অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୁଣିବା ଅବସ୍ଥା (ବିହନ ବିଶୋଧନ)

ରବି ଫସଲର ବୁଣିବା ଅବସ୍ଥା (ବିହନ ବିଶୋଧନ)

ଅଧିବେଶନ ୪.୨

ବିହନ ବିଶୋଧନ I

ଉଦ୍ଦେଶ୍ୟ

ବିହନ ବାହିତ ରୋଗକୁ ପ୍ରତିରୋଧ କରିବା ପାଇଁ ଚାଷୀମାନଙ୍କୁ ବୁଣିବା ପୂର୍ବରୁ ବିହନ ବିଶୋଧନ କରିବା ପ୍ରକ୍ରିୟା ବିଷୟରେ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ବ୍ୟାଖ୍ୟାନ ମାଧ୍ୟମରେ ବିହନ ବିଶୋଧନର ପ୍ରକ୍ରିୟା ବିଷୟରେ ଚାଷୀମାନଙ୍କୁ ବୁଝାଇବେ I ତାପରେ ସେମାନଙ୍କୁ କ୍ଷେତ୍ର ପରିଦର୍ଶନରେ ନିଆଯିବ ଯେଉଁଠାରେ ଡ୍ରମ ବ୍ୟବହାର କରି ବିହନକୁ ବିଶୋଧନ କରାଯାଉଥିବ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା I

ସଭା ସ୍ଥାନ

ପ୍ରକଳ୍ପ ଗ୍ରାମରେ ଥିବା ଗୋଷ୍ଠୀ ସଭାଗୃହ ଏବଂ ଯେଉଁଠାରେ ବିହନ ବିଶୋଧନ ଡ୍ରମ ଥିବ I

ଦରକାରୀ ସାମଗ୍ରୀ

ପୋଷ୍ଟର, ବିହନ, ଥିରାମ କିମ୍ବା କାର୍ବେନଡାଜିମ, ବିହନ ବିଶୋଧନ ଡ୍ରମ କିମ୍ବା ମାଟି ପାତ୍ର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୧୦ ମିନିଟ୍ | କ୍ଷେତ୍ର ପରିଦର୍ଶନ – ୪୫ ମିନିଟ୍ I

ପୃଷ୍ଠଭୁମୀ

ଗଛରେ ଅନେକ ପ୍ରକାର ରୋଗ ବିହନରୁ ସଂକ୍ରମିତ ହୋଇଥାଏ ଯାହାକୁ ବିହନ ବିଶୋଧନ ଦ୍ୱାରା ପ୍ରତିରୋଧ କରିହେବ I ଯଦି ଠିକ ଭାବରେ ପରିଚାଳନା କରା ନ ଯାଏ, ତେବେ ରୋଗ ପୋକ ଆକ୍ରମଣ ଫସଲର ଅମଳ ଉପରେ ଗମ୍ଭୀର କୁପ୍ରଭାବ ପକାଇବ I ବୁଣିବା ପୂର୍ବରୁ ବିହନର ବିଶୋଧନ ପ୍ରକ୍ରିୟା ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷାଦାନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ ୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବିହନ ବାହିତ ରୋଗ ବିଷୟରେ ଶୁଣିଛନ୍ତି କି I ସେମାନେ ନିଜର ଅନୁଭବକୁ ଅନ୍ୟମାନଙ୍କ ସହ ବାଣ୍ଟିବା ସହ ଏପରି ପରିସ୍ଥିତିକୁ କିପରି ଭାବେ ଏଡାଇ ପାରିବେ ଏହି ଅଧିବେଶନରେ ସେମାନେ ଆଲୋଚନା କରିପାରିବେ I ଅଂଶଗ୍ରହଣକାରୀମାନେ ବିହନ ବିଶୋଧନ ପାଇଁ ସେମାନେ ଆଦୃତ କରୁଥିବା କୌଣସି ପାରମ୍ପାରିକ ପଦ୍ଧତି ବିଷୟରେ ମଧ୍ୟ ଆଲୋଚନା କରିପାରିବେ I

ସୋପାନ : ଚାଷୀମାନଙ୍କୁ ବୁଝାନ୍ତୁ ଯେ ବିହନ ବିଶୋଧନ ହେଉଛି ବିହନକୁ ସୁରକ୍ଷା ଦେବାପାଇଁ ଏଥିରେ ପ୍ରୟୋଗ କରଯାଉଥିବା ଜୈବିକ, ଭୌତିକ ଏବଂ ରାସାୟନିକ ପଦାର୍ଥ ଏବଂ କୌଶଳକୂ ବୁଝାଏ ଯାହା ସୁସ୍ଥ ଫସଲ ବୃଦ୍ଧିରେ ସାହାଯ୍ୟ କରିଥାଏ I ସେମାନଙ୍କୁ ସରଳ ଭାବେ ବୁଝାଇବା ପାଇଁ ଏକ ଗର୍ଭବତୀ ମହିଳାଙ୍କ ଉଦାହରଣ ଦିଅନ୍ତୁ ଏବଂ ବୁଝାନ୍ତୁ ଯେ ମା ଗର୍ଭରେ ଥିବା ଶିଶୁକୁ ବିଭିନ୍ନ ରୋଗରୁ ରଖା କରିବା ପାଇଁ ମା' କୁ ରୋଗ ପ୍ରତିଶେଧକ ଟୀକା ଦିଆ ଯାଇଥାଏ I ସେହିପରି ଭାବେ ଫସଲକୁ ରୋଗ ପୋକରୁ ରକ୍ଷା କରିବା ପାଇଁ ବିହନକୁ ବିଶୋଧନ କରାଯାଇଥାଏ I ବିହନ ବିଶୋଧନ କରିବାଦ୍ୱାରା ଫସଲ ବିହନ ବାହିତ ରୋଗରୁ ମୁକ୍ତ ହେବା ସହ ଫସଲରେ ପ୍ରୟୋଗ କରାଯାଉଥିବା କୀଟନାଶକ ଔଷଧରେ ମଧ୍ୟ କମ ଖର୍ଚ୍ଚ ହୋଇଥାଏ I ସହଳ ଦେଖାଯାଉଥିବା ରୋଗ ପୋକ ଦମନ କରିବାପାଇଁ ବିହନ ବିଶୋଧନ ବହୁତ ଅଧିକ ଦକ୍ଷତାର ସହ କାମ କରିଥାଏ ଏବଂ ଅନ୍ୟ ବିକଳ୍ପ ପ୍ରୟୋଗ ଠାରୁ ବହୁତ କମ ପରିମାଣ ଆବଶ୍ୟକତା ମଧ୍ୟ ହୋଇଥାଏ I

ସୋପାନ : ବିହନ ବିଶୋଧନ କିପରି କରିବେ: ଚାଷୀମାନଙ୍କୁ ବିହନ ବିଶୋଧନ ଡ୍ରମ ଥିବା ଏକ ସ୍ଥାନକୁ ନେଇ ପ୍ରଥମେ ଏହାର କାର୍ଯ୍ୟକାରୀତା ବିଷୟରେ ବୁଝାନ୍ତୁ I ସେମାନଙ୍କୁ କୁହନ୍ତୁ ଯେ ଡ୍ରମ ଉପଲବ୍ଧ ନ ହେଲେ, ଏକ ମାଟି ହାଣ୍ଡିକୁ ମଧ୍ୟ ବ୍ୟବହାର କରାଯାଇପାରିବ I ପ୍ରଥମେ ଚାଷୀମାନଙ୍କୁ ବ୍ୟବହୃତ ହେବାକୁ ଥିବା ବିହନ ଓ ରସାୟନକୁ ଦେଖାନ୍ତୁ ଏବଂ ଏହି ରସାୟନକୁ କିପରି ଭାବେ ଓଜନ କରି ମାପିବାକୁ ହେବ ଯେପରିକି ଏକ ଗ୍ରାମ କିମ୍ବା ଦୁଇ ଗ୍ରାମ ଇତ୍ୟାଦି ବୁଝାନ୍ତୁ I ପ୍ରତି ଏକ କିଲୋଗ୍ରାମ ବିହନ ପାଇଁ ଅନୁମୋଦିତ ରସାୟନର ମାତ୍ରା ହେଉଛି ତିନି ଗ୍ରାମ ଥିରମ କିମ୍ବା ଦୁଇ ଗ୍ରାମ କାରବେନଡାଜିମ କିମ୍ବା ଏକ ଗ୍ରାମ ଟ୍ରାଇସାଇକ୍ଲାଜୋଲ ଯାହାକୁ ବିହନ ସହିତ ମିଶ୍ରଣ ଡ୍ରମରେ ମିଶା ଯାଇଥାଏ I ଏହି ମିଶ୍ରଣର ପ୍ରକ୍ରିୟାକୁ ପରବର୍ତ୍ତୀ ଅନୁଛେଦରେ ଦ୍ରଷ୍ଟବ୍ୟ ଅଛି I ଜୈବିକ ପଦ୍ଧତିରେ ମଧ୍ୟ ବିହନକୁ ବିଶୋଧନ କରାଯାଇ ପାରିବ I ଏଥିପାଇଁ ପ୍ରତି ଏକ କିଲୋଗ୍ରାମ ବିହନରେ ଚାରି ରୁ ପାଞ୍ଚ ଗ୍ରାମ ତ୍ରିଚୋଦେରମା କିମ୍ବା ପାଞ୍ଚ ଗ୍ରାମ ସୁଡୋମୋନାସ ଫ୍ଲୁରୋସେନ୍ସ ମିଶ୍ରଣ କରାଯାଇ ବିହନକୁ ବିଶୋଧନ କରାଯାଇପାରିବ I ଯଦି ବିହନକୁ ପୂର୍ବରୁ ବିଶୋଧିତ କରାଯାଇଅଛି, ଆଉଥରେ ଏହାକୁ ବିଶୋଧନ କରିବା ଆବଶ୍ୟକ ନାହିଁ I

ସୋପାନ : ମିଶ୍ରଣ ପ୍ରକ୍ରିୟା:

  • ଏକ ବିହନ ବିଶୋଧନ କରିବା ଡ୍ରମ କିମ୍ବା ବିଶୋଧନ ଡ୍ରମ ଉପଲବ୍ଧ ନ ହେଲେ ଏକ ମାଟି ପାତ୍ର ନେଇ ଏହା ଭିତରେ ବିହନ ଏବଂ ଆବଶ୍ୟକ ରାସାୟନିକ ବିଶୋଧନ ଔଷଧକୁ ରଖନ୍ତୁ I
  • ଏହି ବିଶୋଧନ ଡ୍ରମକୁ ଘୁରାଇ ବିହନ ଓ ବିଶୋଧନ ଔଷଧକୁ ଏକ ସାଙ୍ଗରେ ମିଶାନ୍ତୁ ଯେପରିକି ପ୍ରତ୍ୟେକ ବିହନ ରାସାୟନିକ ବିଶୋଧନ ଔଷଧର ସଂସ୍ପର୍ଶରେ ଆସିବ I ଯଦି ମାଟି ହାଣ୍ଡି ବ୍ୟବହାର କରି ବିଶୋଧନ କରାଯାଉଥିବ, ତେବେ ଗୋଟିଏ ଲମ୍ବା ବାଡି ସାହାଯ୍ୟରେ ଉପରୁ ତଳ କରି ଭଲ ଭାବରେ ମିଶାନ୍ତୁ I

ଉପସଂହାର

କ୍ଷେତ୍ର ପ୍ରଦର୍ଶନ ସମୟରେ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ବିହନ ବିଶୋଧନ ଡ୍ରମ ପରିଚାଳନା କରିବାକୁ କୁହନ୍ତୁ ଯାହାକୁ ଦେଖି ଅନ୍ୟ ଚାଷୀମାନେ ଏହି ପଦ୍ଧତିକୁ ଆଦୁତ କରିବାକୁ ଆତ୍ମ ବିଶ୍ୱାସ ପାଇବେ I ଯଦି କେହି ଅଂଶଗ୍ରହଣକାରୀ ଏହି ବିଶୋଧନ ଔଷଧ ମିଳୁଥିବା ସ୍ଥାନ ସମ୍ପର୍କରେ ପଚାରନ୍ତି, ତେବେ ତାଙ୍କୁ ଔଷଧ ମିଳୁଥିବା ନିକଟତମ ଉତ୍ସ ସମ୍ପର୍କରେ ସୂଚନା ପ୍ରଦାନ କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate