অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହୁଲ ଫୁଲର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା

ମହୁଲ ଫୁଲର ସଂଗ୍ରହର ଉନ୍ନତ ଅଭ୍ୟାସ

ଅଧିବେଶନ ୨.୧

ମହୁଲ ଫୁଲର ସଂଗ୍ରହର ଉନ୍ନତ ଅଭ୍ୟାସ I

ଉଦ୍ଦେଶ୍ୟ

ମହୁଲ ଫୁଲର ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ସମ୍ପର୍କରେ ସଚେତନତା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ମହିଳା ଏନ୍ଟିଏଫ୍ପି ସଂଗ୍ରହକାରୀ ଏବଂ ସେମାନଙ୍କ ଘରର ପୁରୁଷ ଯେଉଁମାନେ ଏନ୍ଟିଏଫ୍ପି ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ସ୍କୁଲ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ |

ପୃଷ୍ଠଭୁମୀ

ବର୍ତ୍ତମାନର ଅଭ୍ୟାସ ଅନୁଯାୟୀ ମହୁଲ ଫୁଲକୁ ଜଙ୍ଗଲ ଜମିରୁ ହାତରେ ଗୋଟାଯାଇଥାଏ, ଯାହା ବେଳେ ବେଳେ ବୁଦାଳିଆ ହେବା ସହ ଅଗମ୍ୟ ହୋଇଥାଏ I ତେଣୁ ସଂଗ୍ରହରେ ସୁବିଧାକରିବା ପାଇଁ ଜଙ୍ଗଲକୁ ନିଆଁ ଲଗାଇ ଦିଆ ଯାଏ, ଫଳତଃ ଜମି ଜଳି ଯାଇ ଅଙ୍ଗାର ଯାଏ ଏବଂ ଧଳା ଫୁଲଗୁଡିକ ପରିଷ୍କାର ଭାବେ ଦେଖାଯାଏ I କିନ୍ତୁ, ଯଦି ନିଆଁକୁ ଆୟତ୍ତ କରାନଯାଏ, ଏହା ଜଙ୍ଗଲ ନିଆଁରେ ପରିଣତ ହୋଇ ଜୈବ ବିବିଧତାକୁ ନଷ୍ଟ କରିଦେଇଥାଏ I ଏହା ସହ, ଜଙ୍ଗଲ ନିଆଁର ପ୍ରଭାବରେ ମୃତ୍ତିକାର ଆର୍ଦ୍ରତା କମି ଯାଇ କୃଷିକୁ ପ୍ରଭାବିତ କରିଥାଏ I ଅନେକ ସମୟରେ ଜଙ୍ଗଲ ନିଆଁ ଯୋଗୁଁ ନୁଆ ମହୁଲ ଗଛ ସୃଷ୍ଟି ହୋଇପାରେ ନାହିଁ I ଉତ୍ତମ ମାନର ମହୁଲ ଫୁଲ ସଂଗ୍ରହ କରିବା ପାଇଁ ପ୍ରାଥମିକ ଏନ୍ଟିଏଫ୍ପି ସଂଗ୍ରହକାରୀମାନଙ୍କୁ ଏହି ପ୍ରଶିକ୍ଷଣ ଟୁଲ୍ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ମହୁଲ ଫୁଲର ସଂଗ୍ରହ ପାଇଁ ବର୍ତ୍ତମାନ ଅନୁସରଣ କରାଯାଉଥିବା ଅଭ୍ୟାସ ସବୁକୁ ଏନ୍ଟିଏଫ୍ପି ସଂଗ୍ରହକାରୀମାନଙ୍କୁ ପଚାରନ୍ତୁ I ସେମାନଙ୍କ ସହ ବୌଦ୍ଧିକ ଆଲୋଚନା କରନ୍ତୁ କି ମହୁଲ ଫୁଲ ସଂଗ୍ରହ କରି ଆୟକୁ କେମିତି ବଢାଯାଇପାରିବ I

ସୋପାନ -: ପରିବେଶକୁ ରକ୍ଷା କରିବା: ପୋଷ୍ଟର ଦେଖାଇ ଅଂଶଗ୍ରହଣକାରୀମାନଙ୍କୁ ଦୁଇଟି ଦୃଷ୍ଟିକୋଣକୁ ବୁଝାନ୍ତୁ, ଯଥା ମହୁଲ ଫୁଲ ସଂଗ୍ରହର ପ୍ରକ୍ରିୟା ପ୍ରାକୃତିକ ଜୈବବିବିଧତାକୁ ପ୍ରଭାବ ପକାଇବା ଉଚିତ ନୁହେଁ, ଏବଂ ଅଧିକ ଆୟ ପାଇଁ ମହୁଲ ଫୁଲର ସଂଗ୍ରହର ଉନ୍ନତ ଅଭ୍ୟାସ ସବୁର ସୁଚନା ଦିଅନ୍ତୁ I

ସୋପାନ -: ମହୁଲ ଫୁଲର ସୁରକ୍ଷିତ ସଂଗ୍ରହ: ପୋଷ୍ଟର ୧ ରେ ଥିବା ଉପଯୁକ୍ତ ଚିତ୍ରକୁ ଦେଖାଇ ନିରନ୍ତନଭାବେ ମହୁଲ ଫୁଲ ସଂଗ୍ରହର କୌଶଳ ସବୁ ଆଲୋଚନା କରନ୍ତୁ :

  1. ମହୁଲ ଫୁଲ ସଂଗ୍ରହ କଲାବେଳେ ନିଆଁ ନ ଲଗାଇବାର କାରଣ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ :
    • ମହୁଲ ଗଛ ତଳେ ନିଆଁ ଲଗାଇଲେ ଏହା ଜଙ୍ଗଲ ନିଆଁରେ ପରିଣତ ହୋଇ ପ୍ରାକୃତିକ ଜୈବ ବିବିଧତା ଉପରେ ପ୍ରଭାବ ପକାଇଥାଏ I
    • ଜଙ୍ଗଲ ନିଆଁ ଯୋଗୁଁ ମହୁଲ ଗଛର ପ୍ରାକୃତିକ ପୁନର୍ବର୍ଦ୍ଧନ ହୋଇ ପାରେ ନାହିଁ I
    • ଜଙ୍ଗଲ ନିଆଁ ଯୋଗୁଁ ମୃତ୍ତିକାର ଆର୍ଦ୍ରତା କମିଯିବା ଫଳରେ ମାଟିରେ ଥିବା ସୂକ୍ଷ୍ମ ଜୈବିକ କଣୀକା ସବୁ ମଧ୍ୟ କମ୍ ହୋଇଯାଏ I
    • ଫୁଲସବୁ ନିଆଁ ପାଉଁଶରେ ପଡି ବେରଙ୍ଗ ହୋଇଯାଏ ଫଳରେ ଏହାର ବଜାର ମୂଲ୍ୟ ମଧ୍ୟ କମିଯାଇଥାଏ I
    • ଜଙ୍ଗଲ ସମ୍ପଦ ଆମର ଏକ ଅମୂଲ୍ୟ ସମ୍ପଦ ଏବଂ ଏହାକୁ ରକ୍ଷା କରିବା ଆମର ଦାୟିତ୍ଵ I
  2. ଚିରନ୍ତନ ସଂଗ୍ରହ ପ୍ରଣାଳୀ ଓ ମହୁଲର ମାନକୁ ବଜାୟ ରଖି ଭଲ ଦର ପାଇବା ପାଇଁ ସାମ୍ଭାବ୍ୟ ପଦ୍ଧତ୍ତି ବିଷୟରେ ଅଂଶଗ୍ରହଣକାରୀ ମାନଙ୍କୁ ଶିକ୍ଷା ଦାନ କରନ୍ତୁ I
    • ମହୁଲ ଗଛତଳେ ଥିବା ଭୁମୀକୁ ସଫା କରିଦିଅନ୍ତୁ (ଗଛ ତଳେ ନିଆଁ ନ ଲଗେଇ) ଏବଂ ଫୁଲ ପଡିବା ଆଗରୁ) ବୁଦା ସବୁକୁ ବାହାର କରିଦିଅନ୍ତୁ
    • ଏକ ପରିଷ୍କାର ଚଟାଣରୁ ଫୁଲ ସଂଗ୍ରହ କରିବା ସହଜ ହୋଇଥାଏ I
    • ମହୁଲ ଗଛ ତଳେ ପ୍ଲାଷ୍ଟିକ୍ ଚାଦର, କନା କିମ୍ବା କ୍ୟାନଭାସ ବିଛାଇ ରଖନ୍ତୁ ଯେପରିକି ଫୁଲ ତାହା ଉପରେ ପଡିବ ଏବଂ ସେସବୁ ସଂଗ୍ରହ କରିବାପାଇଁ ସୁବିଧା ହେବ I
    • ଫୁଲସବୁ ଏକାଠି କରିବା ପାଇଁ ଫାଉଡା ବ୍ୟବହାର କରନ୍ତୁ ଏବଂ ଫୁଲ ସବୁଦିନେ ସଂଗ୍ରହ କରନ୍ତୁ I
    • ଗୋଟିଏ ଜାଗାରୁ ପଡୁଥିବା ଫୁଲକୁ ସଂଗ୍ରହ କରିବା ପାଇଁ ଜାଲ ମଧ୍ୟ ବ୍ୟବହାର କରାଯାଇପାରେ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ କି ମହୁଲ ଫୁଲ ସଂଗ୍ରହ କରିବା ଋତୁରେ ଜଙ୍ଗଲରେ କାହିଁକି ନିଆଁ ଲଗାଇବା ଉଚିତ ନୁହେଁ I ଏହାସହ ନିଶ୍ଚିତ କରନ୍ତୁ ଯେ ମହୁଲ ଫୁଲର ମାନ ବଜାୟ ରଖିବା ପାଇଁ ଆଲୋଚନା କରାଯାଇଥିବା ବିଭିନ୍ନ ପଦ୍ଧତିର ଉପାଦେୟତା ବିଷୟରେ ସମସ୍ତ ଅଂଶଗ୍ରହଣକାରୀଙ୍କର ହୃଦବୋଧ ହୋଇଅଛି I

ମହୁଲ ଫୁଲର ସଂଗ୍ରହ-ପରବର୍ତ୍ତୀ ଉନ୍ନତ୍ତ ଅଭ୍ୟାସ

ଅଧିବେଶନ ୨.୨

ମହୁଲ ଫୁଲର ସଂଗ୍ରହ-ପରବର୍ତ୍ତୀ ଉନ୍ନତ୍ତ ଅଭ୍ୟାସ I

ଉଦ୍ଦେଶ୍ୟ

ମହୁଲ ଫୁଲର ଉତ୍ପାଦକ ମାନ ବିଷୟରେ ଚାଷୀମାନଙ୍କ ସଚେତନତାକୁ ବୃଦ୍ଧି କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଯନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ବ୍ୟାଖ୍ୟାନ ଓ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ମହିଳା ଏନ୍ଟିଏଫ୍ପି ସଂଗ୍ରହକାରୀ ଏବଂ ସେମାନଙ୍କ ଘରର ପୁରୁଷ ଯେଉଁମାନେ ଏନ୍ଟିଏଫ୍ପି ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଅଛନ୍ତି I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ |

ପୃଷ୍ଠଭୁମୀ

ଅଧିକାଂଶ ସମୟରେ ଭୁଲ୍ ସଂଗ୍ରହ ପରବର୍ତ୍ତୀ ଅଭ୍ୟାସ କାରଣରୁ ଉତ୍ପାଦ କଳା ପଡିଯାଇଥାଏ, ଫଳରେ ଏହା ସାମ୍ଭାବ୍ୟ କ୍ରେତାମାନଙ୍କୁ ଆକୃଷ୍ଟ କରିପାରେ ନାହିଁ I ଗ୍ରାମରେ, ଅଧିକାଂଶ ପ୍ରାଥମିକ ସଂଗ୍ରହକାରୀ ସେମାନଙ୍କ ସମସ୍ତ ମହୁଲ ଫୁଲକୁ ବଜାରରେ ବିକ୍ରି କରିଦିଅନ୍ତି, କିନ୍ତୁ ସଦାସର୍ବଦା ଏହି ପ୍ରାଥମିକ ସଂଗ୍ରହକାରୀମାନେ ଖୁବ କମ ଦର ପାଇଥାଆନ୍ତି I କମ ଦର ପାଇବାର ଅନେକ କାରଣ ଅଛି, କିନ୍ତୁ ମୁଖ୍ୟ କାରଣ ହେଉଛି ଉତ୍ପାଦର ଖରାପ ମାନ I ଏହି ପ୍ରଶିକ୍ଷଣ ଉପକରଣଟି ଏନ୍ଟିଏଫ୍ପି ସଂଗ୍ରହକାରୀମାନଙ୍କୁ ବଜାର ଚାହିଦା ଅନୁସାରେ ମହୁଲ ଫୁଲର ଗୁଣବତ୍ତାକୁ ବଜାୟ ରଖିବା କୌଶଳକୁ ଶିଖିବାରେ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଏନ୍ଟିଏଫ୍ପି ସଂଗ୍ରହକାରୀମାନଙ୍କ ସହ ସେମାନେ ମହୁଲ ଫୁଲ ସଂଗ୍ରହ ପାଇଁ ଅନୁକରଣ କରୁଥିବା ବିଭିନ୍ନ ଅଭ୍ୟାସସବୁକୁ ଅଲୋଚନା କରନ୍ତୁ I ବଜାରରେ ସେମାନେ ଉଚିତ ଦର ନ ପାଇବାର କାରଣ ବିଷୟରେ ବୌଦ୍ଧିକ ବିଚାର କରନ୍ତୁ ଏବଂ ସେମାନଙ୍କୁ ସଚେତନ କରନ୍ତୁ କିପରି ସେମାନେ ସଂଗ୍ରହ-ପରବର୍ତ୍ତୀ ଅଭ୍ୟାସରେ ଉନ୍ନତି ଆଣି ପାରିବେ I

ସୋପାନ -: ଅଧିକ ଲାଭ ପାଇବା ପାଇଁ ମୁଲ୍ୟଯୋଗ: ବଜାରରେ ଭଲ ଦର ପାଇବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ପୋଷ୍ଟର ଦେଖାଇ ସଂଗ୍ରହ ପରବର୍ତ୍ତୀ ଅଭ୍ୟାସର ଉନ୍ନତ କୌଶଳ, ମହୁଲ ଫୁଲର ଉପଯୁକ୍ତ ସଂରକ୍ଷଣ ଓ ମହଜୁଦ, ଏହାର ଗୁଣବତ୍ତା ବଜାୟ ରଖିବା ଏବଂ ଆବଶ୍ୟକ ବଜାର ଅଭ୍ୟାସସବୁକୁ ଅନୁସରଣ କରିବା ବିଷୟରେ ବୁଝାନ୍ତୁ I

ମହୁଲ ଫୁଲର ସଂଗ୍ରହ-ପରବର୍ତ୍ତୀ ପରିଚାଳନା ଅଭ୍ୟାସ ମଧ୍ୟରେ ନିମ୍ନ ଲିଖିତ କାର୍ଯ୍ୟକୌଶଳ ଅନର୍ଭୁକ୍ତ:

  1. ମହୁଲ ଫୁଲର ଉପଯୁକ୍ତଭାବେ ଶୁଖାଇବା, ସଫାକରିବା ଶ୍ରେଣୀଭୁକ୍ତ କରିବା:
    • ମହୁଲ ଫୁଲରେ ବାହାର ଜିନିଷର ମିଶ୍ରଣ ରୋକିବା ପାଇଁ ସବୁବେଳେ ଏହାକୁ ଏକ ସଫା ଓ କଠିନ ଚଟାଣରେ ଶୁଖାନ୍ତୁI
    • ଖୋଲା ଓ ଓଦା ମାଟି ଚଟାଣରେ ମହୁଲ ଫୁଲକୁ ଶୁଖାନ୍ତୁ ନାହିଁ I
    • ମହୁଲ ଫୁଲକୁ ଶୁଖାଇବା ପାଇଁ ସ୍ଵଳ୍ପ-ଖର୍ଚ୍ଚ ଶୁଖାଇବା କୌଶଳ ଯଥା କଳା ପଲିଥିନ୍, ବାଉଁଶ ପଟି ଇତ୍ୟାଦି ବ୍ୟବହାର କରନ୍ତୁ I
    • ପଶୁଙ୍କ ମଳତ୍ୟାଗ, ପକ୍ଷୀ ତଥା ଗୃହ ପାଳିତ ପଶୁ ପକ୍ଷୀଙ୍କଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବା ପାଇଁ ଶୁଖାଇବା ସ୍ଥାନକୁ ବାଡଦେଇ ଆବୃତ୍ତ କରନ୍ତୁ I
    • ମହୁଲ ଫୁଲକୁ ରାତିରେ ଏବଂ ବର୍ଷା ସମୟରେ ଘୋଡେଇ ରଖନ୍ତୁ I
    • ବିକ୍ରୟ କରିବା ଆଗରୁ, ଯେତେତୁର ସମ୍ଭବ ଶୁଖିଲା ମହୁଲ ଫୁଲରୁ ଅନାବଶ୍ୟକ ବସ୍ତୁ ସବୁକୁ ବାହାର କରି ସଫା କରନ୍ତୁI
    • ଉତ୍ତମ ମାନର ମହୁଲ ଫୁଲରେ କଳା ପଡିଯାଇଥିବା ଫୁଲକୁ ମିଶାନ୍ତୁ ନାହିଁ I
  2. ମହୁଲ ଫୁଲର ସଠିକ ମହଜୁଦ ରଖିବା ପ୍ରଣାଳୀ: ଜିଲ୍ଲାରେ ମହୁଲ ଫୁଲର ମହଜୁଦ, ପରିବହନ ଓ ବିକ୍ରୟର ନିଯନ୍ତ୍ରଣ ରାଜ୍ୟ ଅବକାରୀ ବିଭାଗ କରିଥାଏ I ଅବକାରୀ ନୀତି ଅନୁସାରେ ବିନା ଲାଇସେନ୍ସରେ ମହୁଲ ଫୁଲକୁ ବ୍ୟାପାର କରିବା ପାଇଁ ମହଜୁଦ ରଖିବା ବେନିୟମ ଏବଂ କେଉଁ ବ୍ୟକ୍ତି ଥୋକ ହିସାବରେ ମହୁଲ ମହଜୁଦ ରଖି ବ୍ୟାପାର କରିବାକୁ ଚାହୁଁଛନ୍ତି, ସେମାନେ ଉପଯୁକ୍ତ ଦେୟ ପ୍ରଦାନ କରି ଲାଇସେନ୍ସ ହାସଲ କରିପାରିବେ I ଅଧିକନ୍ତୁ, ଅଧିସୂଚିତ ସ୍ଥାନରେ ତିନିମାସ ପାଇଁ ଯଥା, ଏପ୍ରିଲ, ମଇ ଓ ଜୁନ ମାସରେ ଜଣ ପିଛା ଏକ କୁଇଣ୍ଟାଲ୍ ଓ ପରିବାର ପିଛା ପାଞ୍ଚ କୁଇଣ୍ଟାଲ୍ ପରି ସୀମିତ ପରିମାଣର ମହୁଲ ବିନା ଦେୟରେ ରଖିବା ପାଇଁ ଅନୁମତି ଦିଆଯାଇଛି I କିନ୍ତୁ, ବାକି ନଅ ମାସ ପାଇଁ ପ୍ରତି ପରିବାର କେବଳ ଏକ କୁଇଣ୍ଟାଲ୍ ମହୁଲ ମହଜୁଦ ରଖିପାରିବେ I ଅଣ-ଅଧିସୂଚିତ ସ୍ଥାନରେ ସୀମିତ ପରିମାଣରେ କେବଳ ଏକ କୁଇଣ୍ଟାଲ୍ ମହୁଲ ରଖିବା ପାଇଁ ଅନୁମତି ଦିଆ ଯାଇଥାଏ I
    • ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ କି ମହୁଲ ଫୁଲର ମହଜୁଦ ରଖିବା ପ୍ରଣାଳୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାର ଗୁଣବତ୍ତା ଓ ପରିମାଣକୁ ଭଲ ଅବସ୍ଥାରେ ରଖିବା I ମହୁଲ ଫୁଲକୁ ମହଜୁଦ ରଖିବା ସମୟରେ ନିମ୍ନ ଲିଖିତ ବିଷୟକୁ ଧ୍ୟାନରେ ରଖିବା ଉଚିତ:
    • ସାଧାରଣ ମହଜୁଦ ରଖିବା ସମୟରେ କ୍ଷତି ପହଞ୍ଚାଉଥିବା କାରକ ଯଥା ପୋକ, କୀଟ, ମୂଷା ଏବଂ ଅତ୍ୟଧିକ ଆର୍ଦ୍ରତା ଠାରୁ ମହୁଲକୁ ରକ୍ଷା କରିବା ପାଇଁ ଏକ ଉତ୍ତମ ମହଜୁଦ ରଖିବା ପାତ୍ର ବ୍ୟବହାର କରନ୍ତୁ I
    • ମହୁଲ ଫୁଲକୁ ଜରି ବ୍ୟାଗରେ ଅଧିକ ସମୟ ପାଇଁ ରଖନ୍ତୁ ନାହିଁ I
    • ମହୁଲ ଫୁଲକୁ ମହଜୁଦ ରଖୁଥିବା କୋଠରୀର କାନ୍ଥ ଓ ଚଟାଣରେ ଥିବା ସମସ୍ତ ଫାଟ ଓ କଣା ମହଜୁଦ ରଖିବା ପୁର୍ବରୁ ବନ୍ଦ କରି ଦିଅନ୍ତୁ I
    • ପଲିଥିନ୍ ଶିଟ୍ ଉପରେ ମହୁଲ ଫୁଲକୁ ଗଦା କରି ମହଜୁଦ ରଖନ୍ତୁ I
    • କାନ୍ଥ ଓ ମହୁଲ ଗଦା ଭିତରେ ଅତିକମରେ ଏକ ଫୁଟ୍ ଦୂରତା ରଖନ୍ତୁ I
    • ମହୁଲ ଫୁଲକୁ ମୂଷା ଓ ପୋକ ଯୋକରୁ ପ୍ରାକୃତିକ ଉପାୟରେ ରକ୍ଷା କରିବା ପାଇଁ ନିମ୍ବ ପତ୍ର ଓ ଗ୍ରାମରେ ଆଦୃତ ଅନ୍ୟାନ୍ୟ ପ୍ରାକୃତିକ ଉପାଦାନକୁ ବ୍ୟବହାର କରନ୍ତୁ I
    • ଯଦି ମହୁଲ ଫୁଲକୁ ଅଧିକ ସମୟ ପାଇଁ ରଖିବା ଦରକାର ହୁଏ, ଏହାକୁ ଭଲଭାବରେ ଶୁଖାନ୍ତୁ ଏବଂ ପ୍ରତି ଦୁଇ ତିନି ମାସ ଅନ୍ତରାଳରେ ଖରାରେ ଶୁଖାନ୍ତୁ I
  3. ମହୁଲ ଫୁଲର ଗୁଣବତ୍ତାର ମାପଦଣ୍ଡ: ଗୁଣବତ୍ତାକୁ ଯାଞ୍ଚ କରିବା ପାଇଁ ବ୍ୟାପାରୀମାନଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ପଦ୍ଧତି ସବୁକୁ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ I ଯେତେବେଳେ ସମସ୍ତ ଜିନିଷ ବିକ୍ରୟ ପାଇଁ ପ୍ରସ୍ତୁତ ହୋଇଯାଏ, ବ୍ୟାପାରୀ ବିଭିନ୍ନ ବ୍ୟାଗରୁ ନମୁନା ସଂଗ୍ରହ କରି ଆର୍ଦ୍ରତା ଓ ବାହ୍ୟ ବସ୍ତୁର ଅବସ୍ଥିତି ପରୀକ୍ଷା କରିବ I ସାଧାରଣତଃ ବ୍ୟାପାରୀ କିଛି ମହୁଲକୁ ନମୁନା ହିସାବରେ ପ୍ରଥମେ ତାର ହାତ ମୁଠାରେ ଜୋର କରି ଧରିବା ପରେ କିଛି ସମୟ ପରେ ମୁଠାକୁ ଖୋଲିଦେବ I ଯଦି ଫୁଲସବୁ ଆପେ ଆପେ ଖେଳାଇ ହୋଇଯାଏ, ତେବେ ଏହା ଉତ୍ତମ ମାନର ଫୁଲ ଭାବରେ ବିବେଚନା କରାଯିବ I ଅନ୍ୟଥା ଯଦି ଫୁଲ ମୁଠା ଆକାରର ହୋଇଯାଏ ଏବଂ ଖେଳାଇ ହୁଏନାହିଁ, ତେବେ ଫୁଲର ଅଧିକ ଆର୍ଦ୍ରତା ରହିଛି ବୋଲି ଜଣାପଡିବ I
  4. ପ୍ରାଥମିକ ସଂଗ୍ରହକାରୀମାନଙ୍କୁ ବୁଝାନ୍ତୁ କି ମହୁଲ ଫୁଲର ଗୁଣବତ୍ତାର ମାନଦଣ୍ଡକୁ ହାସଲ କରିବାପାଇଁ ସେମାନେ ପ୍ରଥମ ଅଧିବେଶନରେ ଉଲ୍ଲେଖ କରାଯାଇଥିବା ଉପରୋକ୍ତ ସମସ୍ତ ସଂଗ୍ରହ ପରବର୍ତ୍ତୀ ଅଭ୍ୟାସ ପାଳନ କରିବା ଉଚିତ I ବଜାରକୁ ବିକ୍ରୟ ପାଇଁ ନେବା ସମୟରେ ଦୁଇଟି ମହତ୍ତ୍ୱପୁର୍ଣ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଯଥା, ଗୁଣବତ୍ତାର ମାନଦଣ୍ଡ ଅନୁଯାୟୀ ପର୍ଯ୍ୟାପ୍ତ ଶୁଖାଇବା ତଥା ଅନୁମୋଦିତ ପରିମାଣର ବାହ୍ୟ ବସ୍ତୁର ଉପସ୍ଥିତି I

  5. ମହୁଲ ଫୁଲର ବଜାର ଅଭ୍ୟାସ: ବଜାର ସଲଗ୍ନତା ବିଷୟରେ ଆଲୋଚନା ଆରମ୍ଭ କରି ସିଆରପିମାନେ ଜୋର୍ ଦେବା ଦରକାର କି କ୍ରମ ବର୍ଦ୍ଧିଷ୍ଣୁ ଦର ପାଇବା ପାଇଁ ସମୁଦାୟର ସଦସ୍ୟମାନେ ଦଳଗତ ବିପଣନକୁ ଆଦୃତ କରିବା ଉଚିତ I ଯଦି ଗ୍ରାମର ଅଧିକାଂଶ ଚାଷୀ ସେମାନଙ୍କ ବଳକା ଉତ୍ପାଦକୁ ବିକ୍ରୟ କରୁଥାଆନ୍ତି, ତେବେ “ଜମା ସଂଗ୍ରହ ପ୍ରକ୍ରିୟା’ (aggregation process) ଏବଂ “ସ୍ୱଚ୍ଛ ବ୍ୟାପାର ଅଭ୍ୟାସ” (fair trade practice) ପ୍ରଶିକ୍ଷଣ ମଡ୍ୟୂଲକୁ ସଞ୍ଚାଳନ କରିସାରିବାପରେ ସଂଗ୍ରହ ଓ ସଂଗ୍ରହ-ପରବର୍ତ୍ତୀ ପରିଚାଳନା ବିଷୟରେ ପ୍ରଶିକ୍ଷଣ ଦେବା ଉଚିତ I ଏହି ପ୍ରଶିକ୍ଷଣ “ଜମା ସଂଗ୍ରହ ପ୍ରକ୍ରିୟା’ ପ୍ରଣାଳୀକୁ ଆଦୃତ କରିବା ପାଇଁ ସମୁଦାୟକୁ ଉତ୍ସାହିତ କରିବା ସହ ଉତ୍ତମ ଦର ପାଇବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ I
    • ପୋଷ୍ଟରରୁ ଉପଯୁକ୍ତ ଚିତ୍ର ପ୍ରଦର୍ଶନ କରି ନିମ୍ନ ଉଲ୍ଲିଖିତ ବିନ୍ଦୁସବୁକୁ ସଂଗ୍ରହକାରୀଙ୍କ ସହ ଆଲୋଚନା କରନ୍ତୁ:
    • ଉତ୍ପାଦକୁ ବିକ୍ରୟ କରିବା ପୁର୍ବରୁ ବିଭିନ୍ନ ବଜାର/ବ୍ୟାପାରୀଙ୍କ ଠାରୁ ବଜାର ସୂଚନା ସଂଗ୍ରହ କରନ୍ତୁ I
    • ସର୍ବତ୍କୃଷ୍ଟ ଦର ପାଇବା ପାଇଁ ପରିମାଣ ଓ ମାନ ଉପରେ ସାମୂହିକ ମୁଲଚାଲ କରନ୍ତୁ I
    • ବଜାରକୁ ଉତ୍ପାଦର ସାମୁହିକ ପରିବହନ ଦ୍ୱାରା ବିପଣନ ଖର୍ଚ୍ଚ କମ୍ ହୋଇଥାଏ I
    • ବଜାରକୁ ନେବା ପୁର୍ବରୁ ଉତ୍ପାଦକୁ ପ୍ରାମାଣିକ ନିକିତିରେ ଓଜନ କରନ୍ତୁ I
    • ସହଜରେ ହିସାବ କରିବା ପାଇଁ ଉତ୍ପାଦକୁ ସମାନ ପରିମାଣ (୫୦ କେ.ଜି.) ବସ୍ତାରେ ପ୍ୟାକିଙ୍ଗ କରନ୍ତୁ I
    • ବଜାର ସଲଗ୍ନତା ସମୟରେ ସବୁବେଳେ ଉତ୍ପାଦର ପରିମାଣ ଓ ଦର ଲିପିବଦ୍ଧ କରି ରଖନ୍ତୁ I
    • ବଜାର ସଲଗ୍ନତା ସମୟରେ ଉଧାର ସୁତ୍ରରେ ବିକ୍ରୟ କରନ୍ତୁ ନାହିଁ I
    • ସବୁବେଳେ ବ୍ୟାପାରୀମାନଙ୍କୁ ଗ୍ରାମକୁ ଆସି ଉତ୍ପାଦକୁ କ୍ରୟ କରିବାକୁ ଜୋର୍ ଦିଅନ୍ତୁ I

ଉପସଂହାର

ଅଧିବେଶନର ଶେଷ ଆଡକୁ, କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ପଚାରନ୍ତୁ କି ମହୁଲ ଫୁଲକୁ କିପରି ଭାବରେ ମହଜୁଦ ରଖାଯାଏ, ଗୁଣବତ୍ତା ମାନଦଣ୍ଡକୁ କେମିତି ବଜାୟ ରଖାଯାଇପାରିବ ଓ ଉତ୍ତମ ଦର ପାଇବା ପାଇଁ କେଉଁ ସବୁ ବଜାର ଅଭ୍ୟାସକୁ ଅନୁସରଣ କରିବା ଆବଶ୍ୟକତା ରହିଛି I ନିଶ୍ଚିତ କରନ୍ତୁ କି ଅଂଶଗ୍ରହଣକାରୀମାନେ ଅଧିବେଶନକୁ ଠିକ ଭାବରେ ବୁଝିଛନ୍ତି ଏବଂ ସେମାନଙ୍କୁ ଉନ୍ନତ ସଂଗ୍ରହ-ପରବର୍ତ୍ତୀ କାର୍ଯ୍ୟ କୌଶଳ ଆଦୃତ କରିବା ପାଇଁ ସାହାଯ୍ୟ କରନ୍ତୁ I

ଆଧାର - ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate