অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଙ୍ଗ ଅଗ୍ରଗତି ଚିହ୍ନକାରୀ ଟୁଲ

ମଡ୍ୟୁଲ – ୪ : ଲିଙ୍ଗ ଅଗ୍ରଗତି ଚିହ୍ନକାରୀ ଟୁଲ

ଅଧିବେଶନ ୪.୧

ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ବ୍ୟବହାରରେ ପରିବର୍ତ୍ତନକୁ ଆକଳନ କରିବା I

ଉଦ୍ଦେଶ୍ୟ

ପ୍ରକଳ୍ପ ଅନ୍ତର୍ଗତ ଲୈଙ୍ଗିକ ସୂଚକ ବିଷୟରେ ପୁରୁଷ ଓ ମହିଳାମାନଙ୍କୁ ସଚେତନ କରାଇବା I

ପଦ୍ଧତି

ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଫ୍ଲିପ ଚାର୍ଟ ପ୍ରଦର୍ଶନ ମାଧ୍ୟମରେ ଏହାକୁ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ଏବଂ ସେମାନଙ୍କର ସ୍ୱାମୀ ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ପ୍ଲିପ ଚାର୍ଟ୍ ଏବଂ ମାର୍କର ପେନ୍ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ୬୦ ମିନିଟ I

ପୃଷ୍ଠଭୁମୀ

ପ୍ରକଳ୍ପ ଅନ୍ତର୍ଗତ ଲିଙ୍ଗ ବିକାଶ ଏବଂ ସଶକ୍ତିକରଣ ସଂକ୍ରାନ୍ତରେ ସେମାନଙ୍କ ମଧ୍ୟରେ ହୋଇଥିବା ବ୍ୟବହାରରେ ପରିବର୍ତ୍ତନକୁ ଆକଳନ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ମାର୍ଗଦର୍ଶନ କରିବା ଉଚିତ I ଏହି ଉଦ୍ଦେଶ୍ୟରେ କିଛି ଲିଙ୍ଗ ସୂଚକକୁ ଚିହ୍ନଟ କରାଯାଇଅଛି ଯାହାକୁ ବ୍ୟବହାର କରି ଉଭୟ ପୁରୁଷ ଓ ମହିଳାମାନଙ୍କର ବ୍ୟବହାରକୁ ଆକଳନ କରାଯିବ ଏବଂ ଏହି ସୂଚକ ଜାଣିବାରେ ସାହାଯ୍ୟ କରିବ ଯେ ପୁରୁଷମାନେ କେତେ ଦୂର ଲିଙ୍ଗ ସମ୍ବେଦନଶୀଳ ହୋଇଛନ୍ତି ଓ ମହିଳାମାନଙ୍କୁ ଘର କାମରେ କେତେଦୂର ସାହାଯ୍ୟ କରୁଛନ୍ତି I ଏଥିସହିତ ମହିଳାମାନେ ପୁରୁଷମାନଙ୍କ ବିନା ସହଯୋଗରେ କାମ କରିବା ପାଇଁ କେତେଦୂର ଆତ୍ମ-ବିଶ୍ୱାସ ହାସଲ କରିଛନ୍ତି ଜାଣିବାକୁ ମଧ୍ୟ ଏହି ସୂଚକ ସାହାଯ୍ୟ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭକରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଜାଣି ଅଛନ୍ତି କି ପାଥୱେଜ୍ ଇଣ୍ଡିଆର କାର୍ଯ୍ୟକ୍ରମର ବିଭିନ୍ନ ପ୍ରତ୍ୟାଶିତ ପରିଣାମ ମଧ୍ୟରୁ ଗୋଟିଏ ହେଉଛି ପ୍ରକଳ୍ପ ଅଞ୍ଚଳରେ ପୁରୁଷ ଓ ମହିଳାମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ଯେଉଁଥିରେ ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କର କାର୍ଯ୍ୟଭାରକୁ ଲାଘବ କରିବା ପାଇଁ ପୁରୁଷମାନେ ଘରକାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରିବା ଏକ ମୁଖ୍ୟ ଉପାଦାନ I ସେମାନଙ୍କୁ କୁହନ୍ତୁ ଯେ ଏହି ଅଧିବେଶନରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଲିଙ୍ଗ ରୂପରେଖ ଅନ୍ତର୍ଗତ ସୂଚକଗୁଡିକ ବିଷୟରେ ଆଲୋଚନା କରାଯିବ I

ସୋପାନ - ୨: ଲିଙ୍ଗ ରୂପରେଖ : ଲିଙ୍ଗ ସମୀକ୍ଷା ସୁଚୀ ଏକ ସରଳ ଏବଂ ବ୍ୟବହାରିକ ଟୁଲ୍ ଯାହା ପାଥୱେଜର ବିଭିନ୍ନ କାର୍ଯ୍ୟକ୍ରମରେ ଘଟୁଥିବା ଲିଙ୍ଗ-ଗତ ପରିବର୍ତ୍ତନକୁ ନିରୀକ୍ଷଣ କରିବା ପାଇଁ ବ୍ୟବହାର କରାଯାଇ ପାରିବ ଏବଂ ଏହାକୁ କାର୍ଯ୍ୟକ୍ରମର ସମାପ୍ତି ବେଳେ ମୂଲ୍ୟାଙ୍କନପାଇଁ ମଧ୍ୟ ବ୍ୟବହାର କରିହେବ I ଏହା ଅନ୍ୟ ଦୁଇ ଗୋଟି ମଡ୍ୟୁଲ ଯଥା ବ୍ୟକ୍ତିଗତ ଚାଷୀ ତଥା ଦଳଗତ ସମୀକ୍ଷା ପାଇଁ ପ୍ରସ୍ତୁତ ହୋଇଥ୍ଵବା ପିପିଟି ମଡ୍ୟୁଲର ଅନୂପୁରକ I ଲିଙ୍ଗ-ଗତ ସମୀକ୍ଷାପାଇଁ ବ୍ୟବହୃତ ହେଉଥିବା ସୂଚୀସବୁ ମୁଖ୍ୟତଃ ମହିଳା ବିକାଶ ଓ ମହିଳା ସଶକ୍ତିକରଣ ଉପରେ ଦୃଷ୍ଟି କେନ୍ଦ୍ରିତ ହୋଇଥାଏ I ଲିଙ୍ଗ-ଗତ ସମୀକ୍ଷା ସୂଚୀ ହେଉଛି କ୍ରମାନୁସାରେ ପ୍ରସ୍ତୁତ କରାଯାଇଥିବା ସୂଚୀର ଏକ ବର୍ଗମାଳା ଯାହା ଏହି କାର୍ଯ୍ୟକ୍ରମ ଦ୍ୱାରା ସମୁଦୟରେ ଘଟୁଥିବା ପରିବର୍ତ୍ତନସବୁର ସମୀକ୍ଷା ତଥା ବିବରଣ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିଥାଏ I

ସୋପାନ - ୩ : ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ପରିବର୍ତ୍ତନକୁ ଆକଳନ କରିବା ପାଇଁ କିଛି ସୂଚକ: ଲିଙ୍ଗ ଓ ସାମାଜିକ ନୀତିନିୟମର ପାଞ୍ଚଗୋଟି ବର୍ଗକୁ ନେଇ ବ୍ୟବହାର-ପରିବର୍ତ୍ତନ ସୂଚକସବୁକୁ ପ୍ରସ୍ତୁତ କରାଯାଇଅଛି I ଏହି ସୂଚକସବୁକୁ ପ୍ରଗତିର ଚିହ୍ନ ଭାବରେ ସୁସଂବଦ୍ଧ କରାଯାଇଅଛି - ଯାହାର କୌଣସି କୌଣସି ଧାର୍ଯ୍ୟଲକ୍ଷ୍ୟ କିମ୍ବା ପ୍ରତ୍ୟାଶିତ ଲକ୍ଷ୍ୟ ହାସଲ ତାରିଖ ନାହିଁ I ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଅଲଗା ଅଲଗା ଭାବେ ଏହି ସୂଚକ ରୁପରେଖକୁ ପ୍ରସାର କରିବା ପାଇଁ ଦୁଇ ଗୋଟି ବକ୍ତବ୍ୟ ନିମ୍ନରେ ପ୍ରଦାନ କରାଯାଇଅଛି I

କ."ପୁରୁଷମାନଙ୍କ ମଧ୍ୟରେ ଦେଖାଯାଇଥିବା ବ୍ୟବହାରିକ ପରିବର୍ତ୍ତନ ଆକଳନ"

ଖ. "ମହିଳାମାନଙ୍କ ମଧ୍ୟରେ ଦେଖାଯାଇଥିବା ବ୍ୟବହାରିକ ପରିବର୍ତ୍ତନ ଆକଳନ"

ସୋପାନ - ୪ : କେମିତି ବ୍ୟାଖ୍ୟା କରିବେ : ପ୍ରତ୍ୟେକ ସୂଚକ ପାଇଁ 'ହଁ' ଉତ୍ତର ଦେଉଥିବା ସବୁ ଉତ୍ତରଦାତାଙ୍କ ସଂଖ୍ୟା ଗଣନା କରିବା ଆବଶ୍ୟକ ଏବଂ ଏହା ଅଭ୍ୟାସରେ ଅଂଶଗ୍ରହଣ କରିଥିବା ଉତ୍ତରଦାତାଙ୍କ କେତେ ସତାଂଶ ହିସାବ କରିବାକୁ ପଡିବ I ନିୟମିତ ଭାବେ ଏହି ଫର୍ମାର୍ଟକୁ ଗୋଟିଏ ସମୂହ ମଧ୍ୟରେ ପ୍ରସାରଣ କଲେ ପ୍ରତ୍ୟେକ ସୂଚକରେ କେତେ ପ୍ରଗତି ହୋଇଅଛି ଜଣା ପଡିବ I

ଉପସଂହାର

ସନ୍ଦର୍ଭ-ବିଶିଷ୍ଟ ଅଗ୍ରଗତି ଚିହ୍ନକୁ ନିରନ୍ତର ଭାବେ ପୁରୁଷ ଓ ମହିଳାଙ୍କ (ଏବଂ ସମୁଦୟରେ ନେତା ମଧ୍ୟ) ବ୍ୟବହାର ପରିବର୍ତ୍ତନକୁ ସମୀକ୍ଷା କରିବାପାଇଁ ବ୍ୟବହାର କରାଯାଇ ପାରିବ ଏବଂ ଏହାର ପ୍ରଭାବ ବିଷୟରେ ମଧ୍ୟ ବିବରଣ ପ୍ରସ୍ତୁତ କାରାଯାଇ ପାରିବ I ସୂଚକର ଏହି ନିର୍ଦ୍ଦିଷ୍ଟ ଗୁଣସବୁ ବାସ୍ତବିକ, ପ୍ରତ୍ୟକ୍ଷ ପରିବର୍ତ୍ତନ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରିବା ସହ ଏହା ମାତ୍ରାତ୍ମକ ଏବଂ ସାଧାରଣ ସୂଚକର ଅନୁପୂରକ ଭାବେ କାର୍ଯ୍ୟ କରିଥାଏ I ଲିଙ୍ଗ ସୂଚକସବୁକୁ ଏପରି ଭାବେ ପ୍ରସ୍ତୁତ କରାଯାଇଅଛି ଯେ ପରିବର୍ତ୍ତନ ଘଟୁଥିବା ବର୍ଗସବୁକୁ ସମୀକ୍ଷା କରିବା ସହ ପୁରୁଷ ଓ ମହିଳାଙ୍କ (ଏବଂ ସମୂଦୟ ନେତା) ମଧ୍ୟରେ ହେଉଥିବା ସମ୍ପୁର୍ଣ ବ୍ୟବହାର ପରିବର୍ତ୍ତନକୁ ସମୀକ୍ଷା କରିଥାଏ I

ଆଧାର – ପୋର୍ଟାଲ ଟିମ

Last Modified : 4/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate