অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୁଣିବା ଅବସ୍ଥା (ବିହନ ପରିମାଣ ନିର୍ଦ୍ଧାରଣ)

ରବି ଫସଲର ବୁଣିବା ଅବସ୍ଥା (ବିହନ ପରିମାଣ ନିର୍ଦ୍ଧାରଣ)

ଲକ୍ଷ୍ୟ

ଉତ୍ତମ ଫସଲ ବୃଦ୍ଧି ଏବଂ ଅଧିକ ଅମଳ ସୁନିଶ୍ଚିତ କରିବା ପାଇଁ ରବି ଫସଲର ବୁଣିବା ଅବସ୍ଥାର ଉନ୍ନତ୍ତ ଚାଷ ପଦ୍ଧତି ଆଦୃତ କରିବା ବିଷୟରେ ମହିଳା ଚାଷୀମାନଙ୍କର ଜ୍ଞାନ ବର୍ଦ୍ଧନ କରିବା I

ଶିକ୍ଷଣୀୟ ଉଦ୍ଦେଶ୍ୟ

  • ରବି ଫସଲର ବୁଣିବା ଅବସ୍ଥାରେ ବିଭିନ୍ନ କୃଷିକାର୍ଯ୍ୟକ୍ରମ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବାI
  • ବିହନ ବିଶୋଧନ, ମୂଳ ସାର ପ୍ରୟୋଗ, ବୁଣିବା, ରୋଇବା ପାଇଁ ଉତ୍ତମ ପଦ୍ଧତ୍ତିର ଆଦୃତ ତଥା ବିଭିନ୍ନ କୃଷିକାର୍ଯ୍ୟକ୍ରମ ବିଷୟରେ ପ୍ରଶିକ୍ଷଣ ଦେବା I

ପ୍ରୟୋଜନ

ଜଳ ସେଚନର ସୁବିଧା ଥିଲେ ଶୀତଋତୁ ଫସଲ ବୃଦ୍ଧିପାଇଁ ଅନୁକୂଳ ହୋଇଥାଏ I ସ୍ଥିର ପାଣିପାଗ ସହ ଜଳ ସେଚନ ସୁବିଧା ଏହି ଋତୁରେ ଅଧିକ ଅମଳ ପାଇବାରେ ସାହାଯ୍ୟ କରିଥାଏ I ସଠିକ ପରିମାଣର ବିହନ ବୁଣା, ବିହନ ବିଶୋଧନ, ଜୈବିକ ସାର ପ୍ରୟୋଗ , ମୂଳ ସାର ପ୍ରୟୋଗ ଏବଂ ଧାଡି ବୁଣା ଏବଂ ଧାଡି ରୁଆ ଇତ୍ୟାଦି ପଦ୍ଧତି ଆଦୃତ କଲେ ଭଲ ଅମଳ ମିଳିଥାଏ I ଚାଷୀମାନଙ୍କୁ ଏହି ବିଷୟରେ ଶିକ୍ଷାଦାନ କଲେ ସେମାନେ ଏହିସବୁ ଚିରନ୍ତନ କୃଷି ପଦ୍ଧତି ସବୁକୁ ଆଦୃତ କରିବା ପାଇଁ ଉତ୍ସାହିତ ହେବେ I

ରବି ଋତୁ ଫସଲର ବୁଣା ଅବସ୍ଥା ପ୍ରଶିକ୍ଷଣ ମଡ୍ୟୂଲ୍ ସାତଗୋଟି ଗୋଟି ଅଧିବେଶନକୁ ନେଇ ଗଠିତ

  • ଅଧିବେଶନ ୪.୧: ବିହନ ପରିମାଣ ନିର୍ଦ୍ଧାରଣ କରିବା
  • ଅଧିବେଶନ ୪.୨: ବିହନ ବିଶୋଧନ
  • ଅଧିବେଶନ ୪.୩: ବ୍ୟାକ୍ଟେରିଆ କଲଚର ବ୍ୟବହାର
  • ଅଧିବେଶନ ୪.୪: ଧାଡି ବୁଣା
  • ଅଧିବେଶନ ୪.୫: ମୂଳ ସାର ପ୍ରୟୋଗ
  • ଅଧିବେଶନ ୪.୬: ତଳି ଘରା ପ୍ରସ୍ତୁତି
  • ଅଧିବେଶନ ୪.୭: ରୋଇବା ପାଇଁ ଜମି ପ୍ରସ୍ତୁତି
  • ଅଧିବେଶନ ୪.୮: ରୋଇବା

ବିହନ ପରିମାଣ ନିର୍ଦ୍ଧାରଣ

ଅଧିବେଶନ ୪.୧

ବିହନ ପରିମାଣ ନିର୍ଦ୍ଧାରଣ I

ଉଦ୍ଦେଶ୍ୟ

ଉତ୍ତମ ଅମଳ ପାଇବା ପାଇଁ ସଠିକ ପରିମାଣର ବିହନ ବ୍ୟବହାର କରିବା ପାଇଁ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଚାଷୀମାନଙ୍କୁ ଜମିର ଆୟତନ ଅନୁଯାୟୀ ବିହନ ବୁଣିବାର ଉପାଦେୟତା ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ I

ପୃଷ୍ଠଭୁମୀ

ଉତ୍ତମ ଅମଳ ପାଇଁ ବିହନ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ସଠିକ ପରିମାଣର ବିହନ ବ୍ୟବହାର କଲେ ଜମିରେ ଉଚିତ ସଂଖ୍ୟାରେ ଗଛ ବଢିଥାଏ I ଭଲ ଅମଳକୁ ସୁନିଶ୍ଚିତ କରିବା ପାଇଁ ଜମିରେ ସଠିକ ଗଛ ସଂଖ୍ୟାକୁ ବଜାୟ ରଖିବାକୁ ହେବ I ଗୋଟିଏ ଏକରରେ ଉଠିଥିବା ଗଛର ପରିମାଣକୁ ହିସାବ କରି ଜମିର ଗଛ ସଂଖ୍ୟାକୁ ନିର୍ଦ୍ଧାରଣ କରାଯାଏ I ଯଦି ଅଧିକ ପରିମାଣର ବିହନ ବ୍ୟବହାର କରାଯାଏ, ତେବେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଗଛ ଉଠି ଫସଲକୁ ଗହଳିଆ କରିଦେଇଥାଏ I ଏହା ସହ ସବୁ ଗଛ ପାଣି, ଖାଦ୍ୟସାର ଏବଂ ସୂର୍ଯ୍ୟାଲୋକ ପାଇବାପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ଯାହା ଫଳରେ ଫସଲ ବୃଦ୍ଧିରେ ଏହାର କୁପ୍ରଭାବ ପଡିଥାଏ I ସେହିପରି ଭାବେ କମ ପରିମାଣରେ ବିହନ ବ୍ୟବହାର କଲେ କମ ଗଛ ଉଠିବା ଫଳରେ ଅମଳ ମଧ୍ୟ କମି ଯାଇଥାଏ I ଏହି ଅଧିବେଶନ ଦ୍ୱାରା ଚାଷୀମାନେ ନିଜ ଜମିର ଆୟତନ ଅନୁଯାୟୀ ସଠିକ ପରିମାଣର ବିହନ ବ୍ୟବହାର କରିବା ବିଷୟରେ ଶିକ୍ଷାଲାଭ କରିବେ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ : ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କସହ ଆଲୋଚନା କରନ୍ତୁ ଯେ ସେମାନେ ବୁଣିବା ପାଇଁ ବିହନର ପରିମାଣକୁ କିପରି ଭାବେ ନିର୍ଦ୍ଧାରଣ କରନ୍ତି ଏବଂ ସେମାନେ କେମିତି ଆକଳନ କରନ୍ତି ଯେ ଏହା ଅଧିକ କିମ୍ବା କମ ପରିମାଣର ହୋଇଅଛି I ଏହାସହ ଅଧିକ ବିହନ ହାର କିମ୍ବା କମ ବିହନ ହାର ଦ୍ୱାରା ଉପୁଜୁଥିବା ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରନ୍ତୁ I ଏହି ସମ୍ବନ୍ଧରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜର ଅଭିଜ୍ଞତା ବାଣ୍ଟିବାକୁ କୁହନ୍ତୁ ଯାହାଦ୍ୱାରା ଅନ୍ୟମାନେ ସଠିକ ପରିମାଣର ବିହନ ବ୍ୟବହାର କରିବାର ଉପାଦେୟତା ବିଷୟରେ ଜାଣିପାରିବେ I ହାଇବ୍ରିଡ ବିହନ ବୁଣିଲେ ଦରକାର ହେଉଥିବା ଯତ୍ନ ବିଷୟରେ ଚାଷୀମାନଙ୍କୁ ବୁଝାନ୍ତୁ I

ସୋପାନ -: ବିହନ ପରିମାଣକୁ କିପରି ନିର୍ଦ୍ଧାରଣ କରିବେ: ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ଯେ ପ୍ରତ୍ୟେକ ଚାଷୀଙ୍କ ଜମିରେ ବ୍ୟବହୃତ ବିହନର ପରିମାଣ ତାଙ୍କ ଜମିର ଆୟତନ ଏବଂ ଅନୁମୋଦିତ ବିହନ ହାର ଉପରେ ନିର୍ଭର କରେ I ପ୍ରତି ଏକର କିମ୍ବା ପ୍ରତି ହେକ୍ଟର ପାଇଁ ବିହନର ହାର ଜାଣିପାରିଲେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରାଯାଇପାରିବ I ଉଦାହରଣସ୍ୱରୂପ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଫସଲର ବିହନ ହାର ୩୦ କେ.ଜି. ପ୍ରତି ଏକର ହୁଏ ତେବେ ୪୨ ଡେସିମିଲ (୧୦୦ ଡେସିମିଲରେ ଏକ ଏକର ହୋଇଥାଏ), ଆୟତନ ବିଶିଷ୍ଟ ଜମିପାଇଁ ୧୨.୬ କେ.ଜି. ବିହନର ଆବଶ୍ୟକତା ହେବ I ଏହି ପରିମାଣକୁ ହିସାବ କରିବା ପାଇଁ ଏକ ଏକର ପାଇଁ ଅନୁମୋଦିତ ବିହନ ହାରକୁ ୧୦୦ ରେ ବିଭାଜିତ କରିବା ପରେ ଜମିର କ୍ଷେତ୍ରଫଳରେ ଗୁଣନ କଲେ ଆମେ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ଜାଣି ପାରିବା I

ସୋପାନ -: କିଛି ନିର୍ଦ୍ଧିଷ୍ଟ ଫସଲର ଅନୁମୋଦିତ ବିହନ ହାର: ଅଂଶଗ୍ରହଣକାରୀମାନଙ୍କୁ ନିମ୍ନ ପ୍ରଦତ୍ତ ଚାର୍ଟ ଦର୍ଶାନ୍ତୁ ଯାହା କିଛି ନିର୍ଦ୍ଦିଷ୍ଟ ଫସଲର ଅନୁମୋଦିତ ବିହନ ହାରକୁ ପ୍ରଦର୍ଶିତ କରୁଅଛି I ସଙ୍କର (ହାଇବ୍ରିଡ) ବିହନ କ୍ଷେତ୍ରରେ କମ ପରିମାଣର ବିହନ ଆବଶ୍ୟକ ହୋଇଥାଏ I ଏହା ଚାଷୀମାନଙ୍କୁ ଏକ ଏକର ଜମିରେ ବିଭିନ୍ନ ଫସଲ ପାଇଁ ଆବଶ୍ୟକ ହେଉଥିବା ଅନୁମୋଦିତ ବିହନ ହାରକୁ ବୁଝିବାରେ ସାହାଯ୍ୟ କରିବ I

କ୍ର. ନଂ.

ଫସଲର ନାମ

ଏକ ଏକର ପରିମିତ ଜମି ପାଇଁ ଅନୁମୋଦିତ ବିହନ ହାର

( କେ.ଜି./ଏକର ପ୍ରତି)

ଏକ ଡେସିମିଲ ପରିମିତ ଜମି ପାଇଁ ଆବଶ୍ୟକ ବିହନର ପରିମାଣ

( ଗ୍ରାମ/ ଡେସିମିଲ ପ୍ରତିl)

ଶସ୍ୟ

 

 

୧.୧

ଗହମ

୪୮

୪୮୦

ଡାଲି ଜାତୀୟ ଫସଲ

 

 

୨.୧

ମୁଗ ଏବଂ ବିରି

୧୦

୧୦୦

୨.୨

ଚଣା

୨୦

୨୦୦

୨.୩

ଝୁଡଙ୍ଗ

୨୦-୩୦

୨୦୦-୩୦୦

ତୈଳବୀଜ

 

 

୩.୧

ଚିନା ବାଦାମ

୭୦

୭୦୦

୩.୨

ସୋରିଷ ଏବଂ ରାଶି

୩-୪

୩୦-୪୦

ପନିପରିବା

 

 

୪.୧

ବିଲାତି ବାଇଗଣ, ବନ୍ଧାକୋବି ଏବଂ ଫୁଲକୋବି

୦.୨

୪.୨

ଲଙ୍କା ଏବଂ ଶିମଳା ମିର୍ଚ

୦.୩

୪.୩

ଆଳୁ

୬-୮ କ୍ୟୁଣ୍ଟାଲ

୬-୮ କେ.ଜି.

୪.୪

ଗାଜର, ବିଟ ଏବଂ ତରଭୂଜ

୪.୫

୪୦-୫୦

୪.୫

ବିନ୍ସ

୨୫-୩୦

୨୫୦-୩୦୦

ଉପସଂହାର

ଅଧିବେଶନକୁ ସମାପ୍ତ କଲାବେଳେ, କିଛି ଅଂଶଗ୍ରହଣକାରୀମାନଙ୍କୁ କ୍ରମହୀନ ଭାବେ ପଚାରନ୍ତୁ ଯେ ସେମାନ ନିଜ ଜମିର ଆୟତନ ପାଇଁ କେତେ ପରିମାଣର ବିହନ ବ୍ୟବହାର କରିଥାଆନ୍ତି I ଉପରେ ଦର୍ଶିତ ବିହନହାର ଚାର୍ଟକୁ ବ୍ୟବହାର କରି ନିଜ ନିଜ ଜମି ପାଇଁ ଆବଶ୍ୟକ ହେଉଥିବା ବିହନର ପରିମାଣକୁ ନିର୍ଦ୍ଧାରଣ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସାହାଯ୍ୟ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate