অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୋଷଣ ଟୁଲ୍(ଖାଦ୍ୟ ଶ୍ରେଣୀ ଏବଂ ପୋଷଣ)

ମଡ୍ୟୂଲ୍ – ୩ : ଖାଦ୍ୟ ଶ୍ରେଣୀ ଏବଂ ପୋଷଣ

ଅଧିବେଶନ ୩.୧

ଖାଦ୍ୟ ଶ୍ରେଣୀ ଏବଂ ପୋଷଣ I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ବିଭିନ୍ନ ଖାଦ୍ୟ ଶ୍ରେଣୀର ଉପାଦେୟତା ଏବଂ ଏକ ସନ୍ତୁଳିତ ତଥା ଖାଦ୍ୟ ବିଭିନ୍ନତାର ମହତ୍ୱ ବିଷୟରେ ବୁଝାଇବା I

ପଦ୍ଧତି

ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଏକ ସୁସ୍ଥ ଓ ସନ୍ତୁଳିତ ଆହାରର ମହତ୍ୱ ବିଷୟରେ ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଖାଦ୍ୟର ତାଲିକା ସହ ପୋଷକତତ୍ୱର ପରିମାଣ ଦର୍ଶାଉଥିବା ଏକ ପୋଷ୍ଟର, ପ୍ଲିପ୍ କାର୍ଡ଼, ମାର୍କର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୬୦ ମିନିଟ୍ |

ପୃଷ୍ଠଭୁମୀ

ଏକ ପୁଷ୍ଟିକର ଭୋଜନ ବିଭିନ୍ନ ପ୍ରକାର ଖାଦ୍ୟ ଶ୍ରେଣୀକୁ ନେଇ ଗଠିତ: ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଭିଟାମିନ୍ ଏବଂ ଖଣିଜ ଲବଣ I ଆମର ଶରୀର କାର୍ଯ୍ୟକାରିତାପାଇଁ ପ୍ରତ୍ୟେକ ଶ୍ରେଣୀର ମହତ୍ୱପୂର୍ଣ୍ଣ ଭୂମିକା ରହିଛି I ତେଣୁ, ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପୁଷ୍ଟିକର ଭୋଜନ ଖାଇବା ଆବଶ୍ୟକ I ପ୍ରତି ଖାଦ୍ୟ ଶ୍ରେଣୀ ବିଷୟରେ ପରିବାର ଜାଣିବା ଉଚିତ, କାରଣ ଏହା ଜାଣିପାରିଲେ ସେମାନେ ପ୍ରତି ଶ୍ରେଣୀରୁ ସଠିକ ମାତ୍ରାରେ ଖାଦ୍ୟ ଖାଇ ପାରିବେ I ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପୁଷ୍ଟିକର ଭୋଜନ ଖାଇବାର ଆବଶ୍ୟକତା ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ବୁଝିବାରେ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ସେମାନେ ବିଭିନ୍ନ ଋତୁରେ କେଉଁ ପ୍ରକାର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି I ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ସେଥିରେ ଥିବା ପୋଷକତତ୍ୱ ବିଷୟରେ ଏକ ଆଲୋଚନା କରିବାକୁ ଉତ୍ସାହିତ କରନ୍ତୁ I

ସୋପାନ - ୨: ପୋଷକର ଉପାଦେୟତା : ସମୂହମାନଙ୍କୁ ନିମ୍ନ ଲିଖିତ ବିନ୍ଦୁସବୁ ବୁଝାନ୍ତୁ:

  • ଆମ ଶରୀର ବଢିବା ପାଇଁ ତଥା ସୁସ୍ଥ ରହି ରୋଗକୁ ଦୁରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ପୋଷକ ଦରକାର କରିଥାଏ
  • ପ୍ରତ୍ୟେକ ଖାଦ୍ୟରେ ପୋଷକର ଅଲଗା ଅଲଗା ମାତ୍ରା ରହିଥାଏ I ସୁସ୍ଥ ରହିବା ପାଇଁ ଆମକୁ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ପଡିବ ଯାହାଦ୍ୱାରା ପ୍ରତ୍ୟେକ ପୋଷକରୁ କିଛି କିଛି ମାତ୍ରା ମିଳିପାରିବ I
  • ବିଭିନ୍ନ ପ୍ରକାର ପୋଷକ ଶରୀରର ବିଭିନ୍ନ କାର୍ଯ୍ୟ କରିଥାଏ I ଉଦାହରଣ ସ୍ୱରୂପ ପୁଷ୍ଟିସାର ସାଂସପେଶୀ, ହାଡ, ଚର୍ମ ଏବଂ ରକ୍ତ ଗଠନରେ ସାହାଯ୍ୟ କରେ, ଶ୍ୱେତସାର ଏବଂ ସ୍ନେହସାର ଶକ୍ତି ପ୍ରଦାନ କରିଥାଏ ଏବଂ ଭିଟାମିନ୍ ଓ ଖଣିଜ ଲବଣ ଆମକୁ ସଂକ୍ରମଣ ତଥା ରୋଗରୁ ସୁରକ୍ଷା ଦେଇଥାଏ I

ସୋପାନ - ୩ : ଖାଦ୍ୟଶ୍ରେଣୀ ସହ ପରିଚିତ କରାଇବା: ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟର ନାମ ଓ ଚିତ୍ର ଥିବା ଏକ ଖାଦ୍ୟ ପୋଷ୍ଟର କିମ୍ବା ଖାଦ୍ୟ କାର୍ଡ଼ ବ୍ୟବହାର କରି ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଖାଦ୍ୟ ଶ୍ରେଣୀ ବିଷୟରେ ପରିଚିତ କରାନ୍ତୁ I ଏହାସହ, ଆମ ଶରୀର ପାଇଁ ବିଭିନ୍ନ ଖାଦ୍ୟ ଶ୍ରେଣୀର ଉପାଦେୟତା ବିଷୟରେ ସେମାନଙ୍କୁ ବୁଝାନ୍ତୁ I

  • ଶ୍ୱେତସାର: ଶ୍ୱେତସାରକୁ 'ଚଳନ ଖାଦ୍ୟ' ମଧ୍ୟ କୁହାଯାଇଥାଏ କାରଣ ଏହା ଆମ ଶରୀରକୁ କାମ କରିବା, ଚଳ ପ୍ରଚଳ କରିବା ଏବଂ ଚିନ୍ତନ ଶକ୍ତି ଦେଇଥାଏ I ଶ୍ୱେତସାରର ଭଲ ଉତ୍ସ ହେଉଛି ଚାଉଳ, ଗହମ, ଆଳୁ, କନ୍ଦ ମୂଳ ଇତ୍ୟାଦି I ଅଂଶଗ୍ରହଣକାରୀମାନଙ୍କୁ ସେମାନେ ସବୁଦିନ ଖାଉଥିବା ଶ୍ୱେତସାର-ଯୁକ୍ତ ଖାଦ୍ୟ ସବୁର ତାଲିକା ପ୍ରସ୍ତୁତ କରିବାକୁ କୁହନ୍ତୁ I
  • ପୁଷ୍ଟିସାର: ପୁଷ୍ଟିସାରକୁ "ବର୍ଦ୍ଧକ ଖାଦ୍ୟ" କିମ୍ବା ଶରୀର ଗଠନ ଖାଦ୍ୟ ମଧ୍ୟ କୁହାଯାଏ I ଏହା ଶରୀର ବୃଦ୍ଧି, ମାଂସପେଶୀ ଗଠନ ତଥା ଏହାକୁ ମରାମତି କରିବାରେ ସାହାଯ୍ୟ କରିଥାଏ I ପୁଷ୍ଟିସାର ଥିବା କିଛି ଖାଦ୍ୟ ହେଉଛି ମାଂସ, ଅଣ୍ଡା, ମାଛ, ଦୁଧ, ବିନ୍ସ, ଡାଲି ଏବଂ ମଟର I ଅଂଶଗ୍ରହଣକାରୀମାନଙ୍କୁ ସେମାନେ ସବୁଦିନ ଖାଉଥିବା ପୁଷ୍ଟିସାର -ଯୁକ୍ତ ଖାଦ୍ୟ ସବୁର ତାଲିକା ପ୍ରସ୍ତୁତ କରିବାକୁ କୁହନ୍ତୁ I
  • ଭିଟାମିନ୍ ଓ ଖଣିଜ ଲବଣ: ଏହିସବୁକୁ ଅଣୁପୋଷକ ମଧ୍ୟ କୁହାଯାଏ I ଭିଟାମିନ୍ ଓ ଖଣିଜ ଲବଣ ରକ୍ଷାତ୍ମକ ଖାଦ୍ୟ ଯାହା ଆମ ଶରୀରକୁ ଏକ ଚମକ ଦେଇଥାଏ I ଆମ ଶରୀର ଠିକଭାବେ କାମ କରିବା ପାଇଁ କମ୍ ମାତ୍ରାରେ ଭିଟାମିନ୍ ଓ ଖଣିଜ ଦରକାର I ସେମାନେ ଆମ ଚର୍ମ ଏବଂ ଚକ୍ଷୁକୁ ସୁରକ୍ଷିତ କରିବାସହ ସଂକ୍ରମଣ ବିରୁଦ୍ଧରେ ଲଢେଇ କରିଥାଏ I ଭିଟାମିନ୍ ଓ ଖଣିଜ ଲବଣ ଥିବା ଖାଦ୍ୟ ହେଉଛି ଅଣ୍ଡା କେଶର, ଗାଢ଼ ରଙ୍ଗର ଫଳ ଏବଂ ପରିବା ଯଥା କମଳା, ଗାଜର, କନ୍ଦମୂଳ, କଖାରୁ, ଗାଢ଼ ସବୁଜ ପତ୍ରିଳ ପରିବା ଇତ୍ୟାଦି I ସେମାନେ ସବୁଦିନ ଖାଉଥିବା ଭିଟାମିନ୍ ଓ ଖଣିଜ ଲବଣ-ଯୁକ୍ତ ଖାଦ୍ୟ ସବୁର ତାଲିକା ପ୍ରସ୍ତୁତ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରନ୍ତୁ I
  • ସ୍ନେହସାର: ପିଲାମାନଙ୍କର ବୃଦ୍ଧି ଏବଂ ବିକାଶ ପାଇଁ ଚର୍ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ସ୍ନେହସାର ବହୁତ ଅଧିକ କେନ୍ଦ୍ରୀଭୂତ ଶକ୍ତି ପ୍ରଦାନ କରିଥାଏ ଯାହାକୁ ଆମେ ସଂରକ୍ଷିତ କରି ରଖି ପାରିବା I ସ୍ନେହସାର ଶରୀର ପାଇଁ ଅନିର୍ବାର୍ଯ୍ୟ କାରଣ ଆମେ ଖାଉଥିବା ଭିଟାମିନ୍ ଓ ଖଣିଜ ଲବଣରୁ କିଛି ମାତ୍ରା ଏହା ସଂରକ୍ଷିତ କରି ରଖିଥାଏ I ସେମାନେ ସବୁଦିନ ଖାଉଥିବା ସ୍ନେହସାର -ଯୁକ୍ତ ଖାଦ୍ୟ ସବୁର ତାଲିକା ପ୍ରସ୍ତୁତ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରନ୍ତୁ I

ସୋପାନ - ୪: ଏକ ଛୋଟିଆ ଅଭ୍ୟାସ ପ୍ରସ୍ତୁତ କରନ୍ତୁ ଯାହା ଅଂଶଗ୍ରହଣକାରୀମାନଙ୍କୁ ବିଭିନ୍ନ ଖାଦ୍ୟ ଶ୍ରେଣୀରେ ଆସୁଥିବା ଖାଦ୍ୟ ସବୁକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ଯଥା ଶ୍ୱେତସାର, ପୁଷ୍ଟିସାର ଭିଟାମିନ୍ ଭିଟାମିନ୍ ଓ ଖଣିଜ ଲବଣ ଏବଂ ଏହା ସେମାନଙ୍କୁ ବୁଝିବାରେ ସାହାଯ୍ୟ କରିବ ଯେ ଏକ ପୁଷ୍ଟିକର ତଥା ସନ୍ତୁଳିତ ଆହାର କେଉଁ ସବୁ ଖାଦ୍ୟ ପଦାର୍ଥକୁ ନେଇ ଗଠିତ ହେବା ଉଚିତ I

  • ବିଭିନ୍ନ ଖାଦ୍ୟ ପଦାର୍ଥ ପାଇଁ ଖାଦ୍ୟ କାର୍ଡ଼ ପ୍ରସ୍ତୁତ କରନ୍ତୁ
  • ଅଂଶଗ୍ରହଣକାରୀମାନଙ୍କୁ ଏହି କାର୍ଡ଼ସବୁକୁ ଗୋଟିଏ ଗୋଟିଏ କରି ଦେଖାନ୍ତୁ ଏବଂ ସେମାନଙ୍କୁ କେଉଁ ଖାଦ୍ୟ ପଦାର୍ଥ କେଉଁ ଖାଦ୍ୟ ଶ୍ରେଣୀସହ ସମ୍ବନ୍ଧିତ ଚିହ୍ନଟ କରିବା ପାଇଁ କୁହନ୍ତୁ I
  • ସାମନେ ଖାଦ୍ୟ ପଦାର୍ଥ ସବୁକୁ ଚିହ୍ନଟ କରିସାରିଲା ପରେ ଏହି କାର୍ଡ଼ ସବୁକୁ ଏଭଳି ଭାବେ ସଜାନ୍ତୁ ଯେ ଏହାଦ୍ୱାରା ଏକ ସନ୍ତୁଳିତ ଭୋଜନ ପ୍ରସ୍ତୁତ ହୋଇ ପାରିବ, ଉଦାହରଣସ୍ୱରୂପ ଏହି ଭୋଜନରେ ସବୁ ଖାଦ୍ୟ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବା ଦରକାର ଯଥା ଶ୍ୱେତସାର, ପୁଷ୍ଟିସାର ଭିଟାମିନ୍ ଭିଟାମିନ୍ ଓ ଖଣିଜ ଲବଣ I

ଉପସଂହାର

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପୁଷ୍ଟିକର ଖାଦ୍ୟର ନାମ ଉଲ୍ଲେଖ କରିବାପାଇଁ କୁହନ୍ତୁ I ଏହା ସହ ନିଜ ଆହାରରେ ପରିବର୍ତ୍ତନ କରି ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ସେମାନଙ୍କୁ କହିବାକୁ ଉତ୍ସାହିତ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 3/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate