ହୋମ / କୃଷି / କୃଷି ନିର୍ଦେଶିକା / ରବି ଫସଲର ବୁଣିବା ଅବସ୍ଥା (ତଳି ଘରା ପ୍ରସ୍ତୁତି)
ସେଆର କରନ୍ତୁ

ରବି ଫସଲର ବୁଣିବା ଅବସ୍ଥା (ତଳି ଘରା ପ୍ରସ୍ତୁତି)

ତଳି ଘରାରେ ତଳି ରୋଇବାର ଉପକାରିତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା

ଅଧିବେଶନ ୪.୬

ତଳି ଘରା ପ୍ରସ୍ତୁତି I

ଉଦ୍ଦେଶ୍ୟ

ତଳି ଘରାରେ ତଳି ରୋଇବାର ଉପକାରିତା ବିଷୟରେ ଚାଷୀମାନଙ୍କୁ ସଚେତନ କରିବା

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ତଳି ଘରାର ସୁବିଧା ବିଷୟରେ ବୁଝାଇବା ଏବଂ ପଟାଳି ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାଦାନ କରିବା I ଏହାପରେ ଚାଷୀମାନଙ୍କୁ କୌଣସି ଏକ ଚାଷୀର କ୍ଷେତକୁ ପ୍ରଦର୍ଶନରେ ନିଆଯିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଚାଷୀର କ୍ଷେତ I

ଦରକାରୀ ସାମଗ୍ରୀ

ପୋଷ୍ଟର, ଜୈବିକ ଖତ, ଫାଉଡା, ବିହନ

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- 10 ମିନିଟ୍ | କ୍ଷେତ୍ର ପରିଦର୍ଶନ ୬୦ ମିନିଟ୍ |

ପୃଷ୍ଠଭୁମୀ

ତଳି ଘରାରେ ବିହନ ଧାଡିରେ ବୁଣିଲେ, ଏହାର ଜୀବିତ ରହିବାର ହାର ଅଧିକ ହେବା ସହ ଭଲ ଭାବରେ ବଢିଥାଏ I ତଳି ଘରାରେ ରୋଗ ପୋକର ସଂକ୍ରମଣ ବହୁତ କମ ହୋଇଥାଏ I ଅଧିକାଂଶ ବିହନ ଉତ୍ତମ ଫସଲ ସୃଷ୍ଟି କରିଥାଏ ଏବଂ ତଳି ମୃତ୍ୟୁ ହାର ମଧ୍ୟ କମ ହୋଇଥାଏ I ତଳି ଘରାରେ ଚାରା ପ୍ରାୟ ତିନି ସପ୍ତାହ ରହିବା ଫଳରେ ମୁଖ୍ୟ ଜମିରେ ଏହା କମ ସମୟ ପାଇଁ ବଢିଥାଏ ଏବଂ ଫସଲ ଗଛସବୁ ସୁସ୍ଥ ସବଳ ହୋଇ ବଢିଥାଏ I ଏହି ପ୍ରଶିକ୍ଷଣ ଟୁଲ୍ ତଳି ଘରାର ଉତ୍ତମ ପରିଚାଳନା ସମ୍ପର୍କରେ ଚାଷୀମାନଙ୍କୁ ଶିକ୍ଷା ଦେବା ସହ ଅଧିକ ଅମଳ ପାଇବାରେ ସେମାନଙ୍କୁ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ପ୍ରଥମେ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ କେବେ ତଳି ଘରା ପ୍ରସ୍ତୁତ କରନ୍ତି ଯଥା ଯେତେବେଳେ ଚାଷୀମାନେ ରୁଆ ଚାଷ କରନ୍ତି I ସେମାନଙ୍କୁ ତଳି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ସ୍ଥାନୀୟ ପଦ୍ଧତ୍ତି ବିଷୟରେ ପଚାରନ୍ତୁ I ତଳି ଘରା ପ୍ରସ୍ତୁତ କରିବା ସମୟରେ ସେମାନେ ସମ୍ମୁଖିନ୍ନ ହେଉଥିବା ଅସୁବିଧା ସମ୍ପର୍କରେ କହିବାକୁ ପ୍ରୋତ୍ସାହିତ କରନ୍ତୁ I ସେମାନଙ୍କୁ କୁହନ୍ତୁ ଏହି ଅଧିବେଶନରେ ସଠିକ ପଦ୍ଧତିରେ ତଳି ଘରା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦିଆଯିବା ସହ ତାଙ୍କ ମନରେ ଥିବା ସନ୍ଦେହସବୁକୁ ଦୁର କରାଯିବ I

ସୋପାନ -: ତଳି ଘରା କାହିଁକି ପ୍ରସ୍ତୁତ କରାଯାଏ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ଅନେକ ଗୁଡିଏ ଫସଲ ରୁଆ ଯାଏ ଏବଂ ରୁଆ ଚାଷରେ ଗଛ ସଂଖ୍ୟା ବଜାୟ ରଖାଯାଇପାରିବ I ଭଲଭାବରେ ବୁଝାଇବା ପାଇଁ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ତଳି ଘେରାର ଆକାର ବିଷୟରେ ସଚେତନ କରନ୍ତୁ I ଉଦାହରଣସ୍ୱରୂପ ଏକ ଏକର ଜମିରେ ଧାନ ରୋଇବା ପାଇଁ ତଳି କିଆରୀର ଆକାର ୪୦୦ ବର୍ଗ ମିଟର ହେବ ଉଚିତ I ଏକ ଏକର ଜମିରେ ପନିପରିବା ଚାଷ ପାଇଁ ତଳି କିଆରୀର ଆକାର ୪୦ ବର୍ଗ ମିଟର ହେବା ଉଚିତ I ତଳି ଘେରାର ଉଚ୍ଚତା ୧୫ ସେ.ମି. ହେବା ଉଚିତ I ତଳି ଘେରା ଜମିକୁ ହଳକରି ମାଟି ଗୁଣ୍ଡ କରିବା ଦରକାର ଏବଂ ଏଥିରେ ଚାରି ଝୁଡି ଜୈବିକ ଖାତା ପ୍ରୟୋଗ କରିବା ଉଚିତ I

ସୋପାନ -: ତଳି ଘରା କିପରି ପ୍ରସ୍ତୁତ କରିବେ: ଅଂଶଗ୍ରହଣକାରୀମାନେ ତଳି ଘରାରେ ତଳି ପ୍ରସ୍ତୁତି ବିଷୟରେ ପରିଚିତ ହୋଇ ଗଲା ପରେ, ସେମାନଙ୍କୁ ଏକ ଚାଷୀର କ୍ଷେତକୁ ପ୍ରଦର୍ଶନ ପାଇଁ ନିଅନ୍ତୁ I

  • ତଳି ପଟାଳି ସବୁକୁ ଛଅ (୬) ଇଞ୍ଚ ଉପରେ ପ୍ରସ୍ତୁତ କରନ୍ତୁ I
  • ତଳି ପଟାଳିର ଦୈର୍ଘ୍ୟ ଆବଶକତା ଅନୁଯାୟୀ ହୋଇପାରେ, କିନ୍ତୁ ଏହାର ପ୍ରସ୍ଥ ତିନି ଫୁଟ୍ରୁ ଅଧିକ ହେବା ଉଚିତ ନୁହେଁ I
  • ତଳି ପଟାଳି ମଧ୍ୟରେ ପାଣି ନାଳି ପ୍ରସ୍ତୁତ କରନ୍ତୁ I
  • ତଳି ପଟାଳିରେ ପର୍ଯ୍ୟାପ୍ତ ପରିମାନରେ ଜୈବିକ ଖତ ପ୍ରୟୋଗ କରନ୍ତୁ I
  • ମାଟିରେ ଥିବା ରୋଗ ଜୀବାଣୁ ମାରିବା ପାଇଁ ନିମ୍ବ କିମ୍ବା କରଞ୍ଜ ପିଡିଆ ପ୍ରୟୋଗ କରନ୍ତୁ I
  • ବିହନକୁ ସିଧା ସିଧା ଏକ ସରଳରେଖାରେ ବୁଣନ୍ତୁ I ଧାଡି ମଧ୍ୟରେ ସଠିକ ବ୍ୟବଧାନ ରଖନ୍ତୁ ଯେପରିକି ତଳି ବଢିବାପାଇଁ ଅଧିକ ଜାଗା ପାଇବ I
  • ବୁଣି ସାରିଲା ପରେ ବିହନ ମଞ୍ଜିସବୁକୁ ସମ୍ପୂର୍ଣ ଭାବେ ଘୋଡେଇ ଦିଅନ୍ତୁ I

ସୋପାନ -: ଳି ଘରା ପ୍ରସ୍ତୁତ କରିବା ସମୟରେ ମନେ ରଖିବା ପାଇଁ କିଛି ବିନ୍ଦୁ:

  • ଜଳ ସେଚନ ସୁବିଧାରେ କରିବା ପାଇଁ ପାଣିଥିବା ଉତ୍ସ ପାଖରେ ତଳି ଘେରାକୁ ପ୍ରସ୍ତୁତ କରନ୍ତୁ I
  • ଥଣ୍ଡା ସମୟରେ ତଳି ଘରାକୁ ପାଳରେ ଘୋଡାଇ ଦିଅନ୍ତୁ ଯାହା ତଳି ଘରାର ଉତ୍ତପ ବଢାଇ ଶୀଘ୍ର ବିହନ ଅଙ୍କୁରଣ ହେବାରେ ସାହାଯ୍ୟ କରିବ I
  • ବିହନରୁ ଗଜା ବାହାରିବା ପରେ ପାଳସବୁ ବାହାର କରି ଦିଅନ୍ତୁ I
  • ତଳି ଘରାରେ “ଚେର ସଢା ରୋଗ” ହେବାର ଅଶଙ୍କା ରହିଥାଏ ଏହାକୁ ପ୍ରତିରୋଧ କରିବା ପାଇଁ ଏକ ଲିଟର ପାଣିରେ ୩ ଗ୍ରାମ ମାନକୋଜେବ ମିଶ୍ରଣ କରି ପ୍ରୟୋଗ କରନ୍ତୁ I

ଉପସଂହାର

ଶିକ୍ଷାଦାନ କରାଯାଇଥିବା କିଛି ବିଷୟବସ୍ତୁକୁ ସେମାନେ କେତେଦୂର ମନେ ରଖିଛନ୍ତି ଜାଣିବା ପାଇଁ କ୍ଷେତ୍ର ପରିଦର୍ଶନ ସମୟରେ ଚାଷୀମାନଙ୍କୁ ଧାଡି ରୁଆ, ମୃତ୍ତିକା ସୌରୀକରଣ, ଜୈବିକ ଖତ ଇତ୍ୟାଦି ବିଷୟରେ ପଚରାଯାଇପାରିବ I

ଆଧାର – ପୋର୍ଟାଲ ଟିମ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top