অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷର ପ୍ରୟୋଗ ସମୟରେ ସାବଧାନତା)

ଫସଲ ସୁରକ୍ଷାକାରୀ ବିଷ (ଫସଲ ସୁରକ୍ଷାକାରୀ ବିଷର ପ୍ରୟୋଗ ସମୟରେ ସାବଧାନତା)

ଅଧିବେଶନ ୭.୩

ଫସଲ ସୁରକ୍ଷାକାରୀ ବିଷ ର ପ୍ରୟୋଗ ସମୟରେ ସାବଧାନତା I

ଉଦ୍ଦେଶ୍ୟ

ଫସଲ ସୁରକ୍ଷାକାରୀ ବିଷ ର ପ୍ରୟୋଗ ସମୟରେ ସାବଧାନତା ବିଷୟରେ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଫସଲ ସୁରକ୍ଷାକାରୀ ବିଷ ର ପ୍ରୟୋଗ ସମୟରେ ସାବଧାନତା ଗ୍ରହଣ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, କିଛି ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ପ୍ୟାକେଟ୍/ବୋତଲ, ସୁରକ୍ଷା ଉପକରଣ, ସ୍ପ୍ରେୟର, ମୁଖା, ଗ୍ଲୋଭ ଇତ୍ୟାଦି I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ |

ପୃଷ୍ଠଭୁମୀ

ବଜାରରେ ମିଳୁଥିବା ସମସ୍ତ ପ୍ରକାର ରାସାୟନିକ କୀଟ ନାଶକ ସଦା ସର୍ବଦା ବିଷାକ୍ତ ହୋଇଥାଏ ଏବଂ ସଜୀବ ପଦାର୍ଥ ଯଥା ମଣିଷ ଏବଂ ଗୃହ ପାଳିତ ପଶୁମାନଙ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ I ଏହା ସାଧାରଣ ଚର୍ମ ଜ୍ୱଳନ ଠାରୁ ଆରମ୍ଭ କରି ଅକାଳ ପ୍ରସବ କିମ୍ବା ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ କର୍କଟ ରୋଗର କାରଣ ହୋଇପାରେ I ଏହା ଖାଦ୍ୟରେ ରସାୟନର ଅବଶେଷ ଛାଡିଥାଏ ଯାହା ମଣିଷ ଏବଂ ଗୃହ ପାଳିତ ପଶୁମାନଙ୍କ ଭିତରେ ପହଞ୍ଚି ଥାଏ I ଏହାଛଡା, ପରିବେଶରେ ଥିବା ଅନ୍ୟାନ୍ୟ ଅଣ-ଲକ୍ଷ୍ୟ ସଜୀବ ପଦାର୍ଥ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ I ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ସୁରକ୍ଷାର ଦିଗ, ଯଥା ନିଜ ବିଲରେ ଫସଲ ସୁରକ୍ଷାକାରୀ ବିଷ ଉତ୍ପାଦର ପ୍ରୟୋଗ ସମୟରେ ସାବଧାନତା ଗ୍ରହଣ ବିଷୟରେ ଶିକ୍ଷା ଦାନ କରିବ ।

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ନିଜ ଜମିରେ ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କଲାବେଳେ ସେମାନେ କେଉଁ ପ୍ରକାର ସୁରକ୍ଷା ଉପାୟ ଅନୁସରଣ କରିଥାଆନ୍ତି I ଏହାସହ କୁହନ୍ତୁ ଯେ ଫସଲ ସୁରକ୍ଷାକାରୀ ବିଷର ସଂସ୍ପର୍ଶରେ ଆସିଲେ ଚର୍ମ ଜ୍ୱଳନ ସହ ଅନେକ ପ୍ରକାର ରୋଗ ହେବାର ଆଶଙ୍କା ଥାଏ I

ସୋପାନ -: ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ ସମୟରେ ସାବଧାନତା: ଫସଲ ସୁରକ୍ଷାକାରୀ ବିଷର ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତାକୁ ଚାଷୀମାନଙ୍କୁ ବୁଝାନ୍ତୁ:

  • ଫସଲ ରକ୍ଷାକାରୀ ରସାୟନର ପ୍ରୟୋଗ ସମୟରେ ଏହାକୁ କିପରି ସଞ୍ଚାଳନ କରିବେ: ଉତ୍ପାଦକୁ ମାପିବା ଏବଂ ସ୍ଥାନାନ୍ତର କରିବା ପାଇଁ ଉପଯୁକ୍ତ ଉପକରଣ ବ୍ୟବହାର କରନ୍ତୁ I ହାତକୁ କେବେହେଲେ ସୁଦ୍ଧା ମାପିବା ପାଇଁ କିମ୍ବା ମିଶ୍ରଣକୁ ଘାଣ୍ଟିବା ପାଇଁ ବ୍ୟବହାର କରନ୍ତୁ ନାହିଁ I ଫସଲ ସୁରକ୍ଷାକାରୀ ବିଷକୁ ମିଶ୍ରଣ କରିବା, ଢାଳିବା ଏବଂ ପୂରଣ କରିବା ସମୟରେ ହାତରେ ସବୁବେଳେ ଗ୍ଲୋବ ବ୍ୟବହାର କରନ୍ତୁ I ସାଧାରଣ ଭାବେ, ଶରୀରକୁ ଆବୃତ କରିବା ପାଇଁ ଏକ ଆପ୍ରୋନ ବ୍ୟବହାର କରାଯାଇପାରେ ଏବଂ ଆଖିକୁ ସୁରକ୍ଷା ଦେବାପାଇଁ ଏକ ଚଷମା ମଧ୍ୟ ବ୍ୟବହାର କରିହେବ I
  • ସ୍ପ୍ରେୟରରେ ଭର୍ତ୍ତୀକରିବା ପୂର୍ବରୁ ସଠିକ ପରିମାଣର ମିଶ୍ରଣ ପ୍ରସ୍ତୁତ କରନ୍ତୁ: ପ୍ରସ୍ତୁତ ମିଶ୍ରଣର ପରିମାଣ ସବୁବେଳେ ଜମିର ଆୟତନ ଅନୁଯାୟୀ ଏବଂ ବିଶେଷଜ୍ଞଙ୍କ ଅନୁମୋଦିତ ମାତ୍ରା ଉପରେ ପର୍ଯ୍ୟବେସିତ ହେବା ଉଚିତ I ମିଶ୍ରଣକୁ ଢାଲିଲା ସମୟରେ କିମ୍ବା ଗାଢ ଉତ୍ପାଦକୁ ମିଶ୍ରଣ କଲାବେଳେ ସତର୍କ ରୁହନ୍ତୁ ଯେପରିକି ଏହା ଚର୍ମ ଉପରେ କିମ୍ବା ପିନ୍ଧା ଲୁଗା ଉପରେ ଢାଳି କିମ୍ବା ଚହଲିଯାଇ ପଡି ନ ଯାଏ I ଯଦି ଉତ୍ପାଦ କିମ୍ବା ମିଶ୍ରଣର କିଛି ଅଂଶ ଚର୍ମ ଉପରେ କିମ୍ବା ଆଖି ଭିତରେ ଅଜାଣତରେ ପଡିଯାଇଥାଏ, ତେବେ ଏହାକୁ ଯେତେ ଶୀଘ୍ର ସମ୍ଭବ ଧୋଇ ଦିଅନ୍ତୁ I ଅଧିକ ପରିମାଣରେ ମିଶ୍ରଣ ପଡିଯାଇଥିବା ଲୁଗାକୁ ସାଙ୍ଗେ ସାଙ୍ଗେ ବାହାର କରିଦେଇ ସାବୁନ ଓ ପାଣିରେ ସଫା କରିବା ଦରକାର I
  • କ୍ଷରିତ ହେଉଥିବା କିମ୍ବା ଖରାପ ଉପକରଣ ବ୍ୟବହାର କରନ୍ତୁ ନାହିଁ: ଫସଲ ଉପରେ ଔଷଧକୁ ପ୍ରୟୋଗ କରିବା ପାଇଁ ଉପଯୁକ୍ତ ଉପକରଣ ବ୍ୟବହାର କରିବା ଉଚିତ ଏବଂ ଏହାକୁ ଠିକ ଭାବେ ରକ୍ଷଣାବେକ୍ଷଣ କରାଯାଉଥିବା ଉଚିତ I କୌଣସି ସମୟରେ କ୍ଷରିତ ହେଉଥିବା ଉପକରଣ ବ୍ୟବହାର କରନ୍ତୁ ନାହିଁ କାରଣ ଏହା ଦ୍ୱାରା ଔଷଧ ଚର୍ମ କିମ୍ବା ଲୁଗା ଉପରେ ପଡିବାର ଆଶଙ୍କା ଥାଏ I ଜାମ ହୋଇଯାଇଥିବା ସ୍ପ୍ରେୟର ମୁହଁକୁ ପାଟିରେ ଫୁଙ୍କି ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ I ଏହାକୁ ପାଣି କିମ୍ବା କୁଟା ସାହାଯ୍ୟରେ ସଫା କରନ୍ତୁ I
  • ଅତି ଅଧିକ ତାପମାତ୍ରାଥିଲେ ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କରନ୍ତୁ ନାହିଁ: ଗରମ ଏବଂ ଆଦ୍ର ପାଣିପାଗରେ ସିଞ୍ଚନ କଲେ ଅଧିକ ରକ୍ଷାତ୍ମକ ପୋଷାକ ପିନ୍ଧିବାକୁ ପଡିଥାଏ ଯାହା ଅତ୍ୟଧିକ କ୍ଲେଶ ଏବଂ ଶାରୀରିକ ପୀଡା ସୃଷ୍ଟି କରିଥାଏ I ଯଦି ସମ୍ଭବ ହୁଏ, ତେବେ ଦିନର ଅପେକ୍ଷାକୃତ କମ ଗରମ ରହୁଥିବା ସମୟରେ ଏହାକୁ ସିଞ୍ଚନ କରନ୍ତୁ କାରଣ ଏହି ସମୟରେ ହାଲୁକା ରକ୍ଷାତ୍ମକ ପୋଷାକ ପିନ୍ଧି ସିଞ୍ଚନ କରିହେବ I
  • ବାୟୁ ପ୍ରବାହର ପ୍ରତିକୂଳ ଦିଗରେ ସିଞ୍ଚନ କରନ୍ତୁ ନାହିଁ: ମିଶ୍ରଣକୁ ସବୁବେଳେ ବାୟୁ ପ୍ରବାହର ଅନୁକୂଳ ଦିଗରେ ସିଞ୍ଚନ କରନ୍ତୁ ଏବଂ ଏହାର ପ୍ରତ୍ୟକ୍ଷ ସଂସ୍ପର୍ଶକୂ ଏଡାନ୍ତୁ I ତାଜାଭାବେ ସିଞ୍ଚିତ ହୋଇଥିବା ପତ୍ରର ସଂସ୍ପର୍ଶକୂ ମଧ୍ୟ ଏଡାନ୍ତୁ I
  • ଖାଇବା, ପିଇବା କିମ୍ବା ଧୂମ ପାନ କରିବା ପୂର୍ବରୁ ହାତ ଆଉ ମୁହଁ ଭଲକରି ଧୁଅନ୍ତୁ: ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କରି ସାରିଲା ପରେ ହାତ, ମୁହଁ ଏବଂ ଲୁଗାପଟାକୁ ସାବୁନ ଓ ପାଣି ବ୍ୟବହାର କରି ସଫା କରନ୍ତୁ I
  • ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କରି ସାରିବା ପରେ ସ୍ନାନ କରନ୍ତୁ ଏବଂ ନିଜର ଲୁଗା ପଟା ସଫା କରନ୍ତୁ: ଫସଲ ସୁରକ୍ଷାକାରୀ ବିଷର ପ୍ରୟୋଗ ସମୟରେ ପିନ୍ଧିଥିବା ଲୁଗାପଟାକୁ ଅନ୍ୟ ପୋଷାକପତ୍ର ସହ ମିଶାନ୍ତୁ ନାହିଁ I ସବୁବେଳେ ଏହାକୁ ଅଲଗା ସଫାକରିବା ଉଚିତ I ଜଳକୁ ଦୂଷିତ ନ କରିବା ପାଇଁ ଲୁଗାପଟା କୌଣସି ଜଳର ଉତ୍ସ ନିକଟରେ ଯଥା ଝରଣା କିମ୍ବା ପୋଖରୀ ପାଖରେ ସଫା କରନ୍ତୁ ନାହିଁ I
  • ଗର୍ଭବତୀ ମହିଳା, ଅସୁସ୍ଥ ଥିବା ବ୍ୟକ୍ତି ଏବଂ ପିଲାମାନେ ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କରିବା ଉଚିତ ନୁହେଁ: ଗର୍ଭବତୀ ମହିଳା, ଅସୁସ୍ଥ ଥିବା ବ୍ୟକ୍ତି ଏବଂ ପିଲାମାନେ ଫସଲ ସୁରକ୍ଷାକାରୀ ବିଷ କୌଣସି ପରିସ୍ଥିତିରେ ମଧ୍ୟ ପ୍ରୟୋଗ କରିବା ଉଚିତ ନୁହେଁ I ବିଶେଷତଃ, ଗର୍ଭବତୀ ମହିଳାମାନେ ଫସଲ ସୁରକ୍ଷାକାରୀ ବିଷର ସଂସ୍ପର୍ଶରେ ଆସିଲେ ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପଡିଥାଏ I
  • ଅମଳ କରିବାର ଠିକ କିଛି ଦିନ ପୂର୍ବରୁ ଫସଲ ରକ୍ଷାକାରୀ ରସାୟନ ପ୍ରୟୋଗ କରନ୍ତୁ ନାହିଁ: ସବୁବେଳେ ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କରିବାର କିଛିଦିନ ପର୍ଯ୍ୟନ୍ତ ସଶ୍ୟ, ଡାଲି, ପନିପରିବା ଏବଂ ଫଳ ଉପରେ ଏହାର ବିଷାକ୍ତତା ପ୍ରଭାବ ରହିଥାଏ I ତେଣୁ ଅମଳର ଠିକ ପୂର୍ବରୁ ଏହାକୁ ପ୍ରୟୋଗ କରିବା ଉଚିତ ନୁହେଁ କାରଣ ଉପଭୋକ୍ତାଙ୍କୁ ଏହା ପ୍ରଭାବିତ କରିପାରେ I

ଉପସଂହାର

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କ ମନରେ ଥିବା ସମସ୍ତ ସନ୍ଦେହକୁ ଦୂର କରନ୍ତୁ I ଏହାପରେ ଚାଷୀମାନଙ୍କ ଠାରୁ ପ୍ରତିଶୃତି ଆଣନ୍ତୁ ଯେ ସେମାନେ ଫସଲ ସୁରକ୍ଷାକାରୀ ବିଷ ପ୍ରୟୋଗ କରିବା ବେଳେ ସୁରକ୍ଷା ଉପାୟ ସବୁ ଗ୍ରହଣ କରିବେ ଏବଂ ଉଚିତ ଭାବେ ଆବଶ୍ୟକତା ଅନୁଯାୟୀ ଏହାକୁ ପ୍ରୟୋଗ କରିବେ I ଏଥି ସହିତ ଏହି ଅଧିବେଶନକୁ ସମାପ୍ତ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate