অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ଅମଳ (ଅମଳ ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା)

ରବି ଫସଲର ଅମଳ (ଅମଳ ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା)

ଲକ୍ଷ୍ୟ

ଚାଷ ଜମିରୁ ଆରମ୍ବ କରି ବଜାର ପର୍ଯ୍ୟନ୍ତ ପରିବହନ ସମୟରେ ହେଉଥିବା ଫସଲ କ୍ଷତିକୁ କମ କରିବା ପାଇଁ ଚାଷୀମାନଙ୍କୁ ଆଧୁନିକ ଅମଳ-ପରବର୍ତ୍ତୀ ପରିଚାଳନାର ଜ୍ଞାନ କୌଶଳ ବିଷୟରେ ବୁଝାଇବା I

ଶିକ୍ଷଣୀୟ ଉଦ୍ଦେଶ୍ୟ

  • ଚାଷୀମାନଙ୍କୁ ରବି ଫସଲର ସଠିକ ଅମଳର ସମୟ, ଅମଳର ପଦ୍ଧତ୍ତି, ଫଳ ଏବଂ ପରିବା ସଂରକ୍ଷଣ ତଥା ବିହନ ଉତ୍ପାଦନ ବିଷୟରେ ଶିକ୍ଷାଦାନ କରିବା I

ପ୍ରୟୋଜନ

ବେଳେ ବେଳେ ଅସମୟରେ ଅମଳ କରିବା ଫଳରେ ଶସ୍ୟହାନୀ ହୋଇଥାଏ I ଫଳକୁ ପାକଳ ହେବା ଆଗରୁ ଅମଳ କରିଦେଲେ କିମ୍ବା ଅଧିକ ପାକଳ ହୋଇଗଲେ ଏହାକୁ ଅଧିକ ଦିନ ସଂରକ୍ଷଣ କରି ହୁଏ ନାହିଁ ଏବଂ ଏହାର ବଜାର ଚାହିଦା ମଧ୍ୟ କମ ହୋଇଥାଏ I ଅନୁପଯୁକ୍ତ ଅମଳ ପଦ୍ଧତ୍ତି କାରଣରୁ ପନିପରିବା ଫସଲରେ ମଧ୍ୟ କ୍ଷତି ହୋଇଥାଏ I ଅଣ-ବୈଜ୍ଞାନିକ ପଦ୍ଧତିରେ ବିହନ ଉତ୍ପାଦନ କାରଣରୁ ଚାଷୀମାନେ ଉପଯୁକ୍ତ ବିହନ ବ୍ୟବହାର କରିବା ପାଇଁ ଅସୁବିଧାର ସମ୍ମୁଖିନ ହୋଇ ଥାଆନ୍ତି I ଏହି ଦିଗବିଷୟରେ ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କଲେ ସେମାନେ ବହୁତ ଉପକୃତ ହେବେ I

ରବି ଫସଲର ଅମଳ ପ୍ରଶିକ୍ଷଣ ମଡ୍ୟୁଲ ଚାରିଗୋଟି ଅଧିବେଶନକୁ ନେଇ ଗଠିତ

  • ଅଧିବେଶନ ୯.୧: ଅମଳ କରିବା ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା
  • ଅଧିବେଶନ ୯.୨: ଅମଳ କରିବା ପଦ୍ଧତ୍ତି
  • ଅଧିବେଶନ ୯.୩: ଫଳ ଓ ପନିପରିବା ସଂରକ୍ଷଣ
  • ଅଧିବେଶନ ୯.୪: ବିହନ ଉତ୍ପାଦନ

ଅମଳ ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା

ଅଧିବେଶନ ୯.୧

ଅମଳ ପାଇଁ ସଠିକ ସମୟ ନିର୍ଦ୍ଧାରଣ କରିବା I

ଉଦ୍ଦେଶ୍ୟ

ସଠିକ ସମୟରେ ଅମଳ କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଧିବେଶନକୁ ସଞ୍ଚାଳନ କରିବେ ଏବଂ ଅଂଶଗ୍ରହଣକାରୀମାନଙ୍କୁ ଫସଲ ଅମଳର ସଠିକ ସମୟ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ ତଥା ଗ୍ରାମର ଅନ୍ୟାନ୍ୟ ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଚାର୍ଟ କାଗଜ, କଲମ୍, ପ୍ରଦର୍ଶନ ପାଇଁ ବିଲରେ ଥିବା ଠିଆ ଫସଲ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ |

ପୃଷ୍ଠଭୁମୀ

ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବାର ଲାଭ ଓ କ୍ଷତିକୁ ଚାଷୀମାନଙ୍କୁ ବୁଝାନ୍ତୁ I ସଠିକ ସମୟରେ ଅମଳ କଲେ ଅମଳ ପରିମାଣ ଅଧିକ ହେବା ସହ ଶସ୍ୟ କିମ୍ବା ଫଳର ମାନ ମଧ୍ୟ ଉତ୍ତମ ହୋଇଥାଏ I ଅମଳ ହୋଇଥିବା ଫଳର ସଂରକ୍ଷଣ ସମୟ ଅଧିକ ହୋଇଥାଏ I ସଠିକ ସମୟରେ ଅମଳ କଲେ ଏହା ପରବର୍ତ୍ତୀ ଫସଲର ପ୍ରାକ-ବୁଣା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାମ କରିବା ମଧ୍ୟ ଉପଯୁକ୍ତ ସମୟରେ ହୋଇଥାଏ I ଏହି ସବୁ ସୁବିଧା ପାଇବା ପାଇଁ ଚାଷୀମାନଙ୍କୁ ଫସଲର ଉପଯୁକ୍ତ ଅମଳ ସମୟକୁ ନିର୍ଧାରଣ କରିବାର ଉପାୟକୁ ଚାଷୀମାନଙ୍କୁ କୁହନ୍ତୁ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ସବୁ ଅଂଶଗ୍ରହଣକାରୀମାନଙ୍କୁ ଗ୍ରାମର ଏକ ସୁବିଧାଜନକ ସ୍ଥାନରେ ଅଧିବେଶନ ସଞ୍ଚାଳନ କରିବା ପାଇଁ ଏକତ୍ର କରନ୍ତୁ I ପ୍ରଥମେ, ନିର୍ବାଚନ କରାଯାଇଥିବା ରବି ଫସଲର ଉପଯୁକ୍ତ ଅମଳ ସମୟ ବିଷୟରେ ଚାଷୀମାନଙ୍କର ଜ୍ଞାନକୁ ଆକଳନ କରନ୍ତୁ I ଆଲୋଚନାକୁ ଜାରିରଖି ସେମାନଙ୍କୁ ପଚାରନ୍ତୁ ଯେ ଗତ ରବି ଋତୁରେ ଫସଲ ଅମଳରେ ବିଳମ୍ବ କାରଣରୁ କାହାର ଫସଲ ଅମଳ ପରିମାଣ କମ ହୋଇ ଥିଲା କି I ସେହିପରି ପଚାରନ୍ତୁ କି ସହଳ ଅମଳ କରିବା ଦ୍ୱାରା ଶସ୍ୟର ମାନ ଖରାପ ହୋଇଥିଲା କି I ଠିକ ସମୟରେ ଅମଳ କଲେ ଶସ୍ୟ ଏବଂ ଫଳର ମାନ ଏବଂ ପରିମାଣ ବଜାୟ ରହିଥାଏ I ସମୟାନୁସାରେ ଅମଳ କଲେ ଅମଳ ହୋଇଥିବା ଫଳର ସଂରକ୍ଷଣ ଅବଧି ଅଧିକ ହୋଇଥାଏ I ସଠିକ ସମୟରେ ଅମଳ କଲେ ଏହା ପରବର୍ତ୍ତୀ ଫସଲର ପ୍ରାକ-ବୁଣା କାର୍ଯ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚାଷ କାମ କରିବା ମଧ୍ୟ ଉପଯୁକ୍ତ ସମୟରେ ହୋଇଥାଏ I ବର୍ତ୍ତମାନ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ସବୁକୁ କୁହନ୍ତୁ I

ସୋପାନ -: ରବ ଫସଲର ସଠିକ ଅମଳ କରିବା ସମୟ କିପରି ନିର୍ଦ୍ଧାରଣ କରିବେ: ଚାଷୀମାନଙ୍କୁ କୁହନ୍ତୁ ଯେ ରବି ଫସଲର ମାନ ବଜାୟ ରଖିବା ପାଇଁ ଅମଳର ଉଚିତ ସମୟ ଜାଣିବା ନିତାନ୍ତ ଆବଶ୍ୟକ I ଉଭୟ ବିଳମ୍ବ ଏବଂ ସହଳ ଅମଳ ଫସଲ ପାଇଁ କ୍ଷତିକାରକ I ସହଳ ଅମଳ କଲେ ଅମଳ ପରିମାଣ କମି ଯାଇଥାଏ ଏବଂ ବିଳମ୍ବ ଅମଳ କଲେ ଉତ୍ପାଦର ମାନ ଖରାପ ହୋଇଥାଏ I ଅଧିକନ୍ତୁ, ପାକଳ ହୋଇନଥିବା ଉତ୍ପାଦକୁ ଅଧିକ ଦିନ ସଂରକ୍ଷଣ କରି ରଖିହେବନାହିଁ I କିଛି ବିଶେଷ ଫସଲ ପାଇଁ ଉଚିତ ସମୟ ନିର୍ଦ୍ଧାରଣ କରିବାର କିଛି ଲକ୍ଷଣସବୁ ଉଲ୍ଲେଖ କରାଯାଇଅଛି I ଚାଷୀମାନଙ୍କୁ ଏହାକୁ ପ୍ରଦର୍ଶନ କରାନ୍ତୁ I:

  • ଗହମ: ଗହମ ଫସଲରେ ବୁଣିବାର ୪୫ ଦିନପରେ ଫୁଲ ଆସିଥାଏ ଏବଂ ଫୁଲ ଆସିବାର ୪୫ ଦିନପରେ ଫସଲ ପାକଳ ହୋଇଥାଏ ଅର୍ଥାତ ବୁଣିବାର ୯୦ ଦିନପରେ ଫସଲ ପାକଳ ହୋଇଥାଏ I ଯେତେବେଳେ ଗଛ ସବୁ ସମ୍ପୂର୍ଣ ଭାବେ ହଳଦିଆ ପଡିଯାଏ ଏବଂ ଶସ୍ୟ କଠିନ ହୋଇଯାଏ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ I ଏହି ଅବସ୍ଥାରେ ପହଞ୍ଚିଲେ ଗଛର କାଣ୍ଡକୁ ବଙ୍କାକଲେ ଏହା ଭାଙ୍ଗିଯାଇଥାଏ ଏବଂ ଏହା ଇଙ୍ଗିତ କରେ ଯେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଅଛି I ଗହମକୁ ସାଧାରଣଭାବେ ପ୍ରତ୍ୟେକ ବର୍ଷର ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ଅମଳ କରାଯାଇଥାଏ I ଏହି ସମୟରେ କୁଆ ପଥର ବୃଷ୍ଟି ହୋଇଥାଏ, ତେଣୁ ଅମଳକୁ ବିଳମ୍ବ କରିବା ଉଚିତ ନୁହେଁ I
  • ପରିବା ମକା: ମାଈଫୁଲ କିମ୍ବା ଚଅଁର ଆସିବା ମାତ୍ରେ ମକା ଭଣ୍ଡାକୁ ଅମଳ କରି ଦିଅନ୍ତୁ I ଅମଳ କରିବାରେ ବିଳମ୍ବ କଲେ ଫସଲର ମାନ ଖରାପ ହେବା ଆଶଙ୍କା ରହିଥାଏ I ଶୀତ ଋତୁରେ ବୁଣିବାର ୫୫ ଦିନରେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ I
  • ମଧୁର ମକା: ମକାର ବାହାର ଆବରଣ ସବୁଜ ହୋଇ ଚଅଁର ଶୁଖିଗଲେ ଏହାକୁ ଅମଳ କରାଯାଏ I ଏହାକୁ ନଖରେ ଚିପିଲେ ଦାନା କୋମଳ ଲାଗେ I ଶୀତ ଋତୁରେ ବୁଣିବାର ପ୍ରାଯ ୭୫ ରୁ ୮୦ ଦିନପରେ ଏହାକୁ ଅମଳ କରାଯାଇଥାଏ I ଅନ୍ୟଥା ଏହାର ସ୍ୱାଦ ଧିରେ ଧିରେ କମି ଯାଇଥାଏ I
  • ସୋରିଷ: ଛୁଇଁ ସବୁ ହଳଦିଆ ହୋଇଗଲେ ଅମଳ ପାଇଁ ସଠିକ ସମୟ ହୋଇଥାଏ I ଅଧିକ ଡେରି କଲେ ଛୁଇଁ ଫାଟିଯାଇ ଦାନା ନଷ୍ଟ ହୋଇଯାଇଥାଏ I
  • ପେଶୀ ତେଲ: ଫସଲ ପାକଳ ହେଲେ ମଞ୍ଜିସବୁ ଚକ୍ ଚକ୍ କରୁଥାଏ I ଯେତେବେଳେ ଫଳ ସ୍ୱର୍ଣିମ ହଳଦିଆ ହୋଇଯାଏ ଏହା ଅମଳଯୋଗ୍ୟ ହୋଇଯାଇଥାଏ I
  • ଆଳୁ: ପତ୍ର ହଳଦିଆ ପଡିଗଲେ ଏହାକୁ ଅମଳ କରାଯାଏ I ଅମଳ କରିବାର ସାତଦିନ ପୂର୍ବରୁ ଜଳ ସେଚନ ବନ୍ଦ କରିଦେବା ଉଚିତ I
  • ବିଲାତି ବାଇଗଣ: ଫଳ ହଳଦିଆ କିମ୍ବା ଲାଲ୍ ରଙ୍ଗର ହୋଇଗଲେ ଏହାକୁ ଅମଳ କରାଯାଏ I ସାଧାରଣଭାବେ ବୁଣିବାର ୧୦୦ ରୁ ୧୨୦ ଦିନ ପରେ ଫଳ ପାକଳ ହେବା ଆରମ୍ଭ ହୋଇଥାଏ I ଅମଳରେ ବିଳମ୍ବ କଲେ ଅଧିକ ପାଚିଯିବା କାରଣରୁ ଏହାକୁ ଦୂର ଜାଗାକୁ ପରିବହନ କରିବା ପାଇଁ ସମସ୍ୟା ହୋଇଥାଏ I
  • ମୂଳା: ମୂଳ ନରମ ଥିବା ଅବସ୍ଥାରେ ମୂଳାକୁ ଅମଲ କରାଯାଏ I ବୁଣିବାର ଷାଠିଏ (୬୦) ଦିନରେ ଏହା ଅମଳ ହୋଇଥାଏ I
  • ରସୁଣ: ଫସଲର ଅମଳ ଅବଧି ବୁଣିବାର ଚାରି ରୁ ପାଞ୍ଚ ମାସ ପର୍ଯ୍ୟନ୍ତ ହୋଇଥାଏ ଏବଂ ଉପର ପତ୍ର ହଳଦିଆ ହୋଇଗଲେ ରସୁଣକୁ ଅମଳ କରାଯାଏ I
  • ଅଦା/ହଳଦି: ଗଛ ଶୁଖିଗଲେ ଏହାକୁ ଅମଳ କରାଯାଏ I
  • ତରଭୂଜ: ବୁଣିବାର ଚାରି ମାସ ପରେ ଏହାକୁ ଅମଳ କରାଯାଏ I ଫଳକୁ ହାତରେ ପିଟିଲେ, ପାଚିଲା ଫଳରୁ ମନ୍ଦ ଶବ୍ଦ ଆସିଥାଏ I

ସୋପାନ -: ପ୍ରଦର୍ଶନ: ଶ୍ରେଣୀ-କକ୍ଷ ଅଧିବେଶନ ପରେ ଅଂଶଗ୍ରହଣକାରୀମାନଙ୍କୁ ଏକ ନିକଟବର୍ତ୍ତୀ ଚାଷୀର ବିଲକୁ ପ୍ରଦର୍ଶନରେ ନିଅନ୍ତୁ ଯେଉଁଠାରେ କିଛି ମୁଖ୍ୟ ଫସଲର ଅମଳ ହେଉଥିବ I ଅଂଶଗ୍ରହଣକାରୀମାନେ ଅମଳର ବିଭିନ୍ନ ଚରଣ ସବୁକୁ କେତେଦୁର ବୁଝିପାରିଛନ୍ତି, ଜାଣିବାପାଇଁ ସେମାନଙ୍କୁ ପଚାରନ୍ତୁ ଯେ ବର୍ତ୍ତମାନ ସେମାନେ ଦେଖୁଥିବା "ଅମଳ ଚରଣ"ର ନାମ କ'ଣ ? ସେମାନେ ଅମଳର ବିଭିନ୍ନ କାର୍ଯ୍ୟ ଯେପରିକି କାଟିବା, ଶୁଖାଇବା, ପରିବହନ କରିବା, ବସ୍ତାରେ ବାନ୍ଧିବା, ଅମଳ କରିବା, ସଫା କରିବା ଏବଂ ପ୍ୟାକିଙ୍ଗ କରିବା ଇତ୍ୟାଦିକୁ ଚିହ୍ନଟ କରିବା ସହ ଏହି ସବୁର ପ୍ରଭେଦକୁ ଜାଣି ପାରୁଥିବା ଉଚିତ I ସେହିପରି ଭାବେ ବିଭିନ୍ନ ଉପକରଣ ଯଥା ଦା, ଅମଳକରିବା ଯନ୍ତ୍ର, ଅଖା ବସ୍ତା ଇତ୍ୟାଦି ଦେଖାଇ ସେମାନଙ୍କୁ ପଚାରନ୍ତୁ ଯେ ଏହିସବୁ ଉପକରଣ ଅମଳ ସମୟରେ କ'ଣ କାମରେ ଆସିଥାଏ I ଅମଳର ବିଭିନ୍ନ ପଦ୍ଧତି ଯଥା କାଟିବା (ଧାନ), ତୋଳିବା (ପରିବା) ଏବଂ ଖୋଲିବା (ଆଳୁ) ଇତ୍ୟାଦି ଦେଖାଇବା ପାଇଁ ଏହିସବୁ ଫସଲ ଅମଳ ପର୍ଯ୍ୟାୟରେ ଥିବା ବିଭିନ୍ନ ଚାଷ ଜମିକୁ ଅଂଶଗ୍ରହଣକାରୀମାନଙ୍କୁ ନିଅନ୍ତୁ I

ଉପସଂହାର

ଏହା ଧରିନିଆଯିବ ଯେ ଫସଲର ଉପଯୁକ୍ତ ଅମଳ ସମୟ ବିଷୟରେ ସେମାନେ ସଠିକ ଭାବେ ବୁଝି ପାରିଥିବେ ଏବଂ ପ୍ରତ୍ୟେକ ଫସଲ ପାଇଁ ଏହା କିପରି ନିର୍ଦ୍ଧାରଣ କରାଯିବ I ଅଧିବେଶନକୁ ସମାପ୍ତ କରି ସୁନିଶ୍ଚିତ କରନ୍ତୁ ଯେ ସେମାନେ ଫସଲକୁ ଉପଯୁକ୍ତ ସମୟରେ ଅମଳ କରିବା ପାଇଁ ଠିକ ଭାବେ ବୁଝିଛନ୍ତି I

ଆଧାର – ପୋର୍ଟାଲ ଟିମ

Last Modified : 2/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate