অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ଫସଲର ବୃଦ୍ଧୀୟ ଅବସ୍ଥା (ଜଳ ପରିଚାଳନା)

ରବି ଫସଲର ବୃଦ୍ଧୀୟ ଅବସ୍ଥା (ଜଳ ପରିଚାଳନା)

ଅଧିବେଶନ ୬.୩

ଜଳ ପରିଚାଳନା I

ଉଦ୍ଦେଶ୍ୟ

ରବି ଋତୁପାଇଁ ଉପଲବ୍ଧ ବିଭିନ୍ନ ଜଳ ସେଚନ ପଦ୍ଧତ୍ତି ବିଷୟରେ ସଚେତନ କରିବା ଏବଂ ଜଳ ସଂରକ୍ଷଣ ଉପାୟ ଅବଲମ୍ବନ କରି କିପରି ଭବେ ଅଧିକ ଜମି ଜଳ ସେଚିତ କରିହେବ ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I

ପଦ୍ଧତି

ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଉଚିତ ଜଳ ପରିଚାଳନାର ଉପାଦେୟତା ବିଷୟରେ ବୁଝାଇବା ସହ ଜଳ ନିଷ୍କାସନର ମହତ୍ୱ ବିଷୟରେ ବୁଝାଇବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I

ଦରକାରୀ ସାମଗ୍ରୀ

ପୋଷ୍ଟର I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ |

ପୃଷ୍ଠଭୁମୀ

ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଅପରିହାର୍ଯ୍ୟ I ଉଭୟ ଜଳ ସେଚନ ଏବଂ ଜଳ ନିଷ୍କାସନ ପ୍ରକ୍ରିୟାର ସମାହାରକୁ ଜଳ ପରିଚାଳନା କହନ୍ତି I ଖରିଫ ଋତୁରେ ଅଧିକ ବର୍ଷା ହେଉଥିବାରୁ ଜଳ ନିଷ୍କାସନ ଉପରେ ଅଧିକ ଜୋର ଦିଆ ଯିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I ଜମିରେ ଜଳ ନିଷ୍କାସନ ପାଇଁ ଏକ ଅଲଗା ନାଳୀ ରହିଥିବା ଉଚିତ I ଫସଲର ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ I ତେଣୁ ଜଳ ପରିଚାଳନା ଏକ ମହତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଟୁଲ୍ ଯାହା ଚାଷୀମାନଙ୍କୁ ସେମାନଙ୍କର ଜଳ ପରିଚାଳନା କୌଶଳରେ ଉନ୍ନତି ଆଣିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ -: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ରବି ଋତୁରେ କେଉଁ ପ୍ରକାର ଜଳ ସେଚନ ବ୍ୟବହାର କରନ୍ତି ଏବଂ ସେମାନଙ୍କର ଅଞ୍ଚଳରେ ଥିବା ଜଳ ସେଚନର ଉତ୍ସସବୁକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ I ଏହାସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନଙ୍କ ମଧ୍ୟରୁ କେହି ବୁନ୍ଦା ଜଳସେଚନ, ସ୍ପ୍ରିଙ୍କଲର ଇତ୍ୟାଦି ଜଳ ସଞ୍ଚୟକାରୀ ଯନ୍ତ୍ର ବ୍ୟବହାର କରିଥିଲେ କି I କମ ଜଳ ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିବା ବିଷୟରେ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I

ସୋପାନ -: ବିଭିନ୍ନ ଜଳ ସେଚନ ପଦ୍ଧତ୍ତି: ଜଳର ସଠିକ ଉପଯୋଗ ପାଇଁ ଉପଯୁକ୍ତ ପଦ୍ଧାତ୍ତି ଆଦୃତ କରିବା ଆବଶ୍ୟକ I ବନ୍ୟା ପ୍ଲାବିତ ଜଳ ସେଚନ ପଦ୍ଧତିରେ ଅଧିକ ପରିମାଣରେ ଜଳର ଆବଶ୍ୟକତା ହୋଇଥାଏ I ବୁନ୍ଦା କିମ୍ବା ସ୍ପ୍ରିଙ୍କଲ ଜଳ ସେଚନ ପଦ୍ଧତିରେ କମ ପରିମାଣରେ ଜଳର ଆବଶ୍ୟକତା ହୋଇଥାଏ I ସାଧାରଣ ଭାବେ ଅନୁସରଣ କରାଯାଉଥିବା ବିଭିନ୍ନ ଜଳ ସେଚନ ପଦ୍ଧତି ବିଷୟରେ ନିମ୍ନରେ ପ୍ରଦତ୍ତ ଅଛି ଯାହା ଚାଷୀମାନଙ୍କୁ ବୁଝାଯାଇ ପାରିବ:

  • ବନ୍ୟା ପ୍ଲାବିତ ଜଳ ସେଚନ: ଏହି ପଦ୍ଧତ୍ତିରେ ସମ୍ପୂର୍ଣ ଜମିକୁ ବନ୍ୟା ପ୍ଳାବିତ କରାଯାଇଥାଏ I ଏହି ପଦ୍ଧତ୍ତିରେ ଅଧିକ ଜଳ ଆବଶ୍ୟକ ହୋଇଥାଏ, କିନ୍ତୁ ଜଳ ସେଚନ ପାଇଁ ଖର୍ଚ୍ଚ କମ ହୁଏ I
  • ଅବବାହିକା ଜଳ ସେଚନ: ଏହି ପଦ୍ଧତ୍ତିରେ ଛୋଟ ଛୋଟ ପଟାଳିରେ ପରିବା ଚାଷ ଏବଂ ଗହମ ପାଇଁ ଜଳ ସେଚନ କରାଯାଇଥାଏ I ସବୁ ପଟାଳିକୁ ସମାନ ଭାବେ ଜଳ ସେଚିତ କରାଯାଏ I
  • ମଳା ଜଳ ସେଚନ: ଫଳ ବଗିଚାରେ ଏହି ପଦ୍ଧତ୍ତିରେ ଜଳ ସେଚନ କରାଯାଇଥାଏ ଯେଉଁଥିରେ ଜଳର ଅପଚୟ ହୋଇ ନ ଥାଏ I
  • ସିଆର ଜଳ ସେଚନ: ଏହି ପଦ୍ଧତ୍ତିରେ ବିଭିନ୍ନ ଫସଲ ଯଥା ମକା, ଆଳୁ, ବିଲାତି ବାଇଗଣ ପାଇଁ ସିଆର ଦ୍ୱାରା ଜଳ ସେଚନ କରାଯାଇଥାଏ I ସିଆର କ୍ଷମତାର ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ଜଳ ଭର୍ତ୍ତୀ କରାଯାଇଥାଏ I
  • ସ୍ପ୍ରିଙ୍କଲ ଜଳ ସେଚନ: ଏହା ଏକ କାଳୀନ ନିବେଶ ଦରକାର କରିଥାଏ I କିନ୍ତୁ ଏହା ଦ୍ୱାରା ଅଧିକ ଜମି ଜଳ ସେଚନ କରାଯାଇପାରିବ I
  • ବୁନ୍ଦା ଜଳ ସେଚନ : ଏହି ଜଳ ସେଚନ ପଦ୍ଧତ୍ତି ଫଳ ଓ ପରିବା ଚାଷ ପାଇଁ ଅଧିକ ଉପଯୋଗୀ I ଏହି ପଦ୍ଧତ୍ତିରେ ଗଛର ଚେର ଉପରେ ସିଧା ସଳଖ ବୁନ୍ଦା ବୁନ୍ଦା ଜଳ ପ୍ରୟୋଗ କରାଯାଇଥାଏ I ପାଣିର ଅପଚୟକୁ ସମ୍ପୁର୍ଣ ଭାବେ ରୋକା ଯାଇ ପାରିବ, କିନ୍ତୁ ଏଥିରେ ନିବେଶ ଅଧିକ ହୋଇ ଥାଏ I କିନ୍ତୁ ଦୀର୍ଘସୂତ୍ରୀ ଭାବେ ବୁନ୍ଦା କିମ୍ବା ସ୍ପ୍ରିଙ୍କଲ ଜଳ ସେଚନ ଏକ ବ୍ୟବହାର୍ଯ୍ୟ ବିକଳ୍ପ ହୋଇପାରେ I

ସୋପାନ -: ରବି ଜଳ ସେଚନ ସମଯରେ ମନେରଖିବା ପାଇଁ କିଛି ଦିଗ: ରବି ଫସଲ ଚାଷ କରିବା ପାଇଁ ଚାଷୀମାନଙ୍କୁ ନିମ୍ନ ଲିଖିତ ଦିଗ ସବୁକୁ ବିଚାରକୁ ନେବା ପାଇଁ ସଚେତନ କରନ୍ତୁ:

  • ଏକ କାଳୀନ ଅତ୍ୟଧିକ ଜଳ ସେଚନ କରନ୍ତୁ ନାହିଁ I
  • ମାଟି ଶୁଖିଗଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନହିଁ I ଫସଲ ପୋଡି ଯାଇପାରେ I
  • ବନ୍ୟା ପ୍ଲାବିତ ଜଳ ସେଚନ ପଦ୍ଧତ୍ତି ତୁଳନାରେ ସିଆର ଏବଂ ମଳା ଜଳ ସେଚନ ପଦ୍ଧତ୍ତି ଉତ୍ତମ I
  • ଶିଆର କ୍ଷମତାର ଦୁଇ-ତୃତୀୟାଂଶ ପର୍ଯ୍ୟନ୍ତ ଜଳ ଭର୍ତ୍ତୀ କରି ଏକ-ତୃତୀୟାଂଶ ସ୍ଥାନ ଖାଲି ରଖନ୍ତୁ I
  • ଗୋଟିଏ ଜମିରୁ ଆଉ ଏକ ଜମିକୁ ଜଳ ପ୍ଳାବିତ କରନ୍ତୁ ନାହିଁ I
  • ଆଳୁ ଏବଂ ବିଲାତି ବାଇଗଣରେ ପତ୍ର ଝାଉଁଳା ରୋଗ ଦେଖାଦେଲେ ଜଳ ସେଚନ କମ କରି ଦିଅନ୍ତୁI
  • ଅତ୍ୟଧିକ ବର୍ଷା ହେଲେ କିମ୍ବା ପାଣି ଜମିଗଲେ ଜଳ ନିଷ୍କାସନ କରନ୍ତୁ I
  • ଗ୍ରୀଷ୍ମ ଋତୁରେ ଧାନ ଫସଲ ଚାଷ କରିବା ଉଚିତ ନୁହେଁ କାରଣ ଏହା ଅଧିକ ଜଳ ଆବଶ୍ୟକ କରେ I ଯଦି ଅନ୍ୟ କୌଣସି ଫସଲ ଚାଷ କରାଯାଏ, ଏହି ଜଳକୁ ବ୍ୟବହାର କରି ଅଧିକ ଜମିରେ ଚାଷ କରାଯାଇପାରିବ I

ସୋପାନ -: ଫସଲର କେଉଁ ଅବସ୍ଥାରେ ଜଳ ଅପରିହାର୍ଯ୍ୟ ହୋଇଥାଏ? : ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ବେଳେ ବେଳେ ସାମାନ୍ୟ ବୃଷ୍ଟିପାତ ନ ହେଲେ ମରୁଡି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ I ଫସଲର ଫୁଲ ଧରିବା ଏବଂ ଫଳ ଧରିବା ଅବସ୍ଥାରେ ଯେପରି ଜଳ ନିଅଣ୍ଟିଆ ନ ହୁଏ ଧ୍ୟାନ ରଖିବା ଉଚିତ I କିଛି ନିର୍ଦ୍ଦିଷ୍ଟ ଫସଲର କେଉଁସବୁ ଅବସ୍ଥାରେ ଜଳ ଉପଲବ୍ଧତା କମ ହେବା ଉଚିତ ନୁହେଁ, ନିମ୍ନ ଚାର୍ଟରେ ପ୍ରଦତ୍ତ ଅଛି I ଏହି ଚାର୍ଟ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ଉଚିତ ଯାହା ସେମାନଙ୍କୁ ରବି ଫସଲର ଯେଉଁ ସବୁ ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ ସେହି ବିଷୟରେ ଏକ ଧାରଣା ଦେବ I

କ୍ର. ନଂ.

ଫସଲର ନାମ

ଫସଲର କେଉଁ ଅବସ୍ଥାରେ ଜଳ ନିତାନ୍ତ ଆବଶ୍ୟକ

ମୁଗ ଏବଂ ବିରି

ଫୁଲ ଧରିବା ଅବସ୍ଥା, ଛୁଇଁ ଧରିବା ଅବସ୍ଥା I

ରାଶି, ସୋରିଷ ଏବଂ ଆଳୁ

ଫୁଲ ଧରିବା ଅବସ୍ଥା ଠାରୁ ଫସଲ ପାକଳ ପର୍ଯ୍ୟନ୍ତ

ପିଆଜ

ପିଆଜ ଫୁଲିବା ଅବସ୍ଥା ଠାରୁ ଫସଲ ପାକଳ ପର୍ଯ୍ୟନ୍ତ

ବିଲାତି ବାଇଗଣ

ଫୁଲ ଧରିବା ଅବସ୍ଥା ଠାରୁ ଫଳ ଧାରଣ ପର୍ଯ୍ୟନ୍ତ

ଗାଜର ଏବଂ ମୂଳା

ମୂଳ ବର୍ଦ୍ଧନ ଅବସ୍ଥା

ସୋପାନ -: କିଛି ବିଶେଷ ଫସଲ ପାଇଁ ଜଳ ଆବଶ୍ୟକତା: କିଛି ବିଶେଷ ଫସଲର ଜଳ ଆବଶ୍ୟକତାକୁ ଚାଷୀମାନଙ୍କର ଜାଣିବା ପାଇଁ ନିମ୍ନ ଚାର୍ଟରେ ଦିଆ ଯାଇଅଛି I

କ୍ର. ନଂ.

ଫସଲର ନାମ

ଆବଶ୍ୟକ ପାଣି ( ସେ.ମି.ରେ )

ଧାନ (ସହଳ କିସମ)

୬୫

ଧାନ (ମଜିଆଳି କିସମ)

୧୦୫

ଗହମ

୪୦

ମକା

୫୦

ଚଣା, ମୁଗ ଏବଂ ବିରି

୨୦

ଆଳୁ, ବାଦାମ, ଟୋମାଟୋ, ବନ୍ଧାକୋବି & ଫୁଲକୋବି

୬୫

ସୋରିଷ ଏବଂ କପା

୩୦

ଉପସଂହାର

ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବୁନ୍ଦା ଜଳସେଚନ, ସ୍ପ୍ରିଙ୍କଲର ଇତ୍ୟାଦି ଜଳ ସଞ୍ଚୟକାରୀ ଯନ୍ତ୍ର ବ୍ୟବହାର କରିବା ପାଇଁ ଆଗ୍ରହୀ ଅଛନ୍ତି କି ? ଅଧିବେଶନରେ ଆଲୋଚାନା କରାଯାଇଥିବା ବିଷୟ ବସ୍ତୁକୁ ଆଉଥରେ ମନେ ପକାଇବା ପାଇଁ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ନିଜ ଅଞ୍ଚଳରେ ଚାଷ କରାଯାଉଥିବା ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳର ପରିମାଣ ମନେପକାଇ କହି ପାରିବେ କି ?

ଆଧାର – ପୋର୍ଟାଲ ଟିମ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate