପ୍ରଭାବିତ କରିଥାଏ ? ପରିବାରରେ ପୋଷଣ ସମ୍ବନ୍ଧୀୟ ନିଷ୍ପତ୍ତି କିପରି ନିଆଯାଇଥାଏ?
  • ପୋଷଣ ସମ୍ବନ୍ଧୀୟ ସମସ୍ୟାକୁ ସମ୍ବୋଧିତ କରିବା ପାଇଁ ସମୂଦାୟ ଏବଂ ଜିଲ୍ଲା ସ୍ତରରେ କେଉଁ ପ୍ରକାର ସଂଗଠନ ଅଛି ? ଏହା ସବୁ କାମ କରୁଅଛି କି ଏବଂ ଏହା କେତେଦୂର ପ୍ରଭାବୀ ?
  • ପରିବାର ଏବଂ ସମୂଦାୟ ସ୍ତରରେ ପୋଷଣକୁ ଲୈଙ୍ଗିକତା କିପରି ପ୍ରଭାବିତ କରିଥାଏ ?
  • ପ୍ରଚଳିତ ଗର୍ଭ ପରୀକ୍ଷା ଅଭ୍ୟାସ (ଆଇଫଏ ବଟିକା ଖାଇବା) ଏବଂ ଉତ୍ତମ ଅଭ୍ୟାସ ଆଦୃତ କରିବାରେ ମହିଳା ତଥା ସେମାନଙ୍କ ପରିବାର ସମ୍ମୁଖିନ କରୁଥିବା ଆହ୍ୱାନ I
  • ପରିବାରର ପୋଷଣତାରେ ଉନ୍ନତି ଆଣିବା ପାଇଁ ମହିଳାଙ୍କ ସଂସ୍ଥା, ପ୍ରଚଳିତ ସମ୍ପର୍କ ଏବଂ ଗଠନରେ କେଉଁ ପ୍ରକାର ପରିବର୍ତ୍ତନ କରାଯିବା ଦରକାର ? ପାଥୱେଜ୍ ବର୍ତ୍ତମାନ ଭାରତରେ କରୁଥିବା କାର୍ଯ୍ୟକ୍ରମସବୁ ମଧ୍ୟରେ ଏହି କୌଶଳର ସମ୍ମିଳନ ଓ ସମନ୍ୟୁୟ ବିନ୍ଦୁ ସବୁ କ'ଣ ?

ମଡ୍ୟୂଲ୍ ଏବଂ ଅଧିବେଶନ

ଏହି ପୋଷଣ ପ୍ରଶିକ୍ଷଣ ଟୁଲକୁ ଚାରିଗୋଟି ମୁଖ୍ୟ ମଡ୍ୟୂଲରେ ବିଭକ୍ତ କରାଯାଇଅଛି, ଯଥା (୧) ପୋଷଣ ବିଷୟରେ ସଚେତନ କରିବା, (୨) ସୁସ୍ଥ ଖାଦ୍ୟ ଥାଳୀ, (୩) ଖାଦ୍ୟ ଶ୍ରେଣୀ ଓ ପୌଷ୍ଟିକତା ଏବଂ (୪) ପାକଶାଳା ବଗିଚା I ସଞ୍ଚାଳିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଅଧିବେଶନ ଚାଷୀମାନଙ୍କୁ ସନ୍ତୁଳିତ ଆହାରର ଉପାଦେୟତା ସମ୍ପର୍କରେ ଜ୍ଞାନ ସଞ୍ଚାରଣ କରିବା ସହ ନିଜ ନିଜର ବାଡିରେ ପାକଶାଳା ବଗିଚା ବଢେଇବା ପାଇଁ ଶିକ୍ଷା ଦାନ କରିବ I ସିଆରପିମାନେ ଏହି ଅଧିବେଶନକୁ କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ପଦ୍ଧତିକୁ ଆଦୃତ କରି ଗ୍ରାମରେ ସାପ୍ତାହିକ କିମ୍ବା ଦ୍ୱି-ସାପ୍ତାହିକ ସଭା ମାଧ୍ୟମରେ ସଞ୍ଚାଳନ କରିବେ I

ଅଧିବେଶନର ସଂରଚନା

ଏହି ଟୁଲ୍ କିଟ୍ ରେ ବ୍ୟବହାର କରାଯାଇଥିବା ସଂରଚନା ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ କିପରି ପ୍ରଦାନ କରିବେ ତାହାର ବର୍ଣ୍ଣନା ନିମ୍ନରେ ପ୍ରଦତ୍ତ ହୋଇଛି I ଏହା ଅଧିବେଶନର ସଂରଚନା ବିଷୟରେ ସିଆରପିମାନଙ୍କୁ ଏକ ବୋଧତା ଦେବା ସହ ଅଂଶଗ୍ରହଣକାରୀଙ୍କୁ ଏହା ପ୍ରଦାନ କରାଯିବା ପାଇଁ କିପରି ବ୍ୟବହାର କରାଯିବ, ସେ ବିଷୟରେ ସୁଚନା ଦେବ I

ପ୍ରତ୍ୟେକ ଅଧିବେଶନର ସଂରଚନା ବ୍ୟାଖ୍ୟାତ୍ମକ ଟିପ୍ପଣୀ

ପ୍ରତ୍ୟେକ ଅଧିବେଶନ ଆରମ୍ଭରେ ଦିଆଯାଇଥିବା ନିମ୍ନ ପ୍ରଦତ୍ତ ବିବରଣ ସିଆରପିମାନଙ୍କୁ ଅଂଶଗ୍ରହଣକାରୀଙ୍କସହ ସଭା ଆୟୋଜନ କରିବା ପାଇଁ ପ୍ରାରମ୍ଭିକ ଆୟୋଜନ କରିବାରେ ସାହାଯ୍ୟ କରିବ (ଯଥା ତାରିଖ ସ୍ଥିରୀକରଣ, ଦରକାରୀ ସରଞ୍ଜାମ ପ୍ରବନ୍ଧକରିବା ଇତ୍ୟାଦି) I

ମଡ୍ୟୂଲ

ଚାଷୀଙ୍କ ଦିଗଦର୍ଶନ ପାଇଁ କରିବାକୁ ଥିବା କାର୍ଯ୍ୟକଳାପ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଛି I (ଯଥା, ପୁଷ୍ଟି ସମ୍ବନ୍ଧରେ ସଚେତନତା, ପାକଶାଳା ବଗିଚା ଇତ୍ୟାଦି) I

ଅଧିବେଶନର ଶୀର୍ଷକ

ଚାଷୀମାନଙ୍କୁ ଦିଗ୍ ଦର୍ଶନ ଦେବା ପାଇଁ କାର୍ଯ୍ୟକ୍ରମ ବିଷୟରେ ଏଠାରେ ଉଲ୍ଲେଖ କରାଯାଇଅଛି I

ଉଦ୍ଦେଶ୍ୟ

ଏହି ଉଦ୍ଦେଶ୍ୟ ଅଧିବେଶନ ପରିଚାଳନା କରିବାର ଅନ୍ତିମ ଲକ୍ଷ୍ୟକୁ ବାଖ୍ୟା କରିଥାଏ, ଯଥା ସମୁହ (ଦଳ)ର ସୁବିଧା ପାଇଁ କ'ଣ ସବୁ କାର୍ଯ୍ୟକ୍ରମ କରାଯାଇଛି I

ପଦ୍ଧତି

କାର୍ଯ୍ୟପଦ୍ଧତି ସିଆରପିମାନଙ୍କ ଦ୍ୱାରା ଅଧିବେଶନ ପରିଚାଳିତ କରିବାର ଧାରାକୁ ବ୍ୟାଖ୍ୟା କରିଥାଏ I ସାମାନ୍ୟତଃ, ଏହା ଦୁଇଟି ଭାଗକୁ ନେଇ ଗଠିତ, ଅର୍ଥାତ୍ ପ୍ରଦର୍ଶନ ସହିତ ବ୍ୟାଖ୍ୟାନ I କାର୍ଯ୍ୟର ସୈଦ୍ଧାନ୍ତିକ ଭାଗ ବ୍ୟଖ୍ୟାନ ଦ୍ୱାରା ସମାହିତ ହୁଏ ଆଉ ପ୍ରକୃତ କାର୍ଯ୍ୟଟି କ୍ଷେତ୍ର ପ୍ରଦର୍ଶନ ସମୟରେ ନିର୍ବାହ କରାଯାଏ I

ଅଂଶଗ୍ରହଣକାରୀ

କାହାପାଇଁ ଏହି ଅଧିବେଶନଟି ପ୍ରଯୁଜ୍ୟ, ଏହା ସୂଚିତ କରେ I ସଦା ସର୍ବଦା ଏହା ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଅଧିବେଶନର ଶୀର୍ଷକ ଭିତ୍ତିରେ ବେଳେ ବେଳେ ପୁରୁଷ ମାନଙ୍କୁ ତଥା ଗ୍ରାମର ଅନ୍ୟାନ୍ୟ ସମୂଦାୟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇ ପାରିବ

ସଭା ସ୍ଥାନ

ଅଧିବେଶନ ଆୟୋଜନ କରାଯାଉଥିବା ସ୍ଥାନକୁ ଏଠାରେ ଉଲ୍ଲେଖ କରାଯାଇଛି I ଏହା ଗ୍ରାମର ମଧ୍ୟସ୍ଥ କୌଣସି ଜାଗା ହେବା ଦରକାର ଯେପରିକି କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ପଞ୍ଚାୟତ ଭବନ I

ଦରକାରୀ ସରଞ୍ଚାମ

ଅଧିବେଶନ ସଞ୍ଚାଳନ ପାଇଁ ସିଆରପିମାନଙ୍କ ଦ୍ୱାରା ଆବଶ୍ୟକ ହେଉଥିବା ସାମଗ୍ରୀ ସବୁକୁ ଏଠାରେ ଦିଆଯାଇଛି I ଏହା ଭିତରେ ପୋଷ୍ଟର, ଖେଳ କାର୍ଡ଼, ଚାର୍ଟ୍ କାଗଜ, କଲମ ଇତ୍ୟାଦି ଅନ୍ତର୍ଭୁକ୍ତ I ଯେଉଁ ଅଧିବେଶନରେ ପ୍ରଦର୍ଶନ ଅନ୍ତର୍ଭୁକ୍ତ କରାଯାଇଥିବ, ଶ୍ରେଣୀ କକ୍ଷ ଅଧିବେଶନ ପରେ ଚାଷୀମାନେ ଯେଉଁ ଜମି ବା ସ୍ଥାନରେ ଏକତ୍ରୀତ ତାହାକୁ ସିଆରପି ଆଗରୁ ସ୍ଥିର କରିବା ଦରକାର I

ସମୟ ସୀମା

ପ୍ରତ୍ୟେକ ଅଧିବେଶନ ସଞ୍ଚାଳନ କରିବା ପାଇଁ ଦରକାର ହେଉଥିବା ଆନୁମାନିକ ସମୟ ଏଠାରେ ଉଲ୍ଲେଖ କରାଯାଇଛି I

ଅଧିବେଶନ ପ୍ରବାହ

. ପୃଷ୍ଠଭୁମି

ସିଆରପିମାନଙ୍କ ସୁବିଧା ପାଇଁ ଅଧିବେଶନରେ ହେବାକୁ ଥିବା କାର୍ଯ୍ୟାବଳୀର ସବିଶେଷ ତଥ୍ୟ ଉଲ୍ଲେଖ କରାଯାଇଛି I ବଦଳରେ ସେମାନେ ଏହାକୁ ଆଗକୁ ନେଇ ପ୍ରସ୍ତୁତିକରଣ ଅଧିବେଶନକୁ (ପ୍ରାରମ୍ଭିକ କାର୍ଯ୍ୟକ୍ରମ ମାଧ୍ୟମରେ) ବିଭିନ୍ନ ପଥ ପ୍ରଦର୍ଶକ ପ୍ରଶ୍ନ ପଚାରି ବିଷୟ ବସ୍ତୁ ଉପରେ ପରସ୍ପର ଭିତରେ ଆଲୋଚନା କରି ପରିଚାଳିତ କରିବେ I ଏଥି ସହିତ, ଆଲୋଚ୍ୟ ବିଷୟବସ୍ତୁର "ଉତ୍କର୍ଷତା ଓ ତ୍ରୁଟି", "ସୁବିଧା ଓ ଅସୁବିଧା" ଏବଂ "କରନ୍ତୁ ଓ କରନ୍ତୁ ନାହିଁ" ଇତ୍ୟାଦି ବିଷୟରେ ଆଲୋଚନା କରନ୍ତୁ, ଯାହାସବୁ ପ୍ରଯୁଜ୍ୟ ହେବ I ତେଣୁ, ଏହି ପୃଷ୍ଠଭୂମୀ ତଥ୍ୟ ଚାଷୀମାନଙ୍କୁ କାର୍ଯ୍ୟାବଳୀର ମହତ୍ୱ ବିଷୟରେ ଶିକ୍ଷା ଦେବ I

. ଉତ୍ତୋରତ୍ତର କାର୍ଯ୍ୟାବଳୀ

ଅଧିବେଶନ ସଞ୍ଚାଳନ କଲାବେଳେ ସିଆରପିମାନେ ପ୍ରଶିକ୍ଷଣ ଉପକରଣର ଏହି ଭାଗରେ ଦିଆଯାଇଥିବା ବିଭିନ୍ନ ସୋପାନକୁ ଅନୁକରଣ କରିବେ I

  • ପ୍ରଥମ ଚରଣରେ ସିଆରପି ପୁର୍ବ ସଭାରେ ନିଆଯାଇଥିବା ଆପାତତଃ କାର୍ଯ୍ୟକ୍ରମର ନିଷ୍ପତ୍ତି ଅନୁସାରେ ଅଂଶଗ୍ରହଣକାରୀଙ୍କୁ ଏକ ସାର୍ବଜନିକ ସ୍ଥାନରେ ଏକତ୍ରିତ କରିବେ I
  • କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ପ୍ରାରମ୍ଭିକ ଅଭ୍ୟାସ କରାଯିବ ଯେଉଁଥିରେ କି ଅଂଶଗ୍ରହଣକାରୀମାନେ ସିଆରପିଙ୍କ ସହ ଖୋଲା ବିଚାର ସହ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବେ I ଏହା ମହିଳା ଅଂଶଗ୍ରହଣକାରୀଙ୍କୁ ଅଧିବେଶନର ବିଷୟବସ୍ତୁ ସମ୍ବନ୍ଧରେ ସେମାନଙ୍କର ପୂର୍ବବର୍ତ୍ତୀ କାର୍ଯ୍ୟକ୍ରମର ଅନୁଭୁତି ବାଣ୍ଟିବାରେ ସୁଯୋଗ ଦେବ I
  • ପରବର୍ତ୍ତୀ ପଦକ୍ଷେପ ହେଉଛି ଏହି କର୍ଯ୍ୟବାହୀକୁ ପରବର୍ତ୍ତୀ ସୋପାନ ହେଉଛି, ସିଆରପିମାନେ ଚାଷୀମାନଙ୍କୁ କାର୍ଯ୍ୟକ୍ରମକୁ ପରିଭାଷିତ କରିବା ସହ ସେହି ନିର୍ଦ୍ଦିଷ୍ଟ ଅଭ୍ୟାସକୁ ଆଦୃତ କରିବାର ସୁବିଧା ସବୁକୁ ସେମାନଙ୍କୁ ଜଣେଇବେ Iପରବର୍ତ୍ତୀ ପଦକ୍ଷେପ ହେଉଛି ଏହି କର୍ଯ୍ୟବାହୀକୁ ପୋଷ୍ଟର ମାଧ୍ୟମରେ କିପରି ଭାବେ ସଞ୍ଚାଳନ କରାଯିବ I

. ଉପସଂହାର

  • ସିଆରପିଙ୍କ ସମାପନ ସମ୍ଭାଷଣ ଦ୍ୱାରା ଅଧିବେଶନର ସମାପ୍ତି ବିଷୟରେ ଏହି ଭାଗରେ ଅଲୋଚନା କରାଯାଇଛି I ସେ ପରୀକ୍ଷା କରିବେ ଯେ ଅଂଶଗ୍ରହଣକାରୀମାନେ ଅଧିବେଶନର କାର୍ଯ୍ୟବାହୀକୁ ବୁଝିଛନ୍ତି ନା ନାହିଁ ଏବଂ ଯଦି ସେମାନଙ୍କ ମନରେ କିଛି ସନ୍ଦେହ ଥାଏ ତେବେ ତାହାକୁ ଦୂର କରିବେ ଏବଂ ଶେଷରେ ନୁତନ ଅଭ୍ୟାସକୁ ଆଦୃତ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବେ I
  • ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମକୁ ଠିକ ଭାବରେ ପୁନର୍ଗ୍ରହଣ କରିପାରୁଛନ୍ତି ନା ନାହିଁ ଜାଣିବା ପାଇଁ ସିଆରପିମାନେ କାର୍ଯ୍ୟକ୍ରମ ସମ୍ବନ୍ଧୀୟ କିଛି ପ୍ରଶ୍ନ ପଚାରି ଏକ ତ୍ଵରିତ ଆକଳନ କରିବେ I ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ଜଣକୁ ପଚରାଯାଇ ପାରିବ କି ସେ ଅଧିବେଶନ ବିଷୟରେ କ'ଣ ବୁଝିଲେ I

ଅଧିବେଶନ କାର୍ଯ୍ୟବାହୀର ଲିପିବଦ୍ଧ

ଅଧିବେଶନକୁ ପରିସମାପ୍ତି କଲାବେଳେ ସିଆରପିମାନେ ଅଧିବେଶନ କାର୍ଯ୍ୟବାହୀକୁ ନିମ୍ନ ପ୍ରଦତ୍ତ ଫର୍ମାଟରେ ଲିପିବଦ୍ଧ କରିବେ I ଦିଆଯାଇଥିବା ପ୍ରଶିକ୍ଷଣ ବିଷୟରେ ଚାଷୀମାନେ ଦେଇଥିବା ଉତ୍ତରକୁ ମାର୍ଗକରଣ କରିବା ପାଇଁ ଏହା ପ୍ରକଳ୍ପ ଅଧିକାରୀଙ୍କୁ ସାହାଯ୍ୟ କରିବା ସହ ପରବର୍ତ୍ତୀ ଅଧିବେଶନର ପ୍ରସ୍ତୁତି ପାଇଁ ମଧ୍ୟ ସାହାଯ୍ୟ କରିବ I

"ଅଧିବେଶନ କାର୍ଯ୍ୟବାହୀ-ତଥା-ମତାମତ ଫର୍ମ"

ପ୍ରଶିକ୍ଷଣ ଅଧିବେଶନର ସମାପ୍ତି ପରେ ସିଆରପିମାନେ ଉପରୋକ୍ତ ଫର୍ମାର୍ଟ୍ ପୁରଣ କରି ପ୍ରକଳ୍ପ ଅଧିକାରୀଙ୍କ ସୂଚନା ଏବଂ ଅଧ୍ୟୟନ ମତେ ସେମାନଙ୍କୁ ପ୍ରେରଣ କରିବେ I

ଉପସଂହାର

ପ୍ରକଳ୍ପ ଜିଲ୍ଲାଗୁଡିକରେ କାମକରୁଥିବା ସିଆରପିମାନେ ନିଜ ନିଜ ଅଧିକୃତ କ୍ଷେତ୍ର ଭିତରେ ଲକ୍ଷ୍ୟ କରୁଥିବା ଉତ୍ତମ ଅଭ୍ୟାସ/ପ୍ରଥା ସବୁକୁ ଲିପିବଦ୍ଧକରି ଅନ୍ୟ ସିଆରପିମାନଙ୍କ ସହ ବାଣ୍ଟିବେ I ସେମାନେ ପ୍ରକଳ୍ପ ଗ୍ରାମରେ ପ୍ରଶିକ୍ଷଣ ଅଧିବେଶନ ସଞ୍ଚାଳନ କରିବା ସମୟରେ ଏହି ସାମଗ୍ରୀସବୁକୁ ପ୍ରକରଣ ଅଧ୍ୟୟନ (case study) ଭାବରେ ମଧ୍ୟ ବ୍ୟବହାର କରିପାରିବେ I

ଆଧାର – ପୋର୍ଟାଲ ଟିମ

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate