ଅଧିବେଶନ ୩.୧ |
ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟାର ଉପକାରିତାକୁ ଆକଳନ କରିବାପାଇଁ ବିଭିନ୍ନ କାରଣ I |
ଉଦ୍ଦେଶ୍ୟ |
ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟାରେ ବଜାର ଗତିଶୀଳତା ବିଷୟରେ ଚାଷୀମାନଙ୍କୁ ସଚେତନତା ସୃଷ୍ଟି କରିବା I |
ପଦ୍ଧତି |
ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଫ୍ଲିପ ଚାର୍ଟ ପ୍ରଦର୍ଶନ ମାଧ୍ୟମରେ ଏହାକୁ ସଞ୍ଚାଳନ କରିବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I |
ଦରକାରୀ ସାମଗ୍ରୀ |
ପ୍ଲିପ ଚାର୍ଟ୍, ମାର୍କର ପେନ୍ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ – 30 ମିନିଟ I |
ବ୍ୟକ୍ତିଗତ ଭାବେ ବିକ୍ରୟ କରିବା ଅପେକ୍ଷା ପ୍ରାଥମିକ ଉତ୍ପାଦକ ସ୍ତରରେ ଜମା ସଂଗ୍ରହ ପ୍ରକ୍ରିୟାଦ୍ୱାରା ସମୂହରେ ବିକ୍ରୟ କଲେ ଅପେକ୍ଷାକୃତ ଭଲ ଦର ପାଇ ପାରିବେ I ଚାଷୀମାନେ ଏହାର ବିଭିନ୍ନ ଉପାଦେୟତା ବିଷୟରେ ସଚେତନ ହେବା ଆବଶ୍ୟକ ଏବଂ ଏଥିରୁ ପାଉଥିବା ଲାଭକୁ ଆକଳନ କରିବା ପାଇଁ ଆବଶ୍ୟକ କୌଶଳ ସେମାନଙ୍କ ପାଖରେ ଥିବା ଦରକାର I ଏହି ସଚେତନତା ଚାଷୀମାନଙ୍କୁ ଦୀର୍ଘସୂତ୍ରୀ ଭାବେ ଜମା-ସଂଗ୍ରହ ପ୍ରକ୍ରିୟା ଆଦୃତ କରିବାପାଇଁ ସହାୟତା କରିବା ସହ ଏହି କାର୍ଯ୍ୟକଳାପ ଅନେକ ଛୋଟ ଛୋଟ ତୃଣମୂଳ ସ୍ତରର ସଂଗଠନ ଯଥା କୃଷକ ଉତ୍ପାଦକ କମ୍ପାନୀ ଗଠନ କରିବାରେ ସାହାଯ୍ୟ କରିବ ଯାହା ଗ୍ରାମ ସ୍ତରରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ସ୍ତରରେ ବହୁତ ବଡ ଆକାରରେ କାମ କରିପାରିବେ I
ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭକରି ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ କୃଷି ଉତ୍ପାଦର ଜମା-ସଂଗ୍ରହ ପ୍ରକ୍ରିୟାରୁ ପାଉଥିବା ଲାଭସବୁକୁ ଚିହ୍ନଟ କରିପାରୁଛନ୍ତି କି I ତା'ପରେ ସେମାନଙ୍କୁ ବୁଝାନ୍ତୁ ଯେ ଏହି ଏହି ପ୍ରକ୍ରିୟାରୁ ପାଉଥିବା ଲାଭକୁ ମୁଲ୍ୟାୟନ କରିବାରେ ସାହାଯ୍ୟ କରିବା ପାଇଁ ଏହି ସମୀକ୍ଷା ଓ ଟ୍ରାକିଙ୍ଗ୍ ଅଧିବେଶନକୁ ସଞ୍ଚାଳନ କରାଯାଉଅଛି I ଯଦି କିଛି ଦିଗ/ବିନ୍ଦୁକୁ ଏହି ଚାର୍ଟରେ ଅନ୍ତର୍ଭୂକ୍ତ କରାଯାଇନାହିଁ, ତେବେ ଅଂଶଗ୍ରହଣକାରୀମାନେ ନିଜ ନିଜର ଅନୁଭବ ଅଧାରରେ ଅଧିକ ସୂଚକ ଯୋଡି ପାରିବେ I
ସୋପାନ - ୨ : ସୂଚକସବୁକୁ ବୁଝାଇବା : ନିମ୍ନ ଉଲ୍ଲିଖିତ ଚାର୍ଟରେ ଉତ୍ପାଦ ବିକ୍ରୟ ସମୟରେ ଉଭୟ ପ୍ରଣାଳୀର ଥିବା ପାର୍ଥକ୍ୟକୁ ଦର୍ଶାଯାଇଛି ଯଥା ଗୋଟିଏ ପ୍ରଣାଳୀ ହେଉଛି ଚାଷୀ ନିଜର କୃଷି ଉତ୍ପାଦକୁ ବ୍ୟକ୍ତିଗତ ସ୍ତରରେ ବିକ୍ରୟ କରିଥାଆନ୍ତି ଏବଂ ଅନ୍ୟ ପ୍ରଣାଳୀଟି ହେଉଛି ସବୁ ଚାଷୀମାନଙ୍କ ଠାରୁ ଉତ୍ପାଦକୁ ଏକତ୍ର ଜମା-ସଂଘ୍ରହ କରି ସମୂହ ଭାବେ ବିକ୍ରୟ କରିବା I ଜମା-ସଂଗ୍ରହ ପ୍ରକ୍ରିୟାରୂ ପାଉଥିବା ଉପାଦେୟତାସବୁକୁ ଚିହ୍ନଟ କରିବାରେ ଏହା ଚାଷୀମାନଙ୍କୁ ସାହାଯ୍ୟ କରିବ I
କ୍ର. ନଂ |
ସୂଚକ |
ବ୍ୟକ୍ତିଗତ ସ୍ତରରେ ଚାଷୀଙ୍କ ଦ୍ୱାରା ବିକ୍ରୟ |
ଉତ୍ପାଦର ଜମା-ସଂଗ୍ରହ |
୧ |
ଉତ୍ପାଦର ପରିମାଣ |
ବିକ୍ରୟ ପାଇଁ ବହୁତ କମ ଉତ୍ପାଦ ଉପଲବ୍ଧ ହୋଇଥାଏ I |
ବିକ୍ରୟ ପାଇଁ ବହୁତ ଅଧିକ ଉତ୍ପାଦ ଉପଲବ୍ଧ ହେବା ଫଳରେ ଉତ୍ତମ ଦରପାଇଁ ମୂଲ ଚାଲ କରିବା ସୁଯୋଗ ଦେଇଥାଏ I |
୨ |
ବଜାର |
ଉତ୍ପାଦ କେବଳ ସ୍ଥାନୀୟ ବଜାରରେ ବିକ୍ରୟ କରାଯାଇ ପାରିବ ଯାହା ଭଲ ଦର ପ୍ରଦାନ କରେ ନାହିଁ I |
ଆମର ପସନ୍ଦ ଅନୁଯାୟୀ ଉତ୍ପାଦକୁ ଲାଭଦାୟୀ ବଜାରରେ ବିକ୍ରୟ କରାଯାଇ ପାରିବ I |
୩ |
ସୁଦୂର ବଜାରକୁ ଉତ୍ପାଦ ପରିବହନ କରିବା |
କମ ପରିମାଣର ଉତ୍ପାଦକୁ ପରିବହନ କରିବା ଲାଭକାରୀ ହୋଇ ନ ଥାଏ I |
ପରିବହନ ଖର୍ଚ୍ଚକୁ ସବୁ ଚାଷୀ ବାଣ୍ଟିବା ଦ୍ୱାରା ଏହା ଲାଭକାରୀ ହୋଇ ଥାଏ I |
୪ |
ସୁଦୂର ବଜାରକୁ ଉତ୍ପାଦ ପରିବହନ କରିବାପାଇଁ ଖର୍ଚ୍ଚ ହେଉଥିବା ସମୟ |
କମ ଲାଭ ପାଇବା ପାଇଁ ବହୁତ ଅଧିକ ସମୟ ନଷ୍ଟ ହୋଇଥାଏ I |
ସମୂହରୁ ଜଣେ ବା ଦୁଇଜଣ ସଦସ୍ୟ ପାଳିକରି ଏହି କାମକୁ କରିଥାଆନ୍ତି I ଏଥିରୁ ମିଳୁଥିବା ଅଧିକ ଲାଭକୁ ସମସ୍ତ ସଦସ୍ୟ ଭାଗକରି ଲାଭ କରିଥାଆନ୍ତି I |
୫ |
ବସ୍ତୁ ବିନିମୟ କାରବାର |
ଅନେକ ଚାଷୀ ନିଜ ପରିବାର ପାଇଁ ଆବଶ୍ୟକ ହେଉଥିବା ଜିନିଷ ବସ୍ତୁବିନିମୟ କାରବାର ମାଧ୍ୟମରେ କରି ଥାଆନ୍ତି ଯାହା ଉତ୍ପାଦର ପ୍ରକୃତ ମୁଲ୍ୟ ପ୍ରଦାନ କରେ ନାହିଁ I |
ଚାଷୀ ସବୁଠାରୁ ଉତ୍ତମ ଦର ପାଇବେ ଏବଂ ଏଥିରୁ ପାଉଥିବା ଆୟରୁ ସେ ଘର ପାଇଁ ଜିନିଷ କିଣିବାକୁ ମୂଲଚାଲ କରିପାରିବେ I |
୬ |
ମଧ୍ୟସ୍ଥି/ସ୍ଥାନୀୟ ମହାଜନଙ୍କ ଭୂମିକା |
ମଧ୍ୟସ୍ଥି ଏକ ବଡ ଭୂମିକା ତୁଲାଇ ଥାଆନ୍ତି I |
ଏହି ପ୍ରକ୍ରିୟାରେ ମଧ୍ୟସ୍ଥିଙ୍କ ଭୂମିକା ସମ୍ପୂର୍ଣ ରୂପେ ଅପସାରିତ ହୋଇଥାଏ I |
୭ |
ମୂଲ୍ୟ ସଂଯୋଗ |
ଚାଷୀମାନେ କୌଣସି ମୂଲ୍ୟ-ସଂଯୋଗ ଯେପରିକି ଶୁଖାଇବା ପରି କାମ କରି ନ ଥାଆନ୍ତି ଯାହା ଅଧିକ ମୂଲ୍ୟ ପାଇବାରେ ସାହାଯ୍ୟ କରିଥାଏ I |
ସବୁ ଚାଷୀ ମୂଲ୍ୟ-ସଂଯୋଗ କାର୍ଯ୍ୟ କରିଥାଆନ୍ତି ଯାହା ସେମାନଙ୍କୁ ଅଧିକ ଅର ଦେଇଥାଏ I |
୮ |
ବାଛିବା ଓ ଶ୍ରେଣୀକରଣ କରିବା |
ବ୍ୟକ୍ତିଗତଭାବେ ଚାଷୀମାନେ ପରିମାଣ କମ ଥିବାରୁ ବଛାବଛି କରି ନ ଥାଆନ୍ତି I |
ଉତ୍ପାଦର ପରିମାଣ ଅଧିକ ଥିବାରୁ ବଛାବଛି ଓ ଶ୍ରେଣୀକରଣ କରାଯାଇଥାଏ ଯାହାଫଳରେ ମୂଲ ଚାଲ କରି ଅଧିକ ଦର ପାଇବାରେ ଏହା ସାହାଯ୍ୟ କରିଥାଏ I |
୯ |
ଉତ୍ପାଦକୁ ବନ୍ଧକ ଦେବା |
ଚାଷୀମାନେ କୃଷି ନିବେଶ କ୍ରୟ କରିବା ପାଇଁ ସେମାନଙ୍କ ଉତ୍ପାଦକୁ ବନ୍ଧକ ଭାବରେ ରଖିଥାଆନ୍ତି I ଏହା ସହ ଚାଷୀମାନେ ମହାଜନର ମନମୂଖୀ ଇଛାର ଶୀକାର ହୋଇଥାଆନ୍ତି I |
ଚାଷୀମାନେ ସେମାନଙ୍କ ଉତ୍ପାଦକୁ ବନ୍ଧକ ରଖିବା ଦରକାର ନାହିଁ କାରଣ ସେମାନେ ଦଳ ସଞ୍ଚୟରୁ ଋଣ ନେଇ ପାରିବେ I |
୧୦ |
ମୂଲ ଚାଲ କରିବା କ୍ଷମତା ଏବଂ କଥାବାର୍ତ୍ତା କରିବା |
ଉତ୍ପାଦର ପରିମାଣ କମ ଥିବାରୁ ଚାଷୀମାନେ ବ୍ୟକ୍ତିଗତ ସ୍ତରରେ ମୂଲ ଚାଲ କରି ପାରନ୍ତି ନାହିଁ I |
ପରିମାଣ ଅଧିକ ଥିବାରୁ ଉତ୍ପାଦର ଦର ପାଇଁ ମୂଲ ଚାଲ କରାଯାଇପାରିବ I |
୧୧ |
ବୃହତ ବ୍ୟାପାରୀ |
ଚାଷୀମାନେ କେବଳ କ୍ଷୁଦ୍ର ବ୍ୟାପାରୀକୁ ବିକ୍ରୟ କରିପାରନ୍ତି I |
ନିଜର ଉତ୍ପାଦକୁ ବୃହତ ବ୍ୟାପାରୀମାନଙ୍କସହ କଥାବାର୍ତ୍ତାକରି ବିକ୍ରୟକରିବାର ବିକଳ୍ପ ଚାଷୀମାନଙ୍କ ପାଖରେ ଥାଏ କାରଣ ବଡ ବଡ ବ୍ୟାପାରୀମାନେ ଅଧିକ ପରିମାଣର ଜିନିଷ ଗୋଟିଏ ସ୍ଥାନରୁ କିଣିବାକୁ ପସନ୍ଦ କରିଥାଆନ୍ତି I |
୧୨ |
ବଜାର ସବୁର ନକ୍ସାକରଣ କରିବା |
ସ୍ଥାନୀୟ ଅଞ୍ଚଳରେ ଥିବା ବଜାର ବ୍ୟତୀତ ଅନ୍ୟସବୁ ବଜାର ବିଷୟରେ ଜାଣିବା ପାଇଁ ବ୍ୟକ୍ତିଗତ ଚାଷୀଙ୍କର ସ୍ପୃହା ନ ଥାଏ I |
ବଜାର ନକ୍ସାକରଣ ମାଧ୍ୟମରେ ସବୁ ଚାଷୀ ବିଭିନ୍ନ ବଜାର ବିକଳ୍ପ ବିଷୟରେ ଜାଣି ପାରିବେ I |
୧୩ |
ସଂରକ୍ଷଣ ସୁବିଧା |
ବ୍ୟକ୍ତିଗତଭାବେ ଚାଷୀମାନେ ସଂରକ୍ଷଣ ସୁବିଧା ବିଷୟରେ ସଚେତନା ନ ଥାଆନ୍ତି I |
ଚାଷୀମାନେ ସଂରକ୍ଷଣ ସୁବିଧା ବିଷୟରେ ଅବଗତ ହୋଇ ଥାଆନ୍ତି କାରଣ ସମୂହ ଭାବରେ ସେମାନେ ଉତ୍ପାଦକୁ ସଂରକ୍ଷଣକରି ବଜାରରେ ଦର ବୃଦ୍ଧି ହେଲା ପର୍ଯ୍ୟନ୍ତ ଅପେକ୍ଷା କରିପାରିବେ I |
୧୪ |
ବ୍ୟବସାୟ ଅଭ୍ୟାସ |
ବ୍ୟକ୍ତିଗତଭାବେ ଚାଷୀମାନେ ଅସାଧୁ ବ୍ୟାପାର ଅଭ୍ୟାସର ଶୀକାର ହୋଇ ଥାଆନ୍ତି ଯେପରିକି ଓଜନରେ କିମ୍ବା ନଗଦ କାରବାରରେ I |
ସମୂହ କୌଣସି ପ୍ରକାର ଅସାଧୁ ବ୍ୟାପାର ଅଭ୍ୟାସର ଶିକାର ହୋଇ ନ ଥାଆନ୍ତି I |
୧୫ |
ଉତ୍ପାଦ ପାଇଁ ନଗଦ ଟଙ୍କା ମିଳିବା |
ବେଳେବେଳେ ଚାଷୀମାନେ ବ୍ୟାପାରୀଠାରୁ ସେମାନେ ବିକିଥିବା ଉତ୍ପାଦପାଇଁ ନଗଦ ଟଙ୍କା ସାଙ୍ଗେ ସାଙ୍ଗେ ପାଇ ନ ଥାଆନ୍ତି କାରଣ ବାହାନା ଦେଖାଇ ବ୍ୟାପାରୀ ଚାଷୀଙ୍କୁ କହିଥାଏ ସେ ଉତ୍ପାଦକୁ ବିକ୍ରୟକରି ସେ ପ୍ରାପ୍ୟ ପାଇଲା ପରେ ସେମାନଙ୍କୁ ପ୍ରଦାନ କରିବI |
ସବୁ ଚାଷୀ ଉତ୍ପାଦ ବିକ୍ରିକରିବା ସାଙ୍ଗେ ସାଙ୍ଗେ ନଗଦ ଟଙ୍କା ପାଇଥାଆନ୍ତି I |
ସୋପାନ - ୩ : ଚାଷୀର ଅନୁଭବସବୁକୁ ଲିପିବଦ୍ଧ କରିବା : ଯଦି ଚାଷୀମାନେ ଜମା-ସଂଗ୍ରହ ପ୍ରକ୍ରିୟା ମାଧ୍ୟମରେ ସେମାନଙ୍କର ଉତ୍ପାଦକୁ ବିକ୍ରୟ କରୁଥିବେ, ତେବେ ଚାଷୀମାନଙ୍କୁ ତାଙ୍କର ଅନୁଭବକୁ ବର୍ଣ୍ଣନା କରିବା ପାଇଁ କୁହନ୍ତୁ I ଯେଉଁ ସବୁ ଚାଷୀ ଏହି ପ୍ରକ୍ରିୟାରୂ ଲାଭ ପାଇଅଛନ୍ତି, ସେହି ଦୃଷ୍ଟାନ୍ତସବୁକୁ ପ୍ରକଳ୍ପର ଅନ୍ୟ ସ୍ଥାନରେ ପ୍ରସାରିତ କରିବା ପାଇଁ ଲିପିବଦ୍ଧ କରନ୍ତୁ I
ଚାଷୀମାନେ ଜମା-ସଂଗ୍ରହ ପ୍ରକ୍ରିୟାର ଉପାଦେୟତା ଜାଣିବା ପରେ ସେମାନେ ନିଜ ନିଜର ଉତ୍ପାଦକୁ ବିକ୍ରୀ କରିବା ପାଇଁ ଦଳ/ସମୂହସହ ସମ୍ପୃକ୍ତ ହେବା ଉଚିତ I
ଆଧାର – ପୋର୍ଟାଲ ଟିମ
Last Modified : 6/29/2020