অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁଗମୀକରଣ ଟୁଲ୍ (ଏକ ପ୍ରଶିକ୍ଷଣ ଅଧିବେଶନକୁ କିପରି ସଞ୍ଚାଳନ କରିବେ)

ମଡ୍ୟୁଲ୍ – ୩ : ଏକ ପ୍ରଶିକ୍ଷଣ ଅଧିବେଶନକୁ କିପରି ସଞ୍ଚାଳନ କରିବେ ?

ଅଧିବେଶନ ୩.୧

ଏକ ପ୍ରଶିକ୍ଷଣ ଅଧିବେଶନକୁ ସଞ୍ଚାଳନ କରିବା ପାଇଁ କିଛି ପରାମର୍ଶ I

ଉଦ୍ଦେଶ୍ୟ

ଏକ ପ୍ରଶିକ୍ଷଣ ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସୁଗମକାରୀମାନଙ୍କୁ ସଚେତନ କରିବା I

ପଦ୍ଧତି

ଅଧିବେଶନକୁ ଶ୍ରେଣୀକକ୍ଷରେ କିଛି ବ୍ୟବହାରିକ ଅଭ୍ୟାସ ଯଥା ପ୍ରଶ୍ନୋତ୍ତର, ଭୂମିକା-ଅଭିନୟ, ଖେଳ ମାଧ୍ୟମରେ ସଞ୍ଚାଳନ କରାଯିବ I

ଅଂଶଗ୍ରହଣକାରୀ

ସୁଗମକାରୀ, ସିଆରପି, ଦଳର ନେତା/ପ୍ରଶିକ୍ଷଣକାରୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ଫ୍ଲିପ ଚାର୍ଟ, କଲମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୪୫ ମିନିଟ୍ ।

ପୃଷ୍ଠଭୁମୀ

ଅନ୍ୟ ମାନଙ୍କୁ ପ୍ରଶିକ୍ଷଣ ଦେବାସମୟରେ ବିଶେଷତଃ ଯେତେବେଳେ ଲକ୍ଷ୍ୟଧାର୍ଯ୍ୟ ସମୁହଙ୍କ ମଧ୍ୟରୁ ଅଧିକାଂଶ ନିରକ୍ଷର ହୋଇଥାଆନ୍ତି ଜଣେ ପ୍ରଶିକ୍ଷକଙ୍କ ପାଇଁ ଆବଶ୍ୟକ ହେଉଥିବା ଦକ୍ଷତା ଏବଂ କୌଶଳ ବିଷୟରେ ସେ ପରିଚିତ ହୋଇଥିବା ଉଚିତ I ପ୍ରଶିକ୍ଷକଙ୍କ ଦକ୍ଷତା ମଧ୍ୟରେ ତାଙ୍କର ବାର୍ତ୍ତାଳାପର କୌଶଳ, ବିଷୟ ବସ୍ତୁ ଉପରେ ଜ୍ଞାନ, ଆକର୍ଷକ ବ୍ୟକ୍ତିତ୍ୱ, ଶାରୀରିକ ହାଭ ଭାବ ଏବଂ ସୌହାର୍ଦ୍ଧ୍ୟ ସ୍ଥାପନ ଇତ୍ୟାଦି ମହତ୍ୱପୂର୍ଣ୍ଣ I ବିଷୟବସ୍ତୁକୁ ଲକ୍ଷ୍ୟଧାର୍ଯ୍ୟ ସମୁହଙ୍କୁ ସରଳ ଭାବରେ ବୁଝାଇବା ପାଇଁ ସେ ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରା ସାହାଯ୍ୟ ନେବା ଉଚିତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ଅଂଶଗ୍ରହଣକାରୀମାନଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ସେମାନଙ୍କୁ ଏକ ବନ୍ଦ କୋଠରୀରେ ଏକତ୍ର କରନ୍ତୁ, କାରଣ ଖୋଲା ଜାଗାରେ ଏକତ୍ର କଲେ କାର୍ଯ୍ୟକ୍ରମରେ ବିଘ୍ନ ସୃଷ୍ଟି ହୋଇପାରେ I ଏକ କାଠ ନିର୍ମିତ ଆଧାନୀ (ଷ୍ଟାଣ୍ଡ୍) ଉପରେ ଫ୍ଲିପ ଚାର୍ଟକୁ ରଖନ୍ତୁ ଯାହାଉପରେ ଦରକାର ସମୟରେ ଏକ ନିର୍ଦ୍ଦିଷ୍ଟ ଦିଗକୁ ବୁଝାଇବା ପାଇଁ ରେଖା ଚିତ୍ର କିମ୍ବା ପ୍ରବାହ ଚାର୍ଟ ଅଙ୍କନ କରାଯାଇପାରିବ I ଅଧିବେଶନକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କର ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଏବଂ ରହିବା ସ୍ଥାନକୁ ଉଲ୍ଲେଖ କରି ନିଜର ପରିଚୟ ପ୍ରଦାନ କରିବାପାଇଁ କୁହନ୍ତୁ I ଏହି ଅଂଶଗ୍ରହଣକାରୀଙ୍କ ଦଳ ହେଉଛି ଏକ ମିଶ୍ରିତ ଦଳ ଯେଉଁଥିରେ ପ୍ରଶିକ୍ଷକ, ସିଆରପି, ଦଳର ନେତା ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ଏବଂ ଏମାନେ ଚାଷୀ ତଥା ଅନ୍ୟ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣ ଦେଇଥାଆନ୍ତି Iଏକ ମିଶ୍ରିତ ଦଳରେ ସଦସ୍ୟମାନେ ସବୁବେଳେ ନିଜ ନିଜର ଅନୁଭବ ବାଣ୍ଟି ଥାଆନ୍ତି ଯାହା ଶିକ୍ଷଣ ପ୍ରକ୍ରିୟାକୁ ସୁଗମ କରିଥାଏ I ଅଂଶଗ୍ରହଣକାରୀମାନଙ୍କୁ ସହଜ କରିବା ପାଇଁ ତଥା ନିଜ ନିଜ ମଧ୍ୟରେ ଅନୁପଚାରିକ ଭାବେ ବାର୍ତ୍ତାଳାପ କରିବା ପାଇଁ ଜଣେ ଅଂଶଗ୍ରହଣକାରୀ ତାଙ୍କ ପାଖରେ ବସିଥିବା ଅଂଶଗ୍ରହଣକାରୀଙ୍କ ପରିଚୟ ପ୍ରଦାନ କରିପାରିବେ I ଏଥିପାଇଁ ପାଞ୍ଚ ମିନିଟ ସମୟ ଦିଅନ୍ତୁ ଏବଂ ଅଂଶଗ୍ରହଣକାରୀମାନଙ୍କୁ ନିଜ ଡାହାଣ ପାଖରେ ବସିଥିବା ବ୍ୟକ୍ତିଙ୍କ ସହ ଯୋଡିଦାର ବନିବାକୁ କୁହନ୍ତୁ I ଏହି ପାଞ୍ଚ ମିନିଟ ସମୟ ମଧ୍ୟରେ ସେମାନେ ନିଜର ପରିଚୟ ଅନ୍ୟ ଜଣଙ୍କୁ ପ୍ରଦାନ କରିବେ ଏବଂ ଆତ୍ମ-ପରିଚୟ କାର୍ଯ୍ୟ ସମୟରେ ଜଣେ ବ୍ୟକ୍ତି ଯଥା "କ" ଆଉ ଜଣେ ବ୍ୟକ୍ତି "ଖ"ଙ୍କର ପରିଚୟ ପ୍ରଦାନ କରିବେ ଏବଂ ସେହିଭଳିଭାବେ 'ଖ" ବ୍ୟକ୍ତି "କ" ବ୍ୟକ୍ତିଙ୍କ ପରିଚୟ ପ୍ରଦାନ କରିବେ I ଏହି ଅଭ୍ୟାସ ଅଂଶଗ୍ରହଣକାରୀମାନଙ୍କୁ ମୁଖ୍ୟ ଅଧିବେଶନ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବ I

ସୋପାନ -୨: ଅଧିବେଶନ ସଞ୍ଚାଳନ କରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରନ୍ତୁ : ପୂର୍ବ ନିର୍ଦ୍ଧାରିତ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ କରିବା ଆଗରୁ ସୁଗମକାରୀ ପର୍ଯ୍ୟାପ୍ତ ପ୍ରାରମ୍ଭିକ ପ୍ରସ୍ତୁତି କରିବା ଆବଶ୍ୟକ I ସେ କାର୍ଯ୍ୟାବଳୀର ରୂପରେଖ ଆଗରୁ ପ୍ରସ୍ତୁତ କରିବା ଦରକାର,ଉଦାହରଣସ୍ୱରୂପ ଯଦି ଅଧିବେଶନ ୪୫ ମିନିଟ ଅବଧି-ବିଶିଷ୍ଟ ହୋଇଥାଏ, ତେବେ ଆଲୋଚ୍ୟ ବିଷୟସବୁକୁ କ୍ରମ ଏବଂ ସମୟାନୁସାରେ ବିଭିନ୍ନ ଭାଗରେ ବିଭକ୍ତ କରନ୍ତୁ I ସୁଗମକାରୀ ନିମ୍ନ ଉଲ୍ଲିଖିତ ଫର୍ମାର୍ଟକୁ ବ୍ୟବହାରକରି ପ୍ରତ୍ୟେକ ଅଧିବେଶନର କାର୍ଯ୍ୟାବଳୀକୁ ପ୍ରସ୍ତୁତ କରିପାରିବେ I

କ୍ର.ନଂ.

ସମୟ୍/ଅବଧି

କାର୍ଯ୍ୟକ୍ରମ/କାର୍ଯ୍ୟକଳାପ

 

ଏକ ସାଧାରଣ ସ୍ଥାନରେ ଅଂଶଗ୍ରହଣକାରୀମାନଙ୍କୁ ଏକତ୍ରିତ କରିବା I

 

ପ୍ରାରମ୍ଭିକ କାର୍ଯ୍ୟକ୍ରମ/ଆତ୍ମ ପରିଚୟ I

 

ଅଂଶଗ୍ରହଣକାରୀମାନଙ୍କୁ ବିଷୟବସ୍ତୁ ସହିତ ପରିଚିତ କରାଇବା ପାଇଁ କୌଣସି ଏକ ଘଟଣାକୁ ବର୍ଣନକରି ଅଧିବେଶନର ମହତ୍ୱକୁ ପ୍ରତିପାଦନ କରନ୍ତୁ I ଉଦାହାରଣସ୍ୱରୂପ ଯଦି ଅଧିବେଶନ ହଳ କରିବା ବିଷୟକୁ ନେଇ ସଞ୍ଚାଳିତ ହେଉଥାଏ, ତେବେ, କିଛି ସକାରାତ୍ମକ ଘଟଣାକୁ ଉଲ୍ଲେଖ କରନ୍ତୁ ଯେଉଁଥିରେ କି ଏହି ପଦ୍ଧତ୍ତି ଆଦୃତ କରିବା ଦ୍ୱାରା କିଛି ଭଲ ପରିଣାମ ହୋଇଥିବ କିମ୍ବା ଯଦି ଅଧିବେଶନଟି ସାର ପ୍ରୟୋଗକୁ ନେଇ ସଞ୍ଚାଳିତ ହେଉଥାଏ ତେବେ ଏକ ନକାରାତ୍ମକ ଘଟଣା ଉଲ୍ଲେଖ କରନ୍ତୁ ଯେଉଁଥିରେ କି ସାର ପ୍ରଯୋଗ କ କରିବା କାରଣରୁ ଫସଲ ହାନୀ ହୋଇଥିବ I

 

ଅଧିବେଶନର ବିଷୟବସୁ ଉପରେ ବସ୍ତୁସ୍ଥିତି (ସିଦ୍ଧାନ୍ତ) ଉପସ୍ଥାପନା କରନ୍ତୁ ସୋପାନ-ପର-ସୋପାନ କାର୍ଯ୍ୟକ୍ରମ I

 

ପ୍ରକରଣ ଅଧ୍ୟୟନ୍/ସଫଳତାର କାହାଣୀ/ ଖେଳ/ ଭୂମିକା ଅଭିନୟ I

 

ଫିଲ୍ମ/ପ୍ରଦର୍ଶନ ପାଇଁ କ୍ଷେତ୍ର ପରିଦର୍ଶନ I

 

ସମାପନ ଟିପ୍ପଣୀ: ଅଧିବେଶନ ବିଷୟବସୁ ଉପରେ ଅଂଶଗ୍ରହଣକାରୀମାନଙ୍କୁ କିଛି ପ୍ରଶ୍ନ ପଚାରନ୍ତୁ I ମୂଲ୍ୟାଙ୍କନ ଫର୍ଦ୍ଦ ଉପରେ ସେମାନଙ୍କର ଉତ୍ତରକୁ ଲିପିବଦ୍ଧ କରିବା ଏବଂ ଅଂଶଗ୍ରହଣକାରୀମାନଙ୍କ ଉପସ୍ଥାପନ ଏବଂ ଅଧିବେଶନର ପ୍ରକୃତ କାର୍ଯ୍ୟବାହୀକୁ ଲିପିବଦ୍ଧ କରୁଥିବା ଅଧିବେଶନ ମତାମତ ଫର୍ମକୁ ପୂରଣ କରନ୍ତୁ I

ଅଧିବେଶନକୁ ସଞ୍ଚାଳନ କରିବା ପାଇଁ ସଂକ୍ଷିପ୍ତ ଟିପ୍ପଣୀ ପ୍ରସ୍ତୁତ କରିବା ସମୟରେ, ଅଂଶଗ୍ରହଣକାରୀମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସବୁବେଳେ କିଛି ଅତିରିକ୍ତ ସୂଚନା ପାଖରେ ରଖିବା ଉଚିତ I ଉଦାହରଣସ୍ୱରୂପ ଯଦି କିଛି ଅଂଶଗ୍ରହଣକାରୀ ଜାଣିବାକୁ ଚାହାନ୍ତି ଯେ ଆଖପାଖ ବଜାରରେ କେଉଁଠି ସେମାନେ ବିହନ, ସାର କିମ୍ବା ଅନ୍ୟ କୌଣସି କୃଷି ନିବେଶ ପାଇପାରିବେ, ସୁଗମକାରୀଙ୍କ ପାଖରେ ଏହି ପ୍ରକାର ସୂଚନା ତତକ୍ଷଣାତ୍ ଉପଲବ୍ଧ ହେବା ଆବଶ୍ୟକ I

ସୋପାନ - ୩ : ବ୍ୟାଖ୍ୟାନ ସମୟରେ ସୂଚନା ସଂଗ୍ରହକରି ଅନ୍ତର୍ଭୁକ୍ତ କରିବା : ସୁଗମକାରୀ ସବୁବେଳେ ପ୍ରକଲ୍ପ ଅଧିକାରୀଙ୍କ ସହ ହେଉଥିବା ମାସିକ ବୈଠକରେ କିମ୍ବା ନିଜ ସହକର୍ମୀଙ୍କ ଠାରୁ ଅନ୍ୟ ଅଞ୍ଚଳରେ ଘଟୁଥିବା ଉତ୍ତମ ଅଭ୍ୟାସ ସବୁକୁ ବୁଝି ଲିପିବଦ୍ଧ କରିବା ଉଚିତ I ଏହିସବୁ ସଫଳ କାହାଣୀସବୁକୁ ଅଧିବେଶନକୁ ଆରମ୍ଭ କରିବା ପାଇଁ 'ପ୍ରାରମ୍ଭିକ" ଅଭ୍ୟାସ ଭାବେ କୁହାଯାଇ ପାରିବ I ଅଧିବେଶନରେ ହେଉଥିବା ଆଲୋଚନାକୁ ଶୁଣିବା ପାଇଁ ଏହି ପ୍ରକ୍ରିୟା ଚିତ୍ତାକର୍ଷକ କରିଥାଏ ଏବଂ ଅଂଶଗ୍ରହଣକାରୀମାନେ ଅଧିବେଶନକୁ କୌଣସି ଆଳରେ ଅଧାରୁ ଛାଡି ଚାଲିଯିବାରୁ ଏହା ନିବୃତ କରିଥାଏ I ଅନେକ ଖେଳ ମଧ୍ୟରୁ ଏକ ଖେଳ 'ମେଳ କରିବା' ହୋଇ ପାରେ ଏବଂ ଏହି ଖେଳରେ ଚାର୍ଟ କାଗଜର ବାମପଟେ ଥିବା ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ସଠିକ ଉତ୍ତର ଚାର୍ଟ କାଗଜର ଡାହାଣ ପାର୍ଶ୍ୱରେ ଦିଆଯାଇଥିବା ବିଭିନ୍ନ ବିକଳ୍ପ ସହ ମେଳ କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ କୁହାଯାଇପାରେ I ଅନ୍ୟ ଏକ ଖେଳ ମଧ୍ୟ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ସଞ୍ଚାଳନ କରାଯାଇପାରିବ, ଯଥା ବିଭିନ୍ନ ପ୍ରକାର ନାମ (ଯେପରିକି ଜୈବିକ ସାର, ମୁଳ ସାର ଏବଂ ରାସାୟନିକ ସାର ଇତ୍ୟାଦି) ଲେଖାଥିବା କାର୍ଡ଼ସବୁକୁ ଇତଃସ୍ତତଃ ଭାବେ ମିଳାମିଶା କରି ରଖନ୍ତୁ ଏବଂ ସେମାନଙ୍କୁ ଏହି କାର୍ଡସବୁକୁ ଶ୍ରେଣୀକରଣ କରିବାକୁ କୁହନ୍ତୁ; ରାସାୟନିକ ସାର ଲେଖାଥିବା କାର୍ଡ଼ ସବୁକୁ ଯଦି ସେମାନେ ବାହାର କରି ଏକତ୍ର କରି ରଖି ପାରିବେ, ତେବେ ଏହା ପ୍ରମାଣ କରିବ ଯେ ସେମାନେ ପ୍ରତ୍ୟେକ ବିଷୟକୁ ଭଲ ଭାବେ ଚିହ୍ନଟ କରି ପାରୁଅଛନ୍ତି Iବେଳେ ବେଳେ ବିଷୟବସ୍ତୁକୁ ଭଲଭାବେ ବୁଝାଇବା ପାଇଁ ଅଡିଓ-ଭିଡିଓ ମାଧ୍ୟମକୁ ବ୍ୟବହାର କରାଯାଇପାରେ I ଫିଲ୍ମ ଶୋ ପ୍ରଦର୍ଶନ କରାଗଲେ ଏହା ଅଧିବେଶନକୁ ଆହୁରି ଚିତ୍ତାକର୍ଷକ କରିବI

ସୋପାନ - ୪: ପ୍ରଶିକ୍ଷଣ ଅଧିବେଶନକୁ ଏକ ଆନନ୍ଦଦାୟକ ଘଟଣା କରନ୍ତୁ : ଅଧିବେଶନର ବାର୍ତ୍ତା ଅଂଶଗ୍ରହଣକାରୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଗୁଡିଏ ମାଧ୍ୟମ ବ୍ୟବହାର କରାଯିବା ଉଚିତ I କେବଳ ବ୍ୟାଖ୍ୟାନ ପଦ୍ଧତିର ବ୍ୟବହାର ବିଷୟବସ୍ତୁକୁ ଶୁଷ୍କ ଏବଂ ବିରକ୍ତିକର କରିଥାଏ I ପ୍ରଥମରୁ ଅଂଶଗ୍ରହଣକାରୀମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସବୁବେଳେ ସାବଧାନ କରିବା ଭଙ୍ଗୀରେ ଆରମ୍ଭ କରନ୍ତୁ, ଉଦାହରଣସ୍ୱରୂପ ଯଦି ଗୋଟିଏ ନିର୍ଦ୍ଦିଷ୍ଟ କୃଷି ପଦ୍ଧତି ଯେପରିକି କୀଟନାଶକର ପ୍ରୟୋଗକୁ ଆଦୃତ ନ କଲେ କ'ଣ ଘଟିପାରେ I ଏହା ଅଂଶଗ୍ରହଣକାରୀମାନଙ୍କର ଧ୍ୟାନ ଆକର୍ଷଣ କରିବ ଏବଂ ସେମାନେ ଉତ୍ସୁକ ହେବେ ଯେ ପ୍ରଶିକ୍ଷକ ଏହାପରେ କ'ଣ କହିବାକୁ ଯାଉଅଛନ୍ତି I ଏହାପରେ ଅଧିବେଶନରେ ପ୍ରଶିକ୍ଷଣ ପାଇଁ ବିଭିନ୍ନ ମାଧ୍ୟମ ଯଥା ପୋଷ୍ଟର ପ୍ରଦର୍ଶନ, ଗଳ୍ପ ଏବଂ ଉତ୍ତମ ଅଭ୍ୟାସର ପ୍ରକରଣ କଥନ, ଭୁମିକା ଅଭିନୟ, ଖେଳ ଆୟୋଜନ ଏବଂ ଅଧିବେଶନର ବିଷୟବସ୍ତୁ ଅନୁଯାୟୀ କ୍ଷେତ୍ର ପ୍ରଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ I

ସୋପାନ - ୫ : ଅଜ୍ଞତାକୁ ନିଷ୍କପଟ ଭାବେ ସ୍ୱୀକାର କରିବା : ଯଦି କୌଣସି ପରିସ୍ଥିତିରେ ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କ ସନ୍ଦେହ ଦୂର କରିବା ପାଇଁ ଅସମର୍ଥ ହୁଅନ୍ତି, ତେବେ ସେ ଅନ୍ୟ କିଛି କଥା କହି ଏହାକୁ ଏଡାଇବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ ଅଥବା ସେମାନେ ଅଂଶଗ୍ରହଣକାରୀମାନଙ୍କ ଧ୍ୟାନ ଅନ୍ୟ ଆଡକୁ ପରିବର୍ତ୍ତନ ଉଚିତ ନୁହେଁ I ପ୍ରଶିକ୍ଷକ ସ୍ୱୀକାର କରିବା ଉଚିତ ଯେ ସେ ଏହା ବିଷୟରେ ଅବଗତ ନାହାନ୍ତି ଏବଂ ସେ ଏହାର ଉତ୍ତର ଖୋଜି ବାହାର କରିବା ପରେ ସେମାନଙ୍କୁ ଜଣାଇବେ I ଯଦି ଥରେ ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷକଙ୍କ ବିଷୟବସ୍ତୁ ଉପରେ ଥିବା ଜ୍ଞାନକୁ ସନ୍ଦେହ ଚକ୍ଷୁରେ ଦେଖିବେ ତେବେ ସେମାନଙ୍କୁ ସତକଥା କହି ବୁଝାଇବା କାଠିକର ହୋଇଥାଏ I

ସୋପାନ - ୬ : “ପାରସ୍ପରିକ କ୍ରିୟା ପଦ୍ଧତି” ରେ ପ୍ରଶିକ୍ଷଣ : ଅଂଶଗ୍ରହଣକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ସୁଗମକାରୀମାନେ ସେମାନଙ୍କର ସନ୍ଦେହ ଦୂର କରିବା ତଥା କୌଣସି ପ୍ରକାର ପ୍ରଶ୍ନର ଉତ୍ତର ଅଧିବେଶନ ସମୟରେ କିମ୍ବା ଅଧିବେଶନ ପରେ ଦେବାପାଇଁ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ I ପ୍ରଶିକ୍ଷଣ ଅଧିବେଶନକୁ ସବୁବେଳେ ପାରସ୍ପରିକ କ୍ରିୟାଭାବେ ସଞ୍ଚାଳିତ କରିବା ଆବଶ୍ୟକ ଯେଉଁଥିରେ ପ୍ରଶିକ୍ଷକ ବିଷୟବସ୍ତୁକୁ ଉଲ୍ଲେଖ କରିସାରିବା ପରେ ଅଂଶଗ୍ରହଣକାରୀମାନଙ୍କଠାରୁ ପ୍ରଶ୍ନ କିମ୍ବା ସେମାନଙ୍କର ଯଦି କିଛି ସନ୍ଦେହ ଥାଏ ତାହାକୁ ଆଲୋଚନାକରିବାକୁ ଆମନ୍ତ୍ରଣ କରିବା ଉଚିତ I ଏହି ପ୍ରକ୍ରିୟା ବ୍ୟବହାର କଲେ ପ୍ରତ୍ୟେକ ଅଧିବେଶନର ଶେଷ ଆଡକୁ ପ୍ରଶିକ୍ଷକଙ୍କ ହୃଦବୋଧ ହେବ ଯେ ତାଙ୍କର ପ୍ରଶିକ୍ଷଣ ପଦ୍ଧତ୍ତି ଅଂଶଗ୍ରହଣକାରୀମାନଙ୍କ ଆବଶ୍ୟକତା ଅନୁଯାୟୀ ହେଉଅଛି ଏବଂ ଅଂଶଗ୍ରହଣକାରୀମାନେ ମଧ୍ୟ ଅଧିବେଶନରେ ଶିକ୍ଷା ଦାନ କରାଯାଇଥିବା ପଦ୍ଧତିସବୁକୁ ଆଦୃତ କରିବା ପାଇଁ ଆତ୍ମବିଶ୍ୱାସ ପାଇବେ I ତେଣୁ ଏହା ଏକ ଦ୍ୱି-ମାର୍ଗୀୟ ପ୍ରକ୍ରିୟା ଯେଉଁଥି ଆଲୋଚ୍ୟ ବିଷୟବସ୍ତୁ ହେଉଛି "ପ୍ରସଙ୍ଗ"(thesis), ଅଂଶଗ୍ରହଣକାରୀମାନଙ୍କଦ୍ୱାରା ପଚରାଯାଉଥିବା ପ୍ରଶ୍ନ ହେଉଛି "ପ୍ରତିପକ୍ଷତା" (anti-thesis) ଏବଂ ଅନ୍ତିମ ପରିଣାମ ହେଉଛି "ସଂଶ୍ଲେଷଣ"(synthesis) I

ସୋପାନ - ୭ : ମୁଖର ଏବଂ ଅଭିଜ୍ଞ ଚାଷୀମାନଙ୍କୁ ଅଧିବେଶନ ଉପରେ ପ୍ରଭୁତ୍ୱ ଜାହିର କରିବାକୁ ଦିଅନ୍ତୁ ନାହିଁ : ସୁଗମକାରୀ ସୁନିଶ୍ଚିତ କରିବା ଆବଶ୍ୟକ ଯେ ସବୁ ଅଂଶଗ୍ରହଣକାରୀ ଅଧିବେଶନରେ ଭାଗନେଇ ଅଲୋଚନାରେ ଅଂଶଗ୍ରହଣ କରୁଅଛନ୍ତି I ଅନେକ ସମୟରେ ଅଳ୍ପ କିଛି ମୁଖର ସଦସ୍ୟ ଆଲୋଚନାରେ ଆଧିପତ୍ୟ ବିସ୍ତାର କରିଥାଆନ୍ତି ଏବଂ ଅନ୍ୟ ସଦସ୍ୟମାନେ ସେମାନଙ୍କର ସନ୍ଦେହ ଦୂର କରିବା ପାଇଁ କୌଣସି ପ୍ରଶ୍ନ ପଚାରି ନ ଥାଆନ୍ତି I ବେଳେ ବେଳେ ବିଷୟବସ୍ତୁ ସମ୍ପର୍କରେ ଅଧିକ ଜାଣିଥିବା କିଛି ଅଂଶଗ୍ରହଣକାରୀ ନିଜର ଅଭିଜ୍ଞତାକୁ ବଖାଣି ବ୍ୟଖାନକୁ ଅବରୋଧ କରିବାକୁ ଚେଷ୍ଟା କରିଥାଆନ୍ତି I ଏଭଳି ପରିସ୍ଥିତିକୁ ସୁଗମକାରୀ କୌଶଳପୂର୍ବକ ଏଡାଇଯିବା ଆବଶ୍ୟକ ଏବଂ ସେ ସମସ୍ତଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବା ଉଚିତ I ଅଧିବେଶନ ସଞ୍ଚାଳନ ସମୟରେ ପ୍ରଶିକ୍ଷକ ସବୁ ଅଂଶଗ୍ରହଣକାରୀଙ୍କ ସହ ଚକ୍ଷୁ ସମ୍ପର୍କ କରିବା ଉଚିତ କାରଣ ଏଥିରେ ସମସ୍ତେ ପ୍ରଶିକ୍ଷଣରେ ଧ୍ୟାନ ଦେବେ I

ସୋପାନ - ୮ : ଜୋର ଜବର୍ଦସ୍ତ ଲଦିବା ନିଷିଦ୍ଧ : ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କୁ ଜୋର ଦେଇ କହିବା ଉଚିତ ନୁହେଁ ଯେ କ'ଣ କରାଯିବ ଏବଂ କୌଣସି ଏକ କାର୍ଯ୍ୟକୁ କିପରି ଭାବେ କରାଯିବ I ସେମାନେ ସମସ୍ୟାର ବିଭିନ୍ନ ବିକଳ୍ପ ପ୍ରଦାନ କରିବା ଉଚିତ ଯେଉଁଥିରୁ ଅଂଶଗ୍ରହଣକାରୀମାନେ ସେମାନେ ଭାବୁଥିବା ସଠିକ ବିକଳ୍ପକୁ ବାଛି ପାରିବେ I ଏହିପାଇଁ ସେମାନଙ୍କୁ ସମସ୍ୟାର କେବଳ କିଛି " କରନ୍ତୁ ଏବଂ କରନ୍ତୁ ନାହିଁ" ଦିଗ ସବୁକୁ କହି ଚୁପ ରୁହନ୍ତୁ ଏବଂ ସେମାନଙ୍କୁ ନିଜର ସୁବିଧା ଅନୁସାରେ ବିକଳ୍ପ ବାଛିବାକୁ କୁହନ୍ତୁ I

ସୋପାନ - ୯ : ଅଧିବେଶନର ଉଦ୍ଦେଶ୍ୟକୁ ହାସଲ କରିବା : ଅଧିବେଶନର ଶିକ୍ଷଣୀୟ ଉଦ୍ଦେଶ୍ୟକୁ ହାସଲ କରିବା ହେଉଛି ସୁଗମକାରୀଙ୍କ ହେଉଛି ଅନ୍ତିମ ଲକ୍ଷ୍ୟ ଏବଂ ଯେତେବେଳେ ଅଂଶଗ୍ରହଣକାରୀମାନେ ବିଷୟବସ୍ତୁକୁ ଭଲଭାବରେ ବୁଝି ଏହି ସବୁ ଅଭ୍ୟାସକୁ ଆଦୃତ କରିଥାଆନ୍ତି, ଏହି ଲକ୍ଷ୍ୟ ହାସଲ ହୋଇଥାଏ I ଯଦି ଶତକଡା ୫୦ ଭାଗ ଅଂଶଗ୍ରହଣକାରୀ ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟବସ୍ତୁକୁ ଅନୁସରଣ କରନ୍ତି ତେବେ ସୁଗମକାରୀଙ୍କ ପ୍ରଶିକ୍ଷଣ ସଫଳ ହୋଇଅଛି ବୋଲି ବିବେଚନା କରାଯିବ I ଏହାକୁ ଆକଳନ କରିବାପାଇଁ ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କୁ ପଚାରି ପାରିବେ ଯେ ଗତ ଅଧିବେଶନରେ ଶିକ୍ଷା ପ୍ରଦାନ କରାଯାଇଥିବା ବିଷୟବସ୍ତୁ ଉପରେ କେତେଜଣ ଏହାକୁ ଅନୁକରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି I

ସୋପାନ - ୧୦ : ପ୍ରଶିକ୍ଷଣର ମୂଲ୍ୟାଙ୍କନ : ଅଧିବେଶନକୁ ସମାପ୍ତି କଲାବେଳେ ଅଂଶଗ୍ରହଣକାରୀମାନଙ୍କ ଦୃଷ୍ଟିକୋଣରୁ ଏହାର ଉପଯୋଗିତା ବିଷୟରେ ଜାଣିବା ପାଇଁ ସେମାନଙ୍କର ମତାମତ ସଂଗ୍ରହ କରନ୍ତୁ I ନିମ୍ନ ଉଲ୍ଲିଖିତ ଫର୍ମାଟକୁ ବ୍ୟବହାର କରି ଏକ ଚାର୍ଟ କାଗଜ କୋଠାରୀ ମଧ୍ୟରେ ରଖନ୍ତୁ I ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ କୋଠାରୀ ଭିତରକୁ ଯାଇ ଗୁପ୍ତ ମତଦାନ ପ୍ରକ୍ରିୟାରେ ନିଜର ମତାମତ ଦେବାକୁ କୁହନ୍ତୁ I ଯଦି ସେମାନେ ଲେଖା ଯାଇଥିବା କଥନ ସହ ସହମତ ହୁଅନ୍ତି ତେବେ ଚାର୍ଟ କାଗଜ ଉପରେ ସବୁଜ ରଙ୍ଗର ଷ୍ଟିକର ଲଗାଇବାକୁ କୁହନ୍ତୁ ଏବଂ ଯଦି ସେମାନେ ଏହା ଉପରେ ଅସହମତ ହୁଅନ୍ତି ତେବେ ନାଲି ରଙ୍ଗର ଷ୍ଟିକର ଲଗାଇବାକୁ କୁହନ୍ତୁ I

ମୂଲ୍ୟାଙ୍କନ ଫର୍ଦ୍ଦ

ଏହି ପ୍ରକ୍ରିୟା ସମାପ୍ତ ହେବା ପରେ କୋଠାରୀ ଭିତରକୁ ଯାଇ ପ୍ରତ୍ୟେକ ମୂଲ୍ୟାଙ୍କନ ପ୍ରଶ୍ନ ପାଇଁ ମିଳିଥିବା ସହମତ ଏବଂ ଅସହମତ ମତାମତକୁ ଗଣନ କରନ୍ତୁ I ଏହି ଫଳାଫଳ ସୁଗମକାରୀଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ ଅଂଶଗ୍ରହଣକାରୀମାନେ ପ୍ରଶିକ୍ଷଣ ଅଧିବେଶନର କେଉଁ ସବୁ ଦିଗକୁ ପସନ୍ଦ କଲେ ଏବଂ କେଉଁ ସବୁ ଦିଗକୁ ନାପସନ୍ଦ କଲେ I

ଉପସଂହାର

ଅଧିବେଶନର ଶେଷରେ ଅଧିବେଶନରେ ଆଲୋଚନା କରାଯାଇଥିବା ବିଭିନ୍ନ ଦିଗ ବିଷୟରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ନିଜର ଅନୁଭବକୁ ବାଣ୍ଟିବା ପାଇଁ କୁହନ୍ତୁ ଯାହାକୁ ବ୍ୟବାହାରକରି ଭବିଷ୍ୟତରେ ଏକ ଭଲ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିହେବ I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate