অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମୂହ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି)

ମଡ୍ୟୂଲ୍ – ୫ : ସମୂହ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି)

ଅଧିବେଶନ ୫.୧

ପିପିଟି ଟୁଲ ବ୍ୟବହାର କରି ସମୂହ ଗୁଡିକର ଆତ୍ମ ସମୀକ୍ଷା I (ସମୂହ ଗଠନ ଚରଣ) I

ଉଦ୍ଦେଶ୍ୟ

ସମୂହ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର (ପିପିଟି) ଆଦୃତ କରିବା ପାଇଁ ମୂଲ୍ୟ ଶୃଙ୍ଖଳ ଦଳରେ ଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରୋତ୍ସାହିତ କରିବା I

ପଦ୍ଧତି

ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଫ୍ଲିପ ଚାର୍ଟ ପ୍ରଦର୍ଶନ ମାଧ୍ୟମରେ ଏହାକୁ ସଞ୍ଚାଳନ କରିବେ I

ଅଂଶଗ୍ରହଣକାରୀ

ସମୂହର ନେତା ମାନେ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ/କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ପ୍ରଦର୍ଶନ ପାଇଁ ଚାଷୀର ଜମି I

ଦରକାରୀ ସାମଗ୍ରୀ

ଫ୍ଲିପ ଚାର୍ଟ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ – ୨୦ ମିନିଟ I

ପୃଷ୍ଠଭୁମୀ

ମହିଳା ସମୂହ/ସ୍ୱୟଂ ସହାୟକ ଦଳଗୁଡିକ ସମୂହ ଭାବେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ଅଗ୍ରଗତିକୁ ନିଜେ ନିଜେ ସମୀକ୍ଷା କରିବା ସହ ଯଦି କିଛି ସମସ୍ୟା ଥାଏ ତାହାକୁ ଚିହ୍ନଟିକରଣ କରିବା ଉଚିତ କାରଣ ଏହାଦ୍ୱାରା ଆବଶ୍ୟକ ବେଳେ ମଧ୍ୟ-ବର୍ତ୍ତୀୟ ସୁଧାରାତ୍ମକ ପଦକ୍ଷେପ ଗ୍ରହଣ କରିହେବ I ଏଥିପାଇଁ ଆତ୍ମ-ସମୀକ୍ଷା ଅତ୍ୟନ୍ତ ଆବଶ୍ୟକ ହୋଇଯାଏ ଏବଂ ଏଥିସହିତ ସିଆରପିମାନେ ମଧ୍ୟ ଧାର୍ଯ୍ୟଲକ୍ଷ୍ୟ ତୁଳନାରେ ସମୂହଗୁଡିକର ଅଗ୍ରଗତି ବିଷୟରେ ଜାଣିପାରିବେ I ଏହି ଅଧିବେଶନ ସମୂହ ନେତାମାନଙ୍କୁ ସମୂହ ସ୍ତରର ବ୍ୟବହୃତ ହେଉଥିବା "ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର କାର୍ଡ" ବିଷୟରେ ଦିଗ୍ ଦର୍ଶନ ଦେବI

ସୋପାନ - ପର -ସୋପାନ କାର୍ଯ୍ୟକ୍ରମ

ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସମୂହ ସ୍ତରରେ ସେମାନେ କିପରି ଭାବରେ ସେମାନଙ୍କର ପ୍ରଦର୍ଶନକୁ ସମୟ ସମୟରେ ସମୀକ୍ଷା କରି ଏହାର କାର୍ଯ୍ୟପଦ୍ଧତିରେ ଦେଖାଦେଉଥିବା ସମସ୍ୟାସବୁକୁ ଚିହ୍ନଟ କରିବା ସହ ସେମାନେ ଧାର୍ଯ୍ୟ ଲକ୍ଷ୍ୟକୁ ପୁରଣ କରିବା ପାଇଁ କିଭଳି ଭାବେ ଯୋଗଦାନ କରିପାରିବେ I ତା'ପରେ ସେମାନଙ୍କୁ କୁହନ୍ତୁ ଯେ ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର କାର୍ଡ଼କୁ ପ୍ରଚଳିତ କଲେ ଏହା ସମୂହର ସାମର୍ଥ୍ୟ ଏବଂ ଦୁର୍ବଳତା ସବୁକୁ ଚିହ୍ନଟ କରିପାରିବ I ଏହା ଦଳକୁ ବିଶ୍ଲେଷଣ କରିବାକୁ ସାହାଯ୍ୟ କରିବ ଯେ ସେମାନେ ଏକ ସମୁହ ଭାବରେ କିପରି ଭାବେ କାମ କରୁଅଛନ୍ତି ଏବଂ ନୂଆ କାର୍ଯ୍ୟକ୍ରମ ଆଦୃତ କରିବାରେ ଏହାର ପ୍ରସ୍ତୁତି ବିଷୟରେ କଳନା କରିହେବ I ଦଳ ପିପିଟିକୁ ଦୁଇଥର ସଞ୍ଚାଳିତ କରାଯିବ- ଫସଲର ବୃଦ୍ଧୀୟ ଅବସ୍ଥାରେ ଥରେ ଏବଂ ଆଉଥରେ ଅମଳ-ପରବର୍ତ୍ତୀ ଅବସ୍ଥାରେ କରାଯିବ I ଏହି ସମୀକ୍ଷାକୁ ସିଆରପି ମାନେ ଆନ୍ତରିକ କାର୍ଯ୍ୟପଦ୍ଧତିରେ ସୁଧାର ଆଣିବା ପାଇଁ ବ୍ୟବହାର କରି ପାରିବେ I

ସୋପାନ -୨: ଦଳ ପିପିଟି କ’ଣ : ସମୂହ ଗୁଡିକୁ ନିଜ ପ୍ରଦର୍ଶନର ଆତ୍ମ ସମୀକ୍ଷା କରିବା ପାଇଁ ଏହି ଟୁଲକୁ ପ୍ରସ୍ତୁତ କରାଯାଇଛି - ସେମାନେ କିପରି ପରିଚାଳିତ ହୁଅନ୍ତି, ବଜାର ଏବଂ ନିବେଶ ପାଇଁ ସେମାନଙ୍କର ପହୁଞ୍ଚ କେତେ ଭଲ, ସେମାନେ କେତେଦୂର ସମାବେଶୀ I ଏହା ଦଳ/ସମୂହମାନଙ୍କୁ ସେମାନଙ୍କର ଦୋଷ ଦୁର୍ବଳତା ଏବଂ ଆହ୍ୱାନସବୁକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରି ଦଳକୁ ପରିପକ୍କ୍ୱ କରିବ I ଦଳ ପିପିଟିର ଉଦ୍ଦେଶ୍ୟ ହେଉଛି ଦଳ/ସମୂହକୁ ଆତ୍ମ ସମୀକ୍ଷା କରିବା ପାଇଁ ଉତ୍ସାହିତ କରିବା ଯେପରିକି କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ (ଉଦାହରଣ ସ୍ୱରୂପ, ଦଳର ପରିଚାଳନା) ଗତ ଛଅ ମାସ ମଧ୍ୟରେ ସେମାନେ କିପରି ପ୍ରଦର୍ଶନ କରିଅଛନ୍ତି ଏବଂ ଆଗାମୀ କୃଷି ଋତୁରେ ସେମାନେ ଲକ୍ଷ୍ୟ କିପରିଭାବେ ହାସଲ କରିପାରିବେ I

ସୋପାନ - ୩: ଦଳର ପ୍ରଦର୍ଶନକୁ ପିପିଟି କାର୍ଡରେ କିପରି ଶ୍ରେଣୀବଦ୍ଧ କରାଯିବ:ଚାଷୀମାନଙ୍କୁ ବୁଝାନ୍ତୁ ଯେ ସମୂହଭାବରେ କିପରି ଭାବରେ ପ୍ରଦର୍ଶନ କରୁଛନ୍ତି ଜାଣିବା ପାଇଁ ସେମାନେ କିଛି ମାନଦଣ୍ଡକୁ ବ୍ୟବହାର କରି ନିଜକୁ ସମୀକ୍ଷା କରିବାକୁ ଯାଉଛନ୍ତି I ଦଳ-ସ୍ତରର ପ୍ରଶ୍ନ ଗୁଡିକ ଏକ ବକ୍ତବ୍ୟ ଆକାରରେ ପ୍ରସ୍ତୁତ କରାଯାଇଅଛି ଯାହାର ଚାରିଗୋଟି ଉତ୍ତର ଥାଇପାରେ (ଖରାପ, ହାରାହାରି, ଭଲ, ଅତି ଉତ୍ତମ) I ଗୋଟିଏ ବକ୍ତବ୍ୟ/ସୂଚକକୁ ବାଛି ଏହାକୁ ପଢନ୍ତୁ I ସମୂହର/ଚାଷୀମାନଙ୍କର ମତାମତ ଜାଣିବା ପାଇଁ ଏହି ପ୍ରଶ୍ନକୁ କେନ୍ଦ୍ରକରି ଏକ ଆଲୋଚନା ଆରମ୍ଭ କରନ୍ତୁ I ସେମାନଙ୍କୁ ଦଳଗତ ଭାବେ ନିସ୍ପତ୍ତି ନେବାକୁ କୁହନ୍ତୁ କେଉଁ ଉତ୍ତରଟି ଦଳର ପ୍ରଦର୍ଶନକୁ ସଠିକ ଭାବେ ବୁଝାଉଛି ଏବଂ ସେମାନେ ଉତ୍ତର ଦେଲାପରେ ଏହାକୁ "ପିପିଟି କାର୍ଡ଼" ରେ ଲିପିବଦ୍ଧ କରନ୍ତୁ I

ସୋପାନ - ୪ : ସମୂହ ସ୍ତରର ସୂଚକ : ପିପିଟି କାର୍ଡରେ ଦଳ/ସମୂହକୁ ଚାରିଗୋଟି କାର୍ଯ୍ୟକାରୀ ମାନଦଣ୍ଡ ଅନ୍ତର୍ଗତ କିଛି ନିର୍ଦ୍ଦିଷ୍ଟ ସୂଚକକୁ ନେଇ ସମୀକ୍ଷା କରାଯାଇଥାଏ ଯାହା ତଳେ ଉଲ୍ଲେଖ କରାଯାଇଛି:

କ୍ର. ନଂ

ମାନଦଣ୍ଡ

ସୂଚକ

ସମାବେଷ୍ଟତା

୧. ଦଳର ଲିଙ୍ଗ ଓ ସାମାଜିକ ସମାନତା

ଦକ୍ଷତା

୨. ଦଳର ନୀତି ଏବଂ ନିୟମ

୩. ଦଳର ରେକର୍ଡ ରଖିବା

୪. ଦଳର ଏକତା ଏବଂ ନେତୃତ୍ୱ

ପ୍ରଭାବଶୀଳତା

୫. କୃଷିନିବେଶ ର ଉପଳବ୍ଧତା

୮. ପ୍ରଶିକ୍ଷଣ ସେବାର ଉପଳବ୍ଧତା ଏବଂ ଏହାର ଉପଯୋଗ

୭. ଡିମୋ ପ୍ଲଟର ଉପଳବ୍ଧତା ଏବଂ ଏହାର ପରିଚାଳନା

୮. ସମୂହ ସଦସ୍ୟଙ୍କ ବ୍ୟକ୍ତିଗତ ଭାବେ ନୂତନ ପଦ୍ଧତ୍ତି ଆଦୃତ

୯. ଅନ୍ୟାନ୍ୟ ସମୂହ ସହ ସମ୍ପର୍କ

ଚିରନ୍ତନତା

୧୦. ଏନ୍.ଜି.ଓ. /ଅନ୍ୟାନ୍ୟ ସଂସ୍ଥା ସହ ସମ୍ପର୍କ

୧୨. ସମୂହର ଆର୍ଥିକ ସହାୟତା ଉପଳବ୍ଧତା

ସୋପାନ - ୫: ସମୀକ୍ଷା ନମ୍ବର ପ୍ରଦାନ କରିବା : ପ୍ରତ୍ୟେକ ସୂଚକ ପାଇଁ ଦଳର ଚାରିଗୋଟି ସମ୍ଭାବିତ ବିକାଶ ଚରଣର ବିକଳ୍ପ ଦିଆ ଯାଇଅଛି ଯଥା "ଖରାପ", "ହାରାହାରି", "ଭଲ" ଏବଂ "ଅତି ଉତ୍ତମ" I ସବୁବେଳେ ଦଳର ପୁର୍ଣ ସହମତିରେ ଏକ ବିକଳ୍ପ ବାଛିବା ଉଚିତ- କେବଳ କିଛ ସଦସ୍ୟଙ୍କର ମତାମତ ଆଧାରରେ ନୁହେଁ I ଯଦି ସମୂହ ଦୁଇଟି ବିକଳ୍ପ ମଧ୍ୟରେ ଦ୍ୱନ୍ଦରେ ଅଛି, ତେବେ ସବୁ ବିକଳ୍ପକୁ ଆଉଥରେ ପଢନ୍ତୁ ଯେପରିକି ଦଳକୁ ଭଲଭାବେ ଆଲୋଚନା କରି ନିଷ୍ପତ୍ତି ନେବାରେ ସହାୟକ ହେବ I ଯଦି ଦରକାର ହୁଏ ତେବେ ଦଳକୁ ସେମାନଙ୍କର ହାତ ଉଠାଇ ସପକ୍ଷ/ବିପକ୍ଷରେ ଭୋଟ୍ ଦେବାକୁ କୁହନ୍ତୁ ଏବଂ ବହୁମତ ଆଧାରରେ ମୁଲ୍ୟାଙ୍କନ କରନ୍ତୁ (ଖରାପ = ୧, ହାରାହାରି =୨, ଭଲ =୩ ଏବଂ ଅତି ଉତ୍ତମ = ୪)

ସୋପାନ - ୬ : ଦଳ ଲାଭ କରିଥିବା ଗ୍ରେଡ୍ ସମ୍ବନ୍ଧରେ ଆଲୋଚନା : ସମୂହ ସହ ଆଲୋଚନା କରନ୍ତୁ ଯେ ଏକ ସୂଚକ/ବକ୍ତବ୍ୟ ପାଇଁ ସେମାନେ ସେହି ନିର୍ଦ୍ଦିଷ୍ଟ ସ୍ତରରେ କାହିଁକି ଅଛନ୍ତି ଏବଂ ସେମାନେ ସେଇ ସ୍ତରରରୁ କିପରି ଭାବେ ଉନ୍ନତି କରିବେ I ଏହା ଦଳକୁ ନିଜର କ୍ଷମତା ଏବଂ ଦୁର୍ବଳତାକୁ ଜାଣିବା ପାଇଁ ସହାୟକ ହେବ ଏବଂ ଭବିଷ୍ୟତରେ ଏହି ସବୁ ଦିଗକୁ ସମ୍ବୋଧନ କରିବା ପାଇଁ ଯୋଜନା କରିବେ I ସମୂହରେ ସମସ୍ତଙ୍କୁ (ସଭାରେ ଉପସ୍ଥିତ ଥିବା) ସଂସ୍ଲିଷ୍ଟ କରନ୍ତୁ ଏବଂ ଜଣେ ବା ଦୁଇ ଜଣଙ୍କୁ ଆଲୋଚନାରେ ପ୍ରତିପତ୍ତି ଜାହିର କରିବାକୁ ଦିଅନ୍ତୁ ନାହିଁ I କମ ପଦ୍ଧତି ଆଦୃତ କିମ୍ବା କମ ପ୍ରଦର୍ଶନର କାରଣ ବିଷୟରେ ଦଳକୁ ନିଜ ମଧ୍ୟରେ ଆଲୋଚନା କରିବାକୁ ଉତ୍ସାହିତ କରନ୍ତୁ I ଦଳର ସଦସ୍ୟମାନଙ୍କୁ ନିମ୍ନ ଲିଖିତ ସଙ୍କେତକ ପ୍ରଶ୍ନ ପଚାରନ୍ତୁ:

  • କେଉଁ ସବୁ ପଦ୍ଧତି ଆଦୃତ କରିବା ପାଇଁ ସହଜ ଥିଲା ?
  • କେଉଁ ସବୁ କାରଣରୁ ଏହା ଆଦୃତ କରିବା ସହଜ ହୋଇଥିଲା ?
  • କେଉଁ ସବୁ ପଦ୍ଧତି ଆଦୃତ କରିବା ପାଇଁ ଚାଷୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ? କାହିଁକି?
  • କେଉଁ କାରଣ ପାଇଁ ସେମାନେ ଏହାକୁ ପୂର କରିପାରୁ ନାହାନ୍ତି ?
  • ଏହି ନିର୍ଦ୍ଦିଷ୍ଟ ପଦ୍ଧତି ଆଦୃତ କରିବାରେ କ'ଣ ସବୁ ଆହ୍ୱାନ ଥିଲା ?
  • ସବୁ ଆହ୍ୱାନକୁ ସମ୍ମୁଖିନ ହେବାପାଇଁ ଦଳ କ'ଣ ସବୁ କରିଥିଲା ?
  • ଚିହ୍ନଟ କରିଥିବା ଆହ୍ୱାନକୁ ସମ୍ମୁଖିନ ହେବାପାଇଁ ଦଳ କ'ଣ ସବୁ ସାହାଯ୍ୟ ଦରକାର କରେ ?
  • ଦଳର ପ୍ରଗତି ପଥରେ ଏହା କ'ଣ ସବୁ ଶିକ୍ଷା କରିଅଛି ?

ସୋପାନ - ୭ : ଭବିଷ୍ୟତ କାର୍ଯ୍ୟପନ୍ଥା : ସେମାନେ ଆହ୍ୱାନସବୁକୁ କିପରିଭାବେ ମୁକାବିଲା କରିବେ ଯୋଜନା କରନ୍ତୁ ଏବଂ ଆଗାମୀ ସମୟରେ ମଧ୍ୟବର୍ତ୍ତୀୟ ସୁଧାରୀକରଣ କରିବା ପାଇଁ ଏହିସବୁ ଆହ୍ୱାନକୁ ପ୍ରାଥମିକତା-ଭିତ୍ତିରେ ଚିହ୍ନଟ କରନ୍ତୁ I ବିଭିନ୍ନ ସମସ୍ୟାକୁ ସମାଧାନ କରିବାପାଇଁ ଏହା ସମୂହକୁ ସାହାଯ୍ୟ କରିବ I ସମୂହକୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ କରନ୍ତୁ ଏବଂ ଅଧିକ ଉନ୍ନତି ପାଇଁ ଉତ୍ସାହିତ କରନ୍ତୁ I

ଉପସଂହାର

ସମୂହର ଶ୍ରେଣୀକରଣ ଅଭ୍ୟାସରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ ଚାଷୀମାନଙ୍କୁ ଧନ୍ୟବାଦ ଦିଅନ୍ତୁ I ଏକ ଉତ୍ତମ ଅଭ୍ୟାସ ଭାବେ ଏହି ପିପିଟି ଫଳାଫଳକୁ ସମୂହ ସହିତ ଆଲୋଚନା କରନ୍ତୁ ଏବଂ ଏହାର ରେକର୍ଡ଼ ରଖିବା ପାଇଁ କୁହନ୍ତୁ I ପିପିଟି ଫର୍ମ/କାର୍ଡ଼ (ଫଳାଫଳ ସହିତ) ସମୂହକୁ ଦିଅନ୍ତୁ I ଆପଣ ଯେତେବେଳେ ସମୂହକୁ ପୁନର୍ବାର ପରିଦର୍ଶନରେ ଯିବେ, ଏହି ପିପିଟି ଫର୍ମ/କାର୍ଡ଼ ନିଜ ସହିତ ନେଇ ଯାଆନ୍ତୁ I ଦଳକୁ ନିଜ ପ୍ରଦର୍ଶନର ରେକର୍ଡ଼ ରଖିବା ସହ ଅମଳ-ପରବର୍ତ୍ତୀ ଅବସ୍ଥାରେ ଦ୍ୱିତୀୟ ପିପିଟିରେ ଅଂଶଗ୍ରହଣ କରିବା ପାଇଁ ସାହାଯ୍ୟ କରିବ I ଯଦି ସମୂହ କିଛି ପ୍ଲିପ-କାର୍ଡ଼ କିମ୍ବା ଫୋଟୋଗ୍ରାଫ ଥାଇ କିଛି ଲେଖାଲେଖି କରିଅଛନ୍ତି, ତାହାକୁ ସମୂହ ପାଖରେ ନିଜ ରେକର୍ଡ଼ ପାଇଁ ଛାଡିଦିଅନ୍ତୁ ଏବଂ ସେମାନଙ୍କୁ ମନେ ପକାଇ ଦିଅନ୍ତୁ ଯେ ଏହାକୁ ସେମାନେ ସତର୍କତାର ସହିତ ସାଇତି ରଖିବେ କାରଣ ଅମଳ-ପରବର୍ତ୍ତୀ ଅବସ୍ଥାରେ ହେବାକୁ ଥିବା ଶ୍ରେଣୀକରଣ ଅଭ୍ୟାସରେ ଏହାକୁ ପୁନର୍ବାର ବ୍ୟବହାର କରାଯିବ I

ଦଳ-ସ୍ତରର ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର ଫର୍ମାଟ

"ଦଳ-ସ୍ତରର ପାର୍ଟିସିପେଟୋରୀ ପରଫର୍ମାନ୍ସ ଟ୍ରାକର ଫର୍ମାଟ ଫାଇଲ"

ଆଧାର – ପୋର୍ଟାଲ ଟିମ

Last Modified : 5/1/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate