অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଙ୍ଗ ଟୁଲ୍ (ଟଙ୍କା ପ୍ରବାହ ଗଛ (Cash Flow Tree))

ମଡ୍ୟୂଲ୍ – ୪: ଟଙ୍କା ପ୍ରବାହ ଗଛ (Cash Flow Tree)

ଅଧିବେଶନ ୪.୧

ପରିବାରର ଆର୍ଥିକ ପରିଚାଳନା I

ଉଦ୍ଦେଶ୍ୟ

ପରିବାରର ଆୟପାଇଁ ମହିଳାମାନଙ୍କ ଯୋଗଦାନକୁ ମାନ୍ୟତା ଦେବା ଏବଂ ଆର୍ଥିକ ନିଷ୍ପତ୍ତି ନେବାରେ କିପରି ପୁରୁଷ ଓ ମହିଳା ଉଭୟଙ୍କ ସମାନ ମତ ରହିବା ଦରକାରI

ପଦ୍ଧତି

ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଆଲୋଚନା ଏବଂ ପାରସ୍ପରିକ ବିମର୍ଶ

ଅଂଶଗ୍ରହଣକାରୀ

ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I

ସଭା ସ୍ଥାନ

ଗୋଷ୍ଠୀ କେନ୍ଦ୍ର/ ଅଂଶଗ୍ରହଣକାରୀମାନଙ୍କ ବସିବା ପାଇଁ ତଥା ପୋଷ୍ଟର ଓ କାର୍ଡ୍ ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସ୍ଥାନ I

ଦରକାରୀ ସାମଗ୍ରୀ

ଗଛର ଚିତ୍ର ଥିବା ଏକ ପୋଷ୍ଟର, ପୁରୁଷ ଓ ମହିଳାଙ୍କର ଚିତ୍ରଥିବା ପ୍ଲା କାର୍ଡ଼, ମୁଖ୍ୟ ଆୟ ଏବଂ ବ୍ୟୟକୁ ଦର୍ଶାଉଥିବା ଚିତ୍ରିତ କାର୍ଡ଼, ରଙ୍ଗୀନ୍ ମାର୍କର, ଖାଲିଥିବା ରଙ୍ଗୀନ୍ ସୂଚକ କାର୍ଡ଼, ଟେପ୍ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ଏକ ଘଣ୍ଟା I

ପୃଷ୍ଠଭୁମୀ

ଲିଙ୍ଗ ସାମ୍ୟତା ଏକ ପ୍ରକାର କ୍ଷମତା ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଭିନ୍ନ କ୍ଷମତା ପାଇଥାଆନ୍ତି I କିନ୍ତୁ ଆମ ସମାଜରେ ଆର୍ଥିକ କାରବାର କରିବାର ନିଷ୍ପତ୍ତି ସାଧାରଣତଃ ପରିବାର ମୁଖ୍ୟଙ୍କ ଦ୍ୱାରା ନିଆ ଯାଇଥାଏ ଯିଏ ପ୍ରାୟ ସବୁବେଳେ ପୁରୁଷ ହୋଇ ଥାଆନ୍ତି I ଏହି ଅଭ୍ୟାସ ପରିବାରକୁ ଏହାର ଆୟର ଉତ୍ସ ଏବଂ ଏହା କିପରି ଭାବେ ଖର୍ଚ୍ଚ କରାଯାଏ, ତାହାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ I ଏହି ଅଭ୍ୟାସ ଦ୍ୱାରା ଉଭୟ ସ୍ୱାମୀ ଓ ସ୍ତ୍ରୀ କେଉଁ ସବୁ ଜିନିଷ କିଣିବା ପାଇଁ ପ୍ରାଥମିକତା ଦେବା ଉଚିତ ଏବଂ କେଉଁ ସବୁ ବସ୍ତୁ ପାଇଁ ଖର୍ଚ୍ଚକରିବା ଅନାବଶ୍ୟକ, ଏହି ବିଷୟରେ ନିର୍ଣୟ କରିବାକୁ ସୁଯୋଗ ପାଇବେ ଏବଂ ଏହି ନିଷ୍ପତ୍ତି ପରିବାର ପାଇଁ ନିବେଶକରିବା ପରିସରକୁ ବୃଦ୍ଧି କରିବ I ଏହି ଟଙ୍କା ପ୍ରବାହ ଅଭ୍ୟାସ ପ୍ରଦର୍ଶନ ଦ୍ୱାରା ଉଭୟ ସ୍ୱାମୀ ଓ ସ୍ତ୍ରୀ ଜାଣି ପାରିବେ ଯେ ଅନାବଶ୍ୟକ ଖର୍ଚ୍ଚକୁ କମ କରିବାପାଇଁ ମିଳିତ ନିଷ୍ପତ୍ତି ସାହାଯ୍ୟ କରିବା ସହ ଖର୍ଚ୍ଚକୁ ଆୟକାରୀ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇ ପାରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ଏକତ୍ର କରାଇ ଏହି ଅଭ୍ୟାସକୁ ବୁଝାନ୍ତୁI ସେମାନଙ୍କୁ କୁହନ୍ତୁ ଯେ ଏହି ଅଭ୍ୟାସ ନିମ୍ନ ଲିଖିତ ଦିଗକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ:

  • କେଉଁ ସବୁ କାର୍ଯ୍ୟକଳାପ ପରିବାର ପାଇଁ ଆୟକାରୀ ହୋଇଥାଏ?
  • ପରିବାର କେଉଁ ସବୁ ଜିନିଷ ପାଇଁ ଖର୍ଚ୍ଚ କରିଥାଏ?
  • ଅନାବଶ୍ୟକ ଖର୍ଚ୍ଚକୁ କମ କରିବାପାଇଁ ପ୍ରାଥମିକତା ଅନୁଯାୟୀ ସବୁ ଖର୍ଚ୍ଚକୁ ସୂଚୀକରଣ କରନ୍ତୁ I
  • ପ୍ରାଥମିକତା ଅନୁଯାୟୀ ଆୟର ସବୁ ଉତ୍ସକୁ ସୂଚୀକରଣ କରନ୍ତୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଆୟ ବୃଦ୍ଧି କରିବା ପାଇଁ ପରିବାର କେଉଁସବୁ ଅଧିକ କାମ ଆରମ୍ଭ କରିପାରିବ I
  • ବୁଝିବାକୁ ଚେଷ୍ଟା କରନ୍ତୁ ସାଧାରଣତଃ ନିଷ୍ପତ୍ତି କିପରି ଭାବେ ନିଆ ଯାଉଛି ଏବଂ ଏହି ପ୍ରକ୍ରିୟାରେ ମହିଳାମାନଙ୍କ ମତାମତକୁ ଆଗ୍ରାହ୍ୟ କରାଯାଉଛି କି I
  • ପୁରୁଷମାନଙ୍କୁ ବୁଝାନ୍ତୁ ଯେ ଆୟର ଉତ୍ସସବୁକୁ ବଢାଇବାରେ ମିଳିତ ନିଷ୍ପତ୍ତି ସାହାଯ୍ୟ କରିବା ସହ ଅଦରକାରୀ ଖର୍ଚ୍ଚକୁ କମ୍ କରିବ ଯାହାର କୌଣସି ପ୍ରାଥମିକତା ନ ଥାଏ I

ସୋପାନ -୨: ଗଛ ପୋଷ୍ଟର ଅଭ୍ୟାସ: ଅଧିବେଶନକୁ ଆରମ୍ଭକରି ଗଛର ଏକ ଚିତ୍ରକୁ ଦେଖାନ୍ତୁ ଯାହାକୁ ଅଭ୍ୟାସ ସମୟରେ ପରିବାରର ଆୟ ଏବଂ ବ୍ୟୟ ଶୈଳୀକୁ ବୁଝାଇବା ପାଇଁ ବ୍ୟବହାର କରାଯିବ I ପରିବାରକୁ ସବୁପ୍ରକାର ଉତ୍ସ ଯଥା କୃଷି ଓ ଅଣକୃଷି କାର୍ଯ୍ୟରୁ ଆସୁଥିବା ଆୟକୁ ଗଛର ଚେରସବୁ ପ୍ରଦର୍ଶିତ କରିଥାଏ I ଭୂମୀ ତଳେ ଥିବା ସବୁଠାରୁ ଗଭୀର ଓ ସବୁଠାରୁ ମୋଟା ଚେର ପରିବାରର ମୁଖ୍ୟ ଆୟର ଉତ୍ସକୁ ପରିମାଣ ଅନୁଯାୟୀ ଦର୍ଶାଇ ଥାଏ ଏବଂ ଅନ୍ୟ ଚେରସବୁ ଆକାର ଅନୁସାରେ ଅନ୍ୟାନ୍ୟ ଆୟ ପରିମାଣକୁ ଦର୍ଶାଇ ଥାଆନ୍ତି I ପରିବାରରେ ହେଉଥିବା ବିଭିନ୍ନ ଖର୍ଚ୍ଚକୁ ଭୂମୀ ଉପରେ ଗଛର ଡାଳସବୁ ଦର୍ଶାଇ ଥାଆନ୍ତି I ସବୁଠାରୁ ଉଚ୍ଚରେ ଥିବା ଏବଂ ସବୁଠାରୁ ଲମ୍ବା ଡାଳ ପରିବାରର ସବୁଠାରୁ ଅଧିକ ଖର୍ଚ୍ଚକାରୀ ପଦାର୍ଥକୁ ଦେଖାଇଥାଏ I କମ୍ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚସବୁ ତଳେ ଥିବା ଛୋଟ ଛୋଟ ଡାଳ ଦର୍ଶାଇ ଥାଆନ୍ତି I

ସୋପାନ ୩ : ଏହି ଅଭ୍ୟାସକୁ ଖେଳିବା : ଅଂଶଗ୍ରହଣକାରୀମାନଙ୍କୁ ଦୁଇଟି ଅଲଗା ଅଲଗା ଦଳରେ ବିଭକ୍ତ କରନ୍ତୁ (ପୁରୁଷ ଓ ମହିଳା) I ପ୍ରତ୍ୟେକ ଦଳକୁ ଆୟର ଉତ୍ସସବୁକୁ ଦର୍ଶାଉଥିବା କାର୍ଡ଼କୁ ଗଛର ଚେର ଉପରେ ରଖିବାକୁ କୁହନ୍ତୁ ଏବଂ ଖର୍ଚ୍ଚକୁ ଦର୍ଶାଉଥିବା କାର୍ଡ଼ସବୁକୁ ଗଛର ଡାଳ ଉପରେ ରଖିବାକୁ କୁହନ୍ତୁ I ଆୟର ଉତ୍ସରୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ 'ଏହି କାମ ପାଇଁ କିଏ ଉତ୍ତରଦାୟୀ' ? ପରିବାରକୁ ଉପାର୍ଜନ କିଏ ଆଣେ? ପ୍ରତ୍ୟେକ ଚେର ପାଖରେ ଏକ ପୁରୁଷ କିମ୍ବା ଏକ ମହିଳାଙ୍କ (କିମ୍ବା ଉଭୟଙ୍କ) ଚିତ୍ର ରଖନ୍ତୁ ଯାହା ଏକ ଆୟର ଉତ୍ସକୁ ଦର୍ଶାଇ ଥାଏ I ତା'ପରେ ଡାଳ ପାଖକୁ ଯାଇ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ, 'ସାଧାରଣଭାବେ କିଏ ଏହି ଖର୍ଚ୍ଚ କରନ୍ତି' ?

ଏହି ବିଷୟରେ ଶେଷ ନିଷ୍ପତ୍ତି କାହା ଉପରେ ଥାଏ ? ପ୍ରତ୍ୟେକ ଡାଳ ପାଖରେ ଏକ ପୁରୁଷ କିମ୍ବା ଏକ ମହିଳାଙ୍କ (କିମ୍ବା ଉଭୟଙ୍କ) ଚିତ୍ର ରଖନ୍ତୁ ଯାହା ଖର୍ଚ୍ଚକୁ ଦର୍ଶାଇ ଥାଏ I ନିଜ ଦଳରେ ଥିବା ଗଛର ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରନ୍ତୁ I ଉଭୟ ଦଳର ଫଳାଫଳକୁ ଚାର୍ଟ କାଗଜରେ ଦର୍ଶାନ୍ତୁ ଯାହା ଉଭୟ ପୁରୁଷ ଓ ମହିଳାମାନଙ୍କୁ ଆଲୋଚନା କରିବାରେ ସାହାଯ୍ୟ କରିବ ଏବଂ ସେମାନେ ଜାଣି ପାରିବେ ଯେ ପରିବାରର ଆୟ ଓ ବ୍ୟୟ ସଠିକ ଅଛି ନା ନାହିଁ କିମ୍ବା ଏଥିପାଇଁ କିଛି ସଂଶୋଧିତ ଉପାୟ ଦରକାର ଇ

  1. "ପୁରୁଷ ସମୂହ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଭ୍ୟାସ" : ଉତ୍ପାଦନର ଉତ୍ସ (ସଠିକ ସ୍ଥାନରେ ଟିକ ଚିହ୍ନ ଲଗାନ୍ତୁ )
  2. କିପରି ବ୍ୟାଖ୍ୟାକରିବେ :

    • ଉପରୋକ୍ତ ଅଭ୍ୟାସରେ ଦୁଇ ପ୍ରକାର ଫଳାଫଳ ପରିଳକ୍ଷିତ ହେବ I ଗୋଟିଏ ହେଉଛି ପୁରୁଷମାନେ କାମ କରନ୍ତି ଏବଂ ଘରକୁ ସେମାନେ ଉପାର୍ଜନ ଆଣନ୍ତି କିମ୍ବା ମହିଳାମାନେ କାମ କରନ୍ତି ଏବଂ ଘରକୁ ସେମାନେ ଉପାର୍ଜନ ଆଣନ୍ତି I ଅନ୍ୟ ପ୍ରକାର ଫଳାଫଳ ହେଉଛି ମହିଳାମାନେ କାର୍ଯ୍ୟରେ ଯୋଗଦାନ କରନ୍ତି, କିନ୍ତୁ କେବଳ ପୁରୁଷମାନେ ଉପାର୍ଜନ କରିବା ପ୍ରତୀୟମାନ ହୋଇଥାଏ ଏବଂ ମହିଳାମାନଙ୍କର ଏହି ଯୋଗଦାନ ପାରିବାରିକ ଆୟରେ ପ୍ରତିଫଳିତ ହୋଇ ନ ଥାଏ I ତେଣୁ ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ନିମ୍ନଲିଖିତ ପ୍ରଶ୍ନ ସବୁକୁ ପଚାରନ୍ତୁ I
    • ମହିଳାମାନଙ୍କୁ ପଚାରନ୍ତୁ ଯେ ପୁରୁଷମାନଙ୍କ ଦ୍ୱାରା କରାଯାଇଥିବା ପ୍ରାଥମିକତା-ଭିତ୍ତିକ ଆୟର ଉତ୍ସର ଅଭ୍ୟାସ ବିଷୟରେ ସେମାନେ ସହମତ କି ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଉପାର୍ଜନ ପ୍ରକ୍ରିୟାରେ କେଉଁମାନେ ଯୋଗଦାନ କରନ୍ତି ବନାମ କେଉଁମାନେ ଘରକୁ ଉପାର୍ଜନ ଆଣନ୍ତି I ଯଦି ସେମାନେ ଅସହମତ ହୁଅନ୍ତି ତେବେ ଏହାର କାରଣ ଖୋଜନ୍ତୁ ଏବଂ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ବିଭେଦକୁ ସମାଧାନ କରନ୍ତୁ I

    ପରିବାରରେ ମହିଳାମାନଙ୍କ ପ୍ରକୃତ ଯୋଗଦାନ ବିଷୟରେ ଏହି ଅଭ୍ୟାସ ପୁରୁଷମାନଙ୍କୁ ବୁଝାଇବାରେ ସାହାଯ୍ୟ କରିବ ଏବଂ ଆୟକାରୀ କାର୍ଯ୍ୟକଳାପରେ ମହିଳାମାନଙ୍କର ଅଧିକ ସମ୍ମିଳିତ ହେବା ଦ୍ୱାରା ପାରିବାରିକ ଆୟ କିପରି ଭାବେ ବୃଦ୍ଧି ହୋଇଥାଏ ପୁରୁଷମାନେ ଜାଣି ପାରିବେ I

  3. "ପୁରୁଷ ସମୂହ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଭ୍ୟାସ" : ବ୍ୟୟଖର୍ଚ୍ଚର ତାଲିକା (ସଠିକ ସ୍ଥାନରେ ଟିକ ଚିହ୍ନ ଲଗାନ୍ତୁ)
  4. କିପରି ବ୍ୟାଖ୍ୟାକରିବେ:

    • ଏହି ସବୁ ନିଷ୍ପତ୍ତି ମଧ୍ୟରୁ କେଉଁ ଗୁଡିକ 'ମିଳିତ ନିଷ୍ପତ୍ତି' ଏବଂ କେଉଁ ଗୁଡିକ 'କେବଳ ପୁରୁଷଙ୍କ' ନିଷ୍ପତ୍ତି ଜାଣିବା ପାଇଁ ଏହି ପରିସ୍ଥିତିକୁ ବିଶ୍ଲେଷଣ କରନ୍ତୁ I ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ଏବଂ ଏହାର ଯର୍ଥାଥତା ପ୍ରତିପାଦନ କରାଯାଉଅଛି କି I
    • ମହିଳା ଦଳକୁ ପଚାରନ୍ତୁ ଯେ ପୁରୁଷମାନଙ୍କ ଅଭିଧାରଣା ସହ ଏକମତ କି? ଯଦି ସେମାନେ ଅସହମତି ହୁଅନ୍ତି, ତେବେ ସେମାନଙ୍କୁ ପଚାରନ୍ତୁ କେଉଁ ସବୁ ଦିଗ ଉପରେ ସେମାନେ ଅସହମତ ଏବଂ ଏହି ସମ୍ବନ୍ଧରେ ପୁରୁଷମାନଙ୍କ ଠାରୁ ସ୍ପଷ୍ଟୀକରଣ ମାଗନ୍ତୁ I

    ନିଷ୍ପତ୍ତି ଗ୍ରହଣ ସମୟରେ ମହିଳାମାନଙ୍କ ମତାମତକୁ ସମ୍ମିଳିତ କରିବା ପାଇଁ ଏହି ଅଭ୍ୟାସ ପୁରୁଷମାନଙ୍କୁ ସାହାଯ୍ୟ କରିବ I

  5. "ମହିଳା ସମୂହ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଭ୍ୟାସ":ଉତ୍ପାଦନର ଉତ୍ସ (ସଠିକ ସ୍ଥାନରେ ଟିକ ଚିହ୍ନ ଲଗାନ୍ତୁ)
  6. କିପରି ବ୍ୟାଖ୍ୟାକରିବେ :

    • ପ୍ରଥମତଃ ମହିଳାମାନେ ନିଜକୁ ସଶକ୍ତ ମନେକରିବେ କାରଣ ପାରିବାରିକ ଆୟରେ ସେମାନେ କରୁଥିବା ଯୋଗଦାନକୁ ଉଲ୍ଲେଖ କରିପାରିବେ ଏବଂ ଏଥିସହ ଏହି ଅଭ୍ୟାସ କରିବା ସମୟରେ ସେମାନେ ପୁରୁଷମାନଙ୍କ ଠାରୁ ସମର୍ଥନ ପାଇବେ I
    • ଏହା ଦୃଶ୍ୟମାନ ହେବ ଯେ, ଅନେକ ସମରେ ମହିଳାମାନେ କାର୍ଯ୍ୟରେ ଯୋଗଦାନ କରନ୍ତି, କିନ୍ତୁ କେବଳ ପୁରୁଷମାନେ ଉପାର୍ଜନ କରିବା ପ୍ରତୀୟମାନ ହୋଇଥାଏ ଏବଂ ମହିଳାମାନଙ୍କର ଏହି ଯୋଗଦାନ ପାରିବାରିକ ଆୟରେ ପ୍ରତିଫଳିତ ହୋଇ ନ ଥାଏ I ଆଲୋଚନା ଆରମ୍ଭ କରି ପଚାରନ୍ତୁ ଯେ ଏପରି ପରିସ୍ଥିତି କାହିଁକି ପ୍ରଚଳିତ ଅଛି I ଏହାକୁ କିପରି ଠିକ କରାଯାଇ ପାରିବ ? ପୁରୁଷମାନଙ୍କୁ ଏହି ବିଷୟରେ କିପରି ସମ୍ବେଦନଶୀଳ କରାଯାଇ ପାରିବ ?
    • ପୁରୁଷମାନଙ୍କୁ ପଚାରନ୍ତୁ ଯେ ମହିଳାମାନଙ୍କଦ୍ୱାରା କରାଯାଇଥିବା ପ୍ରାଥମିକତା-ଭିତ୍ତିକ ଆୟର ଉତ୍ସର ଅଭ୍ୟାସ ବିଷୟରେ ସେମାନେ ସହମତ କି ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଉପାର୍ଜନ ପ୍ରକ୍ରିୟାରେ କେଉଁମାନେ ଯୋଗଦାନ କରନ୍ତି ବନାମ କେଉଁମାନେ ଘରକୁ ଉପାର୍ଜନ ଆଣନ୍ତି I ଯଦି ସେମାନେ ଅସହମତ ହୁଅନ୍ତି ତେବେ ଏହାର କାରଣ ଖୋଜନ୍ତୁ ଏବଂ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ବିଭେଦକୁ ସମାଧାନ କରନ୍ତୁ I

    ପରିବାରରେ ମହିଳାମାନଙ୍କ ପ୍ରକୃତ ଯୋଗଦାନ ବିଷୟରେ ଏହି ଅଭ୍ୟାସ ପୁରୁଷମାନଙ୍କୁ ବୁଝାଇବାରେ ସାହାଯ୍ୟ କରିବ ଏବଂ ଆୟକାରୀ କାର୍ଯ୍ୟକଳାପରେ ମହିଳାମାନଙ୍କର ଅଧିକ ସମ୍ମିଳିତ ହେବା ଦ୍ୱାରା ପାରିବାରିକ ଆୟ କିପରି ଭାବେ ବୃଦ୍ଧି ହୋଇଥାଏ ପୁରୁଷମାନଙ୍କ ସହ ଆଲୋଚନାକରି ଜାଣି ପାରିବେ I

  7. "ମହିଳା ସମୂହ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଅଭ୍ୟାସ" : ବ୍ୟୟଖର୍ଚ୍ଚର ତାଲିକା (ସଠିକ ସ୍ଥାନରେ ଟିକ ଚିହ୍ନ ଲଗାନ୍ତୁ))
  8. କିପରି ବ୍ୟାଖ୍ୟାକରିବେ :

    • ଅଂଶଗ୍ରହଣକାରୀମାନଙ୍କୁ ଜଣାନ୍ତୁ ଯେ ମହିଳାମାନଙ୍କର କେତେଗୁଡିଏ କ୍ଷେତ୍ରରେ ଅଧିକାର ଅଛି ଏବଂ ପାରିବାରିକ ଖର୍ଚ୍ଚର କେଉଁ ସବୁ ବିଷୟରେ ନିଷ୍ପତ୍ତି ନେବାର କ୍ଷମତା ସେମାନଙ୍କର ଅଛି I
    • ପୁରୁଷଦଳକୁ ପଚାରନ୍ତୁ ଯେ ମହିଳାମାନଙ୍କ ଅଭିଧାରଣା ସହ ଏକମତ କି? ଯଦି ସେମାନେ ଅସହମତି ହୁଅନ୍ତି, ତେବେ ସେମାନଙ୍କୁ ପଚାରନ୍ତୁ କେଉଁ ସବୁ ଦିଗ ଉପରେ ସେମାନେ ଅସହମତ ଏବଂ ଏହି ସମ୍ବନ୍ଧରେ ମହିଳାମାନଙ୍କ ଠାରୁ ସ୍ପଷ୍ଟୀକରଣ ମାଗନ୍ତୁ I ଅଧିବେଶନର ଶେଷାଆଡକୁ ଉଭୟ ପୁରୁଷ ଓ ମହିଳାମାନେ ଫଳାଫଳ ସହ ସମ୍ପୂର୍ଣରୂପେ ଏକମତ ହେଉଥିବା ଉଚିତ I

ନିଷ୍ପତ୍ତି ଗ୍ରହଣ ସମୟରେ ମହିଳାମାନଙ୍କ ମତାମତକୁ ସମ୍ମିଳିତ କରିବା ପାଇଁ ଏହି ଅଭ୍ୟାସ ପୁରୁଷମାନଙ୍କୁ ସାହାଯ୍ୟ କରିବ I

ସୋପାନ ୪ : ଉଭୟ ଅଭ୍ୟାସର ପ୍ରତିଫଳନ ଏବଂ କାର୍ଯ୍ୟବାହୀ : ନିମ୍ନ ଲିଖିତ ବିଷୟ ଉପରେ ଦଳକୁ ପ୍ରଶ୍ନ ପଚାରି ପୁରୁଷ ଓ ମହିଳାମାନଙ୍କଦ୍ୱାରା କରାଯାଇଥିବା ଅଭ୍ୟାସର ଫଳାଫଳକୁ ସମୀକ୍ଷା କରିବାକୁ ଚେଷ୍ଟା କରନ୍ତୁ :

  • ପାରିବାରିକ ଆୟ ପାଇଁ କିଏ ଯୋଗଦାନ କରନ୍ତି ?
  • ମହିଳାମାନେ କରୁଥିବା ଯୋଗଦାନକୁ ଉପଯୁକ୍ତ ମାନ୍ୟତା ଦିଆ ଯାଏ କି ?
  • ଆୟ ଉପାର୍ଜନକାରୀ କାର୍ଯ୍ୟକଳାପରେ ମହିଳାମାନଙ୍କୁ କିପରି ଭାବରେ ଅଧିକ ଜଡିତ କରାଯାଇ ପାରିବ?
  • ପରିବାରରେ ସମସ୍ତଙ୍କସହ ମତାମତ ବିନିମୟ ପରେ ସେମାନଙ୍କର ସ୍ତ୍ରୀମାନେ କେଉଁ ସବୁ ସୁବିଧାଜନକ କାର୍ଯ୍ୟ ଆରମ୍ଭ କରିପାରିବେ, ପୁରୁଷମାନେ ତାକୁ ଚିହ୍ନଟ କରିଛନ୍ତି କି ?
  • ଆବଶ୍ୟକ ବେଳେ ମହିଳାମାନଙ୍କୁ ଖର୍ଚ୍ଚ କରିବାର ଅଧିକାର ଦିଆ ଯାଇଅଛି କି ?
  • ଆବହମାନ କାଳରୁ ମହିଳାମାନଙ୍କ ପାଇଁ ନିଷିଦ୍ଧ କରାଯାଇଥିବା କିଛି ବିଷୟ ଉପରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ କାହିଁକି ଜଡିତ କରାଯାଉ ନାହିଁ ?
  • ପୁରୁଷମାନଙ୍କଦ୍ୱାରା ହେଉଥିବା ଅନାବଶ୍ୟକ ଖର୍ଚ୍ଚକୁ କମ କରିବା ପାଇଁ ମହିଳାମାନେ ସେମାନଙ୍କୁ କହି ପାରିବେ କି ?

ଏହି ସବୁ ବିଷୟରେ ଆଲୋଚନା କରିବାଦ୍ୱାରା ଟଙ୍କା-ପ୍ରବାହ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପରିବାର ମଧ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସ୍ୱଚ୍ଛତା ଆଣିବ I

ଉପସଂହାର

ଅଧିବେଶନକୁ ସମାପ୍ତ କରିବା ସମୟରେ ପରିବାରର ଆୟ/ବ୍ୟୟର ଦୃଷ୍ଟାନ୍ତକୁ ଲିପିବଦ୍ଧ କରନ୍ତୁ ଏବଂ ଯେଉଁ ସବୁ ବିଷୟ ଯଥା ନିଷ୍ପତ୍ତି ଗ୍ରହଣ, ଲିଙ୍ଗ ସମ୍ବେଦନଶୀଳତା, ପୌଷ୍ଟିକତା, କଠିନ ଶ୍ରମ ଇତ୍ୟାଦି ବିଷୟରେ ପୁରୁଷ ଓ ମହିଳାମାନେ ଅଧିକ ପ୍ରଶିକ୍ଷଣ ଆବଶ୍ୟକ କରୁଥିବେ ଚିହ୍ନଟ କରନ୍ତୁ I ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ଏହି ଅଭ୍ୟାସ ପରିବାରରେ ଆୟ ଓ ବ୍ୟୟ ସମ୍ବନ୍ଧରେ ମିଳିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ସହ ଉଭୟ ପୁରୁଷ ଓ ମହିଳାଙ୍କ ମିଳିତ ଉଦ୍ୟମରେ ଅନାବଶ୍ୟକ ଖର୍ଚ୍ଚକୁ କମ କରି ଉପାର୍ଜନର ଉତ୍ସସବୁକୁ ବଢାଇ ବଳକା ପାଣ୍ଠି (ସଞ୍ଚୟ)କୁ ବୃଦ୍ଧି କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ I

ଆଧାର – ପୋର୍ଟାଲ ଟିମ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate