অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ପ୍ରାକ୍ - ବୁଣା ଅବସ୍ଥା (ଜୈବିକ ଖତର ପ୍ରୟୋଗ)

ରବି ଫସଲର ପ୍ରାକ୍ - ବୁଣା ଅବସ୍ଥା (ଜୈବିକ ଖତର ପ୍ରୟୋଗ)

ଅଧିବେଶନ ୨.୫

ଜୈବିକ ଖତର ପ୍ରୟୋଗ I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଜୈବିକ ଖତର ଉପାଦେୟତା ବିଷୟରେ ସଚେତନ କରିବା ଏବଂ ଏହା କିପରି ଭାବେ ମୃତ୍ତିକାର ଉର୍ବରତାକୁ ବଜାୟ ରଖି ଅଧିକ ଅମଳ ଦେଇଥାଏ ସେମାନଙ୍କୁ ବୁଝାଇବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଅରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଜୈବିକ ଖତର ଉପାଦେୟତା ବିଷୟରେ ସଚେତନ କରିବେ I ଏହାପରେ ସେମାନଙ୍କୁ ଚାଷୀର ଜମିକୁ ପରିଦର୍ଶନରେ ନିଆଯିବ ଯେଉଁଠି ସେମାନେ ଜୈବିକ ଖତ ପ୍ରୟୋଗର ପ୍ରକୃତ ପ୍ରକ୍ରିୟା ଦେଖିପାରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଜୈବିକ ଖତ, ହାରୋ I

ସମୟସୀମା

In- ଶ୍ରେଣୀ କକ୍ଷ ଅଧିବେଶନ- ୧୫ମିନିଟ୍ | କ୍ଷେତ୍ର ପରିଦର୍ଶନ ୩୦ ମିନିଟ୍ |

ପୃଷ୍ଠଭୁମୀ

ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟପାଇଁ ଆବଶ୍ୟକ ସବୁ ପ୍ରକାର ଖାଦ୍ୟସାର ଜୈବିକ ଖତରେ ରହିଥାଏ I ଅଧିକ ଅମଳ ବୃଦ୍ଧି ପାଇଁ ଏବଂ ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଚାଷୀମାନେ ଜୈବିକ ଖତର ବ୍ୟବହାର ଶିଖିବା ସହ ଏହାକୁ ପ୍ରସ୍ତୁତ କରିବାର ଉପାୟ ଜାଣିବା ଉଚିତ I

ସୋପାନ - ପର - ସୋପାନ କାର୍ଯ୍ୟକ୍ରମ

ସୋପାନ : ପ୍ରାରମ୍ଭିକ ଅଭ୍ୟାସ: ଜୈବିକ ଖତର ସଚେତନତା ବିଷୟରେ ଚାଷୀମାନଙ୍କୁ ପଚାରନ୍ତୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ କେଉଁ ସବୁ ଖତ ସେମାନେ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରିଥାଆନ୍ତି I ଯେଉଁ ଚାଷୀମାନେ ଏହାକୁ ବ୍ୟବହାର କରୁଅଛନ୍ତି ସେମାନଙ୍କୁ ଜୈବିକ ଖତ ବ୍ୟବହାରର ଲାଭ ବିଷୟରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିବାକୁ କୁହନ୍ତୁ I ଏହାସହ ସେମାନଙ୍କୁ ପଚାରନ୍ତୁ ଯେ ଜୈବିକ ଖତ ପ୍ରସ୍ତୁତ କରିବା ପାଇଁ ସେମାନେ କେଉଁ ସବୁ ଦ୍ରବ୍ୟ ସବୁକୁ ବ୍ୟବହାର କରନ୍ତି I

ସୋପାନ : ଜୈବିକ ଖତ ': ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଜୈବିକ ଖତ ପ୍ରାକୃତିକ ଭାବେ ମିଳୁଥିବା ଜୈବିକ ପଦାର୍ଥଠାରୁ ମିଳିଥାଏ ଯେଉଁଥିରେ ଜୀବନ୍ତ ଜୀବମାନଙ୍କ ଦ୍ୱାରା ପ୍ରସ୍ତୁତ ଅଙ୍ଗାର ଉପାଦାନ ରହିଥାଏ I ନିଜ ଅଞ୍ଚଳରେ ମିଳୁଥିବା କଞ୍ଚାମାଲ ଯଥା ଉଦ୍ୟାନ ଆବର୍ଜନା, ପତ୍ର, କାଣ୍ଡ, ଡାଳ, ଶୈବାଳ, ଗୋବର, କୁକୁଡା ଖତ, ଛେଳି ମେଣ୍ଢା, ପାଇଖାନା ଆବର୍ଜନା, କରତଗୁଣ୍ଡ, ପୋକଜୋକ, ଜିଆ ଏବଂ ଅଣୁଜୀବ ଇତ୍ୟାଦି ବ୍ୟବହାର କରି ଜୈବିକ ଖତ ପ୍ରସ୍ତୁତ କରାଯାଇପାରିବ I ଏହିସବୁ ପଦାର୍ଥରେ ଏକ ପ୍ରକାର ଅମ୍ଳ ରହିଥାଏ ଯାହା ଗଛର ଚେରକୁ ଅଧିକ ପ୍ରସରଣଶୀଳ କରିଥାଏ I ଏହି ଅମ୍ଳ ଚେରକୁ ଖାଦ୍ୟସାର ଓ ପାଣି ଶୋଷଣ କରିବାକୁ ସାହାଯ୍ୟ କରିବା ସହ ଏହା ମାଟି ଭିତରେ ଥିବା ଖଣିଜ ଲବଣକୁ ଦ୍ରବୀଭୂତ କରି ଗଛର ଚେରକୁ ଶୋଷଣ କରିବାପାଇଁ ଉପଲବ୍ଧ କରାଇଥାଏ I ଏହା ବାଲୁକାମୟ ମାଟିରୁ ଆରମ୍ଭ କରି କାଦୁଆ ମାଟି ପର୍ଯ୍ୟନ୍ତ ସବୁ ପ୍ରକାର ମୃତ୍ତିକାର ବିନ୍ୟାସରେ ଉନ୍ନତି କରିବା ସହ ମାଟିର ଗଠନରେ ଉନ୍ନତି ଆଣିଥାଏ I

ସୋପାନ-: ଜୈବିକ ଖତରେ ମିଳୁଥିବା ସାମାନ୍ୟ ପୋଷକ: ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁଯେ ଗୋବର, ଗୋମୁତ୍ର, ଫସଲର ଅପଶିଷ୍ଟ, ଘରୁ ନିର୍ଗତ ହେଉଥିବା ଅପଶିଷ୍ଟ ସବୁକୂ ବ୍ୟବହାର କରି କମ୍ପୋଷ୍ଟ ପ୍ରସ୍ତୁତ କରିହେବ I ବିଭିନ୍ନ ପଦ୍ଧତି ଯଥା ନାଦେପ କମ୍ପୋଷ୍ଟ, ଜିଆ ଖତ, ଭର୍ମିନ୍ ୱାସ୍, ବିଲାତି ଦଳ ଖତ ଇତ୍ୟାଦି କମ୍ପୋଷ୍ଟ ପ୍ରସ୍ତୁତ କରିବାରେ ଆଦୃତ କରାଯାଇଥାଏ I ବେଳେ ବେଳେ କୁକୁଡା ଖତ, ଛେଳି ଖତ ମଧ୍ୟ ଜୈବିକ ଖତ ଭାବରେ ବ୍ୟବହାର କରାଯାଏ I ନିମ୍ବ ପିଡିଆରେ ଉପଯୁକ୍ତ ମାତ୍ରାରେ ଯବକ୍ଷାରଯାନ, ଫସଫରସ ଏବଂ ପଟାସ ଜୈବିକ ଆକାରରେ ରହିଥାଏ I ନିମ୍ନ ପ୍ରଦତ୍ତ ଚାର୍ଟକୁ ପ୍ରଦର୍ଶିତ କରି କିଛି ବିଶେଷ ଜୈବିକ ଖତରେ ରହିଥିବା ଯବାକ୍ଷାରଯାନ, ଫସଫରସ ଓ ପଟାସର ମାତ୍ରାକୁ ଚାଷୀମାନଙ୍କୁ ଜଣାନ୍ତୁ I

କ୍ର.ନଂ

ଜୈବିକ ଖତ

ଯବକ୍ଷାରଯାନ (%)

ଫସଫରସ (%)

ପଟାସ (%)

ତଟକା ଗୋବର ଖତ

୦.୩ – ୦.୪

୦.୧ – ୦.୨

୦.୧ – ୦.୩

କ୍ଷେତପାଇଁ ପ୍ରସ୍ତୁତ ଖତ

୦.୫ – ୧.୫

୦.୪ – ୦.୮

୦.୫ – ୧.୯

କୁକୁଡା ଖତ (ତଟକା)

୧.୦ – ୧.୮

୧.୪ – ୧.୮

୦.୮ – ୦.୯

କମ୍ପୋଷ୍ଟ (ଗ୍ରାମ୍ୟ)

୦.୪ – ୦.୮

୦.୩ – ୦.୬

୦.୭ – ୧.୦

କମ୍ପୋଷ୍ଟ (ସହରୀ)

୧.୨ – ୨.୦

୧.୦

୧.୫

ବିଲାତି ଦଳ ଖତ

୨.୦ – ୩.୦

୧.୦ – ୨.୦

୩.୦ – ୪.୦

ନିମ୍ବ ପିଡିଆ

୫.୨ – ୫.୩

୧.୦ – ୧.୧

୧.୪ – ୧.୫

ସୋପାନ -: ଜୈବିକ ଖତ ପ୍ରୟୋଗ କରିବାବେଳେ ମନେରଖିବା ପାଇଁ କିଛି ବିନ୍ଦୁ: ଜୈବିକ ଖତକୁ ପ୍ରଯୋଗ କରିବା ସମୟରେ ଚାଷୀମାନଙ୍କୁ ନିମ୍ନ ପ୍ରଦତ୍ତ ସାବଧାନତା ଗ୍ରହଣ କରିବାକୁ ପରମର୍ଶ ଦିଅନ୍ତୁ:

  • ଏହି ଖତକୁ ଜମିରେ ଗୋଟିଏ ସ୍ଥାନରେ ଗଦା କରିବା ପରେ ପ୍ରୟୋଗ କରନ୍ତୁ, କାରଣ ସିଧାସଳଖ ପ୍ରୟୋଗ କଲେ ସୁର୍ଯ୍ୟକିରଣ ଏବଂ ପବନ ପ୍ରବାହ ଯୋଗୁଁ କ୍ଷତି ହୋଇପାରେ I
  • ସମ୍ପୂର୍ଣ୍ଣ ରୂପେ ବିଘଟିତ ହୋଇଥିବା କମ୍ପୋଷ୍ଟ ବ୍ୟବହାର କରନ୍ତୁ, ଅନ୍ୟଥା ଏହା ଉଇଦ୍ୱାରା ଆକ୍ରାନ୍ତ ହୋଇପାରେ I
  • କମ୍ପୋଷ୍ଟ ଗଦାରେ ଏହିପରି ପଦାର୍ଥ ଯଥା ପଲିଥିନ ଖଣ୍ଡ, ଭଙ୍ଗା ମାଟି ପାତ୍ର, କାଚ ଖଣ୍ଡ, ପ୍ଲାଷ୍ଟିକ ଜିନିଷ ଇତ୍ୟାଦି ପକାନ୍ତୁ ନାହିଁ କାରଣ ଏହା ଖତପାଇଁ କ୍ଷତିକାରକ I
  • କୁକୁଡା ଖତକୁ ସିଧାସଳଖ ଫସଲରେ ବ୍ୟବହାର କରନ୍ତୁ ନାହିଁ I ଏହାକୁ ଗୋଟିଏ ଜାଗାରେ ଗଦକରି କିଛି ସମୟ ଶୁଖାଇଲା ପରେ ପ୍ରୟୋଗ କରନ୍ତୁ I
  • ଶୀତ ଋତୁରେ ଜୈବିକ ଖତ ପ୍ରୟୋଗ କଲାପରେ ବନ୍ୟା ପ୍ଳାବିତ କରି ଜଳସେଚନ କରନ୍ତୁ ନାହିଁ I ଏହା ସବୁ ଖତକୁ ଧୋଇନେଇ ନଷ୍ଟ କରିଦେବ I
  • ଅନ୍ୟାନ୍ୟ ଖତ ତୁଳନାରେ ଜିଆ ଖତ କମ ପରିମାଣରେ ବ୍ୟବହାର କରନ୍ତୁ I

ସୋପାନ -: ଜୈବିକ ଖତକୁ କିପରି ଭାବେ ପ୍ରୟୋଗ କରାଯାଏ: ବର୍ତ୍ତମାନ ଚାଷୀମାନଙ୍କୁ କ୍ଷେତକୁ ନେଇ ଜୈବିକ ଖତ କିପରି ପ୍ରୟୋଗ କରାଯାଏ ପ୍ରଦର୍ଶନ କରନ୍ତୁ:

  • ଜମିରେ ଆଦ୍ରତା ବଜାୟ ରଖିବା ପାଇଁ ଭଲ ଭାବରେ ହଳକରି ମାଟି ଟେଳାସବୁକୁ ଭାଙ୍ଗି ଦିଅନ୍ତୁ I
  • ହଳକରିବାର ଚୂଡାନ୍ତ ପର୍ଯ୍ୟାୟରେ ବିଭିନ୍ନ ଫସଲ ଆଧାରରେ ହେକ୍ଟର ପିଛା ୨୦ ରୁ ୨୫ କୁଇଣ୍ଟାଲ କମ୍ପୋଷ୍ଟ ଖତ ପ୍ରୟୋଗ କରନ୍ତୁ I
  • ଖତ ପ୍ରୟୋଗ କରିବା ପରେ ମଇ ଦେଇ ଜମିକୁ ସମତଳ କରି ଦିଅନ୍ତୁ I

ଉପସଂହାର

ଚାଷୀମାନଙ୍କୁ ପଚାରନ୍ତୁ ଯେ ଆଗାମୀ ବର୍ଷ ସେମାନେ କେଉଁ ପ୍ରକାର ଜୈବିକ ଖତ ପ୍ରୟୋଗ କରିବାପାଇଁ ପସନ୍ଦ କରିବେ ଏବଂ ନିର୍ଦ୍ଦିଷ୍ଟ ଫସଲ ପାଇଁ ଉପଯୁକ୍ତ ଜୈବିକ ଖତ ପ୍ରୟୋଗ କରିବା ପାଇଁ ପରାମର୍ଶ ଦିଅନ୍ତୁ ଯାହା ଗୋଟିଏ ନିର୍ଦ୍ଦିଷ୍ଟ ଫସଲ ପାଇଁ ପ୍ରଯୁଜ୍ୟ ଏବଂ ଫସଲ ବୃଦ୍ଧିରେ ସହାୟକ ହୋଇଥାଏ I

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate