অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁଗମୀକରଣ ଟୁଲ୍(ବୟସ୍କ ଶିକ୍ଷଣ ପାଇଁ ପ୍ରଶିକ୍ଷଣ)

ମଡ୍ୟୁଲ – ୨: ବୟସ୍କ ଶିକ୍ଷଣ ପାଇଁ ପ୍ରଶିକ୍ଷଣ

ଅଧିବେଶନ ୨.୧

ଭାଗିଦାରୀ ବୟସ୍କ ଶିକ୍ଷଣ ପାଇଁ “ଉର୍ଦ୍ଧ୍ୟୋମୂଖି ପଦ୍ଧତ୍ତି” ଆଦୃତ କରିବା I

ଉଦ୍ଦେଶ୍ୟ

ଏକ ଭାଗୀଦାରୀ ଶିକ୍ଷଣ ଅଧିବେଶନ ସଞ୍ଚାଳନ କରିବା ପାଇଁ ସୁଗମକାରୀମାନଙ୍କର ବ୍ୟବହାରିକ କୌଶଳ ବୃଦ୍ଧି କରିବା ତଥା ସେମାନଙ୍କୁ ସୁଚନାପ୍ରାପ୍ତ ତଥା ଆତ୍ମବିଶ୍ୱାସୀ ମନେକରାଇବା I

ପଦ୍ଧତି

ଏହି ଅଧିବେଶନକୁ ଶ୍ରେଣୀ କକ୍ଷରେ ବ୍ୟାଖ୍ୟାନ ଏବଂ ଆଲୋଚନା ମାଧ୍ୟମରେ ସଞ୍ଚାଳନ କରାଯିବI

ଅଂଶଗ୍ରହଣକାରୀ

ସୁଗମକାରୀ, ସିଆରପି, ଦଳର ନେତା/ପ୍ରଶିକ୍ଷଣକାରୀ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ଫ୍ଲିପ ଚାର୍ଟ, କଲମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୪୫ ମିନିଟ୍ ।

ପୃଷ୍ଠଭୁମୀ

ସୁଗମକାରୀମାନେ ସେମାନଙ୍କର ପ୍ରଶିକ୍ଷଣାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଆବଶ୍ୟକୀୟ କୌଶଳକୁ ଭାଗିଦାରୀ ବୟସ୍କ ଶିକ୍ଷଣ ପଦ୍ଧତି ମାଧ୍ୟମରେ ଚିହ୍ନଟ କରିବାରେ ଏହି ଅଧିବେଶନ ସାହାଯ୍ୟ କରିବ I ସୁଗମକାରୀମାନେ ବୟସ୍କ ବ୍ୟକ୍ତିମାନଙ୍କୁ ଭାଗୀଦାରୀ ପଦ୍ଧତିରେ ଶିକ୍ଷାଦାନ କରିବାର କୌଶଳକୁ ଜାଣିବା ଉଚିତ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ : ସୁଗମକାରୀମାନେ ବୟସ୍କମାନଙ୍କୁ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ନିରକ୍ଷର ଅଟନ୍ତି ପ୍ରଶିକ୍ଷଣ ଦେବା ସମୟରେ ସମ୍ମୁଖିନ ହେଉଥିବା ସମସ୍ୟାସବୁକୁ ଅନ୍ୟମାନଙ୍କ ସହ ବାଣ୍ଟିବାକୁ କୁହନ୍ତୁ ଏବଂ ପଚାରନ୍ତୁ ଯେ ସେମାନେ ଶିକ୍ଷଣୀୟ ବିଷୟବସ୍ତୁକୁ ନିଜର ପ୍ରଶିକ୍ଷଣାର୍ଥୀମାନଙ୍କୁ କିପରିଭାବେ ବୁଝାଇଥାନ୍ତି I ଯଦି ସେମାନେ କିଛି ଭାଗିଦାରୀ କୌଶଳ ଆଦୃତ କରୁଥାଆନ୍ତି ଏହାକୁ ଅନ୍ୟ ଅଂଶଗ୍ରହଣକାରୀମାନଙ୍କ ଗୋଚରାର୍ଥେ ଜଣାନ୍ତୁ I ବୟସ୍କମାନଙ୍କୁ ଶିକ୍ଷାଦେବା ଏକ ଦ୍ୱି-ମାର୍ଗୀୟ ପ୍ରକ୍ରିୟା ଯେଉଁଥିରେ ସନ୍ଦେହ ଦୂର କରିବା ପାଇଁ ପାରସ୍ପରିକ କ୍ରିୟା ଏକ ପ୍ରମୁଖ ଭୂମିକା ତୁଲାଇ ଥାଏ I ଅଂଶଗ୍ରହଣକାରୀମାନଙ୍କୁ କୁହାଯିବା ଦରକାର ଯେ ଦୁଇ ପ୍ରକାର ଶିକ୍ଷଣ ପ୍ରକ୍ରିୟା ଅଛି, ଯଥା ଗୋଟିଏ ପ୍ରକ୍ରିୟା ହେଉଛି, ଔପଚାରିକ ଶିକ୍ଷା ମାଧ୍ୟମରେ ସ୍କୁଲରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଶିକ୍ଷାପ୍ରାପ୍ତ କରିବା ଏବଂ ଅନ୍ୟଟି ହେଉଛି, ଅନୌପଚାରିକ ପଦ୍ଧତ୍ତି ମାଧ୍ୟମରେ ଶିଖିବା ଯେପରିକି ସନ୍ତରଣ କରିବା, ସାଇକେଲ ଚଲାଇବା, ସିଲେଇ ଶିଖିବା କିମ୍ବା ପକ୍ଷୀ ପାଳନ ବିଷୟରେ ଶିକ୍ଷାଲାଭ କରିବା ଇତ୍ୟାଦି I ଏହି କୌଶଳ ସବୁକୁ ସୂଚୀକରଣ କରିବାକୁ ସେମାନଙ୍କୁ କୁହନ୍ତୁ ଏବଂ ସେମାନଙ୍କୁ ଜଣାନ୍ତୁ ଯେ ଏହି କୌଶଳ ସବୁ କ'ଣ ଏବଂ ଅନୁରୁପ ପଦ୍ଧତ୍ତି ଆଦୃତ କରିବା ଦ୍ୱାରା ଏହା କିପରି ଭାବେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିବ I

ସୋପାନ - ୨ : ନିମ୍ନମୂଖୀ ପଦ୍ଧତି କ’ଣ : ଶିକ୍ଷଣ ଆବଶ୍ୟକତାକୁ ଏକ ପାରସ୍ପରିକ କ୍ରିୟା ମାଧ୍ୟମରେ ଶିକ୍ଷାଦାନ କରାଯାଇଥାଏ, ଅନୁଦେଶ କିମ୍ବା ନିର୍ଦେଶ ଦ୍ୱାରା ନୁହେଁ I ଏହାକୁ ବୁଝାଇବା ପାଇଁ ଏକ "ପେଟ୍ରୋଲ ପମ୍ପର କାର୍ଯ୍ୟଶୈଳୀ"ର ଦୃଷ୍ଟାନ୍ତ ଦିଅନ୍ତୁ I ମାନବର ମସ୍ତିସ୍କକୁ ଏକ ମୋଟର କାରର ଖାଲି ପେଟ୍ରୋଲଟାଙ୍କି ଭାବେ ବିବେଚନା କରାଯାଏ ଯେଉଁଥିରେ ପ୍ରଶିକ୍ଷକ ବ୍ୟକ୍ତିର ପସନ୍ଦ ଏବଂ ଅପସନ୍ଦକୁ ଅଣଦେଖା କରି ପେଟ୍ରୋଲ ପରି ଜ୍ଞାନକୁ ମସ୍ତିସ୍କ ଭିତରେ ଭର୍ତ୍ତୀ କରିଥାଆନ୍ତି I ବୈକଳ୍ପିପ ଭାବେ, ଅଂଶଗ୍ରହଣକାରୀମାନଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ପାରସ୍ପରିକ କ୍ରିୟା ପଦ୍ଧତ୍ତିରେ ସେମାନଙ୍କୁ ଜ୍ଞାନ ପ୍ରଦାନ କରାଯାଇପାରିବ I ଏକ ପ୍ରଶିକ୍ଷକ "ନିମ୍ନ ମୂଖୀ" ପଦ୍ଧତ୍ତି ଆଦୃତ କରିଥାଆନ୍ତି, କିନ୍ତୁ ସୁଗମକାରୀ ଏପରି ଜଣେ ବ୍ୟକ୍ତି ଯିଏ ଶିକ୍ଷଣ ପ୍ରକ୍ରିୟାରେ ଅଂଶଗ୍ରହଣକାରୀମାନଙ୍କୁ ସଂଶ୍ଳିଷ୍ଟ କରି " ଉର୍ଦ୍ଧ୍ୟୋମୂଖି ପଦ୍ଧତ୍ତି" ଆଦୃତ କରିଥାଆନ୍ତି I

ସୋପାନ - ୩ : ପସନ୍ଦ ଏବଂ ବିକଳ୍ପ ପ୍ରଦାନ କରିବା : ସାଧାରଣଭାବେ, ଜଣେ ପ୍ରଶିକ୍ଷକ ଆଲୋଚନା କରିବାକୁ ଥିବା ବିଷୟବସ୍ତୁର ସବୁ ଦିଗ ପାଇଁ ପୂର୍ବ-ପରିକଳ୍ପିତ ବିଚାର ଅନୁସାରେ ଏକା ପ୍ରକାର ସମାଧାନର ସୂତ୍ର ନିର୍ଦ୍ଧାରଣ କରି ଥାଆନ୍ତି ଏବଂ ଏହାକୁ ଅଧିବେଶନରେ ସଞ୍ଚାଳନ କରିବା ସମୟରେ କୌଣସି ପ୍ରକାର ବ୍ୟତିକ୍ରମ କରି ନ ଥାଆନ୍ତି I ଅଂଶଗ୍ରହଣକାରୀମାନଙ୍କ ପାଖରେ ଏହାକୁ ଗ୍ରହଣ କରିବା ବ୍ୟତୀତ ଆଉ କୌଣସି ବିକକ୍ପ ନ ଥାଏ I କିନ୍ତୁ ଜଣେ ପ୍ରଶିକ୍ଷକ ସୁଗମକାରୀଭାବେ ଗୋଟିଏ ସମସ୍ୟାକୁ ଉଲ୍ଲେଖ କରି ତାହାର ବିଭିନ୍ନ ସମାଧାନର ସୂତ୍ର ଅଂଶଗ୍ରହଣକାରୀମାନଙ୍କ ସମ୍ମୁଖରେ ରଖି ଥାଆନ୍ତି ଏବଂ କେବଳ ଗୋଟିଏ ସମାଧାନକୁ ସମସ୍ତଙ୍କ ଉପରେ ଲଦି ନ ଦେଇ ସେମାନଙ୍କୁ ସମାଧାନର ବିଭିନ୍ନ ବିକଳ୍ପ ଦେଇଥାଆନ୍ତି I ଏହି ଶିକ୍ଷାଦାନ ପ୍ରକ୍ରିୟାକୁ ଭାଗୀଦାରୀ ଶିକ୍ଷଣୀୟ ପଦ୍ଧତି କୁହାଯାଏ ଯେଉଁଠି ଉଭୟ ପ୍ରଶିକ୍ଷକ ଏବଂ ଅଂଶଗ୍ରହଣକାରୀ ମିଳିମିଶି ଏକ ସମସ୍ୟାକୁ ବିଶ୍ଲେଷଣ କରିଥାଆନ୍ତି ଏବଂ ଆଲୋଚନା ମାଧ୍ୟମରେ ଉଭୟଙ୍କ ଗ୍ରହଣଯୋଗ୍ୟ ଏକ ନିଷ୍ପତ୍ତି ନେଇ ଥାଆନ୍ତି I

ସୋପାନ - ୪: ପ୍ରଶିକ୍ଷଣକାରୀମାନଙ୍କୁ ସତ୍ୟର ଅନ୍ୱେଷଣ କରିବା ପାଇଁ ପ୍ରୋତ୍ସାହିତ କରିବା : ଜଣେ ପ୍ରଶିକ୍ଷକ ଅନେକ ସୂତ୍ରରୁ ବିଭିନ୍ନ ବିଷୟ ଉପରେ ଶିକ୍ଷାଲାଭକରି ଏସବୁକୁ ଏକତ୍ର କରି ଥାଆନ୍ତି ଏବଂ ପ୍ରଶିକ୍ଷଣ ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କୁ ଏହାକୁ ପ୍ରଦାନ କରିଥାଆନ୍ତି I ଅଧିବେଶନରେ ଯେତେବେଳେ ଅଂଶଗ୍ରହଣକାରୀମାନଙ୍କୁ ଏହା କୁହାଯାଇଥାଏ, ସେମାନେ ଏହାକୁ ସୈଦ୍ଧାନ୍ତିକ ଭାବେ ଗ୍ରହଣ କରିଥାଆନ୍ତି ଏବଂ ପରେ ଏହାକୁ ମନେ ପକାଇବାକୁ ଚେଷ୍ଟା କରିଥାଆନ୍ତି I ମନେ କରନ୍ତୁ ଯେ ସେମାନଙ୍କୁ ହଳ କରିବା ପଦ୍ଧତ୍ତି ବିଷୟରେ କୁହାଗଲା, ସେମାନେ ଏହାକୁ ନିଜ ନିଜ ଜମିରେ ନିଜର ସୁବିଧା ଅନୁସାରେ ଅନୁକରଣ କରିବାକୁ ଚେଷ୍ଟା କରିବେ I କିନ୍ତୁ ଯଦି ଅଂଶଗ୍ରହଣକାରୀମାନଙ୍କୁ ଯଦି ପ୍ରଥମେ "ଚେଷ୍ଟା ଏବଂ ପରୀକ୍ଷା" କରି ତା' ପରେ ଏହାକୁ ଗ୍ରହଣ କରିବା ପାଇଁ କୁହାଯାଏ ତେବେ ଏହି ପ୍ରକ୍ରିୟା ସେମାନଙ୍କର ମନରେ ସବୁବେଳେ ରେଖାଙ୍କିତ ହୋଇ ରହିଥିବ ଏବଂ ଆବଶ୍ୟକ ସମୟରେ ଏହାକୁ "ବିନା କୌଣସି ବାଧା"ରେ କ୍ରିୟାନ୍ନିତ କରିପାରିବେ I ତେଣୁ ପ୍ରଶିକ୍ଷକମାନେ ସବୁବେଳେ ଏକ ପ୍ରଦର୍ଶନ ଅଧିବେଶନ ରଖିବା ଉଚିତ, ଯଦ୍ୱାରା ଅଂଶଗ୍ରହଣକାରୀମାନେ ନିଜେ ନିଜେ ଶିକ୍ଷା ଲାଭ କରିପାରିବେ I

ଉପସଂହାର

ଅଧିବେଶନର ଶେଷ ଆଡକୁ ସୁଗମକାରୀମାନେ ଭାଗୀଦାରୀ ଶିକ୍ଷଣ ପଦ୍ଧତି ବିଷୟରେ ଜାଣି ପାରିବେ ଏବଂ ଏହାକୁ ସେମାନେ ନିଜର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କିପରି ଭାବେ ସମ୍ମିଳିତ କରି ପାରିବେ ଅବଗତ ହେବେ I ବର୍ତ୍ତମାନ ସେମାନେ ଜାଣିପାରୁଥିବେ ଯେ ପ୍ରଶିକ୍ଷଣ ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଞ୍ଚାଳିତ ବିଷୟବସ୍ତୁ ଉପରେ ଅଂଶଗ୍ରହଣକାରୀମାନଙ୍କର ବିଭିନ୍ନ ବିକଳ୍ପକୁ ଗ୍ରହଣ କରି ଆଲୋଚନା କରିବା ଏବଂ ପାରସ୍ପାରିକ ଆଲୋଚନା ପରେ ଏକ "ବ୍ୟବାହାରକାରୀ ମୈତ୍ରୀପୁପୂର୍ଣ" ରଣନୀତିକୁ ପ୍ରସ୍ତୁତ କରିବା I ସୁଗମକାରୀମାନଙ୍କୁ ସ୍ମରଣ କରାନ୍ତୁ ଯେ "ଭାଗୀଦାରୀ ଶିକ୍ଷଣ" ନିମ୍ନ ଉଲ୍ଲିଖିତ ମୁହୂର୍ତ୍ତରେ ଉତ୍ପନ୍ନ ହୋଇଥାଏ:

  • ଯେତେବେଳେ ଅଂଶଗ୍ରହଣକାରୀମାନେ ସେହି ନିର୍ଦ୍ଦିଷ୍ଟ ବିଷୟକୁ ସ୍ୱେଚ୍ଛାକୃତ ଭାବେ ଶିକ୍ଷାକରିବା ପାଇଁ ଚାହିଁ ଥାଆନ୍ତି -"ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ" I
  • ବନ୍ଧୁ ଏବଂ ମିତ୍ର ମଣ୍ଡଳୀଙ୍କ ସହ ଏକ ବିଷୟବସ୍ତୁ ଉପରେ ସବିଶେଷ ଆଲୋଚନା କଲାବେଳେ ଅଜାଣତରେ ଶିକ୍ଷଣ ହୋଇଥାଏ ଯେଉଁଥିରେ ସବୁପ୍ରକାର "କିନ୍ତୁ ଏବଂ ପରନ୍ତୁ" ବିଚାରକୁ ନେଇ ଏକ ନୁଆ ସମାଧାନର ସୂତ୍ର ବାହାର କରାଯାଇଥାଏ; ଏଥିରେ ସମସ୍ତଙ୍କର ଯୋଗଦାନ ରହିଥାଏ ଏବଂ ଏହା କେବଳ ଜଣେ ପ୍ରଶିକ୍ଷକ କିମ୍ବା ଜଣେ ଅଂଶଗ୍ରହଣକାରୀଙ୍କଦ୍ୱାରା ଆବିଷ୍କୃତ ହୋଇ ପାରି ନ ଥାଆନ୍ତା I
  • ପ୍ରଦର୍ଶନରେ ଅଂଶଗ୍ରହଣକଲେ ଏହା ସେମାନଙ୍କୁ ବିଷୟବସ୍ତୁକୁ ଆହୁରି ଭଲଭାବରେ ବୁଝିବା ପାଇଁ ସାହାଯ୍ୟ କରିବ I
  • ଯେତେବେଳେ ଅଂଶଗ୍ରହଣକାରୀମାନେ ଅନୁଭବ କରନ୍ତି ଯେ ଏହା ସେମାନଙ୍କର ଚିରନ୍ତନ ବିକାଶ ପାଇଁ ନିହାତି ଆବଶ୍ୟକ, ସେମାନେ ଶିକ୍ଷଣକୁ ଯଥାଶୀଘ୍ର ଗ୍ରହଣ କରିଥାଆନ୍ତି I
  • ଯେତେବେଳେ ଅଂଶଗ୍ରହଣକାରୀମାନେ କୌଣସି ସମସ୍ୟା ଆଲୋଚନା କରିବାକୁ ସଙ୍କୋଚ କରନ୍ତି ନାହିଁ, ସେମାନେ ଏଥିରୁ ମଧ୍ୟ ଶିକ୍ଷା ଲାଭ କରି ଥାଆନ୍ତି ଏବଂ ଏହା ସମ୍ଭବ ହୋଇଥାଏ ଯେତେବେଳେ ସୁଗମକାରୀ ଅଂଶଗ୍ରହଣକାରୀମାନଙ୍କ ଆତ୍ମସମ୍ମାନକୁ ସୁନିଶ୍ଚିତ କରି କୌଣସି ସମୟରେ ମଧ୍ୟ ସେମାନଙ୍କୁ ଅପମାନିତ ହେବାକୁ ଦେଇ ନ ଥାଆନ୍ତି I

ଆଧାର – ପୋର୍ଟାଲ ଟିମ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate