অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ଅମଳ (ଅମଳ କରିବା ପଦ୍ଧତ୍ତି)

ରବି ଫସଲର ଅମଳ (ଅମଳ କରିବା ପଦ୍ଧତ୍ତି)

ଅଧିବେଶନ ୯.୨

ଅମଳ କରିବା ପଦ୍ଧତ୍ତି I

ଉଦ୍ଦେଶ୍ୟ

ରବି ଋତୁରେ ଫସଲର ସଠିକ ଅମଳ ପଦ୍ଧତ୍ତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ସଠିକ ଅମଳ ପଦ୍ଧତ୍ତି ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର ଏବଂ ଏକ ଚାଷୀର ବିଲ ଯେଉଁଠାରେ ବର୍ତ୍ତମାନ ଅମଳ ହେଉଥିବ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- 25 ମିନିଟ୍ | ପ୍ରଦର୍ଶନ – 30 ମିନିଟ୍ |


ପୃଷ୍ଠଭୁମୀ

ଚାଷୀମାନଙ୍କୁ ଜଣାନ୍ତୁ ଯେ ସେମାନେ ଉପଯୁକ୍ତ ଅମଳ ପଦ୍ଧତ୍ତି ଆଦୃତ କଲେ ଅନେକ ପ୍ରକାର ସୁବିଧା ପାଇବେ I ଉଦାହରଣସ୍ୱରୂପ ଉଚିତ ଅମଳ ପଦ୍ଧତି ଆଦୃତ କଲେ କମ ଶ୍ରମବଳ ଦରକାର ହୁଏ I ଏହାସହ ଫସଲର ଅବଶିଷ୍ଟାଂସ ମାଟିରେ ମିଶିଯିବା ଫଳରେ ମୃତ୍ତିକାର ଉର୍ବରତା ବୃଦ୍ଧି ପାଇଥାଏ I ଉପଯୁକ୍ତ ଭାବେ ଅମଳ କଲେ ଭଲ ମାନର ଶସ୍ୟ ଏବଂ ଫଳ ଉତ୍ପାଦିତ ହୋଇଥାଏ I ଏହି ପରିପେକ୍ଷୀରେ ଚାଷୀମାନେ ପ୍ରତ୍ୟେକ ଫସଲ ପାଇଁ ଆଦୃତ ଅମଳ ପଦ୍ଧତି ଜାଣିବା ଉଚିତ ଯଦ୍ୱାରା ସେମାନେ ଆବଶ୍ୟକ ହେଉଥିବା ଶ୍ରମ ଏବଂ ଅନ୍ୟାନ୍ୟ ଉପକରଣର ବ୍ୟବସ୍ଥା କରିପାରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଏକତ୍ର କରନ୍ତୁ I ଅଧିବେଶନକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଅମଳ କରିବା ପାଇଁ କେଉଁ ସବୁ ପଦ୍ଧତିକୁ ଆଦୃତ କରିଥାନ୍ତି I ବିଭିନ୍ନ ପଦ୍ଧତିର ସୁବିଧା ଏବଂ ପରିସୀମାକୁ ଉଲ୍ଲେଖ କରିବା ପାଇଁ ସେମାନଙ୍କୁ କୁହନ୍ତୁ I ଏହାପରେ ବିଭିନ୍ନ ଚାଷୀମାନଙ୍କର ଆର୍ଥିକ କ୍ଷମତା ଅନୁଯାୟୀ ଶସ୍ୟ ଜାତୀୟ ଫସଲ ପାଇଁ ସେମାନେ ଆଦୃତ କରିଥିବା ବିଭିନ୍ନ ଅମଳ ପଦ୍ଧତି ବିଷୟରେ ଆଲୋଚନା କରନ୍ତୁ I

ସୋପାନ -: ଅମଳର ପ୍ରକାର: ଚାଷୀମାନଙ୍କର ଆର୍ଥିକ କ୍ଷମତା ଅନୁଯାୟୀ ଫସଲ ଅମଳ କରିବା ପାଇଁ ଚାଷୀମାନେ ବିଭିନ୍ନ ପ୍ରକାର ପଦ୍ଧତି ଆଦୃତ କରିଥାଆନ୍ତି I କିଛି ଆର୍ଥିକ ଭାବେ ସ୍ୱଚ୍ଛଳ ଚାଷୀ ଅମଳ ପ୍ରକ୍ରିୟାକୁ ତ୍ୱରାନ୍ନିତ କରିବା ପାଇଁ କମ୍ବାଇନ ହାର୍ଭେଷ୍ଟର ବ୍ୟବହାର କରିଥାଆନ୍ତି I ଅମଳ ପାଇଁ ସଦା ସର୍ବଦା 'ଦା' ବ୍ୟବହାର କରାଯାଏ I କିଛି କ୍ଷେତ୍ରରେ ଏହାକୁ ଉପୁଡା ଯାଏ କିମ୍ବା ଫାଉଡା ବ୍ୟବହାର କରି ଖୋଳାଯାଇଥାଏ I ବାହାର ଆବରଣକୁ କ୍ଷତି ନ କରି ଫଳକୁ ତୋଳା ଯାଇଥାଏ I କିଛି ଫସଲ ଯଥା ପନିପରିବା ଏବଂ ଫଳ ଇତ୍ୟାଦି ଫସଲର ଅମଳ ପଦ୍ଧତି ନିମ୍ନରେ ପ୍ରଦତ୍ତ ଅଛି:

କ୍ର.ନଂ.

ଫସଲର ନାମ

ଅମଳ ପଦ୍ଧତ୍ତି

ଗହମ

ସଧାରଣତଃ ଏକ ଦା’ ସାହାଯ୍ୟରେ ଅମଳ କରାଯାଇଥାଏ I କିଛି ଚାଷୀ ଶକ୍ତି ଚାଳିତ ଫସଲ କାଟିବା ଯନ୍ତ୍ର ବ୍ୟବହାର କରିଥାଆନ୍ତି I

ପରିବା ମକା

ପତ୍ରକୁ କ୍ଷତି ନ କରି ଭଣ୍ଡାଗୁଡିକୁ ହାତରେ ଗଛରୁ ତୋଳା ଯାଇଥାଏ I ଗଛରୁ ତୋଳିଲା ପରେ ଏହାକୁ ଛଡାଇବା ପାଇଁ ଏକ ଚାଳିଘରକୁ ନିଆଯାଏ I ଏହାପରେ ପଲିଥିନ ପ୍ୟାକେଟରେ ରଖି ବଜାରକୁ ପଠାଯାଇଥାଏ I ପ୍ରତି ଦୁଇ କିମ୍ବା ତିନି ସପ୍ତାହରେ ଥରେ ଅମଳ କରାଯାଇଥାଏ I ପରିବା ମକା ଅମଳ କରି ସାରିଲା ପରେ ସବୁଜ ଗଛ ସବୁକୁ ଗୋରୁ ଖାଦ୍ୟ ଭାବେ ବ୍ୟବହାର କରିହେବ I

ମଧୁର ମକା

ଏହାକୁ ଗଛରୁ ତୋଳି ସାଙ୍ଗେ ସାଙ୍ଗେ ଖାଇବା କିମ୍ବା ବଜାରକୁ ବିକ୍ରୟ କରିବା ପାଇଁ ପଠାଯିବା ଉଚିତ କାରଣ ବିଳମ୍ବ ହେଲେ ଏହାର ସ୍ୱାଦରେ ପରିବର୍ତ୍ତନ ହୋଇଥାଏ I

ମୁଗ, ବିରି, କୋଳଥ

ଫସଲକୁ ଦା’ ରେ କଟା ଯାଇଥାଏ I ଏହା ମୃତ୍ତିକା ଉର୍ବରତାରେ ସାହାଯ୍ୟ କରିଥାଏ I ଫସଲକୁ ଖରାରେ ଶୁଖାଯାଇଥାଏ I ପରେ ଏହାକୁ ବଳଦ ସାହାଯ୍ୟରେ ମଡାଯାଇଥାଏ କିମ୍ବା ଲାଠିରେ ପିଟି ଅମଳ କରାଯାଇଥାଏ I

ସୋରିଷ

ଫସଲକୁ ଦା’ ରେ କଟା ଯାଇଥାଏ I ଏହାକୁ ୪ ରୁ ୫ ଦିନ ପର୍ଯ୍ୟନ୍ତ ଖଳାରେ ରଖା ଯାଇଥାଏ ଏବଂ ଏହାପରେ ଆଉ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଇ ଅମଳ କରାଯାଇଥାଏ I

ପେଶୀ

ଫସଲକୁ ଦା’ ରେ କଟା ଯାଇଥାଏ I ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଇଥାଏ I ଏହାପରେ ଫସଲକୁ ପିଟି ଅମଳ କରାଯାଏ I

ଆଳୁ

ଫାଉଡା ସାହାଯ୍ୟରେ ଫସଲକୁ ଗଛରୁ ମାଟିରୁ ଖୋଳି ଅମଳ କରାଯାଇଥାଏ I ଯତ୍ନ ନେବା ଦରକାର ଯେପରି କି ଖୋଳିଲା ସମୟରେ ଆଳୁର ମୂଳ ନଷ୍ଟ ହୋଇ ନ ଯାଏ I

ପିଆଜ

ଫାଉଡା ସାହାଯ୍ୟରେ ଫସଲକୁ ଗଛରୁ ମାଟିରୁ ଖୋଳି ଅମଳ କରାଯାଇଥାଏ I ଗଛ ସବୁକୁ ଓପାଡି ବିଲ ଉପରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଶୁଖାନ୍ତୁ I ଏହାପରେ ଫସଲକୁ ତଳେ ଏକ ସପ୍ତାହ ପର୍ଯ୍ୟନ୍ତ ଶୁଖାଯାଏ I ଉତ୍ତମଭାବେ ବାୟୁ ସଞ୍ଚାଳିତ ହେଉଥିବା ସ୍ଥାନରେ ଏହାକୁ ସଂରକ୍ଷଣ କରି ରଖନ୍ତୁ I

ରସୁଣ

ଫସଲକୁ ଖୋଳି ସାରିଲା ପରେ ଏହାକୁ ଛାଇ ତଳେ ଶୁଖାନ୍ତୁ I ଏହାପରେ ବିଡା ବାନ୍ଧି ସଂରକ୍ଷଣ କରି ରଖନ୍ତୁ I

୧୦

ଅଦା

ଫାଉଡା ସାହାଯ୍ୟରେ ଫସଲକୁ ଗଛରୁ ମାଟିରୁ ଖୋଳି ଅମଳ କରାଯାଇଥାଏ I ଅଦାକୁ ମାଟି ତଳେ ଗାତ କରି ସଂରକ୍ଷଣ କରି ରଖାଯାଏ I ଗର୍ତ୍ତର ପ୍ରସ୍ଥ ଏକ ମିଟର ଏବଂ ୩୦ ସେ.ମି. ଗଭୀର ହୋଇ ଥାଏ I ଗର୍ତ୍ତର ତଳେ ଏବଂ ଉପରେ ନଡା ରଖି ଘୋଡା ଯାଇଥାଏ ଏବଂ ପରେ ଏହାକୁ ମାଟି ଦ୍ୱାରା ଆବୃତ କରାଯାଇଥାଏ I

ସୋପାନ -: ପ୍ରଦର୍ଶନ: ଶ୍ରେଣୀ-କକ୍ଷ ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଚାଷୀର ବିଲକୁ ପ୍ରଦର୍ଶନରେ ନିଅନ୍ତୁ ଯେଉଁଠାରେ କିଛି ମୁଖ୍ୟ ଫସଲର ଅମଳ ହେଉଥିବ I ଅଂଶଗ୍ରହଣକାରୀମାନେ ଅମଳର ବିଭିନ୍ନ ଚରଣ ସବୁକୁ କେତେଦୁର ବୁଝିପାରିଛନ୍ତି, ଜାଣିବାପାଇଁ ସେମାନଙ୍କୁ ପଚାରନ୍ତୁ ଯେ ବର୍ତ୍ତମାନ ସେମାନେ ଦେଖୁଥିବା "ଅମଳ ଚରଣ"ର ନାମ କ'ଣ ? ସେମାନେ ଅମଳର ବିଭିନ୍ନ କାର୍ଯ୍ୟ ଯେପରିକି କାଟିବା, ଶୁଖାଇବା, ପରିବହନ କରିବା, ବସ୍ତାରେ ବାନ୍ଧିବା, ଅମଳ କରିବା, ସଫା କରିବା ଏବଂ ପ୍ୟାକିଙ୍ଗ କରିବା ଇତ୍ୟାଦିକୁ ଚିହ୍ନଟ କରିବା ସହ ଏହି ସବୁର ପ୍ରଭେଦକୁ ଜାଣି ପାରୁଥିବା ଉଚିତ I ସେହିପରି ଭାବେ ବିଭିନ୍ନ ଉପକରଣ ଯଥା ଦା, ଅମଳକରିବା ଯନ୍ତ୍ର, ଅଖା ବସ୍ତା ଇତ୍ୟାଦି ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହିସବୁ ଉପକରଣ ଅମଳ ସମୟରେ କ'ଣ କାମରେ ଆସିଥାଏ I ଅମଳର ବିଭିନ୍ନ ପଦ୍ଧତି ଯଥା କାଟିବା (ଧାନ), ତୋଳିବା (ପରିବା) ଏବଂ ଖୋଲିବା (ଆଳୁ) ଇତ୍ୟାଦି ଦେଖାଇବା ପାଇଁ ଏହିସବୁ ଫସଲ ଅମଳ ପର୍ଯ୍ୟାୟରେ ଥିବା ବିଭିନ୍ନ ଚାଷ ଜମିକୁ ଅଂଶଗ୍ରହଣକାରୀମାନଙ୍କୁ ନିଅନ୍ତୁ I

ଉପସଂହାର

ଅଧିବେଶନର ସମାପ୍ତି ପରେ ଆଶା କରାଯାଏ କି ସେମାନେ ଅମଳର ପଦ୍ଧତ୍ତି ସବୁକୁ ବୁଝିପାରିଛନ୍ତି ଏବଂ ସେମାନେ ଏହି 'ଜ୍ଞାନ କୌଶଳ'କୁ ପରିବାରର ପୁରୁଷ ସହ ଅନ୍ୟ ଚାଷୀମାନଙ୍କସହ ଆଲୋଚନା କରିବେ I

ଆଧାର – ପୋର୍ଟାଲ ଟିମ

Last Modified : 7/15/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate