অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାକଶାଳାରେ ରୋଗ ପୋକ ପରିଚାଳନା

ଅଧିବେଶନ ୪.୧୧

ରୋଗ ପୋକ ପରିଚାଳନା I

ଉଦ୍ଦେଶ୍ୟ

ପନିପରିବା ଫସଲରେ ରୋଗ ପୋକର ସଂକ୍ରମଣ ଏବଂ ଏହାକୁ ଦମନ ଦରିବା ଉପାୟ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦାନ କରିବା I

ପଦ୍ଧତି

ପୋଷ୍ଟର ବ୍ୟବହାର କରି ସିଅରପିମାନେ ରୋଗ ପୋକର ସଂକ୍ରମଣରୁ ହେଉଥିବା ପସଲ ହାନୀକୁ ଚାଷୀମାନଙ୍କୁ ବୁଝାଇବା ସହିତ ଏହାକୁ ଦମନ କରିବାର ବିଭିନ୍ନ ଉପାୟ ବିଶୟରେ ସେମାନଙ୍କୁ ସୂଚନା ଦେବେ I ଏହାପରେ ଚାଷୀମାନଙ୍କୁ ପାକଶାଳା ବଗିଚାକୁ କ୍ଷେତ୍ର ପରିଦର୍ଶନ ପାଇଁ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୂହର ମହିଳା ସଦସ୍ୟା I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ କ୍ଷେତ୍ର ପରିଦର୍ଶନପାଇଁ ପାକଶାଳା ବଗିଚାକୁ ପରିଦର୍ଶନ I

ଦରକାରୀ ସାମଗ୍ରୀ

ପୋଷ୍ଟର, ପାକଶାଳା ବଗିଚାକୁ ପରିଦର୍ଶନ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୫ ମିନିଟ୍ I I କ୍ଷେତ୍ର ପରିଦର୍ଶନ – ୩୦ ମିନିଟ୍ I

ପୃଷ୍ଠଭୁମୀ

ରୋଗ ଏବଂ ପୋକ କୃଷିକାର୍ଯ୍ୟର ଏକ ଅପରିହାର୍ଯ୍ୟ ଅଙ୍ଗ I ଫସଲର ଅମଳ ଓ ମାନ ଉପରେ ଏହାର କୁପ୍ରଭାବ ପ୍ରତିରୋଧ କରିବା ପାଇଁ ଯେତେଶୀଘ୍ର ସମ୍ଭବ ଏହାର ନିରାକରଣ କରିବା ଉଚିତ I ଫସଲ କ୍ଷତିକୁ କମ କରି ଅମଳ ବଢାଇବା ପାଇଁ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ରୋଗ ପୋକର ସଠିକ ପରିଚାଳନା ବିଷୟରେ ବୁଝାଇବା ସହ ଏହାର କାରଣ ଏବଂ ରୋଗ ପୋକକୁ ନିରୀକ୍ଷଣ କରି ଦମନ କରିବା ଉପାୟ ସବୁ ବିଷୟରେ ସେମାନଙ୍କର ମାର୍ଗ ଦର୍ଶନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି କୀଟ ପତଙ୍ଗ ଦ୍ୱାରା ଫସଲରେ ହେଉଥିବା କ୍ଷତି ବିଷୟରେ ଚାଷୀମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ପାକଶାଳା ବଗିଚାରେ ଦେଖାଯାଉଥିବା ମୁଖ୍ୟ କୀଟ ପତଙ୍ଗ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରନ୍ତୁ I ଏହାକୁ ଦମନ କରିବା ପାଇଁ ସେମାନେ ଅନୁସରଣ କରୁଥିବା ପରମ୍ପରାଗତ ପଦ୍ଧତିସବୁକୁ ଜାଣିବାକୁ ଚେଷ୍ଟା କରନ୍ତୁ I ଏଥି ସହିତ ରୋଗପୋକ ଦମନର ଦେଶୀୟ କୌଶଳ ସବୁକୁ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ -୨: ପାକଶାଳା ବଗିଚାରେ ରୋଗ ପୋକ ଦମନ କରିବା ପାଇଁ ଜୈବିକ ପଦ୍ଧତି ବ୍ୟବହାର କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦିଅନ୍ତୁ I ରୋଗ ପୋକ ଆକ୍ରମଣକୁ ପ୍ରତିରୋଧକରିବା ପାଇଁ ତଳେ କିଛି ଉପୟର ସୂଚୀ ଉଲ୍ଲେଖ କରାଯାଇଅଛି I ଏହି ସବୁ ବିନ୍ଦୁକୁ ଚାଷୀମାନଙ୍କୁ ବୁଝାନ୍ତୁ:

  • ପୋକ ଏବଂ ସଂକ୍ରମଣ କରୁଥିବା ରୋଗ ଜୀବାଣୁ ଦମନ କରିବା ପାଇଁ ବୁଣିବା ପୂର୍ବରୁ ବିହନ ବିଶୋଧନ କରନ୍ତୁ I
  • ବିଲାତି ବାଇଗଣରେ ଝାଉଁଳା ରୋଗକୁ ପ୍ରତିହତ କରିବା ପାଇଁ ପୋକ ପ୍ରତିରୋଧକାରୀ କିସମ ଯଥା ଉତ୍କଳ କୁମାରୀ ଏବଂ ଉତ୍କଳ ରାଜା ବ୍ୟବହାର କରନ୍ତୁ I ଭେଣ୍ଡିରେ ସାହେବୀ ରୋଗକୁ ପ୍ରତିରୋଧ କରିବା ପାଇଁ ଅର୍କ ଅନାମିକା କିସମ ବ୍ୟବହାର କରନ୍ତୁ I
  • ଉଚିତ ବ୍ୟବଧାନ ରଖି ଧାଡିରେ ବିହନ ବୁଣନ୍ତୁ I ଉତ୍ତମ ବାୟୁ ଚଳାଚଳ ହେବା ଦ୍ୱାରା ଫସଲରେ ରୋଗ ସଂକ୍ରମଣ କମ ହୋଇଥାଏ I
  • ଜଳ ନିଷ୍କାସନକୁ ସୁନିଶ୍ଚିତ କରନ୍ତୁ କାରଣ ପାଣି ଜମି ରହିଲେ ରୋଗ ପୋକ ସଂକ୍ରମଣର ଆଶଙ୍କା ଅଧିକ ହୋଇଥାଏI
  • ରୋଗ ପୋକ ଆକ୍ରମଣକୁ କମ କରିବା ପାଇଁ ଫସଲ ଆବର୍ତ୍ତନ (crop rotation) କରନ୍ତୁ I
  • ଅନୁମୋଦିତ ପରିମାଣର ସାର ବ୍ୟବହାର କରନ୍ତୁ କାରଣ କମ ପୋଷକ ଫସଲରେ ରୋଗ ପୋକର ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଥାଏ I
  • ରୋଗ ପୋକର ସଂକ୍ରମଣକୁ କମ କରିବା ପାଇଁ ନିୟମିତ ଘାସ ବାଛନ୍ତୁ I

ସୋପାନ -୩: କିଛି ପରିବା ଫସଲରେ ହେଉଥିବା କୀଟ ପତଙ୍ଗ ଆକ୍ରମଣକୁ କିପରି ଦମନ କରିବେ: ପରିବା ଫସଲରେ କୀଟ ପତଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ ନିମ୍ନରେ ପ୍ରଦତ୍ତ କିଛି ଉପାୟସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:

  • ଯଦି ବାଇଗଣରେ ଫଳ କିମ୍ବା କାଣ୍ଡବିନ୍ଧା ପୋକ ଲାଗିଥାଅନ୍ତି, ତେବେ ସଂକ୍ରମିତ ହୋଇଥିବା ଗଛ୍ର ଅଂଶ ଏବଂ ଫଳକୁ କାଢିନେଇ ମାଟିତଳେ ପୋତି ଦିଅନ୍ତୁ I
  • ପୋକ ଦମନ କରିବାପାଇଁ ଫେରୋମୋନ ଯନ୍ତା ବ୍ୟବହାର କରନ୍ତୁ I
  • ରାତିରେ ଆଲୋକ ଯନ୍ତା ବ୍ୟବହାର କରନ୍ତୁ I
  • ପାକଶାଳା ବଗିଚାରେ ଉପକାରୀ କୀଟ ଯଥା କଙ୍କି, ବୁଢିଆଣୀ ଇତ୍ୟାଦି ଅଧିକ ସଂଖ୍ୟାରେ ବ୍ୟବହାର କରନ୍ତୁ I
  • ଅପକାରୀ କିଟ/ପୋକ ଦମନ କରିବା ପାଇଁ ଟ୍ରିକୋଗ୍ରାମ୍ମା ବ୍ୟବହାର କରନ୍ତୁ I
  • ଏକ ଲିଟର ପାଣିରେ ୫ ଗ୍ରାମ ବିଉଭେରିଆ ବାସିଅନା କିମ୍ବା ମେଟାହିଜିଅମ ଆନିସୋପ୍ଲିଏ ମିଶ୍ରଣ କରି ସ୍ପ୍ରେ କରନ୍ତୁ I
  • ଜୈବିକ କୀଟନାଶକ ଯଥା ନିମ୍ବ ତେଲ, ନିମ୍ବ ମିଶ୍ରଣ କିମ୍ବା ନିମ୍ବରୁ ପ୍ରସ୍ତୁତ କୀଟ ନାଶକ ବ୍ୟବହାର କରନ୍ତୁ I

ସୋପାନ -୪: କିଛି ପନିପରିବା ଫସଲକୁ ସଂକ୍ରମିତ କରୁଥିବା ରୋଗସବୁକୁ କିପରି ଦମନ କରାଯାଏ: ପରିବା ଫସଲରେ ରୋଗ ନିୟନ୍ତ୍ରଣ କରିବା ପାଇଁ ନିମ୍ନରେ ପ୍ରଦତ୍ତ କିଛି ଉପାୟସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ:

  • ଯଦି ଫସଲ ଭୂତାଣୁଜନିତ ରୋଗଦ୍ୱାରା ସଂକ୍ରମିତ ହୋଇଥାଏ, ଗଛକୁ ଓପାଡି ଦେଇ ମାଟି ତଳେ ପୋତି ଦିଅନ୍ତୁ I ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ନିମ୍ବ-ପ୍ରସ୍ତୁତ କୀଟନାଶକ ସ୍ପ୍ରେ କରନ୍ତୁ I
  • ରୋଗ ନିୟନ୍ତ୍ରଣ କରିବା ପାଇଁ ବାସିଲସ ସବଟିଲିସ (Bacillus subtilis) ବ୍ୟବହାର କରନ୍ତୁ I
  • ମାଟିରେ ସୂତ୍ରଜୀବ ନିୟନ୍ତ୍ରଣ କରିବା ପାଇଁ ନିମ୍ବ କିମ୍ବା କରଞ୍ଜ ପିଡିଆ ବ୍ୟବହାର କରନ୍ତୁ I
  • ସଂକ୍ରମିତ ଗଛର ପାଣି ଅନ୍ୟ ସୁସ୍ଥ ଗଛର ସଂସ୍ପର୍ଶରେ ଆସିବା ଉଚିତ ନୁହେଁ I
  • କିଛି ରୋଗ ଯେପରିକି ଭେଣ୍ଡିର ସାହେବୀ ରୋଗ, ବାଇଗଣର ଛୋଟ ପତ୍ର ରୋଗ, ବିଲାତି ବାଇଗଣର ପତ୍ର ମୋଡା ରୋଗ ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥାଏ I ଏହିସବୁ ରୋଗକୁ ରୋଗକୁ ପ୍ରତିରୋଧ କରିବାପାଇଁ ରୋଗବାହୀ କୀଟ ପତଙ୍ଗକୁ ନିୟନ୍ତ୍ରଣ କରନ୍ତୁ I

ସୋପାନ -୫: ଗମ୍ଭୀର ସମସ୍ୟା ସୃଷ୍ଟିକରୁଥିବା କୀଟ ପତଙ୍ଗସବୁ: ଚାଷୀମାନଙ୍କସହ ଏକ ପାକଶାଳା ବଗିଚାକୁ ପରିଦର୍ଶନରେ ଯାଆନ୍ତୁ ଏବଂ ଏଥିର ଚାଷ ହୋଇଥିବା ଫସଲକୁ ଗମ୍ବୀର ଭାବେ କ୍ଷତି କରୁଥିବା କୀଟ ପତଙ୍ଗସବୁକୁ ନିରୀକ୍ଷଣ କରନ୍ତୁ I ନିମ୍ନରେ ଉଲ୍ଲେଖ କରାଯାଇଥିବା ଫର୍ମାଟକୁ ବ୍ୟବହାର କରି ଏହି ସବୁ କୀଟ ପତଙ୍ଗର ନାମକୁ ନିଜ ଭାଷାରେ ଲେଖିବାକୁ ଉତ୍ସାହିତ କରନ୍ତୁ

ପୋକର ନାମ

ପ୍ରଭାବିତ ହେଉଥିବା ଫସଲ

ଦେଖାଦେଉଥିବା ସମୟ

(ଫସଲର ଚରଣ )

ଦମନ କରିବା ପାଇଁ ଚାଷୀମାନଙ୍କ ଦ୍ୱାରା ନିଆଯାଉଥିବା ଉପାୟ

 

 

 

 

ଉପସଂହାର

ଅଧିବେଶନକୁ ସମାପ୍ତକରି ଚାଷୀମାନଙ୍କୁ କିଛି କୀଟ ପତଙ୍ଗଙ୍କ ନାମ ପଚାରନ୍ତୁ ଯେଉଁମାନେ ତାଙ୍କର ଫସଲକୁ ନଷ୍ଟ କରିଥାଆନ୍ତି ଏବଂ ପଚାରନ୍ତୁ କି ସେମାନେ ଏହି କୀଟ ପତଙ୍ଗ ସବୁକୁ କିପରି ଦମନ କରିଥାଆନ୍ତି I

ଆଧାର – ପୋର୍ଟାଲ ଟିମ

Last Modified : 7/15/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate