ହୋମ / କୃଷି / କୃଷି ନିର୍ଦେଶିକା / ଫସଲ ପରିଚାଳନା ପଦ୍ଧତି (ଶ୍ରେଣୀଗୃହ ଶିକ୍ଷାଦାନ)
ସେଆର କରନ୍ତୁ

ଫସଲ ପରିଚାଳନା ପଦ୍ଧତି (ଶ୍ରେଣୀଗୃହ ଶିକ୍ଷାଦାନ)

ଫସଲ ପରିଚାଳନା ପଦ୍ଧତି (ଶ୍ରେଣୀଗୃହ ଶିକ୍ଷାଦାନ) ବିଷୟରେ ସୂଚନା I

ଧାନ ରୋଇବା ଉପରେ ପ୍ରୟୋଗାତ୍ମକ ତାଲିମ ଶେଷ ହେବା ପରେ ସାମାନ୍ୟ ବିରତି ନିଅନ୍ତୁ । ଏହାପରେ ଧାନ ଫସଲ ପରିଚାଳନା ପଦ୍ଧତି ଉପରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ କରନ୍ତୁ। ଏଠାରେ ପ୍ରଦତ୍ତ ତଥ୍ୟମାନଙ୍କୁ ବ୍ୟବହାର କରି ତାଲିମ ପ୍ରଦାନ କରାଯାଇପାରେ ।

ରୁଆଧାନରେ ଖାଦ୍ୟସାର ପରିଚାଳନା

ଗୋଟିଏ ନିର୍ଦ୍ଦିଷ୍ଟ କିସମ ପାଇଁ ନିର୍ଦ୍ଦିଷ୍ଟ ଜମିରେ ଖାଦ୍ୟସାର ଆବଶ୍ୟକତା ଜାଣିବା ନିମନ୍ତେ ଧାନ ଫସଲ ପରିଚାଳକ (Rice Crop Manager) ନାମକ କମ୍ପ୍ୟୁଟର ହିସାବ ପଦ୍ଧତିର ସହାୟତା ନିଆଯାଇପାରିବ । ଏହି ହିସାବ ପଦ୍ଧତି କ୍ଲିକୱେବସାଇଟରେ ଉପଲବ୍ଧ ଅଛି । ଏହା ସମ୍ଭବ ନ ହେଲେ ନିମ୍ନ ହିସାବ ଅନୁସାରେ ଖାଦ୍ୟସାର ପରିଚାଳନା କରାଯାଇପାରିବ ।

ରାସାୟନିକ ସାରର ନାମ

ରାସାୟନିକ ସାର ପରିମାଣ (ଏକର ପ୍ରତି କି.ଗ୍ରା.)

ମୂଳସାର

ରୋଇବା ପୂର୍ବରୁ

ରୋଇବା ବେଳେ

ସକ୍ରିୟ ପିଲ ଅବସ୍ଥାରେ

ଥୋଡ଼ ଅବସ୍ଥାରେ

ଡିଏପି

୩୫-୪୦

-

-

-

ୟୁରିଆ

-

୬-୮

୨୫-୩୫

୨୫–୩୫

ମ୍ୟୁଟ ଅଫ୍ ପଟାସ

୧୫-୨୦

-

-

-

ଜିଙ୍କ ସଲଫେଟ୍

୧୦

-

-

-

ଯଦି ଡିଏପି ସାର ନ ମିଳେ ତେବେ ଅନ୍ୟାନ୍ୟ ଯୌଗିକ ସାର ଯଥା ଗ୍ରାମୋର ଓ ଏନପିକେ ମିଶ୍ରଣ ବ୍ୟବହାର କରାଯାଇପାରିବ । ଏଥିପାଇଁ ହେକ୍ଟର ପ୍ରତି ୮୦-୧୦୦ କି.ଗ୍ରା. ଯବକ୍ଷାର, ୪୦ କି.ଗ୍ରା. ଫସ୍‌ଫରସ୍ ଓ ୪୦-୬୦ କି.ଗ୍ରା. ପଟାସ୍ ସାର ପ୍ରୟୋଗ କରାଯାଇପାରେ ।

  1. ସକ୍ରିୟ ପିଲ ଅବସ୍ଥା : ରୋଇବାର ୧୫-୨୫ ଦିନ ପରେ
  2. ଥୋଡ଼ ଅବସ୍ଥା : ସଅଳ କିସମ ପାଇଁ ରୋଇବାର ୨୫-୪୦ ଦିନ ପରେ ଏବଂ ମଧ୍ୟମ ବା ବିଳମ୍ବ କିସମ ପାଇଁ ରୋଇବାର ୩୫-୪ ଦିନ ପରେ ।

ସୂଚନା : ଜମି ପ୍ରସ୍ତୁତି ବେଳେ ଫସ୍‌ଫରସ୍ ଓ ଦସ୍ତା (ଜିକ ସଲଫେଟ)କୁ ସମ୍ପୂର୍ଣ୍ଣ ପ୍ରୟୋଗ କରି ଅତ୍ୟେକ ପରିମାଣର ପଟାସ ପ୍ରୟୋଗ କରାଯାଇପାରେ । କିଆରୀସାରା ସମାନ ଭାବେ ସାର ପ୍ରୟୋଗ କରନ୍ତୁ । ଯବକ୍ଷାରଜାତୀୟ ସାରକୁ ଥର ଥର କରି ପ୍ରୟୋଗ କରନ୍ତୁ । ଲୌହ ବିଷାକ୍ତତା (Fe toxicity) ଥିଲେ ଶତକଡ଼ା ୦.୫ ଭାଗ ଫେରସ ସଫେଟ୍ ଦ୍ରବଣ ପ୍ରୟୋଗ କରିବା ଉଚିତ୍ ।

ଅନାବନା ଘାସ ପରିଚାଳନା

ଜମି ପ୍ରସ୍ତୁତି ପୂର୍ବରୁ (ଅଧିକ  ପରିମାଣରେ ଘାସ ଥିଲେ ୨୦ -୪୮ ଘଣ୍ଟା ପୂର୍ବରୁ ପ୍ରୟୋଗ କରନ୍ତୁ)

ଘାସମରା ଔଷଧ

ପ୍ରୟୋଗ ପରିମାଣ

କେଉଁ ଘାସ ମରିବ

ଗ୍ଲାଇଫୋସେଟ  (ରାଉଣ୍ଡ ଅପ / ଗ୍ଲାଇସେଲ ) + ୦.୧% ସରଫେକଟାଣ୍ଟ ବା ଆମୋନିଅମ ସଲଫେଟ୍

ଏକର ପ୍ରତି ୧୦୦୦ ମି.ଲି.

ପୁରାଣା ଘାସ ଓ ଅନ୍ୟାନ୍ୟ ନୂଆ ଘାସ

ଘାସ ଗଜା ବାହାରିବା ପୂର୍ବରୁ (ସେ କୌଣସି ଗୋଟିଏ ବ୍ୟବହାର କରନ୍ତୁ)

ପ୍ରେଟିଲାକ୍ଲୋର ୫୦ ଇସି (ରିଫିଟ ବା ଇରେକ

ଏକର ପ୍ରତି ୬୦୦ ମି.ଲି.

ସୁଆଁ ଜାତୀୟ ଘାସ, ଚଉଡ଼ା ପତ୍ର ଘାସ ଓ ମୁଥା

ବୁଟାକ୍ଲୋର ୫୦ ଇସି

 

ଏକର ପ୍ରତି ୧୦୦୦ -୧ ୨୦୦ ମି.ଲି.

ସୁଆଁ ଜାତୀୟ ଘାସ, ଚଉଡ଼ା ପତ୍ର ଘାସ ଓ ମୁଥା

  • ଘାସ ଗଜା ହେବା ପୂର୍ବରୁ ବ୍ୟବହୃତ ଘାସମରା ଔଷଧକୁ ଏକର ପ୍ରତି ୬୦ କିଲୋଗ୍ରାମ ବାଲି ସହିତ ମିଶାଇ ରୋଇବାର ୦ ରୁ ୩ ଦିନ ପରେ କିଆରୀରେ ବୁଣି ଦିଆଯିବ । ଏହାଛଡ଼ା ୩-୫ ସେ.ମି. ଠିଆ ପାଣି ଥିଲେ ବୋତଲ ଦ୍ଵାରା ମଧ୍ୟ ସିଞ୍ଚନ କରାଯାଇପାରେ ।

ଯଦି ଘାସ ଗଜା ହେବା ପୂର୍ବରୁ ଘାସମରା ଔଷଧ ବ୍ୟବହାର କରାଯାଇ ନଥାଏ ଅଥବା ବ୍ୟବହାର ପରେ ଘାସ ଉଠିଥାଏ, ତେବେ ଘାସର ପ୍ରକାର ଅନୁସାରେ ଫସଲ କିଆରିରେ ନିମ୍ନ ମତେ ଘାସମରା ଔଷଧ ପ୍ରୟୋଗ କରାଯାଇପାରିବ ।

ଘାସ ହେବା ପରେ (ଘାସର ପ୍ରକାର ଅନୁସାରେ ଔଷଧ ବାଛନ୍ତୁ)

ଘାସମରା ଔଷଧ

ପ୍ରୟୋଗ ମାତ୍ରା (ଏକର ପ୍ରତି ଉତ୍ପାଦ)

ପ୍ରୟୋଗ ସମୟ

କେଉଁ ଘାସ ମରାଯିବ

ବିସପାଇରିବାକୁ ସୋଡ଼ିଅମ୍ ୧୦% ୮୦ ମି.ଲି. ଏସଏଲ୍ (ନୋମିନି ଗୋଲଡ଼, ଆଡୋରା, ତାରକ) ହେକ୍ଟର ପ୍ରତି ୨୦ ଗ୍ରାମ୍ କ୍ରିୟାଶୀଳ ପଦାର୍ଥ

୮୦ ମି.ଲି.

ରୋଇବାର ୧୫ -୨୫ ଦିନ ପରେ

ସୁଆଁ ଜାତୀୟ ଘାସ ଏବଂ

କେତେକ ଚଉଡ଼ା ପତ୍ର ଘାସ

ବିସପାଇରିବାକୁ ସୋଡ଼ିଅମ +ପାଇରାଜୋସଲଫ୍ୟୁରନ (ସାଥୀ ୧୦% ସେଚିତ ଗୁଣ୍ଡ) ହେକ୍ଟର ପ୍ରତି ୨୦+୨୦ ଗ୍ରାମ କ୍ରିୟାଶୀଳ ପଦାର୍ଥ

୮୦ ମି.ଲି. + ୮୦ ଗ୍ରାମ୍

ରୋଇବାର ୧୫ -୨୫ ଦିନ ପରେ

ସୁଆଁ ଜାତୀୟ ଘାସ, ମୁଥା ଏବଂ କେତେକ ଚଉଡ଼ା ପତ୍ର ଘାସ

ଫେନୋକସାପ୍ରପ୍ ଇଥାଇଲ ସହିତ ସାଫନର (ରାଇସ ଷ୍ଟାର) + ଇଥୋସି ସଲଫ୍ୟୁରନ  (ସନରାଇସ) ହେକ୍ଟର ପ୍ରତି  ୯୦+୧୮ ଗ୍ରାମ୍ କ୍ରିୟାଶୀଳ ପଦାର୍ଥ

୩୦୦-୫୦୦ ମି.ଲି. + ୫୦ ଗ୍ରାମ୍

ରୋଇବାର ୧୫ -୨୫ ଦିନ ପରେ

ସୁଆଁ ଜାତୀୟ ଘାସ, ମୁଥା ଏବଂ କେତେକ ଚଉଡ଼ା ପତ୍ର ଘାସ

କ୍ଲୋରିମୁରନ + ମେଟା ସଲଫ୍ୟୁରାନ (ଆଲମିକସ) ହେକ୍ଟର ପ୍ରତି ୪ ଗ୍ରାମ୍ କ୍ରିୟାଶୀଳ ପଦାର୍ଥ

୮ ଗ୍ରାମ୍

ରୋଇବାର ୧୫ -୨୫ ଦିନ ପରେ

ଚଉଡ଼ା ପତ୍ର ଘାସ ଓ ମୁଥା

  • ସମନ୍ୱିତ ପଦ୍ଧତିରେ ଘାସ ଦମନ କରନ୍ତୁ । ଘାସ ନହେବା ପାଇଁ ଖରାଟିଆ ହଳ କରିବା ସହିତ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ ।
  • କୋନୋ ୱିଡର ଓ ପାୱାର ୱିଡର ବ୍ୟବହାର କରି ଘାସ ଦମନ କରାଯାଇପାରେ ।
  • ଧାନର ଦାନା ପୂରଣ ହେବା ପୂର୍ବରୁ ଥରେ ହାତରେ ବାଛି ଦେଲେ ରହିଯାଇଥିବା ଘାସ ନିୟନ୍ତ୍ରଣ ହୋଇଥାଏ ।
  • ସର୍ବଦା ଘାସମୁକ୍ତ ଥିବା ଉତ୍ତମ ତଳି ପଟାଳି ବ୍ୟବହାର କରନ୍ତୁ ।
  • ଘାସମରା ଔଷଧ ବ୍ୟବହାର ପୂର୍ବରୁ ଏହା ଉପରେ ଲେଖାଥିବା ସୂଚନା ପାଠ କରି ବିଷାକ୍ତ ପ୍ରଭାବ ଓ ସୁରକ୍ଷା ନିୟମାବଳୀ ବିଷୟରେ ଜାଣନ୍ତୁ I
  • ପବନ ବହୁ ନଥିବା ଖରା ପାଗରେ ଘାସମରା ଔଷଧ ସ୍ପ୍ରେ କରନ୍ତୁ ।
  • ସ୍ପ୍ରେ କରିବା ପାଇଁ ଫ୍ଲାଟ ଫ୍ୟାନ ନୋଜଲ ବ୍ୟବହାର କରନ୍ତୁ । ମଲ୍‌ଟି-ବୁମ୍ ନୋଜଲର ବ୍ୟବହାର ପସ ଯୋଗ୍ୟ ।
  • ସ୍କ୍ରି କରିବା ପୂର୍ବରୁ ଶରୀରକୁ ଆବୃତ କରି ପୋଷାକ ପରିଧାନ କରନ୍ତୁ ।
  • ଔଷଧ ପ୍ରୟୋଗ ପରେ ସାବୁରେ ଭଲ ଭାବେ ହାତ ଧୁଅନ୍ତୁ ।
  • ବ୍ୟବହାର ପରେ ଘାସମରା ଔଷଧର ଖାଲି ଡବାକୁ ଉପଯୁକ୍ତ ସ୍ଥାନରେ ଫିଙ୍ଗନ୍ତୁ ।

ଜଳ ପରିଚାଳନା

ତଳିଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ରୋଇବାର ୭-୧୦ ଦିନ ପରେ ଜମିରେ ୨-୩ ସେଣ୍ଟିମିଟର ପାଣି ରଖନ୍ତୁ । ଏହାପରେ ମାଟିରେ ସରୁ ଫାଟ ଦେଖାଗଲେ ପାଣି ମଡ଼ାନ୍ତୁ । ସକ୍ରିୟ ପିଲ ଅବସ୍ଥା, ଥୋଡ଼ ହେବା ଅବସ୍ଥା ଓ ଦାନା ପୂରଣ ପରି ସଙ୍କଟଜନକ ସମୟରେ କିଆରୀରେ ପାଣି ଅଭାବ ହେବା ଉଚିତ୍ ନୁହେଁ ।

ଫସଲ ସଂରକ୍ଷଣ

ଜମିରେ ରୋଗପୋକ ଦମନ ପାଇଁ ସମନ୍ଦିତ ରୋଗପୋକ ପରିଚାଳନା ପଦ୍ଧତି ଅନୁସରଣ କରିବା ଦରକାର । କେତେକ ସାଧାରଣ ରୋଗପୋକର ରାସାୟନିକ ନିୟନ୍ତ୍ରଣ ବିଷୟ ନିମ୍ନରେ ପ୍ରଦାନ କରାଗଲା ।

କୀଟ ପରିଚାଳନା

ଫସଲ ଅବସ୍ଥା

ରୋଗ / ପୋକର ନାମ

ନିୟନ୍ତ୍ରଣ ପଦ୍ଧତି

ତଳି ପଟାଳି

କାଣ୍ଡବିନ୍ଧା ପୋକ, ଉକୁଣିଆ ପୋକ, ସୂତ୍ରଜୀବ

  • ତଳିପଟାଳିରେ ଏକର ପ୍ରତି ୫ କି.ଗ୍ରା. ଫୋରେଟ ୧୦ କି (ଫୋରାଟକସର/ ଫୋରମାକସ / ଥିମେଟ / ରତ୍ନାମେଟ)। ପ୍ରୟୋଗ କରନ୍ତୁ । କିମ୍ବା

ଗଛର ଅଭିବୃଦ୍ଧି ଅବସ୍ଥା

କାଣ୍ଡବିନ୍ଧା ପୋକ

 

  • ରୋଇବା ପାଇଁ ତଳି ଉଠାଇବାର ୫ ରୁ ୭ ଦିନ ପୂର୍ବରୁ ଏକର ପ୍ରତି ୧୩ କିଲୋଗ୍ରାମ୍ ଫିପ୍ରୋନିଲ ୦.୩ କି (ରିଜେଣ୍ଟା / ମହାବୀର / ଫୌଜି / ଶ୍ରୀରାମ ଫିପ୍ରୋ ପ୍ଲସ୍) ପ୍ରୟୋଗ କରନ୍ତୁ ।
  • ରୋଇବାବେଳେ ଚାରାଗଛର ପତ୍ର ଅଗକୁ ଛିଣ୍ଡାଇ ଦେଲେ କୀଟର ଅଣ୍ଡା ନଷ୍ଟ ହୋଇଥାଏ ।
  • କିଆରୀକୁ ପରିଷ୍କାର କରିବା ଓ ପୁରୁଣା ବୁଦାମାନଙ୍କୁ ବାହାର କରିଦେବା ଦରକାର ।
  • ଏକର ପ୍ରତି ୪ କି.ଗ୍ରା. ଫୋରେଟ ୧୦ ଜି (ଫୋରଟକସର / ଫୋରମାକସ / ଥିମେଟ୍ / ରତ୍ନାମେଟ) ପ୍ରୟୋଗ କରନ୍ତୁ ।

କିମ୍ବା

  • ଏକର ପ୍ରତି ୧୦ କି.ଗ୍ରା. ଫିପ୍ରୋନିଲ ୦.୩ କି (ରିଜେଣ୍ଟା / ମହାବୀର / ଫୌଜି / ଶ୍ରୀରାମ ଫିପ୍ରୋପ୍ଲସ୍) ପ୍ରୟୋଗ କରନ୍ତୁ।

 

ପତ୍ରପୋଡ଼ା ପୋକ

 

  • ଏକର ପ୍ରତି ୧୬୦ ମି.ଲି. ଟ୍ରାୟାଜୋଫସ୍ ୪୦ ଇସି (ଟ୍ରାଜନ / ଘାତକ/ ଟ୍ରିଜୋପ୍ଲସ୍ / ଟ୍ରିପ) ପ୍ରୟୋଗ କରନ୍ତୁ ।

କିମ୍ବା

  • ଏକର ପ୍ରତି ୬୦୦ ମି.ଲି. କ୍ଲୋରୋପାଇରିଫସ୍ ୨୦ ଇସି ପ୍ରୟୋଗ କରନ୍ତୁ ।

ବାଦାମୀ ପତ୍ରଡିଆଁ ପୋକ, ଧଳାପିଠିଆ ପତ୍ରଡିଆଁ ପୋକ, ସବୁଜ ପତ୍ରଡିଆଁ ପୋକ

  • ଏକର ପ୍ରତି ୫୦ ମି.ଲି. ଇମିଡ଼ାକ୍ଲୋପ୍ରିଡ଼ ୨୦୦ ଏସଏଲ୍ (କୋରାଫିଡ଼ର / ହିଲମିଡ଼ା /ତ୍ରିଶୁଲ) ପ୍ରୟୋଗ କରନ୍ତୁ ।

କିମ୍ବା

  • ଏକର ପ୍ରତି ୪୦ ଗ୍ରାମ୍ ଥାୟାମେଥୋକଜାମ୍ ୨୫ ଡବ୍ଲୁଜି  (ଏକ୍‌ଜାମ / ଆୟୋଗାର୍ଡ଼ / ଏଭିଡେଣ୍ଟ) ପ୍ରୟୋଗ କରନ୍ତୁ।

ଦହିଆ ପୋକ

  • ଆକ୍ରାନ୍ତ ସ୍ଥାନରେ ଏକର ପ୍ରତି ୫ କି.ଗ୍ରା. ଫୋରେଟି ୧୦ ଜି ଦାନାଦାର ଔଷଧ ପ୍ରୟୋଗ କରନ୍ତୁ ।

ଗନ୍ଧିପୋକ

  • ଅପରାହ୍ନ ସମୟରେ ଏକର ପ୍ରତି ୬୦୦ ଗ୍ରାମ୍ କାର୍ବାରିଲ ୫୦ ଡବ୍ଲୁପି ପ୍ରୟୋଗ କରନ୍ତୁ।

ଥୋଡ଼ ହେବା ଓ ଏହାର ପର ଅବସ୍ଥା

କାଣ୍ଡବିନ୍ଧା ପୋକ

  • ଏକର ପ୍ରତି ୮୦୦ ମି.ଲି. କ୍ଲୋରୋପାଇରିଫସ୍ ୨୦ ଇସି ପ୍ରୟୋଗ କରନ୍ତୁ କିମ୍ବା
  • ଏକର ପ୍ରତି ୬୦୦ ମି.ଲି. କୁଇନାଲଫସ୍ ୨୫ ଇସି (କ୍ରସାକ୍ଵିକ / ଇକାଲକସ) ପ୍ରୟୋଗ କରନ୍ତୁ ।

ପତ୍ରପୋଡ଼ା ପୋକ, ପତ୍ରଖିଆ ସଁବାଳୁଆ

  • ଏକର ପ୍ରତି ୨୦୦ ମି.ଲି. ଟ୍ରାୟାଜୋଫସ୍ ୪୦ ଇ.ସି. ପ୍ରୟୋଗ କରନ୍ତୁ କିମ୍ବା
  • ଏକର ପ୍ରତି ୮୦୦ ମି.ଲି. କ୍ଲୋରୋପାଇରିଫସ୍ ୨୦ ଇସି ପ୍ରୟୋଗ କରନ୍ତୁ ।

ରୋଗ ପରିଚାଳନା

ଫସଲ ଅବସ୍ଥା

ରୋଗର ନାମ

ନିୟନ୍ତ୍ରଣ ପଦ୍ଧତି

ତଳି ଅବସ୍ଥା, ଫସଲ ଅଭିବୃଦ୍ଧି ଓ ଫୁଲ ହେବା ଅବସ୍ଥା

ମହିଷା ରୋଗ

 

  • ରୋଗ ହେବାର ଆଶଙ୍କା ଥିବା ଅଞ୍ଚଳରେ ଟ୍ରାଇସାଇକ୍ଲାଜୋଲ ୭୫ ଡବ୍ଲୁପି (ବିମ୍ବା ବାନ୍ ନିୟୁଏଜ) ଦ୍ଵାରା ବିହନ ବିଶୋଧନ କରନ୍ତୁ ।

କିମ୍ବା

  • ଟ୍ରାଇସାଇକ୍ଲାଜୋଲ ଲିଟର ପ୍ରତି ୦.୬ ଗ୍ରାମ୍ ୭୫ ଡବ୍ଲୁପି ସ୍ପ୍ରେ କରନ୍ତୁ।

କିମ୍ବା

  • ପ୍ରତି କିଲୋଗ୍ରାମ ବିହନ ସହିତ ୨ ଗ୍ରାମ୍ କାର୍ବେଣ୍ଡାଜିମ ୫୦ ଡବ୍ଲୁପି (ବାଭିଷ୍ଟିନ/କ୍ୟୁରେଟର) ମିଶାଇ ବିହନ ବିଶୋଧନ କରନ୍ତୁ ।

 

ପତ୍ରଚ୍ଛେଦ ପୋଡ଼ା ରୋଗ

  • ପ୍ରତି ଲିଟର ପାଣି ସହିତ ୨.୫ ମି.ଲି. ଭାଲିଡାମାଇସିନ୍ ୩ ଏଲ୍ (ସିଥମାର /ଡେଲସିନ) ମିଶାଇ ସ୍ପ୍ରେ କରନ୍ତୁ ।

କିମ୍ବା

  • ପ୍ରତି ଲିଟର ପାଣି ସହିତ ହେକସାକୋନାଜୋଲ ୫ ଇସି (କଣ୍ଟାଫ / ମାସ / ସମାଧାନ ପ୍ଲସ୍) ମିଶାଇ ସ୍ପ୍ରେ କରନ୍ତୁ ।
  • ଦ୍ବିତୀୟ ଦଫା ଯବକ୍ଷାର ସାର ପ୍ରୟୋଗରେ ବିଳମ୍ବ କରନ୍ତୁ ଓ ଏହାକୁ ଥର ଥର କରି ପ୍ରୟୋଗ କରନ୍ତୁ ।

 

ବାଦାମୀ ପତ୍ରଦାଗ ରୋଗ

  • ରୋଗ ହେବାର ଆଶଙ୍କା ଥିବା ଅଞ୍ଚଳରେ ପ୍ରତି କିଲୋଗ୍ରାମ ବିହନ ସହିତ ୨ ଗ୍ରାମ କାର୍ବେଣ୍ଡାଜିମ ୫୦ ଡବ୍ଲୁପି + ମାଙ୍କୋଜେବ  ୭୫ ଡବ୍ଲୁପି  ମିଶାଇ ବିଶୋଧନ କରନ୍ତୁ ।

କିମ୍ବା

  • ପ୍ରତି ଲିଟର ପାଣିରେ ୨ ଗ୍ରାମ୍ କାର୍ବେଣ୍ଡାଜିମ ୫୦ ଡବ୍ଲୁପି + ମାଙ୍କୋଜେବ  ୭୫ ଡବ୍ଲୁପି  (ସାଫ / ସଫାୟା / ସିକ୍ଟର) ମିଶାଇ ସ୍ପ୍ରେ କରନ୍ତୁ ।

ଫୁଲହେବା ପରେ

ସାଆର ରୋଗ

ଫୁଲହେବା ସମୟରେ ପ୍ରତି ଲିଟର ପାଣି ସହିତ ୧ ମି.ଲି. ପ୍ରୋପିକୋନାଜୋଲ ୨୫ ଇସି (ଟିଲଟ /ରେଜଲଟ/ରେଜୋଲ) ମିଶାଇ ସ୍ପ୍ରେ କରନ୍ତୁ ।

ଜଣେ ସେବା ପ୍ରଦାନକାରୀ ଭାବରେ ବ୍ୟବସାୟିକ ସୁଯୋଗ

  • ଧାନରୁଆ ଯନ୍ତ୍ର କିଣିଥିବା ଜଣେ କୃଷକ, ସେବା ପ୍ରଦାନକାରୀ ବା ଏହି ଯନ୍ତ୍ରର ବିକ୍ରେତା ଆଗ୍ରହୀ କୃଷକମାନଙ୍କୁ ଧାନରୁଆ ଯନ୍ତ୍ର ଭଡ଼ା ଦେଇ ଯଥେଷ୍ଟ ଲାଭ କରିପାରିବେ ।
  • ଶିକ୍ଷାର୍ଥୀମାନଙ୍କୁ ନିଜ ନିଜ ମଧ୍ୟରେ ଆଲୋଚନା କରି ଏହାର ଆୟବ୍ୟୟ ହିସାବ କରିବାକୁ କୁହନ୍ତୁ । ଆଲୋଚନାକୁ ଆଗେଇ ନେବା ପାଇଁ ନିମ୍ନ ସାରଣୀର ବ୍ୟବହାର କରାଯାଇପାରେ ।
  • ଧାନରୁଆ ଯନ୍ତ୍ର ରଖିବା ଜଣେ ବ୍ୟକ୍ତି ଏହାକୁ ଭଡ଼ା ଦେଇ ବା ତତ୍ ସମ୍ପର୍କିତ ସେବା ପ୍ରଦାନ କରି ଯଥା ମସିଣା ତଳି ବିକ୍ରି ଓ ଯନ୍ତ୍ରର ମରାମତି କରି ନିଜ ବ୍ୟବସାୟ ଆରମ୍ଭ କରିପାରିବେ । ଗୋଟିଏ ଧାନରୁଆ ଯନ୍ତ୍ରରେ ହେଉଥୁବା ହାରାହାରି ଖର୍ଚ୍ଚ ଓ ଆୟ ବିଷୟ ନିମ୍ନ ସାରଣୀରେ ପ୍ରଦାନ କରାଯାଇଛି । ଯଦି ସେବା ପ୍ରଦାନକାରୀ ଚାରା ଉତ୍ପାଦନ କରୁଥାନ୍ତି, ତେବେ ଦ୍ବିତୀୟ ଅବେଶନରେ ପ୍ରଦାନ କରାଯାଇଥିବା ଆୟବ୍ୟୟ ହିସାବ ଯୋଗ କରାଯାଇପାରିବ ।

ବସିବା ପ୍ରକାର ଧାନରୁଆ ଯନ୍ତ୍ରର ବ୍ୟବସାୟିକ ସୁଯୋଗ

ଆୟ

ଏକକ

ପରିମାଣ

ଏକକ ପ୍ରତି ମୂଲ୍ୟ (ଟଙ୍କା)

ମୋଟ ଆୟ

(ଟଙ୍କା)

ଦୃଷ୍ଟାନ୍ତ

ରୋଇବା ଜମି, ଦୈନିକ ଦୁଇ ଏକର ହିସାବରେ ୪୫ ଦିନ

ଏକର

୯୦

୧୦୦୦

୯୦୦୦୦

 

ମୋଟ ଆୟ

 

 

 

୯୦୦୦୦

 

ପରିବର୍ତ୍ତନଶୀଳ ମୂଲ୍ୟ

ଇନ୍ଧନ ଏକର ପ୍ରତି ୨ ଲିଟର

ଲିଟର

୧୮୦

୫୮

୧୦୪୪୦

 

ଚାଳକଙ୍କ ଖର୍ଚ୍ଚ (ଦିନକୁ ୪୦୦  ଟଙ୍କା)

 

ଦିନ ସଂଖ୍ୟା

୪୫

४००

୧୮୦୦୦

 

ମରାମତି ଓ ରକ୍ଷଣାବେକ୍ଷଣ (ମୋଟ ଉପରେ)

-

-

-

४०००

 

ଡେପ୍ରିସିଏସନ ଓ ସୁଧ ପୂର୍ବରୁ  ଆୟ

-

-

-

୫୭୫୬୦

 

ସବସିଡ଼ ବିନା ନିର୍ଦ୍ଧାରିତ ଖର୍ଚ୍ଚ

ଡେପ୍ରିସିଏସନ (ଯନ୍ତ୍ରର ମୂଲ୍ୟ – ୨, ୧୦,୦୦୦ ଟଙ୍କା)

-

୪୨୦୦୦

୪୨୦୦୦

 

ମୂଳଧନ ଉପରେ ସୁଧ ୧୦% (ଧାନରୁଆ ଯନ୍ତ୍ର)

-

୨୧୦୦୦

୨୧୦୦୦

 

ନେଟ ଲାଭ

-

-

-

୫୪୪୦

ଦୃଷ୍ଟାନ୍ତ ୧

ସବସିଡ୍ ସହିତ ନିର୍ଦ୍ଧାରିତ ଖର୍ଚ୍ଚ (୫୦%)

ଡେପ୍ରିସିଏସନ୍ ଧାନରୁଆ ଯନ୍ତ୍ର  ମୂଲ୍ୟ – ୧,୦୫,୦୦୦ ଟଙ୍କା

-

୨୧୦୦୦

୨୧୦୦୦

 

ମୂଳଧନ ଉପରେ ସୁଧ (୧୦%) (ଧାନରୁଆ ଯନ୍ତ୍ର)

-

୧୦୫୦୦

୧୦୫୦୦

 

ନେଟ ଲାଭ

-

-

-

୨୬୦ ୨୬

ଦୃଷ୍ଟାନ୍ତ ୨

ନିର୍ଦ୍ଧାରିତ ଖର୍ଚ୍ଚର ୭୫% ସବସିଡ଼୍

 

 

 

 

 

ଡେପ୍ରିସିଏସନ୍ ଧାନରୁଆ ଯନ୍ତ୍ର ମୂଲ୍ୟ ୧୦୫୦୦୦ ଟଙ୍କା

-

୧୦୫୦୦

୧୦୫୦୦

 

ମୂଳଧନ ଉପରେ ସୁଧ (୧୦%)  (ଧାନରୁଆ ଯନ୍ତ୍ର)

-

୫୨୫୦

୫୨୫୦

 

ନେଟ ଲାଭ

-

-

 

୪୧୮୧୦

ଦୃଷ୍ଟାନ୍ତ ୩

ଚାଲିବା ପ୍ରକାର ଧାନରୁଆ ଯନ୍ତ୍ରର ବ୍ୟବସାୟିକ ସୁଯୋଗ

ଆୟ

ଏକକ

ପରିମାଣ

ଏକକ ପ୍ରତି ମୂଲ୍ୟ

(ଟଙ୍କା)

ମୋଟ ଆୟ (ଟଙ୍କା)

ଦୃଷ୍ଟାନ୍ତ

ରୋଇବା ଜମି, ଦୈନିକ ଦୁଇ ଏକର ହିସାବରେ ୪୫ ଦିନ

ଏକର

୯୦

୧୦୦୦

୯୦୦୦୦

 

ମୋଟ ଆୟ

 

 

 

୯୦୦୦୦

 

ପରିବର୍ତ୍ତନଶୀଳ ମୂଲ୍ୟ

ଇନ୍ଧନ ଏକର ପ୍ରତି ୨ ଲିଟର

ଲିଟର

୧୮o

୫୮

୧୦୪୪୦

 

ଚାଳକଙ୍କ ଖର୍ଚ୍ଚ (ଦିନକୁ ୪୦୦ / ଟଙ୍କା)

ଦିନ ସଂଖ୍ୟା

୪୫

୪୦୦

୧୮୦୦୦

 

ମରାମତି ଓ ରକ୍ଷଣାବେକ୍ଷଣ (ମୋଟ ଉପରେ)

-

-

-

୪୦୦୦

 

ଡେପ୍ରିସିଏସନ ଓ ସୁଧ ପୂର୍ବରୁ ଆୟ

-

-

-

୫୭୫୬୦

 

 

ସବସିଡ଼ ବିନା ନିର୍ଦ୍ଧାରିତ ଖର୍ଚ୍ଚ

ଡେପ୍ରିସିଏସନ ( ଯନ୍ତ୍ରର ମୂଲ୍ୟ – ୧, ୧୮,୦୦୦ ଟଙ୍କା),

-

୩୬୦୦୦

୩୬୦୦୦

 

ଆଧାର - ଯାନ୍ତ୍ରିକ ପଦ୍ଧତିରେ ଧାନ ରୋପଣ,ସିଏସଇସା.ଓଆରଜି

0.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top