অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିରି ଫସଲର ଅମଳ-ପରବର୍ତ୍ତୀ ପ୍ରକ୍ରିୟାକରଣ (କ୍ଷତି ଓ ଏହାକୁ କିପରି କମ କରିହେବ)

ବିରି ଫସଲର ଅମଳ-ପରବର୍ତ୍ତୀ ପ୍ରକ୍ରିୟାକରଣ (କ୍ଷତି ଓ ଏହାକୁ କିପରି କମ କରିହେବ)

ଲକ୍ଷ୍ୟ

ଅଧିବେଶନର ଅନ୍ତିମ ପର୍ଯ୍ୟାୟ ଆଡକୁ ଅଂଶଗ୍ରହଣକାରୀମାନେ ବିରିରେ ହେଉଥିବା ଅମଳ-ଜନିତ କ୍ଷତିକୁ କମ କରିବା, ଉତ୍ପାଦର ଏକସମାନ ମାନକୁ ବଜାୟ ରଖିବା ଏବଂ ଉତ୍ତମ ବଜାର କାରବାର ଅନୁସରଣ କରିବା ବିଷୟରେ ପରିଚିତ ହୋଇଥିବା ଦରକାର ।

ଶିକ୍ଷଣ ଉଦ୍ଦେଶ୍ୟ

  • ବିରିରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଧାରଣା ଦେବା ସହ ଏହି କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ସଚେତନ କରିବା ।
  • ବିରିର ଉତ୍ପାଦକ ମାନ ଓ ଗୁଣବତ୍ତା ବିଷୟରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା।
  • କ୍ଷୁଦ୍ରଚାଷୀମାନଙ୍କୁ ସଶକ୍ତିକରଣ କରିବା ସହ ଲାଭକାରୀ ବଜାରରେ ଧାନକୁ ବିକ୍ରୟ କରି ଆୟକୁ ବଢାଇବା ।

ପ୍ରୟୋଜନ

ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥଆନ୍ତି । ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ । ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ । ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ । ଏହାସହ ଉଚିତ ଦାମ ପାଇବା ପାଇଁ ଏହା ବିରି ଶସ୍ୟର କିଛି ନିର୍ଦ୍ଧିଷ୍ଟ ମାନନିର୍ଦ୍ଧାରକ ଯଥା, ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦିର ସଠିକ ପରିଚାଳନା ବିଷୟରେ ଚାଷୀମାନଙ୍କୁ ସଚେତନ କରାଇବ । ଦଳଗତ ବିପଣନ ପ୍ରକ୍ରିୟା ସମ୍ବଦ୍ଧରେ ବୁଝିବା ପାଇଁ ଏହି ପ୍ରଶିକ୍ଷଣ ଟୁଲଟି ଚାଷୀମାନଙ୍କୁ ସାହାଯ୍ୟ କରିବାସହ ଦଳଗତ ଭାବେ ଉତ୍ପାଦକୁ ବିକ୍ରୟକରି ବୃଦ୍ଧୀୟ ଦର ପାଇବାରେ ଏହା ସେମାନଙ୍କ ପଇଁ ସହାୟକ ହେବ।

ବିରିରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ

ଅଧିବେଶନ ୩.୧

ବିରିରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କିପରି କମ କରିହେବ I

ଉଦ୍ଦେଶ୍ୟ

ବିରିରେ ହେଉଥିବା ଅମଳ-ପରବର୍ତ୍ତୀ କ୍ଷତି ବିଷୟରେ ଚାଷୀମାନଙ୍କୁ ସଚେତନ କରାଇ ତାକୁ କମ କରିବାର ବିଭିନ୍ନ ଉପାୟ I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅମଳ-ପରବର୍ତ୍ତୀ କ୍ଷତି ଓ ଏହାକୁ କମ କରିବାର ବିଭିନ୍ନ ଉପାୟ ସବୁକୁ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ବିରି ଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ବିରି ଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ ଫିଲ୍ମ ପ୍ରୋଜେକ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୫୦ ମିନିଟ୍ |

ପୃଷ୍ଠଭୁମୀ

ଅମଳଠାରୁ ଆରମ୍ଭ କରି ଖାଇବା/ବଜାର ସଲଗ୍ନତା ମଧ୍ୟରେ ଚାଷୀମାନେ ସାଧାରଣତଃ ଉଭୟ ପରିମାଣ ଓ ଗୁଣବତ୍ତାରେ କ୍ଷତି ସହିଥଆନ୍ତି । ଅମଳ, ପରିବହନ, ପ୍ରକ୍ରିୟାକରଣ ଓ ମହଜୁଦ ରଖିବା ସମୟରେ ହେଉଥିବା କ୍ଷତି ଚାଷୀମାନଙ୍କ ଆୟ ତଥା ଖାଦ୍ୟ ଉପଲବ୍ଧତା ଉପରେ ପ୍ରତିକୁଳ ପ୍ରଭାବ ପକାଇଥାଏ । ତେଣୁ ଏହି କ୍ଷତି କମିଗଲେ ଚାଷୀମାନଙ୍କର ଖାଦ୍ୟ ଉପଲବ୍ଧତା ତଥା ଆୟ ବଢିଯିବ । ଚାଷୀମାନଙ୍କୁ ଏହି ସବୁ କ୍ଷତି କମ କରିବାର ବିଭିନ୍ନ କୌଶଳ ବିଷୟରେ ଶିଖିବା ପାଇଁ ଏହି ପ୍ରଶିକ୍ଷଣ ମଡ୍ୟୂଲ୍ ସାହାଯ୍ୟ କରିବ।

ସୋପାନ - ପର -ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବିରିର ଅମଳ, ଅମଳ-ପରବର୍ତ୍ତୀ ପର୍ଯ୍ୟାୟ, ପ୍ରକ୍ରିୟାକରଣ, ମହଜୁଦ ରଖିବା ଓ ପରିବହନ କରିବା ସମୟରେ ହେଉଥିବା ଶସ୍ୟ କ୍ଷତି ସମ୍ପର୍କରେ ସଚେତନ ଅଛନ୍ତି କି । ଏହା ମଧ୍ୟ ପଚାରନ୍ତୁ କି ସାମାନ୍ୟତଃ ଏହି ପ୍ରକାର କ୍ଷତିକୁ କମ କରିବା ପାଇଁ ସେମାନେ କ'ଣ ସବୁ ଉପାୟ କରିଥାଆନ୍ତି।

ସୋପାନ - ୨ :ଅମଳ-ପରବର୍ତ୍ତୀ କ୍ଷତିକୁ କେମିତି କମ କରାଯାଏ : ଏହି ପୋଷ୍ଟରକୁ ଚାଷୀମାନଙ୍କୁ ଦେଖାନ୍ତୁ ଏବଂ ବୁଝାନ୍ତୁ ଏହି ଅମଳ-ପରବର୍ତ୍ତୀ କ୍ଷତିକୁ କିପରି କମ କରିହେବ ।

  1. ଅମଳ ପୁର୍ବବର୍ତ୍ତୀ ଓ ଅମଳ-ପରବର୍ତ୍ତୀ ଉନ୍ନତ ଅଭ୍ୟାସଗୁଡିକୁ ଆଦୃତ କରି-
    • ଅମଳ କରିବାର ୧୫ ରୁ ୨୦ ଦିନ ପୁର୍ବରୁ ଘାସ ବାଛିଦେବା ଉଚିତ କାରଣ ଫସଲ କାଟିବା ସମୟରେ ଏହା ବିରି ଗଛକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଏହାଦ୍ୱାରା ବିରି ପିଟିବା ସମୟରେ ବିରି ଓ ଘାସ ମଞ୍ଜି ମିଶିଯିବାର ଆଶଙ୍କା କମିଯାଇଥାଏ ।
    • ବିରି ଶୁଖିବା ସାଙ୍ଗେ ସାଙ୍ଗେ ଅମଳ କରିବା ଦରକାର । ପାକଳ ହୋଇଥିବା ଫସଲକୁ ଜମିରେ ବେଶୀଦିନ ରଖିବା ଉଚିତ ନୁହେଁ କାରଣ ଅଧିକ ଦିନ ଜମିରେ ରହିଲେ ଏହା ଆବଶ୍ୟକତାଠାରୁ ଅଧିକ ଶୁଖିଲା ହୋଇଯାଇ ଫାଟି ଯାଇଥାଏ ଏବଂ ଶସ୍ୟହାନୀ ହୁଏ ।
    • ଅମଳ ପୁର୍ବରୁ ନିଶ୍ଚିତ କରନ୍ତୁ ଯେ ଶୁଖାଇବା ଜାଗା ଓ ଉପକରଣସବୁ ସୂର୍ଯ୍ୟାଲୋକରେ ଶୁଖାଇ ପରିଷ୍କାର ତଥା ବିସଂକ୍ରମିତ କରନ୍ତୁ । ନୁଆ ଶସ୍ୟକୁ ପୋକଯୋକ ଏବଂ ତାଙ୍କର ଅଣ୍ଡାରୁ ରକ୍ଷା କରିବା ପାଇଁ ଗୋଦାମ/ଖଳାରୁ ପୁରୁଣା ଶସ୍ୟ ଓ ମଇଳା ସବୁକୁ ବାହାର କରିଦିଅନ୍ତୁ ।
    • ଅନୁକୁଳ ପାଗ ସମୟରେ ହିଁ ଅମଳ କରିବା ଉଚିତ ।
    • ଅମଳ ହୋଇଥିବା ବିଡାଗୁଡିକ ଏକ ଶୁଖିଲା ଜାଗାରେ ଗଦାକରି ରଖନ୍ତୁ । ବାୟୁ ଚଳାଚଳ ସୁବିଧା ପାଇଁ ଗଦାକୁ ଘନାକୃତି ଆକାରରେ ପ୍ରସ୍ତୁତ କରିବା ଦାରକାର ।
    • ଅମଳ କରାଯାଇଥିବା କାଣ୍ଡସବୁକୁ ଖରାରେ ଶୁଖାନ୍ତୁ ।
    • ଅସମୟ ବର୍ଷାରୁ ଗଛର କାଣ୍ଡକୁ ରକ୍ଷା କରିବା ପାଇଁ ଖଳାରେ ପଲିଥିନ୍ ଓ ତାର୍ପୁଲିନ୍ ଚାଦର ପ୍ରସ୍ତୁତ କରି ରଖନ୍ତୁ ।
    • ବିରି ପିଟିବା ସମୟରେ ଶସ୍ୟହାନୀ ହୋଇପାରେ । ତେଣୁ ଛୁଇଁକୁ ପିଟିବା ବେଳେ ଶସ୍ୟହାନୀକୁ କମ କରିବା ପାଇଁ ପର୍ଯ୍ୟାପ୍ତ ଉପାୟ କରାଯିବା ଦରକାର ।
    • ଯଦି ବିରିକୁ ହାତରେ ପିଟି ଅମଳ କରାଯାଉଥାଏ, ସବୁତକ ଛୁଇଁ ବାହାରି ନ ଥାଏ ଏବଂ ଏଥିପାଇଁ ପୁନର୍ବାର ବିରି ଗଛସବୁକୁ ପିଟିବା ଦରକାର ହୋଇଥାଏ ।
    • ଅଧିକ ଶୁଖିବା ଫଳରେ ବିରି ପିଟିବା ପୁର୍ବରୁ ଯେତେବେଳେ ଛୁଇଁ ବିଡାଗୁଡିକ ଉଠାଯାଇଥାଏ ଉତ୍ପାଦ ବିଛୁରିତ ହୋଇ ଯାଇଥାଏ । ତେଣୁ ଛୁଇଁ ବିଡାକୁ ସବୁବେଳେ କମ ତାପମାତ୍ର ଥିବା ସମୟରେ ଖଳାକୁ ନେବା ଉଚିତ, ଯଥା ସକାଳ ଓ ସନ୍ଧ୍ୟା ସମୟରେ ।
    • ଖଳା ମାଟିରେ ବିରି ଦାନାସବୁ ଲାଗି ଯିବାର ଆଶଙ୍କା ରହିଥାଏ । ତେଣୁ, ବିରି ପିଟିବାପାଇଁ ସଫା, ଶକ୍ତ ଓ ଶୁଖିଲା ଚଟାଣ ବ୍ୟବହାର କରନ୍ତୁ ।
    • ବିରି ପିଟିଲା ବେଳେ କୁକୁଡା ଓ ପକ୍ଷୀମାନେ ଶସ୍ୟକୁ ଖାଇଦେଇ ପାରନ୍ତି । ତେଣୁ ଏଥିରୁ ହେଉଥିବା କ୍ଷତିରୁ ରକ୍ଷା କରିବା ପାଇଁ ଉଚିତ ପଦକ୍ଷେପ ନେବା ଉଚିତ ।
    • ବିରି ପିଟିବା ସମୟରେ ଏହା ବିଛୁରିତ ଆଶଙ୍କା ଥାଏ । ଏହାକୁ ଦୁର କରିବା ପାଇଁ ଅମଳ କରିବା ପୁର୍ବରୁ ଖଳାକୁ ପରିଷ୍କାର କରନ୍ତୁ ତଥା ପଲିଥିନ୍ ଚାଦର ବ୍ୟବହାର କରନ୍ତୁ ।
  2. ବିରିକୁ ସଠିକ ଶୁଖାଇବା, ସଫାକରିବା ଓ ବର୍ଗୀକରଣ କରିବା -
    • ବିରିଦାନାକୁ ଉପଯୁକ୍ତ ଭାବେ ଶୁଖାଇ ସଠିକ ଜଳୀୟ ଅଂଶ ମାତ୍ରା ବଜାୟ ରଖିବା ଅତି ମହତ୍ୱପୂର୍ଣ୍ଣ କାରଣ ବିରିର ଅନିୟନ୍ତ୍ରିତ ଆର୍ଦ୍ରତା ହ୍ରାସ ପ୍ରକ୍ରିୟା ବହୁତ ଅଧିକ ।
    • ଶସ୍ୟକୁ ଅଦରକାରୀ ପଦାର୍ଥ ଯଥା, ଘାସ ମଞ୍ଜି, ପାଳ, ଚଷୁ, ଶାଖାୟିତ ସ୍ତବକ, ଫମ୍ପା ଶସ୍ୟ, ନଷ୍ଟ ହୋଇଯାଇଥିବା ଶସ୍ୟ, ବାଲି, ଗୋଡି, ଧୂଳି ଓ ଅନ୍ୟାନ୍ୟ କଣିକାରୁ ଅଲଗା କରିବା ମହତ୍ୱପୂର୍ଣ୍ଣ କାରଣ ବାହ୍ୟ କଣିକାଦ୍ୱାରା ଶସ୍ୟ ଦୂଷିତ ହେଲେ ଏହା ପୋକଯୋକଙ୍କୁ ଅଧିକ ଆକର୍ଷିତ କରିଥାଏ ଏବଂ ଏହାଦ୍ୱାରା ଜଳୀୟ ଅଂଶ ମାତ୍ରା ଅଧିକ ହୋଇଯିବାରୁ ଏହା ଫିମ୍ପି ମାରି ଶସ୍ୟକୁ ଅଧିକ ନଷ୍ଟ କରିଥାଏ ।
    • ଶସ୍ୟକୁ ଯେତେବେଳେ ଶୁଖାଇବା ପାଇଁ ରଖାଯାଏ, ଶସ୍ୟରୁ ଜଳୀୟ ଅଂଶ ବାହାରି ପ୍ଲାଷ୍ଟିକ ଚାଦର ଉପରେ ଜମା ହୋଇଯାଏ । ତେଣୁ ଦୁଇ ଘଣ୍ଟା ଶୁଖିବା ପରେ ଶସ୍ୟସବୁକୁ ପ୍ଲାଷ୍ଟିକ ଚାଦରର ଗୋଟିଏ ପାଖକୁ ଠେଲିଦେବା ଦରକାର । ପ୍ଲାଷ୍ଟିକ ଚଦରର ଖୋଲାଥିବା ଅଂଶକୁ ପାଞ୍ଚ ରୁ ଦଶ ମିନିଟ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଅନ୍ତୁ । କିଛି ସମୟ ପରେ ପ୍ଲାଷ୍ଟିକ ଚଦରର ଶୁଖିଯାଇଥିବା ଅଂଶ ଆଡକୁ ପୁଣିଥରେ ଶସ୍ୟକୁ ଠେଲି ଦେଇ ଶୁଖାନ୍ତୁ । ଏହି କାର୍ଯ୍ୟକୁ ପ୍ଲାଷ୍ଟିକ ଚଦରର ଅପର ପାର୍ଶ୍ୱରେ ପୁନରାବୃତ୍ତି କରନ୍ତୁ । ଏହିପରି ଭାବରେ ପ୍ଲାଷ୍ଟିକ ଚଦରଟି ପ୍ରତି ଦୁଇ ଘଣ୍ଟାରେ ଥରେ ପବନରେ ଶୁଖାଯିବା ଉଚିତ ।
    • ପଶୁ ପକ୍ଷୀଙ୍କ ମଳରୁ ହେଉଥିବା ଦୂଷଣ ତଥା ବର୍ଷାରୁ ଶସ୍ୟକୁ ରକ୍ଷା କରିବା ପାଇଁ ଶୁଖାଇବା ସମୟରେ ଏହା ଉପରେ ଦୃଷ୍ଟି ରଖିବା ଉଚିତ ।
    • ରାତି ସମୟରେ ଏବଂ ବର୍ଷା ହେଉଥିଲେ ଶସ୍ୟକୁ ଆଶ୍ରୟ ତଳେ ରଖିବା ଆବଶ୍ୟକ ।
    • ଗୋଟିଏ କ୍ଷେପ/ଗଦାରେ ବିଭିନ୍ନ ରଙ୍ଗର ଓ ବିଭିନ୍ନ ପ୍ରକାରର ବିରିକୁ ମିଶ୍ରଣ କରନ୍ତୁ ନାହିଁ।
  3. ବିଛୁରିତ ହୋଇ ପଡୁଥିବା ତଥା ପରିବହନ ସମୟରେ ହେଉଥିବା କ୍ଷତିକୁ କମାଇବା ପାଇଁ ଉପାୟ -
    • ବିଛୁରଣରୁ ବିରି ଶସ୍ୟକୁ ଯତ୍ନ ସହକାରେ ସମ୍ଭାଳିବା ଦରକାର କାରଣ ଏହାଦ୍ୱାରା ଧନର ଉଭୟ ପରିମାଣ ଓ ମାନରେ କ୍ଷତି ହୋଇଥାଏ ।
    • ବିରିକୁ ବିଲରୁ ଖଳାକୁ ନେବାବେଳେ ବହୁତ ଅଧିକ ଶସ୍ୟ ହାନୀ ହୋଇଥାଏ କାରଣ ଏହି କାମ ମଣିଷ କିମ୍ବା ପଶୁମାନଙ୍କଦ୍ୱାରା ସମ୍ପାଦିତ ହୋଇଥାଏ । ଏହାସହ ଫସଲ କାଟିବା, ପାଛୁଡିବା, ଖରାରେ ଶୁଖାଇବା, ସଂଗ୍ରହକରି ବିଡା ବାନ୍ଧିବା ସମୟରେ ମଧ୍ୟ ଶସ୍ୟ ହାନୀ ହୋଇଥାଏ । ସାମାନ୍ୟତଃ, ବିରି ଛୁଇଁ ଲାଗିଥିବା ଗଛ ସବୁକୁ ଚାଷୀମାନେ ମୁଣ୍ଡରେ କିମ୍ବା ପିଠିରେ ବୋହି ଘରକୁ ଆଣିଥାଆନ୍ତି, ଫଳରେ ଶସ୍ୟ ବିଛୁରିତ ହୋଇ ନଷ୍ଟ ହୋଇଥାଏ । ତେଣୁ ଏହି କ୍ଷତିକୁ କମାଇବା ପାଇଁ ଶସ୍ୟକୁ ବସ୍ତା କିମ୍ବା ଢାଙ୍କୁଣୀ ଲଗା ପାତ୍ରରେ ରଖି ପରିବହନ କରନ୍ତୁ ।
    • ବିଛୁରଣ ଓ ଦୂଷଣକୁ କମ କରିବା ପାଇଁ ବିରିକୁ ପିଟିବା, ଶୁଖାଇବା ଓ ସଫାକରିବା ପାଇଁ ପଲିଥିନ୍ ପଟି ବ୍ୟବହାର କରିବା ଉଚିତ । ଏହାସହ ବିଛୁରଣକୁ କମ କରିବା ପାଇଁ ପୁରୁଣା ଏବଂ ଛିଣ୍ଡି ଯାଇଥିବା ଅଖା ବସ୍ତାକୁ ବ୍ୟବହାର କରନ୍ତୁ ନାହିଁ ।
  4. ଧାନର ଉପଯୁକ୍ତ ସଂରକ୍ଷଣ
    • ଶସ୍ୟର ପରିମାଣ ଏବଂ ମାନକୁ ନଷ୍ଟହେବାରୁ ରକ୍ଷା କରିବା ପାଇଁ ଉପଯୁକ୍ତ ସଂରକ୍ଷଣ ପ୍ରଣାଳୀ ବ୍ୟବହାର କରିବା ଉଚିତ । ଏକ ଉତ୍ତମ ସଂରକ୍ଷଣ ପ୍ରଣାଳୀର ଉଦ୍ଦେଶ୍ୟ ହେଉଛି ଶସ୍ୟକୁ ଭଲ ଅବସ୍ଥାରେ ରଖିବା ।
    • ଏକ ଉତ୍ତମ ଶସ୍ୟାଧାର କୀଟପତଙ୍ଗ, ପୋକଯୋକ, ମୂଷା, ଫିମ୍ପି, ପକ୍ଷୀ ଓ ମନୁଷ୍ୟମାନଙ୍କ ଠାରୁ ସଂରକ୍ଷଣ ଦେଇଥାଏ ।
    • ବିରିକୁ ଶସ୍ୟଧାରରେ ମହଜୁଦ ରଖିବା ପୁର୍ବରୁ ଏହାକୁ ସଫା କରି ଅନେକ ଥର ଖରାରେ ଶୁଖାଇ ସଠିକ ଜଳୀୟ ଅଂଶ ମାତ୍ରା ବଜାୟ ରଖିବା ଦରକାର ।
    • ଚଟାଣରୁ ଆର୍ଦ୍ରତା ଅବଶୋଷଣକୁ ରୋକିବାପାଇଁ ବସ୍ତା ସବୁକୁ ବାଲିସ୍ତୁପ ଉପରେ ରଖନ୍ତୁ । ଶସ୍ୟଥିବା ବସ୍ତାଗୁଡିକୁ ବାଉଁଶ ପଟି ଓ କାଠ ପଟା ଉପରେ ପଲିଥିନ୍ ବିଛେଇ ତାହା ଉପରେ ରଖନ୍ତୁ ।
    • ଶସ୍ୟକୁ ସଂରକ୍ଷଣ କରିବା ଆଗରୁ କାନ୍ଥ ଓ ଚଟାଣରେ ଥିବା ସବୁ ଫାଟ ଓ କଣା ସବୁକୁ ବନ୍ଦ କରିଦିଅନ୍ତୁ । ଏହା ସହ ଅଖା ବସ୍ତା ଓ ଶସ୍ୟରଖିବା ଡବା ସବୁକୁ ସଫାକରି ଖରାରେ ଶୁଖାନ୍ତୁ ।
    • ଅସ୍ଥାୟୀ ଭାବେ ସଂରକ୍ଷଣ କରିବା ପାଇଁ ଦାନାକୁ ପ୍ରାକୃତିକ ତନ୍ତୁରୁ ପ୍ରସ୍ତୁତ ବ୍ୟାଗରେ ଭର୍ତ୍ତିକରି ଓଜନ କରନ୍ତୁ । ସଂରକ୍ଷଣ କରିବା ପୁର୍ବରୁ ନିଶ୍ଚିତ କରନ୍ତୁ ଯେ ମକା ଦାନା କିମ୍ବା ମକା ଭଣ୍ଡାର ଜଳୀୟ ଅଂଶ ମାତ୍ରା ଶତକଡା ୧୧ ରୁ ୧୨ ପ୍ରତିଶତ ଭିତରେ ରହିଥିବା ଉଚିତ ।
    • ଖରାରେ ଶୁଖାଇବା ପରେ ସାଙ୍ଗେ ସାଙ୍ଗେ ପ୍ୟାକିଙ୍ଗ୍ କରିବ ଉଚିତ ନୁହେଁ । ପ୍ୟାକିଙ୍ଗ୍ ଓ ସଂରକ୍ଷଣ କରିବା ପୁର୍ବରୁ ପ୍ରାକୃତିକ ଉତ୍ତାପକୁ ଆସିଲା ପର୍ଯ୍ୟନ୍ତ ଏହାକୁ କିଛି ସମୟ ଖୋଲାରେ ରଖିବା ଉଚିତ ।
    • ଶସ୍ୟ ମହଜୁଦ କୋଠାରୀଟି ଶୀତଳ ଓ ଶୁଷ୍କ ହୋଇଥିବା ଉଚିତ । ଥଣ୍ଡା ଅବସ୍ଥାରୁ ବିରି ବସ୍ତାଗୁଡିକୁ ଦୁରେଇ ରଖିବା ପାଇଁ ଚଟାଣ ଉପରେ ପଥର ବିଛାଇଦେଇ ବସ୍ତା ଗୁଡିକୁ ତାହା ଉପରେ ରଖିବା ଉଚିତ କାରଣ ଥଣ୍ଡାରେ ଶସ୍ୟ ଫିମ୍ପି ଲାଗିବାର ଅଧିକ ଆଶଙ୍କା ଥାଏ ।
    • ସଂରକ୍ଷଣ କରିବା ପୁର୍ବରୁ ଶସ୍ୟକୁ ସଫାକରି ଶୁଖାଇବା ନିଶ୍ଚିତ କରନ୍ତୁ । ଅଧିକାଂଶ ଚାଷୀ ସେମାନଙ୍କ ଉତ୍ପାଦକୁ ଖାଦ୍ୟ ଓ ବିହନ ପାଇଁ ରଖିଥାଆନ୍ତି । ତେଣୁ ଏହାକୁ ଲମ୍ବା ସମୟ ପାଇଁ ମହଜୁଦ କରି ରଖିବା ପାଇଁ ଉପଯୁକ୍ତ ସଂରକ୍ଷଣ ଅବସ୍ଥା ବଜାୟ ରଖିବା ଗୁରୁତ୍ୱପୁର୍ଣ।
    • ଶସ୍ୟର ପରିଛନ୍ନତାକୁ ବଜାୟ ରଖିବା ପାଇଁ ସମୟ ସମୟରେ ମହଜୁଦ ବିରିରେ ହେଉଥିବା ସଂକ୍ରମଣକୁ ପରୀକ୍ଷା କରିବା ଉଚିତ ।
    • ଶସ୍ୟ ବସ୍ତା ଓ କାନ୍ଥ ମଧ୍ୟରେ ଏକରୁ ଦୁଇ ଫୁଟ ଦୁରତା ରକ୍ଷା କରିବା ଉଚିତ ।
    • ଶସ୍ୟକୁ ମୂଷା ଓ କୀଟ ପତଙ୍ଗ ଠାରୁ ରକ୍ଷା କରିବା ପାଇଁ ନିମ୍ବ ପତ୍ର ଓ ଅନ୍ୟାନ୍ୟ ପ୍ରାକୃତିକ ପଦାର୍ଥ ବ୍ୟବହାର କରନ୍ତୁ ।

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ ଏବଂ ପଚାରନ୍ତୁ ଯେ ଅମଳ ପୁର୍ବରୁ, ଅମଳ ପରେ, ପ୍ରକ୍ରିୟାକରଣ ସମୟରେ, ପରିବହନ ଓ ସଂରକ୍ଷଣ ସମୟରେ କିପରି ଶସ୍ୟହାନୀ ହୁଏ ଏବଂ ଏହି କ୍ଷତିକୁ କମାଇବା ପାଇଁ କ'ଣ ସବୁ ଉପାୟ କରିବା ଆବଶ୍ୟକ ।

ଆଧାର – ପୋର୍ଟାଲ ଟିମ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate